ନର୍ସିଂ ପେଶାଦାର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ଏହା ପ୍ରତିବଦଳରେ ଦେଶରେ ଗୁଣବତାପୂର୍ଣ୍ଣ, ସୁଲଭ ଏବଂ ଉପଯୁକ୍ତ ନର୍ସିଂ ଶିକ୍ଷା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି
ପୂର୍ବରୁ ରହିଥିବା ମେଡିକାଲ୍ କଲେଜଗୁଡିକ ସହିତ ନର୍ସିଂ କଲେଜ ଗୁଡିକର ସହ - ଅବସ୍ଥାନ ବିଦ୍ୟମାନ ଭିତ୍ତିଭୂମି, କୌଶଳ ପ୍ରୟୋଗଶାଳା, କ୍ଲିନିକାଲ୍ ସୁବିଧା ଏବଂ ଅଧ୍ୟାପକ ମାନଙ୍କର ସର୍ବୋତ୍ତମ ଉପଯୋଗକୁ ଅନୁମତି ପ୍ରଦାନ କରିବ
ପ୍ରତ୍ୟେକ ପର୍ଯ୍ୟାୟର ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ବିସ୍ତୃତ ସମୟସୀମା ସହିତ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ କରିବା ନିମନ୍ତେ ସରକାର ଯୋଜନା କରୁଛନ୍ତି

ଦେଶରେ ନର୍ସିଂ କାର୍ଯ୍ୟ ବଳକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅନୁସାରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ୨୦୧୪ ରୁ ସ୍ଥାପିତ ମେଡିକାଲ କଲେଜ ସହ - ଅବସ୍ଥାନରେ ୧୫୭ ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି । ଏହି ପଦକ୍ଷେପ ପ୍ରତି ବର୍ଷ ପ୍ରାୟ ୧୫,୭୦୦ ନର୍ସିଂ ସ୍ନାତକଙ୍କୁ ଯୋଗ କରିବ । ଏହା ଭାରତରେ ଗୁଣବତାପୂର୍ଣ୍ଣ, ସୁଲଭ ଏବଂ ଉପଯୁକ୍ତ ନର୍ସିଂ ଶିକ୍ଷାକୁ ନିଶ୍ଚିତ କରିବ, ବିଶେଷ କରି କମ୍ ସେବା ମିଳୁଥିବା ଜିଲ୍ଲା ତଥା ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ନର୍ସିଂ ଶିକ୍ଷାକୁ ସୁନିଶ୍ଚିତ କରିବ । ଏଥିପାଇଁ ମୋଟ ଆର୍ôଥକ ବ୍ୟୟ ୧୫୭୦ କୋଟି ଟଙ୍କା ହେବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସିଂ ପେଶାଧାରୀ ମାନଙ୍କ ଉପଲବ୍ଧତା କମ୍ ହେବା ଏବଂ ଏହାର ଅସୁରକ୍ଷିତ ଅଂଚଳରେ ସ୍ୱାସ୍ଥ୍ୟସେବା ଉପରେ ଯେଉଁ ପ୍ରଭାବ ପଡିଛି , ଭୌଗୋଳିକ ଏବଂ ଗ୍ରାମାଂଚଳ - ସହରାଂଚଳ ମଧ୍ୟରେ ରହିଥିବା  ଏହିଭଳି ଅସନ୍ତୁଳନତାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି, ଯେଉଁ କାରଣରୁ ଏହି ନର୍ସିଂ କଲେଜ ଗୁଡ଼ିକର ପ୍ରତିଷ୍ଠା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗ୍ୟ ମାନବ ସମ୍ବଳର ଉପଲବ୍ଧତାକୁ ମହତ୍ତ୍ୱ  ପ୍ରଦାନ କରିବ । ଏହା ୟୁନିଭର୍ସାଲ୍ ହେଲ୍‌ଥ କେୟାର (ୟୁଏଚ୍‌ସି) ପାଇଁ ଜାତୀୟ ଶାସନାଦେଶର ଏକ ଅଂଶ ଭାବରେ ମଧ୍ୟ କରାଯାଉଛି ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିବାରେ ଏହା ସାହାଯ୍ୟ କରିବ । ଏହି କ୍ଷେତ୍ରରେ ମୁଣ୍ଡ ଟେକୁଥିବା ଆବଶ୍ୟକତା ଗୁଡିକୁ ପୂରଣ କରିବା ପାଇଁ ନର୍ସିଂ ଶିକ୍ଷା ନିମନ୍ତେ ନିୟାମକ ସଂରଚନାରେ ସଂସ୍କାର ସମ୍ପର୍କରେ ମଧ୍ୟ ବିଚାର କରାଯାଉଛି ।

ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟ ଦକ୍ଷତା ବିକାଶ ଏବଂ ବିଦେଶୀ ପଦବୀ ପାଇଁ ଯୋଗ୍ୟ ନର୍ସ ମାନଙ୍କୁ ନିଯୁକ୍ତ କରିବା ନିମନ୍ତେ ପ୍ରମୁଖ ଅନ୍ତର୍ଜାତୀୟ ଏବଂ ଜାତୀୟ ଏଜେନ୍ସି ଗୁଡିକ ସହିତ ସହଯୋଗ କରିଥାଏ ।

ପୂର୍ବରୁ ରହିଥିବା ମେଡିକାଲ୍ କଲେଜଗୁଡିକ ସହିତ ଏହି ନର୍ସିଂ କଲେଜ ଗୁଡିକର ସହ- ଅବସ୍ଥାନ ବିଦ୍ୟମାନ ଭିତ୍ତିଭୂମି, କୌଶଳ ପ୍ରୟୋଗଶାଳା, କ୍ଲିନିକାଲ୍ ସୁବିଧା ଏବଂ ଅଧ୍ୟାପକ ମାନଙ୍କର ସର୍ବୋତ୍ତମ ଉପଯୋଗକୁ ଅନୁମତି ଦେବ । ଏହି ପଦକ୍ଷେପ ନର୍ସିଂ ଛାତ୍ରଛାତ୍ରୀ  ମାନଙ୍କୁ ଉନ୍ନତ କ୍ଲିନିକାଲ୍ ଅନୁଭବ ପ୍ରଦାନ କରିବ ଏବଂ ପରିଣାମ ସ୍ୱରୂପ ମେଡିକାଲ୍ କଲେଜ ଗୁଡ଼ିକରେ ରୋଗୀମାନଙ୍କୁ ଉତ୍ତମ ଯତ୍ନ ଏବଂ ସେବା ଯୋଗାଇ ଦେବ ବୋଲି ଆଶା କରାଯାଉଛି । ଏହି ନର୍ସିଂ କଲେଜ ଗୁଡ଼ିକରେ ସବୁଜ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ ଏବଂ ଶକ୍ତି ଦକ୍ଷତା ଏବଂ କାର୍ବନ ଫୁଟ୍ ପ୍ରିଂଟ୍‌ରେ ହ୍ରାସକୁ ସୁନିଶ୍ଚିତତା କରିବା ପାଇଁ ପ୍ରାସଙ୍ଗିକତା ଅନୁଯାୟୀ ଗ୍ରହଣ କରାଯିବ ।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ସରକାର ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଯୋଜନା କରିଛନ୍ତି ଏବଂ ଯୋଜନାର ପ୍ରତ୍ୟେକ ପର୍ଯ୍ୟାୟ ସହିତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ବିସ୍ତୃତ ସମୟସୀମା ନିର୍ଦ୍ଧାରିତ କରିଛନ୍ତି । କେନ୍ଦ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ରାଜ୍ୟ ଗୁଡିକରେ ସ୍ୱାସ୍ଥ୍ୟ / ଚିକିତ୍ସା ଶିକ୍ଷାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଧିକାରପ୍ରାପ୍ତ କମିଟି କାର୍ଯ୍ୟର ଅଗ୍ରଗତି ଉପରେ ନଜର ରଖିବେ । ଏହି ଯୋଜନା ଅଧୀନରେ ନୂତନ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ କରାଯାଉଥିବା କାର୍ଯ୍ୟ ଗୁଡ଼ିକର ଭୌତିକ ଅଗ୍ରଗତି ସମ୍ପର୍କରେ ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଂଚଳ ଗୁଡିକର ସରକାର ନିୟମିତ ଭାବରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ସୂଚିତ କରିବେ ।

ପୃଷ୍ଠଭୂମି:

ଏହି ସରକାର ସେମାନଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ସହିତ ଗୁଣାତ୍ମକ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଯ୍ୟବଳକୁ ସୁନିଶ୍ଚିତ କରିବା ପାଇଁ ଧ୍ୟାନ ଦେଇଛନ୍ତି । ସରକାର ଗତ କିଛି ବର୍ଷ ମଧ୍ୟରେ ମେଡିକାଲ କଲେଜ ଗୁଡିକର ସଂଖ୍ୟା ବୃଦ୍ଧି କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଏମ୍‌ବିବିଏସ୍ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି କରିଛନ୍ତି । ମେଡିକାଲ୍ କଲେଜ ସଂଖ୍ୟା ୨୦୧୪ ପୂର୍ବରୁ ୩୮୭ ଥିବାବେଳେ  ବର୍ତ୍ତମାନ ସୁଦ୍ଧା ୬୬୦ କୁ  ବୃଦ୍ଧି ପାଇଛି, ଅର୍ଥାତ୍ ଏଥିରେ ୭୧% ପର୍ଯ୍ୟାପ୍ତ ବୃଦ୍ଧି ଘଟିଛି ।

ଆହୁରି ମଧ୍ୟ, ୨୦୧୩ - ୧୪ ପରଠାରୁ ଏମ୍‌ବିବିଏସ୍ ଆସନ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ପୋଷ୍ଟ ଗ୍ରାଜୁଏଟ୍ ଆସନ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହୋଇଛି ।

ଭାରତୀୟ ନର୍ସ ମାନଙ୍କର ସେବା ବିଦେଶରେ ଯଥେଷ୍ଟ ମାନ୍ୟତା ପାଇଥାଏ,  ତେଣୁ ସେମାନଙ୍କର ଗତିଶୀଳତା ଏବଂ ଉତ୍ତମ ନିଯୁକ୍ତି ସୁଯୋଗକୁ ସୁବିଧାଜନକ କରିବା ପାଇଁ ଭାରତୀୟ ନର୍ସିଂ ଶିକ୍ଷାକୁ ବିଶ୍ୱ ମାନକ ଅନୁରୂପ ଆଣିବା ଜରୁରୀ ଅଟେ । ସେମାନେ ଉଚ୍ଚ କୁଶଳୀ ବୃତ୍ତିଧାରକ ଭାବରେ ସ୍ୱୀକୃତିପ୍ରାପ୍ତ ହୋଇଥାନ୍ତି ଏବଂ ସ୍ୱାସ୍ଥ୍ୟସେବା ବିତରଣ ପ୍ରଣାଳୀକୁ ଚଳାନ୍ତି, କିନ୍ତୁ ସେମାନଙ୍କର ସାଂଖ୍ୟିକ ଶକ୍ତି ବିଶ୍ୱ ସ୍ତରୀୟ ମାନଦଣ୍ଡ ଠାରୁ କମ୍ ହୋଇଥାଏ ଏବଂ ଏହାକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରାଯିବା ଆବଶ୍ୟକ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi shares warm handshakes with Putin at SCO Summit

Media Coverage

PM Modi shares warm handshakes with Putin at SCO Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.