ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପଞ୍ଚଦଶ ଅର୍ଥ ଆୟୋଗ 2021-22 ରୁ 2025-26 ଅବଧି ପାଇଁ 2,277,397 କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ’’ ଉପରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ବିଭାଗ/ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ଡିଏସଆଇଆର/ସିଏସଆଇଆର) ଯୋଜନାକୁ ଅନୁମୋଦନ କରିଛି।

ଏହି ଯୋଜନା ସିଏସଆଇଆର ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏଥିରେ ଦେଶର ସମସ୍ତ ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଜାତୀୟ ପ୍ରୟୋଗଶାଳା, ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରତିଷ୍ଠାନ, ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ସାମିଲ ହେବ। ଏହି ପଦକ୍ଷେପ ବିଶ୍ୱବିଦ୍ୟାଳୟ, ଶିଳ୍ପ, ଜାତୀୟ ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା ଏବଂ ଶିକ୍ଷାନୁଷ୍ଠାନରେ କ୍ୟାରିୟର କରିବାକୁ ଆକାଂକ୍ଷୀ ଯୁବବର୍ଗ, ଉତ୍ସାହୀ ଗବେଷକଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ପ୍ରଦାନ କରେ। ପ୍ରଖ୍ୟାତ ବୈଜ୍ଞାନିକ ଏବଂ ପ୍ରାଧ୍ୟାପକମାନଙ୍କର ମାର୍ଗଦର୍ଶନରେ, ଏହି ଯୋଜନା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଚିକିତ୍ସା ଏବଂ ଗାଣିତ୍ୟିକ ବିଜ୍ଞାନ (ଏସଟିଇଏମଏମ) ବିକାଶକୁ ପ୍ରୋତ୍ସାହିତ କରିବ।

ପ୍ରତି 10 ଲକ୍ଷ ଜନସଂଖ୍ୟାରେ ଗବେଷକଙ୍କ ସଂଖ୍ୟା ବୃଦ୍ଧି କରି ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଯୋଜନା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କ୍ଷମତା ନିର୍ମାଣ ଏବଂ ଉଚ୍ଚ ଗୁଣବତ୍ତା ଆଧାରିତ ମାନବ ସମ୍ବଳର ଭଣ୍ଡାରକୁ ବିସ୍ତାର କରି ଏହାର ପ୍ରାସଙ୍ଗିକତା ପ୍ରମାଣିତ କରିଛି।

ଗତ ଦଶନ୍ଧି ଧରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (ଏସଏଣ୍ଡଟି)ରେ ଗବେଷଣା ଏବଂ ବିକାଶ (ଆରଏଣ୍ଡଡି)କୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ସମନ୍ୱିତ ପ୍ରୟାସ ଗ୍ରହଣ କରାଯାଇଛି । ଏହାଫଳରେ ଭାରତ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲୁଆଇପିଓ) ଦ୍ୱାରା ପ୍ରସ୍ତୁତ ମାନ୍ୟତା ତାଲିକା ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସ (ଜିଆଇଆଇ)ରେ ଏହାର ସ୍ଥାନକୁ ଉନ୍ନତ କରି 39ତମ ସ୍ଥାନରେ ପହଞ୍ଚିଛି। ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନରେ ନିକଟ ଭବିଷ୍ୟତରେ ଆହୁରି ଉନ୍ନତ ହେବ। ଗବେଷଣା ଓ ବିକାଶ ପାଇଁ ସରକାରଙ୍କ ସମର୍ଥନର ଫଳସ୍ୱରୂପ, ଏନଏସଏଫ, ଆମେରିକାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତ ବର୍ତ୍ତମାନ ବୈଜ୍ଞାନିକ ଗବେଷଣା ପ୍ରକାଶନ ଦୃଷ୍ଟିରୁ ଶୀର୍ଷ ତିନିଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଡିଏସଆଇଆର ଯୋଜନା ହଜାର ହଜାର ଗବେଷକ ଏବଂ ବୈଜ୍ଞାନିକଙ୍କୁ ସମର୍ଥନ କରୁଛି, ଯାହାର ଫଳାଫଳ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।

ଏହି ଅନୁମୋଦନ ସିଏସଆଇଆରର ପ୍ରମୁଖ ବା ଅମ୍ବ୍ରେଲା ଯୋଜନା କାର୍ଯ୍ୟକାରିତା ମାଧ୍ୟମରେ ସିଏସଆଇଆରରେ ଭାରତୀୟ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପାଇଁ 84 ବର୍ଷର ସେବାରେ ଏକ ଐତିହାସିକ ମାଇଲଖୁଣ୍ଟ।  ଏହା ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ଦେଶର ଗବେଷଣା ଏବଂ ବିକାଶ ପ୍ରଗତିକୁ ତ୍ୱରାନ୍ୱିତ କରିଥାଏ। ସିଏସଆଇଆର ଅମ୍ବ୍ରେଲା ଯୋଜନା, ‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ (ସିବିଏଚଆରଡି),’’ ର ଚାରୋଟି ଉପ-ଯୋଜନା ଅଛି: (i) ଡକ୍ଟରେଟାଲ୍ ଏବଂ ପୋଷ୍ଟଡକ୍ଟରାଲ୍ ଫେଲୋସିପ୍; (ii) ଏକ୍ସଟ୍ରାମୁରାଲ୍ ଗବେଷଣା ଯୋଜନା, ଏମେରିଟସ୍ ବୈଜ୍ଞାନିକ ଯୋଜନା, ଏବଂ ଭଟନାଗର ଫେଲୋସିପ୍ କାର୍ଯ୍ୟକ୍ରମ; (iii) ପୁରସ୍କାର ଯୋଜନା ମାଧ୍ୟମରେ ଉତ୍କର୍ଷତାର ପ୍ରୋତ୍ସାହନ ଓ ସ୍ୱୀକୃତି; ଏବଂ (iv) ଯାତ୍ରା ଓ ସେମିନାର ଅନୁଦାନ ଯୋଜନା ମାଧ୍ୟମରେ ଜ୍ଞାନ ବିତରଣକୁ ପ୍ରୋତ୍ସାହନ।

ଏହି ପଦକ୍ଷେପ ଏକ ଦୃଢ଼ ଗବେଷଣା ଏବଂ ବିକାଶ ପରିଚାଳିତ ନବୋନ୍ମେଷ ଇକୋସିଷ୍ଟମ ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ବିଜ୍ଞାନକୁ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi