Cabinet chaired by PM Modi approves setting up of GST council and secretariat
Govt undertaking steps required in the direction of implementation of GST ahead of schedule
First meeting of the GST Council scheduled on 22nd and 23rd September 2016

ଜିଏସଟି ଆଇନ ସଂକ୍ରାନ୍ତ ସମ୍ବିଧାନର 279A ଧାରା ଲାଗୁ କରିବାକୁ ବିଜ୍ଞପ୍ତି ଜାରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି (12.09.2016) ବସ୍ତୁ ଓ ସେବା କର ପରିଷଦ ଗଠନ ଓ ଜିଏସଟି ସଚିବାଳୟ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ସମ୍ବିଧାନ ସଂଶୋଧନର ଧାରା 279A ଆଧାରରେ ବସ୍ତୁ ଓ ସେବା କର (ଜିଏସଟି) ପରିଷଦ ଗଠନ ହେବ ।

ଜିଏସଟି ପରିଷଦର ସଚିବାଳୟ ଓ ତା’ର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିବ ।

ଜିଏସଟି କାଉନସିଲର ଏକ୍ସ-ଅଫିସିଓ ସଚିବ ଭାବେ ରାଜସ୍ୱ ସଚିବଙ୍କୁ ନିଯୁକ୍ତି ଦିଆଯିବ ।

ଜିଏସଟି ପରିଷଦର ସମସ୍ତ ପ୍ରକ୍ରିୟାରେ ସେଂଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ୍ ଓ କଷ୍ଟମ(ସିବିଇସି) ଅଧ୍ୟକ୍ଷ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ(ଭୋଟଦାନ କ୍ଷମତା ନଥିବା) ଭାବେ ସାମିଲ ହେବେ ।

ଜିଏସଟି କାଉନସିଲ ସଚିବାଳୟରେ ଜଣେ ଅତିରିକ୍ତ ସଚିବ ପଦବୀ ସୃଷ୍ଟି ହେବ । ସିଏ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାର ହେବେ । ଜିଏସଟି କାଉନସିଲରେ ଯୁଗ୍ମ ସଚିବ ପାହ୍ୟାର 4ଟି କମିଶନର ପଦବୀ ରହିବ ।

ଏହା ବ୍ୟତୀତ ଜିଏସଟି କାଉନସିଲ ସଚିବାଳୟର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଜିଏସଟି କାଉନସିଲ ସଚିବାଳୟର ବୈଠକ ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଯଥେଷ୍ଟ ପରିମାଣର ପାଣ୍ଠି ଉପଲବ୍ଧ କରାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରୁ ଡେପୁଟେସନରେ ଅଫିସରଙ୍କୁ ଅଣାଯାଇ ଜିଏସଟି କାଉନସିଲ ସଚିବାଳୟର ପରିଚାଳନା କରାଯିବ । ଜିଏସଟି ଲାଗୁ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ହେଉଛି ।

ନୂଆଦିଲ୍ଲୀରେ ଜିଏସଟି ପରିଷଦର ପ୍ରଥମ ବୈଠକ ସେପ୍ଟେମ୍ବର 22 ଓ 23 ତାରିଖରେ କରିବା ପାଇଁ ଅର୍ଥ ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଦେଶରେ ବସ୍ତୁ ଓ ସେବା ଟିକସ(ଜିଏସଟି) କାର୍ଯ୍ୟକାରୀ କରିବା ପାଇଁ ସମ୍ବିଧାନ (122 ତମ ସଂଶୋଧନ) ବିଲ୍-2016କୁ ରାଷ୍ଟ୍ରପତି ସେପ୍ଟେମ୍ବର 8, 2016ରେ ସମ୍ମତି ଦେଇଛନ୍ତି ଓ ଏହି ସମ୍ବିଧାନ ସଂଶୋଧନ ଆଇନ-2016ର ମଧ୍ୟ ବିଜ୍ଞପ୍ତି ଜାରି ହୋଇସାରିଛି । ସମ୍ବିଧାନ ସଂଶୋଧନ 279(A)(1) ଅନୁସାରେ ରାଷ୍ଟ୍ରପତିଙ୍କ ଅନୁମତି ମିଳିବାର 60 ଦିନ ଭିତରେ ଜିଏସଟି କାଉନସିଲ ଗଠନ ହେବା ଜରୁରୀ । ସମ୍ବିଧାନ ସଂଶୋଧନ ବିଜ୍ଞପ୍ତି 2016 ସେପ୍ଟେମ୍ବର 10 ତାରିଖରେ ଜାରି ହୋଇଥିଲା ଓ 2016 ସେପ୍ଟେମ୍ବର 12ତାରିଖରୁ ଲାଗୁ ହୋଇଛି ।

ସମ୍ବିଧାନ ସଂଶୋଧନ ଧାରା 279A ଅନୁସାରେ ଜିଏସଟି କାଉନସିଲ କେନ୍ଦ୍ର ଓ ରାଜ୍ୟର ମିଳିତ ମଞ୍ଚ । ଜିଏସଟି କାଉନସିଲରେ….

ଅଧ୍ୟକ୍ଷ ଭାବେ କେନ୍ଦ୍ର ଅର୍ଥମନ୍ତ୍ରୀ, ସଦସ୍ୟ ଭାବେ ରାଜସ୍ୱ ଓ ଫାଇନାନ୍ସ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଓ ପ୍ରତ୍ୟେକ ରାଜ୍ୟର ଅର୍ଥ ମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ସଦସ୍ୟ ରଖାଯିବ ।

ଧାରା 279A(4)ଅନୁସାରେ ଜିଏସଟି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କାଉନସିଲ ସୁପାରିସ୍ କରିବ । ଜିଏସଟି ପରିସରରେ ସାମିଲ ହେବାକୁ ଥିବା ଅବା ବାଦ୍ ପଡ଼ିବାକୁ ଥିବା ବସ୍ତୁ ଓ ସେବାକୁ କାଉନସିଲ ନିର୍ଦ୍ଧାରଣ କରିବ । କାଉନସିଲ ଟିକସ ଆଦାୟର ସୀମା ମଧ୍ୟ ନିର୍ଦ୍ଧାରଣ କରିବ । ଜିଏସଟି ଦର ସମେତ ବ୍ରାଣ୍ଡ ସହ ମୂଳ ଦର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଦର, କେତେକ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ରାବଧାନ ଆଦି ଜିଏସଟି କାଉନସିଲ ସ୍ଥିର କରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s AI moment: Sarvam turns unicorn at $1.5 billion valuation

Media Coverage

India’s AI moment: Sarvam turns unicorn at $1.5 billion valuation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 16, 2026
June 16, 2026

Viksit Bharat in Action: 12 Years of Roads, AI Unicorns, Export Booms & Unmatched Global Camaraderie"