ପ୍ରକଳ୍ପ ଦ୍ବାରା 1975 ମିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦନର ସମ୍ଭାବନା
କୋୱାର ପ୍ରକଳ୍ପ 54 ମାସ ମଧ୍ୟରେ ସମାପ୍ତ ହେବ
ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ 2500 ଲୋକଙ୍କୁ ରୋଜଗାର ମିଳିବ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀରର ସମଗ୍ର ସାମାଜିକ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାରର ମନ୍ତ୍ରୀମଣ୍ଡଳ ସମିତି ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଚେନାବ ନଦୀ ଉପରେ 540 ମେଗାୱାଟର କୋୱାର ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ 4526.12 କୋଟି ଟଙ୍କା ନିବେଶର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର କାର୍ଯ୍ୟାନ୍ବୟନ ମେସର୍ସ ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପ୍ରା.ଲି. (ମେସର୍ସ ସିଭିପିପିଏଲ୍‌) କରିବ ଯାହା ଏନଏଚପିସି ଏବଂ ଜେକେଏସଡିପିସିର ସଂଯୁକ୍ତ ଉପକ୍ରମ କମ୍ପାନୀ ଅଟେ। ଏଥିରେ 27 ଏପ୍ରିଲ୍ 2022 ହିସାବ ଅନୁସାରେ ଉଭୟ କମ୍ପାନୀ ଯଥାକ୍ରମେ 51 ପ୍ରତିଶତ ଓ 49 ପ୍ରତିଶତର ଇକ୍ୟୁଟି ଯୋଗଦାନ ରହିବ। 

ପ୍ରକଳ୍ପ ଦ୍ବାରା ବାର୍ଷିକ ବିଜୁଳି ଉତ୍ପାଦନ 90 ପ୍ରତିଶତ ବା ତାଠାରୁ ଅଧିକ ହେବ। ଏହି ହିସାବରେ ପ୍ରକଳ୍ପ 1975.54 ମିଲିୟନ ୟୁନିଟର ବିଦ୍ୟୁତ ଉତ୍ପାଦନ କରିବ। 

କେନ୍ଦ୍ର ସରକାର, ପ୍ରଯୁକ୍ତି, କର୍ମଚାରୀ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ 69.80 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ। ଏହା ବ୍ୟତୀତ କେନ୍ଦ୍ର ସରକାର କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀରର 655.08 କୋଟି ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରୁଛି। ଏହି ଅନୁଦାନରେ ଜେକେଏସପିଡିସି କମ୍ପାନୀ (49 ପ୍ରତିଶତ) ମେସର୍ସ ସିଭିପିପିଏଲ୍‌ ରେ ଇକ୍ୟୁଟି ଯୋଗଦାନ କରିବ। ଏନଏଚପିସି 681.82 କୋଟି ଟଙ୍କାର ନିଜର ଇକ୍ୟୁଟି (51 ପ୍ରତିଶତ) ନିଜର ଆଭ୍ୟନ୍ତରୀଣ ସ୍ରୋତରୁ ପ୍ରଦାନ କରିବେ। କୋୱାର ଜଳ ବିଦ୍ୟୁତ ପ୍ରକଳ୍ପ 54 ମାସର ଅବଧିରେ ସମାପ୍ତ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ଯେଉଁ ବିଦ୍ୟୁତ ଉତ୍ପାଦନ ହେବ, ଏହା ଦ୍ବାରା ଗ୍ରୀଡ଼କୁ ସନ୍ତୁଳିତ ରଖିବାରେ ସହାୟତା ମିଳିବ ଏବଂ ବିଦ୍ୟୁତ ଯୋଗାଣର ସ୍ଥିତିରେ ଉନ୍ନତି ଆସିବ। 

କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ସରକାର ପ୍ରକଳ୍ପକୁ ଲାଭପ୍ରଦ କରିବା ପାଇଁ ଏହା କାର୍ଯ୍ୟକାରୀ ହୋଇଯିବା ପରେ 10 ବର୍ଷ ପର୍ଯ୍ୟନ୍ତ ଜଳ ଉପଯୋଗ ଶୁଳ୍କ ଆଦାୟକୁ ଛାଡ଼ କରିବ, ଜିଏସଟିରେ ରାଜ୍ୟର ଅଂଶ (ଅର୍ଥାତ୍ ଏସଜିଏସଟି) ର ପୁନଃପଇଠ କରିବ ଏବଂ ହ୍ରାସକୃତ ଭାବରେ ପ୍ରତି ବର୍ଷ 2 ପ୍ରତିଶତ ହାରରେ ମାଗଣା ବିଜୁଳିର ବ୍ୟବସ୍ଥା କରିବ ଅର୍ଥାତ୍ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରକୁ ପ୍ରକଳ୍ପ ଚାଲୁ ହେବାର ପ୍ରଥମ ବର୍ଷରେ ଦୁଇ ପ୍ରତିଶତର ମାଗଣା ବିଜୁଳିର ରିହାତି ମିଳିବ। ଏହାପରେ ପ୍ରତି ବର୍ଷ ଏଥିରେ ଦୁଇ ପ୍ରତିଶତର ବୃଦ୍ଧି କରାଯିବ ତଥା ଷଷ୍ଠ ବର୍ଷରେ ଏହାକୁ 12 ପ୍ରତିଶତ କରାଯିବ। 

ପ୍ରକଳ୍ପର ନିର୍ମାଣ କାର୍ଯ୍ୟରୁ ପ୍ରାୟ 2500 ଲୋକମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବ। ଏହି କାରଣରୁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ସାମାଜିକ ଆର୍ଥିକ ବିକାଶରେ ମଧ୍ୟ ଯୋଗଦାନ ମିଳିବ। ଏହା ସହିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରକୁ ପ୍ରାୟ 4548.59 କୋଟି ଟଙ୍କାର ମାଗଣା ବିଜୁଳି ତଥା ପ୍ରକଳ୍ପର 40 ବର୍ଷର ଜୀବନ ଚକ୍ର ସମୟରେ କୋୱାର ଜଳ ବିଦ୍ୟୁତ ପ୍ରକଳ୍ପରୁ ଜଳ ଉପଯୋଗ ଶୁଳ୍କ ରେ 4941.46 କୋଟି ଟଙ୍କା ରିହାତି ମଧ୍ୟ ମିଳିବ। 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India