ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶ୍ରୀ ଗୁରୁ ନାନକ ଦେବଙ୍କ 550ତମ ଜନ୍ମ ବାର୍ଷିକୀ ଆୟୋଜନ କରିବା ଲାଗି ଏକ ସଂକଳ୍ପ ଗୃହୀତ ହୋଇଛି ।ଏହା ଆସନ୍ତା ବର୍ଷ ସାରା ଦେଶରେ ଏବଂ ବିଶ୍ୱ ବ୍ୟାପୀ ମହା ସମାରୋହରେ ପାଳନ କରାଯିବ ।ଏହାଛଡା ଉପଯୁକ୍ତ ଢଙ୍ଗରେ ରାଜ୍ୟ ସରକାର ତଥା ବିଦେଶରେ ଥିବା ଭାରତ ମିଶନ ସହ ମିଳିତ ଭାବେ ବିଭିନ୍ନ ସମାରୋହ ଆୟୋଜନ କରାଯିବ । ଗୁରୁ ନାନକ ଦେବଙ୍କ ଶିକ୍ଷା ସ୍ନେହ, ଶାନ୍ତି, ସମାନତା ଏବଂ ଭ୍ରାତୃତ୍ଵର ଶାଶ୍ୱତ ମୂଲ୍ୟ ରହିଛି ।

କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପ୍ରମୁଖ ଅଂଶ ନିମ୍ନରେ ଦିଆଗଲା

ର୍ତ୍ତାରପୁର ସାହିବ କରିଡରର ବିକାଶ :

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ, କେନ୍ଦ୍ର କ୍ୟାବିନେଟ କର୍ତ୍ତାରପୁର କରିଡରର ନିର୍ମାଣ ଏବଂ ବିକାଶକୁ ଅନୁମୋଦନ କରିଛନ୍ତି । ଏହି କରିଡର  ଗୁରୁଦାସପୁର ଅନ୍ତର୍ଗତ ଡେରା ବାବା ନାନକ ଠାରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ରହିଛି । ପାକିସ୍ତାନର ରାବି ନଦୀ କୂଳରେ ଥିବା ଗୁରୁଦ୍ୱାରା ଦରବାର ସାହିବ କର୍ତ୍ତାରପୁର ଠାରେ ଶ୍ରୀ ଗୁରୁ ନାନକ ଦେବ ନିଜ ଜୀବନର 18 ବର୍ଷ ଅତିବାହିତ କରିଥିଲେ । ସେଠାକୁ ଯାତ୍ରା ପାଇଁ ଭାରତୀୟ ଶ୍ରଦ୍ଧାଳୁମାନଙ୍କ ଲାଗି ସୁବିଧା ଯୋଗାଇ ଦେବା ଦିଗରେ ଉପରୋକ୍ତ କରିଡରର ନିର୍ମାଣ ଏବଂ ବିକାଶ କରାଯିବ । ଯାହା ଫଳରେ ଶ୍ରଦ୍ଧାଳୁମାନେ ବର୍ଷ ବ୍ୟାପୀ ଏହି ପବିତ୍ର ଧର୍ମସ୍ଥଳୀକୁ ଯାତ୍ରା କରିବାରେ ସକ୍ଷମ ହେବେ ।

ଭାରତ ସରକାରଙ୍କ ଅନୁଦାନରେ ଏକ ସମନ୍ୱିତ ବିକାଶ ପ୍ରକଳ୍ପ ଭାବେ କର୍ତ୍ତାରପୁର କରିଡରର କାର୍ଯ୍ୟାନ୍ୱୟନ କରାଯିବ । ଏହା ଶ୍ରଦ୍ଧାଳୁମାନଙ୍କୁ ଅତ୍ୟାଧୁନିକ ସୁବିଧା ଥିବା ସୁଗମ ଏବଂ ସହଜ ଯାତ୍ରା ଯୋଗାଇଦେବ । ଶ୍ରଦ୍ଧାଳୁମାନଙ୍କ ସୁଗମ ଯାତ୍ରା ପାଇଁ ଭାରତ ସରକାର ଉପଯୁକ୍ତ ସୁବିଧା ଯୋଗାଇ ଦେବେ । ଶିଖ ସମ୍ପ୍ରଦାୟର ଧର୍ମୀୟଭାବନାକୁ ସମ୍ମାନ ଦେଇ ଏବଂ ଉପଯୁକ୍ତ ସୁବିଧା ଥିବା ଏକ କରିଡର ସେମାନଙ୍କ କ୍ଷେତ୍ରରେ ବିକାଶ ଲାଗି ପାକିସ୍ତାନ ସରକାରଙ୍କୁ ଅନୁରୋଧ କରାଯିବ ।

 

ସୁଲତାନପୁର ଲୋଧିର ବିକାଶ :

କେନ୍ଦ୍ର କ୍ୟାବିନେଟ ମଧ୍ୟ ଐତିହାସିକ ସହର ସୁଲତାନପୁର ଲୋଧିର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି ।ଏହି ସହର ଶ୍ରୀ ଗୁରୁ ନାନକ ଦେବଙ୍କ ଜୀବନ ସହ ନିବିଡ଼ ଭାବେ ଜଡ଼ିତ । ଏହାକୁ ଐତିହ୍ୟ ସହର ଏବଂ ସ୍ମାର୍ଟ ସିଟି ନୀତି ଅନୁଯାୟୀ ବିକାଶ କରାଯିବ । ଏଥିରେ ଇନ୍ଧନ ଦକ୍ଷତାର ଉପଯୋଗ କରାଯିବ ଯାହା ଶ୍ରୀ ଗୁରୁ ନାନକ ଦେବଙ୍କ ସିଦ୍ଧାନ୍ତ ପ୍ରକୃତିର ସ୍ଥିରତା ଏବଂ ସମ୍ମାନକୁ ପ୍ରତିଫଳନ କରିବ । ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ, ସୁଲତାନପୁର ଲୋଧିଠାରେ ଏକ ଐତିହ୍ୟ କମ୍ପ୍ଲେକ୍ସ "ପିଣ୍ଡ ବାବେ ନାନକ ଦା'' ପ୍ରତିଷ୍ଠା କରାଯିବ ଯାହା ଶ୍ରୀ ଗୁରୁ ନାନକଦେବଙ୍କ ସମୟର ଜୀବନଶୈଳୀକୁ ପ୍ରତିଫଳନ କରିବ । ସୁଲତାନପୁର ରେଳ ଷ୍ଟେସନକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଉନ୍ନତ ଏବଂ ବିକଶିତ କରାଯିବ ।

ବିଦେଶୀ ବିଶ୍ୱବିଦ୍ୟାଳୟରେ ଆନ୍ତଃ-ଧର୍ମ (Inter Faith) ପାଠ୍ୟକ୍ରମ କେନ୍ଦ୍ର ଏବଂ ଚେୟାର :

ଅମୃତସରସ୍ଥିତ ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟରେ ଏକ ଆନ୍ତଃ-ଧର୍ମ ପାଠ୍ୟକ୍ରମ ପ୍ରତିଷ୍ଠା କରାଯିବ । ଇଂଲଣ୍ଡ ଏବଂ କାନାଡାରେ ଗୋଟିଏ ଲେଖାଏଁ ବିଶ୍ୱବିଦ୍ୟାଳୟରେ ଶ୍ରୀ ଗୁରୁ ନାନକ ଦେବଙ୍କ ଉପରେ ଚେୟାର ପ୍ରତିଷ୍ଠା କରାଯିବ । ନୂଆଦିଲ୍ଲୀଠାରେ ଶ୍ରୀ ଗୁରୁ ନାନକ ଦେବଙ୍କ ଜୀବନୀ ଏବଂ ଶିକ୍ଷା ଉପରେ ଏକ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରାଯିବ ।

ଦେଶ ଏବଂ ବିଶ୍ୱବ୍ୟାପୀ ଆୟୋଜନ :

ଉପଯୁକ୍ତ ଢଙ୍ଗରେ ଶ୍ରୀ ଗୁରୁ ନାନକଦେବଜୀଙ୍କ 550ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯିବ । ଏହି ଅବସରରେ ବିଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବେ ।

ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ :

ଏହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ରଖିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ ଜାରି କରାଯିବ ।

ଧର୍ମୀୟ କାର୍ଯ୍ୟକ୍ରମ ଏବଂ ପ୍ରକାଶନ :

ଦେଶବ୍ୟାପୀ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶ୍ରୀ ଗୁରୁ ନାନକ ଦେବ ଏବଂ ଗୁରୁବାଣୀ ଉପରେ ଦୂରଦର୍ଶନରେ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ । ବିଭିନ୍ନ ଭାରତୀୟ ଭାଷାରେ ଜାତୀୟ ପୁସ୍ତକ ନ୍ୟାସ ପକ୍ଷରୁ ଗୁରୁବାଣୀ ପ୍ରକାଶ କରାଯିବ । ବିଭିନ୍ନ ବିଶ୍ୱ ଭାଷାରେ ଶ୍ରୀ ଗୁରୁ ନାନକଦେବଙ୍କ ରଚନା ପ୍ରକାଶ କରିବା ଲାଗି ୟୁନେସ୍କୋକୁ ଅନୁରୋଧ କରାଯିବ ।

ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ :

ଶ୍ରୀଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପବିତ୍ର ସ୍ଥାନଗୁଡ଼ିକ ଦେଇ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ଲାଗି ରେଳ ମନ୍ତ୍ରଣାଳୟ  ପକ୍ଷରୁ ଏକ ଟ୍ରେନ ଚଳାଚଳ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi