Phase II will comprise 128 stations with new lines of 118.9 km enabling total Metro Rail Network of 173 kms in Chennai
Financial implications will be Rs.63,246 crore
Commuter friendly multi-modal integration at 21 locations
Approved corridors connect North to South and East to the West of Chennai

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ-୨ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ତିନୋଟି କରିଡର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଅନୁମୋଦିତ ଲାଇନର ସମୁଦାୟ ଦୈର୍ଘ୍ୟ ୧୨୮ ଷ୍ଟେସନ ସହିତ ୧୧୮.୯ କିଲୋମିଟର ହେବ |

ପ୍ରକଳ୍ପର ସମ୍ପୂର୍ଣ୍ଣ ମୂଲ୍ୟ ୬୩,୨୪୬ କୋଟି ଟଙ୍କା ଏବଂ ୨୦୨୭ ସୁଦ୍ଧା ଶେଷ ହେବାର ଯୋଜନା ରହିଛି। ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଚେନ୍ନାଇ ସହରରେ ମୋଟ ୧୭୩ କିଲୋମିଟର ମେଟ୍ରୋ ରେଳ ନେଟୱାର୍କ ରହିବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପରେ ନିମ୍ନଲିଖିତ ତିନୋଟି କରିଡର ଅନ୍ତର୍ଭୁକ୍ତ :

  • କରିଡର-(i): ମାଧବରାମରୁ ସିପକୋଟ୍ ପର୍ଯ୍ୟନ୍ତ ୫୦ଟି ଷ୍ଟେସନ ସହିତ ୪୫.୮ କିଲୋମିଟର ଲମ୍ବ।
  • କରିଡର-(ii): ଲାଇଟହାଉସରୁ ପୁନାମାଲେ ବାଇପାସ୍ ପର୍ଯ୍ୟନ୍ତ ୩୦ଟି ଷ୍ଟେସନ ସହିତ ୨୬.୧ କିଲୋମିଟର ଲମ୍ବ, ଏବଂ
  • କରିଡର-(iii): ମାଧବରାମରୁ ସୋଲିଙ୍ଗନାଲୁର ପର୍ଯ୍ୟନ୍ତ ୪୮ଟି ଷ୍ଟେସନ ସହିତ ୪୭ କିଲୋମିଟର ଲମ୍ବ ।

 

ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଚେନ୍ନାଇ ସହରରେ ମୋଟ ୧୭୩ କିଲୋମିଟର ମେଟ୍ରୋ ରେଳ ନେଟୱାର୍କ ରହିବ ।

ଏହା ବିକାଶ ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ:

ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସହରର ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରୋତ୍ସାହିତ କରିବ। ଦ୍ୱିତୀୟ ପର୍ଯ୍ୟାୟ ସହରରେ ମେଟ୍ରୋ ରେଳ ନେଟୱାର୍କର ଏକ ପ୍ରମୁଖ ସମ୍ପ୍ରସାରଣ ଭାବରେ କାର୍ଯ୍ୟ କରେ ।

ଉନ୍ନତ ସଂଯୋଗ: ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧୧୮.୯ କିଲୋମିଟର ନୂଆ ମେଟ୍ରୋ ଲାଇନ୍ ଯୋଡ଼ାଯିବ। ଦ୍ୱିତୀୟ ପର୍ଯ୍ୟାୟର କରିଡର ଚେନ୍ନାଇର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବକୁ ପଶ୍ଚିମ ସହିତ ସଂଯୋଗ କରେ। ଏଥିରେ ରହିଥିବା ପ୍ରମୁଖ କ୍ଷେତ୍ର ଗୁଡ଼ିକ ହେଉଛି ମାଧବରାମ, ପେରାମ୍ବର, ଥିରୁମୟିଲାଇ, ଆଦ୍ୟାର, ସୋଲିଙ୍ଗାନାଲ୍ଲୁର, ସିପକୋଟ୍, କୋଡାମ୍ବକ୍କମ୍, ବଡ଼ପାଲାନି, ପୋରୁର, ଭିଲିଭାକ୍କମ, ଆନ୍ନା ନଗର ତଥା ସେଣ୍ଟ ଥୋମାସ ମାଉଣ୍ଟରେ ବହୁ ସଂଖ୍ୟକ ଶିଳ୍ପ, ବାଣିଜ୍ୟିକ, ଆବାସିକ ଏବଂ ସଂସ୍ଥାଗତ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ପ୍ରମୁଖ ଅଞ୍ଚଳ ଦେଇ ଗତି କରେ ଏବଂ ଏହି କ୍ଲଷ୍ଟର ଏବଂ ଏହି କ୍ଲଷ୍ଟରରେ ଥିବା ଲୋକମାନଙ୍କ ପାଇଁ ପ୍ରଭାବଶାଳୀ ସର୍ବସାଧାରଣ ପରିବହନ ସୁବିଧା ମଧ୍ୟ ପ୍ରଦାନ କରିବ। ଏହା ଦକ୍ଷିଣ ଚେନ୍ନାଇ ଆଇଟି କରିଡର ପାଇଁ ଏକ ହବ୍ ଭାବରେ କାର୍ଯ୍ୟ କରୁଥିବା ସୋଲିଙ୍ଗାନାଲୁର ପରି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଞ୍ଚଳକୁ ସଂଯୋଗ ବିସ୍ତାର କରିବ । ଇଏଲସିଓଟି ଜରିଆରେ ସୋଲିଙ୍ଗାନାଲୁରକୁ ସଂଯୋଗ କରି ମେଟ୍ରୋ କରିଡର ବୃଦ୍ଧି ପାଉଥିବା ଆଇଟି କର୍ମଚାରୀଙ୍କ ଯାତାୟତ ଆବଶ୍ୟକତା ପୂରଣ କରିବ।

ଟ୍ରାଫିକ୍ ଭିଡ଼ ହ୍ରାସ: ମେଟ୍ରୋ ରେଳ ଏକ ଦକ୍ଷ ବିକଳ୍ପ ସଡ଼କ ପରିବହନ ଭାବରେ ଏବଂ ଚେନ୍ନାଇ ସହରରେ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ଭାବରେ ଦ୍ୱିତୀୟ ପର୍ଯ୍ୟାୟ ସହିତ ଟ୍ରାଫିକ୍ ଭିଡ଼ ହ୍ରାସ କରିବା ସହିତ ଏବଂ ସହରର ପ୍ରବଳ ଜନଗହଳିପୂର୍ଣ୍ଣ ମାର୍ଗରେ ବିଶେଷ ଭାବରେ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି । ସଡ଼କ ଯାତାୟାତ ହ୍ରାସ ଫଳରେ ଯାନବାହନ ଚଳାଚଳ ସହଜ ହୋଇପାରିବ, ଯାତ୍ରା ସମୟ ହ୍ରାସ ପାଇବ, ସାମଗ୍ରିକ ସଡ଼କ ନିରାପତ୍ତା ବୃଦ୍ଧି ପାଇବ ଇତ୍ୟାଦି ।

ପରିବେଶ ଲାଭ: ଦ୍ୱିତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ଏବଂ ଚେନ୍ନାଇ ସହରରେ ସାମଗ୍ରିକ ମେଟ୍ରୋ ରେଳ ନେଟୱାର୍କ ବୃଦ୍ଧି ଦ୍ୱାରା ପାରମ୍ପରିକ ଜୀବାଶ୍ମ ଇନ୍ଧନ ଆଧାରିତ ପରିବହନ ତୁଳନାରେ କାର୍ବନ ନିର୍ଗମନ ଯଥେଷ୍ଟ ହ୍ରାସ ହୋଇପାରିବ ।

ଅର୍ଥନୈତିକ ଅଭିବୃଦ୍ଧି: ଯାତ୍ରା ସମୟ ହ୍ରାସ ଏବଂ ସହରର ବିଭିନ୍ନ ସ୍ଥାନରେ ଉନ୍ନତ ପ୍ରବେଶ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଅଧିକ ଦକ୍ଷତାର ସହ ପହଞ୍ଚିବା ଦ୍ୱାରା ଉତ୍ପାଦକତା ବୃଦ୍ଧି କରାଯାଇପାରିବ । ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ ଓ ପରିଚାଳନା ଦ୍ୱାରା ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାବ୍ୟତୀତ, ବର୍ଦ୍ଧିତ ଯୋଗାଯୋଗ ସ୍ଥାନୀୟ ବ୍ୟବସାୟକୁ ଉତ୍ସାହିତ କରିବ, ବିଶେଷକରି ନୂତନ ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ପୁଞ୍ଜିନିବେଶ ଏବଂ ବିକାଶକୁ ଆକୃଷ୍ଟ କରିବ ।

ସାମାଜିକ ପ୍ରଭାବ: ଚେନ୍ନାଇରେ ଦ୍ୱିତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ନେଟୱାର୍କର ସମ୍ପ୍ରସାରଣ ସାର୍ବଜନୀନ ଯାତାୟତକୁ ଅଧିକ ସୁଗମ କରିବ, ବିଭିନ୍ନ ସାମାଜିକ-ଅର୍ଥନୈତିକ ଗୋଷ୍ଠୀକୁ ଉପକୃତ କରିବ ଏବଂ ପରିବହନ ଅସମାନତାକୁ ହ୍ରାସ କରିବ ଯାହା ଯାତାୟତ ସମୟ ହ୍ରାସ କରି ଏବଂ ଅତ୍ୟାବଶ୍ୟକ ସେବାଗୁଡିକର ଉପଲବ୍ଧତାରେ ଉନ୍ନତି ଆଣି ଉନ୍ନତ ମାନର ଜୀବନ ଧାରଣରେ ଯୋଗଦାନ କରିବ ।

ଦ୍ୱିତୀୟ ପର୍ଯ୍ୟାୟ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ସହର ପାଇଁ ଅନେକ ପରିବର୍ତ୍ତନ ଆଣିବ। ଏହା ଯୋଗାଯୋଗ ବୃଦ୍ଧି, ଟ୍ରାଫିକ ଭିଡ଼ ହ୍ରାସ, ପରିବେଶ ଲାଭ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଉନ୍ନତ ଜୀବନଧାରଣର ମାନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ଦ୍ୱିତୀୟ ପର୍ଯ୍ୟାୟ ସହରାଞ୍ଚଳର ପ୍ରମୁଖ ଆହ୍ୱାନର ମୁକାବିଲା କରି ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଭିତ୍ତିଭୂମି ପ୍ରଦାନ କରିବା ସହିତ ସହରର ବିକାଶ ଧାରା ଏବଂ ସ୍ଥାୟୀତ୍ବକୁ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India crosses 20k organ transplants/yr for 1st time

Media Coverage

India crosses 20k organ transplants/yr for 1st time
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the effort and dedication of India's Youth
August 04, 2026

The Prime Minister, Shri Narendra Modi, shared a Sanskrit Subhashitam applauding the effort and dedication of India's Youth:

"न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥"

Shri Modi said that through continuous effort and dedication, our talents are honed and refined, and our youth is imbibing these very qualities and bringing glory to India.

The Prime Minister posted on X:

निरंतर प्रयास और साधना से हमारी प्रतिभा और निखरती है। आज हमारे युवा इन्हीं गुणों को आत्मसात कर दुनियाभर में देश का नाम रोशन कर रहे हैं।

न हि ज्ञानेन सदृशं पवित्रमिह विद्यते ।

तत्स्वयं योगसंसिद्ध: कालेनात्मनि विन्दति ॥