୧୬ଟି ରାଜ୍ୟରେ ଭାରତ ନେଟ ତ୍ୱରାନ୍ୱିତ କରିବାକୁ ୧୯,୦୪୧ କୋଟି ଟଙ୍କା ମଞ୍ଜୁରି
ଦେଶର ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ମଧ୍ୟ ଭାରତ ନେଟ ସଂଯୋଗ ସମ୍ପ୍ରସାରଣକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ରାଜ୍ୟ ନିମନ୍ତେ ସଂଶୋଧିତ ଭାରତ ନେଟ୍ କାର୍ଯ୍ୟକାରୀ କରିବାକୁ ରଣନୀତି ଅନୁମୋଦିତ ହୋଇଛି । ଏହା ସରକାରୀ ଓ ଘରୋଇ ଭାଗିଦାରୀତାରେ କାର୍ଯ୍ୟକାରୀ କରାଯିବ । ଏହି ସବୁ ରାଜ୍ୟର ଗ୍ରାମପଞ୍ଚାୟତ ବାହାରେ ମଧ୍ୟ ଅନ୍ୟାନ୍ୟ ଜନବସତିପୂର୍ଣ୍ଣ ଗ୍ରାମକୁ ଭାରତ ନେଟ୍ ସମ୍ପ୍ରସାରିତ ହେବ ।  ଏହି ସଂଶୋଧିତ ରଣନୀତିରେ ଉନ୍ନୀତକରଣ, ନିର୍ମାଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣର କାର୍ଯ୍ୟ ପ୍ରତିଯୋଗିତାମୂଳକ ଆର୍ନ୍ତଜାତିକ ନିଲାମଦ୍ୱାରା ବଛାଯାଉଥିବା ଏହାର ଭାରପ୍ରାପ୍ତ ସଂସ୍ଥାର ମଧ୍ୟ ବ୍ୟବସ୍ଥା ରଖାଯାଇଛି । ଏଥିପାଇଁ ଆକଳିକ ସର୍ବାଧିକ ପିପିପି ମଡେଲ ପାଣ୍ଠି ୧୯, ୦୪୧ କୋଟି ଟଙ୍କା ରଖାଯାଇଛି ।

ଯେଉଁ ରାଜ୍ୟଗୁଡିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି, ସେଗୁଡିକ ହେଲା କେରଳ, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ । ଏଥିରେ ୩ଲକ୍ଷ ୬୧ହଜାର ଗ୍ରାମ (ଗ୍ରାମପଞ୍ଚାୟତ) ସହିତ ଅନ୍ତର୍ଭୁକ୍ତ ହେବ ।

            ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନବସତି ପୂର୍ଣ୍ଣ ଗ୍ରାମଗୁଡିକୁ  ଭାରତ ନେଟ୍ ସମ୍ପ୍ରସାରଣ ପାଇଁ କ୍ୟାବିନେଟ୍ ନୀତିଗତ ନିଷ୍ପତ୍ତି ନେଇଛି । ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଦୂରସଂଚାର ମନ୍ତ୍ରଣାଳୟ ନୀତି ନିର୍ଦ୍ଧାରଣ କରିବ ।

            ଏହି ପିପିପି ମଡେଲରେ ଘରୋଇ କ୍ଷେତ୍ରର ଉପସ୍ଥିତି ଯୋଗୁଁ  ରକ୍ଷଣାବେକ୍ଷଣ କାର୍ଯ୍ୟକାରିତା ଓ  ଉପଯୋଗିତାର ଦକ୍ଷତା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଁ ଭାରତ ନେଟ ଅଧିକ ସଶକ୍ତ ହେବ । ନିର୍ବାଚିତ ଘରୋଇ କ୍ଷେତ୍ର ଅଂଶୀଦାର, ପୂର୍ବ ନିର୍ଦ୍ଦାରିତ ସେବାସ୍ତରୀୟ ରାଜିନାମା(ଏସଏଲଏ) ଯୋଗୁଁ ଅଧିକ ନିର୍ଭରଯୋଗ୍ୟ, ଦୃତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ଆଶା କରାଯାଉଛି । ଜନବସତି ଅଧୁଷିତ ଗ୍ରାମଗୁଡିକୁ ନିର୍ଭରଯୋଗ୍ୟ, ଗୁଣାତ୍ମକ ଓ ଦ୍ରୁତଗତି ସମ୍ପନ୍ନ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା ଦୃଷ୍ଟିରୁ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯୋଗାଉଥିବା ଇ-ସେବା ମଧ୍ୟ ସହଜରେ ଉପଲବ୍ଧ ହେବ । ଏହା ଦ୍ୱାରା ଅନଲାଇନ ଶିକ୍ଷା, ଟେଲି ମେଡିସିନ୍‌, କୌଶଳ ବିକାଶ, ଇ-କମର୍ସ ଓ ବ୍ରଡବ୍ୟାଣ୍ଡ ଜନିତ ଅନ୍ୟାନ୍ୟ ବ୍ୟବହାର ମଧ୍ୟ ସୁବିଧାଜନକ ହେବ । ଏହା ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡର ଦୃତ ବିସ୍ତାର ଯୋଗୁଁ ଗ୍ରାମ-ସହର ମଧ୍ୟରେ ଦୂରତା ସଙ୍କୁଚିତ ହେବା ସହ ଡିଜିଟାଲ ସଂଯୋଗ ବୃଦ୍ଧି ପାଇଁ ଡିଜିଟାଲ ଇଣ୍ଡିଆ ସଫଳତାକୁ ଅଧିକ ଗତି ପ୍ରଦାନ କରିବ ।

କେବଳ ସେତିକି ନୁହେଁ ଏହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ଓ ଆୟବୃଦ୍ଧି ମଧ୍ୟ ଘଟିବ ।

ଭାରତ ନେଟ୍ ପିପିପି ମଡେଲ ନିମ୍ନଲିଖିତ ଖାଉଟି ସୁଲଭ ସୁବିଧା ମଧ୍ୟ ପ୍ରଦାନ କରିବ ।

(କ) ଖାଉଟିମାନଙ୍କ ନିମନ୍ତେ ଘରୋଇ କ୍ଷେତ୍ର ଦ୍ୱାରା ଅତ୍ୟାଧୁନିକ ପ୍ରଯୁକ୍ତି ସୁବିଧା ।

(ଖ) ଉଚ୍ଚମାନର ଗ୍ରାହକ ସେବା

(ଗ) ନେଟୱାର୍କ ତୀବ୍ରତା ସହ ଗ୍ରାହକଙ୍କୁ ତୁରନ୍ତ ସଂଯୋଗ ବ୍ୟବସ୍ଥା ।

(ଘ) ପ୍ରତିଯୋଗିତାମୂଳକ ଶୁଳ୍କ ସେବା

(ଙ) ଦ୍ରୁତ ଗତିଶୀଳ ଇଂଟରନେଟ୍‌ର ବିବିଧ ସେବା ଯଥା ଓଟିଟି ସେବା ଓ ମଲ୍‌ଟି ମିଡିଆ ସେବା

(ଚ) ସମସ୍ତ ଅନଲାଇନ ସେବା ସୁବିଧା

ପିପିପି ମଡେଲ ଏକ ଅଭିନବ ଦୂରସଞ୍ଚାର ଭିତ୍ତିଭୂମି ପଦକ୍ଷେପ । ଘରୋଇ କ୍ଷେତ୍ର ନିଜର ଅଂଶଧନ ବିନିଯୋଗ  ଓ ମୂଳପୁଞ୍ଜି ବୃଦ୍ଧି କରି ରକ୍ଷଣାବେକ୍ଷଣା ଦିଗରେ କାର୍ଯ୍ୟ କରିପାରିବେ । ସେ ଦୃଷ୍ଟିରୁ ଭାରତନେଟ୍‌ରେ ପିପିପି ମଡେଲ ଗୁଣାତ୍ମକ ସେବା, କାର୍ଯ୍ୟଦକ୍ଷତା ଓ ଗ୍ରାହକ ସେବା ବୃଦ୍ଧି ସହ ଜନସାଧାରଣଙ୍କ ପୁଞ୍ଜି ମଧ୍ୟ ବଞ୍ଚାଇବାରେ ସହାୟକ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New farm-sector scheme gives thrust to 100 laggard districts

Media Coverage

New farm-sector scheme gives thrust to 100 laggard districts
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Shri Biju Patnaik Ji on his birth anniversary
March 05, 2026

The Prime Minister, Shri Narendra Modi paid tributes to former Chief Minister of Odisha, Shri Biju Patnaik on his birth anniversary and remembered him for his passion towards furthering the progress of Odisha.

The Prime Minister wrote on X;

“On his birth anniversary today, I pay tributes to Shri Biju Patnaik Ji and remember his passion towards furthering the progress of Odisha.”