Cabinet approves Ayushman Bharat: Initiative to provide coverage of Rs 5 lakh per family per year and benefit more than 10 crore vulnerable families
Ayushman Bharat: Benefits of the scheme are portable across the country, beneficiary covered under to be allowed to take cashless benefits from any public/private empanelled hospitals

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଭାରତ-ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ (ଏବି-ଏନଏଚପିଏମ) ଶୁଭାରମ୍ଭ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ବାର୍ଷିକ ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କାର ବୀମା/ଲାଭ କଭର ଦିଆଯିବ । ପ୍ରସ୍ତାବିତ ଯୋଜନାରେ 10 କୋଟିରୁ ଅଧିକ ଗରିବ ହିତାଧିକାରୀ ପରିବାର ସାମିଲ ହେବେ । ଏହି ପରିବାର ଏସପିସିସି ଡାଟାବେସରେ ଆଧାରିତ ଗରିବ ଏବଂ ଦୁର୍ବଳ ଜନସଂଖ୍ୟାର ହୋଇଥିବେ । ଏବି-ଏନଏଚପିଏସରେ ପ୍ରଚଳିତ – ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା(ଆରଏସବିୱାଇ) ଏବଂ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ବୀମା ଯୋଜନା (ଏସସସିଏଚଆଇଏସ) ସମ୍ମିଳିତ ହେବ ।

ପ୍ରମୁଖ ବିଶେଷତ୍ୱ :

  1. 1. ଏବି-ଏନଏଚପିଏମରେ ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କାର ପରିଭାଷିତ ଲାଭ କଭର ମିଳିବ ।

ଏହି କଭରରେ ସମସ୍ତ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ସ୍ୱାସ୍ଥ୍ୟ ସୁବିଧା ପ୍ରକ୍ରିୟା ସାମିଲ ରହିଛି । ଏହା ସୁନିଶ୍ଚିତ କରିବା ଲାଗି ଯେ କୌଣସି ବ୍ୟକ୍ତି (ମହିଳା, ଶିଶୁ ଏବଂ ବୟସ୍କ) ବାକି ରହିନଯା’ନ୍ତି, ସେଥିପାଇଁ ଯୋଜନାରେ ପରିବାରର ଆକାର ଏବଂ ଆୟୁ ଉପରେ କୌଣସି ପ୍ରକାରର ସୀମା ରହିବ ନାହିଁ । ଲାଭ କଭରରେ ଡାକ୍ତରଖାନାରେ ଦାଖଲ ହେବା ପୂର୍ବରୁ ଏବଂ ଦାଖଲ ହେବା ପରେ ଖର୍ଚ୍ଚ ମଧ୍ୟ ସାମିଲ କରାଯିବ । ବୀମା ପଲିସିର ପୂର୍ବଦିନ ଠାରୁ ରହିଥିବା ସମସ୍ତ ସର୍ତ୍ତକୁ କଭର କରାଯିବ । ହିତାଧିକାରୀମାନଙ୍କୁ ପ୍ରତ୍ୟେକ ଥର ଡାକ୍ତରଖାନାରେ ଦାଖଲ ହେବା ପରେ ପରିବହନ ଭତ୍ତା ମଧ୍ୟ ପରିଶୋଧ କରାଯିବ ।

  1. 2. ଏହି ଯୋଜନାର ଲାଭ ସାରା ଦେଶରେ ମିଳିବ ଏବଂ ଯୋଜନା ଅନ୍ତର୍ଗତ କଭର କରାଯାଉଥିବା ହିତାଧିକାରୀଙ୍କୁ ପାନେଲରେ ସାମିଲ ଥିବା ଯେକୌଣସି ସରକାରୀ/ଘରୋଇ ଡାକ୍ତରଖାନାରେ ନଗଦମୁକ୍ତ (କ୍ୟାସଲେସ) ଲାଭ ନେବା ଲାଗି ଅନୁମତି ମିଳିବ ।
  2. 3. ଏବି-ଏନଏଚପିଏମ ଯୋଗ୍ୟତା ଆଧାରିତ ଯୋଜନା ହେବା ଏବଂ ଯୋଗ୍ୟତା ଏସଇସିସି ଡାଟାବେସରେ ଥିବା ମାନକ ଆଧାରରେ ନିର୍ଦ୍ଧାରଣ କରାଯିବ । ଗ୍ରାମୀଣ କ୍ଷେତ୍ରର ବିଭିନ୍ନ ଶ୍ରେଣୀରେ ଏପରି ପରିବାର ସାମିଲ ଅଛନ୍ତି ଯେଉଁମାନଙ୍କ ପାଖରେ କଚ୍ଚା କାନ୍ଥ ଏବଂ କଚ୍ଚା ଛାତ ସହିତ ଗୋଟିଏ ବଖରା ରହିଥିବା, ଏପରି ପରିବାର ଯେଉଁଥିରେ 16ରୁ 59ବର୍ଷ ବୟସ ମଧ୍ୟରେ କୌଣସି ବୟସ୍କ ସଦସ୍ୟ ନଥିବେ, ଏପରି ପରିବାର ଯାହା ମୁଖିଆ ମହିଳା ଅଟନ୍ତି ଏବଂ ଯେଉଁଥିରେ 16ରୁ 59ବର୍ଷ ଆୟୁ ମଧ୍ୟରେ କୌଣସି ବୟସ୍କ ସଦସ୍ୟ ନାହାନ୍ତି, ଏପରି ପରିବାର ଯେଉଁଥିରେ ଦିବ୍ୟାଙ୍ଗ ସଦସ୍ୟ ରହିଛନ୍ତି ଏବଂ କେହି ଶାରୀରିକ ଭାବେ ସକ୍ଷମ ବୟସ୍କ ସଦସ୍ୟ ନାହାନ୍ତି, ଅନୁସୂଚୀତ ଜାତି/ଜନଜାତି ପରିବାର, ଶାରୀରିକ ଶକ୍ତି ବିନିଯୋଗ କରି ଆକସ୍ମିକ ମଜୁରିରୁ ଅଧିକାଂଶ ଆୟ କରୁଥିବା ଭୂମିହୀନ ପରିବାର ରହିଛନ୍ତି । ଗ୍ରାମୀଣ କ୍ଷେତ୍ରରେ ଏପରି ପରିବାର ଆପେ ଆପେ ସାମିଲ ହୋଇଯାଇଛନ୍ତି ଯେଉଁମାନଙ୍କର ରହିବା ଲାଗି ବାସଗୃହ ନାହିଁ, ନିରାଶ୍ରୟ, ବଦାନ୍ୟତାରେ ଜୀବନଯାପନ କରୁଥିବା ଲୋକ, ମଇଳା ସଫା କରୁଥିବା ପରିବାର, ଆଦିମ ଜନଜାତି ସମୂହ, ଆଇନଗତ ଭାବେ ମୁକ୍ତ ହୋଇଥିବା ଦାଦନ ଶ୍ରମିକ ଅଛନ୍ତି ।
  3. 4. ହିତାଧିକାରୀମାନେ ପାନେଲରେ ସାମିଲ ହୋଇଥିବା ସରକାରୀ ଏବଂ ଘରୋଇ ଉଭୟ ଡାକ୍ତରଖାନାରୁ ଲାଭ ନେଇପାରିବେ । ଏବି-ଏନଏପିଏମ ଲାଗୁ କରୁଥିବା ରାଜ୍ୟଗୁଡ଼ିକର ସମସ୍ତ ସରକାରୀ ଡାକ୍ତରଖାନାକୁ ଯୋଜନା ଲାଗି ପାନେଲରେ ସାମିଲ ବୋଲି ବୁଝାଯିବ । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ସହ ଜଡ଼ିତ ଡାକ୍ତରଖାନାକୁ ମଧ୍ୟ ଶଯ୍ୟା ପ୍ରବେଶ ଅନୁପାତ ମାନକ ଆଧାରରେ ପାନେଲରେ ସାମିଲ କରାଯାଇପାରିବ । ଘରୋଇ ଡାକ୍ତରଖାନାଗୁଡ଼ିକୁ ପରିଭାଷିତ ମାନକର ଆଧାରରେ ଅନଲାଇନ ଢଙ୍ଗରେ ପାନେଲରେ ସାମିଲ କରାଯିବ ।
  4. 5. ଖର୍ଚ୍ଚକୁ ନିୟନ୍ତ୍ରିତ କରିବା ଲାଗି ପ୍ୟାକେଜ ଦର (ସରକାରଙ୍କ ଦ୍ୱାରା ଅଗ୍ରୀମ ଭାବେ ପରିଭାଷିତ) ଆଧାରରେ ଚିକିତ୍ସା ଲାଗି ପରିଶୋଧ କରାଯିବ । ପ୍ୟାକେଜ ଦରରେ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ବ୍ୟୟ ସାମିଲ ହେବ । ହିତାଧିକାରୀଙ୍କ ପାଇଁ ଏହା ନଗଦମୁକ୍ତ, କାଗଜମୁକ୍ତ କାରବାର ହେବ । ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ନିକଟରେ ଏହି ଦରରେ ସୀମିତ ଭାବେ ସଂଶୋଧନ କରିବାର ନମନୀୟତା ରହିବ ।
  5. 6. ଏବି-ଏନଏଚପିଏମର ଏକ ପ୍ରମୁଖ ସିଦ୍ଧାନ୍ତ ହେଉଛି ସହଯୋଗୀ ସଂଘୀୟ ବ୍ୟବସ୍ଥା ଏବଂ ରାଜ୍ୟଗୁଡ଼ିକୁ ନମନୀୟତା ପ୍ରଦାନ କରିବା । ଏଥିରେ ସହ-ମେଂଟ ମାଧ୍ୟମରେ ରାଜ୍ୟଗୁଡ଼ିକ ସହିତ ଭାଗିଦାରୀର ବ୍ୟବସ୍ଥା ରହିଛି । ଏଥିରେ ବର୍ତମାନର ସ୍ୱାସ୍ଥ୍ୟ ବୀମା/କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ ସରକାର (ସେମାନଙ୍କ ନିଜସ୍ୱ ବ୍ୟୟରେ) ବିଭିନ୍ନ ସୁଯୋଜନା ଯୋଜନା ସହିତ ଉଚିତ ଏକୀକରଣ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କୁ ଅନୁପ୍ରସ୍ଥ ଏବଂ ଭୂଲମ୍ବ ଉଭୟ ଭାବରେ ଚୟନରେ ସ୍ୱାଧୀନତା ମିଳିବ । ରାଜ୍ୟ ବୀମା କମ୍ପାନୀ ମାଧ୍ୟମରେ କିମ୍ବା ପ୍ରତ୍ୟକ୍ଷ ଭାବେ ଟ୍ରଷ୍ଟ/ସୋସାଇଟି ମାଧ୍ୟମରେ କିମ୍ବା ମିଳିତ ଭାବେ ଯୋଜନା ଲାଗୁ କରିପାରିବେ ।
  6. 7. ନୀତି ନିର୍ଦ୍ଦେଶ ଦେବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଲାଗି ଶୀର୍ଷସ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ପରିଷଦ (ଏବି-ଏନଏଚପିଏମସି) ଗଠନ କରିବାର ପ୍ରସ୍ତାବ ରହିଛି । ଏଥିରେ ଏକ ଆୟୁଷ୍ମାନ ଭାରତ ଜାତୀୟ, ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ପରିଚାଳକ ବୋର୍ଡ ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି ଯାହାର ଅଧ୍ୟକ୍ଷତା ମିଳିତ ଭାବେ ସଚିବ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ) ଏବଂ ସଦସ୍ୟ (ସ୍ୱାସ୍ଥ୍ୟ), ନୀତି ଆୟୋଗଙ୍କ ଦ୍ୱାରା କରାଯିବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଉପସଚିବ ଏବଂ ନିର୍ଦ୍ଦେଶକ, ଆୟୁଷ୍ମାନ ଭାରତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (ଏବି-ଏନଏଚପିଏମ) ଏବଂ ଯୁଗ୍ମ ସଚିବ (ଏବି-ଏନଏପିଏମ), ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଦସ୍ୟ ରହିବେ । ଆୟୁଷ୍ମାନ ଭାରତ-ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ କେସିଇଓ ସଦସ୍ୟ ସଚିବ ରହିବେ । ଆବଶ୍ୟକତା ଅନୁଯାୟୀ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ସଚିବ ମଧ୍ୟ ସଦସ୍ୟ ହୋଇପାରିବେ । ପରିଚାଳନା ସ୍ତରେ ଏବି-ଏନଏଚପିଏମକେର ପରିଚାଳନା ଲାଗି ସୋସାଇଟି ରୂପରେ ଆୟୁଷ୍ମାନ ଭାରତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଏଜେନ୍ସି (ଏବି-ଏନଏଚପିଏମ) ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି । ପୂର୍ଣ୍ଣକାଳନୀ ସିଇଓ ଏବି-ଏନଏଚପିଏମଏର ନେତୃତ୍ୱ ନେବେ ଯିଏକି ଭାରତ ସରକାରଙ୍କ ସଚିବ/ଉପସଚିବ ସ୍ତରର ଅଧିକାରୀ ହୋଇଥିବେ ।
  7. 8. ଯୋଜନା ଲାଗୁ କରିବା ଲାଗି ରାଜ୍ୟଗୁଡ଼ିକୁ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି (ଏସଏଚଏ)ର ଆବଶ୍ୟକତା ରହିବ । ଯୋଜନାକୁ ଲାଗୁ କରିବା ଲାଗି ରାଜ୍ୟଗୁଡ଼ିକ ନିକଟରେ ଏସଏଚଏ ରୂପରେ ବର୍ତ୍ତମାନ ଟ୍ରଷ୍ଟ/ସୋସାଇଟି/ଅଣଲାଭକାରୀ କମ୍ପାନୀ/ରାଜ୍ୟ ନୋଡାଲ ଏଜେନ୍ସିର ଉପଯୋଗ କରିବାର ବିକଳ୍ପ ରହିବ କିମ୍ବା ନୂଆ ଟ୍ରଷ୍ଟ/ସୋସାଇଟି/ଅଣଲାଭକାରୀ କମ୍ପାନୀ/ରାଜ୍ୟ ନୋଡାଲ ଏଜେନ୍ସି ପ୍ରତିଷ୍ଠା କରିବାର ବିକଳ୍ପ ରହିବ । ଜିଲ୍ଲା ସ୍ତରରେ ମଧ୍ୟ ଏହି ଯୋଜନା ଲାଗୁ କରିବା ଲାଗି ଢାଂଚା ପ୍ରସ୍ତୁତ କରିବାକୁ ହେବ ।
  8. 9. ଏହା ସୁନିଶ୍ଚିତ କରିବା ଲାଗି ଯେ ଅର୍ଥ ଏସଏଚଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ପହଁଚିବ ସେଥିପାଇଁ ଏବି-ଏନଏଚପିଏମଏ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକୁ ଅର୍ଥ ସ୍ଥାନାନ୍ତରଣ ପ୍ରତ୍ୟକ୍ଷ ଭାବେ ନିଲମ୍ବ ଖାତାରେ କରାଯାଇପାରିବ । ପରିଭାଷିତ ସମୟ ସୀମା ମଧ୍ୟରେ ରାଜ୍ୟଗୁଡ଼ିକୁ ସମାନ ଭାଗର ଅନୁଦାନ ଦେବାକୁ ପଡ଼ିବ ।
  9. 10. ନୀତି ଆୟୋଗଙ୍କ ସହିତ ଭାଗିଦାରୀରେ ଏକ ସୁଦୃଢ଼, ପରିମାପକ, କ୍ରମବଦ୍ଧ ଏବଂ ଆନ୍ତଃସଂଚାଳିତ ଆଇଟି ପ୍ଲାଟଫର୍ମ ଚାଲୁ କରାଯିବ ଯେଉଁଥିରେ କାଗଜମୁକ୍ତ, ନଗଦମୁକ୍ତ କାରବାର ହେବ । ଏହାଦ୍ୱାରା ସାମ୍ଭାବ୍ୟ ଦୂରୁପଯୋଗର ଚିହ୍ନଟ/ଜାଲିଆତି ଏବଂ ଦୁରୂପଯୋଗ ରୋକିବାରେ ସହାୟତା ମିଳିବ । ଏଥିରେ ସୁପରିଭାଷିତ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିବ । ଏହାବ୍ୟତୀତ ନୈତିକ ବିପଦ (ଦୁରୂପଯୋଗର ସମ୍ଭାବନା) ସହିତ ଚିକିତ୍ସା ପୂର୍ବ ଅଧିକାରକୁ ବାଧ୍ୟତାମୂଳକ କରାଯିବ ।
  10. 11. ଏହି ଯୋଜନା ଉପଯୁକ୍ତ ହିତାଧିକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ନିକଟରେ ପହଁଚାଇବା ସୁନିଶ୍ଚିତ କରିବା ଲାଗି ବ୍ୟାପକ ଗଣମାଧ୍ୟମ ଯୋଗସୂତ୍ର ଏବଂ ଆଉଟରିଚ ରଣନୀତି ବିକଶିତ କରାଯିବ । ଯେଉଁଥିରେ ଅନ୍ୟ ପ୍ରସଙ୍ଗ ବ୍ୟତୀତ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପାରମ୍ପରିକ ଗଣମାଧ୍ୟମ, ଆଇଆଇସି ସାମଗ୍ରୀ ଏବଂ ଆଉଟଡୋର ଗତିବିଧି ସାମିଲ ରହିଛି ।

କାର୍ଯ୍ୟାନ୍ୱୟନ ରଣନୀତି

ଜାତୀୟ ସ୍ତରରେ ପରିଚାଳନା ଲାଗି ଆୟୁଷ୍ମାନ ଭାରତ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ଏଜେନ୍ସି (ଏବି-ଏନଏଚପିଏମଏ) ପ୍ରତିଷ୍ଠା କରାଯିବ । ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ସମର୍ପିତ ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି (ଏସଏଚଏ) ଦ୍ୱାରା ଯୋଜନା ଲାଗୁ କରିବା ଲାଗି ପରାମର୍ଶ ଦିଆଯିବ । ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବର୍ତ୍ତମାନର ଟ୍ରଷ୍ଟ/ସୋସାଇଟି/ଅଣଲାଭକାରୀ କମ୍ପାନୀ/ରାଜ୍ୟ ନୋଡାଲ ଏଜେନ୍ସିର ଉପଯୋଗ କରିବେ କିମ୍ବା ନୂଆ  ଟ୍ରଷ୍ଟ/ସୋସାଇଟି/ଅଣଲାଭକାରୀ କମ୍ପାନୀ/ରାଜ୍ୟ ନୋଡାଲ ଏଜେନ୍ସିର ପ୍ରତିଷ୍ଠା କରିପାରିବେ । ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଯୋଜନାକୁ ବୀମା କମ୍ପାନୀ ଜରିଆରେ ପ୍ରତ୍ୟକ୍ଷ ଭାବେ ଟ୍ରଷ୍ଟ/ସୋସାଇଟି ମାଧ୍ୟମରେ କିମ୍ବା ଏକୀକୃତ ମଡେଲର ଉପଯୋଗ କରି ଯୋଜନା ଲାଗୁ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

ପ୍ରମୁଖ ପ୍ରଭାବ :

ଗତ ଦଶ ବର୍ଷ ମଧ୍ୟରେ ଭାରତରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଦାଖଲ ହେବାର ଖର୍ଚ୍ଚ ପାଖାପାଖି 300 ପ୍ରତିଶତ ବୃଦ୍ଧି ପାଇଛି । (ଏନଏଏସଓ 2015) । 80 ପ୍ରତିଶତରୁ ଅଧିକ ଖର୍ଚ୍ଚ ପକେଟ (ଓଓପି)ର ପୂରଣ କରାଯାଇଥାଏ । ଗ୍ରାମୀଣ ପରିବାର ମୁଖ୍ୟତଃ ପାରିବାରିକ ଆୟ/ସଂଚୟ (68 ପ୍ରତିଶତ) ଏବଂ ଉଧାର (25 ପ୍ରତିଶତ) ଉପରେ ନିର୍ଭର କରିଥା’ନ୍ତି । ସହରୀ ପରିବାର ଡାକ୍ତରଖାନା ଖର୍ଚ୍ଚର ଅର୍ଥ ପୋଷଣ ଲାଗି ନିଜର ଆୟ/ସଂଚୟ (75 ପ୍ରତିଶତ) ଏବଂ ଉଧାର (18 ପ୍ରତିଶତ) ଉପରେ ନିର୍ଭର କରିଥା’ନ୍ତି । (ଏନଏସଏସଓ 2015) ଭାରତରେ ପକେଟରୁ 60 ପ୍ରତିଶରୁ ଅଧିକ ଖର୍ଚ୍ଚ ହୋଇଥାଏ ଯାହାର ପରିଣାମ ସ୍ୱରୂପ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ଖର୍ଚ୍ଚ କାରଣରୁ 6 ନିୟୁତ ପରିବାର ଦାରିଦ୍ର୍ୟ ଘେରରେ ରହିଛନ୍ତି । ନିମ୍ନଲିଖିତ ଆଧାରରେ ଏବି-ଏନଏଚପିଏର ପ୍ରଭାବ ପକେଟ ଖର୍ଚ୍ଚ ହ୍ରାସ କରିପାରିବ ।

  1. 1. ଜନସଂଖ୍ୟାର ପାଖାପାଖି 40ପ୍ରତିଶତକୁ ବୃଦ୍ଧି ପାଇଥିବା ଲାଭ କଭର (ଗରିବ ଏବଂ ଦୁର୍ବଳ)
  2. 2. ସମସ୍ତ ଦ୍ୱିତୀୟ ଏବଂ ତୃତୀୟ (ନକାରାତ୍ମକ ତାଲିକାକୁ ବାଦ ଦେଇ) ଡାକ୍ତରଖାନା କଭର କରାଯିବ । ପ୍ରତ୍ୟେ ପରିବାର ଲାଗି 5 ଲକ୍ଷ ଟଙ୍କାର କଭରେଜ (ପରିବାରର ଆକାର ଉପରେ କୌଣସି ପ୍ରତିବନ୍ଧକ ନାହିଁ) ।

ଏହାଦ୍ୱାରା ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସୁବିଧାର ଉପଲବ୍ଧତା ବୃଦ୍ଧି ପାଇବ । ଆର୍ଥିକ ସମ୍ବଳର ଅଭାବ କାରଣରୁ ଜନସଂଖ୍ୟାର ପୂରଣ ହୋଇପାରୁନଥିବା ଆବଶ୍ୟକତା ପୂରଣ ହେବ । ଏହାଦ୍ୱାରା ନିର୍ଦ୍ଧାରିତ ସମୟରେ ଚିକିତ୍ସା ହୋଇପାରିବ, ସ୍ୱାସ୍ଥ୍ୟ ପରିଣାମରେ ଉନ୍ନତି ଆସିବ, ରୋଗୀଙ୍କୁ ସନ୍ତୋଷ ମିଳିବ, ଉତ୍ପାଦକତା ଏବଂ ସକ୍ଷମତାରେ ସୁଧାର ଆସିବ, ନିଯୁକ୍ତି ସୃଷ୍ଟି ହେବ ଏବଂ ଏହାର ପରିଣାମସ୍ୱରୂପ ଜୀବନର ଗୁଣବତ୍ତାରେ ସୁଧାର ଆସିବ ।

ସାମିଲ ଖର୍ଚ୍ଚ

ପ୍ରିମିୟମର ପରିଶୋଧରେ ହେଉଥିବା ଖର୍ଚ୍ଚ ଅର୍ଥ ମନ୍ତ୍ରଣାଳୟଙ୍କ ଦିଗ-ନିର୍ଦ୍ଦେଶ(ଦିଗଦର୍ଶନ) ଅନୁଯାୟୀ ନିର୍ଦ୍ଦିଷ୍ଟ ଅନୁପାତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ବହନ କରାଯିବ । ସେହି ରାଜ୍ୟଗୁଡ଼ିକ ଯେଉଁଠି ବୀମା କମ୍ପାନୀଗୁଡ଼ିକ ମାଧ୍ୟମରେ ଏବି-ଏନଏଚପିଏମ ଲାଗୁ କରାଯିବ ସେଠାରେ ମୋଟ ବ୍ୟୟର ବାସ୍ତବିକ ବଜାର ନିର୍ଦ୍ଧାରିତ ପ୍ରିମିୟମ ପରିଶୋଧ ଉପରେ ନିର୍ଭର କରିବ । ଯେଉଁ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶରେ ଟ୍ରଷ୍ଟ/ସୋସାଇଟି ମାଧ୍ୟମରେ ଯୋଜନା ଲାଗୁ କରାଯିବ ସେହି ରାଜ୍ୟରେ ବାସ୍ତବ ଖର୍ଚ୍ଚ କିମ୍ବା ପ୍ରିମିୟମ ସୀମା (ଯାହା କମ ହୋଇଥିବ) ପୂର୍ବ ନିର୍ଦ୍ଧାରିତ ଅନୁପାତରେ କେନ୍ଦ୍ରୀୟ ଅର୍ଥ ଉପଲବ୍ଧ କରାଯିବ ।

ହିତାଧିକାରୀଙ୍କ ସଂଖ୍ୟା

ଏବି-ଏନଏଚପିଏସ 10.7 କୋଟି ଗରିବ, ବଂଚିତ ଗ୍ରାମୀଣ ପରିବାର ଏବଂ ଗ୍ରାମୀଣ ଏବଂ ସହରୀ ଉଭୟଙ୍କୁ କଭର ଦେଉଥିବା ସାମାଜିକ ଆର୍ଥିକ ଜାତିଭିତ୍ତିକ ଜନଗଣନା (ଏସଇସିସି)ର ନବୀନତମ ଡାଟା ଆଧାର ଅନୁସାରେ ସହରୀ ଶ୍ରମିକଙ୍କୁ ଚିହ୍ନଟ ହୋଇଥିବା ବ୍ୟବସାୟୀକ ଶ୍ରେଣୀକୁ ଟାର୍ଗେଟ କରାଯିବ । ଏହି ଯୋଜନା ଗତିଶୀଳ ଏବଂ ଅଭିଳଷିତ ରୂପରେ ତିଆରି କରାଯାଇଛି ଏବଂ ଯୋଜନା ଏସଇସିସି ଡାଟାରେ ଭବିଷ୍ୟତରେ ହେଉଥିବା ଭିନ୍ନତା/ସମାବେଶ ଏବଂ ଦୂରୀକରଣକୁ ଧ୍ୟାନରେ ରଖିବ ।

କଭର କରାଯାଇଥିବା ରାଜ୍ୟ/ଜିଲ୍ଲା

ଏବି-ଏନଏଚପିଏମ ସମସ୍ତ ହିତାଧିକାରୀଙ୍କୁ କଭର କରିବାର ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଆରମ୍ଭ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister visits L&T complex at Hazira, Gujarat
June 05, 2026

Prime Minister Shri Narendra Modi today visited the Larsen & Toubro (L&T) complex at Hazira, Gujarat, where he witnessed pioneering innovations being developed by the company across various sectors.

The Prime Minister highly commended the significant role played by L&T in furthering self-reliance in India's defence sector. Sharing glimpses from the visit, Shri Modi appreciated the engineering achievements and advancements being spearheaded at the facility.

In a series of posts on X, the Prime Minister shared:

"This afternoon, went to the L&T complex at Hazira. Witnessed some of their pioneering innovations across different sectors. The role played by L&T in furthering self-reliance in the defence sector is commendable.
@larsentoubro"

"Here are some more glimpses from the visit to the L&T complex in Hazira, Gujarat."