"ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ସୋଲାପୁରରେ ସଡ଼କ ଯୋଗାଯୋଗ, ଗରିବଙ୍କୁ ବାସଗୃହ, ଜଳଯୋଗାଣ ଓ ସ୍ୱେରେଜ ବ୍ୟବସ୍ଥା ଶୁଭାରମ୍ଭ କରିବେ "
ହାଉସିଂ ପାଇଁ ବଡ଼ ପ୍ରୋତ୍ସାହନ : ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 30,000 ବାସଗୃହର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସୋଲାପୁର ଗସ୍ତ କରିବେ  । ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖିବେ ।

ସଡ଼କ ପରିବହନ ଏବଂ ଯୋଗାଯୋଗର ଉନ୍ନତି ନିମନ୍ତେ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ 4 ଲେନ ବିଶିଷ୍ଟ 211 ନଂ ଜାତୀୟ ରାଜପଥ (ନୂତନ 52 ନଂ ଜାତୀୟ ରାଜପଥ)ର ସୋଲାପୁର-ତୁଲଜାପୁର-ଓସମାନାବାଦ ଭାଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ସୋଲାପୁର-ଓସମାନାବାଦ ରାଜପଥକୁ 4 ଲେନ ବିଶିଷ୍ଟ କରିବା ଦ୍ୱାରା ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ମରାଠାୱାଡ଼ା କ୍ଷେତ୍ରରେ ଯୋଗାଯୋଗରେ ଉନ୍ନତି ହୋଇପାରିବ  ।

Route Layout of Four Laning of Solapur-Tuljapur-Osmanabad section

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 30,000 ବାସଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହାଦ୍ୱାରା ଜରି ଗୋଟାଳି, ରିକ୍ସା ଚାଳକ, କପଡ଼ା ଶ୍ରମିକ, ବିଡି ଶ୍ରମିକ ଆଦିଙ୍କ ଭଳି ଗରିବ ବାସହୀନ ଲୋକମାନେ ସର୍ବାଧିକ ଉପକୃତ ହୋଇପାରିବେ । ଏହି ପ୍ରକଳ୍ପ ଲାଗି ମୋଟ 1811.33 କୋଟି ଟଙ୍କା ଖର୍ଚ୍ଚ କରାଯିବ, ଏଥିମଧ୍ୟରୁ 750 କୋଟି ଟଙ୍କା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସହାୟତା ଆକାରରେ ଦିଆଯିବ ।

ସ୍ୱଚ୍ଛ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି, ସୋଲାପୁରଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଭୂତଳ ସ୍ୱେରେଜ ବ୍ୟବସ୍ଥା ଏବଂ ତିନୋଟି ସିୱେଜ ପରିଚାଳନା ପ୍ଳାଣ୍ଟକୁ ସମର୍ପିତ କରିବେ । ଏହା ସହରରେ ବର୍ଜ୍ୟ ଜଳ ନିଷ୍କାସନ ପ୍ରସାର ବୃଦ୍ଧି କରିବା ସହିତ ସହରରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିପାରିବ । ଏହା ବର୍ତ୍ତମାନର ବ୍ୟବସ୍ଥା ସ୍ଥାନରେ କାର୍ଯ୍ୟକାରୀ ହେବ ଏବଂ ଅମୃତ ଯୋଜନା ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ଟ୍ରଙ୍କ ସିୱରଗୁଡ଼ିକ ସହିତ ଯୋଡ଼ି ହେବ ।

ପ୍ରଧାନମନ୍ତ୍ରୀ ସୋଲାପୁର ସ୍ମାର୍ଟ ସିଟି କ୍ଷେତ୍ର ଆଧାରିତ ବିକାଶର ଅଂଶବିଶେଷ ସ୍ୱରୂପ ଜଳ ଯୋଗାଣ ଏବଂ ସ୍ୱେରେଜ ପ୍ରଣାଳୀର ମିଳିତ ସୁଧାର ପ୍ରକଳ୍ପ, ଉଜାନୀ ନଦୀବନ୍ଧରୁ ସୋଲାପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଅମୃତ ମିଶନ ଅନ୍ତର୍ଗତ ଭୂତଳ ସ୍ୱେରେଜ ପ୍ରଣାଳୀର ଆଧାରଶିଳା ରଖିବେ । ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ପ୍ରକଳ୍ପର ମଞ୍ଜୁରିପ୍ରାପ୍ତ ବ୍ୟୟ 244 କୋଟି ଟଙ୍କା ରହିଛି । ଏହି ପ୍ରକଳ୍ପ ଦ୍ୱାରା ସେବା ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ସୁଧାର ହେବ ଏବଂ ପ୍ରଯୁକ୍ତି ଆଧାରିତ ଜନସ୍ୱାସ୍ଥ୍ୟରେ ସୁଧାର ଆସିବ ।

ପ୍ରଧାନମନ୍ତ୍ରୀ ସହରରେ ଏକ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କର ସୋଲାପୁରକୁ ଏହା ଦ୍ୱିତୀୟ ଗସ୍ତ ହେବ । ଏଥିପୂର୍ବରୁ 16 ଅଗଷ୍ଟ, 2014ରେ ସେ ସୋଲାପୁର ଗସ୍ତ କରି ସେ 4 ଳେନ ବିଶିଷ୍ଟ ଜାତୀୟ ରାଜପଥ-9ର ସୋଲାପୁର-ମହାରାଷ୍ଟ୍ର/କର୍ଣ୍ଣାଟକ ସୀମା ଭାଗର ଶିଳାନ୍ୟାସ କରିଥିଲେ ଏବଂ 765 କିଲୋୱାଟ କ୍ଷମତାସମ୍ପନ୍ନ ସୋଲାପୁର-ରାୟପୁର ବିଦ୍ୟୁତ ସଂଚାରଣ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi