ଆମେରିକା-ଭାରତ ରଣନୀତିକ ଭାଗୀଦାରୀ ଫୋରମର ବୋର୍ଡ (USISPF) ସଦସ୍ୟମାନଙ୍କ ମଧ୍ୟରୁଆମେରିକାର ବରିଷ୍ଠ ଶିଳ୍ପପତି ଏବଂ ବାଣିଜ୍ୟ ନେତୃମଣ୍ଡଳୀଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଗୋଷ୍ଠୀଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।

ବୋର୍ଡର ସଦସ୍ୟମାନେ ଭାରତ ନେତୃତ୍ୱାଧୀନ ଶିଖର ସମ୍ମିଳନୀର ପରିଣାମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଥିଲେ । ବାଣିଜ୍ୟ ନେତୃମଣ୍ଡଳୀ ବିଗତ ଚାରି ବର୍ଷରେ ସରକାରଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ଏବଂ ନିୟାମକ ସଂସ୍କାରଗୁଡିକର ପ୍ରଶଂସା କରିଥିଲେ । ଦୃତ ଗତିରେ ଅଗ୍ରସର ହେଉଥିବା ଭାରତୀୟ ଅର୍ଥବ୍ୟବସ୍ଥା ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଲାଭଦାୟକ ସୁଯୋଗଗୁଡିକର ଫାଇଦା ହାସଲ ପାଇଁ ଭାରତ ସହିତ ଆହୁରୀ ଘନିଷ୍ଠତାର ସହିତ କାର୍ଯ୍ୟ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ ।


ପ୍ରଧାନମନ୍ତ୍ରୀ USISPF ବୋର୍ଡ ସଦସ୍ୟମାନଙ୍କୁ କହିଥିଲେ ଯେ ଭାରତ ଏବଂ ଆମେରିକା ଆର୍ଥିକ ସହଯୋଗ ଲାଭଦାୟକ ହୋଇଛି । ସେ ମାର୍କିନ କଂପାନୀମାନଙ୍କୁ ନୂତନ କ୍ଷେତ୍ରଗୁଡିକ ସହିତ ଷ୍ଟାର୍ଟ ଅପ, ଶକ୍ତି, ସ୍ୱାସ୍ଥ୍ୟ ସେବା ତଥା ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଭଳି କ୍ଷେତ୍ରଗୁଡିକରେ ବ୍ୟବସାୟ ସୁଯୋଗତଥା ଲାଭ ହାସଲ ପାଇଁ ପ୍ରୋତ୍ସାହିତ କରିଥିଲେ ।


