ଗ୍ଲାସଗୋରେ ସିଓପି୨୬ ବିଶ୍ୱ ନେତୃବୃନ୍ଦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ନଭେମ୍ବର ୧ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏମପିଙ୍କ ସହ ସାକ୍ଷାତ କରିଛନ୍ତି ।

୨. ସିଓପି୨୬ର ସଫଳ ଆୟୋଜନ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନେବାରେ ବ୍ୟକ୍ତିଗତ ନେତୃତ୍ୱ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଇଏସଏ ଓ ସିଡିଆରଆଇ ଅନ୍ତର୍ଗତ ମିଳିତ ପଦକ୍ଷେପ ସହିତ ଜଳବାୟୁ ଅର୍ଥ, ପ୍ରଯୁକ୍ତି, ଉଦ୍ଭାବନ ଓ ଅନୁକୂଳନ ସବୁଜ ହାଇଡ୍ରୋଜେନ, ଅକ୍ଷୟ ଓ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିଗୁଡ଼ିକ ପ୍ରସଙ୍ଗରେ ସେ ବ୍ରିଟେନ ସହ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

୩. ଉଭୟ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ବାଣିଜ୍ୟ ଓ ଅର୍ଥ ବ୍ୟବସ୍ଥା, ଲୋକଙ୍କ ମଧ୍ୟରେ ଆପୋସ ସମ୍ପର୍କ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ରୋଡମ୍ୟାପ ୨୦୩୦ ପ୍ରାଥମିକତାଗୁଡ଼ିକର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି । ସେମାନେ ଏଫଟିଏ ବାର୍ତ୍ତା ପ୍ରାରମ୍ଭ ଦିଗରେ ନିଆଯାଇଥିବା ପଦକ୍ଷେପ ସହିତ ବର୍ଦ୍ଧିତ ବାଣିଜି୍ୟକ ସହଯୋଗିତା ନିମନ୍ତେ ହୋଇଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

୪. ଉଭୟ ନେତା ଆଫଗାନିସ୍ତାନ, ଆତଙ୍କବାଦ ମୁକାବିଲା, ଭାରତ-ପ୍ରଶାନ୍ତ ମହାସାଗର, ଯୋଗାଣ ଶୃଙ୍ଖଳ ନମନୀୟତା ଏବଂ କୋଭିଡ ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ସୁଧାରତା ସମେତ ଆଞ୍ଚଳିକ ଓ ବୈଶ୍ୱିକ ଆହ୍ୱାନଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି ।

୫. ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଜନସନଙ୍କୁ ଭାରତରେ ସ୍ୱାଗତ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଳାଷକୁ ଦୋହରାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi