Over 100 beneficiaries of the Pradhan Mantri Ujjwala Yojana meet PM Modi
Ujjwala Yojana beneficiaries share with PM Modi how LPG cylinders improved their lives
Need to end all forms of discrimination against the girl child: PM Modi

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର 100ରୁ ଅଧିକ ହିତାଧିକାରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ମତ ବିନିମୟ କରିଛନ୍ତି ।

ବିଭିନ୍ନ ରାଜ୍ୟରୁ ମହିଳା ହିତାଧିକାରୀମାନେ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଦ୍ଵାରା ଆୟୋଜିତ ଏଲପିଜି ପଞ୍ଚାୟତରେ ଭାଗନେବା ପାଇଁ ଦିଲ୍ଲୀ ଆସିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ହିତାଧିକାରୀମାନେ ଏଲପିଜି ରନ୍ଧନ ଗ୍ୟାସ ସେମାନଙ୍କ ଜୀବନରେ କିଭଳି ଉନ୍ନତି ଆଣିଛି ତାହା ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ହିତାଧିକାରୀମାନଙ୍କୁ ସେମାନଙ୍କ ଦୈନନ୍ଦିନ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବାକୁ ଉତ୍ସାହିତ କରିଥିଲେ । ହିତାଧିକାରୀମାନଙ୍କ ଅଭିମତାକୁ ଆଧାର କରି ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । କେନ୍ଦ୍ର ସରକାର ପ୍ରତି ଗରିବ ଘରକୁ ବିଜୁଳି ଯୋଗାଇ ଦେବା ଲାଗି ଏହି ଯୋଜନା ଆରମ୍ଭ କରିଛନ୍ତି । ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ କନ୍ୟା ସନ୍ତାନ ପ୍ରତି ପରିବାର ଓ ସମାଜରେ ହେଉଥିବା ସମସ୍ତ ପ୍ରକାର ବାଛ ବିଚାରକୁ ଦୂର କରିବା ଲାଗି ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଗାଁକୁ ପରିଷ୍କାର ପରିଚ୍ଛନ ରଖିବା ଏବଂ ସ୍ଵଚ୍ଛତା ଅଭିଯାନ ଜାରି ରଖିବା ଲାଗି ସେ କହିଥିଲେ । ଏହା ଦ୍ଵାରା ପ୍ରତ୍ୟେକ ପରିବାର ଓ ଗ୍ରାମରେ ପରିମଳ ସୁରକ୍ଷା ସହ ସ୍ୱାସ୍ଥ୍ୟ ରକ୍ଷା ମଧ୍ୟ ହୋଇପାରିବ । ଉଜ୍ଜଳା ଯୋଜନା ଭଳି ଏହା ପରିବାରର ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉଜ୍ଜଳା ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ଓ ସାଧୁବାଦ ଜଣାଇ କେତେକ ହିତାଧିକାରୀ ନିଜ ନିଜ ଅଞ୍ଚଳରେ ବିକାଶମୂଳକ ଆହ୍ଵାନ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ମହିଳା ହିତାଧିକାରୀମାନେ ଅନୁଭୂତି ବାଣ୍ଟି ଥିବାରୁ ବେଶ ପ୍ରଶଂସା କରିଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନୌପଚାରିକ ଆଲୋଚନା ବେଳେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's data centre boom could create 1 lakh engineering jobs by 2030

Media Coverage

India's data centre boom could create 1 lakh engineering jobs by 2030
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.