• ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏପର୍ଯ୍ୟନ୍ତ ନିଜ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସ୍ମାରକୀଉପହାରଗୁଡିକର 15 ଦିନିଆ ନିଲାମୀ ପ୍ରକ୍ରିୟା ଶନିବାର ସଂଧ୍ୟାରେ ଶେଷ ହୋଇଛି ।

    ନିଲାମୀ ପ୍ରକ୍ରିୟାକୁ ନେଇ ଭାରତର ଜନସାଧାରଣଙ୍କ ମଧ୍ୟରେ ଜବରଦସ୍ତ ଆଗ୍ରହ ପ୍ରକାଶ ପାଇଥିଲା । ଏହି ପ୍ରକ୍ରିୟା ଦୁଇ ଭାଗରେ ବିଭକ୍ତ ଥିଲା-ଜାତୀୟ ଆଧୁନିକ କଳା ଗ୍ୟାଲେରୀରେ ଆୟୋଜିତ ଦୁଇଦିନିଆ ପ୍ରତ୍ୟକ୍ଷ ନିଲାମୀ ଏବଂ pmmementos.gov.in  ୱେବସାଇଟ ଦ୍ୱାରା ଆୟୋଜିତ ଇ-ଅକ୍ସନ ।

    ଏହି ସମୟ ମଧ୍ୟରେ 1800ରୁ ଅଧିକ ସ୍ମାରକୀକୁ ସଫଳତାର ସହିତ ଉଚ୍ଚତର ବିଡରମାନଙ୍କୁ ନିଲାମୀ  ପ୍ରଦାନ କରାଯାଇଥିଲା ।

    ଏହି ନିଲାମୀରୁ ମିଳିଥିବା ଅର୍ଥକୁ ନମାମୀ ଗଙ୍ଗେର ମହାନ କାର୍ଯ୍ୟକୁ ସମର୍ଥନ କରିବାରେ ବିନିଯୋଗ କରାଯିବ ।

    ନିଲାମୀର ବିଶେଷତ୍ୱ

    ଏନଜିଏମରେ ଆୟୋଜିତ ନିଲାମୀ ସମୟରେ ସ୍ୱତନ୍ତ୍ର ଭାବେ ହସ୍ତକଳା ଦ୍ୱାରା ପ୍ରସ୍ତୁତ ଏକ କାଠ ନିର୍ମିତ ବାଇକକୁ 5 ଲକ୍ଷ ଟଙ୍କାରେ ସଫଳତାର ସହ ନିଲାମୀ କରାଯାଇଥିଲା । ଏକ ଅଦ୍ୱିତୀୟ ଚିତ୍ରକଳା ପାଇଁ ମଧ୍ୟ ସମାନ ରାଶିରେ ନିଲାମୀ ହୋଇଥିଲା ଯାହାକି ପ୍ରଧାନମନ୍ତ୍ରୀଙ୍କୁ ରେଳ ପ୍ଲାଟଫର୍ମରେ ଯାଉଥିବାର ପ୍ରଦର୍ଶିତ କରୁଛି-ଏହା ହେଉଛି ରେଳ ସହିତ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ସମ୍ବନ୍ଧର ଏକ ଅଦ୍ୱିତୀୟ ଚିତ୍ରକଳାର ପ୍ରଦର୍ଶନ ।

    ଇ-ଅକ୍ସନ ମାଧ୍ୟମରେ ମଧ୍ୟ କେତେକେ ଆଖିଦୃଶିଆ ନିଲାମୀ ଗ୍ରହଣ କରାଯାଇଥିଲା:

    ମୂଳ ଦର 5,000 ଟଙ୍କା ଥିବା ଏକ ଶିବ ମୂର୍ତ୍ତିକୁ 10 ଲକ୍ଷ ଟଙ୍କାରେ ନିଲାମୀ ହୋଇଥିଲା ଯାହାକି ମୁଳ ଦରଠାରୁ 200 ଗୁଣ ଅଧିକ ।

    4,000 ଟଙ୍କା ମୂଳ ଦର ଥିବା ଅଶୋକ ସ୍ତମ୍ଭର ଏକ କାଠ ନିର୍ମିତ ପ୍ରତିକୃତିକୁ 13 ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।

    2,000 ଟଙ୍କା ମୂଳ ଦର ଥିବା ଆସାମର ମାଜୁଲିରୁ ମିଳିଥିବା ଏକ ପାରମ୍ପରିକ ‘ହୋରାଇ’ (ଆସାମ ରାଜ୍ୟର ଏକ ପାରମ୍ପରିକ ପ୍ରତୀକ-ଏକ ଷ୍ଟାଣ୍ଡ ସହିତ ପ୍ରଦାନକାରୀ ଟ୍ରେ)କୁ 12 ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।

    10,000 ଟଙ୍କା ମୂଳ ଦର ଥିବା ଅମୃତସରର ଏସଜିପିସିରୁ ମିଳିଥିବା ‘ଡିଭାଇନିଟି’ ନାମକ ଏକ ସ୍ମାରକୀକୁ 10.1 ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।

    4,000 ଟଙ୍କା ମୂଳ ଦର ଥିବା ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ 7 ଲକ୍ଷ ଟଙ୍କାରେ ନିଲାମୀ କରାଯାଇଥିଲା ।

    ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସୁଶୀଲ କୋଇରାଲାଙ୍କଠାରୁ ମିଳିଥିବା ଏକ ପାରମ୍ପରିକ କାଂସ୍ୟସିଂହ ପ୍ରତିମୂର୍ତ୍ତିକୁ 5.20 ଲକ୍ଷ ଟଙ୍କାରେ ନିଲାମୀ କରାଯାଇଥିଲା ।

    10,000 ଟଙ୍କା ମୂଳ ଦର ଥିବା ଏକ ଆଳଙ୍କାରିକ ରୌପ୍ୟ କଳସକୁ 6 ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା ।

ଆହୁରି ଅନେକ ସ୍ମାରକୀର ନିଲାମୀ ମୂଲ୍ୟ ଏହାର ମୂଳ ଦରଠାରୁ ବହୁଗୁଣ ଅଧିକ ଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଏପରିକି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ସେ ପାଇଥିବା ସ୍ମାରକୀଗୁଡ଼ିକର ନିଲାମୀ କରୁଥିଲେ, ଯାହାଫଳରେ କି ଏହି ରାଶି ଝିଅମାନଙ୍କର ଶିକ୍ଷାରେ ଖର୍ଚ୍ଚ ହୋଇପାରିବ । ସେହି ଅଭ୍ୟାସ ଜାରି ରଖି ସେ ଏବେ ଅନୁଦାନ ରାଶି ସଂଗ୍ରହ କରିପାରିଛନ୍ତି ଯାହାକି ପବିତ୍ର ଗଙ୍ଗା ନଦୀର ସଫେଇ କାର୍ଯ୍ୟରେ ସହାୟକ ହେବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation