ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ, ଆତ୍ମନିର୍ଭର ଭାରତକୁ ବିକଶିତ ଭାରତର ଏକ ପ୍ରମୁଖ ଭିତ୍ତିଭୂମି ଭାବରେ ରେଖାଙ୍କିତ କରି ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି, ମହାକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଅପରେସନ ସିନ୍ଦୂର ଉପରେ ଆଲୋକପାତ କରି ସେ କହିଥିଲେ ଯେ, ରଣନୈତିକ ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ କ୍ଷମତାଗୁଡିକ ବିପଦକୁ ନିର୍ଣ୍ଣାୟକ ଭାବରେ ମୁକାବିଲା କରିବା, ସ୍ୱାବଲମ୍ବନଶୀଳତାକୁ ଜାତୀୟ ଶକ୍ତି, ମର୍ଯ୍ୟାଦାର ଆଧାର କରିବା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଯାତ୍ରାର ମୂଳଦୁଆ କରିବା ପାଇଁ ମହତ୍ଵପୂର୍ଣ୍ଣ ଅଟେ।

ଆତ୍ମନିର୍ଭର ଭାରତ : ପିଏମ ମୋଦୀଙ୍କ ଭାଷଣର ମୁଖ୍ୟାଂଶ

୧. ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା ଏବଂ ଅପରେସନ ସିନ୍ଦୂର : ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂରକୁ ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାର ଏକ ଉଦାହରଣ ଭାବରେ ଉଲ୍ଲେଖ କରି ଏହାର ପ୍ରଶଂସା କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ସହିତ ସ୍ୱଦେଶୀ କ୍ଷମତାଗୁଡିକ ଭାରତକୁ ନିର୍ଣ୍ଣାୟକ ଏବଂ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ, ଯାହା ଏହା ପ୍ରମାଣିତ କରିଥାଏ ଯେ ଜାତୀୟ ସୁରକ୍ଷା ବିଦେଶ ଉପରେ ନିର୍ଭର କରିପାରିବ ନାହିଁ।

୨. ଜେଟ୍ ଇଞ୍ଜିନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା : ଭାରତୀୟ ଉଦ୍ଭାବକମାନଙ୍କୁ ଏବଂ ଯୁବପିଢ଼ିଙ୍କୁ ଭାରତରେ ଜେଟ୍ ଇଞ୍ଜିନ ବିକଶିତ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହା ଦ୍ଵାରା ଭବିଷ୍ୟତର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶୀ ଏବଂ ଆତ୍ମନିର୍ଭରଶୀଳ ବୋଲି ନିଶ୍ଚିତ ହୋଇପାରିବ ।

୩. ସେମିକଣ୍ଡକ୍ଟର ଏବଂ ଉଚ୍ଚ-ପ୍ରଯୁକ୍ତି ନେତୃତ୍ୱ : ଭାରତ ୨୦୨୫ ଶେଷ ସୁଦ୍ଧା ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ସ ଲଞ୍ଚ କରିବ , ଯାହା ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶର ବର୍ଦ୍ଧିତ ଶକ୍ତିକୁ ପ୍ରତିଫଳିତ କରିବ। ସେ ବିଶ୍ୱ ସ୍ତରରେ ହେଉଥିବା ପ୍ରତିଦ୍ଵନ୍ଦିତା ପାଇଁ ଏଆଇ, ସାଇବର ସୁରକ୍ଷା, ଡିପ୍-ଟେକ୍ ଏବଂ ଅପରେଟିଂ ସିଷ୍ଟମ କ୍ଷେତ୍ରରେ ନବସୃଜନ ଉପରେ ଗୁରୁତ୍ୱାରୋପ କରିଥିଲେ।

୪. ମହାକାଶ କ୍ଷେତ୍ରର ସ୍ୱତନ୍ତ୍ରତା :

  • ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଉଲ୍ଲେଖନୀୟ ସଫଳତାର ଉତ୍ସବ ପାଳନ କରି, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନିଜସ୍ୱ ମହାକାଶ ଷ୍ଟେସନ ପାଇଁ ମହତ୍ୱାକାଂକ୍ଷୀ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି, ଯାହା ସ୍ୱଦେଶୀ ମହାକାଶ କ୍ଷମତାର ଏକ ନୂତନ ଯୁଗର ସଙ୍କେତ ଦେଇଛି।
  • ସେ ଆଲୋକପାତ କରିଥିଲେ ଯେ , ୩୦୦ ରୁ ଅଧିକ ଷ୍ଟାର୍ଟଅପ୍ ଉପଗ୍ରହ, ଅନୁସନ୍ଧାନ ଏବଂ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିରେ ସକ୍ରିୟ ଭାବରେ ନବସୃଜନ କରୁଛନ୍ତି, ଯାହା ସୁନିଶ୍ଚିତ କରୁଛି ଯେ ଭାରତ କେବଳ ମହାକାଶ ବିଜ୍ଞାନ ଏବଂ ଅନୁସନ୍ଧାନରେ ଭାଗ ନେଉନାହିଁ, ବିଶ୍ୱ ସ୍ତରରେ ନେତୃତ୍ୱ ମଧ୍ୟ ନେଉଛି।

୫. ସ୍ୱଚ୍ଛ ଏବଂ ନବୀକରଣୀୟ ଶକ୍ତି

  • ପ୍ରଧାନମନ୍ତ୍ରୀ ମୋଦୀ ଶକ୍ତି ସ୍ୱାଧୀନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ , ଏହା ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ କୃଷକମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ଏବଂ ଏହା କରାଯିବ।
  • ସେ ଘୋଷଣା କରିଥିଲେ ଯେ ବିଶ୍ୱ ସ୍ତରରେ ଗ୍ଲୋବାଲ ୱାର୍ମିଂ ଉପରେ ବିତର୍କ କରାଯାଉଥିବା ବେଳେ, ଭାରତ ୨୦୩୦ ସୁଦ୍ଧା ୫୦% ସ୍ୱଚ୍ଛ ଶକ୍ତି ହାସଲ କରିବାକୁ ସଂକଳ୍ପ ନେଇଥିଲା, କିନ୍ତୁ ଏହାର ଜନସାଧାରଣଙ୍କ ପ୍ରତିବଦ୍ଧତା ଯୋଗୁଁ ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇପାରିଛି।
  • ସୌର, ପରମାଣୁ, ଜଳ ଏବଂ ଉଦଜାନ ଶକ୍ତିକୁ ଉନ୍ନତ କରାଯାଇଛି, ଯାହା ଶକ୍ତି ଉପରେ ସମ୍ପୂର୍ଣ ନିର୍ଭରଶୀଳତା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ।
  • ପ୍ରଧାନମନ୍ତ୍ରୀ ମୋଦୀ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ମାଧ୍ୟମରେ ପରମାଣୁ ଶକ୍ତିର ବିସ୍ତାର ଉପରେ ଭାରତର ଧ୍ୟାନ ରହିଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ , ବର୍ତ୍ତମାନ ୧୦ଟି ନୂତନ ପରମାଣୁ ରିଆକ୍ଟର କାର୍ଯ୍ୟକ୍ଷମ ଅଛି ଏବଂ ଭାରତର ସ୍ୱାଧୀନତାର ୧୦୦ତମ ବର୍ଷ ସୁଦ୍ଧା, ରାଷ୍ଟ୍ର ଏହାର ପରମାଣୁ ଶକ୍ତି କ୍ଷମତାକୁ ଦଶଗୁଣ ବୃଦ୍ଧି କରିବା, ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ସମର୍ଥନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

୬. ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ : ଶକ୍ତି, ଶିଳ୍ପ ଏବଂ ପ୍ରତିରକ୍ଷା ପାଇଁ ଆବଶ୍ୟକୀୟ ସମ୍ବଳଗୁଡ଼ିକୁ ସୁରକ୍ଷିତ କରିବା ଲାଗି, ଭାରତ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଆରମ୍ଭ କରିଛି, ଯାହା ଅନୁସାରେ ୧୨୦୦ଟି ସ୍ଥାନ​‌ରେ ଅନୁସନ୍ଧାନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଏହି ଖଣିଜ ପଦାର୍ଥଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା ରଣନୈତିକ ସ୍ୱାୟତ୍ତତା ସୁଦୃଢ଼ ହୁଏ, ଯାହା ଭାରତର ଶିଳ୍ପ ଏବଂ ପ୍ରତିରକ୍ଷା କ୍ଷେତ୍ରଗୁଡ଼ିକୁ ଆତ୍ମନିର୍ଭରଶୀଳ କରିଥାଏ।

୭. ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ : ଭାରତ ଏହାର ଗଭୀର ଜଳ ଶକ୍ତି ସମ୍ପଦକୁ ଉପଯୋଗ କରିବ, ଶକ୍ତି ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବ ଏବଂ ବିଦେଶୀ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ।

୮. କୃଷି ଆତ୍ମନିର୍ଭରଶୀଳତା ଏବଂ ସାର : ପ୍ରଧାନମନ୍ତ୍ରୀ ମୋଦୀ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଜାତୀୟ ଖାଦ୍ୟ ନିରାନତ୍ତାକୁ ସୁରକ୍ଷା ଦେବା ପାଇଁ ଘରୋଇ ଭାବରେ ସାର ଉତ୍ପାଦନ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦ୍ୱାରା ଦେଶର କୃଷି କ୍ଷେତ୍ର ସ୍ୱାଧୀନ ଭାବରେ ଉନ୍ନତି କରିବ, କୃଷକଙ୍କ କଲ୍ୟାଣକୁ ସୁରକ୍ଷା ପ୍ରଦାନ କରାଯିବ ଏବଂ ଭାରତର ଆର୍ଥିକ ସାର୍ବଭୌମତ୍ୱକୁ ସୁଦୃଢ଼ କରାଯିବ।

୯. ଡିଜିଟାଲ୍ ସାର୍ବଭୌମତ୍ୱ ଏବଂ ସ୍ୱଦେଶୀ ପ୍ଲାଟଫର୍ମ : ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ଭାରତର ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକଶିତ କରିବାକୁ ଆହ୍ୱାନ କରିଛନ୍ତି, ଯାହା ଯୋଗାଯୋଗ, ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାରିବେଶିକ ବ୍ୟବସ୍ଥାକୁ ସୁରକ୍ଷିତ ଏବଂ ସ୍ଵତନ୍ତ୍ର ରଖିବ, ଯାହା ଭାରତର ଡିଜିଟାଲ୍ ସ୍ୱାୟତ୍ତତାକୁ ସୁଦୃଢ଼ କରିବ।

୧୦. ଔଷଧ ଏବଂ ନବସୃଜନରେ ଆତ୍ମନିର୍ଭରଶୀଳତା : ପ୍ରଧାନମନ୍ତ୍ରୀ ମୋଦୀ "ବିଶ୍ୱର ଔଷଧ ଶିଳ୍ପ" ଭାବରେ ଭାରତର ଶକ୍ତି ଉପରେ ଆଲୋକପାତ କରିଥିଲେ ଏବଂ ଗବେଷଣା ଏବଂ ବିକାଶରେ ଅଧିକ ନିବେଶ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। "ଆମେ କ'ଣ ମାନବଜାତିର କଲ୍ୟାଣ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ସୁଲଭ ଔଷଧ ଯୋଗାଇବା ଉଚିତ ନୁହେଁ କି ?" ବୋଲି ସେ ପ୍ରଶ୍ନ କରିଥିଲେ।

  • ସେ ଘରୋଇ ଔଷଧ ଉଦ୍ଭାବନରେ ଭାରତର ବୃଦ୍ଧି ପାଉଥିବା ଶକ୍ତି ଉପରେ ଆଲୋକପାତ କରିଥିଲେ, ନୂତନ ଔଷଧ, ଟିକା ଏବଂ ଜୀବନ ରକ୍ଷାକାରୀ ଚିକିତ୍ସାକୁ ସମ୍ପୂର୍ଣ୍ଣ ରୂପେ ଭାରତ ମଧ୍ୟରେ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
  • ଭାରତ ପକ୍ଷରୁ କୋଭିଡ - ୧୯ ସମୟରେ ନିଆଯାଇଥିବା ପଦକ୍ଷେପକୁ ଯେଉଁ ପ୍ରତିକ୍ରିୟା ମିଳିଥିଲା, ଯେଉଁ ସମୟରେ ସ୍ୱଦେଶୀ ଟୀକା ଏବଂ କୋୱିନ୍ ଭଳି ପ୍ଲାଟଫର୍ମ ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିଲା, ସେଥିରୁ ପ୍ରେରଣା ନେଇ, ସେ ଦେଶକୁ ଏହି ନବସୃଜନ ଭାବନାକୁ ବ୍ୟାପକ କରିବାକୁ ଅନୁରୋଧ କରିଥିଲେ।
  • ସେ ଗବେଷକ ଏବଂ ଉଦ୍ୟୋଗୀମାନଙ୍କୁ ନୂତନ ଔଷଧ ଏବଂ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ପାଇଁ ପେଟେଣ୍ଟ ସୁରକ୍ଷିତ କରିବାକୁ ଆହ୍ୱାନ କରିଥିଲେ, ଯାହା ଦ୍ଵାରା ଏହା ନିଶ୍ଚିତ ହୋଇପାରିବ ଯେ , ଭାରତ କେବଳ ନିଜର ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରେ ନାହିଁ ବରଂ ବିଶ୍ୱ କଲ୍ୟାଣରେ ମଧ୍ୟ ଯୋଗଦାନ ଦିଏ, ନିଜକୁ ଚିକିତ୍ସା ଆତ୍ମନିର୍ଭରଶୀଳତା ଏବଂ ନବସୃଜନର କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରେ।

୧୧. ସ୍ୱଦେଶୀକୁ ସମର୍ଥନ : ପ୍ରଧାନମନ୍ତ୍ରୀ ମୋଦୀ ନାଗରିକ ଏବଂ ଦୋକାନୀମାନଙ୍କୁ "ଭୋକାଲ୍ ଫର୍ ଲୋକାଲ" ପଦକ୍ଷେପ ଅନୁସାରେ ଭାରତରେ ନିର୍ମିତ ସାମଗ୍ରୀକୁ ସମର୍ଥନ କରିବାକୁ ଆହ୍ୱାନ କରିଥିଲେ, ସ୍ୱଦେଶୀ ବାଧ୍ୟବାଧକତା ନୁହେଁ, ବରଂ ଗର୍ବ ଏବଂ ଶକ୍ତିରୁ ଉତ୍ପନ୍ନ ହେବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବା, ଉଦ୍ୟୋଗୀତାକୁ ସମର୍ଥନ କରିବା ଏବଂ ଭାରତର ଅର୍ଥନୈତିକ ଏବଂ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଦୋକାନ ବାହାରେ "ସ୍ୱଦେଶୀ" ବୋର୍ଡ ଲଗାଇବା ଭଳି ଦୃଶ୍ୟମାନ ପ୍ରଚାର ପାଇଁ ଆହ୍ୱାନ କରିଥିଲେ।

୧୨. ମିଶନ ସୁଦର୍ଶନ ଚକ୍ର: ପରମ୍ପରାକୁ ସମ୍ମାନ ଏବଂ ପ୍ରତିରକ୍ଷାକୁ ସୁଦୃଢ଼ କରିବା : ପ୍ରଧାନମନ୍ତ୍ରୀ ମୋଦୀ "ମିଶନ ସୁଦର୍ଶନ ଚକ୍ର" ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ , ଯାହାର ଉଦ୍ଦେଶ୍ୟ ଶତ୍ରୁ ପ୍ରତିରକ୍ଷା ଅନୁପ୍ରବେଶ ଯୋଜନାକୁ ପ୍ରଭାବହୀନ କରିବା ଏବଂ ଭାରତର ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି କରିବା।

  • ସେ ମିଶନକୁ କିମ୍ବଦନ୍ତୀ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସହିତ ଯୋଡ଼ିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଆଧୁନିକ ପ୍ରତିରକ୍ଷା ନବସୃଜନକୁ ମାର୍ଗଦର୍ଶନ କରିବା ପାଇଁ ଭାରତ କିପରି ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ପୌରାଣିକ ଐତିହ୍ୟରୁ ପ୍ରେରଣା ଆଣେ । ଏହି ମିଶନ ଭାରତର ରଣନୈତିକ ସ୍ୱାୟତ୍ତତା ପ୍ରତି ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରେ, ଯାହା ଯେକୌଣସି ବିପଦର ଦ୍ରୁତ, ସଠିକ୍ ଏବଂ ଶକ୍ତିଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ କରିଥାଏ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."