Climate Change is a lived reality for millions around the world. Their lives and livelihoods are already facing its adverse consequences: PM
For humanity to combat Climate Change, concrete action is needed. We need such action at a high speed, on a large scale, and with a global scope: PM
India’s per capita carbon footprint is 60% lower than the global average.It is because our lifestyle is still rooted in sustainable traditional practices: PM

ମହାମହିମ ରାଷ୍ଟ୍ରପତି ବାଇଡେନ,

ସମ୍ମାନନୀୟ ସହଯୋଗୀଗଣ

ମୋର ପ୍ରିୟ ଏ ଗ୍ରହର ନାଗରିକଗଣ,

ନମସ୍କାର!

ଏହି ପ୍ରୟାସ ଆରମ୍ଭ କରିଥିବାରୁ ମୁଁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇବା ଲାଗି ଚାହୁଁଛି। ବର୍ତ୍ତମାନ ମାନବ ଜଗତ ଏକ ବିଶ୍ବ ମହାମାରୀ ସହ ସଂଘର୍ଷ କରୁଛି। ଜଳବାୟୁ ପରିବର୍ତ୍ତନର ଭୟାବହ ବିପଦ ଦୂରେଇ ଯାଇନାହିଁ ବୋଲି ସ୍ମରଣ କରାଇ ଦେବା ଲାଗି ଏହି କାର୍ଯ୍ୟକ୍ରମ ଯଥା ସମୟରେ ଆୟୋଜନ କରାଯାଇଛି।

ବାସ୍ତବରେ, ଜଳବାୟୁ ପରିବର୍ତ୍ତନ ହେଉଛି ସାରା ବିଶ୍ବରେ ରହୁଥିବା କୋଟି କୋଟି ଲୋକଙ୍କ ପାଇଁ ଏକ ଜୀବନ୍ତ ବାସ୍ତବତା। ସେମାନଙ୍କର ଜୀବନ ଓ ଜୀବିକା ପୂର୍ବରୁ ଏହାର ପ୍ରତିକୂଳ ପରିଣାମ ଭୋଗିଆସୁଛି।

ବନ୍ଧୁଗଣ,

ମାନବତା ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି। ଆମେ ଦ୍ରୁତ ଗତିରେ, ବ୍ୟାପକ ମାତ୍ରାରେ ଏବଂ ବିଶ୍ବସ୍ତରୀୟ ସୁଯୋଗ ସହିତ ଏପରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଆମେ, ଭାରତରେ, ଆମର ଦାୟିତ୍ବ ନିର୍ବାହ କରୁଛୁ। 2030 ସୁଦ୍ଧା 450 ଜିଗାଓ୍ବାଟ୍ ଅକ୍ଷୟ ଶକ୍ତି ହାସଲ କରିବା ଲାଗି ଆମର ମହତ୍ବାକାଂକ୍ଷୀ ଲକ୍ଷ୍ୟ ଆମ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି।

ଆମର ବିକାଶ ଆହ୍ବାନ ସତ୍ତ୍ବେ, ସ୍ବଚ୍ଛ ଶକ୍ତି, ଇନ୍ଧନ ସଞ୍ଚୟ, ବନୀକରଣ ଓ ଜୈବ ବିବିଧତା କ୍ଷେତ୍ରରେ ଆମେ ଅନେକ ସାହସିକ ପଦକ୍ଷେପ ଗ୍ରହଣ କରିଛୁ। ଏହି କାରଣରୁ ଆମେ ହାତଗଣତି କେତେକ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛୁ ଯାହାର ଏନଡିସିଗୁଡ଼ିକ 2 ଡିଗ୍ରୀ ସେଲସିୟସ ଅନୁକୂଳ ହୋଇପାରିଛି।

ଆମେ ମଧ୍ୟ ଅନ୍ତର୍ଜାତୀୟ ସୌର ମେଣ୍ଟ, ଲିଡ୍ଆଇଟି ଏବଂ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ ଭଳି ବିଶ୍ବସ୍ତରୀୟ ପ୍ରୟାସକୁ ପ୍ରୋତ୍ସାହିତ କରିଛୁ।

ବନ୍ଧୁଗଣ,

ଏକ ଜଳବାୟୁ-ଦାୟିତ୍ବ ସମ୍ପନ୍ନ ରାଷ୍ଟ୍ର ଭାବେ, ଭାରତରେ ଦୀର୍ଘସ୍ଥାୟୀ ବିକାଶର ଟେମ୍ପଲେଟ ସୃଷ୍ଟି କରିବା ଲାଗି ଭାରତ ଏହାର ସହଯୋଗୀମାନଙ୍କୁ ସ୍ବାଗତ କରୁଛି। ଏହା ମଧ୍ୟ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସହାୟକ ହୋଇପାରିବ, ଯେଉଁମାନେ ସବୁଜ ପାଣ୍ଠି ଓ ସ୍ବଚ୍ଛ ପ୍ରଯୁକ୍ତି ଆବଶ୍ୟକ କରୁଛନ୍ତି।

ଏହି କାରଣରୁ, ରାଷ୍ଟ୍ରପତି ବାଇଡେନ ଓ ମୁଁ “ଭାରତ-ଆମେରିକା ଜଳବାୟୁ ଓ ସ୍ବଚ୍ଛ ଶକ୍ତି ଏଜେଣ୍ଡା 2030 ସହଭାଗିତା” ଆରମ୍ଭ କରୁଛୁ। ମିଳିତ ଭାବେ, ଆମେ ନିବେଶ ସୃଷ୍ଟି କରିବା, ସ୍ବଚ୍ଛ ପ୍ରଯୁକ୍ତି ପ୍ରଦର୍ଶନ କରିବା ଏବଂ ସବୁଜ ସହଭାଗିତା ଆରମ୍ଭ କରିବାରେ ସହାୟତା କରିବୁ।

ବନ୍ଧୁଗଣ,

ଆଜି, ଆମେ ବିଶ୍ବ ଜଳବାୟୁ କାର୍ଯ୍ୟାନୁଷ୍ଠାନ ବିଷୟରେ ଆଲୋଚନା କରୁଥିବାରୁ, ମୁଁ ଆପଣମାନଙ୍କ ସାମ୍ନାରେ ଏକ ବିଚାର ଉପସ୍ଥାପନ କରିବାକୁ ଚାହୁଁଛି। ଭାରତର ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ 60 ପ୍ରତିଶତରୁ କମ ରହିଛି ଯାହାକି ବିଶ୍ବ ହାରାହାରୀ ଠାରୁ କମ। ଆମର ଜୀବନଶୈଳୀ ଏବେସୁଦ୍ଧା ଦୀର୍ଘସ୍ଥାୟୀ ପାରମ୍ପରିକ ଅଭ୍ୟାସ ସହ ଜଡ଼ିତ ହୋଇଥିବାରୁ ଏହା ସମ୍ଭବ ହୋଇପାରିଛି।

ତେଣୁ ଜଳବାୟୁ କାର୍ଯ୍ୟାନୁଷ୍ଠାନରେ ମୁଁ ଜୀବନଶୈଳୀରେ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେବାକୁ ଚାହୁଁଛି।  ଦୀର୍ଘସ୍ଥାୟୀ ଜୀବନଶୈଳୀ ଏବଂ “ମୂଳକୁ ଫେରିବା”ର ଏକ ମାର୍ଗଦର୍ଶୀ ଦର୍ଶନ କୋଭିଡ ପରବର୍ତ୍ତୀ ସମୟରେ ଆମର ଅର୍ଥନୈତିକ ରଣନୀତିର ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ହେବା ଉଚିତ୍।

ବନ୍ଧୁଗଣ,

ମହାନ ଭାରତୀୟ ସନ୍ଥ ସ୍ବାମୀ ବିବେକାନନ୍ଦଙ୍କ ଉକ୍ତି ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ। ସେ ଆମକୁ “ଉଠ, ଜାଗ ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଅଟକିଯାଅ ନାହିଁ” ବୋଲି ଆହ୍ବାନ କରିଥିଲେ। ଆସନ୍ତୁ ଏହି ଦଶନ୍ଧିକୁ ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦଶନ୍ଧିରେ ପରିଣତ କରିବା।

ଧନ୍ୟବାଦ, ଅନେକ ଅନେକ ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi