ପ୍ରଧାନମନ୍ତ୍ରୀଙ୍କ ଝାନସୀ ଗସ୍ତ

Published By : Admin | February 15, 2019 | 14:14 IST
India will give a befitting reply to the perpetrators of the Pulwama terror attack: PM Modi
Defence corridor in Bundelkhand will be a boon for the region: PM Modi
Guided by the mantra of 'Sabka Saath, Sabka Vikas', we are moving ahead on the path of development: PM Modi in Jhansi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାନସୀ ଗସ୍ତ କରିଥିଲେ । ସେ ଝାନସୀରେ ପ୍ରତିରକ୍ଷା କରିଡର ପାଇଁ ଶିଳାନ୍ୟାସ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ, “ଆମ ପଡ଼ୋଶୀର ମନ୍ଦ ଉଦ୍ଦେଶ୍ୟକୁ ଭାରତର ଲୋକମାନେ ଉଚିତ ଜବାବ ଦେବେ । ସମସ୍ତ ବିଶ୍ୱଶକ୍ତି ଆମ ସହିତ ଛିଡ଼ା ହୋଇଛନ୍ତି ଏବଂ ଆମକୁ ସମର୍ଥନ କରୁଛନ୍ତି । ଆଜି ମୁଁ ପାଇଥିବା ବାର୍ତ୍ତା ଦର୍ଶାଉଛି ଯେ ସେମାନେ କେବଳ ଦୁଃଖିତ ନୁହନ୍ତି, ସେମାନେ କ୍ରୋଧିତ ମଧ୍ୟ । ସମସ୍ତେ ଆତଙ୍କବାଦର ବିନାଶ ସପକ୍ଷରେ ରହିଛି ।”

ପ୍ରଧାନମନ୍ତ୍ରୀ କହିଥିଲେ, ଆମର ବୀର ସୈନିକମାନେ ସେମାନଙ୍କ ଜୀବନ ବଳିଦାନ ଦେଇଛନ୍ତି ଏବଂ ଏହି ବଳିଦାନ ବ୍ୟର୍ଥ ଯିବ ନାହିଁ । ପୁଲୱାମା ଆକ୍ରମଣର ଷଡ଼ଯନ୍ତ୍ରକାରୀମାନଙ୍କୁ ଦଣ୍ଡ ଦିଆଯିବ । ସେ କହିଥିଲେ, “ଆମ ପଡ଼ୋଶୀ ଦେଶ ଭୁଲିଯାଇଛି ଯେ ଏହା ହେଉଛି ନୂତନ ଭାରତ । ପାକିସ୍ତାନ ଭିକ୍ଷାପାତ୍ର ଧରି ବୁଲୁଛି କିନ୍ତୁ ବିଶ୍ୱଠାରୁ କୌଣସି ସହାୟତା ପାଉନାହିଁ ।”

ପ୍ରତିରକ୍ଷା କରିଡର ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝାନସୀ ଆଗ୍ରା କ୍ଷେତ୍ରରେ ପ୍ରତିରକ୍ଷା କରିଡର ନିର୍ମାଣ ହେବା ଦ୍ୱାରା ଏହି କ୍ଷେତ୍ରର ଯୁବକମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ମିଳିପାରିବ । ବହୁ ବିଦେଶୀ ଏବଂ ଦେଶୀୟ ପ୍ରତିରକ୍ଷା ସଂକ୍ରାନ୍ତ କମ୍ପାନୀଗୁଡ଼ିକ ଏହି କ୍ଷେତ୍ରରେ ନିବେଶ କରିବେ । ସେ ଉଲ୍ଲେଖ କରିଥିଲେ, ସେମାନେ ଏହି କ୍ଷେତ୍ରର କର୍ମଶକ୍ତି ପାଇଁ ଦକ୍ଷତା ବିକାଶ ସୁବିଧା ଯୋଗାଇ ଦେବେ । ଏହି ପ୍ରକଳ୍ପର ଗୁରୁତ୍ୱ ଉପରେ ରେଖାପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯୁବକମାନଙ୍କୁ ସେମାନଙ୍କ ଘର ପାଖରେ ରୋଜଗାର ସୁଯୋଗ ମିଳିବ ଏବଂ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହି ପ୍ରତିରକ୍ଷା କରିଡର ଭାରତକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି ସେ କହିଥିଲେ ।

ବୁନ୍ଦେଲଖଣ୍ଡ କ୍ଷେତ୍ରର ଗ୍ରାମାଞ୍ଚଳ ପାଇଁ ପାଇପ ଜଳଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ସେ କହିଥିଲେ ଯେ ଏହା କେବଳ ଏକ ପାଇପ ଲାଇନ ପ୍ରକଳ୍ପ ନୁହେଁ ବରଂ ଏହି ମରୁଡ଼ି ପ୍ରବଣ ଇଲାକା ପାଇଁ ଏକ ଜୀବନରେଖା । ଏହାଦ୍ୱାରା ଆମ ମା’ ଓ ଭଉଣୀମାନଙ୍କୁ ଆଉ ଜଳ ସଂଗ୍ରହ ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ପ୍ରତି ଘରକୁ ପାଇପ ସଂଯୋଗ ଜରିଆରେ  ପାନୀୟ ଜଳ ମିଳିପାରିବ ।

ଅମୃତ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଝାନସୀ ସହରାଞ୍ଚଳ ଜଳ ଯୋଗାଣ ଯୋଜନା ପର୍ଯ୍ୟାୟ-2 ପାଇଁ ଶିଳାନ୍ୟାସ କରିଥିଲେ । ସେ କହିଥିଲେ ଯେ ଝାନସୀ ଏବଂ ପାର୍ଶ୍ଵବର୍ତ୍ତୀ ଇଲାକାରେ ପାନୀୟ ଜଳଯୋଗାଣ ଉଦ୍ଦେଶ୍ୟରେ ବେତ୍ୱା ନଦୀର ପାଣିକୁ ଉପଯୋଗ କରିବା ଲାଗି ଏହି ପ୍ରକଳ୍ପରେ 600 କୋଟି ଟଙ୍କା ବ୍ୟୟ କରାଯିବ ।

425 କିମି ଲମ୍ବ ଝାନସୀ-ମାଣିକପୁର ଏବଂ ଭୀମସେନ-ଖାଇରାର ରେଳ ଲାଇନ ଦୋହରୀକରଣ ଏବଂ ଝାନସୀରେ କୋଚ ମରାମତି ୱାର୍କସପ ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶିଳାନ୍ୟାସ କରିଥିଲେ ।

ଝାନସୀ-ଖଇରାର ରେଳ ଲାଇନର 297 କିମି ସେକ୍ସନର ବିଦ୍ୟୁତିକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଏହି ଅଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବୁନ୍ଦେଲଖଣ୍ଡ କ୍ଷେତ୍ରର ସାମଗ୍ରୀକ ଉନ୍ନତି ଦିଗରେ ସହାୟକ ହେବ । ଏହି ଅବସରରେ ଅଭିଭାଷଣ ରଖି, ପ୍ରାୟତଃ ସମାନତା ରହିଥିବା ଗୁଜରାଟର କଚ୍ଛ ଅଞ୍ଚଳ ଭଳି ବୁନ୍ଦେଲଖଣ୍ଡ ଅଞ୍ଚଳର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ପଶ୍ଚିମ ଉତ୍ତର ପ୍ରଦେଶକୁ ନିରନ୍ତର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରୁଥିବା ପଶ୍ଚିମ-ଉତ୍ତର ଆନ୍ତଃ-କ୍ଷେତ୍ର ବିଦ୍ୟୁତ ସଞ୍ଚାର ସୁଦୃଢ଼ିକରଣ ପ୍ରକଳ୍ପକୁ ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ, ଯାହା ଏହି କ୍ଷେତ୍ରରେ ବହୁଦିନ ପର୍ଯ୍ୟନ୍ତ ବିଦ୍ୟୁତ ଚାହିଦା ମେଣ୍ଟାଇପାରିବ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଆଉ ଏକ ଉଲ୍ଲେଖନୀୟ ଘଟଣା ଥିଲା ପାହାଡ଼ି ନଦୀବନ୍ଧ ଆଧୁନିକୀକରଣ ପ୍ରକଳ୍ପର ଉଦଘାଟନ । ଏହି ପ୍ରକଳ୍ପ ଦ୍ୱାରା ନଦୀବନ୍ଧରୁ ପାଣି ଲିକ ସମସ୍ୟା ଦୂର ହେବା ସହିତ ଚାଷୀଙ୍କ ପାଇଁ ଅଧିକ ଜଳ ସଂରକ୍ଷିତ ହୋଇ ରହିପାରିବ, ଫଳରେ ଚାଷୀମାନେ ଲାଭାନ୍ୱିତ ହେବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପାଖାପାଖି 7.5 ଲକ୍ଷ କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଆକାଉଂଟରେ ଜମା କରାଯିବ । ସେହିପରି ସବସିଡି,ବୃତ୍ତି ଆଦି ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରାଯିବା ଫଳରେ 1 ଲକ୍ଷ କୋଟି ଟଙ୍କା ବାଟମାରଣା ହେବାରୁ ସଞ୍ଚୟ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future