PM Modi describes India’s democratic system of governance as a great teacher, which inspires over 125 crore people
The teachings of the Vedas, which describe the entire world as one nest, or one home, are reflected in the values of Visva Bharati University: PM
India and Bangladesh are two nations, whose interests are linked to mutual cooperation and coordination among each other: PM Modi
Gurudev Rabindranath Tagore is respected widely across the world; he is a global citizen: PM Modi
Institutions such as Visva Bharati University have a key role to play in the creation of a New India by 2022: PM Modi

ମଞ୍ଚ ଉପରେ ବିରାଜମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ କେଶରୀ ନାଥ ତ୍ରିପାଠୀ ମହାଶୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମହାଶୟା, ବିଶ୍ୱଭାରତୀର ଉପାଚାର୍ଯ୍ୟ ତଥା ଉପକୁଳପତି ପ୍ରଫେସର ସବୁଜ କଲୀ ସେନ ଏବଂ ରାମକୃଷ୍ଣ ମିଶନ ବିବେକାନନ୍ଦ ପ୍ରତିଷ୍ଠାନର ଉପାଚାର୍ଯ୍ୟ ଓ ଉପକୁଳପତି ପୂଜ୍ୟ ସ୍ୱାମୀ ଆତ୍ମପ୍ରିୟାନନ୍ଦ ଜୀ ଏବଂ ଏଠାରେ ଉପସ୍ଥିତ ବିଶ୍ୱଭାରତୀର ଅଧ୍ୟାପକଗଣ ଆଉ ମୋର ପ୍ରିୟ ଯୁବ ସାଥୀଗଣ ।

ମୁଁ ସର୍ବ ପ୍ରଥମେ ବିଶ୍ୱଭାରତୀର କୁଳପତିଭାବେ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି । କାରଣ ଯେତେବେଳେ ମୁଁ ରାସ୍ତାରେ ଆସୁଥିଲି ତ କିଛି ପିଲା ମୋତେ ସଙ୍କେତ ମାଧ୍ୟମରେ ବୁଝାଉଥିଲେ କି ପିଇବା ପାଣି ନାହିଁ । ଆପଣ ସମସ୍ତଙ୍କର ଯେଉଁ ସବୁ ମଧ୍ୟ ଅସୁବିଧା ହୋଇଛି । କୁଳପତି ଭାବେ ଏହା ତ ହେଉଛି ମୋର ଦାୟିତ୍ୱ ଆଉ ଏଥିପାଇଁ ମୁଁ ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି ।

ପ୍ରଧାନମନ୍ତ୍ରୀ ଭାବେ ମୋତେ ଦେଶର ଅନେକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଗ ନେବାର ସୁଯୋଗ ମିଳୁଛି । ସେଠାରେ ମୁଁ ଅତିଥି ଭାବେ ଯୋଗ ଦେଇଥାଏ କିନ୍ତୁ ଏଠାରେ ମୁଁ ଜଣେ ଅତିଥି ନୁହେଁ ବରଂ ଆଚାର୍ଯ୍ୟ ଅର୍ଥାତ କୁଳପତି ଭାବରେ ଆପଣ ସମସ୍ତଙ୍କ ମଧ୍ୟକୁ ଆସିଛି । ଏଠାରେ ମୋର ଯାହା ଭୂମିକା ଅଛି ଏହି ମହାନ ଗଣତନ୍ତ୍ର କାରଣରୁ ଅଛି । ପ୍ରଧାନମନ୍ତ୍ରୀ ପଦ କାରଣରୁ ଅଛି । ଏହିଭଳି ଭାବେ ଏହି ଗଣତନ୍ତ୍ର ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛନ୍ତି ଜଣେ ଆଚାର୍ଯ୍ୟ ଯିଏ ଶହେ ପଚିଶ କୋଟିରୁ ଅଧିକ ଆମ ଦେଶବାସୀଙ୍କୁ ଭିନ୍ନ-ଭିନ୍ନ ମାଧ୍ୟମରେ ପ୍ରେରିତ କରୁଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧର ଆଲୋକରେ ଯେଉଁମାନେ ଲାଳିତ-ପୋଷିତ ଏବଂ ଶିକ୍ଷିତ ହୋଇଥାଆନ୍ତି, ସେମାନେ ଶ୍ରେଷ୍ଠ ଭାରତ ଆଉ ଶ୍ରେଷ୍ଠ ଭବିଷ୍ୟତ ନିର୍ମାଣରେ ସହାୟକ ହୋଇଥାଆନ୍ତି ।

ଆମର ଏଠାରେ କୁହାଯାଇଛି ଯେ ଆଚାର୍ଯ୍ୟତ୍ ବିଦ୍ୟାବିହିତା ସାଧିଷ୍ଠତମ୍ ପ୍ରାପ୍ୟୁତି ଇତି ଅର୍ଥାତ୍ ଆଚାର୍ଯ୍ୟଙ୍କ ପାଖକୁ ଯାଆନ୍ତୁ ତାଙ୍କ ବିନା ବିଦ୍ୟା, ଶ୍ରେଷ୍ଠତା ଏବଂ ସଫଳତା ମିଳି ନଥାଏ । ଏହା ହେଉଛି ମୋର ସୌଭାଗ୍ୟ କି ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ଏହି ପବିତ୍ର ଭୂମିରେ ଏତେ ଆଚାର୍ଯ୍ୟଙ୍କ ମଧ୍ୟରେ ମୋତେ ଆଜି କିଛି ସମୟ ଅତିବାହିତ କରିବାର ସୌଭାଗ୍ୟ ମିଳିଛି ।

ଯେଭଳି କୌଣସି ମନ୍ଦିରର ପ୍ରାଙ୍ଗଣରେ ଆପଣମାନଙ୍କୁ ମନ୍ତ୍ରୋଚାରଣର ଶକ୍ତି ଅନୁଭବ ହୋଇଥାଏ । ଠିକ୍ ସେହିଭଳି ଉର୍ଜ୍ଜା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରାଙ୍ଗଣରେ ଅନୁଭବ କରୁଛି । ମୁଁ ଯେତେବେଳେ କାରରୁ ଓହ୍ଲାଇ ମଞ୍ଚ ଆଡ଼କୁ ଆସୁଥିଲି ତ ପ୍ରତ୍ୟେକ ପାଦରେ, ମୁଁ ଭାବୁଥିଲି କି କେବେ ଏହି ଭୂମି ଉପରେ ଏଠାକାର ପ୍ରତିଟି ଧୂଳିକଣାରେ ଗୁରୁଦେବଙ୍କର ପାଦ ପଡ଼ିଥିବ ନିଶ୍ଚିତ । ଏଠାରେ କେଉଁଠି ଆଖପାଖରେ ବସି ସେ ଶବ୍ଦକୁ କାଗଜରେ ସଂଗୀତର ରୂପ ଦେଇଥିବେ । କେବେ କୌଣସି ସ୍ୱର, କୌଣସି ସଙ୍ଗୀତ ଗୁଣୁଗୁଣୁ ହୋଇ ଗାଇଥିବେ । କେବେ ମହାତ୍ମାଗାନ୍ଧିଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିବେ । କେବେ କୌଣସି ଛାତ୍ରଙ୍କୁ ଜୀବନ ସମ୍ପର୍କରେ, ଭାରତ ସମ୍ପର୍କରେ, ରାଷ୍ଟ୍ରର ସ୍ୱାଭିମାନର ଅର୍ଥ ବୁଝାଇଥିବେ ।

ସାଥୀଗଣ, ଆଜି ଏହି ପ୍ରାଙ୍ଗଣରେ ଆମେ ପରମ୍ପରାକୁ ତୁଲାଇବା ପାଇଁ ଏକତ୍ରିତ ହୋଇଛେ । ଏଠାକାର ଅମରକୁଞ୍ଜ ପ୍ରାୟ ଏକ ଶତାବ୍ଦୀ ଧରି ଏଭଳି ଅନେକ ଅବସରର ସାକ୍ଷୀ ହୋଇ ରହିଛି । ବିଗତ ଅନେକ ବର୍ଷ ଧରି ଯାହା ଆପଣମାନେ ଏଠାରେ ଶିକ୍ଷା କରିଛନ୍ତି, ତାହାର ଏକ ସୋପାନ ଆଜି ସମ୍ପୂର୍ଣ୍ଣ ହୋଇଛି । ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଆଜି ଡିଗ୍ରୀ ମିଳିଛି, ସେମାନଙ୍କୁ ମୁଁ ହୃଦୟର ସହିତ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଉ ଭବିଷ୍ୟତ ପାଇଁ ସେମାନଙ୍କୁ ଅସୀମ ଶୁଭକାମନା ଜଣାଉଛି । ଆପଣମାନଙ୍କର ଏହି ଡିଗ୍ରୀ, ଆପଣମାନଙ୍କର ଏହି ଶିକ୍ଷାଗତ ଯୋଗ୍ୟତାର ହେଉଛି ପ୍ରମାଣ । ଏହିପରି ଭାବେ ଏହା ହେଉଛି ଆପଣମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ । କିନ୍ତୁ ଆପଣମାନେ ଏଠାରେ କେବଳ ଏହି ଡିଗ୍ରୀ ହାସଲ କଲେ ତାହା ନୁହେଁ । ଆପଣମାନେ ଏଠାରୁ ଯାହା ଶିକ୍ଷା କଲେ, ଯାହା ପାଇଲେ, ତାହା ହେଉଛି ନିଜକୁ ନିଜ ମଧ୍ୟରେ ଅମୂଲ୍ୟ । ଆପଣ ହେଉଛନ୍ତି ଏକ ସମୃଦ୍ଧ ପରମ୍ପରାର ଦାୟାଦ । ଆପଣଙ୍କର ସମ୍ପର୍କ ଏକ ଏଭଳି ଗୁରୁ-ଶିଷ୍ୟ ପରମ୍ପରା ସହିତ ସାମିଲ ହୋଇଛି ଯାହା ଯେତେ ପ୍ରାଚୀନ ସେତିକି ଆଧୁନିକ ମଧ୍ୟ ।

ବୈଦିକ ଏବଂ ପୌରାଣିକ କାଳରେ ଯାହାକୁ ଆମ ମୁନିଋଷିମାନେ ପରିପୁଷ୍ଟ କରିଥିଲେ । ଆଧୁନିକ ଭାରତରେ ତାହାକୁ ଗୁରୁଦେବ ରବିନ୍ଦ୍ର ନାଥ ଟାଗୋରଙ୍କ ଭଳି ମୁନିଋଷି ଆଗକୁ ବଢ଼ାଇଥିଲେ । ଆଜି ଆପଣମାନଙ୍କୁ ଏ ଯେଉଁ ସପ୍ତପରିଣୟର ଗୁଚ୍ଛ ଦିଆଯାଇଛି । ଏହା ମଧ୍ୟ କେବଳ ପତ୍ର ନୁହେଁ । ବରଂ ହେଉଛି ଏକ ମହାନ ସନ୍ଦେଶ । ପ୍ରକୃତି କିଭଳି ଭାବେ ଆମକୁ ଏକ ମଣିଷ ଭାବେ, ଏକ ରାଷ୍ଟ୍ର ଭାବେ ଉତ୍ତମ ଶିକ୍ଷା ଦେଇ ପାରେ । ଏହା ହେଉଛି ତାହାର ଏକ ପରିଚାୟକ, ତାହାର ହେଉଛି ଉଦାହରଣ । ଏହା ତ ହେଉଛି ଏହି ଅପ୍ରତିମ ସଂସ୍ଥା ପଛରେ ରହିଥିବା ଭାବନା, ଏହା ତ ହେଉଛି ଗୁରୁଦେବଙ୍କ ବିଚାର, ଯାହା ବିଶ୍ୱଭାରତୀର ଆଧାରଶିଳା ପାଲଟିଛି ।

ଭାଇ ଓ ଭଉଣୀମାନେ, ୟତ୍ର ବିଶ୍ୱମ୍ ଭବେତେକ ନିରମ୍ ଅର୍ଥାତ୍ ସମଗ୍ର ବିଶ୍ୱ ହେଉଛି ଏକ ବସା, ହେଉଛି ଏକ ଘର । ଏହା ହେଉଛି ବେଦର ଶିକ୍ଷା । ଯାହାକୁ ଗୁରୁଦେବ ନିଜର ଖୁବ୍ ମୂଲ୍ୟବାନ ସମ୍ପତି ବିଶ୍ୱଭାରତୀର ଧେୟ ବାକ୍ୟ କରିଛନ୍ତି । ଏହି ବେଦମନ୍ତ୍ରରେ ଭାରତର ସମୃଦ୍ଧ ପରମ୍ପରାର ସାରକଥା ଲୁଚି ରହିଛି । ଗୁରୁଦେବ ଚାହୁଁଥିଲେ କି ଏହି ସ୍ଥାନ ଉଦ୍ଘୋଷଣାର ସ୍ଥଳ ହେଉ ଯାହାକୁ ସମଗ୍ର ବିଶ୍ୱ ନିଜ ଘର ଭାବେ ଗଢ଼ି ତୋଳନ୍ତୁ । ବସା ଏବଂ ଘର ଗୁଡ଼ିକୁ ଯେଉଁଠାରେ ଗୋଟିଏ ରୂପରେ ଦେଖା ଯାଇଥାଏ । ଯେଉଁଠାରେ ସମ୍ପୂର୍ଣ୍ଣ ବିଶ୍ୱକୁ ସମାହିତ କରିବାର ଭାବନା ଅଛି । ଏହା ତ ହେଉଛି ଭାରତୀୟତା । ଏହା ହେଉଛି ବସୁଧୈବ କୁଟୁମ୍ବକମ୍ ର ମନ୍ତ୍ର । ଯାହା ହଜାର ହଜାର ବର୍ଷ ଧରି ଏହି ଭାରତ ଭୂମିରୁ ଗୁଞ୍ଜରିତ ହେଉଛି ଆଉ ଏହି ମନ୍ତ୍ର ପାଇଁ ଗୁରୁଦେବ ନିଜର ସମଗ୍ର ଜୀବନ ସମର୍ପିତ କରି ଦେଇଛନ୍ତି ।

ସାଥୀଗଣ, ବେଦ, ଉପନିଷଦର ଭାବନା ଯେତେ ହଜାର ହଜାର ବର୍ଷ ପୂର୍ବରୁ ସାର୍ଥକ ଥିଲା ସେତିକି ହିଁ ଶହେ ବର୍ଷ ପୂର୍ବେ ଯେତେବେଳେ ଗୁରୁଦେବ ଶାନ୍ତିନିକେତନକୁ ଆସିଥିଲେ । ଆଜି ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକ ସହିତ ମୁକାବିଲା କରିବା ବିଶ୍ୱ ପାଇଁ ସେତିକି ପ୍ରାସଙ୍ଗିକ । ଆଜି ସୀମାରେଖା ମଧ୍ୟରେ ବାନ୍ଧି ହୋଇଥିବା ଏକ ରାଷ୍ଟ୍ର ହେଉଛି ସତ୍ୟତା । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହି ଭୂଭାଗର ମହାନ ପରମ୍ପରାକୁ ଆଜି ଦୁନିଆ ଜଗତୀକରଣ ଭାବେ ବଂଚାଇ ରଖିଛି । ଆଜି ଏଠାରେ ଆମ ମଧ୍ୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଉପସ୍ଥିତ ଅଛନ୍ତି । ବୋଧହୁଏ କେବେ ଏଭଳି ସୁଯୋଗ ଆସିଥିବ, କି ଗୋଟିଏ ସମାବର୍ତ୍ତନ ସମାରୋହରେ ଦୁଇ ଦୁଇଟି ଦେଶର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବେ ।

ଭାରତ ଏବଂ ବାଂଲାଦେଶ ହେଉଛନ୍ତି ଦୁଇଟି ରାଷ୍ଟ୍ର କିନ୍ତୁ ଆମର ହିତ ଜଣେ-ଅନ୍ୟ ଜଣଙ୍କ ସମନ୍ୱୟ ଏବଂ ସହଯୋଗ ସହିତ ଜଡିତ ହୋଇରହିଛି । ସଂସ୍କୃତି ହେଉ ଅବା ସାଧାରଣ ନୀତି ଆମେ ଜଣେ-ଅନ୍ୟ ଜଣଙ୍କଠାରୁ ବହୁତ କିଛି ଶିଖି ପାରିବା । ଏହାର ଏକ ଉଦାହରଣ ହେଉଛି ବାଂଲାଦେଶ ଭବନ । ଯାହାକୁ କିଛି ସମୟ ପରେ ଆମେ ଦୁହେଁ ସେଠାକୁ ଯାଇ ଉଦ୍ଘାଟନ କରିବୁ । ଏହି ଭବନ ମଧ୍ୟ ଗୁରୁଦେବଙ୍କ ଦୃଷ୍ଟିଭଙ୍ଗୀର ପ୍ରତିବିମ୍ବ ।

ସାଥୀଗଣ, ମୁଁ ଅନେକ ଥର ଆଶ୍ଚର୍ଯ୍ୟ ହୋଇ ରହିଯାଏ । ଯେତେବେଳେ ଦେଖିଥାଏ କି ଗୁରୁଦେବଙ୍କ ବ୍ୟକ୍ତିତ୍ୱ ହିଁ ନୁହେଁ ବରଂ ତାଙ୍କର ଯାତ୍ରାଗୁଡିକର ବିସ୍ତାର ମଧ୍ୟ କେତେ ବ୍ୟାପକ ଥିଲା । ନିଜର ବିଦେଶ ଯାତ୍ରା ସମୟରେ ମୋତେ ଏଭଳି ଅନେକ ଲୋକ ମିଳିଥାନ୍ତି । ଯେଉଁମାନେ କହିଥାନ୍ତି କି ଟାଗୋର କେତେ ବର୍ଷ ପୂର୍ବେ ତାଙ୍କ ଦେଶକୁ ଆସିଥିଲେ । ସେହି ଦେଶରେ ଆଜି ମଧ୍ୟ ବହୁତ ସମ୍ମାନର ସହିତ ଗୁରୁଦେବଙ୍କୁ ସ୍ମରଣ କରାଯାଉଛି । ଲୋକ ଟାଗୋରଙ୍କ ସହିତ ନିଜକୁ ଯୋଡିବା ପାଇଁ ପ୍ରୟାସ କରୁଛନ୍ତି ।

ଯଦି ଆମେ ଆଫଗାନିସ୍ତାନ ଯିବା ତ ସମସ୍ତ ଆଫଗାନିସ୍ତାନୀ କାବୁଲୀବାଲାର କାହାଣୀ ସଂପର୍କରେ ହିଁ ଆଲୋଚନା କରିଥାନ୍ତି । ବଡ଼ ଗର୍ବର ସହିତ କରିଥାନ୍ତି । ତିନି ବର୍ଷ ପୂର୍ବେ ଯେତେବେଳେ ମୁଁ ତାଜାକିସ୍ତାନ ଯାଇଥିଲି ତ ସେଠାରେ ମୋତେ ଗୁରୁଦେବଙ୍କ ଏକ ପ୍ରତିମୂର୍ତ୍ତି ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଗୁରୁଦେବଙ୍କ ପାଇଁ ସେଠାକାର ଲୋକମାନଙ୍କ ମଧ୍ୟରେ ଯେଉଁ ଆଦର ଭାବ ମୁଁ ଦେଖିଛି ତାହା କେବେ ମୁଁ ଭୁଲି ପାରିବି ନାହିଁ ।

ଦୁନିଆର ଅନେକ ବିଶ୍ୱବିଦ୍ୟାଳୟରେ ଆଜି ମଧ୍ୟ ଟାଗୋର ହେଉଛନ୍ତି ଅଧ୍ୟୟନର ବିଷୟ । ତାଙ୍କ ନାମରେ ଚଉକି (Chair) ସବୁ ରହିଛି, ଯଦି ମୁଁ କହିବି କି ଗୁରୁଦେବ ଆଗରୁ ମଧ୍ୟ ବିଶ୍ୱ ନାଗରିକ ଥିଲେ ଆଉ ଆଜି ମଧ୍ୟ ରହିଛନ୍ତି, ତ କିଛି ଭୁଲ ହେବ ନାହିଁ । ତଥାପି ଆଜିର ଏହି ଅବସରରେ ତାଙ୍କର ଗୁଜରାଟ ସହିତ ଯେଉଁ ସମ୍ପର୍କ ରହିଥିଲା ତାହାକୁ ବର୍ଣ୍ଣନା କରିବାର ଇଚ୍ଛାକୁ ମୁଁ ସମ୍ବରଣ କରି ପାରୁନାହିଁ । ତାଙ୍କର ବଡ଼ ଭାଇ ସତ୍ୟେନ୍ଦ୍ର ନାଥ ଟାଗୋର ମହାଶୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ପ୍ରଥମ ଭାରତୀୟ ଥିଲେ । ବହୁ ସମୟ ଧରି ସେ ଅହମ୍ମଦାବାଦରେ ମଧ୍ୟ ରହିଥିଲେ । ସମ୍ଭବତଃ ସେ ସେତେବେଳେ ଅହମ୍ମଦାବାଦର କମିଶନର ହୋଇଥିଲେ । ଆଉ ମୁଁ କେଉଁଠାରେ ପଢିଥିଲି, କି ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯିବା ପୂର୍ବରୁ ସତ୍ୟେନ୍ଦ୍ରନାଥ ମହାଶୟ ନିଜର ଛୋଟ ଭାଇଙ୍କୁ ଛଅ ମାସ ପର୍ଯ୍ୟନ୍ତ ଇଂରାଜୀ ସାହିତ୍ୟର ଅଧ୍ୟୟନ ସେହି ଅହମ୍ମଦାବାଦରେ ହିଁ କରିଥିଲେ । ଗୁରୁଦେବଙ୍କ ବୟସ ସେତେବେଳେ କେବଳ ମାତ୍ର 17 ବର୍ଷ ଥିଲା । ଏହି ସମୟରେ ଗୁରୁଦେବ ନିଜର ଲୋକପ୍ରିୟ ଉପନ୍ୟାସ ‘ଖୁଦିତୋପାଶାଣ’ର ମହତ୍ୱପୁର୍ଣ୍ଣ ଭାଗ ଏବଂ କିଛି କବିତା ମଧ୍ୟ ଅହମ୍ମଦାବାଦରେ ହିଁ ରହିବା ସମୟରେ ଲେଖିଥିଲେ । ଅର୍ଥାତ ଗୋଟିଏ ପଟେ ଦେଖିଲେ ତ, ଗୁରୁଦେବ ବିଶ୍ୱ ମାନସପଟରେ ବିଜୟ ସ୍ଥାପନ କରିବାରେ ଏକ ଛୋଟ ଭୂମିକା ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ହିଁ ରହିଛି, ତାହା ମଧ୍ୟରୁ ଗୁଜରାଟ ହେଉଛି ଗୋଟିଏ ।

ସାଥୀଗଣ, ଗୁରୁଦେବ ହୃଦୟଙ୍ଗମ କରିଥିଲେ କି ପ୍ରତ୍ୟେକ ବ୍ୟକ୍ତିର ଜନ୍ମ କୌଣସି ନା କୌଣସି ଲକ୍ଷ୍ୟ ପ୍ରାପ୍ତି ପାଇଁ ହୋଇଥାଏ । ପ୍ରତ୍ୟେକ ବାଳକ ନିଜ ଲକ୍ଷ୍ୟ ପ୍ରାପ୍ତି କରିବା ଦିଗରେ ଅଗ୍ରସର ହେଉ ଏଥିପାଇଁ ତାକୁ ଯୋଗ୍ୟ କରିବା, ଏଥିରେ ଶିକ୍ଷାର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେ ପିଲାମାନଙ୍କ ପାଇଁ କିଭଳି ଶିକ୍ଷା ଚାହୁଁଥିଲେ, ତାହାର ଝଲକ ତାଙ୍କ କବିତା Power of Affection (ସ୍ନେହର ଶକ୍ତି)ରୁ ଆମେ ଅନୁଭବ କରିପାରିବା । ସେ କହୁଥିଲେ କି ଶିକ୍ଷା କେବଳ ତାହା ନୁହେଁ ଯାହା ବିଶ୍ୱବିଦ୍ୟାଳୟରେ ହିଁ ଦିଆଯାଏ । ଶିକ୍ଷା ତ ବ୍ୟକ୍ତିତ୍ୱର ପ୍ରତ୍ୟେକ ପକ୍ଷର ସନ୍ତୁଳିତ ବିକାଶ ଯାହକୁ ସମୟ ଆଉ ସ୍ଥାନର ବନ୍ଧନରେ ବନ୍ଧା ଯାଇ ପାରିବନାହିଁ । ଆଉ ଏଥିପାଇଁ ଗୁରୁଦେବ ସର୍ବଦା ଚାହୁଁଥିଲେ କି ଭାରତୀୟ ଛାତ୍ର ବାହାର ଦୁନିଆରେ ମଧ୍ୟ ଯାହା କିଛି ହେଉଛି ଯାଇ ତା’ ସହିତ ଭଲ ଭାବେ ପରିଚିତ ହୁଅନ୍ତୁ । ଅନ୍ୟ ଦେଶରେ ଲୋକମାନେ କିପରି ରହୁଛନ୍ତି, ସେମାନଙ୍କର ସାମାଜିକ ମୂଲ୍ୟ କ’ଣ, ସେମାନଙ୍କର ସାଂସ୍କୃତିକ ପରମ୍ପରା କ’ଣ, ସେ ସମ୍ପର୍କରେ ଜାଣିବା ପାଇଁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ । କିନ୍ତୁ ଏହା ସହିତ ସେ ମଧ୍ୟ କହୁଥିଲେ କି ଭାରତୀୟତାକୁ କେବେ ଭୁଲିବା ଉଚିତ ନୁହେଁ ।
ମୋତେ ଅବଗତ କରାଯାଇଛି କି ଥରେ ଆମେରିକାରେ କୃଷି ବିଷୟରେ ପଢ଼ିବାକୁ ଯାଇଥିବା ନିଜ ଜ୍ୱାଇଁଙ୍କୁ ପତ୍ର ମଧ୍ୟ ଲେଖିକରି ସେ ଏହି କଥା ବିସ୍ତୃତ ଭାବେ ବୁଝାଇଥିଲେ । ଆଉ ଗୁରୁଦେବ ନିଜ ଜ୍ୱାଇଁଙ୍କୁ ଲେଖିଥିଲେ କି ସେଠାରେ କେବଳ କୃଷି ସମ୍ପର୍କିତ ଶିକ୍ଷା ହିଁ ଯଥେଷ୍ଟ ନୁହେଁ । ବରଂ ସ୍ଥାନୀୟ ଲୋକଙ୍କ ସହିତ ମିଳାମିଶା ଏହା ମଧ୍ୟ ହେଉଛି ତୁମର ଶିକ୍ଷାର ଏକ ଅଂଶ ବିଶେଷ । ଆଉ ଆଗକୁ ଲେଖିଥିଲେ କି ଯଦି ସେଠାକାର ଲୋକଙ୍କୁ ଜାଣିବାର ଅବକାଶରେ ତୁମେ ନିଜେ ଭାରତୀୟ ହେବାର ପରିଚୟ ହରାଇ ବସିବ ତ ଭଲ ହେବ କି କୋଠରୀରେ ତାଲା ବନ୍ଦ କରି ତା’ ଭିତରେ ହିଁ ରହିବ ।

ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନରେ ଟାଗୋର ମହାଶୟଙ୍କର ଏହି ଶିକ୍ଷଣୀୟ ଆଉ ଭାରତୀୟତା ସହିତ ଓତଃପ୍ରୋତ ଜଡିତ ଥିବା ଦର୍ଶନ ଏକ ଦୂରତ୍ୱ ସୃଷ୍ଟି କରିଥିଲା । ତାଙ୍କର ଜୀବନ ରାଷ୍ଟ୍ରୀୟ ଜୀବନ ଏବଂ ବିଶ୍ୱ ବିଚାରର ସମାବେଶ ଥିଲା ଯାହା ଆମର ପୁରାତନ ପରମ୍ପରାଗୁଡ଼ିକର ଅଙ୍ଗ ହୋଇଥିଲା । ଏହା ମଧ୍ୟ ଏକ କାରଣ ରହିଥିଲା କି ସେ ଏଠାରେ ବିଶ୍ୱଭାରତୀରେ ଶିକ୍ଷାର ଭିନ୍ନ ଧରଣର ଦୁନିଆର ସର୍ଜନା କରିଥିଲେ । ନମ୍ରତା ହେଉଛି ଏଠାକାର ଶିକ୍ଷାର ମୂଳମନ୍ତ୍ର । ଆଜି ମଧ୍ୟ ମୁକ୍ତ ପବନରେ ଗଛ ଛାଇ ତଳେ ଶ୍ରେଣୀଗୃହ ଚାଲୁ ରହିଛି । ଯେଉଁଠାରେ ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସିଧା ସଳଖ ଆଲୋଚନା ହୋଇଥାଏ, ସଙ୍ଗୀତ, ଚିତ୍ରକଳା, ନାଟ୍ୟ ଅଭିନୟ ସମେତ ମାନବ ଜୀବନର ଯେତେ ମଧ୍ୟ ଦିଗ ରହିଛି, ସେଗୁଡ଼ିକୁ ପ୍ରକୃତି କୋଳରେ ବସି ତେଜୀୟାନ କରାଯାଉଛି ।

ମୁଁ ଖୁସି ଯେ ଯେଉଁ ସ୍ୱପ୍ନର ସହିତ ଗୁରୁଦେବ ଏହି ମହାନ ସଂସ୍ଥାନର ମୂଳଦୁଆ ରଖିଥିଲେ, ତାହାକୁ ସଂପୂର୍ଣ୍ଣ କରିବା ଦିଗରେ ଏହା ନିରନ୍ତର ଆଗକୁ ଅଗ୍ରସର ହେଉଛି । ଶିକ୍ଷାକୁ ଦକ୍ଷତା ବିକାଶ ସହିତ ଯୋଡ଼ି କରି ଆଉ ତା’ମାଧ୍ୟମରେ ସାଧାରଣ ମାନବ ଜୀବନ ସ୍ତରର ଉତ୍ଥାନ କରିବାରେ ତାଙ୍କ ପ୍ରୟାସ ହେଉଛି ପ୍ରଶଂସନୀୟ ।

ମୋତେ ଅବଗତ କରାଯାଇଛି କି ଏଠାକାର ପ୍ରାୟ 50ଟି ଗାଁର ଲୋକମାନଙ୍କ ସହିତ ଆପଣ ମାନେ ମିଳିମିଶି, ଆପଣ ସେମାନଙ୍କ ସହିତ ଯୋଡ଼ି ହୋଇ ବିକାଶର ସେବା କାମ କରୁଛନ୍ତି । ଯେତେବେଳେ ଆପଣମାନଙ୍କର ଏହି ପ୍ରୟାସ ସମ୍ପର୍କରେ ମୋତେ ଅବଗତ କରାଗଲା ତ ମୋର ଆଶା ଏବଂ ଆକାଂକ୍ଷାଗୁଡ଼ିକ ଆପଣମାନଙ୍କଠାରୁ ଟିକେ ଅଧିକ ବଢ଼ିଗଲା । ଆଉ ଆଶା ସେହିଠାରୁ ବଢ଼ିଥାଏ, ଯିଏ କିଛି କରିଥାଏ । ଆପଣମାନେ କରିଛନ୍ତି । ଏଥିପାଇଁ ମୋର ଆପଣମାନଙ୍କଠାରୁ ଆଶା ମଧ୍ୟ ଅଧିକ ବଢ଼ି ଯାଇଛି ।

ବନ୍ଧୁଗଣ, 2021 ରେ ଏହି ମହାନ ସଂସ୍ଥାନ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ଆଜି ଯେଉଁ ପ୍ରୟାସ ଆପଣ 50 ଟି ଗାଁରେ ରହି କରୁଛନ୍ତି, ଆଗାମୀ ଦୁଇ ତିନି ବର୍ଷରେ ଏହାକୁ ଆପଣ ଶହେ ଅଥବା ଦୁଇ ଶହ ଗାଁ ପର୍ଯ୍ୟନ୍ତ ନେଇ ଯାଇପାରିବେ । ମୋର ଏକ ଅନୁରୋଧ ରହିବ କି ଆପଣମାନେ ନିଜର ଏହି ପ୍ରୟାସକୁ ଦେଶର ଆବଶ୍ୟକତା ସହିତ ଯୋଡ଼ନ୍ତୁ । ଯେପରି ଆପଣ ଏହି ସଂକଳ୍ପ ନେଇ କରି 2021 ପର୍ଯ୍ୟନ୍ତ ଯେତେବେଳେ ଏହି ସଂସ୍ଥାନର ଶତାବ୍ଦୀ ସମାରୋହ ଆମେ ପାଳନ କରିବା, 2021 ପର୍ଯ୍ୟନ୍ତ ଏଭଳି ଶହେଟି ଗାଁ ବିକଶିତ କରିବା, ସେଠାକାର ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ ହେବ, ଗ୍ୟାସ ସଂଯୋଗ ହେବ, ଶୌଚାଳୟ ହେବ, ମାଆ ଏବଂ ପିଲାଙ୍କର ଟୀକାକରଣ ହୋଇଥିବ, ଘରର ଲୋକଙ୍କୁ ଡିଜିଟାଲ କାରବାର ଆସୁଥିବ, ସେମାନେ ସାଧାରଣ ସେବା କେନ୍ଦ୍ରକୁ ଯାଇ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅନଲାଇନ୍ ରେ କରିବା ଆସୁଥିବ ।

ଆପଣମାନଙ୍କୁ ମଧ୍ୟ ଭଲ ଭାବେ ଜଣା ଅଛି କି ଉଜ୍ଜ୍ୱଳା ଯୋଜନା ଅଧୀନରେ ଦିଆଯାଉଥିବା ଗ୍ୟାସ ସଂଯୋଗ ଏବଂ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ନିର୍ମାଣ କରାଯାଉଥିବା ଶୌଚାଳୟ ମହିଳାମାନଙ୍କର ଜୀବନକୁ ସରଳ କରିବାର କାର୍ଯ୍ୟ କରିଛି । ଗାଁରେ ଆପଣମାନଙ୍କର ପ୍ରୟାସ, ଶକ୍ତିର ଉପାସକ, ଏହି ମାଟିର ନାରୀ ଶକ୍ତିକୁ ସଶକ୍ତ କରିବାର କାର୍ଯ୍ୟ କରିବ ଆଉ ଏହା ବ୍ୟତୀତ ଏହା ମଧ୍ୟ ପ୍ରୟାସ କରାଯାଇ ପାରିବ କି ଏହି ଶହେ ଗାଁକୁ ପ୍ରକୃତି ପ୍ରେମୀ, ପ୍ରକୃତି ପୂଜନ ଗାଁ କିପରି କରାଯାଇ ପାରିବ । ଯେପରି ଆପଣମାନେ ପ୍ରକୃତିର ସଂରକ୍ଷଣ ଭଳି କାର୍ଯ୍ୟ କରୁଛନ୍ତି, ସେହିପରି ଗାଁ ମଧ୍ୟ ଆପଣଙ୍କ ମିଶନର ଅଂଶ ପାଲଟିବ । ଅର୍ଥାତ ଏହି ଶହେଟି ଗାଁ ସେହି ଦୃଷ୍ଟିଭଙ୍ଗୀକୁ ଆଗକୁ ନେଇଯିବ, ଯେଉଁଠାରେ ଜଳ ଭଣ୍ଡାରଣର ପର୍ଯ୍ୟାପ୍ତ ବ୍ୟବସ୍ଥା ବିକଶିତ କରି ଜଳ ସଂରକ୍ଷଣ କରାଯିବ । କାଠ ନ ଜଳାଇ ବାୟୁ ସଂରକ୍ଷଣ କରାଯିବ । ସ୍ୱଚ୍ଛତା ପ୍ରତି ଧ୍ୟାନ ରଖି ପ୍ରାକୃତିକ ଖାଦ୍ୟର ଉପଯୋଗ କରି ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ ।

ଭାରତ ସରକାରଙ୍କର ଗୋବର-ଧନ ଯୋଜନାର ଭରପୂର ଲାଭ ଉଠାଯାଇ ପାରିବ । ଏପରି ଅନେକ କାର୍ଯ୍ୟ ଯାହାର ତାଲିକା ବା ଚେକ୍ ଲିଷ୍ଟ ପ୍ରସ୍ତୁତ କରି ଆପଣ ତାହାକୁ ସଂପୂର୍ଣ୍ଣ କରି ପାରିବେ ।

ସାଥୀଗଣ, ଆଜି ଆମେ ଏକ ଭିନ୍ନ ବିଷୟରେ ଭିନ୍ନ ଆହ୍ୱାନ ମଧ୍ୟରେ ବଂଚୁଛୁ । ଶହେ ପଚିଶ କୋଟି ଦେଶବାସୀ 2022 ପର୍ଯ୍ୟନ୍ତ ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ । ନିଉ ଇଣ୍ଡିଆ ନିର୍ମାଣର ସଂକଳ୍ପ ନେଇଛନ୍ତି । ଏହି ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ଏବଂ ଶିକ୍ଷା ସହିତ ଜଡ଼ିତ ଆପଣଙ୍କ ଭଳି ମହାନ ସଂସ୍ଥାନ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଭଳି ସଂସ୍ଥାନରୁ ବାହାରିଥିବା ଯୁବକମାନେ ଦେଶକୁ ନୂତନ ଉର୍ଜ୍ଜା ଦେଇଥାଆନ୍ତି । ଏକ ନୂତନ ଦିଗ ଦେଇ ଥାଆନ୍ତି । ଆମର ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷା ସଂସ୍ଥାନ ନ ହେଉ, କିନ୍ତୁ ସାମାଜିକ ଜୀବନରେ ତାହାର ସକ୍ରିୟ ଭାଗିଦାରୀ ହେଉ, ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ।

ସରକାରଙ୍କ ଦ୍ୱାରା ଉନ୍ନତ ଭାରତ ଅଭିଯାନ ଅଧୀନରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗାଁର ବିକାଶ ସହିତ ଯୋଡ଼ା ଯାଉଛି । ଗୁରୁଦେବଙ୍କ ଦୃଷ୍ଟିଭଙ୍ଗୀ ସହିତ ନିଉ ଇଣ୍ଡିଆର ଆବଶ୍ୟକତା ଅନୁସାରେ ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କ୍ରମାଗତ ପ୍ରୟାସରତ ଅଛନ୍ତି ।
ଏହି ବଜେଟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ଓ ବ୍ୟବସ୍ଥାର ପୁନର୍ବିନ୍ୟାସ (Revitalizing Infrastructure & System in Education)ଅର୍ଥାତ୍ ରାଇଜ୍(RISE)ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାର ଘୋଷଣା କରିଛନ୍ତି । ଏହା ଅଧୀନରେ ଆଗାମୀ ଚାରି ବର୍ଷରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଶିକ୍ଷଣ ନେଟୱାର୍କର ବିଶ୍ୱସ୍ତରୀୟ ପଦକ୍ଷେପ (Global Initiative of Academic Network ) ଅର୍ଥାତ୍ ଜ୍ଞାନ ମଧ୍ୟ ଆରମ୍ଭ କରାଯିବ । ଏହା ମାଧ୍ୟମରେ ଭାରତୀୟ ସଂସ୍ଥାଗୁଡ଼ିକରେ ପଢ଼ାଇବା ପାଇଁ ଦୁନିଆର ସର୍ବଶ୍ରେଷ୍ଠ ଶିକ୍ଷକମାନଙ୍କୁ ଆମନ୍ତ୍ରିତ କରାଯାଉଛି ।

ଶିକ୍ଷଣ ସଂସ୍ଥା ଗୁଡ଼ିକୁ ପର୍ଯ୍ୟାପ୍ତ ସୁବିଧା ମିଳୁ, ଏଥିପାଇଁ ଏକ ହଜାର କୋଟି ଟଙ୍କାର ନିବେଶ ସହିତ ଉଚ୍ଚ ଶିକ୍ଷା ଆର୍ଥିକ ସହାୟତା ସଂସ୍ଥା(ଐସଶଷରକ୍ସ ଋୟଙ୍କମବଗ୍ଧସକ୍ଟଦ୍ଭ ୠସଦ୍ଭବଦ୍ଭମସଦ୍ଭଶ ଇଶରଦ୍ଭମଚ୍ଚ) ଆରମ୍ଭ କରାଯାଇଛି । ଏହା ଦ୍ୱାରା ପ୍ରମୁଖ ଶିକ୍ଷଣ ସଂସ୍ଥା ଗୁଡ଼ିକରେ ଉନ୍ନତ ମାନର ଭିତିଭୂମି ପାଇଁ ନିବେଶରେ ସହାୟତା ମିଳିବ । କମ ବୟସରେ ହିଁ ନବସୃଜନର ଚିନ୍ତାଧାରା ସୃଷ୍ଟି ପାଇଁ ଏବେ ସେହି ଦିଗରେ ଆମେ ସାରା ଦେଶରେ 2400 ସ୍କୁଲକୁ ଚିହ୍ନଟ କରିଛୁ । ଏହି ସ୍କୁଲରେ ଅଟଳ ଟିଙ୍କରିଂ ଲେବ୍ସ (Higher Education Financing Agency) ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ । ଏହି ଗବେଷଣାଗାରରେ ପିଲାମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ସହିତ ପରିଚିତ କରାଯାଉଛି ।

ସାଥୀଗଣ, ଆପଣଙ୍କର ଏହି ସଂସ୍ଥାନ ଶିକ୍ଷାରେ ନବସୃଜନର ହେଉଛି ଜୀବନ୍ତ ପ୍ରମାଣ । ମୁଁ ଚାହିଁବି କି ବିଶ୍ୱଭାରତୀର 11,000 ରୁ ଅଧିକ ବିଦ୍ୟାର୍ଥୀ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଥିବା ଯୋଜନାଗୁଡ଼ିକରୁ ଅଧିକରୁ ଅଧିକ ଲାଭ ଉଠାନ୍ତୁ । ଆପଣ ମଧ୍ୟ ଏଠାରୁ ଅଧ୍ୟୟନ ଶେଷ କରି ବାହାରୁଛନ୍ତି । ଗୁରୁଦେବଙ୍କ ଆଶୀର୍ବାଦରେ ଆପଣଙ୍କୁ ଏକ ଜୀବନ ମିଳିଛି । ଆପଣ ନିଜ ସହିତ ବିଶ୍ୱଭାରତୀର ପରିଚୟ ନେଇ ଯାଉଛନ୍ତି । ମୋର ଅନୁରୋଧ ରହିବ କି ଆପଣମାନଙ୍କ ଦ୍ୱାରା ଏହାର ଗୌରବକୁ ଆହୁରି ଶିଖରକୁ ନେବାପାଇଁ ଆପଣ ନିରନ୍ତର ପ୍ରୟାସ କରି ଚାଲିବେ । ଯେତେବେଳେ ଖବର ଆସିଥାଏ କି ସଂସ୍ଥାନର ଛାତ୍ର ନିଜର ନବସୃଜନ ମାଧ୍ୟମରେ, ନିଜର କାର୍ଯ୍ୟ ଦ୍ୱାରା 500 ଅଥବା ହଜାରେ ଲୋକଙ୍କର ଜୀବନ ବଦଳାଇ ଦେଇଛନ୍ତି ତ ଲୋକ ସେହି ସଂସ୍ଥାନକୁ ମଧ୍ୟ ପ୍ରଣାମ କରିଥାନ୍ତି ।

ଆପଣ ମନେ ରଖନ୍ତୁ, ଯାହା ଗୁରୁଦେବ କହିଥିଲେ ‘ଯୋଦି ତୋର ଦକ୍ ଶୁନେ କେଉ ନା ଏସେ ତବେ ଏକଲା ଚଲୋ ରେ’ ଯଦି ଆପଣଙ୍କ ସାଙ୍ଗରେ ଚାଲିବା ପାଇଁ କେହି ପ୍ରସ୍ତୁତ ନାହଁନ୍ତି, ତେବେ ମଧ୍ୟ ନିଜର ଲକ୍ଷ୍ୟ ଆଡ଼କୁ ଏକୁଟିଆ ହିଁ ଚାଲୁ ଥାଆନ୍ତୁ । କିନ୍ତୁ ଆଜି ମୁଁ ଏଠାରେ ଆପଣମାନଙ୍କୁ ଏହା କହିବାକୁ ଆସିଛି କି ଯଦି ଆପଣ ଗୋଟିଏ ପାଦ ଚାଲିବେ ତ ସରକାର ଚାରି ପାଦ ଚାଲିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଜନ ଭାଗିଦାରୀ ସହିତ ବଢ଼ି ଚାଲିଥିବା ପଦକ୍ଷେପ ଆମ ଦେଶକୁ ଏକବିଂଶ ଶତାବ୍ଦୀରେ ସେହି ଲକ୍ଷ୍ୟ ପର୍ଯ୍ୟନ୍ତ ନେଇ ଯିବ ଯାହାର ସେ ହିଁ ହେଉଛି ଅଧିକାରୀ । ଯେଉଁ ସ୍ୱପ୍ନ ଗୁରୁଦେବ ମଧ୍ୟ ଦେଖିଥିଲେ ।

ସାଥୀଗଣ, ଗୁରୁଦେବ ନିଜ ଦେହାନ୍ତର କିଛି ସମୟ ପୂର୍ବରୁ ଗାନ୍ଧିଜୀଙ୍କୁ କହିଥିଲେ କି ବିଶ୍ୱଭାରତୀ ହେଉଛି ସେହି ଜାହାଜ, ଯେଉଁଥିରେ ଅନେକଙ୍କ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ସମ୍ପତ୍ତିକୁ ସଜେଇ ରଖାଯାଇଛି । ସେ ଆଶା ବ୍ୟକ୍ତ କରିଥିଲେ କି ଭାରତର ଲୋକ ଆମେ ସମସ୍ତେ ଏହି ବହୁମୂଲ୍ୟ ସମ୍ପତ୍ତିକୁ ସାଇତି କରି ରଖିବା, ତ ଏହି ସମ୍ପତ୍ତିକୁ ନା କେବଳ ସାଇତି ରଖବା ବରଂ ଏହାକୁ ଆହୁରି ସମୃଦ୍ଧ କରିବାର ବହୁତ ବଡ଼ ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ନ୍ୟସ୍ତ ହୋଇ ରହିଛି । ବିଶ୍ୱଭାରତୀ, ବିଶ୍ୱବିଦ୍ୟାଳୟ, ନିଉ ଇଣ୍ଡିଆ ସହିତ ନୂତନ ପଥ ଦେଖାଇ ଚାଲୁଥିବ । ଏହି କାମନା ସହିତ ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି ।

ଆପଣ ଆପଣଙ୍କର ମାତା-ପିତା, ଏହି ସଂସ୍ଥାନ ଆଉ ଏହି ଦେଶର ସ୍ୱପ୍ନକୁ ସାକାର କରନ୍ତୁ, ଏଥିପାଇଁ ପୁଣି ଥରେ ବହୁତ-ବହୁତ ଶୁଭକାମନା, ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s maternal mortality drops nearly 80% since 1990: Global study

Media Coverage

India’s maternal mortality drops nearly 80% since 1990: Global study
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s speech sparks massive enthusiasm in Palakkad, Keralam
March 29, 2026
A BJP-NDA government in Keralam will ensure rapid development. This is Modi’s guarantee: PM Modi in Palakkad
The track record of the Congress and the Left shows that wherever they come to power, everything deteriorates: PM Modi
In Palakkad, PM Modi says that both the UDF and LDF are targeting the BJP because they fear the party will expose their past misdeeds
If the BJP comes to power, all the scams perpetrated by the LDF and UDF will be thoroughly investigated, and justice will be served: PM

Prime Minister Narendra Modi today addressed a massive public gathering in Palakkad, highlighting the growing momentum for change in Keralam and expressing confidence in the rising support for the BJP-led NDA in the state. “I can clearly see a different atmosphere in the state this time. Keralam is sending a message of change,” he said.

Opening his address, the Prime Minister remarked, “The growing popularity of the NDA, the increasing trust in the BJP, and the overwhelming enthusiasm and presence of people here in Palakkad show that the mood of Keralam has now transformed into a movement.” He further emphasized, “Today, the youth, the women and the farmers of Keralam place their faith in the BJP and NDA.”

The PM credited this shift to the people of Keralam and the dedication of party karyakartas. “This transformation is the result of the blessings of the people of Kerala and the tireless efforts of lakhs of BJP karyakartas. Many of our karyakartas have sacrificed their lives due to political violence. I pay my heartfelt tribute to all of them,” he said.

Launching a sharp attack on both the LDF and UDF, PM Modi stated, “For decades, Keralam has been trapped between two faces of selfish politics -LDF and UDF. One is corrupt, the other is more corrupt. One is communal, the other is more communal. Their policies revolve only around vote bank politics, with no concern for Keralam’s development.”

Highlighting what he termed a 'tacit understanding' between the two alliances, the PM added, “For years, LDF and UDF have taken turns to rule and loot. Now both are targeting the BJP, which shows they fear us. They know that once BJP comes to power, their corruption will be exposed.” He asserted that a future NDA government would investigate all scams and deliver justice to the people of Keralam.

PM Modi also pointed to the developmental support extended by the Centre, stating that Keralam has received significantly higher funds in the last decade compared to previous regimes. However, he criticized the state government for poor utilization of these funds.

On development and employment, PM Modi highlighted the state’s immense potential but lamented the lack of industrial growth and job opportunities, which has led to migration. He contrasted this with initiatives taken by the Centre in Palakkad, including the establishment of an IIT, infrastructure upgrades and plans for a smart industrial city.

Focusing on women-led development, PM Modi said, “Empowering women has been a priority for the BJP. From financial inclusion to healthcare and housing, women are at the center of our schemes. We have also ensured greater political participation through the Nari Shakti Vandan Adhiniyam.”

PM Modi exposed Congress misconduct and raised concerns about women’s safety. He said, “In Palakkad, Congress leaders have increasingly posed a safety concern for women. Just yesterday, the party expelled another leader over allegations of exploiting a woman. This reveals an uncomfortable truth about these parties, one that the women of Keralam should be well aware of.”

He also addressed farmers’ concerns, particularly delays in paddy procurement and payments, and highlighted the benefits provided under central schemes like PM-KISAN.

Touching upon global developments, the Prime Minister reassured citizens about the government’s efforts to safeguard Indians abroad amid ongoing conflicts in West Asia. He stressed that the safety and interests of Indian citizens remain the top priority of the NDA government.

“Since the outbreak of the conflict, I have been in constant touch with world leaders. The safety of Indians in affected regions is our top priority, with our embassies working round the clock to ensure their well-being. For the BJP-NDA government, the security of every Indian is paramount. However, the kind of statements being made by the Congress on this sensitive issue are dangerous, as they risk the safety of nearly one crore Indians in Gulf countries for political gain,” he said.

Concluding his address, PM Modi reiterated the vision for a “Viksit Keralam.” “Our resolve is clear- development, dignity and opportunity for every citizen. NDA guarantees an end to forced migration, respect for every youth’s talent, and development free from corruption and political interference. The kind of transformation seen in the rest of India will now be visible in Keralam as well,” he said.