ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଣୀ ରାସମଣିଙ୍କୁ ତାଙ୍କ ଜୟନ୍ତ୍ରୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାହସ, କରୁଣା ଏବଂ ଦୃଢ଼ ବିଶ୍ୱାସର ଜଣେ ମହାନ ପ୍ରତିମୂର୍ତ୍ତି ଭାବେ ତାଙ୍କର ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ରାଣୀ ରାସମଣି ସାହସ, କରୁଣା ଏବଂ ଦୃଢ଼ ବିଶ୍ୱାସର ଜଣେ ମହାନ ପ୍ରତିମୂର୍ତ୍ତି ଥିଲେ। ଦୂରଦୃଷ୍ଟି ସମ୍ପନ୍ନ ଏବଂ ପରୋପକାରୀ ନେତୃତ୍ୱ ଭାବେ ତାଙ୍କୁ ସ୍ମରଣ କରାଯାଏ । ସେ ଅନେକ ସ୍ଥାୟୀ ସଂସ୍ଥା ନିର୍ମାଣ କରିଛନ୍ତି । ଆଧ୍ୟାତ୍ମିକତା ଏବଂ ଗରିବଙ୍କ ଉତ୍ଥାନ ଦିଗରେ ତାଙ୍କର ଥିଲା ଅତୁଟ ପ୍ରତିବଦ୍ଧତା । ଜୟନ୍ତୀରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।”
Rani Rashmoni was a towering figure of courage, compassion and conviction. She is fondly remembered as a visionary leader and philanthropist. She built lasting institutions and had unwavering commitment to spirituality as well as for the upliftment of the poor. Tributes to her on…
— Narendra Modi (@narendramodi) September 28, 2025


