ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକ ଅମୃତ ସରୋବର ଯୋଜନା ଅଧୀନରେ ଜଳାଶୟ ବିକାଶ ପାଇଁ ସେମାନଙ୍କ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରିବା ଉଚିତ୍‍ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକ କେନ୍ଦ୍ର ଗତି ଶକ୍ତି ସଞ୍ଚାର ପୋର୍ଟାଲର ଲାଭ ଉଠାଇବାକୁ କହିଛନ୍ତି ଯାହା ଦ୍ୱାରା ଠିକଣା ସମୟରେ ଆବେଦନ ଗୁଡିକର ଫଏସଲା ହୋଇପାରିବ
ପିଏମ୍‍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆଧାରରେ ରାଜ୍ୟମାନେ ରାଜ୍ୟ ସ୍ତରୀୟ ଗତିଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିପାରିବେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪୦ ତମ ପ୍ରଗତି ସଂସ୍କରଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରି ସକରାତ୍ମକ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରିତା ପାଇଁ ଆଇସିଟି ଭିତ୍ତିକ ମଲ୍ଟି ମୋଡାଲ ପ୍ଲାଟଫର୍ମ ଅଟେ । 

ବୈଠକରେ ଆଠଟି ପ୍ରକଳ୍ପ ଏବଂ ଗୋଟିଏ କାର୍ଯ୍ୟକ୍ରମ ସହିତ ମୋଟ୍‍ ନଅଟି ବିଷୟକୁ ସମୀକ୍ଷା ପାଇଁ ନିଆଯାଇଥିଲା । ଏହି ଆଠଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦୁଇଟି କରି ପ୍ରକଳ୍ପ ସହିତ ଶକ୍ତି ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗରୁ ଦୁଇଟି ପ୍ରକଳ୍ପ ଥିଲା । ଏହି ଆଠଟି ପ୍ରକଳ୍ପର ମୂଲ୍ୟ ୫୯,୯୦୦ କୋଟି ଟଙ୍କାରୁ ଅଧିକ ହେବ ଏବଂ ଏହା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ, ଓଡିଶା, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ତ୍ରିପୁରା, ମିଜୋରାମ, ନାଗାଲ୍ୟାଣ୍ଡ, ସିକ୍କିମ ଏବଂ ଝାଡ଼ଖଣ୍ଡ ଆଦି ୧୪ ଟି ରାଜ୍ୟ ସହ ଜଡିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଡକ ଏବଂ ରେଳ ପରି ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଅମୃତ ସରୋବର ଯୋଜନା ଅଧୀନରେ ଥିବା ଜଳାଶୟ ସହିତ ସେମାନଙ୍କ ପ୍ରକଳ୍ପ ରୂପରେଖ ପ୍ରସ୍ତୁତ କରିବା ଉଚିତ । ଏହା ଏକ ଜିତିବା ପରି ସ୍ଥିତି ହେବ କାରଣ ଅମୃତ ସରୋବର ପାଇଁ ଖୋଳା ଯାଇଥିବା ସାମଗ୍ରୀଗୁଡିକୁ ସଂସ୍ଥାମାନଙ୍କ ଦ୍ୱାରା ସିଭିଲ୍ କାମ ପାଇଁ ବ୍ୟବହାର କରାଯାଇପାରିବ । 

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ "ଜାତୀୟ ବ୍ରଡବ୍ୟାଣ୍ଡ ମିଶନ” କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରିଥିଲେ । ରାଜ୍ୟ ଏବଂ ସଂସ୍ଥାଗୁଡିକ କେନ୍ଦ୍ର ଗତି ଶକ୍ତି ସଞ୍ଚାର ପୋର୍ଟାଲର ଲାଭ ଉଠାଇବାକୁ କୁହାଯାଇଛି ଯାହା ଦ୍ୱାରା ଠିକଣା ସମୟରେ ରାଇଟ୍‍ ଅଫ୍‍ ୱେ (ଆରଓଡବ୍ଲ୍ୟୁ) ଗୁଡିକର ଫଏସଲା ହୋଇପାରିବ । ଏହା ମିଶନର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବ । ସମାନ୍ତରାଳ ଭାବେ, ସେମାନେ ଜ୍ଞାନକୌଶଳ ବ୍ୟବହାର କରି ସାଧାରଣ ଲୋକଙ୍କର ଜୀବନଧାରଣ ମାନରେ ସହଜତା ବୃଦ୍ଧି କରିପାରିବେ । 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟମାନେ ମଧ୍ୟ ପିଏମ୍‍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଢାଞ୍ଚାରେ ରାଜ୍ୟ ସ୍ତରୀୟ ଗତିଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିପାରିବେ ଏବଂ ଏଥିପାଇଁ ରାଜ୍ୟ ସ୍ତରୀୟ ୟୁନିଟ୍ ଗଠନ କରିପାରିବେ । ଉନ୍ନତ ଯୋଜନା, ଚିହ୍ନଟ ଏବଂ ପ୍ରମୁଖ ପ୍ରସଙ୍ଗ ସମାଧାନ କରିବାରେ ତଥା ପ୍ରକଳ୍ପର ଠିକଣା ସମୟରେ କାର୍ଯ୍ୟକାରିତା ପାଇଁ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବାରେ ଏହା ଏକ ଦୀର୍ଘମିଆଦୀ ଫାଇଦା ଦେଇପାରେ ।

ପ୍ରଗତି ବୈଠକର ୩୯ ଟି ସଂସ୍କରଣ ପର୍ଯ୍ୟନ୍ତ ମୋଟ ୧୪.୮୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୧୧ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Your 10% Effort Can Help India Save Billions In Foreign Exchange Every Year

Media Coverage

How Your 10% Effort Can Help India Save Billions In Foreign Exchange Every Year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that knowledge can be gained only through devoted service to the Guru
May 12, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that knowledge can be gained only through devoted service to the Guru.

The Prime Minister shared a Sanskrit Subhashitam-

"यथा खात्वा खनित्रेण भूतले वारि विन्दति।

तथा गुरुगतां विद्यां शुश्रूषुरधिगच्छति॥"

The Subhashitam conveys, that just as one must dig deep into the earth with hard work and patience to obtain water, in the same way, knowledge can be gained only through devoted service to the Guru, with faith, dedication, discipline, and sincerity.

The Prime Minister posted on X:

"यथा खात्वा खनित्रेण भूतले वारि विन्दति।

तथा गुरुगतां विद्यां शुश्रूषुरधिगच्छति॥"