ଦେଶରେ ଅମ୍ଳଜାନ ଯୋଗାଣ ଓ ଏହାର ଉପଲବ୍ଧତାକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଅମ୍ଳଜାନ ଯୋଗାଣ ବଢାଇବା ନେଇ ଗତ କେତେ ସପ୍ତାହ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଏ ଦିଗରେ କେତେକ ତ୍ୱରିତ ପଦକ୍ଷେପ ନେଇ ଆଲୋଚନା କରିଥିଲେ । ସେଗୁଡିକ ହେଲା ଅମ୍ଳଜାନ ଉତ୍ପାଦନ ବୃଦ୍ଧି, ଶୀଘ୍ର ବିତରଣ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ଅମ୍ଳଜାନ ତୁରନ୍ତ ଉପଲବ୍ଧ କରାଇବା ନେଇ ଅଭିନବ ଉପାୟ ଇତ୍ୟାଦି ।

ରାଜ୍ୟଗୁଡିକ ସହ ସମନ୍ୱୟ ରକ୍ଷା କରି ସେମାନଙ୍କ ଅମ୍ଳଜାନ ଚାହିଦାର ଆକଳନ ତଥା ସେହି ଅନୁସାରେ ତୁରନ୍ତ ଯୋଗାଣକୁ ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ରାଜ୍ୟଗୁଡିକ ଅମ୍ଳଜାନ ଯୋଗାଣ ଗତି କିପରି  ବୃଦ୍ଧି ପାଉଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ୨୦ଟି ରାଜ୍ୟର ବର୍ତମାନ ଦୈନିକ ଆବଶ୍ୟକତା ୬. ୭୮୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ ଦରକାର ହେଉଥିବା ବେଳେ ସରକାର ଏପ୍ରିଲ ୨୧ ତାରିଖ ସୁଦ୍ଧା ଏହି ରାଜ୍ୟଗୁଡିକୁ ୬, ୮୨୨ ମେଟ୍ରିକ ଟନ୍ ଆବଣ୍ଟନ କରିଛନ୍ତି ।

ଗତ କିଛିଦିନ ମଧ୍ୟରେ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ ଦୈନିକ ୩, ୩୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ଘରୋଇ, ସରକାରୀ ଉଦ୍ୟୋଗ ପରିଚାଳିତ ଇସ୍ପାତ କାରଖାନା, ଶିଳ୍ପାନୁଷ୍ଠାନ, ଅମ୍ଳଜାନ ପ୍ରସ୍ତୁତ କର୍ତ୍ତା ଓ ଅତ୍ୟାବଶ୍ୟକ ନ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ  ଅମ୍ଳଜାନ ଯୋଗାଣ ବନ୍ଦ କରି ଏହା ସମ୍ଭବ ହୋଇଛି ବୈଠକରେ ସୂଚନା ଦିଆଯାଇଛି । ମଞ୍ଜୁରୀପ୍ରାପ୍ତ ପିଏସ୍‌ଏ ଅମ୍ଳଜାନ କାରଖାନାଗୁଡିକ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ  କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଥିବା ଅଧିକାରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

            ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଯେପରି ବାଧିତ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ କୌଣସି ବାଧା ଉପୁଜିଲେ ସେଥିପାଇଁ ସ୍ଥାନୀୟ ପ୍ରଶାସନ ଉପରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟଗୁଡିକୁ ମଧ୍ୟ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ଓ ଯୋଗାଣ ସମ୍ପର୍କରେ ଅଭିନବ ଉପାୟ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ ।

            ଉଦ୍‌ଜାନ ଓ ଆରଗନ୍ ଟ୍ୟାଙ୍କର ଗୁଡିକୁ ବଦଳାଇ ଅଧିକ କ୍ରାୟୋଜେନିକ ଟ୍ୟାଙ୍କର ଉପଲବ୍ଧ କରିବା ତଥା ଟ୍ୟାଙ୍କର ଆମଦାନୀ ଓ ବିମାନଯୋଗେ ପରିବହନ ବା ନିର୍ମାଣ ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।

            ବିଭିନ୍ନ ରାଜ୍ୟଗୁଡିକୁ ଅମ୍ଳଜାନର ଦ୍ରୁତ ପରିବହନ ପାଇଁ ମଧ୍ୟ  ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଛନ୍ତି । ରେଳଯୋଗେ ଦୂର ଦୂରାନ୍ତରେ ଟ୍ୟାଙ୍କର ପହଞ୍ଚାଇବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିପାଇଁ ପ୍ରଥମ ରେଳରେକ ମୁମ୍ବାଇଠାରୁ ଭାଇଜାକ୍ ପହଞ୍ଚିଛି । ଏହା ୧୦୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ । ଯାତ୍ରା ସମୟ ହ୍ରାସ ପାଇଁ ଖାଲି ଅମ୍ଳଜାନ ଟ୍ୟାଙ୍କର ମଧ୍ୟ ବିମାନଯୋଗେ ଅମ୍ଳଜାନ ଯୋଗାଣକାରୀ ସ୍ଥାନରେ ପହଞ୍ଚାଯାଉଛି ।

            ମେଡିକାଲ ପ୍ରତିନିଧି ମଧ୍ୟ ଅମ୍ଳଜାନର ଉଚିତ ବ୍ୟବହାର ସମ୍ପର୍କରେ ବୈଠକରେ ସେମାନଙ୍କର ମତ ରଖିଥିଲେ । କେତେକ ରାଜ୍ୟରେ ଅମ୍ଳଜାନ ଯୋଗୁଁ ରୋଗୀସେବା ବ୍ୟାହତ ହୋଇ ନ ଥିବା ସୂଚନା ମଧ୍ୟ ଦିଆଯାଇଥିଲା।ମହଜୁଦକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ ।

            ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ଗୃହ ସଚିବ, ସ୍ୱାସ୍ଥ ସଚିବ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସଡକ ପରିବହନ ମନ୍ତ୍ରଣାଳୟ, ଫାର୍ମାସ୍ୟୁଟିକାଲ ବିଭାଗ ଓ ନୀତି ଆୟୋଗ ଅଧିକାରାମାନେ ଯୋଗ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived