୧.        ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।

୨.        ଜାତିର ପିତା ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ୍‌, ବିସ୍ମିଲ ଏବଂ ଅଶଫାକ ଉଲ୍ଲା ଖାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ, ଝାନସୀ ରାଣୀ ଲକ୍ଷ୍ମୀ ବାଇ, କିତୁରର ରାଣୀ ଚେନ୍ନାମ୍ମା, ଆସାମର ମାତଙ୍ଗିନୀ ହାଜରା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ମହୋଦୟ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକରଙ୍କ ଭଳି ସମସ୍ତ ମହାପୁରୁଷଙ୍କ ନିକଟରେ ଆମେ ଚିର ଋଣୀ ।

୩.        କରୋନା ବୈଶ୍ୱିକ ମହାମାରୀ, ଏହି ମହାମାରୀରେ ଆମର ଡାକ୍ତର, ଆମର ନର୍ସ, ଆମର ପାରା ମେଡିକାଲ କର୍ମଚାରୀ, ଆମର ସଫେଇ କର୍ମଚାରୀ, ଟିକା ପ୍ରସ୍ତୁତି କାର୍ଯ୍ୟରେ ଲାଗିଥିବା ଆମର ବୈଜ୍ଞାନିକ ଆଦି ସମସ୍ତେ ପ୍ରଣିପାତ ଯୋଗ୍ୟ ।

୪.        ଅଲିମ୍ପିକ୍ସରେ ଭାରତର ଯୁବ ପିଢୀ ଦେଶର ଯଶ ବଢାଇଛନ୍ତି । ଏହିଭଳି ଆଥଲେଟସ୍‌, ଏହିଭଳି କ୍ରୀଡାବିତ୍ ଆମ ଗହଣରେ ଅଛନ୍ତି । ଏହି ଆଥଲେଟ କେବଳ ଆମର ହୃଦୟ ଜିତି ନାହାନ୍ତି ବରଂ ଭାରତର ଯୁବ ପିଢୀକୁ ଅନୁପ୍ରେରଣା ଯୋଗାଇବାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

୫.        ଏଣିକି ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ସ୍ମରଣ କରାଯିବ । ୭୫ତମ ସ୍ୱାଧୀନତା ଦିବସରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ନିଷ୍ପତି, ବିଭାଜନର କଷଣ ଭୋଗିଥିବା ଲୋକମାନଙ୍କୁ ପ୍ରତ୍ୟେକ ଭାରତବାସୀଙ୍କ ତରଫରୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ।

୬.        ଟିକାକରଣ କାର୍ଯ୍ୟକ୍ରମ - ଆଜି ଆମେ ଗର୍ବର ସହ କହିପାରିବା ଯେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଆମ ଦେଶରେ ଚାଲିଛି । ୫୪ କୋଟିରୁ ଅଧିକ ଲୋକ ଟିକାର ଡୋଜ୍ ନେଇ ସାରିଲେଣି ।

୭.        ମହାମାରୀ ସମୟରେ ଭାରତ ଯେଉଁଭଳି ଭାବରେ ୮୦ କୋଟି ଦେଶବାସୀଙ୍କୁ ମାସ ମାସ ଧରି ଲଗାତାର ଭାବେ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦେଇ ଗରିବମାନଙ୍କ ଘରର ଚୁଲିକୁ ଜଳାଇ ରଖିଛି ଏହା ବିଶ୍ୱ ପାଇଁ ଉଭୟ ଆଶ୍ଚର୍ଯ୍ୟ ଏବଂ ଚର୍ଚ୍ଚାର ବିଷୟ ।

୮.        ମୃତକଙ୍କ ପ୍ରତି ସମବେଦନା – ସମସ୍ତ ଉଦ୍ୟମ ପରେ ମଧ୍ୟ ଅନେକ ଲୋକଙ୍କୁ ଆମେ ବଂଚାଇ ପାରିଲୁ ନାହିଁ । କେତେ ଯେ ଶିଶୁଙ୍କ ମଥାରୁ ଭରସାର ହାତ ହଟିଗଲା । ସେମାନଙ୍କୁ ଆଦର ଯତ୍ନ କରୁଥିବା, ସେମାନଙ୍କ ଜିଦ୍ ପୂରଣ କରୁଥିବା ବ୍ୟକ୍ତି ସେପାରିକୁ ଚାଲିଗଲେ । ଏହି ଅସହ୍ୟ ଯନ୍ତ୍ରଣା, ଏହି କଷ୍ଟ ସବୁବେଳ ପାଇଁ ସାଙ୍ଗରେ ରହିବ ।

୯.        ୭୫ରେ ଭାରତ – ଦେଶ ସ୍ୱାଧୀନତାର ୭୫ ବର୍ଷ – ଏହା ଅମୃତ ବେଳା ଅଟେ । ଏହି ଅମୃତ ମୁହୁର୍ତରେ ଆମର ସଙ୍କଳ୍ପଗୁଡିକର ସିଦ୍ଧି ଆମକୁ ସ୍ୱାଧୀନତାର ଶହେ ପର୍ଯ୍ୟ ପର୍ଯ୍ୟନ୍ତ ଆଗେଇ ନେବ । ଅମୃତ ବେଳାର ଲକ୍ଷ୍ୟ ହେଉଛି, ଏଭଳି ଏକ ଭାରତର ନିର୍ମାଣ ଯେଉଁଠି ବିଶ୍ୱର ପ୍ରତ୍ୟେକ ଆଧୁନିକ ଭିତିଭୂମୀ ରହିଥିବ ।

୧୦.      ସଭିଙ୍କ ପ୍ରୟାସ - ଅମୃତ ବେଳା ୨୫ ବର୍ଷର ଅଟେ । କିନ୍ତୁ ଆମକୁ ନିଜର ଲକ୍ଷ୍ୟର ପ୍ରାପ୍ତି ନିମନ୍ତେ ଏତେ ଦୀର୍ଘ ସମୟ ପାଇଁ ମଧ୍ୟ ଅପେକ୍ଷା କରିବା ଦରକାର ନାହିଁ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ଏବେ ସବକା ପ୍ରୟାସ ଆମର ପ୍ରତଟି ଲକ୍ଷ୍ୟ ହାସଲ ନିମନ୍ତେ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ ।

୧୧.      ସବକା ବିକାଶ -  ପୂର୍ବ ତୁଳନାରେ ଏବେ ଆମେ ବହୁତ ଦୃତ ଗତିରେ ଆଗକୁ ବଢିଛୁ । କିନ୍ତୁ ଆମକୁ ଅନ୍ତିମ ଲକ୍ଷ୍ୟ ପର୍ଯ୍ୟନ୍ତ ଅଗ୍ରସର ହେବାର ଅଛି, ପୂର୍ଣ୍ଣତା ପର୍ଯ୍ୟନ୍ତ ଯିବାର ଅଛି । ଶତ ପ୍ରତିଶତ ଗାଁରେ ସଡକ ହେଉ, ଶତ ପ୍ରତିଶତ ପରିବାରର ବ୍ୟାଙ୍କ ଖାତ ହେଉ, ଶତ ପ୍ରତିଶତ ହିତାଧିକାରୀଙ୍କର ଆୟୁଷ୍ମାନ ଭାରତ କାର୍ଡ ହେଉ, ଶତ ପ୍ରତିଶତ ଯୋଗ୍ୟ ବ୍ୟକ୍ତିଙ୍କୁ ଉଜ୍ଜ୍ୱଳା ଯୋଜନା ଜରିଆରେ ଗ୍ୟାସ ସଂଯୋଗ ମିଳୁ ।

୧୨.      ସ୍ୱନିଧି ଯୋଜନା – ଉଠାଦୋକାନୀ ଏବଂ ଫୁଟପାଥ ଉପରେ ବିକ୍ରୀବଟା କରୁଥିବା ବ୍ୟକ୍ତି, ଠେଲା ଚଳାଉଥିବା ବନ୍ଧୁମାନଙ୍କୁ ସ୍ୱନିଧି ଯୋଜନା ମାଧ୍ୟମରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡାଯାଉଛି ।

୧୩.      ଜଳ ଜୀବନ ମିଶନ୍ – ମୁଁ ଖୁସି ଯେ ଜଳ ଜୀବନ ମିଶନ୍ କାର୍ଯ୍ୟକାରୀ ହେବାର କେବଳ ୨ ବର୍ଷ ମଧ୍ୟରେ ସାଢେ ଚାରି କୋଟିରୁ ଅଧିକ ପରିବାରକୁ ପାଇପ ଯୋଗେ ଜଳ ମିଳିବା ଆରମ୍ଭ ହୋଇଯାଇଛି ।

୧୪.      କୁପୋଷଣର ସମସ୍ୟା – ଗରିବ ପିଲାମାନଙ୍କ ମଧ୍ୟରେ କୁପୋଷଣ ଏବଂ ଜରୁରୀ ପୌଷ୍ଟିକ ଆହାରର ଅଭାବକୁ ଦୃଷ୍ଟିରେ ରଖି ଏହା ସ୍ଥିର କରାଯାଇଛି ଯେ ସରକାର ନିଜର ଭିନ୍ନ ଭିନ୍ନ ଯୋଜନା ଅଧିନରେ ଯେଉଁ ଚାଉଳ ଗରିବମାନଙ୍କୁ ଯୋଗାଇ ଦେଉଛନ୍ତି, ତାର ପରିମାଣକୁ ଆହୁରି ବୃଦ୍ଧି କରିବେ ।

୧୫.      ସଂରକ୍ଷଣର ନୂତନ ବ୍ୟବସ୍ଥା - ଦଳିତ, ପଛୁଆ, ଆଦିବାସୀ, ସାଧାରଣ ବର୍ଗର ଗରିବ ମାନଙ୍କ ନିମନ୍ତେ ସଂରକ୍ଷଣ ସୁନିଶ୍ଚିତ କରାଯାଉଛି । ଏବେ ନିକଟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସର୍ବଭାରତୀୟ କୋଟାରେ ଓବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ସଂସଦରେ ଆଇନ୍ ପ୍ରଣୟନ କରାଯାଇ ଓବିସିଙ୍କ ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି ।

୧୬.      ଉତର- ପୂର୍ବ - ଆଜି ଉତର ପୂର୍ବରେ ସଂଯୋଗର ନୂଆ ଇତିହାସ ଲେଖାଯାଉଛି । ଏହି ସଂଯୋଗ ହୃଦୟର ଏବଂ ଭିତିଭୂମୀର ମଧ୍ୟ । ଖୁବ ଶୀଘ୍ର ଉତର ପୂର୍ବର ସମସ୍ତ ରାଜ୍ୟର ରାଜଧାନୀକୁ ରେଳସେବା ସହିତ ଯୋଡିବାର କାର୍ଯ୍ୟ ସମ୍ପୁର୍ଣ୍ଣ ହେବାକୁ ଯାଉଛି ।

୧୭.      ପୂର୍ବାଭିମୁଖୀ ନୀତି ଅଧିନରେ ଆଜି ଉତର-ପୂର୍ବ, ବାଂଲାଦେଶ, ମାୟାଁମାର ଏବଂ ଦକ୍ଷଣ-ପୂର୍ବ ଏସିଆ ସହିତ ମଧ୍ୟ ସଂଯୋଗ ସ୍ଥାପନ କରାଯାଉଛି । ଗତ ବର୍ଷଗୁଡିକରେ ଯେଉଁସବୁ ପ୍ରୟାସ ହୋଇଛି, ସେହିସବୁ କାରଣରୁ ଏବେ ଉତର ପୂର୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶ୍ରେଷ୍ଠ ଭାରତ ନିର୍ମାଣ ପାଇଁ ଉତ୍ସାହ ଅନେକ ଗୁଣା ବୃଦ୍ଧି ପାଇଛି ।

୧୮.      ସାମର୍ଥ୍ୟକୁ ଯଥାର୍ଥ ସୁଯୋଗ – ସମସ୍ତଙ୍କ ସାମର୍ଥ୍ୟକୁ ଯଥାର୍ଥ ସୁଯୋଗ ଦେବା, ଏହାହିଁ ଗଣତନ୍ତ୍ରର ବାସ୍ତବ ଭାବନା ଅଟେ । ଜାମ୍ମୁ-କାଶ୍ମୀରରେ ସୀମା ପୁନଃ ନିର୍ଦ୍ଧାରଣ କମିଶନର ଗଠନ ହୋଇସାରିଛି ଏବଂ ଭବିଷ୍ୟତରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରହିଛି ।

୧୯.      ଲଦାଖ ମଧ୍ୟ ନିଜ ବିକାଶର ଅସୀମ ସମ୍ଭାବନା ଆଡକୁ ଅଗ୍ରସର ହେଉଛି । ଗୋଟିଏ ପଟେ ଲଦାଖ ଆଧୁନିକ ଭିତିଭୂମୀର ନିର୍ମାଣ ହେଉଥିବାର ଦେଖୁଥିବାବେଳେ ଅନ୍ୟପକ୍ଷରେ ସିନ୍ଧୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲଦାଖକୁ ଉଚ୍ଚଶିକ୍ଷାର କେନ୍ଦ୍ର ଭାବେ ମଧ୍ୟ ପ୍ରସ୍ତୁତ କରୁଛି ।

୨୦.      ଗଭୀର ମହାସାଗର ଅଭିଯାନ ସମୁଦ୍ରର ଅସୀମ ସମ୍ଭାବନାଗୁଡିକର ଅନ୍ୱେଷଣ ପାଇଁ ଆମ ମହାତ୍ୱାକାଂକ୍ଷାର ପରିଣାମ ଅଟେ । ଯେଉଁ ଖଣିଜ ସମ୍ପଦ ସମୁଦ୍ର ମଧ୍ୟରେ ଲୁଚି ରହିଛି, ଯେଉଁ ତାପଜ ଶକ୍ତି ସମୁଦ୍ର ଜଳରେ ମହଜୁଦ ଅଛି ତାହା ଦେଶକୁ ବିକାଶର ଉଚ୍ଚତମ ସୋପାନରେ ପହଂଚାଇ ପାରିବ ।

୨୧.      ଆଙ୍କାକ୍ଷୀ ଜିଲ୍ଲା – ଦେଶରେ ୧୧୦ରୁ ଅଧିକ ଆଙ୍କାକ୍ଷୀ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ସଡକ, ନିଯୁକ୍ତି ସହ ଜଡିତ ଯୋଜନାଗୁଡିକୁ ପ୍ରାଥମିକତା ଦିଆଯାଉଛି । ଏଥିମଧ୍ୟରୁ ଅନେକ ଜିଲ୍ଲା ଆମର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରହିଛି ।

୨୨.      ସମବାୟବାଦ - ଅର୍ଥ ଜଗତରେ ଭାରତ ସମବାୟବାଦ ଉପରେ ଗୁରୁତ୍ୱ ଦେଇଥାଏ । ସମବାୟବାଦ ଦେଶର ତୃଣମୂଳ ସ୍ତରର ଅର୍ଥନୀତି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅଟେ । ସମବାୟ ଏକ ସଂସ୍କାର ଅଟେ, ସମବାୟ ସାମୁହିକ ଭାବେ ଆଗକୁ ବଢିବାର ଏକ ମନୋବୃତି ଅଟେ । ସେସବୁର ସଶକ୍ତିକରଣ ହେଉ, ଏଥିପାଇଁ ଆମେ ପୃଥକ ମନ୍ତ୍ରଣାଳୟ ଗଠନ କରି ଏ ଦିଗରେ ପଦକ୍ଷେପ ନେଇଛୁ ।

୨୩.      ଗ୍ରାମୀଣ ବ୍ୟବସ୍ଥା - ଆଜି ଆମେ ଆମ ଗାଁଗୁଡିକୁ ଦୃତ ଗତିରେ ପରିବର୍ତିତ ହେଉଥିବାର ଦେଖୁଛୁ । ଗତ କିଛି ବର୍ଷ ହେବ ଗାଁ ପର୍ଯ୍ୟନ୍ତ ସଡକ ଏବଂ ବିଜୁଳି ଭଳି ସୁବିଧାଗୁଡିକୁ ପହଂଚାଯାଉଛି । ଏବେ ଗାଁଗୁଡିକୁ ଅପ୍ଟିକାଲ ଫାଇବର ନେଟୱର୍କ, ଡାଟାର କ୍ଷମତା ପହଂଚୁଛି, ଇଂଟରନେଟ ପହଂଚୁଛି । ଗାଁରେ ମଧ୍ୟ ଡିଜିଟାଲ ଉଦ୍ୟୋଗୀ ପ୍ରସ୍ତୁତ ହେଉଛନ୍ତି ।

୨୪.      ଭୋକାଲ ଫର ଲୋକାଲ – ସରକାର ଇ-ବାଣିଜ୍ୟ ମଂଚ ତିଆରି କରିବେ । ଆଜି ଯେତେବେଳେ ଦେଶ ଭୋକାଲ ଫର ଲୋକାଲ ମନ୍ତ୍ର ସହିତ ଆଗକୁ ବଢୁଛି ସେତେବେଳେ ଏହି ଡିଜିଟାଲ ମଂଚ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦଗୁଡିକୁ ଦେଶର ଦୂରଦୂରାନ୍ତ ଅଂଚଳରେ ଏବଂ ବିଦେଶରେ ମଧ୍ୟ ଗ୍ରାହକମାନଙ୍କ ସହ ଯୋଡିବ ଏବଂ ସେସବୁର ପରିସର ଆହୁରି ବ୍ୟାପକ ହେବ ।

୨୫.      କୃଷି କ୍ଷେତ୍ରରେ ବୈଜ୍ଞାନିକମାନଙ୍କର କ୍ଷମତା – ଦେଶର ପ୍ରତିଟି କ୍ଷେତ୍ରରେ ଆମ ଦେଶର ବୈଜ୍ଞାନିକମାନେ ବହୁତ ବୁଦ୍ଧିମତାର ସହ କାର୍ଯ୍ୟ କରୁଛନ୍ତି । ଆମକୁ ନିଜର କୃଷି କ୍ଷେତ୍ରରେ ମଧ୍ୟ ବୈଜ୍ଞାନିକମାନଙ୍କର କ୍ଷମତା ଏବଂ ସେମାନଙ୍କ ପରାମର୍ଶଗୁଡିକୁ ସାମିଲ କରିବାକୁ ପଡିବ । ଏହାଦ୍ୱାରା ଦେଶକୁ ଖାଦ୍ୟ ସୁରକ୍ଷା ମିଳିବା ସହିତ ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟର ଉତ୍ପାଦନ ବୃଦ୍ଧିରେ ବହୁତ ବଡ ସହାୟତା ମିଳିବ ଏବଂ ଆମେ ଦୁନିଆ ପର୍ଯ୍ୟନ୍ତ ପହଂଚିବା ପାଇଁ ନିଜକୁ ଦୃଢତାର ସହ ଆଗକୁ ବଢାଇବୁ ।

୨୬.      କୃଷକ – କ୍ଷୁଦ୍ର ଚାଷୀ ଦେଶର ଗୌରବ ହୁଅନ୍ତୁ, ଏହା ହେଉଛି ଆମର ସ୍ୱପ୍ନ । ଆଗମୀ ବର୍ଷଗୁଡିକରେ ଆମକୁ ଦେଶର କ୍ଷୁଦ୍ର ଚାଷୀମାନଙ୍କର ସାମୁହିକ ଶକ୍ତି ବୃଦ୍ଧି କରିବାକୁ ପଡିବ । ସେମାନଙ୍କୁ ନୂତନ ସୁବିଧା ଦେବାକୁ ପଡିବ ।

୨୭.      ଦେଶର ଏଭଳି ୮୦ ପ୍ରତିଶତ କୃଷକ ଅଛନ୍ତି, ଯେଉଁମାନଙ୍କ ନିକଟରେ ୨ ଏକରରୁ ମଧ୍ୟ କମ୍ ଜମି ରହିଛି । ପୂର୍ବେ ଦେଶରେ ଯେଉଁସବୁ ନୀତି ପ୍ରସ୍ତୁତ ହୋଇଥିଲା ସେଥିରେ ଏହି କ୍ଷୁଦ୍ର ଚାଷୀମାନଙ୍କ ଉପରେ ଯେତିକି ଧ୍ୟାନ କେନ୍ଦ୍ରିତ କରାଯିବାର ଥିଲା ତାହା ହୋଇପାରିଲା ନାହିଁ । ଏବେ ସେହି କ୍ଷୁଦ୍ର ଚାଷୀମାନଙ୍କୁ ଧ୍ୟାନରେ ରଖି ନିଷ୍ପତି ନିଆଯାଉଛି ।

୨୮.      କିଷାନ ରେଳ - ଆଜି ଦେଶର ୭୦ରୁ ଅଧିକ ରେଳ ମାର୍ଗରେ କିଷାନ ରେଳ ଚଳାଚଳ କରୁଛି । କ୍ଷୁଦ୍ର ଚାଷୀ, କିଷାନ ରେଳ ଜରିଆରେ ନିଜର ଉତ୍ପାଦକୁ କମ୍ ପରିବହନ ଖର୍ଚ୍ଚରେ ଦୂରଦୂରାନ୍ତ ଅଂଚଳରେ ପହଂଚାଇ ପାରୁଛି ।

୨୯.      ସ୍ୱାମୀତ୍ୱ ଯୋଜନା – ଗାଁରେ ଜମିବାଡିର କାଗଜପତ୍ରକୁ ନେଇ ଅନେକ ପିଢୀ ଧରି କୌଣସି କାର୍ଯ୍ୟ ହୋଇ ନଥିଲା । ନିଜେ ଜମିର ମାଲିକ ହେବା ସତ୍ୱେ ଜମି ଉପରେ ସେମାନଙ୍କୁ ବ୍ୟାଙ୍କରୁ କୌଣସି ଋଣ ମିଳେ ନାହିଁ । ଏହି ସ୍ଥିତିକୁ ବଦଳାଇବାର କାର୍ଯ୍ୟ ଆଜି ସ୍ୱାମୀତ୍ୱ ଯୋଜନା କରୁଛି । ଗାଁ ଗାଁରେ ପ୍ରତ୍ୟେକ ଘରର, ପ୍ରତିଟି ଜମିର, ଡ୍ରୋନ୍ ଜରିଆରେ ମ୍ୟାପିଂ କରାଯାଉଛି । ଏହାଦ୍ୱାରା କେବଳ ଗାଁରେ ଜମିକୁ ନେଇ ଥିବା ବିବାଦର ସମାପ୍ତି ଘଟୁନାହିଁ ବରଂ ଗାଁର ଲୋକମାନଙ୍କୁ ବ୍ୟାଙ୍କଗୁଡିକରୁ ସହଜରେ ଋଣ ବ୍ୟବସ୍ଥା ମଧ୍ୟ ସମ୍ଭବ ହୋଇପାରୁଛି ।

୩୦.      ଆଗାମୀ ପିଢୀର ଭିତିଭୂମୀ - ଆଗାମୀ ପିଢୀର ଭିିତିଭୂମୀ ପାଇଁ ଆମକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ । ବିଶ୍ୱସ୍ତରୀୟ ବିନିର୍ମାଣ ପାଇଁ ଆମକୁ ମିଳିମିଶି କାର୍ଯ୍ୟ କରିବାକୁ ପଡିବ । ସର୍ବାଧୁନିକ ଅଭିନବତା ପାଇଁ ଆମକୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପଡିବ । ନୂତନ ଯୁଗର ବୈଷୟିକ ଜ୍ଞାନକୌଶଳ ପାଇଁ ଆମକୁ ଏକାଠି ହୋଇ କାମ କରିବାକୁ ପଡିବ ।

୩୧.      ଅନାବଶ୍ୟକ ଆଇନ୍ କବଳରୁ ମୁକ୍ତି - ଅନେକ କ୍ଷେତ୍ରରେ ବହୁତ ଗୁଡିଏ ନିୟମକୁ ଆମେ ଉଚ୍ଛେଦ କରିଦେଇଛୁ । ଅନାବଶ୍ୟକ ଆଇନ କବଳରୁ ମୁକ୍ତି, ଉଭୟ ସହଜରେ ଜୀବନ ଧାରଣ ସହିତ ସହଜରେ ବ୍ୟବସାୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଆମ ଦେଶର ଉଦ୍ୟୋଗ ଏବଂ ବ୍ୟବସାୟ ଜଗତ ଆଜି ଏହି ପରିବର୍ତନକୁ ଅନୁଭବ କରୁଛି ।

୩୨.      ରାଷ୍ଟ୍ରୀୟ ସଙ୍କଳ୍ପ – ଦେଶ ସଙ୍କଳ୍ପ ନେଇଛି ଯେ ସ୍ୱାଧୀନତାର ଅମୃତ ମହୋତ୍ସବର ୭୫ତମ ସପ୍ତାହ ବେଳକୁ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଦେଶକୁ ପ୍ରତ୍ୟେକ କୋଣ ପର୍ଯ୍ୟନ୍ତ ପରସ୍ପର ସହ ସଂଯୋଗ କରୁଥିବ । ଆଜି ଯେଉଁ ଗତିରେ ଦେଶରେ ନୂଆ ନୂଆ ବିମାନ ବନ୍ଦର ନିର୍ମାଣ ଚାଲିଛି, ନିର୍ମାଣ ଯୋଜନା ଦୂରଦୂରାନ୍ତ ଅଂଚଳକୁ ସଂଯୋଗ କରୁଛି ତାହା ମଧ୍ୟ ଅଭୂତପୂର୍ବ ଅଟେ ।

୩୩.      ପ୍ରଧାନମନ୍ତ୍ରୀ ଗତି ଶକ୍ତି – ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍ – ଭାରତକୁ ଆଧୁନିକ ଭିତିଭୂମୀ ସହିତ ଭିତିଭୂମୀ ନିର୍ମାଣରେ ସାମଗ୍ରିକ ଆଭିମୁଖ୍ୟ ଆପଣେଇବାର ମଧ୍ୟ ଆବଶ୍ୟକତା ରହିଛି । ଭାରତ ଆଗାମୀ କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବାକୁ ଯାଉଛି ।

୩୪.      ନିର୍ମାଣ ଏବଂ ରପ୍ତାନୀ – ବିକାଶର ମାର୍ଗରେ ଅଗ୍ରସର ହୋଇ ଭାରତକୁ ନିଜର ନିର୍ମାଣ ଏବଂ ରପ୍ତାନୀ ଉଭୟକୁ ବୃଦ୍ଧି କରିବାକୁ ପଡିବ । ଆପଣମାନେ ଦେଖିଛନ୍ତି, ଏବେ କିଛି ଦିନ ତଳେ ହିଁ ଭାରତ ନିଜର ପ୍ରଥମ ସ୍ୱଦେଶୀ ବିମାନ ବାହକ ଆଇଏନଏସ୍ ବିକ୍ରାନ୍ତକୁ ସମୁଦ୍ରରେ ପରୀକ୍ଷଣ ପାଇଁ ଅବତରଣ କରାଇଛି ।

୩୫.      ପ୍ରତିରକ୍ଷା ଉତ୍ପାଦନ - ଭାରତ ଆଜି ନିଜର ଲଢୁଆ ବିମାନ ପ୍ରସ୍ତୁତ କରୁଛି, ବୁଡା ଜାହାଜ ନିର୍ମାଣ କରୁଛି, ଗଗନ ଯାନ ମଧ୍ୟ ତିଆରି କରୁଛି ।

୩୬.      ଉତ୍ପାଦ ଏବଂ ପ୍ରତିଷ୍ଠା – ଆପଣଙ୍କ ପ୍ରତ୍ୟେକ ଉତ୍ପାଦ ଭାରତର ବ୍ରାଣ୍ଡ ଆମ୍ବାସଡର ଅଟେ । ଦେଶର ସମସ୍ତ ନିର୍ମାଣକାରୀଙ୍କୁ ମଧ୍ୟ ଏକଥା ବୁଝିବାକୁ ପଡିବ - ଆପଣମାନେ ଯେଉଁ ଉତ୍ପାଦ ବାହାରକୁ ପଠାଉଛନ୍ତି ତାହା ଆପଣମାନଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ କେବଳ ଏକ ଉତ୍ପାଦ ନୁହେଁ, ତାହା ସହିତ ଭାରତର ପରିଚୟ ଯୋଡି ହୋଇ ରହିଛି, ପ୍ରତିଷ୍ଠା ଯୋଡି ହୋଇ ରହିଛି ।

୩୭.      ଷ୍ଟାର୍ଟ ଅପସ୍ - ଆମେମାନେ ଦେଖିଛୁ କରୋନା କାଳରେ ହିଁ ହଜାର ହଜାର ନୂଆ ଷ୍ଟାର୍ଟ ଅପସ୍ ନିର୍ମାଣ ହୋଇଛି, ସଫଳତାର ସହ କାର୍ଯ୍ୟ କରୁଛି । ଗତକାଲିର ଷ୍ଟାର୍ଟ ଅପସ୍ ଆଜିର ୟୁନିକର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛି । ଏସବୁର ବଜାର ମୂଲ୍ୟ ହଜାର ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିବାରେ ଲାଗିଛି ।

୩୮.      ସଂସ୍କାରଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଉତମ ଏବଂ ଦକ୍ଷ ଶାସନର ଆବଶ୍ୟକତା ରହିଛି । ଆଜି ବିଶ୍ୱ ଏ କଥାର ମଧ୍ୟ ସାକ୍ଷୀ ଯେ ଭାରତ କିପରି  ନିଜର ଏଠି ଶାସନର ନୂତନ ଅଧ୍ୟାୟ ଲେଖି ଚାଲିଛି ।

୩୯.      ନିୟମ - ପ୍ରକ୍ରିୟାଗୁଡିକର ସମୀକ୍ଷା – ମୁଁ ଆଜି ଆହ୍ୱାନ କରୁଛି କେନ୍ଦ୍ର ଓ ରାଜ୍ୟର ସମସ୍ତଙ୍କ ବିଭାଗକୁ, ସମସ୍ତ ସରକାରୀ କାର୍ଯ୍ୟାଳୟକୁ, ନିଜ ନିଜର ନିୟମ ପ୍ରକ୍ରିୟାର ସମୀକ୍ଷା ଅଭିଯାନ ଆରମ୍ଭ କରନ୍ତୁ । ସେହିଭଳି ପ୍ରତିଟି ନିୟମ, ପ୍ରତିଟି ପ୍ରକ୍ରିୟା ଯାହା ଦେଶବାସୀଙ୍କ ସମ୍ମୁଖରେ ପ୍ରତିବନ୍ଧକ ଭାବରେ, ବୋଝ ଭାବରେ ଛିଡା ହୋଇଛି ସେସବୁକୁ ଆମକୁ ଦୂର କରିବାକୁ ପଡିବ ।

୪୦.      ନୂତନ ‘ଜାତୀୟ ଶିକ୍ଷା ନୀତି’ – ଆଜି ଦେଶ ନିକଟରେ ଏକବିଂଶ ଶତାଦ୍ଦୀର ଆବଶ୍ୟକତାଗୁଡିକୁ ପୂରଣ କରିପାରୁଥିବା ନୂତନ ଜାତୀୟ ଶିକ୍ଷା ନୀତି ମଧ୍ୟ ରହିଛି । ଯେତେବେଳେ ଗରିବର ଝିଅ, ଗରିବର ପୁଅ ମାତୃଭାଷାରେ ପାଠପଢି ବୃତିଧାରୀଭାବେ ପ୍ରସ୍ତୁତ ହୋଇଯିବେ ସେତେବେଳେ ସେମାନଙ୍କ ସାମର୍ଥ୍ୟକୁ ନ୍ୟାୟ ମିଳିବ । ନୂଆ ଜାତୀୟ ଶିକ୍ଷାନୀତିକୁ ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମର ଆୟୁଧ ବୋଲି ମୁଁ ସ୍ୱୀକାର କରୁଛି ।

୪୧.      ଦାରିଦ୍ର‌୍ୟ ବିରୁଦ୍ଧରେ ଳଢେଇ ଏବଂ ମାତୃଭାଷା – ନୂଆ ଜାତୀୟ ଶିକ୍ଷାନୀତିରେ ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମର ସାଧନ ହେଉଛି ଭାଷା । ଏହି ନୂଆ ଜାତୀୟ ଶିକ୍ଷା ନୀତି ଦାରିଦ୍ର‌୍ୟ ବିରୁଦ୍ଧରେ ସଂଗ୍ରାମ କରିବାର ଏକ ବହୁତ ବଡ ଅସ୍ତ୍ର ଭାବେ ପରିଗଣିତ ହେବାକୁ ଯାଉଛି । ଦାରିଦ୍ର‌୍ୟ ବିରୁଦ୍ଧରେ ଲଢେଇ ଜିତିବାର ଆଧାର ମଧ୍ୟ ମାତୃଭାଷାର ଶିକ୍ଷା ଅଟେ, ମାତୃଭାଷାର ପ୍ରତିଷ୍ଠା ଅଟେ, ମାତୃଭାଷାର ମାହାତ୍ମ୍ୟ ଅଟେ ।

୪୨.      ଶିକ୍ଷା ନୀତି ଏବଂ କ୍ରୀଡା - ନୂତନ ଜାତୀୟ ଶିକ୍ଷା ନୀତିର ଆଉ ଏକ ବିଶେଷତ୍ୱ ରହିଛି । ଏଥିରେ କ୍ରୀଡାକୁ ଅତିରିକ୍ତ ପାଠ୍ୟକ୍ରମ ସ୍ଥାନରେ ମୁଖ୍ୟ ପାଠ୍ୟକ୍ରମର ଅଂଶ କରାଯାଇଛି । ଜୀବନକୁ ଆଗେଇ ନେବାରେ ଯେଉଁସବୁ ପ୍ରଭାବଶାଳୀ ମାଧ୍ୟମ ରହିଛି କ୍ରୀଡା ସେଥିମଧ୍ୟରୁ ମଧ୍ୟ ଗୋଟିଏ ।

୪୩.      ଭାରତର କନ୍ୟା – ଏହି ଦେଶ ପାଇଁ ଗୌରବର କଥା ଯେ ଶିକ୍ଷା ହେଉ ବା କ୍ରୀଡା, ବୋର୍ଡ ପରୀକ୍ଷାର ଫଳାଫଳ ହେଉ ଅବା ଅଲିମ୍ପିକ୍ସର ପଦକ, ଆମର ଝିଅମାନେ ଆଜି ଅଭୂତପୂର୍ବ ପ୍ରଦର୍ଶନ କରୁଛନ୍ତି । ଆଜି ଭାରତର କନ୍ୟାମାନେ ନିଜର ସ୍ଥାନ ଜାହିର କରିବା ପାଇଁ ଆତୁର ଅଟନ୍ତି ।

୪୪.      ବାଳିକାମାନଙ୍କ ପାଇଁ ସୈନିକ ସ୍କୁଲ - ଆଜି ମୁଁ ଦେଶବାସୀଙ୍କ ସହିତ ଏକ ଖୁସି ବାଂଟିବାକୁ ଯାଉଛି । ଦୁଇ- ଅଢେଇ ବର୍ଷ ପୂର୍ବରୁ ମିଜୋରାମର ଏକ ସୈନିକ ସ୍କୁଲରେ ପ୍ରଥମ ଥର ପାଇଁ ବାଳିକାମାନଙ୍କୁ ପ୍ରବେଶ ଦେବାର ପ୍ରକ୍ରିୟା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା । ଆଜି ସରକାର ନିଷ୍ପତି ନେଇଛନ୍ତି ଯେ ଦେଶର ସମସ୍ତ ସୈନିକ ସ୍କୁଲକୁ ଦେଶର କନ୍ୟାମାନଙ୍କ ନିମନ୍ତେ ଉନ୍ମୁକ୍ତ କରି ଦିଆଯିବ ।

୪୫.      ଉର୍ଜା ଆତ୍ମନିର୍ଭରତା – ଭାରତର ପ୍ରଗତି ନିମନ୍ତେ, ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଭାରତକୁ ଉର୍ଜା ଆତ୍ମନିର୍ଭର ହେବାକୁ ପଡିବ । ଏଥିପାଇଁ ଭାରତକୁ ଏହି ସଙ୍କଳ୍ପ ନେବାକୁ ହେବ ଯେ ଆମେ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବା ପୂର୍ବରୁ ଭାରତକୁ ଉର୍ଜା ଆତ୍ମନିର୍ଭର କରିବୁ ।

୪୬.      ସବୁଜ ଉଦଯାନ କ୍ଷେତ୍ର – ଭାରତ ଆଜି ଯାହାବି କାର୍ଯ୍ୟ କରୁଛି, ସେଥିରେ ସବୁଠୁ ବଡ ଲକ୍ଷ୍ୟ ହେଉଛି ଯାହା ଭାରତକୁ ସୁଦୀର୍ଘ ଲମ୍ଫ ଦେବାରେ ସହାୟକ ହେବ – ତାହା ହେଉଛି ସବୁଜ ଉଦଯାନ କ୍ଷେତ୍ର । ମୁଁ ଆଜି ତ୍ରୀରଙ୍ଗା ସମ୍ମୁଖରେ ଜାତୀୟ ହାଇଡ୍ରୋଜେନ୍ ମିଶନର ଘୋଷଣା କରୁଛି ।

୪୭.      ପଡିରହିଥିବା ସମସ୍ୟାଗୁଡିକର ସମାଧାନ - ଏକବିଂଶ ଶତାଦ୍ଦୀର ଆଜିର ଭାରତ, ବଡ ଲକ୍ଷ୍ୟ ସ୍ଥିର କରିବା ଏବଂ ସେଗୁଡିକୁ ହାସଲ କରିବାର ସାମର୍ଥ୍ୟ ରଖିଛି । ଆଜି ଭାରତ ସେହିସବୁ ବିଷୟର ସମାଧାନ ମଧ୍ୟ କରୁଛି ଯେଉଁସବୁର ସମାଧାନ ପାଇଁ ଦଶନ୍ଧି ଦଶନ୍ଧି ଧରି, ଯୁଗ ଯୁଗ ଧରି ଅପେକ୍ଷା ଥିଲା ।

୪୮.      ଅନୁଚ୍ଛେଦ ୩୭୦କୁ ବଦଳାଇବାର ଐତିହାସିକ ନିଷ୍ପତି ହେଉ, ଦେଶକୁ ଟିକସ ଜାଲରୁ ମୁକ୍ତି ଦେଉଥିବା ଜିଏସଟି ବ୍ୟବସ୍ଥା ହେଉ, ଆମର ସେନା ସାଥୀଙ୍କ ନିମନ୍ତେ ଏକ ର‌୍ୟାଙ୍କ ଏକ ପେନସନ ହେଉ ଅବା ପୁଣି ରାମ ଜନ୍ମଭୂମି ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ଏସବୁ ଆମେ ଗତ କିଛି ବର୍ଷ ମଧ୍ୟରେ ସତ ହେବାର ଦେଖିଛୁ ।

୪୯.      ତ୍ରିପୁରାରେ ଦଶନ୍ଧି ପରେ ବ୍ରୁ ରିଆଙ୍ଗ ରାଜିନାମା ହେଉ, ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ହେଉ, ଅବା ପୁଣି ଜମ୍ମୁ-କାଶ୍ମୀରରେ ସ୍ୱାଧୀନତା ପରେ ପ୍ରଥମ ଥର ହୋଇଥିବା ବିଡିସି ଏବଂ ଡିଡିସି ନିର୍ବାଚନ, ଭାରତ ନିଜର ସଙ୍କଳ୍ପ ଶକ୍ତିକୁ ନିରନ୍ତର ସିଦ୍ଧ କରି ଚାଲିଛି ।

୫୦.      ଭାରତ ବଦଳୁଛି – ଆଜି କରୋନାର ଏହି କାଳରେ, ଭାରତରେ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜିନିବେଶ ହୋଇଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଏପର୍ଯ୍ୟନ୍ତ ସବୁଠାରୁ ଉଚ୍ଚ ସ୍ତରରେ ରହିଛି । ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବିମାନ ଆକ୍ରମଣ କରି ଭାରତ ଦେଶର ଶତୃକୁ ନବ ଭାରତର ସାମର୍ଥ୍ୟର ସନ୍ଦେଶ ମଧ୍ୟ ଦେଇଛି । ଭାରତ ବଦଳୁଛି । ଭାରତ କଠୋରରୁ କଠୋର ନିଷ୍ପତି ମଧ୍ୟ ନେଇପାରେ ଏବଂ କଠିନରୁ କଠିନ ନିଷ୍ପତି ନେବାରେ ମଧ୍ୟ ଭାରତ ପଛ ଘୁଂଚା ଦିଏନାହିଁ, ଅଟକେ ନାହିଁ ।

୫୧.      ଆତଙ୍କବାଦ ଏବଂ ବିସ୍ତାରବାଦର ଆହ୍ୱାନ - ଆଜି ବିଶ୍ୱ, ଭାରତକୁ ଏକ ନୂଆ ଦୃଷ୍ଟିରେ ଦେଖୁଛି । ଏବଂ ଏହି ଦୃଷ୍ଟିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି । ପ୍ରଥମଟି ଆତଙ୍କବାଦ ଏବଂ ଦ୍ୱିତୀୟଟି ବିସ୍ତାରବାଦ । ଭାରତ ଏହି ଦୁଇ ଆହ୍ୱାନ ସହିତ ଲଢେଇ କରୁଛି ଏବଂ ଖୁବ ସାହସର ସହିତ ଉଚି୍‌ତ ଜବାବ ମଧ୍ୟ ଦେଉଛି ।

୫୨.      ଅରବିନ୍ଦୋ ଜନ୍ମ ଜୟନ୍ତୀ – ଆଜି ମହାନ ଦାର୍ଶନିକ ଶ୍ରୀ ଅରବିନ୍ଦୋଙ୍କର ଜନ୍ମ ଜୟନ୍ତୀ ମଧ୍ୟ । ୨୦୨୨ ମସିହାରେ ତାଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପଡୁଛି, ସେ କହୁଥିଲେ ଯେ - ଆମକୁ ସେତିକି ସାମର୍ଥ୍ୟବାନ ହେବାକୁ ପଡିବ ଯେତିକି ଆମେ ପୂର୍ବରୁ କେବେ ବି ନ ଥିଲେ । ଆମକୁ ନିଜର ଅଭ୍ୟାସ ବଦଳାଇବାକୁ ପଡିବ, ଏକ ନୂଆ ମନ ନେଇ ନିଜକୁ ପୁନର୍ବାର ଜାଗ୍ରତ କରିବାକୁ ହେବ ।

୫୩.      ଜନ ସହଯୋଗ – ଯେଉଁସବୁ ସଙ୍କଳ୍ପର ବୋଝ ଆଜି ଦେଶ ଉଠାଇ ଚାଲିଛି, ସେସବୁକୁ ପୂରଣ କରିବା ନିମନ୍ତେ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେସବୁ ସହ ଯୋଡି ହେବାକୁ ପଡିବ, ପ୍ରତ୍ୟେକ ଦେଶବାସୀଙ୍କୁ ଏହାକୁ ଆପଣାଇବାକୁ ହେବ । ଦେଶ ଜଳ ସଂରକ୍ଷଣର ଅଭିଯାନ ଆରମ୍ଭ କରିଛି, ତାହାହେଲେ ଆମର କର୍ତବ୍ୟ ହେଉଛି ଜଳ ସଂଚୟ ସହିତ ନିଜର ଅଭ୍ୟାସକୁ ଯୋଡିବା ଆମର କର୍ତବ୍ୟ ହେବ ।

୫୪.      ସବୁ କରିପାରୁଥିବା ପିଢୀ – ମୁଁ ଭବିଷ୍ୟଦ୍ରଷ୍ଟା ନୁହେଁ, ମୁଁ କର୍ମର ଫଳ ଉପରେ ବିଶ୍ୱାସ କରେ । ଦେଶର ଯୁବପିଢୀ ଉପରେ ମୋର ବିଶ୍ୱାସ ରହିଛି । ଦେଶର ମା-ଉଭଣୀଙ୍କ ଉପରେ ମୋର ବିଶ୍ୱାସ ରହିଛି । ଦେଶର କୃଷକ, ଦେଶର ପେଶାଦାରଙ୍କ ଉପରେ ମୋର ବିଶ୍ୱାସ ରହିଛି । ଏହା ହିଁ ହେଉଛି ସବୁ କରିପାରିବାର ପିଢୀ, ଏହି ପିଢୀ ପ୍ରତିଟି ଲକ୍ଷ୍ୟ ହାସଲ କରିପାରିବ ।

୫୫.      ଭିଜନ ୨୦୪୭ – ମୋର ବିଶ୍ୱାସ ଅଛି ଯେ ୨୦୪୭ରେ ଯେତେବେଳେ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବ, ସେତେବେଳେ ଯିଏ ବି ପ୍ରଧାନମନ୍ତ୍ରୀ ଆସନରେ ରହିଥିବେ ସେ ତାଙ୍କ ଭାଷଣରେ ଯେଉଁ ସିଦ୍ଧିଗୁଡିକ ବିଷୟରେ ବଖାଣିବେ, ଆଜି ଦେଶ ଯେଉଁସବୁ ସଙ୍କଳ୍ପ କରୁଛି ସେସବୁ ତାହାହିଁ ହୋଇଥିବ, ଏହା ମୋର ବିଶ୍ୱାସ ।

୫୬.      ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ – ଏକବିଂଶ ଶତାଦ୍ଦୀରେ ଭାରତର ସ୍ୱପ୍ନ ଏବଂ ଆକାଂକ୍ଷାଗୁଡିକୁ ପୂରଣ କରିବାରେ କିଛି ବି ପ୍ରତିବନ୍ଧକ ଅଟକାଇ ପାରିବ ନାହିଁ । ଆମର ଏକତା ହିଁ ଆମର ଶକ୍ତି । ରାଷ୍ଟ୍ର ପ୍ରଥମ ସର୍ବଦା ପ୍ରଥମର ଭାବନା ହିଁ ଆମର ପ୍ରାଣଶକ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”