ସେୟାର
 
Comments
ପ୍ରକୃତରେ ପରୀକ୍ଷା ହେଉଛି ଜୀବନକୁ ଗଢ଼ିବାର ଏକ ଉପଯୁକ୍ତ ସୁଯୋଗ : ପ୍ରଧାନମନ୍ତ୍ରୀ ମୋଦୀ
କୌତୁହଳ ବୃଦ୍ଧି, ନୂତନ କୌଶଳ ଶିଖିବା ପାଇଁ ଖାଲି ସମୟର ବ୍ୟବହାର କରନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ
ଆପଣଙ୍କ ମାର୍କ ଆପଣଙ୍କ ଭବିଷ୍ୟତ ସ୍ଥିର କରେ ନାହିଁ । ଗୋଟିଏ ପରୀକ୍ଷା କେବଳ ଏକ ଫଳପ୍ରଦ କ୍ୟାରିୟରର ଆରମ୍ଭ : ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ
ପରୀକ୍ଷା ହଲ୍ ବାହାରେ ଆପଣଙ୍କର ସମସ୍ତ ଚାପ ଛାଡି ଦିଅନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀ
ସହଜରେ ମନେ ରଖିବା ପାଇଁ ଜିନିଷଗୁଡ଼ିକୁ ମନରେ କଳ୍ପନା କରନ୍ତୁ: ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ
ଆପଣଙ୍କ ପିଲାମାନଙ୍କ ସହ ଜଡ଼ିତ ରୁହନ୍ତୁ, ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ ଶିଖନ୍ତୁ । ଏହା ପିଢ଼ିର ବ୍ୟବଧାନ ହ୍ରାସ କରିବାରେ ସାହାଯ୍ୟ କରିବ: ପ୍ରଧାନମନ୍ତ୍ରୀ ମୋଦୀ

 ନମସ୍କାର, ନମସ୍କାର ବନ୍ଧୁଗଣ, ଆଣମାନେ କିପରି ଅଛନ୍ତି ? ଆଶା କରୁଛି ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି ଚାଲିଥିବ ? ଏହା ହେଉଛି ‘ପରୀକ୍ଷା ପେ ଚର୍ଚ୍ଚା’ର ପ୍ରଥମ ଭର୍ଚୁଆଲ ସଂସ୍କରଣ। ଆପଣମାନେ ଜାଣନ୍ତି, ଆମେମାନେ ଗତ ଏକ ବର୍ଷ ଧରି କରୋନା ମଧ୍ୟରେ ବଞ୍ଚିଛୁ, ଆଉ ସେହି କାରଣରୁ ହିଁ ପ୍ରତ୍ୟେକଙ୍କୁ କିଛି ନା କିଛି ନୂତନ ନବସୃଜନ କରିବାକୁ ପଡ଼ୁଛି । ଏଥର ମଧ୍ୟ ଆପଣମାନଙ୍କ ସହିତ ସାକ୍ଷାତ କରିବାର ମୋହକୁ ମୋତେ ତ୍ୟାଗ କରିବାକୁ ପଡ଼ୁଛି, ଆଉ ମୋତେ ମଧ୍ୟ ଏକ ନୂତନ ଫର୍ମାଟ ସହିତ ଆପଣମାନଙ୍କ ଗହଣକୁ ଆସିବାକୁ ପଡ଼ୁଛି।

ଆଉ ଆଣମାନଙ୍କ ସହିତ ସାକ୍ଷାତ ନ କରିବା, ଆପଣମାନଙ୍କ ମୁଖମଣ୍ଡଳର ଖୁସିକୁ ନ ଦେଖିବା, ଆପଣମାନଙ୍କର ଉତ୍ସାହ ଏବଂ ଉଦ୍ଦିପନାକୁ ଅନୁଭବ ନ କରି ପାରିବା, ଏହା ହେଉଛି ନିଜକୁ ନିଜ ମଧ୍ୟରେ ମୋ ପାଇଁ ଏକ ବହୁତ ବଡ଼ କ୍ଷତି । କିନ୍ତୁ ଯାହା ହେଲେ ମଧ୍ୟ ପରୀକ୍ଷା ହିଁ ରହିଛି, ଆପଣମାନେ ଅଛନ୍ତି, ମୁଁ ଅଛି, ପରୀକ୍ଷା ଅଛି, ତେଣୁକରି ଭଲ ହିଁ ହେବ ଯେ ଆମେ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଜାରି ରଖିବା, ଆଉ ଏବର୍ଷ ମଧ୍ୟ ଏଥିରେ ବ୍ରେକ ନ ଲାଗୁ ।

ଏବେ ଆମେ ଆମର କଥାବାର୍ତ୍ତାର ଧାରାକୁ ଆରମ୍ଭ କରିବାକୁ ଯାଉଛୁ। ଆରମ୍ଭରୁ ମୁଁ ଗୋଟିଏ କଥା ଦେଶବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛି । ଆଉ ଅଭିଭାବକମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, ଶିକ୍ଷକମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, ଏହା ହେଉଛି ‘ପରୀକ୍ଷା ପେ ଚର୍ଚ୍ଚା’। କିନ୍ତୁ କେବଳ ‘ପରୀକ୍ଷା ପେ ଚର୍ଚ୍ଚା’ ନୁହେଁ । ବହୁତ କିଛି କଥା ହୋଇପାରେ । ଏକ ହାଲକା-ଫୁଲକା ପରିବେଶ ସୃଷ୍ଟି କରିବାକୁ ପଡ଼ିବ । ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ । ଆଉ ଯେଭଳି ନିଜ ଘରେ ବସି କଥାବାର୍ତା କରନ୍ତି, ବନ୍ଧୁ-ସାଙ୍ଗମାନଙ୍କ ସହିତ କଥା ହୁଅନ୍ତି, ଆସନ୍ତୁ ଆଜି ଆମେ ସେହିଭଳି କଥାବାର୍ତା ହେବା ।

ପ୍ରଶ୍ନ--

ଏମ. ପଲ୍ଲବୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ପୋଡିଲି, ପ୍ରକାଶମ, ଆନ୍ଧ୍ରପ୍ରଦେଶ

ନମସ୍କାର ସମ୍ମାନୀୟ ପି.ଏମ୍. ସାର୍, (ମୋଦିଜୀ: ନମସ୍କାର ନମସ୍କାର) ମୋର ନାମ ହେଉଛି ଏମ. ପଲ୍ଲବୀ, ମୁଁ ୯ମ ଶ୍ରେଣୀରେ ପଢ଼ୁଛି। ସାର୍, ଆମେ ପ୍ରାୟତଃ ଏହା ଅନୁଭବ କରୁଛୁ ଯେ ପାଠପଢ଼ା ଠିକଠାକ୍ ଚାଲିଥାଏ କିନ୍ତୁ ଯେତେବେଳେ ପରୀକ୍ଷା ନିକଟକୁ ଆସିଯାଏ, ବହୁତ ହିଁ ଚିନ୍ତାଜନକ ସ୍ଥିତି ହୋଇଯାଇଥାଏ, ଦୟାକରି ଏଥିପାଇଁ କୌଣସି ଉପାୟ କୁହନ୍ତୁ ସାର୍, ବହୁତ ଧନ୍ୟବାଦ ସାର୍।

ଧନ୍ୟବାଦ ପଲ୍ଲବୀ, ମୋତେ ଅବଗତ କରାଯାଇଛି ଯେ, ଏହି ପ୍ରକାରର ଆଉ ଏକ ପ୍ରଶ୍ନ ମଧ୍ୟ ରହିଛି ।

ପ୍ରଶ୍ନ--

ଅର୍ପଣ ପାଣ୍ଡେ – ଗ୍ଲୋବାଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲ, ମାଲେସିଆ

ସାଦର ଅଭିନନ୍ଦନ ଆଦରଣୀୟ ପ୍ରଧାନମନ୍ତ୍ରୀ ମହାଶୟ, ମୋର ନାମ ହେଉଛି ଅର୍ପଣ ପାଣ୍ଡେ, ମୁଁ ଗ୍ଲୋବାଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସ୍କୁଲ, ମାଲେସିଆରେ ଦ୍ୱାଦଶ ଶ୍ରେଣୀର ଛାତ୍ର । ମୁଁ ଆପଣଙ୍କ ଠାରୁ ନିଜର ଆଗାମୀ ଭବିଷ୍ୟତରେ ସଫଳତା ପାଇଁ ଏକ ପ୍ରଶ୍ନର ଉତର ଆଶା କରୁଛି। ଆଉ ଆଶା କରୁଛି ଯେ ଆପଣ ଏଥିରେ ମୋର ମାର୍ଗଦର୍ଶନ କରିବେ। ମୋର ପ୍ରଶ୍ନ ହେଉଛି, ପରୀକ୍ଷାର ପ୍ରସ୍ତୁତି ସମୟରେ ଆମ ମନରେ ଆସୁଥିବା ଭୟ ଏବଂ ଚିନ୍ତାରୁ ଆମେ ନିଜକୁ କିପରି ମୁକ୍ତ କରି ପାରିବା? କ’ଣ ହେବ ଯଦି ଭଲ ମାର୍କ ଏବଂ ଭଲ କଲେଜ ମିଳିବ କିମ୍ବା ମିଳିବ ନାହିଁ? ଧନ୍ୟବାଦ।

ଉତର-

ପଲ୍ଲବୀ, ଅର୍ପଣ, ଦେଖ, ତୁମେ ଯେତେବେଳେ, ଏହି ଭୟର, ଡରର କଥା କୁହ ତେବେ ମୋତେ ମଧ୍ୟ ଡର ଲାଗିଥାଏ । ଆରେ ଏଭଳି କେଉଁ କଥା ଅଛି ଯେଉଁଥିପାଇଁ ଡରିବା ଦରକାର ? କ’ଣ 

ପ୍ରଥମ ଥର ପାଇଁ ପରୀକ୍ଷା ଦେବାକୁ ଯାଉଛ କି ? କ’ଣ ଆଗରୁ କେବେ ପରୀକ୍ଷା ଦେଇ ନାହଁ ? କ’ଣ ତୁମକୁ ଜଣା ନଥିଲା ଯେ ମାର୍ଚ୍ଚ ମାସରେ, ଏପ୍ରିଲ ମାସରେ ପରୀକ୍ଷା ଆସିଥାଏ।

ସବୁକିଛି ଜଣାଅଛି ! ପୂର୍ବରୁ ଜଣାଅଛି, ବର୍ଷେ ପୂର୍ବରୁ ଜଣାଅଛି । ହଠାତ ଆସିଯାଇ ନାହିଁ। ଆଉ ଯାହା ହଠାତ ଆସି ନାହିଁ, କୌଣସି ଆକାଶ ଫାଟି ପଡ଼ି ନାହିଁ।

ଏହାର ଅର୍ଥ ହେଲା ଯେ ତୁମକୁ ଡର ପରୀକ୍ଷା ପାଇଁ ନୁହେଁ । ତୁମକୁ ଡର ରହିଛି ଆଉ କୌଣସି କଥାର, ଆଉ ତାହା ହେଉଛି କ’ଣ ? ତୁମ ଆଖାଖରେ ଏକ ପରିବେଶ ସୃଷ୍ଟି କରାଇ ଦିଆଯାଇଛି, ଏହି ପରୀକ୍ଷା ହେଉଛି ସବୁକିଛି, ଏହା ହେଉଛି ଜୀବନ ଆଉ ଏଥିାଇଁ ସମଗ୍ର ସାମାଜିକ ବାତାବରଣ କେବେ-କେବେ ସ୍କୁଲର ବାତାବରଣ ମଧ୍ୟ, କେବେ-କେବେ ମାଆ-ବାପାଙ୍କର ମଧ୍ୟ, କେବେ ନିଜର ସମ୍ପର୍କୀୟମାନେ ମଧ୍ୟ, ଏକ ଏଭଳି ପରିବେଶ ମଧ୍ୟ ସୃଷ୍ଟି କରିଦିଅନ୍ତି, ଏଭଳି ଚର୍ଚ୍ଚା କରନ୍ତି ଯେ ଯେଭଳି କୌଣସି ବହୁତ ବଡ଼ ଘଟଣା ଦେଇ ତୁମମାନଙ୍କୁ ଅତିକ୍ରମ କରି ପାରିବାକୁ ପଡ଼ିବ, ବହୁତ ବଡ଼ ସଙ୍କଟ ଦେଇ ତୁମମାନଙ୍କୁ ଅତିକ୍ରମ କରି ପାରିବାକୁ ପଡ଼ିବ, ମୁଁ ସେ ସମସ୍ତଙ୍କୁ କହିବାକୁ ଚାହିଁବି, ବିଶେଷ କରି ମୁଁ ପିତାମାତାମାନଙ୍କୁ କହିବାକୁ ଚାହୁଁଛି, ଆପଣ କ’ଣ କରି ରଖିଦେଇଛନ୍ତି ?

ମୁଁ ଭାବୁଛି ଯେ ଏହା ହେଉଛି ସବୁଠାରୁ ବଡ଼ ଭୁଲ, ଆମେ ଆବଶ୍ୟକତା ଠାରୁ ଅଧିକ ଅତିରିକ୍ତ ସଚେତନ ହୋଇଯାଇଥାଉ, ଆମେ ସାମାନ୍ୟ ଅଧିକ ଚିନ୍ତା କରି ଦେଇଥାଉ, ଆଉ ଏଥିପାଇଁ ମୁଁ ବୁଝୁଛି ଯେ, ଜୀବନରେ କୌଣସି ଶେଷ ଲକ୍ଷ୍ୟ ନଥାଏ, ଏହି ଜୀବନ ହେଉଛି ବହୁତ ଦୀର୍ଘ, ବହୁତ ସୋପାନ ଆସିଥାଏ, ଏହା ହେଉଛି ଏକ ଛୋଟିଆ ସୋପାନ, ଆମକୁ ଚାପ ସୃଷ୍ଟି କରିବା ଉଚିତ ନୁହେଁ, ସେ ହୁଏତ ଶିକ୍ଷକ ହୁଅନ୍ତୁ, ଶିକ୍ଷାର୍ଥୀ ହୁଅନ୍ତୁ, ପରିବାରଜନ ହୁଅନ୍ତୁ, ବନ୍ଧୁ-ସାଙ୍ଗ ହୁଅନ୍ତୁ । ଯଦି ବାହାରର ଚାପ କମ୍ ହୋଇଗଲା, ଶେଷ ହୋଇଗଲା, ତେବେ ପରୀକ୍ଷାର ଚାପ କେବେ ହେଲେ ମଧ୍ୟ ଅନୁଭବ ହେବନାହିଁ ଦୃଢ଼ ଇଚ୍ଛାଶକ୍ତି ପ୍ରସ୍ଫୁଟିତ ହେବ, ଚାପ ମୁକ୍ତ ହୋଇଯିବ ହ୍ରାସ ହୋଇଯିବ ଏବଂ ପିଲାମାନଙ୍କୁ ଘରେ ସହଜ ଚାପମୁକ୍ତ ଜୀବନ ଦରକାର । ଛୋଟ-ମୋଟ, ହାଲକା-ଫୁଲକା କଥା ଯାହା ପ୍ରତିଦିନ କରୁଥିଲେ ସେମିତି କରିବା ଦରକାର।

ଦେଖନ୍ତୁ ବନ୍ଧୁମାନେ, ପୂର୍ବେ କ’ଣ ହେଉଥିଲା, ପ୍ରଥମେ ମାଆ-ବପା ପିଲାମାନଙ୍କ ସହିତ ଅଧିକ ଜଡ଼ିତ ରହୁଥିଲେ ଆଉ ସହଜ ମଧ୍ୟ ରହୁଥିଲେ । ଆଉ ବହୁତଗୁଡ଼ିଏ ବିଷୟରେ ଜଡ଼ିତ ରହୁଥିଲେ। ଆଜି ଯାହା ମଧ୍ୟ ଜଡ଼ିତ ରହୁଛନ୍ତି ତାହା ଅଧିକାଂଶ କ୍ୟାରିୟର, ପରୀକ୍ଷା, ପାଠପଢ଼ା ପୁସ୍ତକ, ସିଲାବସ୍, ମୁଁ ତାହାକୁ କେବଳ ଜଡ଼ିତ ହେବା ମାନୁ ନାହିଁ । ଆଉ ଏହାଦ୍ୱାରା ଏମାନଙ୍କୁ ନିଜ ପିଲାମାନଙ୍କର ପ୍ରକୃତ ସାମର୍ଥ୍ୟ ବିଷୟରେ ଜଣା ପଡ଼ି ନଥାଏ, ଯଦି ମାଆ-ବପା ଅଧିକ ଜଡ଼ିତ ହୋଇ ଥାଆନ୍ତି ତେବେ ପିଲାମାନଙ୍କର ରୁଚି, ପ୍ରକୃତି, ପ୍ରବୃତି, ଏସବୁକୁ ଭଲ ଭାବେ ବୁଝନ୍ତି, ଆଉ ଯେଉଁ ସବୁ ଅଭାବ ଅସୁବିଧା ରହିଥାଏ, ସେହି ଅଭାବ ସବୁକୁ ବୁଝି ସେଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା କରନ୍ତି ।

ଆଉ ସେହି କାରଣରୁ ପିଲାମାନଙ୍କ ଆତ୍ମବିଶ୍ୱାସର ସ୍ତର ବଢ଼ିଥାଏ । ତାହାର ଶକ୍ତି ସମ୍ପର୍କରେ ମାଆ-ବପାଙ୍କୁ ଜଣାଅଛି, ତାହାର ଦୁର୍ବଳତା ସମ୍ପର୍କରେ ମାଆ-ବପାଙ୍କୁ ଜଣାଅଛି । ଆଉ ସେହି କାରଣରୁ ମାଆ-ବାପାଙ୍କୁ ବୁଝନ୍ତି ଯେ ଏଭଳି ସମୟରେ ଦୁର୍ବଳତାକୁ ପଛରେ ରଖ ଆଉ ତାହାର ଶକ୍ତିକୁ ଯେତିକି ବଳ ଦେଇ ପାରିବା କଥା ଦିଅ।

କିନ୍ତୁ ଆଜି କିଛି ମାଆ-ବପା ଏତେ ପରିମାଣରେ ବ୍ୟସ୍ତ ଅଛନ୍ତି, ଏତେ ପରିମାଣରେ ବ୍ୟସ୍ତ ଅଛନ୍ତି, ଯେ ପ୍ରକୃତ ଅର୍ଥରେ ପିଲାମାନଙ୍କ ସହିତ ଜଡ଼ିତ ହେବା ପାଇଁ ସମୟ ହିଁ ମିଳି ନଥାଏ । ଏହାର ପରିଣାମ କ’ଣ ହୋଇଥାଏ? ଆଜି ପିଲାର ସାମର୍ଥ୍ୟ ବିଷୟରେ ଜାଣିବା ପାଇଁ ପିତାମାତାମାନଙ୍କୁ ପରୀକ୍ଷାର ଫଳାଫଳ ବିବରଣୀକୁ ଦେଖିବାକୁ ପଡ଼ିଥାଏ । ଆଉ ଏଥିାଇଁ, ପିଲାମାନଙ୍କର ଆକଳନ ମଧ୍ୟ ପିଲାମାନଙ୍କର ଫଳାଫଳ ପର୍ପ୍ୟନ୍ତ ସୀମିତ ହୋଇାଇଛି । ମାର୍କ ପରେ ମଧ୍ୟ, ପିଲାମାନଙ୍କ ମଧ୍ୟରେ ଏଭଳି ବହୁତଗୁଡ଼ିଏ କଥା ରହିଥାଏ, ଯାହାକୁ ପିତାମାତାମାନେ ଲକ୍ଷ୍ୟ କରି ପାରନ୍ତି ନାହିଁ।

ସାଥୀଗଣ, ଆମର ଏଠାରେ ପରୀକ୍ଷା ପାଇଁ ଗୋଟିଏ ଶବ୍ଦ ରହିଛି କସୌଟି । ଅର୍ଥାତ, ନିଜକୁ କସଟି ପଥରରେ କସିବା । ଏଭଳି ନୁହେଁ ଯେ ପରୀକ୍ଷା ହେଉଛି ଶେଷ ସୁଯୋଗ, ବରଂ ପରୀକ୍ଷା ହେଉଛି ଏକ ପ୍ରକାରରେ ଏକ ଦୀର୍ଘ ଜୀବନକୁ ଜୀଇଁବା ପାଇଁ ନିଜକୁ ନିଜେ କସିବାର ଏକ ଉତ୍ତମ ଅବସର । ହେଉଛି ଏକ ସୁଯୋଗ । ସମସ୍ୟା ସେତେବେଳେ ହୋଇଥାଏ, ଯେତେବେଳେ ଆମେ ପରୀକ୍ଷାକୁ ହିଁ ଯେପରି ଜୀବନର ସ୍ବପ୍ନ ଗୁଡ଼ିକର ଅନ୍ତ ବୋଲି ମାନି ନେଇଥାଉ । ଜୀବନ-ମରଣର ପ୍ରଶ୍ନ କରି ଦେଇଥାଉ । ପ୍ରକୃତରେ ପରୀକ୍ଷା ହେଉଛି ଜୀବନକୁ ଗଢ଼ିବାର ଏକ ସୁଯୋଗ, ଏକ ଅବସର, ଏକ ମୌକା । ତାହାକୁ ସେହି ରୂପରେ ନେବା ଦରକାର । ପ୍ରକୃତରେ, ଆମେ ନିଜକୁ ନିଜେ କସଟିରେ କସିବାର ସୁଯୋଗ ଖୋଜି ଚାଲିବା ଦରକାର । ଫଳରେ ଆମେ, ଆହୁରି ଉନ୍ନତ କରି ପାରିବା ଆମକୁ ସେଥିରୁ ଦୌଡ଼ି ପଳାଇବା ଉଚିତ ନୁହେଁ ।

ଆସନ୍ତୁ ବନ୍ଧୁଗଣ, ଆଗାମୀ ପ୍ରଶ୍ନ ଆଡ଼କୁ ଯିବା।

ପ୍ରଶ୍ନ--

ଶ୍ରୀମାନ ପୁଣ୍ୟ ଶୂନ୍ୟ – ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ, ପାପୁମପରେ, ଅରୁଣାଚଳ ପ୍ରଦେଶ

ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ, ନମସ୍କାର (ମୋଦିଜୀ : ନମସ୍କାର) ମୋର ନାମ ହେଉଛି ପୂଣ୍ୟ ଶୂନ୍ୟ, ମୁଁ ହେଉଛି ଏକାଦଶ ଶ୍ରେଣୀରେ ଛାତ୍ର, ମୋର ବିଦ୍ୟାଳୟର ନାମ ହେଉଛି ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ, ଜିଲ୍ଲା ପାପୁମପରେ, ରାଜ୍ୟ - ଅରୁଣାଚଳ ପ୍ରଦେଶ।

ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ, କିଛି ବିଷୟ ଏବଂ କିଛି ପ୍ରସଙ୍ଗ ରହିଛି, ଯାହାକୁ ନେଇ ମୁଁ ସହଜ ନୁହେଁ, ଆଉ ସେଗୁଡ଼ିକ ଠାରୁ ନିଜର ପିଛା ଛଡ଼ାଇବା ପାଇଁ ଲାଗି ରହିଛି । ମୁଁ ଯେତେ ମଧ୍ୟ ଚେଷ୍ଟା କରେ ନା କାହିଁକି, ମୁଁ ସେଗୁଡ଼ିକୁ ପଢ଼ି ପାରେ ନାହିଁ, ବୋଧହୁଏ ଏହା ହେଉଛି ଏଥିପାଇଁ, କାରଣ ମୋତେ ସେଗୁଡ଼ିକୁ ଡର ଲାଗେ, ସାର୍ ଏହି ସ୍ଥିତିକୁ କିପରି ଦୂର କରାଯାଇ ପାରେ ? ଧନ୍ୟବାଦ ସାର୍ ।

ଚାଲନ୍ତୁ, ଆନ୍ଧ୍ରରୁ ଆମେ ମାଲେସିୟା, ମାଲେସିୟାରୁ ଏବେ ଅରୁଣାଚଳ ପହଞ୍ଚିଗଲେ ଆଉ ମୋତେ ଅବଗତ କରଯାଇଛି ଯେ, ଏହି ପ୍ରକାରର ଆଉ ଏକ ପ୍ରଶ୍ନ ମଧ୍ୟ ରହିଛି।

ପ୍ରଶ୍ନ--

ଶ୍ରୀମତୀ ବିନିତା ଗର୍ଗ, ଏସଆରଡିଏଭି ପବ୍ଲିକ ସ୍କୁଲ, ଦୟାନନ୍ଦ ବିହାର, ଦିଲ୍ଲୀ

(ମୋଦିଜୀ : ନମସ୍କାର) ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ ନମସ୍କାର, ମୋର ନାମ ହେଉଛି ବିନିତା ଗର୍ଗ, ଆଉ ମୁଁ ଏସଆରଡିଏଭି ପବ୍ଲିକ ସ୍କୁଲରେ ପଚିଶ ବର୍ଷ ଧରି କାର୍ଯ୍ୟରତ । ମୋର ପ୍ରଶ୍ନ ହେଉଛି, କିଛି ବିଷୟ ଏଭଳି ରହିଛି, ଯେଉଁଥିରେ କିଛି ଛାତ୍ରଙ୍କୁ ଭୟର ସମ୍ମୁଖୀନ ହେବାକୁ ପଡ଼େ, ଏହି କାରଣରୁ ସେମାନେ ଏଥିରୁ ବଞ୍ଚିବାର ଚେଷ୍ଟା କରନ୍ତି । ଏହି ବିଷୟରେ ଇତିହାସ କିମ୍ବା ଗଣିତ ଭଳି ବିଷୟର ଶିକ୍ଷକ ଭଲ ଭାବେ ବୁଝି ପାରିବେ । ଶିକ୍ଷକ ହିସାବରେ ଏହି ସ୍ଥିତିକୁ ଆହୁରି ଉନ୍ନତ କରିବା ପାଇଁ ଆମେ କ’ଣ କରି ପାରିବୁ?

ଉତ୍ତର-

ଏହା କିଛି ଭିନ୍ନ ପ୍ରକାରର ବିଷୟ ମୋ ପାଖକୁ ଆସିଛି, ମୁଁ ଚେଷ୍ଟା କରିବି ଯେ, ଶିକ୍ଷାର୍ଥୀଙ୍କ ମନକୁ କିପରି ଛୁଇଁ ପାରିବି ଏବଂ ଶିକ୍ଷକଙ୍କ କଥା ଉରେ ଗୁରୁତ୍ୱର ସହିତ କିଛି ସମାଧାନ କହିପାରିବି। ତୁମେ ଦୁଇ ଜଣ କୌଣସି ବିଶେଷ ବିଷୟ କିମ୍ବା ପ୍ରସଙ୍ଗରେ ଡରର କଥା କହିଛନ୍ତି। ତୁମେ ଏକୁଟିଆ ନୁହଁ। ଯାହାଙ୍କୁ ଏହି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ସତକଥା ହେଉଛି ଏହା ଯେ ଦୁନିଆରେ ଏପରି ଗୋଟିଏ ମଧ୍ୟ ବ୍ୟକ୍ତି ଏପରି ମିଳିବେ ନାହିଁ, ଯାହାଙ୍କ ଉପରେ ଏହି କଥା ଲାଗୁ ନ ହେଉଥିବ।

ଧରି ନିଅନ୍ତୁ ଆଣଙ୍କ ପାଖରେ ବହୁତ ବଢ଼ିଆ 5-6 ଟି ସାର୍ଟ ରହିଛି, କିନ୍ତୁ ତୁମେମାନେ ଦେଖିଥିବେ 1 କିମ୍ବା 2 ଟି ସାର୍ଟ ତୁମକୁ ଏତେ ପସନ୍ଦ ଆସୁଥିବ, ବାରମ୍ବାର ପିନ୍ଧନ୍ତି ଏହାର ଅର୍ଥ ଏହା ନୁହେଁ ଯେ ବାକି ସବୁ ହେଉଛି ବେକାର, ଫିଟିଙ୍ଗ ଠିକ୍ ନାହିଁ, ଏଭଳି ନୁହେଁ, ସେ ଦୁଇଟି ଏତେ ଭଲ ଲାଗେ ଯେ ତୁମେ ସେଗୁଡ଼ିକୁ ବାରମ୍ବାର ପିନ୍ଧ। କେତେଥର ବପା। ମାଆ ମଧ୍ୟ ଏହି କଥାକୁ ନେଇ ରାଗନ୍ତି ଯେ କେତେଥର ଏହାକୁ ପିନ୍ଧିବୁ ? ଏବେ ଦୁଇ ଦିନ ପୂର୍ବରୁ ତ ପିନ୍ଧିଥିଲୁ ।

ପସନ୍ଦ-ନାପସନ୍ଦ ହେଉଛି ମନୁଷ୍ୟର ସ୍ୱଭାବ ଆଉ କେବେ-କେବେ ପସନ୍ଦ ସହିତ ଆମର ଭାବାବେଗ ଜଡ଼ିତ ହୋଇଯାଏ, ଏବେ ଏଥିରେ ଡର, ଦ୍ୱନ୍ଦର, କ’ଣ କଥା ରହିଛି ଯେ ଆମକୁ ଡରିବା ଦରକାର।

ପ୍ରକୃତରେ କ’ଣ ହୋଇଥାଏ, ଯେତେବେଳେ ତୁମକୁ କିଛି ଜିନିଷ ଅଧିକ ଭଲ ଲାଗିବାକୁ ଲାଗିଥାଏ, ତେବେ ତାହା ସହିତ ତୁମେ ବହୁତ ଆରାମର ସହିତ ଅଭ୍ୟସ୍ତ ହୋଇ ଯାଇଥାଏ, ବହୁତ ଆରାମ ଅନୁଭବ କରିବାକୁ ଲାଗିଥାଏ, ତାହା ସହଜ ହୋଇ ଯାଇଥାଏ । କିନ୍ତୁ ଯେଉଁ ଜିନିଷଗୁଡ଼ିକ ସହିତ ଆପଣ ସହଜ ନ ହୋଇ ଥାଆନ୍ତି, ତାହାର ବ୍ୟସ୍ତତା ଭିତରେ ତୁମର 80 ପ୍ରତିଶତ ଶକ୍ତି, ତୁମେ ସେଥିରେ ଲଗାଇ ଦେଇଥାଅ, ଆଉ ଏଥିାଇଁ ଶିକ୍ଷାର୍ଥୀଙ୍କୁ ମୁଁ ଏହା କହିବି ଯେ ତୁମକୁ ନିଜର ଶକ୍ତିକୁ ସମାନ ଭାବେ ବିତରଣ କରିବା ଦରକାର । ସମସ୍ତ ବିଷୟ ଗୁଡ଼ିକରେ ବାରମ୍ବାର-ବରାବର, ଆପଣଙ୍କ ପାଖରେ ପାଠପଢ଼ା ପାଇଁ 2 ଘଣ୍ଟା ଅଛି, ତେବେ ସେହି 2 ଘଣ୍ଟାରେ ପ୍ରତ୍ୟେକ ବିଷୟକୁ ସମାନ ଭାବେ ଗୁରୁତ୍ୱ ଦେଇ ପଢ଼। ନିଜ ସମୟକୁ ସମାନ ଭାବେ ବାଣ୍ଟ।

ସାଥୀଗଣ, ଆଣମାନେ ଦେଖିଥିବେ ଶିକ୍ଷକ, ମାତା-ପିତା ଆମକୁ ଶିଖାନ୍ତି ଯେ, ଯାହା ହେଉଛି ସରଳ ତାହାକୁ ପ୍ରଥମେ କର, ଏହା ସାଧାରଣ ଭାବେ କୁହାଯାଇଥାଏ । ଆଉ ପରୀକ୍ଷାରେ ବିଶେଷ ଭାବେ ବାରମ୍ବାର କୁହଯାଇଥାଏ ଯେ, ଯାହା ହେଉଛି ସରଳ ତାହାକୁ ଭାଇ ପ୍ରଥମେ କର। ଯେତେବେଳେ ସମୟ ବଞ୍ଚିବ ସେତେବେଳେ ଭାବିବେ ତାହା ହେଉଛି କଠିନ ତାହାକୁ ହାତ ଲଗାଇବା, କିନ୍ତୁ ପାଠପଢ଼ାକୁ ନେଇ ମୁଁ ବୁଝୁଛି, ଏହିଭଳି ପରାମର୍ଶ ଦେବା ଆବଶ୍ୟକ ନୁହେଁ । ଆଉ ଉପଯୋଗ ମଧ୍ୟ ନୁହେଁ, ମୁଁ ଟିକେ ଏହି ଜିନିଷକୁ ଭିନ୍ନ ଦୃଷ୍ଟିରେ ଦେଖୁଛି ।

ମୁଁ କହୁଛି ଯେ ଯେତେବେଳେ ପାଠପଢ଼ାର କଥା ହୋଇଥାଏ, ତେବେ ଯେଉଁଟା ହେଉଛି କଷ୍ଟ ତାହାକୁ ପ୍ରଥମେ ନିଅନ୍ତୁ, ଆପଣଙ୍କର ମସ୍ତିଷ୍କ ହେଉଛି ତାଜା, ଆପଣ ନିଜେ ହେଉଛନ୍ତି ତାଜା, ତାହାଙ୍କୁ ଆରମ୍ଭ କରିବାର ପ୍ରୟାସ କରନ୍ତୁ । ଯେତେବେଳେ କଷ୍ଟକୁ ଆଗ ଆରମ୍ଭ କରିବେ ତେବେ ସରଳଟି ମଧ୍ୟ ଆହୁରି ସରଳ ହୋଇଯିବ।

ମୁଁ ନିଜର ଅନୁଭବ କଥା କହୁଛି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ଯେତେବେଳେ ପ୍ରଧାନମନ୍ତ୍ରୀ ହେଲି, ତେବେ ମୋତେ ମଧ୍ୟ ବହୁତ କିଛି ପଢ଼ିବାକୁ ପଡ଼ିଥାଏ, ବହୁତ କିଛି ଶିଖିବାକୁ ପଡ଼ିଥାଏ, ବହୁତ ଲୋକଙ୍କଠାରୁ ବହୁତ କିଛି ଶିଖିବାକୁ ପଡ଼ିଥାଏ, ଜିନିଷଗୁଡ଼ିକୁ ଶିଖିବାକୁ ପଡ଼ିଥାଏ, ତେବେ ମୁଁ କ’ଣ କରୁଥିଲି ଯେଉଁ କଥାଗୁଡ଼ିକ ଅସୁବିଧା ହୋଇଥାଏ, ଯାହାର ନିଷ୍ପତ୍ତି ନେବା ଟିକେ ଗମ୍ଭୀର ହୋଇଥାଏ, ଯେତେବେଳେ ମୋର ସକାଳ ଆରମ୍ଭ ହୋଇଥାଏ, ତେବେ ମୁଁ ମୋର ସକାଳକୁ କଷ୍ଟ ଜିନିଷରୁ ଆରମ୍ଭ କରିବାକୁ ପସନ୍ଦ କରିଥାଏ । କଠିନରୁ କଠିନ ଜିନିଷ ମୋ ଅଫିସରମାନେ ମୋ ସାମ୍ନାକୁ ନେଇକରି ଆସନ୍ତି, ସେମାନଙ୍କୁ ଜଣାଥାଏ ଯେ ସେତେବେଳେ ମୋର ଏକ ଅଲଗା ମୁଡ଼୍ ରହିଥାଏ, ମୁଁ ଜିନିଷଗୁଡ଼ିକୁ ଖୁବ ଶୀଘ୍ର ବୁଝିନିଏ, ନିଷ୍ପତ୍ତି ନେବା ଦିଗରେ ଆଗକୁ ବଢ଼ିଥାଏ। ମୁଁ ମୋର ଏକ ନିୟମ ପ୍ରସ୍ତୁତ କରିଛି, ଚେଷ୍ଟା କରିଛି । ଆଉ ଯେଉଁସବୁ ସରଳ ଜିନିଷ ରହିଛି ସାରା ଦିନର ଥକାପଣ ପରେ 

ଯେତେବେଳେ ଅଧିକ ରାତି ହୋଇଯାଏ, ସେତେବେଳେ ଚାଲନ୍ତୁ ଭାଇ ଏବେ ସେଗୁଡ଼ିକୁ କରିବାକୁ ଅଧିକ ମୁଣ୍ଡ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ ସେଗୁଡ଼ିକରେ କୌଣସି ଭୁଲ ହେବାର କାରଣ ନାହିଁ, ସେହି ଜିନିଷଗୁଡ଼ିକୁ ପୁଣି ମୁଁ ଡେରି ରାତି ର୍ପ୍ୟନ୍ତ ଟାଣି ନେଇଥାଏ, କିନ୍ତୁ ଯେତେବେଳେ ସକାଳେ ପୁଣି ଉଠେ ତେବେ କଠିନ କାର୍ଯ୍ୟ ସହିତ ହିଁ ମୁକାବିଲା କରିବାକୁ ବାହାରି ପଡେ।

ବନ୍ଧୁଗଣ ଆଉ ଏକ କଥା, ଆମକୁ ନିକୁ ନିଜଠାରୁ ଶିଖିବା ଦରକାର। ଆପଣ ଦେଖନ୍ତୁ, ଯେଉଁ ଲୋକମାନେ ଜୀବନରେ ବହୁତ ସଫଳ ଅଟନ୍ତି, ସେମାନେ ପ୍ରତ୍ୟେକ ବିଷୟରେ ପାରଙ୍ଗମ ହୋଇ ନଥାନ୍ତି, କିନ୍ତୁ କୌଣସି ଗୋଟିଏ ବିଷୟ ଉପରେ ତାଙ୍କର ଜବରଦସ୍ତ ଦକ୍ଷତା ଥାଏ।

ଏବେ ଯେଭଳି ଲତା ଦିଦି ଅଛନ୍ତି, ଲତା ମଙ୍ଗେଶକର ମହାଶୟାଙ୍କର ସମଗ୍ର ଦୁନିଆରେ ସୁନାମ ରହିଛି, ହିନ୍ଦୁସ୍ତାନର ପ୍ରତ୍ୟେକଙ୍କ ମୁହଁରେ ତାଙ୍କର ନାମ ରହିଛି, କିନ୍ତୁ କେହି ଯାଇ ତାଙ୍କୁ କହିଦେବେ ଯେ ଆଜି ଆମର କ୍ଲାସକୁ ଆସନ୍ତୁ ଆଉ ଭୂଗୋଳ ପଢ଼ାନ୍ତୁ, ହୋଇପାରେ ସେ ପଢ଼ାଇ ପାରିବେ କିମ୍ବା ନ ପଢ଼ାଇ ପାରିବେ। କିନ୍ତୁ ଲତା ମହାଶୟାଙ୍କର ଭୂଗୋଳ ବିଷୟରେ ପାରଙ୍ଗମତା ହୁଏତ ନ ରହିଥାଉ, କିନ୍ତୁ, ସଂଗୀତ ଦୁନିଆରେ ସେ ଯାହା କିଛି କରିଛନ୍ତି, ଗୋଟିଏ ବିଷୟରେ ନିଜର ଜୀବନକୁ ଯେଉଁଭଳି ଭାବେ ଉତ୍ସର୍ଗୀକୃତ କରି ଦେଇଛନ୍ତି, ଆଜି ସେ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାର ଏକ ଉତ୍ସ ହୋଇ ଯାଇଛନ୍ତି। ଆଉ ଏଥିପାଇଁ, ଆପଣଙ୍କୁ ହୁଏତ କିଛି ବିଷୟ କଷ୍ଟ ଲାଗିଥାଇପାରେ, ଏହା ଆପଣଙ୍କ ଜୀବନରେ କୌଣସି ଅଭାବର ମାତ୍ରା ନୁହେଁ। ଆପଣ କେବଳ ମାତ୍ର ଏହା ଧ୍ୟାନରେ ରଖନ୍ତୁ ଯେ ଏହି କଷ୍ଟ ଲାଗୁଥିବା ଭଳି ବିଷୟରୁ ନିଜକୁ ଦୂର କରନ୍ତୁ ନାହିଁ। ସେଥିରୁ ଦୌଡ଼ି ପଳାନ୍ତୁ ନାହିଁ।

ସେହିପରି ଶିକ୍ଷକଙ୍କ ପାଇଁ ମୋର ପରାମର୍ଶ ହେଉଛି ଏହା ଯେ ସେ ବିଦ୍ୟାର୍ଥୀଙ୍କ ସହିତ ତାଙ୍କର ସମୟ ନିର୍ଘଂଟ ସୁବ୍ୟବସ୍ଥିତ କରିବା ସମ୍ବନ୍ଧରେ, ତାହାର ଉପାୟ-କୌଶଳ ସମ୍ବନ୍ଧରେ, ପାଠ୍ୟକ୍ରମ ବାହାରକୁ ଯାଇ ମଧ୍ୟ କେବେ ସେମାନଙ୍କ ସହିତ କଥା ହୁଅନ୍ତୁ, ସେମାନଙ୍କ ସହିତ ଚର୍ଚ୍ଚା କରନ୍ତୁ। ସେମାନଙ୍କୁ ଗାଇଡ଼୍‍ କରନ୍ତୁ। ବିଦ୍ୟାର୍ଥୀଙ୍କୁ ରୋକିବା ବଦଳରେ, ସେମାନଙ୍କୁ ଗାଇଡ଼୍‍ କରନ୍ତୁ। ରୋକିବା-ଗାଳିଦେବା ଦ୍ୱାରା ତାହାର ପ୍ରଭାବ ମନ ଉପରେ ଆହୁରି ଅଧିକ ନକରାତ୍ମକ ପ୍ରଭାବ ପକାଇଥାଏ। ପ୍ରୋତ୍ସାହିତ କରିବା ଦ୍ୱାରା ତାହା ଏକାଗ୍ରତା ଶକ୍ତି ରୂପରେ ପରିବର୍ତିତ ହୋଇ ଯାଇଥାଏ। ଶ୍ରେଣୀ ଗୃହରେ କିଛି କଥା ସାର୍ବଜନିକ ଭାବେ କୁହନ୍ତୁ ଫଳରେ ସମସ୍ତଙ୍କୁ ସାନ୍ତ୍ୱନା ମିଳିବ, କିନ୍ତୁ ବହୁତ ଗୁଡ଼ିଏ କଥା ଏଭଳି ହୋଇଥାଏ, ଯେତେବେଳେ କୌଣସି ଗୋଟିଏ ପିଲାକୁ ଡାକି ଚାଲି-ଚାଲି ଟିକେ ତା’ମୁଣ୍ଡରେ ହାତ ରଖି ବହୁତ ହିଁ ସ୍ନେହଭରା ହୃଦୟରେ କହିବେ ଯେ, ପୁଅ ଦେଖ, ଦେଖ ଭାଇ, ତୁମେ ଏତେ ଭଲ କରୁଛ, ଟିକେ ଦେଖ ଏହାକୁ ଟିକେ ଏମିତି କରି ଦିଅ। ଦେଖନ୍ତୁ ତୁମ ମଧ୍ୟରେ ବହୁତ ବଡ଼ ଶକ୍ତି ରହିଛି। ତୁମେ ଦେଖ, ଏହା ବହୁତ କାର୍ଯ୍ୟରେ ଆସିବ, ଏହା ବହୁତ କାର୍ଯ୍ୟରେ ଆସିବ।

ଗୋଟିଏ କାମ କରିବ, ତୁମ ଜୀବନରେ ଏଭଳି କେଉଁ କଥା ଥିଲା ଯାହା କେବେ ତୁମକୁ ବହୁତ କଠିନ ଲାଗୁଥିଲା। ଆଉ ଆଜି ତୁମେ ବଡ଼ ସହଜରେ ତାହାକୁ ଖୁବ ସରଳ ଭାବେ କରି ପାରୁଛ। ଏଭଳି କିଛି କାର୍ଯ୍ୟର ସୂଚୀ ପ୍ରସ୍ତୁତ କରନ୍ତୁ, ଯେପରି ସାଇକେଲ ଚଲାଇବା କେବେ ତୁମକୁ କଠିନ ଲାଗୁଥିବ, କିନ୍ତୁ ଏବେ ସେହି କାର୍ଯ୍ୟ ତୁମେ ବହୁତ ସରଳତାର ସହିତ କରି ପାରୁଛ। କେବେ ପହଁରିବାର କଥା ଆସିଥିବ, ବହୁତ ଡର ଲାଗିଥିବ। ଓହ୍ଲାଇବାକୁ ମଧ୍ୟ ଡର ଲାଗିଥିବ କିନ୍ତୁ ତୁମେ ଆଜି ଭଲ ଭାବେ ପହଁରିବା ଶିଖି ଯାଇଥିବ। ଯାହା କଠିନ ଥିଲା, ତାହାକୁ ତୁମେ ବଦଳାଇ ଦେଇଛ। ତୁମ ଜୀବନରେ ଏଭଳି ଶହ-ଶହ ଘଟଣା ଥିବ ଯଦି ତୁମେ ଏହାକୁ ମନେ ପକାଇ କୌଣସି କାଗଜରେ ଲେଖିନେବ, ତେବେ କେତେବେଳେ ଆପଣଙ୍କୁ କାହାକୁ ମଧ୍ୟ, ମୋତେ ମଧ୍ୟ କଠିନ ପ୍ରଶ୍ନ ପଚାରିବାକୁ ପଡ଼ିବ ନାହିଁ, କାରଣ କେବେ କୌଣସି କଥା ତୁମକୁ କଠିନ ଲାଗିବ ହିଁ ନାହିଁ। ମୋ ଉପରେ ବିଶ୍ୱାସ କରନ୍ତୁ ବନ୍ଧୁ, ଥରେ କରି ଦେଖନ୍ତୁ।

ପ୍ରଶ୍ନ -୩, ନୀଲ ଅନନ୍ତ, କେ.ଏମ. – ଶ୍ରୀ ଆବ୍ରାହମ ଲିଙ୍ଗଡମ, ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ ମାଟ୍ରିକ, କନ୍ୟାକୁମାରୀ, ତାମିଲନାଡ଼ୁ।

ସମ୍ମାନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର (ମୋଦିଜୀ : ନମସ୍କାର ନମସ୍କାର) ମୁଁ କନ୍ୟାକୁମାରୀ, ଶ୍ରୀ ଆବ୍ରାହମ ଲିଙ୍ଗଡମ, ବିବେକାନନ୍ଦ କେନ୍ଦ୍ର ବିଦ୍ୟାଳୟ ମାଟ୍ରିକରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛି।

ସାର୍‍, ଏହି ମହାମାରୀ ସମୟରେ, ଆମକୁ ଅନ୍‍ ଲାଇନରେ କ୍ଲାସ କରିବାକୁ ପଡ଼ୁଛି, ସ୍ୱଭାବିକ ଠାରୁ ଏହି ସମୟରେ ଆମକୁ ଅଧିକ ଖାଲି ସମୟ ମିଳୁଛି। ମୁଁ ଜାଣିବାକୁ ଚାହୁଁଛି ଆମେ କିପରି ଏହି ଖାଲି ସମୟର ସଦୁପଯୋଗ କରି ପାରିବା। ମୋତେ ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ।

ଉତର-

ନମସ୍କାର! ମମ୍ମି-ପାପାଙ୍କୁ ଜଣାପଡ଼ିବ ଯେ, ତମେ ପରୀକ୍ଷା ସମୟରେ ଖାଲି ସମୟର କଥା କହୁଛ, ତେବେ ପୁଣି ଦେଖିବ କ’ଣ ହେଉଛି। ଛାଡନ୍ତୁ ମୋତେ ପ୍ରଶ୍ନ ବହୁତ ଭଲ ଲାଗିଲା ଯେ ତମେ ପରୀକ୍ଷା ସମୟରେ ମଧ୍ୟ ଖାଲି ସମୟ ଉପରେ ଧ୍ୟାନ ଦେଉଛ। ଖାଲି ସମୟ ଉପରେ ଚର୍ଚ୍ଚା କରୁଛ, ଦେଖ ବନ୍ଧୁ, ଖାଲି ସମୟ, ଏହାକୁ ଖାଲି ବୋଲି ଭାବନ୍ତୁ ନାହିଁ ଏହା ହେଉଛି, ସମ୍ପତି। ଖାଲି ସମୟ ହେଉଛି ଏକ ସୌଭାଗ୍ୟ, ଖାଲି ସମୟ ହେଉଛି ଏକ ସୁଯୋଗ। ତୁମର ଦିନଚର୍ଯ୍ୟାରେ ଖାଲି ସମୟର କିଛି କ୍ଷଣ ରହିବା ଆବଶ୍ୟକ, ନଚେତ ଜୀବନ ଏକ ରୋବର୍ଟ ଭଳି ହୋଇଯାଇଥାଏ।

ବାସ୍ତବରେ ଖାଲି ସମୟ ଦୁଇ ପ୍ରକାରର ହୋଇଥାଏ-

ଗୋଟିଏ ଯାହା ତୁମକୁ ସକାଳରୁ ଜଣାଥାଏ ଯେ ଆଜି ତୁମେ ୩ ଟାରୁ ୪ ଯାଏ ଫ୍ରି ଅଛ। ଅବା ଆସନ୍ତା ରବିବାରର ଅଧା ଦିନ ତୁମେ ଫ୍ରି ବା ଖାଲି ଅଛ। ଅବା ଚାରି ତାରିଖରେ ଛୁଟି ଅଛି, ଦ୍ୱିପହର ପର୍ଯ୍ୟନ୍ତ ତୁମ ପାଖରେ କୌଣସି କାମ ନାହିଁ। ତୁମକୁ ଜଣା ଅଛି। କିନ୍ତୁ ଅନ୍ୟଟି ହେଉଛି ଯାହା ବିଷୟରେ ତୁମକୁ ଶେଷ ମୁହୂର୍ତରେ ଜଣାପଡ଼ିଥାଏ। ଯଦି ତୁମକୁ ପ୍ରଥମରୁ ଜଣା ଅଛି ଯେ ମୋ ପାଖରେ ଖାଲି ସମୟ ଅଛି, ତେବେ ତୁମେ ତୁମ ଅଭିଭାବକ ଅବା ନିଜ ଭାଇ-ଭଉଣୀଙ୍କୁ କହିପାରିବ ଯେ, ମୁଁ ତୁମକୁ ସାହାଯ୍ୟ କରିବି। ତୁମକୁ କେଉଁ କାମ କରିବାର ଅଛି, ତୁମେ କ’ଣ କରୁଛ, ମୁଁ କି ସାହାଯ୍ୟ କରି ପରିବି?

ଦ୍ୱିତୀୟରେ ତୁମେ ଚିନ୍ତାକର ଏଭଳି କେଉଁ କଥା ଅଛି, ଯାହା ତୁମକୁ ଖୁସି ଦେଇଥାଏ।

ଟିକେ କଷ୍ଟକର ଶବ୍ଦ ହେଉଛି- ଶ୍ୱାନ୍ତ ସୁଖାୟ, ଯେଉଁଥିରୁ ତୁମକୁ ସୁଖ ମିଳିଥାଏ ତୁମକୁ ଆନନ୍ଦ ମିଳିଥାଏ, ତୁମ ମନରେ ଆନନ୍ଦ ଆଣି ଦେଇଥାଏ, ତୁମେ ଏଭଳି କିଛି କରି ପାରିବ। ଏବେ ତୁମେ ମୋତେ ପଚାରିଛ, ସେତେବେଳେ ମୁଁ କ’ଣ କରିବାକୁ ପସନ୍ଦ କରିଥାଏ। ମୁଁ ମୋର ଦିନଚର୍ଯ୍ୟାକୁ ନିରୀକ୍ଷଣ କରିଛି ଯଦି ମୋତେ ଟିକେ ମଧ୍ୟ ଖାଲି ସମୟ ମିଳିଯାଏ ଆଉ ଯଦି ଝୁଲା ଅଛି, ତେବେ ମୋ ମନ ହୋଇଥାଏ କିଛି କ୍ଷଣ ମୁଁ ନିଶ୍ଚୟ ଝୁଲାରେ ବସିବି। ବହୁତ ଥକି ଯାଇଛି ଆଉ ପାଞ୍ଚ ମିନିଟର ମଧ୍ୟ ସମୟ ମିଳିଗଲା, ଅବା ପୁଣି ମୁଁ କେଉଁ କାର୍ଯ୍ୟ କରୁଛି, ସେତେବେଳେ ନିଜର ଖାଲି ସମୟରେ ଝୁଲାରେ ବସି, ଜଣା ନାହିଁ କାରଣ କ’ଣ, କିନ୍ତୁ ମୋ ମନ ପ୍ରଫୁଲ୍ଲିତ ହୋଇ ଯାଇଥାଏ।

ଯଦି ତୁମେ ଖାଲି ସମୟରେ ପରୀକ୍ଷା ଦେଉଛ, ତେବେ ତୁମକୁ ତାହାର ସବୁଠାରୁ ଅଧିକ ମୂଲ୍ୟ ଜଣାପଡ଼ିଥାଏ, ଏଥିପାଇଁ ତୁମ ଜୀବନ ଏଭଳି ହେବା ଉଚିତ ଯେ, ଯେତେବେଳେ ତୁମେ ଖାଲି ସମୟ ଅର୍ଜନ କରୁଛ ତେବେ ତାହା ତୁମକୁ ଅସିମ ଆନନ୍ଦ ଦେଉ।

ଏଠାରେ ଏହା ମଧ୍ୟ ଧ୍ୟାନ ରଖିବା ଉଚିତ ଯେ, ଖାଲି ସମୟରେ କେଉଁ କଥାରୁ ଦୂରେଇ ରହିବା ଆବଶ୍ୟକ, ନଚେତ ତାହା ହିଁ ସମସ୍ତ ସମୟ ଖାଇଯିବ, ଜଣାପଡ଼ିବ ନାହିଁ ଶେଷରେ ଆରାମ ଓ ସ୍ଫୁର୍ତି ବଦଳରେ ବିରକ୍ତ ହୋଇଯିବେ, ଥକା ଅନୁଭବ କରିବାରେ ଲାଗିବେ।

ମୋତେ ଆଉ ଏକ କଥା ଲାଗୁଛି ଯେ, ଖାଲି ସମୟରେ ଆମେ ନିଜର ଜାଣିବାର ଇଚ୍ଛା ଜିଜ୍ଞାସା, ଜିଜ୍ଞାସା ବଢାଇବା ଏବଂ ଏଭଳି କୌଣସି କଥା ଆମେ କରି କରି ପାରିବା ଯାହା ବୋଧହୁଏ ବହୁତ ଉତ୍ପାଦନକ୍ଷମ ହୋଇଯିବ। ତୁମ ମା’ ଅବା ବାପା ଯଦି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତାହାକୁ ନିରୀକ୍ଷଣ କରନ୍ତୁ, ନୂଆ-ନୂଆ ଜିନିଷ ବିଷୟରେ ଭଲଭାବେ ଜାଣିବା, କିଛି ନୂଆ ଜାଣିବାର, ଏହାର ପ୍ରଭାବ ସିଧାସଳଖ ଦେଖିବାକୁ ମିଳି ନ ଥାଏ କିନ୍ତୁ ଜୀବନରେ ଏହାର ବହୁତ ଗଭୀର ପ୍ରଭାବ ପଡ଼ିଥାଏ।

ଅବକାଶ ସମୟର ଆହୁରି ଏକ ଉତମ ବ୍ୟବହାର ହୋଇପାରେ ଯେ ଆପଣ କିଛି ଏଭଳି କାର୍ଯ୍ୟକଳାପରେ ନିଜକୁ ଯୋଡ଼ନ୍ତୁ, ଯେଉଁଥିରେ ନିଜକୁ ବ୍ୟକ୍ତ କରି ପାରିବେ, ତୁମର ଅନନ୍ୟ ଗୁଣକୁ ବାହାରକୁ ନେଇ ଆସି ପାରିବେ।

ଯାହାଦ୍ୱାରା ତୁମେ ନିଜର ବ୍ୟକ୍ତିତ୍ୱ ସହିତ ଯୋଡି ହୋଇ ପାରିବ, ଏଭଳି କରିବାର ବହୁତ ପଦ୍ଧତି ଅଛି। ଆଉ ତୁମେ ମଧ୍ୟ ଏଭଳି ବହୁତ ଗୁଡ଼ିଏ କୌଶଳ ଜାଣିଛ। କ୍ରୀଡ଼ା ହେଉ, ସଙ୍ଗୀତ ହେଉ, ଲେଖିବା ହେଉ, ଚିତ୍ରାଙ୍କନ ହେଉ, ଗପ ଲେଖିବା ହେଉ, ତୁମେ ବହୁତ କିଛି କରି ପାରିବ।

ନିଜର ଚିନ୍ତାକୁ, ଭାବାବେଗକୁ ବ୍ୟକ୍ତ କରିବାର ଏକ ରଚନାତ୍ମକ କୌଶଳ ଦିଅନ୍ତୁ। ସୁଯୋଗ ଦିଅନ୍ତୁ, ଜ୍ଞାନର ପରିସର ଅନେକ ଥର ସେ ପର୍ଯ୍ୟନ୍ତ ସୀମିତ ନଥାଏ ଯାହା ତୁମକୁ ଉପଲବ୍ଧି ହୋଇଥାଏ, ଯାହା ତୁମ ଆଖପାଖରେ ଅଛି। କିନ୍ତୁ ସୃଜନଶୀଳତାର ପରିସର ଜ୍ଞାନଠାରୁ ମଧ୍ୟ ବହୁତ ଦୂର ପର୍ଯ୍ୟନ୍ତ ତୁମକୁ ନେଇ ଯାଇଥାଏ। ବହୁତ ବିସ୍ତୃତ ଭାବେ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ନେଇ ଯାଇଥାଏ। ସୃଜନଶୀଳତା ତୁମକୁ ସେହି କ୍ଷେତ୍ରକୁ ନେଇ ଯାଇ ପାରିବ, ଯେଉଁଠାରେ ପୂର୍ବରୁ କେବେ କେହି ପହଞ୍ଚି ପାରି ନାହାଁନ୍ତି। ଯାହା ହେଉଛି ନୂଆ, ଆମର ଏଠାରେ କୁହାଯାଇଥାଏ, ଯେଉଁଠାରେ ରବି ବା ସୂର୍ଯ୍ୟ ପହଞ୍ଚି ପାରନ୍ତି ନାହିଁ, ସେଠାରେ ଯାଇ କବି ପହଞ୍ଚି ଯାଆନ୍ତି, ଏହା ହେଉଛି ସୃଜନଶୀଳତାର କଥା।

ପ୍ରଶ୍ନ -, ଅକ୍ଷୟ କେକତପୁରେ – ବେଙ୍ଗାଲୁରୁ, କର୍ଣ୍ଣାଟକ

ନମସ୍କାର ମାନ୍ୟବର ପିଏମ୍‍ ସାର, ମୁଁ ହେଉଛି ଅକ୍ଷୟ କେକତପୁରେ ବେଙ୍ଗାଲୁରୁରୁ କହୁଛି, ମୋର ଆପଣଙ୍କୁ ପ୍ରଶ୍ନ ହେଉଛି ଯେ ପିଲାମାନଙ୍କୁ ଉନ୍ନତ ମୂଲ୍ୟବୋଧ ଶିଖାଇବାର ସବୁଠାରୁ ଭଲ ପଦ୍ଧତି କ’ଣ? ଧନ୍ୟବାଦ।

ମୋ ପାଖକୁ ଆଉ ଏକ ପ୍ରଶ୍ନ ଆସିଛି, ତାହା ନମୋ ଆପରେ ଆସିଛି, ତାହାର ଭିଜୁଆଲ ମୋ ପାଖରେ ନାହିଁ, କିନ୍ତୁ ମୋତେ ସେହି ପ୍ରଶ୍ନ ଭଲ ଲାଗିଲା, ଏଥିପାଇଁ ମୋତେ ଲାଗୁଛି ଯେ ମୁଁ ନିଶ୍ଚୟ ଆପଣମାନଙ୍କୁ ଏହା ସେୟାର କରିବି, ପାଟନାରୁ ପ୍ରଶ୍ନ କରିଛନ୍ତି ପ୍ରବୀଣ କୁମାର। ସେ ପଚାରିଛନ୍ତି

ପ୍ରଶ୍ନ --, ପ୍ରବୀଣ କୁମାର, ପାଟନା, ବିହାର

ସାର୍‍, ଆଜି ମାଆ-ବାପାଙ୍କ ପାଇଁ ପିଲାଙ୍କୁ ବଡ଼ କରିବା, ଟିକେ କଷ୍ଟକର ହୋଇ ଯାଇଛି, କାରଣ ହେଉଛି ଆଜିକାର ସମୟ ଆଉ ଆଜିକାର ପିଲା। ଏମିତି ପରିସ୍ଥିତିରେ ଆମେ କିଭଳି ସୁନିଶ୍ଚିତ କରିପାରିବା ଯେ ଆମ ପିଲାମାନଙ୍କର ବ୍ୟବହାର, ଅଭ୍ୟାସ ଆଉ ଚରିତ୍ର ଭଲ ହେବ?

ଉତର-

ପ୍ରବୀଣ କୁମାର, ଏକ ଜାଗ୍ରତ ପିତା ଭାବେ ବୋଧେ ମୋତେ ପଚାରୁଛ। ମୋ ପାଇଁ ଏହା ବଡ଼ କଠିନ ପ୍ରଶ୍ନ, ମୁଁ କହିବି ଯେ ପ୍ରଥମେ ତ ତୁମେ ସ୍ୱୟଂ ଚିନ୍ତାକର, ଆତ୍ମଚିନ୍ତନ କର। କ’ଣ ଏପରି ନୁହେଁ ଯେ ଜୀବନ ଜୀଇଁବାର ଯେଉଁ ପଦ୍ଧତି ଆପଣ ବାଛିଛନ୍ତି, ଆପଣ ଚାହୁଁଛନ୍ତି ଏଭଳି ହିଁ ଜୀବନ ଆପଣଙ୍କ ପିଲାମାନେ ମଧ୍ୟ ଜୀଅନ୍ତୁ। ଆଉ ସେଥିରେ ଟିକେ ମଧ୍ୟ ପରିବର୍ତନ ଆସିଥାଏ, ତେବେ ଆପଣଙ୍କୁ ଲାଗୁଛି ଯେ ପତନ ହେଉଛି। ମୂଲ୍ୟବୋଧର ହ୍ରାସ ହେଉଛି ମୋର ବାରମ୍ବାର ମନେଅଛି ଥରେ ମୁଁ ଷ୍ଟାର୍ଟ-ଅପ୍ସ ସହିତ ଜଡ଼ିତ ଯୁବକମାନଙ୍କର ଏକ ସମାରୋହ କଲି। ସେଥିରେ ପଶ୍ଚିମବଙ୍ଗର ଏକ ଝିଅ ଯିଏ ଷ୍ଟାର୍ଟ-ଅପ୍ସ ଆରମ୍ଭ କରିଛି, ନିଜର ସଂପୂର୍ଣ୍ଣ କ୍ୟାରିୟର ଛାଡି ଦେଇଛି, ସେ ନିଜର ଅନୁଭବ କହିଲା। ତାହା ମୋର ସବୁବେଳେ ମନେ ରହିଛି। ସେହି ଝିଅ କହିଲା ଯେ ମୁଁ ନିଜର ଚାକିରୀ ଛାଡ଼ି ଦେଲି, କ୍ୟାରିୟର ଛାଡ଼ି ଦେଲି ଏବଂ ଷ୍ଟାର୍ଟ ଅପ୍ସ ଆରମ୍ଭ କଲି। ଆଉ ଯେତେବେଳେ ମୋ ମାଆଙ୍କୁ ଏ ବିଷୟରେ ଜଣା ପଡ଼ିଲା, ମୋ ମାଆ ତୁରନ୍ତ କହିଲେ ସର୍ବନାଶ! ଅର୍ଥାତ ମାଆଙ୍କୁ ଏତେ ଝଟକା ଲାଗିଲା, କିନ୍ତୁ ପରେ ସେହି ଝିଅ ଷ୍ଟାର୍ଟ-ଅପ୍ସରେ ବହୁତ ସଫଳତା ପାଇଥିଲା।

ଆପଣଙ୍କୁ ଚିନ୍ତା କରିବାର ଅଛି ଯେ ଆପଣ ନିଜ ଭାବ ଜଗତରେ, ନିଜ ପିଲାଙ୍କୁ ବାନ୍ଧି ରଖିବାର ପ୍ରୟାସ କରୁ ନାହାଁନ୍ତି ତ? ଆଉ ଏଥିପାଇଁ ଆପଣଙ୍କ ପରିବାର, ଆପଣଙ୍କ ପରମ୍ପରା, ସେଥିରେ ମୌଳିକ ମୂଲ୍ୟବୋଧକୁ କିପରି ଗୁରୁତ୍ୱ ଦେବେ, ଆମକୁ ଚିହ୍ନଟ କରିବା ଉଚିତ।

ଯେପରି ଆମର ଏଠାରେ କୁହାଯାଇଥାଏ, ଜନ ସେବା ହିଁ ହେଉଛି ପ୍ରଭୁ ସେବା, ଏହା ଆମର ଶାସ୍ତ୍ରଗୁଡ଼ିକରେ ମୂଲ୍ୟବୋଧ ରୂପେ ରହିଛି, କିନ୍ତୁ ଆପଣମାନଙ୍କ ଘରେ ବହୁତ ପୂଜା-ପାଠ ହୋଇଥାଏ, ଦୁନିଆକୁ ଦେଖାଯାଇଥାଏ ଯେ ଆପଣ ହେଉଛନ୍ତି ବହୁତ ଧାର୍ମିକ, ପରମ୍ପରାରେ ଭରି ରହିଛି ଆପଣଙ୍କ ଜୀବନ, କିନ୍ତୁ ଆପଣ ଜନସେବା କ୍ଷେତ୍ରରେ କେଉଁଠି ମଧ୍ୟ ଦୃଷ୍ଟିଗୋଚର ହୁଅନ୍ତି ନାହିଁ। ଏବେ ଯେତେବେଳେ ଆପଣଙ୍କ ସନ୍ତାନ ଏହି ବିରୋଧାଭାଷ ଦେଖୁଛି ତେବେ ତା’ମନରେ ଦ୍ୱନ୍ଦ ସୃଷ୍ଟି ହୋଇଯାଏ। ପ୍ରଶ୍ନ ଉଙ୍କିମାରେ, ଆଉ ପ୍ରଶ୍ନ ଉଠିବା ହେଉଛି ସ୍ୱାଭାବିକ।

ସେହିଭଳି ଭାବେ ମଧ୍ୟ, ଆମର ମୂଲ୍ୟବୋଧ ହେଉଛି ଯେ ଜୀବ ମାତ୍ରେ ସେଥିରେ ପରମାତ୍ମାଙ୍କ ବାସ ରହିଛି, ସେହିଭଳି ଭାବେ ଆମ ସମସ୍ତଙ୍କର ମାନ୍ୟତା ରହିଛି ଆଉ ଆମକୁ ଏହା ଶିଖାଯାଇଛି ଆମର ଜୀବନ ମୂଲ୍ୟ ରୂପରେ ପ୍ରସ୍ଥାପିତ ହୋଇ ଯାଇଛି, ଆଉ ଆମର ଚିନ୍ତାଧାରା ହେଉଛି ଜୀବ ମାତ୍ର ପରମାତ୍ମାଙ୍କ ବାସ ରହିଛି। କିନ୍ତୁ ଆପଣଙ୍କ ଘରକୁ ଯେଉଁମାନେ କାମ କରିବାକୁ ଆସନ୍ତି, ଝାଡୁ-ପୋଛା ଲଗାଇବାକୁ ଆସନ୍ତି, ଲିଫ୍ଟ ଚଲାଇବା ବାଲା ରହିଥାଏ, ଆପଣଙ୍କୁ ସ୍କୁଲରେ ଛାଡୁଥିବା ଅଟୋ-ରିକ୍ସା ଡ୍ରାଇଭର ଅଛି, କ’ଣ ଆପଣ କେବେ ସେମାନଙ୍କର ସୁଖ-ଦୁଃଖ ବିଷୟରେ ଚିନ୍ତା ଏବଂ ଚର୍ଚ୍ଚା କରିଛନ୍ତି? କ’ଣ ଆପଣ କେବେ ପଚାରିଛନ୍ତି ଯେ ଆପଣଙ୍କ ପରିବାରରେ କାହାକୁ କରୋନା ହୋଇ ନାହିଁ ତ? ଆପଣଙ୍କ ପରିବାରର ସମସ୍ତେ ଖୁସିରେ ଅଛନ୍ତି ତ? ଆପଣ ଯେଉଁ ଗାଁରୁ ଆସିଛନ୍ତି, ସେହି ଗାଁରେ ସବୁ ଠିକ୍‍ଠାକ୍‍ ଅଛି ନା? କ’ଣ ଆପଣ କେବେ ପଚାରିଛନ୍ତି? ଯଦି ଆପଣ ଏଭଳି କରିଥାଆନ୍ତେ ତେବେ ଆପଣଙ୍କୁ ନିଜ ପିଲାଙ୍କୁ କେବେ ମୂଲ୍ୟବୋଧ ଶିଖାଇବାକୁ ପଡ଼ି ନଥାଆନ୍ତା।

ମୁଁ ଆପଣଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଉ ନାହିଁ, ଏକ ସାମାନ୍ୟ ବ୍ୟବହାରର କଥା କହୁଛି, କିଛି ଲୋକ ପ୍ରକୃତରେ ଏପରି କରନ୍ତି ନାହିଁ, ପିଲାମାନଙ୍କର ଜନ୍ମଦିନ ହୋଇଥାଏ, ବହୁତଗୁଡ଼ିଏ ପ୍ରସ୍ତୁତି ହୁଏ। କେତେ ଲୋକ ନିଜର କାମ କରୁଥିବା ଲୋକମାନଙ୍କୁ କୁହନ୍ତି ଯାହା କିଛି ମଧ୍ୟ କାମ ଅଛି ପାଞ୍ଚଟା ସୁଦ୍ଧା ସାରି ଦିଅ 6 ଟା ବେଳକୁ ଅତିଥିମାନେ ଆସିବା ଆରମ୍ଭ ହୋଇଯିବ ସେତେବେଳେ ତୁମେ ମଧ୍ୟ ଆମ ପରିବାରର ଅତିଥି ଭାବେ କପଡ଼ା ପିନ୍ଧି, ଭଲ କପଡ଼ା ପିନ୍ଧି ପରିବାରର ସମସ୍ତଙ୍କୁ ନେଇ ଆସିଯିବ। ଆପଣ ଦେଖନ୍ତୁ ଆପଣ ତାଙ୍କୁ କ’ଣ କୁହନ୍ତି? ଆଜି ଘରକୁ ବହୁତ ଜଣ ଅତିଥି ଆସିବେ, ଡେରି ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଆପଣ ଏହା କହିବା ବଦଳରେ କ’ଣ କୁହନ୍ତି? ଦେଖ କାଲି ବହୁତ ଜଣ ଅତିଥି ଆସିବେ, ବହୁତ କାମ ରହିଛି, ତୁମେ ଘରେ କହି ଚାଲି ଆସିବ, ଡେରିରେ ଆସିବି, ଡେରିରେ ଆସିବି, ଅର୍ଥାତ ଆପଣଙ୍କ ପିଲା ଏହା ଦେଖୁଛି, ଯେ ଏତେ ବଡ଼ ଉତ୍ସବ ଘରେ ହେଉଛି କିନ୍ତୁ ସେ ଯିଏ ଆମ ପାଇଁ ଦିନ-ରାତି ପରିଶ୍ରମ କରୁଛନ୍ତି ସେ ଏଥିରେ ସାମିଲ ହିଁ ନାହାଁନ୍ତି, ଆଉ ସେତିକି ବେଳେ ସେ ପିଲାର ମନରେ ଦ୍ୱନ୍ଦ ଆରମ୍ଭ ହୋଇଥାଏ।

ମୁଁ ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେଉଛି। ଆମେ କହୁ ପୁଅ-ଝିଅ ଏକ ସମାନ। ଏହା ହେଉଛି ଆମର ମୂଲ୍ୟବୋଧ, ଆମର ଏଠାରେ ଦେବତାଙ୍କ ରୂପର ଯେଉଁ କଳ୍ପନା କରାଯାଇଛି ସେଥିରେ ସ୍ତ୍ରୀ ଭଗବାନଙ୍କର ମଧ୍ୟ ସେତିକି ମହତ୍ୱ ରହିଛି। କିନ୍ତୁ ଆମ ଘରର ବାତାବରଣରେ, ପୁଅ ଆଉ ଝିଅଙ୍କ ମଧ୍ୟରେ ଜାଣତରେ ଅବା ଅଜାଣତରେ ଯେଉଁ ବ୍ୟବହାର କରାଯାଇଥାଏ, ସେଥିରେ ଅସମାନତା ରହିଥାଏ। ତା’ପରେ ଯେତେବେଳେ ସେହି ପୁଅ ସମାଜ ଜୀବନକୁ ଯାଇଥାଏ, ତେବେ ତାହାଦ୍ୱାରା ନାରୀ ସମାନତାରେ କିଛି ନା କିଛି ଊଣାର ସମ୍ଭାବନା ସୃଷ୍ଟି ହିଁ ହୋଇଯାଇଥାଏ।

ଏହା ହେଉଛି ଠିକ ଯେ ଯଦି ପରିବାରର ସଂସ୍କାର ଭଲ ହୋଇଥାଏ, ତେବେ କୁ-ସଂସ୍କାଗୁଡ଼ିକ ତାହା ଉପରେ ପ୍ରଭାବୀ ହୋଇ ପାରି ନଥାଏ, କିନ୍ତୁ 19-20ର ହିଁ ଫରକ ରହିଥାଏ, ପୁଅ, ପୁଅର ବ୍ୟବହାରରେ କିଛି ନା କିଛି ଊଣା ରହି ଯାଇଥାଏ। ତେଣୁକରି, ଆମେ ଆମର ଯେଉଁ ଭାବ-ବିଶ୍ୱ ନିର୍ମାଣ କରିଛୁ, ତାହା ଯେତେବେଳେ ବ୍ୟବହାରର କସଟି ଉପରେ ସଠିକ ସାବ୍ୟସ୍ତ ହୋଇ ନଥାଏ,ସେତେବେଳେ ପିଲାଙ୍କ ମନରେ ଅର୍ନ୍ତଦ୍ୱନ୍ଦ ସୃଷ୍ଟି ହୋଇଥାଏ। ତେଣୁକରି ମୂଲ୍ୟବୋଧଗୁଡ଼ିକୁ କେବେ ହେଲେ ମଧ୍ୟ ଲଦିବା ପାଇଁ ପ୍ରୟାସ କରନ୍ତୁ ନାହିଁ। ମୂଲ୍ୟବୋଧଗୁଡ଼ିକୁ ନେଇ ବଞ୍ଚି ପ୍ରେରିତ କରିବାର ପ୍ରୟାସ କରନ୍ତୁ।

ଶେଷରେ ପିଲାମାନେ ବହୁତ ସ୍ମାର୍ଟ ହୋଇଥାଆନ୍ତି। ଆପଣ ଯାହା କହିବେ, ତାହାକୁ ସେମାନେ କରିବେ କିମ୍ବା କରିବେ ନାହିଁ, ଏହା କହିବା ହେଉଛି କଷ୍ଟସାଧ୍ୟ, କିନ୍ତୁ ଏହି କଥାର ସମ୍ଭାବନା ରହିଥାଏ ଯେ ଆପଣ ଯାହା କରୁଛନ୍ତି, ତାହାକୁ ସେ ଖୁବ ସୂକ୍ଷ୍ମତାର ସହିତ ଦେଖିଥାଏ, ଆଉ ଦୋହରାଇବା ପାଇଁ ଲାଳାୟିତ ହୋଇ ଯାଇଥାଏ। ଆଉ ଆପଣମାନେ ଯେତେବେଳେ ଏହିସବୁ ମୂଲ୍ୟବୋଧଗୁଡ଼ିକ ସହିତ, ଆମର ଇତିହାସ, ଆମର ପୁରାଣ, ଆମର ପୂର୍ବ ପୁରୁଷଙ୍କ ଛୋଟ-ଛୋଟ କଥାଗୁଡ଼ିକୁ ସହଜତାରେ ଯୋଡିବେ, ସେତେବେଳେ ପିଲାମାନେ ମଧ୍ୟ ପ୍ରେରିତ ହେବେ, ଆଚାର-ବ୍ୟବହାରରେ ତାହାକୁ ପ୍ରତିଫଳିତ କରିବା ସହଜ ହୋଇଯିବ।

ପ୍ରଶ୍ନ-, ପ୍ରତିଭା ଗୁପ୍ତା, ଲୁଧିୟାନା, ପଞ୍ଜାବ

ନମସ୍କାର ସାର୍‍, ମୁଁ ହେଉଛି ପ୍ରତିଭା ଗୁପ୍ତା, କୁନ୍ଦନ ବିଦ୍ୟା ମନ୍ଦିର ଲୁଧିୟାନାରୁ, ସାର୍‍ ମୋର ଏହା ଆପଣଙ୍କୁ ହେଉଛି ପ୍ରଶ୍ନ ଯେ ଆମକୁ ସବୁବେଳେ କାମ କରାଇବା ପାଇଁ ପିଲାମାନଙ୍କ ପଛରେ ଦୌଡ଼ିବାକୁ ପଡ଼ିଥାଏ, ଆମେ କିପରି ସେମାନଙ୍କୁ ସ୍ୱ-ପ୍ରୋତ୍ସାହିତ କରି ପାରିବୁ, ଫଳରେ ସେମାନେ ନିଜ କାମ ନିଜେ କରି ପାରିବେ? ଧନ୍ୟବାଦ।

ଉତର-

ଆପଣ ଖରାପ ଭାବିବେ ନାହିଁ ଯଦି ମୁଁ ଏହି ବିଷୟରେ ଟିକେ ଆପଣଙ୍କ ଠାରୁ ଭିନ୍ନ ରାୟ ରଖିଛି, ମୋତେ ଲାଗୁଛି ପିଲାମାନଙ୍କ ପଛରେ ଏଥିପାଇଁ ଦୌଡ଼ିବାକୁ ପଡ଼ୁଛି କାରଣ ତାଙ୍କର ବେଗ ହେଉଛି ଆମଠାରୁ ଅଧିକ।

ଏହି କଥା ହେଉଛି ଠିକୟ ଯେ ପିଲାମାନଙ୍କୁ ଶିଖାଇବା ପାଇଁ, ଗଢ଼ିବା ପାଇଁ, ସଂସ୍କାର ଦେବାର ଦାୟିତ୍ୱ ହେଉଛି ପରିବାରରେ ସମସ୍ତଙ୍କର। କିନ୍ତୁ କେତେଥର ବଡ଼ ହେବା ପରେ ମଧ୍ୟ ଆମକୁ ମଧ୍ୟ ମୂଲ୍ୟାଙ୍କନ କରିବା ଦରକାର। ଆମେ ଏକ ଢାଞ୍ଚାଞ୍ଚ ପ୍ରସ୍ତୁତ କରି ନେଉଛୁ ଆଉ ସେଥିରେ ପିଲାଙ୍କୁ ଗଢ଼ିବାକୁ ଚେଷ୍ଟା କରୁଛୁ। ଆଉ ଏହିଠାରୁ ସମସ୍ୟା ସୃଷ୍ଟି ହୋଇଥାଏ। ଆମେ ଏହାକୁ ଆମର ସାମାଜିକ ଷ୍ଟାଟସର ଏକ ଚିହ୍ନ ଭାବେ ମାନି ନେଉ, ଅଧିକାଂଶ ସମୟରେ ମାତା-ପିତା ନିଜ ମନରେ କିଛି ଲକ୍ଷ୍ୟ ପ୍ରସ୍ତୁତ କରି ନିଅନ୍ତି, କିଛି ମାନଦଣ୍ଡ ସ୍ଥିର କରି ନିଅନ୍ତି, ଆଉ କିଛି ସ୍ୱପ୍ନ ମଧ୍ୟ ପାଳି ନିଅନ୍ତି, ଆଉ ପୁଣି ସେହି ସ୍ୱପ୍ନ ଆଉ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବାର ବୋଝ ପିଲାମାନଙ୍କ ଉପରେ ଲଦି ଦିଅନ୍ତି। ଆମେ ନିଜର ଲକ୍ଷ୍ୟଗୁଡ଼ିକ ପାଇଁ ପିଲାମାନଙ୍କୁ ଜାଣତରେ ଅବା ଅଜାଣତରେ, କ୍ଷମା କରିବେ ମୋତେ ମୋର ଶବ୍ଦଗୁଡ଼ିକ କେଉଁଠି କଠୋର ଲାଗିବ.. ଜାଣତରେ ଅବା ଅଜାଣତରେ ଆମେ ପିଲାମାନଙ୍କୁ ଯନ୍ତ୍ର ଭଳି ମାନିବାକୁ ଲାଗିଯାଉ। ଆଉ ଯେତେବେଳେ, ପିଲାମାନଙ୍କୁ ଏହି ଦିଗରେ ଟାଣିବାରେ ଆମେ ବିଫଳ ହୋଇଯାଉ ତେବେ ଏହା କହିବାରେ ଲାଗିପଡ଼ୁ ପିଲାମାନଙ୍କ ଠାରେ ପ୍ରେରଣା ଏବଂ ପ୍ରୋତ୍ସାହନର ଊଣା ରହିଛି।

କାହାକୁ ମଧ୍ୟ ପ୍ରେରିତ କରିବାର ପ୍ରଥମ ଅଂଶ ହେଉଛି - ପ୍ରଶିକ୍ଷଣ। ଉପଯୁକ୍ତ ପ୍ରଶିକ୍ଷଣ। ଗୋଟିଏ ଥର ପିଲାମାନଙ୍କର ମନ ପ୍ରଶିକ୍ଷିତ ହୋଇଯିବ ତେବେ ତାହା ପରେ ପ୍ରେରଣାର ସମୟ ଆରମ୍ଭ ହେବ। ପ୍ରଶିକ୍ଷଣର ବହୁ ମାଧ୍ୟମ, ବହୁ ଉପାୟ ହୋଇପାରେ।

ଭଲ ପୁସ୍ତକ, ଭଲ ଚଳଚ୍ଚିତ୍ର, ଭଲ କାହାଣୀ, ଭଲ କବିତା, ଭଲ ଢ଼ଗ, କିମ୍ବା ଭଲ ଅନୁଭବ! ଏ ସବୁ ହେଉଛି ଏକ ପ୍ରକାରରେ ପ୍ରଶିକ୍ଷଣର ହିଁ କୌଶଳ। ଯେମିତି କି, ଆପଣଙ୍କ ପିଲା ସକାଳୁ ଉଠି ପାଠ ପଢ଼ୁ। ଆପଣ ତାକୁ କୁହନ୍ତି, ବାରମ୍ବାର କୁହନ୍ତି, ଗାଳି ମଧ୍ୟ ଦିଅନ୍ତି, କିନ୍ତୁ ଆପଣଙ୍କୁ ସଫଳତା ମିଳି ନଥାଏ। କିନ୍ତୁ କ’ଣ ଆପଣଙ୍କ ଘରେ ଏଭଳି ପୁସ୍ତକ ବିଷୟରେ ଚର୍ଚ୍ଚା 

ହୋଇଥାଏ? ଆମର ଏଠାରେ ଆଧ୍ୟାତ୍ମିକ ଜୀବନର ଲୋକମାନେ ବ୍ରାହ୍ମ ମୁହୂର୍ତରୁ ହିଁ ସେମାନଙ୍କର ଦିନ ପ୍ରାରମ୍ଭ ହୋଇ ଯାଇଥାଏ, ଆଉ ସେହି ମାନଦଣ୍ଡକୁ ପାଳନ କରନ୍ତି।

ତେବେ ଅନ୍ୟ ପଟେ ଆଜିକାଲି 5ଏ.ଏମ. କ୍ଲବର ମଧ୍ୟ ଚର୍ଚ୍ଚା ହେଉଛି। କ’ଣ ଆପଣ କେବେ ଏଭଳି ପୁସ୍ତକର ଚର୍ଚ୍ଚା ଘରେ କରିଛନ୍ତି, କିମ୍ବା ଏଭଳି କୌଣସି ଚଳଚିତ୍ର କିମ୍ବା ବୃତଚିତ୍ର ଦେଖିଛନ୍ତି ଯେଉଁଥିରେ ଏହି ବିଷୟରେ ବୈଜ୍ଞାନିକ ଉପାୟରେ ତର୍କବଦ୍ଧ ଉପାୟରେ ଭାବାବେଗ ସହିତ କଥା ଜଣାଇ ଦିଆ ଯାଇଥିବ? ଏହାକୁ ଥରେ କରି ଦେଖନ୍ତୁ, ସକାଳେ ଉଠିବା ପାଇଁ ପିଲାମାନଙ୍କର ଟ୍ରେନିଂ ଆପେ ଆପେ ହୋଇଯିବ। ଗୋଟିଏ ଥର ମନ ଟ୍ରେନ ହୋଇଯିବ, ମନରେ ପିଲା ବୁଝିଗଲା ଯେ ସକାଳେ ଉଠିବାର କ’ଣ ସବୁ ଲାଭ ରହିଛି, ତେବେ ସେ ନିଜେ ପ୍ରେରିତ ହେବାକୁ ଲାଗିବ। ଏହା ହିଁ ତ ପରିବେଶ ସୃଷ୍ଟି କରିଥାଏ, ଯାହାର ଘରେ ସବୁଠାରୁ ଅଧିକ ଆବଶ୍ୟକତା ରହିଛି।

ଆପଣ ପିଲାମାନଙ୍କର ପିଲାଦିନର ସେହି ସମୟକୁ ମନେ ପକାନ୍ତୁ, ଯେତେବେଳେ ଆପଣ ତାକୁ କେଳରେ ନେଇ ବୁଲୁଥିଲେ, ଧରି ନିଅନ୍ତୁ ଆପଣଙ୍କ ପକେଟରେ କଲମ ରହିଛି କିମ୍ବା ଆପଣ ଚଷମା ପିନ୍ଧିଛନ୍ତି, ପିଲା ତାହାକୁ ଟାଣିଥାଏ, ଚଷମା ବାହାର କରି ଦେଇଥାଏ। ତେବେ ଆପଣ କ’ଣ କରୁଥିଲେ? ଆପଣ ଯଦି ତା’ଠାରୁ ପୁଣି ଚଷମାକୁ ନେଇ ଯିବାକୁ ଚେଷ୍ଟା କରୁଥିଲେ ତେବେ ସେ କାନ୍ଦୁଥିଲା। କଲମକୁ ନେଇ ଯିବାକୁ ଚେଷ୍ଟା କରୁଥିଲେ ତେବେ ସେ କାନ୍ଦୁଥିଲା, ତେବେ ବୁଦ୍ଧିମାନ ବାପା-ମାଆ କ’ଣ କରନ୍ତି? ତାହାର ଏକ ବଡ଼ ବଲ୍‍ ତା’ ସାମ୍ନାରେ ଆଣି ଥୋଇ ଦିଅନ୍ତି, ନେଇ କରି ଠିଆ ହୋଇଯାଆନ୍ତି। ପିଲା କ’ଣ କରେ? ଚଷମା ଛାଡି ଦିଏ, କଲମ ଛାଡି ଦିଏ, ବଡ଼ ବଲକୁ ଖେଳିବା ପାଇଁ ନେଇ ଆସେ, ଆଉ କାନ୍ଦେ ନାହିଁ ଆଉ ଆପଣ ସମାଧାନ ବାହାର କରି ନିଅନ୍ତି। ଆପଣ ତାହାର ମନକୁ ସେହି ଜିନିଷରୁ ହଟାଇ, ତାକୁ ଅଧିକ ପସନ୍ଦ ଥିବା ଅନ୍ୟ ସକରାତ୍ମକ ଜିନିଷକୁ ଦେଇ ତାହାକୁ ପ୍ରେରଣା ଯୋଗାଇ ଦିଅନ୍ତି। ଏହି ଯେଉଁ କାର୍ଯ୍ୟ ଆପଣ ପୂର୍ବରୁ କରିଛନ୍ତି, ଯେତେବେଳେ ପିଲା ପୂରା ଛୋଟ ଥିଲା, ସେହି କାର୍ଯ୍ୟ ଆପଣ ଏବେ ମଧ୍ୟ କରି ପାରିବେ।

ଆପଣମାନେ ଶୁଣିଥିବେ–‘ଗୋଟିଏ ଦୀପରୁ ଅନ୍ୟଟି ଜଳେ’। ଆପଣଙ୍କ ପିଲାର ପର-ପ୍ରକାଶିତ ହେବା ଉଚିତ ନୁହେଁ, ଆପଣଙ୍କ ପିଲା ସ୍ୱୟଂ ପ୍ରକାଶିତ ହେବା ଉଚିତ। ପିଲା ଭିତରେ ଆପଣ ଯେଉଁ ପ୍ରକାଶ ଦେଖିବାକୁ ଚାହୁଁଛନ୍ତି, ସେହି ପ୍ରକାଶ ତାଙ୍କ ଭିତରରୁ ପ୍ରକାଶମାନ ହେବା ଉଚିତ। ଆଉ ତାହା ଆପଣମାନଙ୍କର ଜାଗ୍ରତ ସକ୍ରିୟ ପ୍ରୟାସ ଦ୍ୱାରା ସମ୍ଭବ, ଆପଣ ନିଜ କ୍ରିୟାକଳାପରେ ଯେଉଁ ପରିବର୍ତନ ଦେଖାଇବେ ତାହାକୁ ପିଲା ଖୁବ ସୂକ୍ଷ୍ମତାର ସହିତ ଲକ୍ଷ୍ୟ କରିବେ।

ମୁଁ ଏଠାରେ ଆଉ ଏକ କଥା ପ୍ରତି ଆପଣଙ୍କ ଧ୍ୟାନ ଦେବାକୁ ଚାହିଁବି। ପିଲାମାନଙ୍କ ଠାରେ ମଧ୍ୟ ଭୟ ସୃଷ୍ଟି କରି, ଏହା ହେବ, ତେବେ ଏହା ହେବ ଏମିତି ହେବ, ତେବେ ସେମିତି ହେବ। ଦୟାକରି ଏଭଳି ଚେଷ୍ଟା କରନ୍ତୁ ନାହିଁ। ଏକ ପ୍ରକାରରେ ଲାଗିଥାଏ ସେ ଉପାୟ ହେଉଛି ବହୁତ ସହଜ। କିନ୍ତୁ ଏହା ଫଳରେ ଗୋଟିଏ ପ୍ରକାରର ନକରାତ୍ମକ ପ୍ରେରଣାର ସମ୍ଭାବନା ବଢ଼ି ଯାଇଥାଏ। ଯେମିତି ହିଁ ଆପଣ ଯେଉଁ ବାତାବରଣ ସୃଷ୍ଟି କରିଛନ୍ତି ତାହା ଶେଷ ହୋଇଯାଏ, ପିଲାମାନଙ୍କର ପ୍ରେରଣା ଶେଷ ହୋଇ ଯାଇଥାଏ। ଆଉ ଏଥିପାଇଁ ସକରାତ୍ମକ ପ୍ରେରଣା ସହିତ, ବାରମ୍ବାର ସକରାତ୍ମକ ଭାବ ପୁନଃ-ଜାଗ୍ରତ କରିବା ଉପରେ ଗୁରୁତ୍ୱ ଦେବା ଉଚିତ।

ପ୍ରେରଣାର ଯେଉଁ ମନ୍ତ୍ର ପିଲାମାନଙ୍କ ପାଇଁ ଅଛି, ଏକ ପ୍ରକାରରେ ଏହା ଆମ ସମସ୍ତଙ୍କ ପାଇଁ ମଧ୍ୟ ଅଛି। ପ୍ରତ୍ୟେକ ମନୁଷ୍ୟଙ୍କ ପ୍ରତି ଅଛି।

ପ୍ରଶ୍ନ--, ତନୟ, ବିଦେଶୀ ଛାତ୍ର, ସାମିଆ ଇଣ୍ଡିଆନ ମଡେଲ ସ୍କୁଲ କୁଏତ

ନମସ୍କାର ପ୍ରଧାନମନ୍ତ୍ରୀ ସାର, ( ମୋଦିଜୀ: ନମସ୍କାର) ମୋ ନାମ ତନୟ ଏବଂ ମୁଁ କୁଏତର ସମିଆ ଇଣ୍ଡିଆନ ମଡେଲ ସ୍କୁଲର ଛାତ୍ର। ସାର୍‍ ମୋର ଆପଣଙ୍କୁ ଏକ ପ୍ରଶ୍ନ। ଜୀବନ ଯୁଦ୍ଧ ପାଇଁ କିପରି ନିଜକୁ ପ୍ରସ୍ତୁତ କରିବ? ଧନ୍ୟବାଦ ସାର୍‍।

ପ୍ରଶ୍ନ--, ଅସରଫ ଖାନ-ମସୁରୀ, ଉତରାଖଣ୍ଡ

ନମୋ ଆପରେ ମସୁରୀ, ଉତରାଖଣ୍ଡରୁ ଶ୍ରୀମାନ ଅସରଫ ଖାନ ଲେଖିଛନ୍ତି।

ସାର୍‍, ଆମେ ଯେତେବେଳେ ନିଜର ବଡ଼ ଭାଇ ଅବା ବନ୍ଧୁଙ୍କ ସହ କଥା ହେଉଛୁ, ତେବେ ସେମାନେ କୁହନ୍ତି ଏବେ ତୁମେମାନେ ସ୍କୁଲରେ ଜୀବନକୁ କେଉଁଠି ଦେଖିଛ, ଜୀବନର ପ୍ରକୃତ କସଟି ସ୍କୁଲରୁ ବାହାରକୁ ଯିବା ପରେ ଆରମ୍ଭ ହେବ। ମୋର ପ୍ରଶ୍ନ ଏହା ହେଉଛି ଯେ ଆଜି ଆମେ ନିଜକୁ ଆଗାମୀ ଆହ୍ୱାନ ପାଇଁ କିପରି ପ୍ରସ୍ତୁତ କରିବୁ?

ଉତର-

ତନୟ, ତୁମେ ତ କୁଏତରୁ ମୋ ସହିତ କଥା ହେଉଛ, କିନ୍ତୁ ତନୟ, କେବେ କେହି ଏହି କଥା ଉପରେ ଧ୍ୟାନ ଦେଇଛନ୍ତି କି? ଯେ ତୁମର ସ୍ୱର ହେଉଛି ଈଶ୍ୱର ପ୍ରଦତ। କ’ଣ କେବେ ତୁମର ମାଆ-ବାପା, କେବେ ତୁମର ସାଙ୍ଗମାନେ ତୁମର ଶିକ୍ଷକମାନେ କହିଛନ୍ତି କି? କ’ଣ ଆପଣଙ୍କ ଧ୍ୟାନ ଯାଇଛି କି? ଆଜି ତୁମ ପ୍ରଶ୍ନ ଶୁଣିବା ପରେ, ଛାଡ଼ନ୍ତୁ, ଏହା ରେକଡିଂ ହୋଇଛି। ମୁଁ ଭଲ ଭାବେ ସ୍ୱୀକାର କରୁଛି ଯେ ତୁମକୁ ଏକ ବହୁତ ବିଶିଷ୍ଟ ପ୍ରକାରର ସ୍ୱର ପରମାତ୍ମା ଦେଇଛନ୍ତି। କେବେ ତାହା ଉପରେ ଧ୍ୟାନ ଦିଅ। ଏହା ତୁମର ବହୁତ ବଡ଼ ସମ୍ପତି ହୋଇ ପାରିବ। ଛାଡ଼ନ୍ତୁ, ମୁଁ ତନୟଙ୍କ କଥା ଆଡ଼କୁ ଚାଲି ଯାଇଥିଲି, କିନ୍ତୁ ଯେଉଁ ପ୍ରଶ୍ନ ତୁମେ ପଚାରିଛ।

ପ୍ରଥମ କଥା ହେଉଛି ଯେଉଁ ଲୋକମାନେ ତୁମକୁ କହୁଛନ୍ତି, ସେମାନଙ୍କର କହିବାର ଶୈଳୀ ଯଦି ଏପରି ହୋଇଥାଏ, ଯେ ସେମାନେ ତୁମକୁ ପରାମର୍ଶ ଦେଉଛନ୍ତି କିନ୍ତୁ ମନ ମଧ୍ୟରେ ସତ୍ୟତାକୁ ଦେଖିବା, ତେବେ ସେମାନେ ନିଜକୁ ନିଜେ ହିରୋ କରିବା ପାଇଁ ପ୍ରୟାସ କରୁଛନ୍ତି। ଅବାପୁଣି ସେମାନେ ନିଜର ଅସଫଳତାଗୁଡ଼ିକୁ ଏଥିପାଇଁ ବଡ଼ ଆକାରରେ ଦେଖାଉଛନ୍ତି। ଫଳରେ ସେମାନଙ୍କୁ ଏକ ପଳାୟନର ରାସ୍ତା ମିଳି ପାରିବ। ଆଉ ଏଥିପାଇଁ ସେମାନେ ଦେଖାଉଛନ୍ତି ଯେ ସେମାନଙ୍କ ସାମ୍ନାରେ ବହୁତ ବଡ଼-ବଡ଼ ଆହ୍ୱାନ ଅଛି।

ଏହି ବିଷୟରେ ମୋର ସିଧାସଳଖ ମନ୍ତ୍ର ହେଉଛି–ଗୋଟିଏ କାନରେ ଶୁଣ ଆଉ ଦ୍ୱିତୀୟ କାନରେ ବାହାର କରି ଦିଅ।

ହଁ, ଏହି ପ୍ରଶ୍ନ ବହୁତ ସ୍ୱାଭାବିକ ଯେ ଦଶମ ଅବା ଦ୍ୱାଦଶ ପରେ କ’ଣ? ଏହା ପ୍ରତ୍ୟେକ ପିଲାଙ୍କ ମନରେ ଥାଏ, ଆଉ ନା ଏହାକୁ ମୁଁ ଅସ୍ୱୀକାର କରୁଛି। ଆଉ ନା ଅନ୍ୟ କେହି ଏହାକୁ ଅସ୍ୱୀକାର କରି ପାରିବେ। ଅନେକଙ୍କ ପାଇଁ ଏହି ପ୍ରଶ୍ନ ଚିନ୍ତା ଏବଂ ନିରାଶା ସୃଷ୍ଟି କରିବା ଭଳି ହୋଇପାରେ। ଦୁର୍ଭାଗ୍ୟବଶତଃ ଆଜିର ଚାକଚକ୍ୟ ଭରା ଯୁଗରେ, ସେଲିବ୍ରିଟି ସଂସ୍କୃତି ଯୋଗୁଁ ଏବଂ ଏହାର ପ୍ରଭାବ କାରଣରୁ, ଛାତ୍ର ଜୀବନରେ ଏକ ଧାରା ସୃଷ୍ଟି ହୋଇ ଯାଇଛି, ଯାହା ଟିଭିରେ ଆସୁଛି, ଯାହାକୁ ନେଇ ସମ୍ବାଦପତ୍ରରେ ଚର୍ଚ୍ଚା ହେଉଛି, ସେଭଳି କିଛି ହେବାର ଅଛି, ସେହିଭଳି କିଛି କରିବାର ଅଛି। ଏହା ସମ୍ପୂର୍ଣ୍ଣ କଥା ନୁହେଁ, କିନ୍ତୁ ଜୀବନର ସତ୍ୟତା ଠାରୁ ଏହା ବହୁତ ଦୂରରେ।

ଏ ଯେଉଁ ପ୍ରଚାର ମାଧ୍ୟମରେ ହଜାରେ-ଦୁଇ ହଜାର ଲୋକ ଆମ ସାମ୍ନାକୁ ଆସୁଛନ୍ତି। ଦୁନିଆ ଏତେ ଛୋଟ ନୁହେଁ। ଏତେ ବଡ଼ ବିଶ୍ୱ ବ୍ୟବସ୍ଥା, ଏତେ ଦୀର୍ଘ ମାନବ ଇତିହାସ, ଏତେ ଦ୍ରୁତ ଗତିରେ ହେଉଥିବା ପରିବର୍ତନ, ବହୁତ କିଛି ସୁଯୋଗ ନେଇକରି ଆସିଥାଏ। ଜୀବନର ସତ୍ୟତା ଏହା ହେଉଛି ଯେ ଯେତେ ଲୋକ ଅଛନ୍ତି ସେତେ ବିଭିନ୍ନତା ଅଛି, ଯେତେ ଲୋକ ଅଛନ୍ତି ସେତିକି ସୁଯୋଗ ମଧ୍ୟ ଅଛି। ଆମକୁ ନିଜ ଜୀଜ୍ଞାସାର ପରିସର ବହୁତ ବ୍ୟାପକ କରିବାର ଆବଶ୍ୟକତା ଅଛି, ତାହାକୁ ସମ୍ପ୍ରସାରିତ କରିବାର ଆବଶ୍ୟକତା ଅଛି।

ଆଉ ଏଥିପାଇଁ ଆବଶ୍ୟକ ଅଛି ଦଶମ ଶ୍ରେଣୀରେ, ଦ୍ୱାଦଶ ଶ୍ରେଣୀରେ ମଧ୍ୟ ତୁମେ ନିଜ ଆଖପାଖର ଜୀବନକୁ ନୀରିକ୍ଷଣ କରିବା ଶିଖ। ତୁମ ଆଖପାଖରେ ଏତେଗୁଡ଼ିଏ ବୃତି ଅଛି, ନାନା ପ୍ରକାରର ନିଯୁକ୍ତି ଅଛି, ଏବଂ ପରିବର୍ତିତ ନିଯୁକ୍ତି ପ୍ରକ୍ରିୟାରେ ନିଜକୁ ପ୍ରଶିକ୍ଷିତ କର, ନିଜ ଦକ୍ଷତା ବଢ଼ାଅ ଆଉ ତାହାର ଲାଭ ଉଠାଅ। କ୍ୟାରିୟର ବାଛିବାରେ ଏକ ପକ୍ଷରେ ବହୁତ ଲୋକ ଜୀବନର ସହଜ ପଥର ସନ୍ଧାନରେ ଥାଆନ୍ତି। ବହୁତ ଶୀଘ୍ର ବାହା ବାହା ମିଳିଯାଉ। ଆର୍ଥିକ ଭାବେ ବଡ଼ ଷ୍ଟାଟସ ମିଳୁ। ଏହି ଇଚ୍ଛା ହିଁ ଜୀବନରେ କେବେ-କେବେ, ପ୍ରତ୍ୟେକ ଥର ନୁହେଁ, କିନ୍ତୁ କେବେ-କେବେ ଅନ୍ଧକାରର ଶୁଭାରମ୍ଭ ମଧ୍ୟ କରିବାର କାରଣ ପାଲଟି ଯାଇଥାଏ। ପୁଣି ଏହି ଅବସ୍ଥା ଏପରି ହୋଇଥାଏ, ଯେଉଁଥିରେ ସ୍ୱପ୍ନ ଦେଖିବା ଏବଂ ସ୍ୱପ୍ନ ପାଳିବା ଟିକେ ଭଲ ଲାଗିଥାଏ। ସ୍ୱପ୍ନରେ ମଜ୍ଜି ରହିବା ଭଲ ଲାଗିଥାଏ।

ସ୍ୱପ୍ନ ଦେଖିବା ହେଉଛି ଭଲ କଥା, କିନ୍ତୁ ସ୍ୱପ୍ନକୁ ନେଇ ବସି ରହିବା, ଏବଂ ସ୍ୱପ୍ନ ପାଇଁ ଶୋଇ ରହିବା ଏହା ତ ଠିକ୍‍ ନୁହେଁ। ସ୍ୱପ୍ନରୁ ଆଗକୁ ଯାଇ, ନିଜ ସ୍ୱପ୍ନକୁ ପାଇବାର ସଂକଳ୍ପ ଏହା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ତୁମକୁ ଚିନ୍ତା କରିବାର ଅଛି ଯେ ତୁମର କେଉଁ ଏକ ସ୍ୱପ୍ନ ଅଛି, ଯାହାକୁ ନିଜ ଜୀବନର ସଂକଳ୍ପ କରିବାକୁ ଚାହିଁବେ? ଯେପରିକି ଆପଣ ଏହି ସଂକଳ୍ପ ନେବେ, ତୁମକୁ ଭବିଷ୍ୟତର ରାସ୍ତା ମଧ୍ୟ ସେତିକି ସ୍ପଷ୍ଟ ଦେଖାଯିବ।

ପ୍ରଶ୍ନ--, ଅମ୍ରିତା ଜୈନ, ମୁରଦାବାଦ, ଉତରପ୍ରଦେଶ

ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ପ୍ରଣାମ, କ୍ଷମା କରିବେ ମୋର ପ୍ରଶ୍ନ ପରୀକ୍ଷା ଉପରେ ଆଧାରିତ ନୁହେଁ। ତେବେ ଦୟାକରି ଆପଣ ଏହା ଉପରେ ହସିବେ ନାହିଁ, ଆଜିକାଲିର ପିଲାମାନେ ଠିକ୍‍ ଭାବେ ଖାଦ୍ୟ ଖାଇବାକୁ ଚାହୁଁ ନାହାନ୍ତି, ସବୁ ସମୟରେ ଚିପ୍ସ, ଚକୋଲେଟ ଏବଂ ଜଙ୍କ ଫୁଡ୍‍ ଉପରେ ସେମାନଙ୍କର ଧ୍ୟାନ ରହୁଛି। ଆପଣ ଦୟାକରି ଆମକୁ ଏହା କୁହନ୍ତୁ ଯେ, ଏ ଦିଗରେ କ’ଣ କରିବା ଉଚିତ?

ପ୍ରଶ୍ନ--, ସୁନିତା ପଲ, ରାୟପୁର ଛତିଶଗଡ଼।

ଏହି ଭଳି ଆଉ କିଛି ପ୍ରଶ୍ନ ମଧ୍ୟ ମୋ ପାଖରେ ଅଛି, ଆଉ ଏହା ନରେନ୍ଦ୍ର ମୋଦୀ ଆପରେ ଛତିଶଗଡ ରାୟପୁରରୁ ସୁନିତା ପଲ ମହାଶୟା ଲେଖିଛନ୍ତି, ସାର ଆମ ପିଲାମାନଙ୍କୁ ଆମେ ଯାହା ଟିଫିନରେ ଦେଉଛୁ, ସେମାନେ ତାହାକୁ ଖାଉ ନାହାନ୍ତି ଏବଂ ସବୁବେଳେ ଫାଷ୍ଟ ଫୁଡ୍‍ ଖାଇବାକୁ ଜିଦ୍ଦି କରୁଛନ୍ତି। ଦୟାକରି ଏହି ପ୍ରସଙ୍ଗରେ ଆମର ମାର୍ଗ ଦର୍ଶନ କରନ୍ତୁ।

ଉତର-

ମୁଁ ବୁଝି ପାରୁ ନାହିଁ ଯେ ଏହି ସମସ୍ତ କଥା ଶୁଣି ମୁଁ ହସିବି ଅବା ଜୋରରେ ହସିବାକୁ ଲାଗିବି। ଯଦି ଏହି ପ୍ରସଙ୍ଗରେ ଆମେ ମନୋବୈଜ୍ଞାନିକ ପଦ୍ଧତିରେ ଆଗକୁ ବଢିବା, ତେବେ ବୋଧ ହୁଏ ଏହାର ସମାଧାନ ସହଜ ହୋଇଯିବ।

ହୋଇଥାଏ, ଯେଉଁଥିରେ ପରୋକ୍ଷ ଭାବେ ସକାଳେ ଉଠିବାର ଉପକାରିତା ସମ୍ପର୍କରେ ଚର୍ଚ୍ଚା

ଆମର ଯେଉଁ ପାରମ୍ପରିକ ଖାଇବା ଜିନିଷ ଅଛି, ମନୋବୈଜ୍ଞାନିକ ଭାବେ ସେଗୁଡିକ ପ୍ରତି ଆମେ ସହଜରେ ଗୌରବର ଭାବ ସୃଷ୍ଟି କରିବା। ତାହାର ଯେଉଁ ବିଶେଷତ୍ୱ ରହିଛି, ତାହାରି କଥା କହିବା। ଖାଦ୍ୟ ପ୍ରସ୍ତୁତି କରିବାର ଆମର ଯେଉଁ ପ୍ରକ୍ରିୟା ରହିଛି, ରୋଷେଇ ଘରର ଯେଉଁସବୁ କାର୍ଯ୍ୟକଳାପ ରହିଛି, ତାହା ଘରର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଜଣା ଥିବା ଆବଶ୍ୟକ ଯେ କେତେ ପରିଶ୍ରମ କରିବା ପରେ ଖାଦ୍ୟ ରନ୍ଧା ହୋଇଥାଏ। ପିଲାମାନଙ୍କ ସାମ୍ନାରେ ମଧ୍ୟ ଏହି ସମସ୍ତ କଥାର ଚର୍ଚ୍ଚା ହେବା ଉଚିତ। କିପରି ଖାଦ୍ୟ ରୋଷେଇ ହୋଇଥାଏ, କେତେ ସମୟ ଲାଗିଥାଏ, କେତେ ସବୁ ସାମଗ୍ରୀ ମିଶିଥାଏ। ତାକୁ ଅନୁଭବ କରିବାକୁ ହେବ ଯେ ଶେଷରେ କେତେ ପରିଶ୍ରମର କାର୍ଯ୍ୟ ହୋଇଥାଏ ଏବଂ ସେତେବେଳେ ଯାଇ ମୋ ଥାଳି ଭର୍ତି ହୋଇଥାଏ।

ଦ୍ୱିତୀୟ, ଆଜିର ସମୟରେ ଖାଦ୍ୟ-ପେୟର ବହୁତଗୁଡ଼ିଏ ୱେବସାଇଟ ଅଛି। ସ୍ୱାସ୍ଥ୍ୟକର ଖାଦ୍ୟର କୌଣସି ଅଭାବ ନାହିଁ। କ’ଣ ଆମେ ଏଥିରୁ ମଧ୍ୟ ତଥ୍ୟ ହାସଲ କରି, ଏଭଳି କଥାକୁ ନେଇ ଏକ ଖେଳ ବିକଶିତ କରି ପାରିବା, ଯାହା ଆମେ ସପ୍ତାହରେ ଥରେ ଖେଳି ପାରିବା। ଯେପରି ଗାଜର ହେଉ, ମୂଳା ହେଉ ତାହାର ଗୁରୁତ୍ୱ ଉପରେ ଆମେ କହିବା, ଏହାଦ୍ୱାରା କ’ଣ ଲାଭ ହୋଇଥାଏ, କି ଲାଭ ହୋଇଥାଏ, କେଉଁ ପୋଷକ ତତ୍ୱ ଅଛି? ଏପରି କରି ଦେଖନ୍ତୁ।

ଦ୍ୱିତୀୟରେ ଆମ ସମସ୍ତଙ୍କ ଘରର ଯେଉଁ ପାରିବାରିକ ଡାକ୍ତର ଅଛନ୍ତି, ସେହି ଡାକ୍ତର ଏକ ପ୍ରକାରରେ ଆମ ସମସ୍ତଙ୍କର ବନ୍ଧୁ। ଯେବେ ଯେତେବେଳେ ସେ ଆମ ଘରକୁ ଆସି ଥାଆନ୍ତି, ତେବେ ତାଙ୍କ କଥା ସଂପୂର୍ଣ୍ଣ ପରିବାର ଶୁଣନ୍ତୁ ଯେ କେଉଁ ପ୍ରକାରର ଖାଦ୍ୟର କି ମହତ୍ୱ ଅଛି। କେଉଁଠାରୁ ପୋଷକ ତତ୍ୱ ମିଳିଥାଏ, କ’ଣ ଖାଇବା ଉଚିତ, ସେ କହି ପାରିବେ ଯେ ଆପଣଙ୍କ ଘରରେ ବଂଶାନୁକ୍ରମିକ ଭାବେ କେଉଁ ସମସ୍ୟା ଅଛି, ଆଉ ସେଥିରୁ ରକ୍ଷା ପାଇବା ପାଇଁ କ’ଣ ଖାଇବା ଆବଶ୍ୟକ। ଏଥିରୁ ମଧ୍ୟ ପିଲାମାନଙ୍କୁ ଲାଭ ମିଳିବ।

ତୃତୀୟରେ ଆପଣ ଶିକ୍ଷକମାନଙ୍କୁ ଅନୁରୋଧ କରି ପାରିବେ ଯେ ଆପଣଙ୍କ ପିଲାମାନଙ୍କ ଠାରେ କ’ଣ ସବୁ ସମସ୍ୟା ରହିଛି, ବିଶେଷ କରି ଖାଇବା ବିଷୟରେ। ଶିକ୍ଷକଙ୍କୁ ବିଶ୍ୱାସକୁ ନିଅନ୍ତୁ। ଆପଣ ଦେଖିବେ ଶିକ୍ଷକ ବଡ଼ କୁଶଳତାର ସହିତ କଥା କହି ଥଟ୍ଟାମଜ୍ଜାରେ କଥା କହି ତା’ମୁଣ୍ଡରେ ଭରି ଦେବେ ଯେ କ’ଣ କରିବା ଉଚିତ। ଆଉ ଶିକ୍ଷକଙ୍କ କହିବା ଦ୍ୱାରା ପିଲାମାନଙ୍କ ଉପରେ ଭିନ୍ନ ପ୍ରକାରର ପ୍ରଭାବ ପଡ଼ିଥାଏ। ଆମକୁ ମଧ୍ୟ କିଛି ନୂଆ ପରୀକ୍ଷଣ କରି ଚାଲିବାକୁ ପଡ଼ିବ। ମୁଁ ବହୁତ ସମୟରେ ଏଭଳି ଉଦାହରଣ ଦେଖିଛି, ଯେଉଁଠାରେ ପରିବାରରେ ପାରମ୍ପରିକ ଖାଦ୍ୟ ହିଁ ପିଲାମାନଙ୍କୁ ଆଧୁନିକ ଢ଼ଂଗରେ ପ୍ରସ୍ତୁତ କରି ଦିଆ ଯାଇଥାଏ। ତେବେ ସେଥିରେ ପିଲାମାନଙ୍କ ମଧ୍ୟରେ ଏକ ସ୍ୱାଭାବିକ ଆକର୍ଷଣ ସୃଷ୍ଟି ହୋଇଥାଏ। ଛାଡ଼ନ୍ତୁ, ଏହା ହେଉଛି ମୋର ପାଠ୍ୟକ୍ରମ ବାହାରର ବିଷୟ, କିନ୍ତୁ ହୋଇପାରେ ବୋଧହୁଏ ମୋର କିଛି କଥା ଆପଣଙ୍କ କାର୍ଯ୍ୟରେ ଆସିବ।

ପ୍ରଶ୍ନ- ଦିବ୍ୟାଙ୍କା ନମସ୍କାର, ଦିବ୍ୟାଙ୍କା କ’ଣ ପଢ଼ୁଛ

ଆଜ୍ଞା ସାର୍‍ ମୁଁ ହେଉଛି ବାଣିଜ୍ୟର ଛାତ୍ରୀ

ଆଉ ପୁଷ୍କରରେ ରହୁଛି

ଆଜ୍ଞା ସାର୍‍

ତେବେ ପୁଷ୍କରର କୌଣସି ପବିତ୍ର ଜିନିଷ କଥା ମୋତେ ବର୍ଣ୍ଣନା କରି କହି ପାରିବ, ଯାହାର କଥା ମୋତେ ଶୁଣାଇବା ପାଇଁ କିଛି କହିବ। ପୁଷ୍କରର ବିଶେଷତ୍ୱ କ’ଣ?

ଆଜ୍ଞା, ପୁଷ୍କରରେ ଏକ ମାତ୍ର ବ୍ରହ୍ମା ମନ୍ଦିର ରହିଛି

ହଁ...

ଆଉ ଯେଉଁ ପୁଷ୍କର ରାଜ ଅଛି, ତାହା 68 ତୀର୍ଥଗୁଡ଼ିକର ଗୁରୁ

ଆଚ୍ଛା, ବ୍ରହ୍ମାଙ୍କ ଭୂମିକା କ’ଣ ରହିଛି

ଆଜ୍ଞା, ସେ ହେଉଛନ୍ତି ପୃଥିବୀର ସୃଷ୍ଟିକର୍ତା

ଆଚ୍ଛା, ଆଚ୍ଛା। କୁହ ଦିବ୍ୟାଙ୍କା କ’ଶ ପ୍ରଶ୍ନ ଅଛି ଆପଣଙ୍କ ମନରେ

ପ୍ରଶ୍ନ-- ଦିବ୍ୟାଙ୍କା ପରାଶର, ମୁଖିୟା କଲୋନୀ, ପରିକ୍ରମା ମାର୍ଗ, ବଡ଼ ବସ୍ତି, ପୁଷ୍କର।

ସାର୍‍, ମୋର ଏମିତି କିଛି ସାଙ୍ଗ ଅଛନ୍ତି ଯେଉଁମାନଙ୍କର ସ୍ମରଣ ଶକ୍ତି ହେଉଛି ସାଧାରଣ ବା ସାମାନ୍ୟ, ସେମାନେ କୌଣସି ମଧ୍ୟ ବିଷୟକୁ କେତେ ପଢ଼ିଲେ ମଧ୍ୟ, ସେମାନେ ପରୀକ୍ଷାରେ ତାହାକୁ ମନେ ରଖି ପାରନ୍ତି ନାହିଁ, ସାର୍‍, ସେମାନେ ସବୁ ଏମିତି କ’ଣ କରିବେ ସେମାନେ ସେହି ବିଷୟକୁ ମନେ ରଖି ପାରିବେ।

ଉତର--

ଆଚ୍ଛା ତେବେ ତୁମକୁ ସ୍ମୃତିଶକ୍ତିର ଜଡ଼ି-ବୁଟୀ ଦରକାର।

ଆଜ୍ଞା ସାର୍‍....

ଦେଖ ଦିବ୍ୟାଙ୍କା, (ଆଜ୍ଞା ସାର୍‍) ପ୍ରକୃତରେ ଯଦି ତୁମର ଭୁଲି ଯିବାର ଅଭ୍ୟାସ ଅଛି ତେବେ ମୁଁ କହିବି ତୁମେ ମୋତେ ପଚାରି ହିଁ ନଥାନ୍ତ। କାରଣ ତୁମେ ପ୍ରଶ୍ନ ହିଁ ଭୁଲି ଯାଇଥାନ୍ତ। ତୁମେ ସର୍ବ ପ୍ରଥମେ ତୁମ ଅଭିଧାନରୁ ଏହି ଶବ୍ଦକୁ ଲିଭାଇ ଦିଅ। ତୁମେ ଚିନ୍ତାକର ନାହିଁ ଯେ ତୁମ ପାଖରେ ମନେ ରଖିବାର ଶକ୍ତି ନାହିଁ। ଯଦି ତୁମେ ତୁମ ସହିତ ଜଡିତ କିଛି ଘଟଣାକୁ ଦେଖିବେ, ତେବେ ତୁମକୁ ଜଣା ପଡ଼ିବ ଯେ ବାସ୍ତବରେ ତୁମେ ବହୁତ କିଛି କଥା ମନେ ରଖୁଛ।

ଯେପରି କି ତୁମର ମାତୃଭାଷା, କ’ଣ ତୁମର ମାତୃଭାଷାକୁ କେହି ବହୁତ ବ୍ୟାକରଣ ସହିତ ତୁମକୁ ପଢାଇଥିଲେ? ଶିଖାଇଥିଲେ କି?

ନାହିଁ ନାହିଁ... ନାହିଁ ସାର୍‍

କ’ଣ ସ୍କୁଲରେ ତମେ ଶିଖିଲ ଅବା ବହିରେ- କେଉଁଠାରେ, ଆଜ୍ଞା ନୁହେଁ। ହଁ ଏହାସବୁ ଶୁଣିକରି ଶିଖି ନେଲ। ତେବେ ଏହା ହେଉଛି ସେହି କଥା। ଟିକେ ଚିନ୍ତାକର ଯାହା ତୁମକୁ ପସନ୍ଦ ହେଉଛି, କ’ଣ ଏହି ସବୁ କଥା ମନେ ରଖିବା ପାଇଁ ତୁମେ କେବେ ପ୍ରୟାସ କରିଥିଲେ? ଯେଉଁ କଥା ସହିତ ତୁମେ ସଂମ୍ପୂର୍ଣ୍ଣ ଭାବେ ଯୋଡି ହୋଇ ଯାଇଛି, ମଗ୍ନ ହୋଇ ଯାଇଛ, ସେହି କଥା ଯାହା ତୁମ ଜୀବନର ଅଂଶ ପାଲଟି ଯାଇଛି, ତୁମ ଚିନ୍ତାଧାରା ପ୍ରବାହର ଅଂଶ ପାଲଟି ଯାଇଛି। ଯାହାକୁ ତୁମେ କେବେ ଭୁଲ ନାହିଁ।

ଅନ୍ୟ ଶବ୍ଦରେ କହିବି ତେବେ ଏହା ସ୍ମରଣ ନାହିଁ, ବାସ୍ତବରେ ଏହା ହେଉଛି ଅନ୍ତରର ସହିତ ମନେରଖିବାର ଅଭ୍ୟାସ।

ଆଉ ଅନ୍ତରର ସହିତ ମନେରଖିବାର ଅଭ୍ୟାସ କରିବା, ଏହା ହେଉଛି ଏହାର ଏକ ଭଲ ରାସ୍ତା ଏବଂ ଏଥିପାଇଁ ତୁମକୁ ମନେ ରଖିବା ଉପରେ ଗୁରୁତ୍ୱ ଦେବା ବଦଳରେ, ତୁମକୁ ତାହା ମଧ୍ୟରେ ସହଜତା, ସରଳତା, ସମଗ୍ରତାର ସହିତ ଜୀଇଁବାର ପ୍ରୟାସ କରିବା ଉଚିତ। ତୁମ ପାଖରେ ମଧ୍ୟ ସେହି ସମସ୍ତ ଶକ୍ତି ଅଛି, ଯାହା କୌଣସି ପ୍ରତିଭାବାନ ବ୍ୟକ୍ତିଙ୍କ ପାଖରେ ନାହିଁ। ଚିନ୍ତା କର ନିଜ ଭାଇ ଅବା ଭଉଣୀଙ୍କ ସହିତ ଯଦି ତୁମର ଝଗଡା ହୋଇଛି, ତେବେ ତାହା ତୁମର ଭଲଭାବେ ମନେ ଥାଏ। ତାହାକୁ ତୁମେ ଭୁଲ ନାହିଁ। ଏପରିକି ତୁମର ଏହା ମଧ୍ୟ ମନେ ଥାଏ ଯେ ସେ ସମୟରେ ତୁମେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲ, ତୁମର ଭାଇ-ଭଉଣୀ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ। ତୁମେ ଠିଆ ଠିଆ ଝଗଡା କରିଥିଲ, ଅବା ଦୌଡି ଦୌଡି ଝଗଡା କରୁଥିଲ। ସବୁ ମନେ ଥିବ। ଗୋଟିଏ ଗୋଟିଏ ବାକ୍ୟ ମନେ ଥିବ।

ଆଜ୍ଞା ସାର୍‍...

ଅର୍ଥାତ ଏହାର ଉଦ୍ଦେଶ୍ୟ ହେଉଛି ଏହା ଯେ ତୁମେ ସେଥିରେ ସମ୍ପୂର୍ଣ୍ଣ ମଜ୍ଜି ଯାଇଥିଲ, ତୁମେ ସେହି କ୍ଷଣକୁ ସମ୍ପୂର୍ଣ୍ଣ ଭାବେ ଜୀବନ୍ତ କରିଦେଇଥିଲ। ଏକଥା ସ୍ପଷ୍ଟ ଯେ, କଥା ମନେରହୁ, ସଠିକ ଭାବେ ମନେପକାଇବ ସେଥିପାଇଁ ତୁମେ ଯେଉଁ ମୁହୂର୍ତରେ ଅଛ, ସେହି କ୍ଷଣରେ ହିଁ ରହିବା ସେଥିରେ ସଂମ୍ପୂର୍ଣ୍ଣ ଭାବେ ମଜ୍ଜି ରହିବା ବହୁତ ଜରୁରୀ। ଅର୍ଥାତ ଆମେ ପାଠ ପଢୁଛେ, ବହି ହାତରେ ଅଛି ଆଉ ମନ ଖେଳ ପଡ଼ିଆରେ ଅଛି, ସାଙ୍ଗମାନଙ୍କ ସହିତ, ସାଙ୍ଗସାଥୀଙ୍କ ଆଡେ ଅଛି, ତେବେ ମାମଲା ପୁରା ଗଡ଼ବଡ଼ ହୋଇଯାଇଥାଏ।

ଆଗକୁ ଯାଇ ଯଦି ତୁମ ମଧ୍ୟରୁ କେହି ବିଦ୍ୟାର୍ଥୀ ମନୋବିଜ୍ଞାନ ପଢିବେ, ତେବେ ସେଥିରେ ସଂମ୍ପୃକ୍ତ ହୋଇ ମନେରଖିବାର ପରିକଳ୍ପନା ବିସ୍ତୃତ ଭାବେ ବୁଝାଯାଇଛି। ତୁମେ ମନେ ରଖ ଯେ ସ୍କୁଲରେ ସକାଳେ ଏକାଠି ପ୍ରାର୍ଥନା ସଭାରେ ଜାତୀୟ ସଙ୍ଗୀତ ହୋଇଥାଏ। ସେଥିରେ ଯେକେହି ଜନ-ଗଣ-ମନ ଗାଇଥାଏ, କିନ୍ତୁ କେହି କେବେ ନିଜେ ଜନ-ଗଣ-ମନ ଗାଇବା ସମୟରେ, ନିଜେ ସେହି ଜାତୀୟ ସଙ୍ଗୀତ ସହିତ ଦେଶ ପରିକ୍ରମା କରିଛ? ସେଥିରେ ଯେଉଁ ଶବ୍ଦ ଅଛି ତୁମେ ନିଜ ସହିତ ନିଜକୁ ନିଜେ ଭିଜୁଆଲାଇଜ ବା ଦୃଶ୍ୟାୟନ କରି ପାରିଛ ନା କରିପାରି ନାହଁ। ପଞ୍ଜାବକୁ, ଗୁଜରାଟକୁ, ମହାରାଷ୍ଟ୍ରକୁ, ପଶ୍ଚିମ ବଙ୍ଗକୁ ମନକୁ ମନ ଜାତୀୟ ସଙ୍ଗୀତ ଗାଇବା ସହିତ ଏହି ସ୍ଥାନକୁ ଯାତ୍ରା କରିପାରିଛ କି? ତୁମକୁ ଭଲ ଭାବେ ସ୍ମରଣ ଆସିବା ଆରମ୍ଭ ହୋଇଯିବ।

ମନରେ ସେହି ଛବି ଆସିବ ତେବେ ତୁମର ଭଲ ଭାବେ ମନେ ରହିଯିବ। ଏହାର ଆଉ ଏକ ଲାଭ ହେବ, ତୁମେ ଏହି ଦେଶ ସହିତ ଏକାକାର ହୋଇ ଚାଲିବ। ଅର୍ଥାତ ମଗ୍ନ ରହିବା, ଅନ୍ତରର ସହିତ ଗ୍ରହଣ କରିବା, ସାମିଲ ହେବା ଏବଂ ଭିଜୁଆଲାଇଜ ବା ଦୃଶ୍ୟାୟନ କରିବା। ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିବା ପାଇଁ ଏହି ଫର୍ମୁଲା ସହିତ ତୁମେ ଚାଲି ପାରିବ।

ମୁଁ ତୁମକୁ ଆଉ ଏକ ଉଦାହରଣ ଦେଉଛି, ତୁମ ପାଖରେ ନୋଟ ବୁକ୍‍ ସବୁ ଥିବ, ଭିନ୍ନ ଭିନ୍ନ ବିଷୟର ବହି ଥାଏ। ତୁମେ ଯେତେବେଳେ ଘରୁ ବାହାରୁଛ, ଏହା ସ୍ଥିର କରି ବାହାର ଯେ, ବ୍ୟାଗରେ ଏହି ନମ୍ବରରେ ଏଇ ବିଷୟର ନୋଟ ବୁକ୍‍ ଥିବ ଆଉ ଏହି ନମ୍ବରରେ ଏଇ ବିଷୟର ବହି ଥିବ। ଚାରି ନମ୍ବରରେ ଥାଇ ପାରେ, ତିନି ନମ୍ବରରେ ଥାଇପାରେ, ଆଉ ଯଦି ତିନି ନମ୍ବରରେ ଇତିହାସର ପୁସ୍ତକ ରଖିଛି, ପାଞ୍ଚ ନମ୍ବରରେ ଭୂଗୋଳର ବହି ରଖିଛ, ଯେତେବେଳେ ତୁମେ ଇତିହାସର ପୁସ୍ତକ ବାହାର କରିବାକୁ ଯିବ, ତେବେ ମୋଟାମୋଟି ଭାବେ ଆଖି ବନ୍ଦ କରି ତିନି ନମ୍ବର ପୁସ୍ତକ ବାହାର କରିବ।

ମୁଁ ତୁମକୁ ଆଉ ଏକ ଉଦାହରଣ ଦେଉଛି, ତୁମ ପାଖରେ ନୋଟ ବୁକ୍‍ ସବୁ ଥିବ, ଭିନ୍ନ ଭିନ୍ନ ବିଷୟର ବହି ଥାଏ। ତୁମେ ଯେତେବେଳେ ଘରୁ ବାହାରୁଛ, ଏହା ସ୍ଥିର କରି ବାହାର ଯେ, ବ୍ୟାଗରେ ଏହି ନମ୍ବରରେ ଏଇ ବିଷୟର ନୋଟ ବୁକ୍‍ ଥିବ ଆଉ ଏହି ନମ୍ବରରେ ଏଇ ବିଷୟର ବହି ଥିବ। ଚାରି ନମ୍ବରରେ ଥାଇ ପାରେ, ତିନି ନମ୍ବରରେ ଥାଇପାରେ, ଆଉ ଯଦି ତିନି ନମ୍ବରରେ ଇତିହାସର ପୁସ୍ତକ ରଖିଛି, ପାଞ୍ଚ ନମ୍ବରରେ ଭୂଗୋଳର ବହି ରଖିଛ, ଯେତେବେଳେ ତୁମେ ଇତିହାସର ପୁସ୍ତକ ବାହାର କରିବାକୁ ଯିବ, ତେବେ ମୋଟାମୋଟି ଭାବେ ଆଖି ବନ୍ଦ କରି ତିନି ନମ୍ବର ପୁସ୍ତକ ବାହାର କରିବ।

ଦେଖବ, ତୁମର ଆତ୍ମବିଶ୍ୱାସର ସ୍ତର କେତେ ବଢିଯିବ।

ଚାଲନ୍ତୁ ମୋତେ ଭଲ ଲାଗିଲା, ତୁମ ସହିତ କଥା ହେବାର ସୁଯୋଗ ମିଳିଲା ଏବଂ ମୁଁ ରାଜସ୍ଥାନର ଲୋକଙ୍କୁ ମଧ୍ୟ ଆଉ ପୁଷ୍କରର ପବିତ୍ର ମାଟିକୁ ମଧ୍ୟ ଆଜି ଏଠାରୁ ପ୍ରଣାମ କରୁଛି। ବହୁତ ବହୁତ ଧନ୍ୟବାଦ।

ଆଉ ଅନ୍ତରର ସହିତ ମନେରଖିବାର ଅଭ୍ୟାସ କରିବା, ଏହା ହେଉଛି ଏହାର ଏକ ଭଲ ରାସ୍ତା ଏବଂ ଏଥିପାଇଁ ତୁମକୁ ମନେ ରଖିବା ଉପରେ ଗୁରୁତ୍ୱ ଦେବା ବଦଳରେ, ତୁମକୁ ତାହା ମଧ୍ୟରେ ସହଜତା, ସରଳତା, ସମଗ୍ରତାର ସହିତ ଜୀଇଁବାର ପ୍ରୟାସ କରିବା ଉଚିତ। ତୁମ ପାଖରେ ମଧ୍ୟ ସେହି ସମସ୍ତ ଶକ୍ତି ଅଛି, ଯାହା କୌଣସି ପ୍ରତିଭାବାନ ବ୍ୟକ୍ତିଙ୍କ ପାଖରେ ନାହିଁ। ଚିନ୍ତା କର ନିଜ ଭାଇ ଅବା ଭଉଣୀଙ୍କ ସହିତ ଯଦି ତୁମର ଝଗଡା ହୋଇଛି, ତେବେ ତାହା ତୁମର ଭଲଭାବେ ମନେ ଥାଏ। ତାହାକୁ ତୁମେ ଭୁଲ ନାହିଁ। ଏପରିକି ତୁମର ଏହା ମଧ୍ୟ ମନେ ଥାଏ ଯେ ସେ ସମୟରେ ତୁମେ କେଉଁ ରଙ୍ଗର ପୋଷାକ ପିନ୍ଧିଥିଲ, ତୁମର ଭାଇ-ଭଉଣୀ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ। ତୁମେ ଠିଆ ଠିଆ ଝଗଡା କରିଥିଲ, ଅବା ଦୌଡି ଦୌଡି ଝଗଡା କରୁଥିଲ। ସବୁ ମନେ ଥିବ। ଗୋଟିଏ ଗୋଟିଏ ବାକ୍ୟ ମନେ ଥିବ।

ଆଜ୍ଞା ସାର୍‍...

ଅର୍ଥାତ ଏହାର ଉଦ୍ଦେଶ୍ୟ ହେଉଛି ଏହା ଯେ ତୁମେ ସେଥିରେ ସମ୍ପୂର୍ଣ୍ଣ ମଜ୍ଜି ଯାଇଥିଲ, ତୁମେ ସେହି କ୍ଷଣକୁ ସମ୍ପୂର୍ଣ୍ଣ ଭାବେ ଜୀବନ୍ତ କରିଦେଇଥିଲ। ଏକଥା ସ୍ପଷ୍ଟ ଯେ, କଥା ମନେରହୁ, ସଠିକ ଭାବେ ମନେପକାଇବ ସେଥିପାଇଁ ତୁମେ ଯେଉଁ ମୁହୂର୍ତରେ ଅଛ, ସେହି କ୍ଷଣରେ ହିଁ ରହିବା ସେଥିରେ ସଂମ୍ପୂର୍ଣ୍ଣ ଭାବେ ମଜ୍ଜି ରହିବା ବହୁତ ଜରୁରୀ। ଅର୍ଥାତ ଆମେ ପାଠ ପଢୁଛେ, ବହି ହାତରେ ଅଛି ଆଉ ମନ ଖେଳ ପଡ଼ିଆରେ ଅଛି, ସାଙ୍ଗମାନଙ୍କ ସହିତ, ସାଙ୍ଗସାଥୀଙ୍କ ଆଡେ ଅଛି, ତେବେ ମାମଲା ପୁରା ଗଡ଼ବଡ଼ ହୋଇଯାଇଥାଏ।

ଆଗକୁ ଯାଇ ଯଦି ତୁମ ମଧ୍ୟରୁ କେହି ବିଦ୍ୟାର୍ଥୀ ମନୋବିଜ୍ଞାନ ପଢିବେ, ତେବେ ସେଥିରେ ସଂମ୍ପୃକ୍ତ ହୋଇ ମନେରଖିବାର ପରିକଳ୍ପନା ବିସ୍ତୃତ ଭାବେ ବୁଝାଯାଇଛି। ତୁମେ ମନେ ରଖ ଯେ ସ୍କୁଲରେ ସକାଳେ ଏକାଠି ପ୍ରାର୍ଥନା ସଭାରେ ଜାତୀୟ ସଙ୍ଗୀତ ହୋଇଥାଏ। ସେଥିରେ ଯେକେହି ଜନ-ଗଣ-ମନ ଗାଇଥାଏ, କିନ୍ତୁ କେହି କେବେ ନିଜେ ଜନ-ଗଣ-ମନ ଗାଇବା ସମୟରେ, ନିଜେ ସେହି ଜାତୀୟ ସଙ୍ଗୀତ ସହିତ ଦେଶ ପରିକ୍ରମା କରିଛ? ସେଥିରେ ଯେଉଁ ଶବ୍ଦ ଅଛି ତୁମେ ନିଜ ସହିତ ନିଜକୁ ନିଜେ ଭିଜୁଆଲାଇଜ ବା ଦୃଶ୍ୟାୟନ କରି ପାରିଛ ନା କରିପାରି ନାହଁ। ପଞ୍ଜାବକୁ, ଗୁଜରାଟକୁ, ମହାରାଷ୍ଟ୍ରକୁ, ପଶ୍ଚିମ ବଙ୍ଗକୁ ମନକୁ ମନ ଜାତୀୟ ସଙ୍ଗୀତ ଗାଇବା ସହିତ ଏହି ସ୍ଥାନକୁ ଯାତ୍ରା କରିପାରିଛ କି? ତୁମକୁ ଭଲ ଭାବେ ସ୍ମରଣ ଆସିବା ଆରମ୍ଭ ହୋଇଯିବ।

ମନରେ ସେହି ଛବି ଆସିବ ତେବେ ତୁମର ଭଲ ଭାବେ ମନେ ରହିଯିବ। ଏହାର ଆଉ ଏକ ଲାଭ ହେବ, ତୁମେ ଏହି ଦେଶ ସହିତ ଏକାକାର ହୋଇ ଚାଲିବ। ଅର୍ଥାତ ମଗ୍ନ ରହିବା, ଅନ୍ତରର ସହିତ ଗ୍ରହଣ କରିବା, ସାମିଲ ହେବା ଏବଂ ଭିଜୁଆଲାଇଜ ବା ଦୃଶ୍ୟାୟନ କରିବା। ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିବା ପାଇଁ ଏହି ଫର୍ମୁଲା ସହିତ ତୁମେ ଚାଲି ପାରିବ।

ମୁଁ ତୁମକୁ ଆଉ ଏକ ଉଦାହରଣ ଦେଉଛି, ତୁମ ପାଖରେ ନୋଟ ବୁକ୍‍ ସବୁ ଥିବ, ଭିନ୍ନ ଭିନ୍ନ ବିଷୟର ବହି ଥାଏ। ତୁମେ ଯେତେବେଳେ ଘରୁ ବାହାରୁଛ, ଏହା ସ୍ଥିର କରି ବାହାର ଯେ, ବ୍ୟାଗରେ ଏହି ନମ୍ବରରେ ଏଇ ବିଷୟର ନୋଟ ବୁକ୍‍ ଥିବ ଆଉ ଏହି ନମ୍ବରରେ ଏଇ ବିଷୟର ବହି ଥିବ। ଚାରି ନମ୍ବରରେ ଥାଇ ପାରେ, ତିନି ନମ୍ବରରେ ଥାଇପାରେ, ଆଉ ଯଦି ତିନି ନମ୍ବରରେ ଇତିହାସର ପୁସ୍ତକ ରଖିଛି, ପାଞ୍ଚ ନମ୍ବରରେ ଭୂଗୋଳର ବହି ରଖିଛ, ଯେତେବେଳେ ତୁମେ ଇତିହାସର ପୁସ୍ତକ ବାହାର କରିବାକୁ ଯିବ, ତେବେ ମୋଟାମୋଟି ଭାବେ ଆଖି ବନ୍ଦ କରି ତିନି ନମ୍ବର ପୁସ୍ତକ ବାହାର କରିବ।

ଦେଖବ, ତୁମର ଆତ୍ମବିଶ୍ୱାସର ସ୍ତର କେତେ ବଢିଯିବ।

ଚାଲନ୍ତୁ ମୋତେ ଭଲ ଲାଗିଲା, ତୁମ ସହିତ କଥା ହେବାର ସୁଯୋଗ ମିଳିଲା ଏବଂ ମୁଁ ରାଜସ୍ଥାନର ଲୋକଙ୍କୁ ମଧ୍ୟ ଆଉ ପୁଷ୍କରର ପବିତ୍ର ମାଟିକୁ ମଧ୍ୟ ଆଜି ଏଠାରୁ ପ୍ରଣାମ କରୁଛି। ବହୁତ ବହୁତ ଧନ୍ୟବାଦ।

ମନରେ ସେହି ଛବି ଆସିବ ତେବେ ତୁମର ଭଲ ଭାବେ ମନେ ରହିଯିବ। ଏହାର ଆଉ ଏକ ଲାଭ ହେବ, ତୁମେ ଏହି ଦେଶ ସହିତ ଏକାକାର ହୋଇ ଚାଲିବ। ଅର୍ଥାତ ମଗ୍ନ ରହିବା, ଅନ୍ତରର ସହିତ ଗ୍ରହଣ କରିବା, ସାମିଲ ହେବା ଏବଂ ଭିଜୁଆଲାଇଜ ବା ଦୃଶ୍ୟାୟନ କରିବା। ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିବା ପାଇଁ ଏହି ଫର୍ମୁଲା ସହିତ ତୁମେ ଚାଲି ପାରିବ।

ମୁଁ ତୁମକୁ ଆଉ ଏକ ଉଦାହରଣ ଦେଉଛି, ତୁମ ପାଖରେ ନୋଟ ବୁକ୍‍ ସବୁ ଥିବ, ଭିନ୍ନ ଭିନ୍ନ ବିଷୟର ବହି ଥାଏ। ତୁମେ ଯେତେବେଳେ ଘରୁ ବାହାରୁଛ, ଏହା ସ୍ଥିର କରି ବାହାର ଯେ, ବ୍ୟାଗରେ ଏହି ନମ୍ବରରେ ଏଇ ବିଷୟର ନୋଟ ବୁକ୍‍ ଥିବ ଆଉ ଏହି ନମ୍ବରରେ ଏଇ ବିଷୟର ବହି ଥିବ। ଚାରି ନମ୍ବରରେ ଥାଇ ପାରେ, ତିନି ନମ୍ବରରେ ଥାଇପାରେ, ଆଉ ଯଦି ତିନି ନମ୍ବରରେ ଇତିହାସର ପୁସ୍ତକ ରଖିଛି, ପାଞ୍ଚ ନମ୍ବରରେ ଭୂଗୋଳର ବହି ରଖିଛ, ଯେତେବେଳେ ତୁମେ ଇତିହାସର ପୁସ୍ତକ ବାହାର କରିବାକୁ ଯିବ, ତେବେ ମୋଟାମୋଟି ଭାବେ ଆଖି ବନ୍ଦ କରି ତିନି ନମ୍ବର ପୁସ୍ତକ ବାହାର କରିବ।

ଦେଖବ, ତୁମର ଆତ୍ମବିଶ୍ୱାସର ସ୍ତର କେତେ ବଢିଯିବ।

ଚାଲନ୍ତୁ ମୋତେ ଭଲ ଲାଗିଲା, ତୁମ ସହିତ କଥା ହେବାର ସୁଯୋଗ ମିଳିଲା ଏବଂ ମୁଁ ରାଜସ୍ଥାନର ଲୋକଙ୍କୁ ମଧ୍ୟ ଆଉ ପୁଷ୍କରର ପବିତ୍ର ମାଟିକୁ ମଧ୍ୟ ଆଜି ଏଠାରୁ ପ୍ରଣାମ କରୁଛି। ବହୁତ ବହୁତ ଧନ୍ୟବାଦ।

ମନରେ ସେହି ଛବି ଆସିବ ତେବେ ତୁମର ଭଲ ଭାବେ ମନେ ରହିଯିବ। ଏହାର ଆଉ ଏକ ଲାଭ ହେବ, ତୁମେ ଏହି ଦେଶ ସହିତ ଏକାକାର ହୋଇ ଚାଲିବ। ଅର୍ଥାତ ମଗ୍ନ ରହିବା, ଅନ୍ତରର ସହିତ ଗ୍ରହଣ କରିବା, ସାମିଲ ହେବା ଏବଂ ଭିଜୁଆଲାଇଜ ବା ଦୃଶ୍ୟାୟନ କରିବା। ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିବା ପାଇଁ ଏହି ଫର୍ମୁଲା ସହିତ ତୁମେ ଚାଲି ପାରିବ।

ମୁଁ ତୁମକୁ ଆଉ ଏକ ଉଦାହରଣ ଦେଉଛି, ତୁମ ପାଖରେ ନୋଟ ବୁକ୍‍ ସବୁ ଥିବ, ଭିନ୍ନ ଭିନ୍ନ ବିଷୟର ବହି ଥାଏ। ତୁମେ ଯେତେବେଳେ ଘରୁ ବାହାରୁଛ, ଏହା ସ୍ଥିର କରି ବାହାର ଯେ, ବ୍ୟାଗରେ ଏହି ନମ୍ବରରେ ଏଇ ବିଷୟର ନୋଟ ବୁକ୍‍ ଥିବ ଆଉ ଏହି ନମ୍ବରରେ ଏଇ ବିଷୟର ବହି ଥିବ। ଚାରି ନମ୍ବରରେ ଥାଇ ପାରେ, ତିନି ନମ୍ବରରେ ଥାଇପାରେ, ଆଉ ଯଦି ତିନି ନମ୍ବରରେ ଇତିହାସର ପୁସ୍ତକ ରଖିଛି, ପାଞ୍ଚ ନମ୍ବରରେ ଭୂଗୋଳର ବହି ରଖିଛ, ଯେତେବେଳେ ତୁମେ ଇତିହାସର ପୁସ୍ତକ ବାହାର କରିବାକୁ ଯିବ, ତେବେ ମୋଟାମୋଟି ଭାବେ ଆଖି ବନ୍ଦ କରି ତିନି ନମ୍ବର ପୁସ୍ତକ ବାହାର କରିବ।

ଦେଖବ, ତୁମର ଆତ୍ମବିଶ୍ୱାସର ସ୍ତର କେତେ ବଢିଯିବ।

ଚାଲନ୍ତୁ ମୋତେ ଭଲ ଲାଗିଲା, ତୁମ ସହିତ କଥା ହେବାର ସୁଯୋଗ ମିଳିଲା ଏବଂ ମୁଁ ରାଜସ୍ଥାନର ଲୋକଙ୍କୁ ମଧ୍ୟ ଆଉ ପୁଷ୍କରର ପବିତ୍ର ମାଟିକୁ ମଧ୍ୟ ଆଜି ଏଠାରୁ ପ୍ରଣାମ କରୁଛି। ବହୁତ ବହୁତ ଧନ୍ୟବାଦ।

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Narendra Modi to be First Indian Prime Minister to Preside Over UNSC Meeting

Media Coverage

Narendra Modi to be First Indian Prime Minister to Preside Over UNSC Meeting
...

Nm on the go

Always be the first to hear from the PM. Get the App Now!
...
#NaMoAppAbhiyaan is digitally yours now!
August 02, 2021
ସେୟାର
 
Comments

Empowered by Tech, BJP’s Karyakartas are driving the change digitally. The #NaMoAppAbhiyaan shifts gears as Delhi learns to do it digitally!

NaMo App Abhiyaan at Najafgarh