ତୃଣମୂଳ ସ୍ତରରେ କ୍ରୀଡାକୁ ଅଧିକ ଲୋକପ୍ରିୟ କରି ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଆହ୍ୱାନ
ବ୍ୟବସ୍ଥିତ ଭାବେ କ୍ରୀଡା ଆୟୋଜନ କରିଥିବାରୁ ଜାପାନ ସରକାର ଓ ଜାପାନବାସୀଙ୍କୁ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଲମ୍ପିକ ଖେଳରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ୨୦୨୦ରେ ଉଦଯାପିତ ହେବାକୁ ଯାଉଥିବା ବେଳେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟେକ ଆଥଲେଟ ଜଣେ ଜଣେ ଚାମ୍ପିଅନ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତ ଜିତିଥିବା ମେଡାଲ ନିଶ୍ଚିତ ଭାବେ ଆମ ଦେଶକୁ ଗର୍ବିତ ଓ ଉଲ୍ଲସିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହିତ କ୍ରୀଡାକୁ ତୃଣମୂଳ ସ୍ତରରେ ଅଧିକ ଲୋକପ୍ରିୟ କରିବା ଉଦ୍ୟମ ଜାରି ରଖି ନୂଆ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣି ଆଗାମୀ ଦିନରେ ଭାରତକୁ ପ୍ରତିନିଧିତ୍ୱ ସୁଯୋଗ ପ୍ରଦାନ କରିବାକୁ ସେ କହିଛନ୍ତି ।

ବ୍ୟବସ୍ଥିତ ଭାବେ କ୍ରୀଡା ଆୟୋଜନ ଆୟୋଜନ କରିଥିବାରୁ ସେ ଜାପାନ ସରକାର ଓ ଜାପାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଏପରି ସଫଳ ଆୟୋଜନ ସ୍ଥିତିସ୍ଥାପକତା ପ୍ରତି ଏକ ଦୃଢ ବାର୍ତ୍ତା । କ୍ରୀଡା କିପରି ଏକତାର ସୂତ୍ରଧର ତାହା ମଧ୍ୟ ପ୍ରଦର୍ଶିତ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“#Tokyo2020 ଉଦଯାପିତ ହେବାକୁ ଯାଉଛି, ଖେଳରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି । ସେମାନେ ଉନ୍ନତ କୈାଶଳ, ଟିମଓ୍ୱର୍କ ଓ ସମର୍ପଣର ପରିଚୟ ଦେଇଛନ୍ତି । ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତ୍ୟେକ ଆଥଲେଟ ଚାମ୍ପିୟନ ।  

ଭାରତ ଜିତିଥିବା ମେଡାଲ ନିଶ୍ଚିତ ଭାବେ ଆମ ଦେଶକୁ ଗର୍ବିତ ଓ ଉଲ୍ଲସିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହିତ, କ୍ରୀଡାକୁ ତୃଣମୂଳ ସ୍ତରରେ ଅଧିକ ଲୋକପ୍ରିୟ କରିବା କାମ ଜାରି ରଖିବାର ସମୟ, ଫଳରେ ନୂଆ ପ୍ରତିଭା ଲୋକଲୋଚନକୁ ଆସିବେ ଓ ଆଗାମୀ ଦିନରେ ଭାରତକୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇବେ । #Tokyo2020

ବ୍ୟବସ୍ଥିତ ଭାବେ କ୍ରୀଡା ଆୟୋଜନ କରିଥିବାରୁ ଜାପାନ ସରକାର ଓ ଜାପାନବାସୀ, ବିଶେଷ କରି ଟୋକିଓକୁ ଧନ୍ୟବାଦ ।

ଏପରି ସମୟରେ କ୍ରୀଡାର ସଫଳ ଆୟୋଜନ ସ୍ଥିତିସ୍ଥାପକତା ପ୍ରତି ଏକ ଦୃଢ ବାର୍ତ୍ତା । କ୍ରୀଡା କିପରି ଏକତାର ସୂତ୍ରଧର ତାହା ମଧ୍ୟ ପ୍ରଦର୍ଶିତ ହେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।#Tokyo2020

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat