ପବିତ୍ର ଗୁରୁ ପରବ ଏବଂ କରତାରପୁର ସାହିବ କରିଡର ପୁନଃ ଖୋଲିବା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ
“ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ କହିବାକୁ ଆସିଛି ଯେ ଆମେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟା ପୂରଣ କରିବୁ”
“2014ରେ ଯେତେବେଳେ ପ୍ରଧାନସେବକ ହେବାର ସୁଯୋଗ ମୋତେ ମିଳିଲା, ଆମେ କୃଷି ବିକାଶ ଓ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଲୁ”
“ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି”
“ତିନୋଟି କୃଷି ଆଇନର ଲକ୍ଷ୍ୟ ଥିଲା ଦେଶର ଚାଷୀ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା, ସେମାନେ ଯେପରି ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି ଲାଗି ଅଧିକ ବିକଳ୍ପ ପାଇପାରିବେ ତାହା ସୁନିଶ୍ଚିତ କରିବା”
“ଚାଷୀଙ୍କ କଲ୍ୟାଣ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଲାଭ, କୃଷି କ୍ଷେତ୍ରର ହିତ, ‘ଗାଁ-ଗରିବ’ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲକ୍ଷ୍ୟ ନେଇ, ସମ୍ପୂର୍ଣ୍ଣ ସଚ୍ଚୋଟ, ସ୍ପଷ୍ଟ ଉଦ୍ଦେଶ୍ୟରେ ଏବଂ ଚାଷୀମାନଙ୍କ ପ୍ରତି ସମର୍ପିତ ଏହି ତିନୋଟି କୃଷି
“ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି”
“ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ କହିବାକୁ ଆସିଛି ଯେ ଆମେ ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟା ପୂରଣ କରିବୁ”

ମୋର ପ୍ରିୟ ଦେଶବାସୀ, ନମସ୍କାର!

ଆଜି ଦେବ ଦିପାବଳୀର ପବିତ୍ର ପର୍ବ ଅଟେ । ଆଜି ଗୁରୁ ନାନକ ଦେବ ଜୀଙ୍କର ମଧ୍ୟ ପବିତ୍ର ପ୍ରକାଶ ପର୍ବ । ମୁଁ ସମଗ୍ର ବିଶ୍ୱର ସବୁ ଲୋକଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଏହି ପବିତ୍ର ପର୍ବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଏହା ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ ଯେ ଦେଢ ବର୍ଷର ବ୍ୟବଧାନ ପରେ କର୍ତାରପୁର ସାହିବ କରିଡର ଏବେ ପୁଣି ଥରେ ଖୋଲାଯାଇଛି ।

ବନ୍ଧୁଗଣ,

ଗୁରୁ ନାନକ ଜୀ କହିଛନ୍ତି – ‘ ବିଚ ଦୁନିଆ ସେବ କମାଇଏ ତା ଦରଗାହ ୱେସନ ପାଇଏ’

ଅର୍ଥାତ୍ ସଂସାରରେ ସେବାର ମାର୍ଗ ଆପଣାଇବା ଦ୍ୱାରା ହିଁ ଜୀବନ ସଫଳ ହୋଇଥାଏ । ଆମ ସରକାର ଏହି ସେବା ଭାବନା ସହିତ ଦେଶବାସୀଙ୍କ ଜୀବନ ସହଜ କରିବାରେ ଲାଗି ପଡିଛନ୍ତି । କେଜାଣି କେତେ ଯେ ପିଢୀ ଯେଉଁ ସ୍ୱପ୍ନକୁ ସାକାର ହେବା ଦେଖିବାକୁ ଚାହୁଁଥିଲେ, ଭାରତ ଆଜି ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଭରପୂର ପ୍ରୟାସ କରୁଛି ।

ବନ୍ଧୁଗଣ,

ନିଜର ପାଂଚ ଦଶନ୍ଧିର ସାର୍ବଜନିକ ଜୀବନରେ ମୁଁ କୃଷକମାନଙ୍କ ସମସ୍ୟା, ଏବଂ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ଖୁବ ନିକଟରୁ ଦେଖିଛି, ଅନୁଭବ କରିଛି । ଏଥିପାଇଁ, ଯେତେବେଳେ ଦେଶ ମତେ ୨୦୧୪ରେ ପ୍ରଧାନମନ୍ତ୍ରୀ ରୂପରେ ସେବା କରିବାର ସୁଯୋଗ ଦେଲା, ସେତେବେଳେ ମୁଁ କୃଷି ବିକାଶ, କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲି ।

ବନ୍ଧୁଗଣ,

ଏହି ସତ୍ୟତା ସହ ବହୁ ଲୋକ ଅବଗତ ନୁହନ୍ତି ଯେ ଦେଶର ୧୦୦ରୁ ୮୦ଜଣ କୃଷକ କ୍ଷୁଦ୍ର କୃଷକ ଅଟନ୍ତି । ସେମାନଙ୍କ ନିକଟରେ ଦୁଇ ହେକ୍ଟରରୁ ମଧ୍ୟ କମ୍ ଜମି ରହିଛି । ଆପଣ ଚିନ୍ତା କରନ୍ତୁ, ଏହି କ୍ଷୁଦ୍ର କୃଷକଙ୍କ ସଂଖ୍ୟା ୧୦ କୋଟିରୁ ମଧ୍ୟ ଅଧିକ ଅଟେ । ଏହି ଛୋଟିଆ ଜମି ଖଣ୍ଡକ ତାଙ୍କର ସମ୍ପୁର୍ଣ୍ଣ ଜୀବନର ଆଧାର । ଏହା ସେମାନଙ୍କ ଜୀବନ ହୋଇଥାଏ ଏବଂ ଏହି ଛୋଟିଆ ଜମିର ସାହାରାରେ ହିଁ ସେ ନିଜର ଏବଂ ନିଜ ପରିବାରର ଗୁଜରାଣ ମେଂଟାଇଥାଏ । ପିଢୀ ପିଢୀ ଧରି ପରିବାର ମଧ୍ୟରେ ହେଉଥିବା ଭାଗବଂଟା ଏହି ଜମିକୁ ଆହୁରି ଛୋଟ କରି ଦେଉଛି ।

ଏଥିପାଇଁ ଦେଶର କ୍ଷୁଦ୍ର ଚାଷୀମାନଙ୍କ ସମସ୍ୟାକୁ ଦୂର କରିବା ସକାଶେ, ବିହନ, ବୀମା, ବଜାର ଏବଂ ସଂଚୟ ଏହିସବୁ ଉପରେ ଆମେ ଚଉକଷ କାର୍ଯ୍ୟ କରିଛୁ । ସରକାର ଉନ୍ନତ ମାନର ବିହନ ସହିତ କୃଷକମାନଙ୍କୁ ନିମ୍ବ ପ୍ରଲେପଯୁକ୍ତ ୟୁରିଆ, ମୃତିକା ସ୍ୱାସ୍ଥ୍ୟ କାର୍ଡ, କ୍ଷୁଦ୍ର ଜଳସେଚନ ଭଳି ସୁବିଧା ସହ ମଧ୍ୟ ଯୋଡିଛନ୍ତି । ଆମେ କୃଷକମାନଙ୍କୁ ୨୨ କୋଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛୁ । ଏବଂ ଏହି ବୈଜ୍ଞାନିକ ଅଭିଯାନ କାରଣରୁ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି ।

ବନ୍ଧୁଗଣ,

ଆମେ ଫସଲ ବୀମା ଯୋଜନାକୁ ଅଧିକ ପ୍ରଭାବଶାଳୀ କରିଛୁ । ଅଧିକରୁ ଅଧିକ କୃଷକମାନଙ୍କୁ ତାହାର ପରିସରଭୁକ୍ତ କରିଛୁ । ବିପର୍ଯ୍ୟୟ ସମୟରେ ଅଧିକରୁ ଅଧିକ କୃଷକଙ୍କୁ କିପରି ସହଜରେ କ୍ଷତିପୂରଣ ମିଳିପାରିବ, ସେଥିପାଇଁ ମଧ୍ୟ ପୁରୁଣା ନିୟମ ବଦଳା ଯାଇଛି । ଏହି କାରଣରୁ ଗତ ୪ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ଆମ କୃଷକ ଭାଇ ଭଉଣୀମାନଙ୍କୁ ମିଳିଛି । ଆମେ କ୍ଷୁଦ୍ର କୃଷକ ଏବଂ ଖେତରେ କାମ କରୁଥିବା ଶିଶୁ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ବୀମା ଏବଂ ପେନସନର ସୁବିଧା ମଧ୍ୟ ପହଂଚାଇଛୁ । କ୍ଷୁଦ୍ର କୃଷକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଏକ ଲକ୍ଷ ୬୨ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛୁ, ସିଧାସଳଖ ସେମାନଙ୍କ ଖାତାକୁ ।

ବନ୍ଧୁଗଣ,

କୃଷକମାନଙ୍କୁ ସେମାନଙ୍କ ପରିଶ୍ରମ ପ୍ରତିବଦଳରେ ଫସଲର ସଠିକ ମୂଲ୍ୟ ମିଳୁ, ଏଥିପାଇଁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶ ନିଜର ଗ୍ରାମୀଣ ବଜାର ଭିତିଭୂମୀକୁ ମଜବୁତ କରିଛି । ଆମେ ଏମଏସପି ତ ବଢାଇଲୁ, ଏଥି ସହ ରେକର୍ଡ ସରକାରୀ କ୍ରୟ କେନ୍ଦ୍ର ମଧ୍ୟ ତିଆରି କରିଛୁ । ଆମ ସରକାରଙ୍କ ଦ୍ୱାରା କରାଯାଇଥିବା ଫସଲ କ୍ରୟ ଗତ କେତେ ଦଶନ୍ଧିର ରେକର୍ଡ ଭାଙ୍ଗିଛି । ଦେଶର ଏକ ହଜାରରୁ ଅଧିକ ମଣ୍ଡିଗୁଡିକୁ ଇ-ନାମ୍ ଯୋଜନା ସହିତ ସଂଯୋଗ କରି ଆମେ କୃଷକମାନଙ୍କୁ ଯେ କୌଣସି ସ୍ଥାନରେ ମଧ୍ୟ ସେମାନଙ୍କ ଫସଲ ବିକ୍ରୀ କରିବା ପାଇଁ ଏକ ମଂଚ ଯୋଗାଇ ଦେଇଛୁ । ଏବଂ ଏଥିସହ ସମଗ୍ର ଦେଶର କୃଷି ମଣ୍ଡିଗୁଡିକର ଆଧୁନିକୀକରଣ ଉପରେ ମଧ୍ୟ ଆମେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛୁ ।

ବନ୍ଧୁଗଣ,

ଆଜିର କେନ୍ଦ୍ର ସରକାରଙ୍କ କୃଷି ବଜେଟ ପୂର୍ବ ତୁଳନାରେ ପାଂଚ ଗୁଣା ବୃଦ୍ଧି ପାଇଛି । ପ୍ରତି ବର୍ଷ ୧.୨୫ ଲକ୍ଷ କୋଟିରୁ ଅଧିକ କୃଷି ଉପରେ ଖର୍ଚ୍ଚ କରାଯାଉଛି । ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମୀ ପାଣ୍ଠି ଦ୍ୱାରା ଗ୍ରାମ ଏବଂ ଖେତ ନିକଟରେ ଭଣ୍ଡାରଣ- ଏହାର ବ୍ୟବସ୍ଥା, କୃଷି ଉପକରଣ ଭଳି ଅନେକ ସୁବିଧାଗୁଡିକର ବିସ୍ତାର, ଏସବୁ ବିଷୟ ଦୃତ ଗତିରେ ଆଗେଇ ଚାଲିଛି ।

କ୍ଷୁଦ୍ର ଚାଷୀଙ୍କ ଶକ୍ତି ବୃଦ୍ଧି ପାଇଁ ୧୦ ହଜାର ଏଫପିଓ, କୃଷକ ଉତ୍ପାଦକ ସଙ୍ଗଠନ ପ୍ରସ୍ତୁତ କରାଯିବା ଅଭିଯାନ ମଧ୍ୟ ଚାଲିଛି । ଏହା ଉପରେ ମଧ୍ୟ ପ୍ରାୟ ସାତ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଅତି କ୍ଷୁଦ୍ର ଜଳସେଚନ ପାଣ୍ଠିର ଆବଂଟନକୁ ମଧ୍ୟ ଦୁଇଗୁଣା କରାଯାଇ ଦଶ ହଜାର କୋଟି କରିଦିଆଯାଇଛି । ଆମେ ବିହନ ଋଣକୁ ମଧ୍ୟ ଦୁଇଗୁଣା କରିଦେଇଛୁ, ଯାହା ଚଳିତ ବର୍ଷ ୧୬ ଲକ୍ଷ କୋଟି ଟଙ୍କା ହେବ । ଏବେ ପ୍ରାଣୀ ସମ୍ପଦ ପାଳକମାନଙ୍କୁ, ମତ୍ସ୍ୟ ପାଳନ ସହ ଜଡିତ ଆମ ଚାଷୀମାନଙ୍କୁ ମଧ୍ୟ କିଷାନ କ୍ରେଡିଟ କାର୍ଡର ଲାଭ ମିଳିବା ଆରମ୍ଭ ହୋଇଯାଇଛି । ଅର୍ଥାତ୍ ଆମ ସରକାର କୃଷକମାନଙ୍କ ହିତ ପାଇଁ ଯଥାସମ୍ଭବ  ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । କୃଷକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟୁ, ସେମାନଙ୍କ ସାମାଜିକ ସ୍ଥିତି ସୁଦୃଢ ହେଉ, ଏଥିପାଇଁ ସରକାର ସମ୍ପୁର୍ଣ୍ଣ ସଚ୍ଚୋଟ ମନୋଭାବ ସହ କାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ,

କୃଷକମାନଙ୍କ ସ୍ଥିତିରେ ଉନ୍ନତି ଆଣିବାର ଏହି ମହା ଅଭିଯାନରେ ଦେଶରେ ତିନିଟି କୃଷି ଆଇନ୍ ଅଣାଯାଇଥିଲା । ଏହାର ଉଦ୍ଦେଶ୍ୟ ଏହା ଥିଲା ଯେ, ଦେଶର କୃଷକମାନଙ୍କୁ, ବିଶେଷକରି କ୍ଷୁଦ୍ର ଚାଷୀମାନଙ୍କୁ ଅଧିକ ଶକ୍ତି ମିଳୁ । ସେମାନଙ୍କୁ ନିଜ ଫସଲର ଉଚିତ ମୂଲ୍ୟ ଏବଂ ଫସଲ ବିକ୍ରୀ ପାଇଁ ଅଧିକରୁ ଅଧିକ ବିକଳ୍ପ ମିଳୁ । ବର୍ଷ ବର୍ଷ ଧରି ଏହି ଦାବି ଦେଶର କୃଷକ, ଦେଶର କୃଷି ବିଶେଷଜ୍ଞ, ଦେଶର କୃଷି ଅର୍ଥଶାସ୍ତ୍ରୀ, ଦେଶର କୃଷକ ସଂଗଠନ ଲଗାତାର ଭାବେ କରୁଥିଲେ । ପୂର୍ବରୁ ମଧ୍ୟ ଅନେକ ସରକାର ଏହା ଉପରେ ବିଚାର ବିମର୍ଷ ମଧ୍ୟ କରିଥିଲେ । ଏଥର ମଧ୍ୟ ସଂସଦରେ ଚର୍ଚ୍ଚା ହେଲା, ବିଚାର ବିମର୍ଷ ହେଲା ଏବଂ ଏହି ଆଇନ୍ ପାରିତ ହେଲା । ଦେଶର କୋଣ ଅନୁକୋଣରେ କୋଟି କୋଟି କୃଷକ, ଅନେକ କୃଷକ ସଂଗଠନ ଏହାର ସ୍ୱାଗତ କଲେ, ସମର୍ଥନ କଲେ । ମୁଁ ଆଜି ସେହି ସମସ୍ତଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେବାକୁ ଚାହୁଁଛି ।

ବନ୍ଧୁଗଣ,

ଆମ ସରକାର, କୃଷକମାନଙ୍କ କଲ୍ୟାଣ ପାଇଁ, ବିଶେଷକରି କ୍ଷୁଦ୍ର କୃଷକମାନଙ୍କ କଲ୍ୟାଣ ପାଇଁ, ଦେଶର କୃଷି ଜଗତର ସ୍ୱାର୍ଥରେ, ଦେଶର ସ୍ୱାର୍ଥରେ, ଗାଁର ଗରିବମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ, ସମ୍ପୁର୍ଣ୍ଣ ସତ୍ୟନିଷ୍ଠାର ସହିତ, କୃଷକମାନଙ୍କ ପ୍ରତି ପୂର୍ଣ୍ଣ ସମର୍ପଣ ଭାବ ସହିତ ସଚ୍ଚୋଟ ଉଦ୍ଦେଶ୍ୟ ସହ ଏହି ଆଇନ୍ ଆଣିଥିଲେ । କିନ୍ତୁ ଏତେ ବଡ ପବିତ୍ର ବିଷୟ, ସମ୍ପୁର୍ଣ୍ଣ ଶୁଦ୍ଧ ରୂପରେ କୃଷକମାନଙ୍କ ସ୍ୱାର୍ଥର କଥା, ଆମେ ଆମର ବହୁ ପ୍ରୟାସ ସତ୍ୱେ କିଛି କୃଷକଙ୍କୁ ବୁଝାଇ ପାରିନାହୁଁ ।

କୃଷକମାନଙ୍କର ଏକ ବର୍ଗ ହୁଏତ ଏହାର ବିରୋଧ କରୁଥିଲା କିନ୍ତୁ ତଥାପି ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । କୃଷି ଅର୍ଥଶାସ୍ତ୍ରୀମାନେ, ବୈଜ୍ଞାନିକମାନେ, ପ୍ରଗତିଶୀଳ କୃଷକମାନେ ମଧ୍ୟ ସେମାନଙ୍କୁ କୃଷି ଆଇନର ମହତ୍ୱ ସମ୍ପର୍କରେ ବୁଝାଇବାର ପୂର୍ଣ୍ଣ ପ୍ରୟାସ କରିଥିଲେ । ଆମେ ସମ୍ପୁର୍ଣ୍ଣ ବିନମ୍ରତା ସହିତ, ଖୋଲା ହୃଦୟ ସହିତ ସେମାନଙ୍କୁ ବୁଝାଇ ଚାଲିଥିଲୁ । ବିଭିନ୍ନ ମାଧ୍ୟମରେ ବ୍ୟକ୍ତିଗତ ଏବଂ ସାମୁହିକ କଥାବାର୍ତା ମଧ୍ୟ ନିୟମିତ ଭାବେ କରାଯାଇଥିଲା । ଆମେ କୃଷକମାନଙ୍କ କଥାକୁ, ସେମାନଙ୍କ ତର୍କକୁ, ବୁଝିବାରେ ମଧ୍ୟ କିଛି ବି ଉଣା କରିନଥିଲୁ ।

ଆଇନର ଯେଉଁ ବ୍ୟବସ୍ଥାଗୁଡିକୁ ନେଇ ସେମାନଙ୍କର ଆପତି ଥିଲା, ସରକାର ସେସବୁର ପରିବର୍ତନ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ । ଦୁଇ ବର୍ଷ ପର୍ଯ୍ୟନ୍ତ ଆମେ ଏହି ଆଇନଗୁଡିକୁ ସ୍ଥଗିତ ରଖିବାକୁ ମଧ୍ୟ ପ୍ରସ୍ତାବ ଦେଲୁ । ଏହି ସମୟରେ ଏହି ବିଷୟ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲା । ଏସବୁ ବିଷୟ ଦେଶ ସମ୍ମୁଖରେ ରହିଛି, ଏଥିପାଇଁ ମୁଁ ଏ ବିଷୟରେ ଅଧିକ ବିସ୍ତାର ଭାବେ କହିବାକୁ ଚାହୁଁ ନାହିଁ ।

ବନ୍ଧୁଗଣ,

ମୁଁ ଆଜି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ପୂର୍ବକ ସତ୍ୟ ନିଷ୍ଠ ଏବଂ ପବିତ୍ର ହୃଦୟ ସହ କହିବାକୁ ଚାହୁଁଛି ଯେ ହୁଏତ ଆମର ତପସ୍ୟାରେ ହିଁ କିଛି ତୃଟି ରହିଯାଇଥିବ ଯେଉଁ କାରଣରୁ ଦୀପର ଆଲୋକ ଭଳି ସତ୍ୟକୁ ଆମେ କୃଷକ ଭାଇମାନଙ୍କୁ ବୁଝାଇବାରେ ବିଫଳ ହେଲୁ । 

ଆଜି ଗୁରୁ ନାନକ ଦେବ ଜୀଙ୍କ ପବିତ୍ର ପ୍ରକାଶ ପର୍ବ । ଏହି ସମୟ କାହାକୁ ମଧ୍ୟ ଦୋଷ ଦେବାର ସମୟ ନୁହେଁ । ଆଜି ମୁଁ ଆପଣମାନଙ୍କୁ, ସମଗ୍ର ଦେଶକୁ ଏହା କହିବାକୁ ଆସିଛି ଯେ, ଆମେ ତିନିଟିଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାର, ଫେରାଇ ନେବାର ନିଷ୍ପତି ନେଇଛୁ । ଚଳିତ ମାସର ଶେଷ ଆଡକୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ ଆମେ ଏହି ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ କରିବୁ ।

ବନ୍ଧୁଗଣ,

ମୁଁ ଆଜି ଆମର ସମସ୍ତ ଆନ୍ଦୋଳନରତ କୃଷକ ବନ୍ଧୁମାନଙ୍କୁ ଅନୁରୋଧ କରୁଛି, ଆଜି ଗୁରୁ ପର୍ବର ପବିତ୍ର ଦିବସ ଅଟେ । ଏବେ ଆପଣମାନେ ନିଜ ନିଜର ଘରକୁ ଫେରିଯାଆନ୍ତୁ, ନିଜର ଖେତକୁ ବାହୁଡି ଯାଆନ୍ତୁ, ନିଜର ପରିବାର ପାଖକୁ ଫେରି ଯାଆନ୍ତୁ । ଆସନ୍ତୁ ଏକ ନୂତନ ପ୍ରାରମ୍ଭ କରିବା । ନୂଆ ରୂପରେ ଆଗକୁ ବଢିବା ।

ବନ୍ଧୁଗଣ,

ଆଜି ହିଁ ସରକାର କୃଷି କ୍ଷେତ୍ର ସହ ଜଡିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଶୂନ୍ୟ ବଜେଟ କୃଷି, ଅର୍ଥାତ୍ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଦେଶର ପରିବର୍ତନଶୀଳ ଆବଶ୍ୟକତାଗୁଡିକୁ ଧ୍ୟାନରେ ରଖି ଫସଲ ପ୍ରଣାଳୀକୁ ବୈଜ୍ଞାନିକ ଉପାୟରେ ପରିବର୍ତିତ କରିବା ନିମନ୍ତେ ଏମଏସପିକୁ ଆହୁରି ଅଧିକ ପ୍ରଭାବଶାଳୀ ଏବଂ ପାରଦର୍ଶି କରିବା ନିମନ୍ତେ ଏହିଭଳି ସବୁ ବିଷୟ ଉପରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତି ନେବା ନିମନ୍ତେ ଏକ କମିଟି ଗଠନ କରାଯିବ । ସେହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କ ପ୍ରତିନିଧି ରହିବେ, କୃଷକ ସହିବେ, କୃଷି ବୈଜ୍ଞାନିକ ରହିବେ, କୃଷି ଅର୍ଥଶାସ୍ତ୍ରୀ ମଧ୍ୟ ରହିବେ ।

ବନ୍ଧୁଗଣ,

ଆମ ସରକାର କୃଷକଙ୍କ ସ୍ୱାର୍ଥକୁ ନେଇ କାର୍ଯ୍ୟ କରି ଚାଲିଛି ଏବଂ ଆଗକୁ ମଧ୍ୟ କରି ଚାଲିବ । ମୁଁ ଗୁରୁ ଗୋବିନ୍ଦ ସିଂ ଜୀଙ୍କୁ ସ୍ମରଣପୂର୍ବକ ନିଜର ବକ୍ତବ୍ୟ ସମାପ୍ତ କରିବି –

‘ଦେହ ସିବା ବରୁ ମୋହି ଇହେ ଶୁଭ କରମନ ତେ କବହୁଁ ନ ଟରୋଁ’

ହେ ଦେବୀ, ମତେ ଏହି ବର ଦିଅନ୍ତୁ ଯାହା ଫଳରେ ମୁଁ ଶୁଭ କାର୍ଯ୍ୟ କରିବାରେ କେବେ ବି ପଛଘୁଂଚା ଦିଏ ନାହିଁ ।

ଯାହା କରିଥିଲି କୃଷକମାନଙ୍କ ପାଇଁ କରିଥିଲି, ଯାହା କରୁଛି ଦେଶ ପାଇଁ କରୁଛି । ଆପଣ ସମସ୍ତଙ୍କ ଆଶୀର୍ବାଦରେ ମୁଁ ପରିଶ୍ରମ କରିବାରେ କିଛି ବି ଉଣା କରନଥିଲି । ଆଜି ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ ଏବେ ଆହୁରି ଅଧିକ ପରିଶ୍ରମ କରିବି, ଯାହା ଫଳରେ ଆପଣମାନଙ୍କ ସ୍ୱପ୍ନ ସାକାର ହୋଇପାରିବ, ଦେଶର ସ୍ୱପ୍ନ ଚରିତାର୍ଥ ହୋଇପାରିବ ।

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ! ନମସ୍କାର!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister praises historic feat at the 2026 World Junior Squash Championship
July 26, 2026

Prime Minister Shri Narendra Modi today hailed a historic feat at the 2026 World Junior Squash Championship. He expressed his pride in Anahat Singh for winning the Gold Medal and becoming the first Indian squash player ever to win the World Junior Championship title.

The Prime Minister noted that this accomplishment will further popularise squash among the youth.

In a post on X, the Prime Minister shared:

"A historic feat at the 2026 World Junior Squash Championship.

Proud of Anahat Singh for winning the Gold Medal and becoming the first Indian squash player ever to win the World Junior Championship title. This accomplishment will further popularise squash among the youth.

@Anahat_Singh13"