ପ୍ରବାସୀ ଭାରତୀୟ ଦିବସ (ପିବିଡି) ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହା ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା ତଥା ପରସ୍ପର ସହ ଆଲୋଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ । ମଧ୍ୟପ୍ରଦେଶ ସରକାରଙ୍କ ସହଭାଗିତାରେ ଜାନୁୟାରୀ ୮ରୁ ୧୦, ୨୦୨୩ ପର୍ଯ୍ୟନ୍ତ ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହେବ । ଏହି ପିବିଡି ସମ୍ମିଳନୀର ବିଷୟବସ୍ତୁ ରହିଛି “ପ୍ରବାସୀ: ଅମୃତ କାଳରେ ଭାରତର ପ୍ରଗତିରେ ବିଶ୍ୱସନୀୟ ଭାଗିଦାର ।” ପ୍ରାୟ ୭୦ଟି ଦେଶରୁ ୩୫୦୦ରୁ ଅଧିକ ପ୍ରବାସୀ ଭାରତୀୟ ପିବିଡି ସମ୍ମିଳନୀରେ ଭାଗ ନେବାକୁ ପଞ୍ଜିକରଣ କରାଇଛନ୍ତି । 

ପିବିଡି ସମ୍ମିଳନୀରେ ତିନିଟି ଭାଗ ରହିଛି । ଜାନୁୟାରୀ ୮, ୨୦୨୩ରେ ଯୁବ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ ଯୁବ ବ୍ୟାପାର ଓ କ୍ରାଡୀ ମନ୍ତ୍ରଣାଳୟ ସହଭାଗିତାରେ ଆୟୋଜିତ ହେବ । ଯୁବ ପ୍ରବାସୀ ଭାରତୀୟ ଦିବସ ଅବସରରେ ଅଷ୍ଟ୍ରେଲୀୟ ସାଂସଦ ମହାମହିମ ସୁଶ୍ରୀ ଜନେତା ମାସ୍କରେନହାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । 

ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୦୯,୨୦୨୩ରେ ପିବିଡି ସମ୍ମିଳନୀ ଉଦଘାଟନ କରିବେ ଓ ଗାଏନା ସମବାୟ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଇରଫାନ ଅଲ୍ଲୀ ମୁଖ୍ୟ ଅତିଥି ଓ ସୁରିନାମର ମାନନୀୟ ରାଷ୍ଟ୍ରପତି ମହାମହିମ ଶ୍ରୀ ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ସମ୍ମାନିତ ଅତିଥି ଭାବେ ସମ୍ମିଳନୀକୁ ସମ୍ବୋଧନ କରିବେ । 

ଏକ ସ୍ମାରକ ଡାକଟିକଟ “ସୁରକ୍ଷିତ ଯାଏଁ, ପ୍ରଶିକ୍ଷିତ ଯାଏଁ” ଜାରି କରାଯିବ, ଯାହା ସୁରକ୍ଷିତ, ବୈଧ, ବ୍ୟବସ୍ଥିତ ଓ କୁଶଳୀ ପ୍ରବାସନକୁ ରେଖାଙ୍କିତ କରିବ । ଭାରତର ସ୍ୱାଧୀନତାରେ ପ୍ରବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋକପାତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ- ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରବାସୀ ଭାରତୀୟଙ୍କ ଯୋଗ ଦାନ ସମ୍ପର୍କରେ ପ୍ରଥମ ଥର ପାଇଁ ଡିଜିଟାଲ ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରିବେ । ଜି- ୨୦ରେ ଭାରତର ଅଧ୍ୟକ୍ଷତାକୁ ଦୃଷ୍ଟିରେ ରଖି ଜାନୁୟାରୀ ଜାନୁୟାରୀ, ୦୯ରେ ଟାଉନ ହଲ ଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ । 

ଜାନୁୟାରୀ ୧୦,୨୦୨୩ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ୨୦୨୩ ପ୍ରଦାନ କରିବେ ଓ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ । ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କ ସଫଳତାକୁ ସ୍ୱୀକୃତି ଜଣାଇ ପ୍ରଦାନ କରାଯାଇଥାଏ । ଉଭୟ ଭାରତ ଓ ବିଦେଶରେ ବିଭିନ୍ନ କ୍ଷେତ୍ର ପ୍ରତି ସେମାନଙ୍କ ଅବଦାନକୁ ସମ୍ମାନ ପ୍ରଦାନ କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।   

ପିବିଡି ସମ୍ମିଳନୀରେ ପାଞ୍ଚଟି ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହେବ- 

• ପ୍ରଥମ ସମ୍ପୂର୍ଣ୍ଣ ଅଧିବେଶନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ନବାଚାର ଓ ନୂଆ ପ୍ରଯୁକ୍ତିରେ ପ୍ରବାସୀ ଯୁବପୀଢିଙ୍କ ଭୂମିକା ସମ୍ପର୍କରେ ହେବ ।

• ଦ୍ୱିତୀୟ ସମ୍ପୂର୍ଣ୍ଣ ଅଧିବେଶନ “ଅମୃତ କାଳରେ ଭାରତୀୟ ସ୍ୱାସ୍ଥ୍ୟ ସେବା ଇକୋ ସିଷ୍ଟମକୁ ପ୍ରୋତ୍ସାହିତ କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା: ଭିଜନ @2047” ସମ୍ପର୍କରେ ହେବ । ଏହାର ଅଧ୍ୟକ୍ଷତା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟ କରିବେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଡଃ ରାଜକୁମାର ରଂଜନ ସିଂହ ସହ-ଅଧ୍ୟକ୍ଷତା କରିବେ । 

• ତୃତୀୟ ସମ୍ପୂର୍ଣ୍ଣ ଅଧିବେଶନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖିଙ୍କ ଅଧ୍ୟକ୍ଷତାରେ ହେବ । ଏହି ଅଧିବେଶନ ବିଷୟବସ୍ତୁ ରହିଛି “ଭାରତର ନମନୀୟ ଶକ୍ତିର ଲାଭ ଉଠାଇବା- ଶିଳ୍ପ, ବ୍ୟଞ୍ଜନ ଓ ସୃଜନଶୀଳତା ମାଧ୍ୟମରେ ସଦଭାବନା ବଜାୟ ରଖିବା । 

• ଚତୁର୍ଥ ସମ୍ପୂର୍ଣ୍ଣ ଅଧିବେଶନରେ ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭାରତୀୟ କାର୍ଯ୍ୟବଳର ବୈଶିକ ଗତିଶୀଳତା ସକ୍ଷମ କରିବା- ଭାରତୀୟ ଡାଏସ୍ପୋରାର ଭୂମିକା ସମ୍ପର୍କରେ ହେବ ।

• ପଞ୍ଚମ ସମ୍ପୂର୍ଣ୍ଣ ଅଧିବେଶନ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ର ନିର୍ମାଣ ପାଇଁ ଏକ ସମାବେଶୀ ଦୃଷ୍ଟିକୋଣ ହାସଲ ପାଇଁ ଦକ୍ଷତା ନିର୍ମାଣ ସମ୍ପର୍କରେ ଆଲୋଚନାଚକ୍ର ଆୟୋଜିତ ହେବ । 

ସମସ୍ତ ପୂର୍ଣ୍ଣ ଅଧିବେଶନରେ ବିଶିଷ୍ଟ ପ୍ରବାସୀ ବିଶେଷଜ୍ଞଙ୍କୁ ଆମନ୍ତ୍ରିତ କରି ପ୍ୟାନେଲ ଆଲୋଚନା ହେବ ।

କୋଭିଡ- ୧୯ ମହାମାରୀ ଯୋଗୁଁ ଚାରି ବର୍ଷ ବ୍ୟବଧାନ ପରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହେଉଥିବାରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ବେଳେ ୨୦୨୧ରେ ଗତ ପିବିଡି ସମ୍ମିଳନୀ ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India eyes record $1 billion hotel transactions in 2026 amid travel uncertainties

Media Coverage

India eyes record $1 billion hotel transactions in 2026 amid travel uncertainties
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Maharashtra meets Prime Minister
May 28, 2026

Chief Minister of Maharashtra, Shri Devendra Fadnavis met Prime Minister, Shri Narendra Modi in New Delhi today.

The Prime Minister’s Office posted on X;

“Chief Minister of Maharashtra, Shri @Dev_Fadnavis had a meeting with Prime Minister @narendramodi today.

@CMOMaharashtra”