Departure Statement by the Prime Minister

ମୁଁ ନେପାଳର ପ୍ରଧାନମନ୍ତ୍ରୀ ମାନ୍ୟବର ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣ କ୍ରମେ ୧୬ ମଇ ୨୦୨୨ ରେ ନେପାଳର ଲୁମ୍ବିନି ଗସ୍ତ କରିବି ।

ବୁଦ୍ଧ ଜୟନ୍ତୀର ଶୁଭ ଅବସରରେ ମୁଁ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ଅପେକ୍ଷା କରିଛି । ଭଗବାନ ବୁଦ୍ଧଙ୍କ ଜନ୍ମର ପବିତ୍ର ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦାଙ୍କ ଅନୁସରଣ କରି ନିଜକୁ ଗୌରବାନ୍ୱିତ ମନେ କରୁଛି ।

ଗତ ମାସରେ ତାଙ୍କର ଭାରତ ଗସ୍ତ ସମୟରେ ଆମର ଫଳପ୍ରଦ ଆଲୋଚନା ପରେ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଦେଓବାଙ୍କୁ ଭେଟିବାକୁ ଅପେକ୍ଷା କରିଛି । ଜଳବିଦ୍ୟୁତ୍‍, ବିକାଶ ଏବଂ ସଂଯୋଗୀକରଣ ସହିତ ଏକାଧିକ କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିବାକୁ ଆମେ ଆମର ସହଭାଗୀ ବୁଝାମଣା ଆଦାନ ପ୍ରଦାନକୁ ମଜବୁତ ପାଇଁ କାର୍ଯ୍ୟ ଜାରି ରଖିବୁ । 

ପବିତ୍ର ମାୟାଦେବୀ ମନ୍ଦିର ପରିଦର୍ଶନ କରିବା ବ୍ୟତୀତ, ମୁଁ ଲୁମ୍ବିନି ମଠ ଅଞ୍ଚଳରେ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ ପାଇଁ ଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଶିଳାନ୍ୟାସ ସମାରୋହରେ ଅଂଶଗ୍ରହଣ କରିବି । ନେପାଳ ସରକାରଙ୍କ ଦ୍ୱାରା ଆୟୋଜିତ ବୁଦ୍ଧ ଜୟନ୍ତୀ ପାଳନ ଅବସରରେ ମୁଁ ମଧ୍ୟ ଉକ୍ତ ଉତ୍ସବରେ ଯୋଗଦେବି ।

ନେପାଳ ସହିତ ଆମର ସମ୍ପର୍କ ଅତୁଳନୀୟ । ଭାରତ ଏବଂ ନେପାଳ ମଧ୍ୟରେ ସଭ୍ୟତା ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ଆମର ଘନିଷ୍ଠ ସମ୍ପର୍କର ସ୍ଥାୟୀ ସ୍ଥାପନା ଅଟେ । ମୋର ଭ୍ରମଣ ଏହି ସମୟ-ସମ୍ମାନିତ ସମ୍ପର୍କର ଉତ୍ସବ ପାଳନ କରିବା ଏବଂ ଏହାକୁ ଆହୁରି ଗଭୀର କରିବା ପାଇଁ ଉଦ୍ଦିଷ୍ଟ ଯାହା ଶତାବ୍ଦୀ ଧରି ପାଳନ ହୋଇଆସୁଛି ଏବଂ ଆମର ପାରସ୍ପରିକ ସମ୍ପର୍କର ଦୀର୍ଘ-ଇତିହାସରେ ଲିପିବଦ୍ଧ ହୋଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds India’s 7.8% GDP growth
August 31, 2026

The Prime Minister, Shri Narendra Modi has termed India’s 7.8% GDP growth in first quarter of FY 2026-27 a “herculean feat”. Shri Modi said that the achievement reflects the collective strength and resilience of the people of India, despite oil price shocks, supply chain disruptions and global uncertainties.

Shri Modi posted on X:

India’s exemplary GDP growth of 7.8% during Q1 of FY 2026-27 is a herculean feat.

The collective strength of our people ensured India delivered such growth despite oil price shocks and supply chain issues in the midst of global uncertainties.

Doomsayers were doomed and India bloomed…yet again!