PM Modi suggests entire campus of Shree Somnath temple be upgraded with water, greenery and facilities
Somnath Trust should actively participate in the effort to make Veraval and Prabhas Patan cashless: PM

ଶ୍ରୀ ସୋମନାଥ ଟ୍ରଷ୍ଟର 116 ତମ ବୈଠକ ଆଜି ଗୁଜରାଟର ସୋମନାଥଠାରେ ଅନୁଷ୍ଠିତ ହୋଇଛି।

ଟ୍ରଷ୍ଟ ବୈଠକରେ ଯୋଗ ଦେଇଥିଲେ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ଟ୍ରଷ୍ଟି), ଶ୍ରୀ ଲାଲକୃଷ୍ଣ ଆଡଭାନୀ (ଟ୍ରଷ୍ଟି), ଶ୍ରୀ ଅମିତ ଶାହା(ଟ୍ରଷ୍ଟି), ଶ୍ରୀ କେଶୁଭାଇ ପଟେଲ(ଟ୍ରଷ୍ଟି), ଶ୍ରୀ ପିକେ ଲାହେରୀ (ଟ୍ରଷ୍ଟି), ଶ୍ରୀ ଜେ ଡି ପରମାର (ଟ୍ରଷ୍ଟି) ଏବଂ ଶ୍ରୀ ହର୍ଷ ନିଓତିଆ ।

ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ସୋମନାଥ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହାଛଡା ମନ୍ଦିରରେ ସବୁ ଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ସେ ଟ୍ରଷ୍ଟ ବୋର୍ଡକୁ ପରାମର୍ଶ ଦେଇଥିଲେ । ଭିରାଭଲ ଏବଂ ପ୍ରଭାସପାଟଣରେ ନଗଦମୁକ୍ତ କାରବାର ଦିଗରେ ଟ୍ରଷ୍ଟ ସକ୍ରିୟ ରୂପେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଭକ୍ତ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରମୁଖ ସହରଗୁଡିକରେ ସ୍ୱତନ୍ତ୍ର ମହୋତ୍ସବମାନ ଆୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ରଖିଥିଲେ ।

ଚଳିତ 2017 ବର୍ଷ ଲାଗି ଶ୍ରୀ କେଶୁଭାଇ ପଟେଲ ପୂର୍ବଭଳି ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ରୂପେ କାର୍ଯ୍ୟଭାର ଦାୟିତ୍ୱ ଜାରି ରଖିବେ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari