ଆଫ୍ରିକାରେ ବ୍ରିକ୍ସ : ଚତୁର୍ଥ ଶିଳ୍ପ ବିପ୍ଳବରେ ସମ୍ମିଳିତ ଅଭିବୃଦ୍ଧି ଏବଂ ସହଭାଗୀ ସମୃଦ୍ଧି ପାଇଁ ସହଯୋଗ

(ସାଣ୍ଡଟନ ସମ୍ମିଳନୀ କେନ୍ଦ୍ର)

ଜୋହାନ୍ସବର୍ଗଦକ୍ଷିଣ ଆଫ୍ରିକା 25ରୁ 27 ଜୁଲାଇ 2018

 

ଦଶମ ବ୍ରିକ୍ସ ଶିଖର ସମ୍ମିଳନୀ :

ଜୋହାନ୍ସବର୍ଗ ଘୋଷଣାନାମା

 

 

I. ମୁଖବନ୍ଧ

1. ଆମେ, ବ୍ରାଜିଲ ସାଧାରଣତନ୍ତ୍ର, ରୁଷୀୟ ସଂଘ, ଭାରତୀୟ ଗଣତନ୍ତ୍ର, ଚୀନ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ରର ରାଷ୍ଟ୍ରମୁଖ୍ୟ ଜୋହାନ୍ସବର୍ଗଠାରେ 25-27 ଜୁଲାଇ 2018ରେ ଆୟୋଜିତ ଦଶମ ବ୍ରିକ୍ସ ସମ୍ମିଳନୀରେ ପରସ୍ପରକୁ ଭେଟିଲୁ । ଦଶମ ବ୍ରିକ୍ସ ଶିଖର ସମ୍ମିଳନୀ, ବ୍ରିକ୍ସ ଇତିହାସରେ ଏକ ମାଇଲଖୁଂଟ, ଏହା “ଆଫ୍ରିକାରେ ବ୍ରିକ୍ସ : ଚତୁର୍ଥ ଶିଳ୍ପ ବିପ୍ଳବରେ ସମ୍ମିଳିତ ଅଭିବୃଦ୍ଧି ଏବଂ ସହଭାଗୀ ସମୃଦ୍ଧି ପାଇଁ ସହଯୋଗ” ବିଷୟବସ୍ତୁକୁ ନେଇ ଆୟୋଜିତ ହୋଇଛି ।

2. ଆମେ ନେଲସେନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀରେ ପରସ୍ପର ସହ ଭେଟ ହୋଇଛୁ ଏବଂ ଆମେ ତାଙ୍କର ମୂଲ୍ୟବୋଧ, ନୀତି ଏବଂ ମାନବ ସମାଜର ସେବା ପ୍ରତି ତାଙ୍କର ସମର୍ପଣକୁ ବିବେଚନା କରୁଛୁ ତଥା ଅନ୍ତର୍ଜାତୀୟସ୍ତରରେ ଗଣତନ୍ତ୍ର ପାଇଁ ସଂଘର୍ଷ ଏବଂ ସାରା ବିଶ୍ୱରେ ଶାନ୍ତିର ସଂସ୍କୃତିକୁ ପ୍ରୋତ୍ସାହନରେ ତାଙ୍କର ଯୋଗଦାନକୁ ସମ୍ମାନ କରୁଛୁ ।

3. ପ୍ରଯୁକ୍ତି ପରିଚାଳିତ ଔଦ୍ୟୋଗୀକରଣ ଏବଂ ଅଭିବୃଦ୍ଧି ପରିପ୍ରେକ୍ଷୀରେ ବିକାଶ, ସମାବେଶୀତା ଏବଂ ଆପୋସ ସମୃଦ୍ଧି ପାଇଁ ଗୁରୁତ୍ୱାରୋପ କରାଯାଇ ଜୋହାନ୍ସବର୍ଗ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଆମେ ଦକ୍ଷିଣ ଆଫ୍ରିକାକୁ ପ୍ରଶଂସା କରୁଛୁ ।

4. ଆମେ, ସରକାର ଏବଂ ରାଷ୍ଟ୍ରର ମୁଖ୍ୟମାନେ ଗତ ଦଶବର୍ଷ ଧରି ବ୍ରିକ୍ସର ଉପଲବ୍ଧୀକୁ ସନ୍ତୋଷ ବ୍ୟକ୍ତ କରୁଛୁ । ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଗିଦାରୀ ଆଧାରିତ ବିକାଶ ଏବଂ ସମୃଦ୍ଧି ହାସଲ କରିବା ଲାଗି ବ୍ରିକ୍ସ ସହଯୋଗ ଏବଂ ଏହାକୁ ଆହୁରି ଆଗେଇ ନେବା ଲାଗି ବିଚାର ବିମର୍ଷ କରୁଛୁ ।

5. ଆପୋସ ସମ୍ମାନ, ସାର୍ବଭୌମ ସମାନତା, ଗଣତନ୍ତ୍ର, ସମାବେଶୀକରଣ ଏବଂ ସୁଦୃଢ଼ ସହଯୋଗ ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆମେ ନିୟମିତ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରୁଥିବାରୁ ଆମ ଲୋକମାନଙ୍କ କଲ୍ୟାଣ ପାଇଁ ଆମର ରଣନୈତିକ ଭାଗିଦାରୀକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ଆମର ପ୍ରତିବଦ୍ଧତାକୁ ଜାହିର କରୁଛୁ । ଶାନ୍ତିକୁ ପ୍ରୋତ୍ସାହନ, ସ୍ୱଚ୍ଛ ଅନ୍ତର୍ଜାତୀୟ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ଜରିଆରେ ଏବଂ ଅର୍ଥବ୍ୟବସ୍ଥା,ଶାନ୍ତି ଏବଂ ନିରାପତ୍ତା ତଥା ଜନ-ଜନ ସମ୍ପର୍କ କ୍ଷେତ୍ରରେ ତିନି ସ୍ତମ୍ଭ ବିଶିଷ୍ଟ ସହଯୋଗକୁ ସୁଦୃଢ଼ କରିବା ମାଧ୍ୟମରେ ଏହା କରାଯିବ ।

6.  ଏକ ଶାନ୍ତ ଏବଂ ସ୍ଥିର ବିଶ୍ୱର ନିର୍ମାଣ, ଏବଂ ମିଳିତ ଜାତି ସଂଘର କେନ୍ଦ୍ରୀୟ ଭୂମିକା ପ୍ରତି ସହଯୋଗ,ମିଳିତ ଜାତିସଂଘ ଘୋଷଣାପତ୍ରରେ ଉଲ୍ଲେଖ ଥିବା ଉଦ୍ଦେଶ୍ୟ ଏବଂ ନୀତି ଏବଂ ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ, ଗଣତନ୍ତ୍ରକୁ ପ୍ରୋତ୍ସାହନ ଏବଂ ଆଇନର ଶାସନ ପ୍ରତି ଆମେ ନିଜକୁ ପୁନଃସମର୍ପିତ କରୁଛୁ । ଆମେ ଆହୁରି ଅଧିକ ପ୍ରତିନିଧିମୂଳକ, ଗଣତାନ୍ତ୍ରିକ, ନ୍ୟାୟସଂଗତ, ସ୍ୱଚ୍ଛ ଏବଂ ଉଚିତ ଅନ୍ତର୍ଜାତୀୟ ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ପ୍ରତିଷ୍ଠା ଉଦ୍ଦେଶ୍ୟରେ ବହୁପକ୍ଷୀୟବାଦକୁ ବଜାୟ ରଖିବା ଏବଂ 2030 ନିରନ୍ତର ବିକାଶ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

7. ବହୁପକ୍ଷୀୟବାଦକୁ ସୁଦୃଢ଼ କରିବା ଏବଂ ଅନ୍ତର୍ଜାତୀୟ ସମ୍ପର୍କରେ ଆଇନର ଶାସନ, ଏବଂ ଏକ ସ୍ୱଚ୍ଛ,ଉଚିତ, ନ୍ୟାୟସଂଗତ, ଗଣତାନ୍ତ୍ରିକ ଏବଂ ପ୍ରତିନିଧିମୂଳକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରୋତ୍ସାହନ ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

8. ଅନ୍ତର୍ଜାତୀୟ ବ୍ୟାପାରରେ ମିଳିତ ଜାତିସଂଘର କେନ୍ଦ୍ରୀୟ ଭୂମିକା ଏବଂ ବହୁପକ୍ଷବାଦ(Multi-lateralism)କୁ ସମର୍ଥନ କରିବା ଲାଗି ଆମେ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଉଛୁ । ସ୍ୱଚ୍ଛ,ଉଚିତ ଏବଂ ନ୍ୟାୟସଂଗତ ଅନ୍ତର୍ଜାତୀୟ ବ୍ୟବସ୍ଥା ଯାହା ମିଳିତ ଜାତିସଂଘର ଘୋଷଣାପତ୍ରରେ ଉଲ୍ଲେଖ ରହିଛି, ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ, ଗଣତନ୍ତ୍ରକୁ ପ୍ରୋତ୍ସାହନ ଏବଂ ଅନ୍ତର୍ଜାତୀୟ ସମ୍ପର୍କରେ ଆଇନର ଶାସନ ଏବଂ ସାଧାରଣ ପାରମ୍ପରିକ ଏବଂ ଅଣପାରମ୍ପରିକ ନିରାପତ୍ତା  ଆହ୍ୱାନର ମୁକାବିଲା ପାଇଁ ମଧ୍ୟ ଆମ ନିଜକୁ ପୁନଃସମର୍ପିତ କରୁଛୁ ।

9. ଜୋହାନ୍ସବର୍ଗ ଶିଖର ସମ୍ମିଳନୀ ସମୟରେ ବର୍ଦ୍ଧିତ ବଜାର ଏବଂ ବିକାଶଶୀଳ ରାଷ୍ଟ୍ର (ଇଏମଡିସି)ଗୁଡ଼ିକ ସହ ଦ୍ୱିତୀୟ ବ୍ରିକ୍ସ ପ୍ଲସ ସହଯୋଗ ଏବଂ ବ୍ରିକ୍ସ-ଆଫ୍ରିକା ଲୋକସମ୍ପର୍କ ସମ୍ମିଳନୀଆୟୋଜନକୁ ଆମେ ସ୍ୱାଗତ କରୁଛୁ ।

10.  ମନ୍ତ୍ରୀସ୍ତରୀୟ ବୈଠକ ଯାହା ଆୟୋଜିତ ହୋଇସାରିଛି (ପରିଶିଷ୍ଟ-1)ର ଫଳାଫଳ ପ୍ରତି ଆମେ ସନ୍ତୋଷ ବ୍ୟକ୍ତ କରୁଛୁ ଏବଂ 2018 ବ୍ରିକ୍ସ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ଅଧୀନରେ ଆୟୋଜନ ହେବାକୁ ଥିବା ବୈଠକ ପ୍ରତି ଦୃଷ୍ଟି ରଖିଛୁ ।

II.ବହୁପକ୍ଷବାଦକୁ ସୁଦୃଢ଼ କରିବାବୈଶ୍ଵିକ ପ୍ରଶାସନରେ ସଂସ୍କାର ଏବଂ ସାଧାରଣ ଆହ୍ୱାନଗୁଡ଼ିକର ମୁକାବିଲା

11. ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା, ଜାଗତିକ ବିକାଶ ଏବଂ ମାନବାଧିକାରୀ ସୁରକ୍ଷା ଏବଂ ପ୍ରୋତ୍ସାହନ ବଜାୟ ରଖିବା ଲାଗି ଏକ ବହୁପକ୍ଷୀୟ ସଂଗଠନ ଭାବେ ମିଳିତ ଜାତିସଂଘରେ ରହିଥିବା ବ୍ୟବସ୍ଥା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

12. ମିଳିତ ଜାତିସଂଘ ଘୋଷଣା ପତ୍ରରେ ଉଲ୍ଲେଖ ରହିଥିବା ନୀତି ଏବଂ ଉଦ୍ଦେଶ୍ୟ ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା  ବଜାୟ ରଖିବା, ନିରନ୍ତର ବିକାଶ ଦିଗରେ ଆଗେଇବା ସହ ମାନବାଧିକାର ଏବଂ ମୌଳିକ ସ୍ୱାଧୀନତାର ସୁରକ୍ଷା ଏବଂ ପ୍ରୋତ୍ସାହନକୁ ସୁନିଶ୍ଚିତ କରିବା ଲାଗି ଉତ୍ତରଦାୟିତ୍ୱ ସହିତ ଏକ ବିଶ୍ୱସ୍ତରୀୟ ଆନ୍ତଃସରକାରୀ ସଂଗଠନ ଭାବେ ମିଳିତ ଜାତିସଂଘକୁ ସହଯୋଗ ଜାରି ରଖିବା ପ୍ରତି ମଧ୍ୟ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ ।

13. ବିଶ୍ୱ ପ୍ରଶାସନର ବହୁପକ୍ଷୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ଜାଗତିକ ଆହ୍ୱାନଗୁଡ଼ିକ ବ୍ୟାପକ ଭାବେ ମୁକାବିଲା କରିବା ଲାଗି ସେଗୁଡ଼ିକୁ ସକ୍ଷମ କରିବା ନିମନ୍ତେ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ।

14. ବ୍ୟାପକ ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟକୁ ସହଯୋଗରେ ଆଚଂଳିକ ପ୍ରୟାସର ଅନ୍ତର୍ନିହିତ ଶକ୍ତିକୁ ମଧ୍ୟ ଆମେ ବିବେଚନା କରୁଛୁ ।

15. ମିଳିତ ଜାତିସଂଘ ଘୋଷଣାପତ୍ରରେ ଉଲ୍ଲେଖ ରହିଥିବା ସାମଗ୍ରୀକ ମିଳିତ ନିରାପତ୍ତା ବ୍ୟବସ୍ଥାର କେନ୍ଦ୍ରୀୟତା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ମିଳିତ ଜାତିସଂଘ ଘୋଷଣାପତ୍ରକୁ ମୂଳରେ ରଖି ଅନ୍ତର୍ଜାତୀୟ ଆଇନ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା, ଯାହା ବହୁଧ୍ରୁବୀୟ ବ୍ୟବସ୍ଥାରେ ସହଯୋଗ ଏବଂ ସ୍ଥିରତାକୁ ପ୍ରୋତ୍ସାହନ ଦେଉଥିବ, ସେଥିପ୍ରତି ଆମେ ଗୁରୁତ୍ୱାରୋପ କରୁଛୁ । ମିଳିତ ଜାତିସଂଘ, ବିଶେଷ କରି ଶାନ୍ତି ଏବଂ ନିରାପତ୍ତା ପ୍ରସଙ୍ଗରେ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକର ଯଥେଷ୍ଟ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାର ଦୀର୍ଘ ଅପେକ୍ଷିତ କାର୍ଯ୍ୟ ସମ୍ପାଦନ ଲାଗି ଆମେ ଉଲ୍ଲେଖ କରୁଛୁ ।

16. ଆମେ ସମ୍ମୁଖୀନ ହେଉଥିବା ଅନ୍ତର୍ଜାତୀୟ ଆହ୍ୱାନ ଯାହା ସହଯୋଗୀ ପ୍ରୟାସ ଆବଶ୍ୟକ କରୁଛି, ଆମେ ଅଧିକ ସ୍ୱଚ୍ଛ, ଉଚିତ ଏବଂ ପ୍ରତିନିଧିମୂଳ ବହୁପକ୍ଷୀୟ ଅନ୍ତର୍ଜାତୀୟ ବ୍ୟବସ୍ଥା ଯାହା ମାନବଜଗତର ଲାଭ ପାଇଁ ଉଦ୍ଦିଷ୍ଟ ହୋଇଥିବ, ଯେଉଁଥିରେ ବଳପ୍ରୟୋଗ ଉପରେ କଟକଣା ରହିଥିବ ଏବଂ ଯେଉଁଥିରେ ମିଳିତ ଜାତିସଂଘର ଢାଂଚା ବାହାରେ ଏକଚାଟିଆ ବଳପ୍ରୟୋଗ ନଥିବ,ସେଥିପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆମେ ଶାନ୍ତି ଏବଂ ନିରାପତ୍ତାର ଅବିଭାଜ୍ୟ ପ୍ରକୃତି ପ୍ରତି ଗୁରୁତ୍ୱାରୋପ କରୁଛୁ ଏବଂ ଅନ୍ୟର ନିରାପତ୍ତାକୁ ବିପନ୍ନ କରି କୌଣସି ଦେଶର ନିରାପତ୍ତାବୃଦ୍ଧିକୁ ଆମେ ବିରୋଧ କରୁଛୁ ।

17. 2005 ବିଶ୍ୱ ଶିଖର ସମ୍ମିଳନୀର ଫଳାଫଳକୁ ସ୍ମରଣ କରାଇ ଆମେ ମିଳିତ ଜାତିସଂଘର ବିସ୍ତୃତ ସଂସ୍କାର ପ୍ରତି ଗୁରୁତ୍ୱାରୋପ କରୁଛୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣି ଏହାକୁ ଆହୁରି ପ୍ରତିନିଧିମୂଳକ,  ପ୍ରଭାବୀ ଏବଂ ଦକ୍ଷ କରିବା ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିତ୍ୱ ବୃଦ୍ଧି କରିବା ଯାହାଦ୍ୱାରା ଏହା ଭଲ ଭାବେ ବିଶ୍ୱ ଆହ୍ୱାନର ମୁକାବିଲା ସକ୍ଷମ ହେବ ସେଥିପ୍ରତି ଆମେ ପ୍ରୟାସ ଜାରି ରଖିବୁ । ଅନ୍ତର୍ଜାତୀୟ ବ୍ୟାପାରରେ ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଭୂମିକା ଏବଂ ମିଳିତ ଜାତିସଂଘରେ ବଡ଼ ଭୂମିକା ତୁଲାଇବା ଲାଗି ସେମାନଙ୍କ ଆଶା ପୂରଣ କରିବା କ୍ଷେତ୍ରରେ ଚୀନ ଏବଂ ରୁଷ ସେମାନଙ୍କ ଭୂମିକା ତୁଲାଇବା ପାଇଁ ଦୋହରାଇଥିଲେ ।

18. ଏହାର ସଂଶୋଧନକୁ କାର୍ଯ୍ୟ କରିବା ଲାଗି ମିଳିତ ଜାତିସଂଘକୁ ଆହୁରି ଦକ୍ଷ ଏବଂ ପ୍ରଭାବ କରିବା ଉଦ୍ଦେଶ୍ୟରେ ନିରନ୍ତର ପ୍ରୟାସର ଗୁରୁତ୍ୱ ଉପରେ ଆମେ ରେଖାପାତ କରୁଛୁ । ପ୍ରଶାସନ ଏବଂ ବଜେଟ,  ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ର ପରିଚାଳିତ ପ୍ରକୃତିର ସଂରକ୍ଷଣ ଏବଂ ସଂଗଠନର ଉତ୍ତମ ଅନୁଧ୍ୟାନ ଏବଂ ଦୃଢ଼ତା ସୁନିଶ୍ଚିତ କରିବା ସହିତ ଆହୁରି ଭଲ ଭାବେ  ମିଳିତ ଜାତିସଂଘକୁ  ସମ୍ବଳଯୁକ୍ତ କରିବା ଲାଗି ଆମେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆହୁରି ସହଯୋଗକୁ ପ୍ରୋତ୍ସାହିତ କରୁଛୁ ।

19. ବହୁପକ୍ଷୀୟ ଅଭିଯାନଗୁଡ଼ିକ ମଧ୍ୟରେ ନିୟମିତ ସମ୍ପର୍କ ଜରିଆରେ ଆପୋସ ସ୍ୱାର୍ଥ କ୍ଷେତ୍ରରେ ବ୍ରିକ୍ସ ସଦସ୍ୟମାନେ ନିରନ୍ତର ସହଯୋଗ ପାଇଁ ଆମେ ଆମର ସହାୟତାକୁ ସମର୍ଥନ କରୁଛୁ ।

20. 2030 ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣର ଅନ୍ତିମ ଲକ୍ଷ୍ୟ ଦିଗରେ, ଏକ ସନ୍ତୁଳିତ ଏବଂ ଏକୀକୃତ ଢଙ୍ଗରେ, ଏହାର ତିନୋଟି ପର୍ଯ୍ୟାୟ- ଅର୍ଥନୈତିକ, ସାମାଜିକ ଏବଂ ପରିବେଶର ନ୍ୟାୟସଂଗତ,ସମ୍ମିଳିତ, ମୁକ୍ତ, ସାମଗ୍ରୀକ ନବସୃଜନ ପରିଚାଳିତ ଏବଂ ନିରନ୍ତର ବିକାଶ ଯୋଗାଇ ଦେବା ଲାଗି 2030 ନିରନ୍ତର ବିକାଶ ଏଜେଣ୍ଡା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) କାର୍ଯ୍ୟକାରୀ କରିବା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । 2030 ଏଜେଣ୍ଡାର ବିଶ୍ୱସ୍ତରୀୟ କାର୍ଯ୍ୟକାରୀତାରେ ସମନ୍ୱୟ ଏବଂ ସମୀକ୍ଷା, 2030 ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାମର୍ଥ୍ୟବୃଦ୍ଧିରେ ସହାୟତାକୁ ଲକ୍ଷ୍ୟରେ ରଖି ମିଳିତ ଜାତିସଂଘ ବିକାଶ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ନିରନ୍ତର ବିକାଶ ଉପରେ ଉଚ୍ଚସ୍ତରୀୟ ରାଜନୈତିକ ଲକ୍ଷ୍ୟ (ଏଚଏଲପିଏଫ) ସମେତ  ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି ଆମେ ଆମର ସହାୟତା ଘୋଷଣା କରୁଛୁ । 2030 ଅଧିକୃତ ବିକାଶ ସହାୟତା (ଓଡିଏ)କୁ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଧାରିତ ସମୟରେ ପ୍ରଦାନ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଅତିରିକ୍ତ ବିକାଶ ସମ୍ବଳ ଯୋଗାଇ ଦେବା ଲାଗି ଆମେ ବିକଶିତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ ।

21. ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ, ପ୍ୟାରିସ ଚୁକ୍ତି ଅଧୀନରେ କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରିବା କ୍ଷେତ୍ରରେ ଅଗ୍ରଗତିକୁ ଆମେ ସ୍ୱାଗତ କରୁଛୁ । ଡିସେମ୍ବର 2018ରେ ପୋଲାଣ୍ଡା କାଟୋୱାଇସ ଠାରେ ଅନୁଷ୍ଠିତ ହେବାକୁ ଥିବା 24ତମ ପକ୍ଷ ସମ୍ମିଳନୀ (ସିଓପି24) ଦିଗରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମିଳିତ ଜାତିସଂଘ ଢାଂଚା ସମ୍ମେଳନ (ୟୁଏନଏଫସିସିସି)ରେ ସଂକ୍ରାନ୍ତ ଆଲୋଚନାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଅନ୍ୟ ପକ୍ଷଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଇଚ୍ଛା ଜାହିର କରୁଛୁ । ସାଧାରଣ କିନ୍ତୁ ଭିନ୍ନ ଉତ୍ତରଦାୟିତ୍ୱ ଏବଂ ନିଜସ୍ୱ ସାମର୍ଥ୍ୟର ନୀତି ସମେତ ୟୁଏନଏଫସିସିସିର ନୀତି ଅଧୀନରେ ପ୍ୟାରିସ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟକାରୀତା ଲାଗି ଆମେ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ ।ଏଥିସହିତ ଲଘୁକରଣ ଏବଂ ଉପଯୋଗୀକରଣରେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଲାଗି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ, ବୈଷୟିକ ଏବଂ ସାମର୍ଥ୍ୟ ନିର୍ମାଣ କ୍ଷେତ୍ରରେ ସହାୟତା ଲାଗି ଆମେ ବିକଶିତ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ ।

22. ଶକ୍ତି, ବିଶେଷ କରି ବିଶ୍ୱ ନିରନ୍ତର ବିକାଶ ଏଜେଣ୍ଡାକୁ ସମର୍ଥନ କରୁଥିବା ପରିବେଶ ଅନୁକୂଳ ନିରନ୍ତର ଶକ୍ତି ବ୍ୟବସ୍ଥାକୁ ପରିବର୍ତ୍ତନ, ସନ୍ତୁଳିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆମ ନାଗରିକମାନଙ୍କ ସମ୍ମିଳିତ ସାମାଜିକ-ଅର୍ଥନୈତିକ କଲ୍ୟାଣ ପାଇଁ ଆମେ ବ୍ରିକ୍ସ ସହଯୋଗକୁ ସୁଦୃଢ଼ କରିବା ଲାଗି ଆମେ ପଦକ୍ଷେପ ନେବୁ । ସାମଗ୍ରୀକ ଶକ୍ତି ଉପଲବ୍ଧତା, ଶକ୍ତି ନିରାପତ୍ତା, ଶକ୍ତି ସୁଲଭତା, ପ୍ରଦୂଷଣ ହ୍ରାସ ଏବଂ ପରିବେଶ ସଂରକ୍ଷଣ ପାଇଁ ଆମେ ପ୍ରୟାସ ଜାରି ରଖିବୁ । ଆମେ ଦୋହରାଉଛୁ ଯେ ନବୀକରଣଯୋଗ୍ୟ ଏବଂ ସ୍ୱଳ୍ପ ଅଙ୍ଗାରକାମ୍ଳ ବିଶିଷ୍ଟ ଶକ୍ତି ଉତ୍ସ ସମେତ ଶକ୍ତି ଯୋଗାଣ ଉତ୍ସର ବିବିଧକରଣ, ଶକ୍ତି ଏବଂ ଶକ୍ତି ଭିତ୍ତିଭୂମି କ୍ଷେତ୍ରରେ ନିବେଶ, ଶକ୍ତି ଶିଳ୍ପ ଏବଂ ବଜାର ବିକାଶ ଏବଂ ପ୍ରାଥମିକ ଶକ୍ତି ଉତ୍ସର ଉପଯୋଗ ପାଇଁ ଆନ୍ତଃ ବ୍ରିକ୍ସ ସହଯୋଗ ଆମର ଶକ୍ତି ନିରାପତ୍ତା  ପାଇଁ ଜାରି ରହିବ । ପରିବହନ, ଉତ୍ତାପନ ଏବଂ ଶିଳ୍ପ ବ୍ୟବହାର ପାଇଁ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତାକୁ ଆମେ ବିବେଚନା କରୁଛୁ ।

23. ଶକ୍ତି ଦକ୍ଷତାର ଗୁରୁତ୍ୱକୁ ଆମେ ଉପଲବ୍ଧୀ କରୁଛୁ ଏବଂ ଶକ୍ତି ନିରାପତ୍ତା , ଔଦ୍ୟୋଗିକ ପ୍ରତିଦ୍ୱନ୍ଦ୍ୱିତା, ପ୍ରଦୂଷଣ ହ୍ରାସ, ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଆରମ୍ଭ କରାଯିବା ପରେ ଅନ୍ୟ କ୍ଷେତ୍ରରେ ଏହାର ଯୋଗଦାନକୁ ଦୃଷ୍ଟିରେ ରଖି ଏକ ଶକ୍ତି କୁଶଳ ଜୀବନଶୈଳୀକୁ ଲୋକପ୍ରିୟ କରାଇବା ପାଇଁ ଆଗ୍ରହ ପ୍ରକାଶ କରୁଛୁ ।

24. ବ୍ରିକ୍ସ ଶକ୍ତି ଗବେଷଣା ସହଯୋଗ ମଞ୍ଚ ପ୍ରତିଷ୍ଠା କରିବା ଏବଂ ଏହାର ସନ୍ଦର୍ଭ ସର୍ତ୍ତ ବିକଶିତ କରିବା ଏବଂ ଏହି ଉଦ୍ଦେଶ୍ୟରେ ଜାରି ରହିଥିବା ଆଲୋଚନାକୁ ଉଲ୍ଲେଖ କରିବା ଲାଗି ବ୍ରିକ୍ସ ଶକ୍ତି ମନ୍ତ୍ରୀମାନେ ସହମତ ହେବାକୁ ଆମେ ସ୍ୱାଗତ କରୁଛୁ ।

25. 2016ରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ବ୍ରିକ୍ସ କୃଷି ଗବେଷଣା ମଞ୍ଚ (ଏଆରପି) ପ୍ରତିଷ୍ଠା ଲାଗି ସହାୟତା କରିବା ଏବଂ ସମର୍ଥନ ଯୋଗାଇ ଦେବାକୁ ଆମେ ଘୋଷଣା କରୁଛୁ । ବିଶ୍ୱ ନିରନ୍ତରତା ଏବଂ ପ୍ରତିଦ୍ୱନ୍ଦ୍ୱିତାରେ ଗବେଷଣା, ବିକାଶ ଏବଂ ଉଦ୍ଭାବନର ମୌଳିକ ଗୁରୁତ୍ୱକୁ ଆମେ ଉପଲବ୍ଧୀ କରିଛୁ । ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ସାମଗ୍ରୀକ କୃଷି ଏବଂ ଖାଦ୍ୟ ପ୍ରଣାଳୀର ନମନୀୟତା ବୃଦ୍ଧି ଲାଗି ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ କୃଷି ଗବେଷଣା ସହଯୋଗ ନେଟୱାର୍କକୁ ସୁଦୃଢ଼ କରିବା ଲାଗି ଆମେ ପ୍ରୟାସ କରିବୁ । ଏଆରପିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅନୁକରଣ କରିବାର ଆବଶ୍ୟକତାକୁ ଆମେ ବିବେଚନା କରୁଛୁ । କୃଷି ଗବେଷଣା ମଞ୍ଚ ପରିଧି ମଧ୍ୟରେ ଆନ୍ତଃ-ବ୍ରିକ୍ସ ସହଯୋଗକୁ ତ୍ୱରାନ୍ୱିତ କରିବା ଏବଂ ମୂଳ କୃଷି ସୂଚନା ବିନିମୟ ବ୍ୟବସ୍ଥା (ବିଏଆଇଇଏସ)  ପ୍ରତି ଆମେ ସମର୍ପିତ  ।

26.“ନିରନ୍ତର ଉପଯୋଗ ଏବଂ ଉତ୍ପାଦନ (ଏସସିପି) ପରିପ୍ରେକ୍ଷୀରେ ପ୍ରସାରିତ ଅର୍ଥବ୍ୟବସ୍ଥା ଉପରେ ବ୍ରିକ୍ସ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା” ବିଷୟବସ୍ତୁ ଉପରେ ଆୟୋଜିତ ଚତୁର୍ଥ ବ୍ରିକ୍ସ ପରିବେଶ ମନ୍ତ୍ରୀମାନଙ୍କ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ । ଆମେ ଉଲ୍ଲେଖ କରୁଛୁ ସେ ପ୍ରସାରିତ ଅର୍ଥବ୍ୟବସ୍ଥା ଆଭିମୁଖ୍ୟରେ ବର୍ଜ୍ୟ ହ୍ରାସ କରିବା, ଅଧିକ ପରିବେଶ ଅନୁକୂଳ ପ୍ରକ୍ରିୟା ଅବଲମ୍ବନ କରିବା ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଲାଗି ଆମ ଅର୍ଥବ୍ୟବସ୍ଥାକୁ ଆହୁରି ବିବିଧ କରିବା ଲାଗି ସୁଯୋଗ ରହିଛି ।

27. ପରିବେଶ ଅନୁକୂଳ ପ୍ରଯୁକ୍ତି ବ୍ୟବସ୍ଥାର କାର୍ଯ୍ୟକାରୀତା, ସ୍ୱଚ୍ଛ ନଦୀ ଅମ୍ବ୍ରେଲା କାର୍ଯ୍ୟକ୍ରମ ଏବଂ ସହରାଚଂଳ ପରିବେଶ ନିରନ୍ତରତା ଉପକ୍ରମ ପାଇଁ ଭାଗିଦାରୀ ସମେତ ବ୍ରିକ୍ସ ପରିବେଶ ମନ୍ତ୍ରୀମାନଙ୍କର କ୍ରମାଗତ ବୈଠକର ଫଳାଫଳକୁ ଆମେ ବିବେଚନା କରୁଛୁ । ବ୍ରିକ୍ସ ପରିବେଶ ଅନୁକୂଳ ପ୍ରଯୁକ୍ତି (ବେଷ୍ଟ) ସହଯୋଗ ମଞ୍ଚ ପ୍ରତିଷ୍ଠା କ୍ଷେତ୍ରରେ ଅଗ୍ରଗତିକୁ ସ୍ୱାଗତ କରାଯାଉଛି, ଯାହା ବାସ୍ତବ ଏବଂ ଫଳାଫଳ ଆଧାରିତ ଉଦ୍ଦେଶ୍ୟରେ ହୋଇଛି । ଏଥିରେ ଅଂଶୀଦାର, ବିଜ୍ଞାନ ସଂଗଠନ,ନାଗରିକ ସମାଜ, ଘରୋଇ କ୍ଷେତ୍ର ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇଛି ।

28. ଏକ ଏକୀକୃତ ମାର୍ଗରେ ନିରନ୍ତର ବିକାଶ ଆଧାରରେ ଜଳ କ୍ଷେତ୍ରରେ ସହଯୋଗ ପାଇଁ ପ୍ରତିବଦ୍ଧତାକୁ ଆମେ ସ୍ୱାଗତ କରୁଛୁ । ଏହା ଜଳ ଉପଲବ୍ଧତା, ବନ୍ୟା ସୁରକ୍ଷା, ମରୁଡ଼ି ପରିଚାଳନା, ଜଳ ଯୋଗାଣ ଏବଂ ପରିମଳ, ଜଳ ଏବଂ ଜଳବାୟୁ, ଜଳ ପ୍ରଦୂଷଣର ନିରାକରଣ ଏବଂ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥିତ ସୁବିଧା, ନଦୀ ଏବଂ ହ୍ରଦ ଜୈବବ୍ୟବସ୍ଥାର ପୁନରୁଦ୍ଧାର ଏବଂ ସଂରକ୍ଷଣ, ପରିବେଶ ସଂରକ୍ଷଣ ଏବଂ ଜଳ ସମ୍ପଦ ପରିଚାଳନା ଆଦି ମାମଲାଗୁଡ଼ିକ ପ୍ରତି ଧ୍ୟାନ ଦେବ ।

29. ବଫାଲୋ ସିଟିରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ପରିଚାଳନା ମୁଖ୍ୟମାନଙ୍କ ବୈଠକ ଯେଉଁଠି 2018-20 କାର୍ଯ୍ୟ ଯୋଜନା ପ୍ରଣୟନ କରାଯାଇଥିଲା ଏବଂ ଏହି କ୍ଷେତ୍ରରେ ଆମର ସହଯୋଗକୁ ବୃଦ୍ଧି କରିବା ଲାଗି ବ୍ରିକ୍ସ ଯୁଗ୍ମ ଟାସ୍କ ଫୋର୍ସର ପ୍ରଥମ ବୈଠକକୁ ଆମେ ସମ୍ମାନ କରୁଛୁ ।

30. ଜୈବ ବିବିଧତାର ସଂରକ୍ଷଣ, ନିରନ୍ତର ଉପଯୋଗ ଏବଂ ନ୍ୟାୟସଂଗତ ଗ୍ରହଣୀୟତା ଏବଂ ଜୈବିକ ସମ୍ପଦର ଲାଭ ବାଣ୍ଟିବା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ସହଭାଗୀତାର ଉଦ୍ଦେଶ୍ୟକୁ ବଢ଼ାଇବା ପାଇଁ ଆମେ ଦୋହରାଉଛୁ । ବିଲୁପ୍ତପ୍ରାୟ ପ୍ରାଣୀଙ୍କ ଉପରେ ଏବଂ ଆମର ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସମେତ ଜୈବ ବିବିଧତା ସମ୍ପର୍କିତ ଅନ୍ତର୍ଜାତୀୟ ମଞ୍ଚ ଏବଂ ସମ୍ମିଳନୀରେ ସହଯୋଗ ପାଇଁ ଆମେ ଆମର ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବା ଲାଗି ସହମତ ହେଉଛୁ ।

31. ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାମୁଦ୍ରିକ ଅର୍ଥବ୍ୟବସ୍ଥାକୁ ଆଗକୁ ନେବା ଲାଗି ସହଯୋଗ ଏବଂ ସହଭାଗୀତାର ବ୍ୟାପକ ସମ୍ଭାବନାକୁ ଆମେ ବିବେଚନା କରୁଛୁ । ଏଥିରେ ବ୍ୟାପକ କ୍ଷେତ୍ର ଯଥା ସାମୁଦ୍ରିକ ବାଣିଜ୍ୟ, ଜାହାଜ ନିର୍ମାଣ, ସମୁଦ୍ର ଗର୍ଭରୁ ତୈଳ ସନ୍ଧାନ, ଜଳକୃଷି(Aquaculture), ବନ୍ଦର ବିକାଶ, ଗବେଷଣା ଏବଂ ପ୍ରଯୁକ୍ତି, ସଂରକ୍ଷଣ ଏବଂ ସାମୁଦ୍ରିକ ସମ୍ବଳର ନିରନ୍ତର ଉପଯୋଗ ଏବଂ ଉପକୂଳ ପର୍ଯ୍ୟଟନ, ଆର୍ଥିକ ଏବଂ ବୀମା ସେବା ସହିତ ଉପକୂଳ ଔଦ୍ୟୋଗିକ ଅଂଚଳ ବିକାଶ ଆଦି ରହିଛି ।

32. 2014ରେ ଜନସଂଖ୍ୟା ପାଇଁ ଉତ୍ତରଦାୟୀ ମନ୍ତ୍ରୀମାନଙ୍କ ସହମତି କ୍ରମେ 2015-2020 ଜନସଂଖ୍ୟା ବ୍ୟାପାରରେ ବ୍ରିକ୍ସ ସହଯୋଗ ଏଜେଣ୍ଡାର କାର୍ଯ୍ୟକାରୀତା ଜାରି ରଖିବା ପ୍ରତି ଆମେ ପ୍ରତିବଦ୍ଧ ରହିଛୁ । କାରଣ ବ୍ରିକ୍ସ ଦେଶଗୁଡ଼ିକରେ ଜନସଂଖ୍ୟା ବୟସ ଢାଂଚାର ଗତିବିଧି ନିରନ୍ତର ଭାବେ ପରିବର୍ତ୍ତିତ ହୋଇଚାଲିଛି । ବିଶେଷ କରି ଲିଙ୍ଗଗତ ସମାନତା ଏବଂ ମହିଳାମାନଙ୍କ ଅଧିକାର,ଯୁବ ବିକାଶ, ନିଯୁକ୍ତି ଏବଂ ଭବିଷ୍ୟତର କାର୍ଯ୍ୟ, ସହରୀକରଣ, ସ୍ଥାନାନ୍ତର ଏବଂ ବୟସାଧିକ୍ୟ ଆଦି କ୍ଷେତ୍ରରେ ଏହା ଆହ୍ୱାନ ଏବଂ ସମ୍ଭାବନା ସୃଷ୍ଟି କରୁଛି ।

33. କେତେକ ବ୍ରିକ୍ସ ଦେଶ ସମେତ ଅନ୍ୟ ସ୍ଥାନରେ ହେଉଥିବା ନିୟମିତ ଆତଙ୍କବାଦୀ ଆକ୍ରମଣକୁ ଆମେ ଚିନ୍ତିତ । ଯେଉଁଠାରେ ଏବଂ ଯେଉଁସ୍ଥାନରେ ହେଉ ପଛେ ସବୁ ସ୍ୱରୂପରେ ଏବଂ ଆକାରରେ ଆତଙ୍କବାଦର ଆମେ ନିନ୍ଦା କରୁଛୁ । ଦୃଢ଼ ଅନ୍ତର୍ଜାତୀୟ ଆଇନ ଆଧାରରେ ମିଳିତ ଜାତିସଂଘ ଅଧୀନରେ ନିରନ୍ତର ଆତଙ୍କବାଦ ନିରୋଧୀ ପ୍ରୟାସ ପାଇଁ ଆମେ ଆହ୍ୱାନ କରୁଛୁ । ଆତଙ୍କବାଦ ବିରୋଧରେ ଏକ ବିସ୍ତୃତ ଆଭିମୁଖ୍ୟ ଜରୁରୀ ବୋଲି ଆମେ ଆମର ମତ ବ୍ୟକ୍ତ କରୁଛୁ । ସେମାନଙ୍କ କ୍ଷେତ୍ରରୁ ଆତଙ୍କବାଦୀ ନେଟୱାର୍କ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ଅର୍ଥଯୋଗାଣ ବନ୍ଦ କରିବା ଲାଗି ସବୁ ରାଷ୍ଟ୍ର ଉତ୍ତରଦାୟୀ ହେବା ଉଚିତ ବୋଲି ଆମର ଆହ୍ୱାନ ।

34. ଉପଯୁକ୍ତ ବ୍ୟାପକ ଅନ୍ତର୍ଜାତୀୟ ଆତଙ୍କବାଦ ନିରୋଧୀ ମେଣ୍ଟ ପ୍ରତିଷ୍ଠା ଲାଗି ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରୁଛୁ, ଯେଉଁଥିରେ ମିଳିତ ଜାତିସଂଘର କେନ୍ଦ୍ରୀୟ ସହଯୋଗୀ ଭୂମିକା ରହିଥିବ । ମିଳିତ ଜାତିସଂଘର ଘୋଷଣାପତ୍ର ସମେତ ଅନ୍ତର୍ଜାତୀୟ ଆଇନ, ଅନ୍ତର୍ଜାତୀୟ ଶରଣାର୍ଥୀ ଏବଂ ମାନବୀୟ ଆଇନ, ମାନବାଧିକାର ଏବଂ ମୌଳିକ ସ୍ୱାଧୀନତା ଆଧାରରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବା ଉଚିତ ବୋଲି ଆମେ ଗୁରୁତ୍ୱାରୋପ କରୁଛୁ । ମିଳିତ ଜାତିସଂଘ ସଂଗଠନଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ, ଆତଙ୍କବାଦୀ ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ମାନ୍ୟତା ଦେବା ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବୈଷୟିକ ସହାୟତା ସମେତ ମିଳିତ ଜାତି ସଂଘ ଆତଙ୍କବାଦ ନିରୋଧୀ ଢାଂଚାର ପ୍ରଭାବ ବୃଦ୍ଧି କରିବା ପାଇଁ ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦ ବିସ୍ତୃତ ସମ୍ମିଳନୀ (ସିସିଆଇଟି)କୁ ଚୂଡ଼ାନ୍ତ ଏବଂ ପ୍ରଣୟନ କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଆମେ ଆହ୍ୱାନ କରୁଛୁ ।

35. ରାସାୟନିକ ଏବଂ ଜୈବିକ ଆତଙ୍କବାଦର ବିପଦର ମୁକାବିଲା କରିବା ଲାଗି, ନିରସ୍ତ୍ରୀକରଣ ସମ୍ମିଳନୀରେ ତଥା ରାସାୟନିକ ଏବଂ ଜୈବିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ ପାଇଁ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ବହୁପକ୍ଷୀୟ ଆଲୋଚନା ଆରମ୍ଭ କରିବାର ଆବଶ୍ୟକତା ପ୍ରତି ଆମେ ସହଯୋଗ ଏବଂ ଗୁରୁତ୍ୱାରୋପ କରୁଛୁ ।

36. ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା, ଆୟୋଜନ କରୁଥିବା ଏବଂ ଏହାକୁ ସମର୍ଥନ ଦେଉଥିବା ଲୋକମାନେ ଉତ୍ତରଦାୟୀ ହେବା ଆବଶ୍ୟକ । ଆତଙ୍କବାଦ ନିରୋଧ ଲାଗି ଏକ ବିସ୍ତୃତ ଆଭିମୁଖ୍ୟ ପୋଷଣ କରିବା ଲାଗି ଆମେ ସବୁ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରୁଛୁ । ଏହି ଆଭିମୁଖ୍ୟ ମଧ୍ୟରେ ଉଗ୍ରବାଦର ମୁକାବିଲା, ଆତଙ୍କବାଦୀଙ୍କ ଭର୍ତ୍ତି, ବିଦେଶ ଆତଙ୍କବାଦୀଙ୍କ ଭ୍ରମଣ, ଆତଙ୍କବାଦକୁ ପାଣ୍ଠି ଏବଂ ସମ୍ବଳ ଯୋଗାଣର ମାଧ୍ୟମ ଉପରେ ଅଂକୁଶ ଲଗାଇବା,ଉଦାହରଣ ସ୍ୱରୂପ ବେଆଇନ ଅର୍ଥକାରବାର ଜରିଆରେ ସଂଗଠିତ ଅପରାଧ ମାଧ୍ୟମରେ, ଅସ୍ତ୍ରଶସ୍ତ୍ର ଯୋଗାଣ, ନିଶାଦ୍ରବ୍ୟ କାରବାର ଏବଂ ଅନ୍ୟ ଅପରାଧିକ କାର୍ଯ୍ୟକଳାପ, ଆତଙ୍କବାଦୀ ଗଡ଼କୁ ନିଷ୍କ୍ରିୟ କରିବା ଏବଂ ସଦ୍ୟ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା (ଆଇସିଟି)ଗୁଡ଼ିକର ଅପବ୍ୟବହାର ଜରିଆରେ ଇଂଟରନେଟର ଅପବ୍ୟବହାର ରୋକିବାର ମୁକାବିଲା ଆଦି ରହିବା ଆବଶ୍ୟକ ।

37. ଆଇସିଟିର ବ୍ୟବହାରରେ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ମିଳିତ ଜାତିସଂଘର ନିୟମ, ସର୍ତ ଏବଂ ନୀତି ଆଧାରରେ ରାଷ୍ଟ୍ରଗୁଡ଼ିକ ଉତ୍ତରଦାୟୀ ଢଙ୍ଗରେ ବ୍ୟବହାର କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ।

38. ବିଶେଷ କରି ଚତୁର୍ଥ ଶିଳ୍ପ ବିପ୍ଳବ ପରିପ୍ରେକ୍ଷୀରେ, ଆଇସିଟିର ପ୍ରଗତି ଦ୍ୱାରା ପ୍ରାପ୍ତ ହେଉଥିବା ଲାଭ ଏବଂ ନୂତନ ସମ୍ଭାବନା ଅନସ୍ୱୀକାର୍ଯ୍ୟ ବୋଲି ଆମେ ଗ୍ରହଣ କରୁଛୁ । ତେବେ, ଏହି ପ୍ରଗତି ମଧ୍ୟ ନୂତନ ଆହ୍ୱାନ ଏବଂ ବିପଦ ସୃଷ୍ଟି କରୁଛି ଯେପରିକି ଅପରାଧୀକ କାର୍ଯ୍ୟକଳାପ ପାଇଁ ଆଇସିଟିର ଦୂରୁପଯୋଗ, ରାଷ୍ଟ୍ର ଏବଂ ଅଣ ରାଷ୍ଟ ସଂସ୍ଥାଗୁଡ଼ିକ ଦ୍ୱାରା ଆଇସିଟିର ବର୍ଦ୍ଧିତ ଦୂରୁପଯୋଗ ଆଦି । ଏ ପରିପ୍ରେକ୍ଷୀରେ ଆତଙ୍କବାଦ ଏବଂ ଅପରାଧ ଉଦ୍ଦେଶ୍ୟରେ ଆଇସିଟିର ବ୍ୟବହାର ବିରୋଧରେ ଅନ୍ତର୍ଜାତୀୟ ସହଯୋଗ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ଆଇସିଟିଗୁଡ଼ିକର ଅପରାଧୀକ ବ୍ୟବହାର ରୋକିବା ଲାଗି ମିଳିତ ଜାତିସଂଘ ଅଧୀନରେ ଏକ ସାମଗ୍ରୀକ ବାଧ୍ୟତାମୂଳକ ନିୟାମକ ବ୍ୟବସ୍ଥା ବିକଶିତ କରିବା ଲାଗି ଆମେ ଆହ୍ୱାନ କରୁଛୁ । ଆଇସିଟିର ଉପଯୋଗ ଏବଂ ଅନ୍ୟ ଆପୋସ ସହମତ ବ୍ୟବସ୍ଥାରେ  ନିରାପତ୍ତା  ସୁନିଶ୍ଚିତ କରିବା ପାଇଁ ବ୍ରିକ୍ସ ସହଯୋଗର ବାସ୍ତବ କାର୍ଯ୍ୟଖସଡ଼ା ଅନୁଯାୟୀ ସହଯୋଗକୁ ପ୍ରୋତ୍ସାହନ ଦିଗରେ ହୋଇଥିବା ପ୍ରଗତିକୁ ନେଇ ଆମେ ସନ୍ତୋଷ ବ୍ୟକ୍ତ କରୁଛୁ । ଆଇସିଟିର ବ୍ୟବହାରରେ ନିରାପତ୍ତା  ସୁନିଶ୍ଚିତ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗର ଢାଂଚା ପ୍ରତିଷ୍ଠା କରିବାର ଗୁରୁତ୍ୱକୁ ମଧ୍ୟ ଆମେ ଉପଲବ୍ଧୀ କରିଛୁ । ଏହି ପରିପ୍ରେକ୍ଷୀରେ, ଏହି ପ୍ରସଙ୍ଗରେ ସହଯୋଗ ପାଇଁ ବ୍ରିକ୍ସ ଆନ୍ତଃସରକାରୀ ଚୁକ୍ତିର ବିବେଚନା ଏବଂ ବିସ୍ତାର ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ କାର୍ଯ୍ୟ କରିବେ ।

III. ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ବ୍ରିକ୍ସ ସହଯୋଗକୁ ସୁଦୃଢ଼ ଏବଂ ମଜଭୂତ କରିବା

39. ରାଜନୈତିକ ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ମିଳିତ ପ୍ରୟାସ ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରାଥମିକ ଉତ୍ତରଦାୟିତ୍ୱ ତୁଲାଇବାର ଭୂମିକାକୁ ଆମେ ବିବେଚନା କରୁଛୁ ।

40. ମଧ୍ୟପ୍ରାଚ୍ୟ ଅଂଚଳରେ ପ୍ରଚଳିତ ବିବାଦ ଏବଂ ବୃଦ୍ଧି ପାଉଥିବା ଉତ୍ତେଜନା ପ୍ରତି ଆମେ ଉଦବେଗ ପ୍ରକାଶ କରୁଛୁ । କୌଣସି ପ୍ରକାର ବିବାଦରେ ବାହ୍ୟ ହସ୍ତକ୍ଷେପ ଏବଂ ବେଆଇନ ବଳପ୍ରୟୋଗର କୌଣସି ସ୍ଥାନ ନାହିଁ ବୋଲି ଆମର ମତ । ଶେଷରେ, ଦୀର୍ଘସ୍ଥାୟୀ ଶାନ୍ତି କେବଳ ସ୍ୱାଧୀନତା, କ୍ଷେତ୍ରୀୟ ଅଖଣ୍ଡତା ଏବଂ ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱକୁ ଉପଯୁକ୍ତ ସମ୍ମାନ ଦେଇ ବିସ୍ତୃତ ଆଧାରିତ,ସାମଗ୍ରୀକ ଜାତୀୟ ଆଲୋଚନା ମାଧ୍ୟମରେ ପ୍ରତିଷ୍ଠା ହୋଇପାରିବ । ଆମେ ସହମତ ହୋଇଛୁ ଯେ ଏହି କ୍ଷେତ୍ରର ପ୍ରତ୍ୟେକ ରାଷ୍ଟ୍ର, ବିଶେଷ କରି ଇସ୍ରାଏଲ-ପାଲେଷ୍ଟାଇନ ପରିସ୍ଥିତିରେ ନାଗରିକମାନଙ୍କ ଗଣତାନ୍ତ୍ରିକ, ରାଜନୈତିକ, ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ଅଧିକାର ଏବଂ ମୌଳିକ ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାର ବୈଧ ଆଶାଆକାଂକ୍ଷା ରହିଛି ।

41. ଆମେ ସହମତ ହୋଇଛୁ ଯେ ମଧ୍ୟପ୍ରାଚ୍ୟ କିମ୍ବା ଉତ୍ତର ଆଫ୍ରିକାରେ ଦେଖାଦେଇଥିବା ବିବାଦ,ବିଶେଷ କରି ପାଲେଷ୍ଟାଇନ-ଇସ୍ରାଏଲ ବିବାଦର ଦୀର୍ଘସ୍ଥାୟୀ ବିବାଦ ସମାଧାନ ପ୍ରକ୍ରିୟାରେ ବିଳମ୍ବ କରାଯିବା ଉଚିତ ନୁହେଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା ଲାଗି ମିଳିତ ଜାତିସଂଘ ସମାଧାନ, ମାଦ୍ରିଦ ନୀତି, ଆରବ ଶାନ୍ତି ପ୍ରୟାସ ଏବଂ ବିଭିନ୍ନ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଆଧାରରେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସମାଧାନ ନିମନ୍ତେ ନୂଆକରି କୂଟନୈତିକ ପ୍ରୟାସର ଆବଶ୍ୟକତାକୁ ଆମେ ଦୋହରାଉଛୁ । ଇସ୍ରାଏଲ ସହିତ ଗୋଟିଏ ପଟେ ଶାନ୍ତି ଏବଂ ସୁରକ୍ଷିତ ସହାବସ୍ତାନ କରୁଥିବା ଏକ ସ୍ୱାଧୀନ, ବ୍ୟବହାରିକ, କ୍ଷେତ୍ରୀୟ ସଂଗତ ପାଲେଷ୍ଟାଇନ ରାଜ୍ୟ ଗଠନ କରିବାକୁ ଦୃଷ୍ଟିରେ ରଖି ଆଲୋଚନା ମାଧ୍ୟମରେ ଏହି ବିବାଦ ସମାଧାନ ପ୍ରତି ଆମେ ଗୁରୁତ୍ୱାରୋପ କରୁଛୁ । ଇସ୍ରାଏଲ-ପାଲେଷ୍ଟାଇନ ଆଲୋଚନା ପରିପ୍ରେକ୍ଷୀରେ  ଜେରୁଜେଲମ ଏକ ଅନ୍ତିମ ମାନ୍ୟତା ପ୍ରସଙ୍ଗ ବୋଲି ଆମେ ଦୋହରାଉଛୁ । ଗାଜାର ସ୍ଥିତିକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନ ଜନସଂଖ୍ୟାର ସୁରକ୍ଷା ପାଇଁ ମିଳିତ ଜାତିସଂଘ ସାଧାରଣ ପରିଷଦ ସଂକଳ୍ପ (ଏ/ଆରଇଏସ/ଇଏସ-10/20)କୁ ଆମେ ସମର୍ଥନ କରୁଛୁ ଏବଂ ଏହାର ପୂର୍ଣ୍ଣ କାର୍ଯ୍ୟକାରୀତା ପାଇଁ ଆହ୍ୱାନ କରୁଛୁ ।

42. ପ୍ରାଚ୍ୟ ନିକଟବର୍ତ୍ତୀ ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ମିଳିତ ଜାତିସଂଘ ଉଦ୍ଧାର ଏବଂ କାର୍ଯ୍ୟ ସଂସ୍ଥା (ୟୁଏନଆରଡବ୍ଲୁଏ) ପ୍ରତି ଆମେ ଆମର ସମର୍ଥନ ଯୋଗାଇ ଦେଉଛୁ । 5.3 ନିୟୁତ ପାଲେଷ୍ଟାଇନ ଶରଣାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦେବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆମେ ପ୍ରଶଂସା କରୁଛୁ ଏବଂ ଏହି କ୍ଷେତ୍ରରେ ସ୍ଥିରତା ଆଣିବାରେ ଏହାର ଉପଯୋଗିତା ଉପରେ ଆଲୋକପାତ କରିବା ସହିତ ଏହି ସଂସ୍ଥା ପାଇଁ ଆହୁରି ଯଥେଷ୍ଟ, ପର୍ଯ୍ୟାପ୍ତ,ଆଶାନୁରୂପ ଏବଂ ନିରନ୍ତର ପାଣ୍ଠି ଯୋଗାଣର ସୁନିଶ୍ଚିତ କରିବାର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରୁଛୁ ।

43. ୟେମେନରେ ଦେଖାଦେଇଥିବା ବର୍ତ୍ତମାନର ବିବାଦ ଏବଂ ବୃହତ ମାନବୀୟ ସଂକଟ ମଧ୍ୟ ଆହୁରି ଚିନ୍ତାର ବିଷୟ । ୟେମେନର ସବୁ ଅଂଚଳକୁ ମାନବୀୟ ସହାୟତା ବ୍ୟବସ୍ଥା କରିବା ଲାଗି ଅବାଧ ପହଁଚ ସୁନିଶ୍ଚିତ କରିବା ଲାଗି ଆମେ ଆହ୍ୱାନ କରୁଛୁ ଏବଂ ଜରୁରୀ ସହାୟତା ତୁରନ୍ତ ଯୋଗାଇବାର ବ୍ୟବସ୍ଥା କରିବା ନିମନ୍ତେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରୁଛୁ । ବିବାଦର ରାଜନୈତିକ ସମାଧାନ ହାସଲ କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ୟେମେନ ସମ୍ପୃକ୍ତି ଥିବା ଆଲୋଚନା ଦିଗରେ ମିଳିତ ଜାତିସଂଘ ମାଧ୍ୟମରେ ଶାନ୍ତି ଆଲୋଚନାକୁ ଫେରିବା ଏବଂ ଶତ୍ରୁତା ଶେଷ କରିବା ଲାଗି ଅନ୍ତର୍ଜାତୀୟ ଆଇନକୁ ସମ୍ମାନ କରିବା ନିମନ୍ତେ ଆମେ ସବୁ ପକ୍ଷକୁ ଆହ୍ୱାନ କରୁଛୁ ।

44. ଉପସାଗରୀୟ ରାଷ୍ଟ୍ରରେ ଦେଖାଦେଇଥିବା ବର୍ତ୍ତମାନର କୂଟନୈତିକ ସଂକଟର ସମାଧାନ ଲାଗି ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ ଆଲୋଚନା ମାଧ୍ୟମରେ ଦୂର କରିବା ନିମନ୍ତେ ଆମେ ସବୁ ପକ୍ଷର ସମ୍ପୃକ୍ତି ପାଇଁ ଆହ୍ୱାନ କରୁଛୁ ଏବଂ ଏହି ପରିପ୍ରେକ୍ଷୀରେ କୁଏତର ପ୍ରୟାସକୁ ପ୍ରଶଂସା କରୁଛୁ ।

45. ଏକ “ଆଫଗାନ ନେତୃତ୍ୱାଧୀନ, ଆଫଗାନ ସମର୍ଥିତ” ଶାନ୍ତି ଏବଂ ସମାଧାନ ପ୍ରକ୍ରିୟା ପାଇଁ ଆମେ ଆମର ସମର୍ଥନ ଦୋହରାଉଛୁ । ଆଫଗାନିସ୍ତାନରେ ଦେଖାଦେଇଥିବା ବିପର୍ଯ୍ୟସ୍ତ ସ୍ଥିତି, ବିଶେଷ କରି ନିରାପତ୍ତା ବାହିନୀ, ସରକାର ଏବଂ ନାଗିରକମାନଙ୍କ ଉପରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପର ସଂଖ୍ୟା ଏବଂ ଭୟାବହତାର ହେଉଥିବା ବୃଦ୍ଧିକୁ ଆମେ ଉଦବେଗ ପ୍ରକାଶ କରୁଛୁ । ଆଫଗାନିସ୍ତାନ ନାଗରିକ ଏବଂ ସରକାରଙ୍କ ଶାନ୍ତିର ସ୍ୱପ୍ନକୁ ବାସ୍ତବ ରୂପ ଦେବା ଉଦ୍ଦେଶ୍ୟରେ ସହାୟତା ଯୋଗାଇ ଦେବା ଲାଗି ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରୁଛୁ । ଅକ୍ଟୋବର 2018ରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ଏବଂ 2019ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ମଧ୍ୟ ଆମେ ସ୍ୱାଗତ କରୁଛୁ ।

46. ଏକ ସମ୍ମିଳିତ “ସିରିୟା ନେତୃତ୍ୱାଧୀନ, ସିରିୟା ଦ୍ୱାରା କରାଯାଇଥିବା” ରାଜନୈତିକ ପ୍ରକ୍ରିୟା ଯାହା ଏହି ରାଷ୍ଟ୍ରର ସାର୍ବଭୌମତ୍ୱ, ସ୍ୱାଧୀନତା ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସୁନିଶ୍ଚିତ କରୁଥିବ, ମିଳିତ ଜାତିସଂଘ ନିରାପତ୍ତା  ପରିଷଦ ସଂକଳ୍ପ 2254 (2015) ଏବଂ ସୋଚିରେ ଆୟୋଜିତ ସିରିୟା ଜାତୀୟ ଆଲୋଚନା କଂଗ୍ରେସ ଫଳାଫଳକୁ ଆଧାରିତ ରାଜନୈତି ସମାଧାନ ପ୍ରକ୍ରିୟାରେ ସିରିୟାର ବିବାଦର ସମାଧାନ ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ମିଳିତ ଜାତିସଂଘର ମଧ୍ୟସ୍ଥତା ଏବଂ ଜେନେଭା ପ୍ରକ୍ରିୟା, ଆସ୍ତାନା ପ୍ରକ୍ରିୟା ପ୍ରତି ଆମର ସମର୍ଥନ ବ୍ୟକ୍ତ କରୁଛୁ, ଯାହା ଭୂମିଗତ ସ୍ତରରେ ସକାରାତ୍ମକ ବିକାଶ ପାଇଁ ଲକ୍ଷଣ ପ୍ରଦର୍ଶନ କରିଆସିଛି ଏବଂ ଏହି ଦୁଇଟି ପ୍ରୟାସ ମଧ୍ୟରେ ରହିଥିବା ସକାରାତ୍ମକତାକୁ ଆମେ ଗ୍ରହଣ କରୁଛୁ । ସିରା ବିବାଦର ଏକ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ଏବଂ ମିଳିତ ଜାତିସଂଘ ଘୋଷଣାପତ୍ର ଏବଂ ମିଳିତ ଜାତିସଂଘ ନିରାପତ୍ତା  ପରିଷଦ (ୟୁଏନଏସି)ର ଅଧିକାରକୁ କ୍ଷୂର୍ଣ୍ଣ କରୁଥିବା ପଦକ୍ଷେପ ଯାହା ରାଜନୈତିକ ପ୍ରକ୍ରିୟାକୁ ଆଗେଇ ନେବାରେ ବାଧକ ସୃଷ୍ଟି କରୁଛି, ସେଥିପ୍ରତି ଆମର ବିରୋଧ ବ୍ୟକ୍ତ କରୁଛୁ । ସିରିୟାରେ ଉପଯୁକ୍ତ ମିଳିତ ଜାତିସଂଘ ସମାଧାନର ସମ୍ପୂର୍ଣ୍ଣ ଅବଲମ୍ବନ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ବିରୋଧରେ ଲଢ଼େଇରେ ସମ୍ପୂର୍ଣ୍ଣ ଏକତା ପ୍ରତି ଆମେ ଗୁରୁତ୍ୱାରୋପ କରିଛୁ । କୌଣସି ପରିସ୍ଥିତିରେ, କୌଣସି ଉଦ୍ଦେଶ୍ୟରେ, କୌଣସି ପକ୍ଷ ଦ୍ୱାରା ରାସାୟନିକ ଅସ୍ତ୍ରଶସ୍ତ୍ରର ଉପଯୋଗକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ । ଏଥିସହିତ ଏକ ସଂକ୍ରାନ୍ତ ଘଟଣାର ଅଭିଯୋଗ ଉପରେ ଏକ ବିସ୍ତୃତ, ଲକ୍ଷ୍ୟ ଆଧାରିତ, ସ୍ୱାଧୀନ ଏବଂ ପାରଦର୍ଶୀ ତଦନ୍ତ ପାଇଁ ଦାବି କରୁଛୁ । ସିରିୟାର ଲୋକମାନଙ୍କୁ ଆବଶ୍ୟକ ମାନବୀୟ ସହାୟତା, ଜରୁରୀ ପୁନଃନିର୍ମାଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଗାଇ ଦେବା ନିମନ୍ତେ ପରିବର୍ଦ୍ଧିତ ପ୍ରୟାସ ପାଇଁ ଆମେ ଆହ୍ୱାନ କରୁଛୁ ।

47. ଇରାନ ପରମାଣୁ କାର୍ଯ୍ୟକ୍ରମ ଉପରେ ଗଠିତ ମିଳିତ ବିସ୍ତୃତ କାର୍ଯ୍ୟ ଯୋଜନା(ଜେସିପିଓଏ)ର ସ୍ମରଣ କରାଇ ଆମେ ସବୁ ପକ୍ଷକୁ ସେମାନଙ୍କ ଉତ୍ତରଦାୟିତ୍ୱ ତୁଲାଇବା ପାଇଁ ଆହ୍ୱାନ କରୁଛୁ ଏବଂ ଅନ୍ତର୍ଜାତୀୟ ଓ କ୍ଷେତ୍ରୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ଜେସିପିଓଏର ପୂର୍ଣ୍ଣ ତଥା ପ୍ରଭାବୀ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ଲାଗି ଗୁରୁତ୍ୱାରୋପ କରୁଛୁ ।

48. କୋରୀୟ ଉପଦ୍ୱୀପରେ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ହାସଲ କରିବା  ଏବଂ ଉତ୍ତର-ପୂର୍ବ ଏସିଆରେ ଶାନ୍ତି ଓ ସ୍ଥିରତା ଲାଗି ବର୍ତ୍ତମାନର ପ୍ରଗତିକୁ ଆମେ ସ୍ୱାଗତ କରୁଛୁ । ଏହି ସ୍ଥିତିର ଏକ ଶାନ୍ତିପୂର୍ଣ୍ଣ, କୂଟନୈତିକ ଏବଂ ରାଜନୈତିକ ସମାଧାନ ପାଇଁ ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

49. ବାହ୍ୟ ମହାକାଶରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଏବଂ ବାହ୍ୟ ମହାକାଶକୁ ସାମରିକ ମୁକାବିଲାର ଏକ କ୍ଷେତ୍ରରେ ପରିଣତ କରିବା ଲାଗି ରହିଥିବା ସମ୍ଭାବନା ପ୍ରତି ଆମେ ଗଭୀର ଉଦବେଗ ପ୍ରକାଶ କରୁଛୁ । ଆମେ ଏଠାରେ ଦୋହରାଉଛୁ ଯେ ମହାକାଶରେ ଅସ୍ତ୍ର ପ୍ରତିଯୋଗିତା ଏବଂ ଏଠାରେ ଅସ୍ତ୍ରଶସ୍ତ୍ର ମୁତୟନ କରିବା ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରପତ୍ତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିବ । ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ବର୍ତ୍ତମାନର ଆଇନଗତ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ପ୍ରତି ଆମେ ଜୋର ଦେଉଛୁ । ଆମେ ଏହା ମଧ୍ୟ ଦୋହରାଉଛୁ ଯେ ଏହି ବ୍ୟବସ୍ଥାକୁ ଦୃଢ଼ ଏବଂ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି । ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ କରିବା ଉପରେ ଏବଂ ଏଠାରେ ପରସ୍ପର ମଧ୍ୟରେ ଅସ୍ତ୍ରଶସ୍ତ୍ର ପ୍ରତିଦ୍ୱନ୍ଦ୍ୱିତା ରେକାବା ଉଦ୍ଦେଶ୍ୟରେ ଆଇନଗତ  ବାଧ୍ୟତା ବ୍ୟବସ୍ଥା କରିବା ଲାଗି ସମ୍ଭାବ୍ୟ ଉପାଦାନ ସମ୍ପର୍କରେ ଆଲୋଚନା କରିବା ଲାଗି ସରକାରୀ ବିଶେଷଜ୍ଞମାନଙ୍କ ନୂତନ ଗୋଷ୍ଠୀ ପ୍ରତିଷ୍ଠାକୁ ଆମେ ସ୍ୱାଗତ କରୁଛୁ । ବାସ୍ତବରେ ପାରଦର୍ଶୀ ଏବଂ ବିଶ୍ୱାସ ସୃଷ୍ଟି ପଦକ୍ଷେପ ମଧ୍ୟ ମହାକାଶରୁ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ଦିଗରେ ଯୋଗଦାନ କରିବ ବୋଲି ଆମେ ମନେ କରୁଛୁ । ମହାକାଶର ସମସ୍ତ ଦିଗରେ ଶସ୍ତ୍ର ପ୍ରତିଯୋଗିତା ନିରାକରଣ ପାଇଁ ଉପଯୁକ୍ତ ଭାବେ ଏକକ ବହୁପକ୍ଷୀୟ ନିରସ୍ତ୍ରୀକରଣ ଆଲୋଚନା ମଞ୍ଚ ଭାବେ ନିରସ୍ତ୍ରୀକରଣ ସମ୍ମିଳନୀର ପ୍ରାଥମିକ ଭୂମିକା ରହିଥିବା ଆମେ ହୃଦବୋଧ କରୁଛୁ ।

50. ଦକ୍ଷିଣ ଆଫ୍ରିକା ପକ୍ଷରୁ 4 ଜୁନ 2018ରେ ପ୍ରିଟୋରିଆଠାରେ ବ୍ରିକ୍ସ ବୈଦେଶିକ ବ୍ୟାପାର/ଅନ୍ତର୍ଜାତୀୟ ସମ୍ପର୍କ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନକୁ ଆମେ ସ୍ୱାଗତ କରୁଛୁ । ମନ୍ତ୍ରୀମାନେ ସାଧାରଣ ସ୍ୱାର୍ଥଜଡ଼ିତ ବୃହତ ବିଶ୍ୱସ୍ତରୀୟ ରାଜନୈତିକ, ନିରାପତ୍ତା, ଅର୍ଥନୈତିକ ଏବଂ ଆର୍ଥିକ ପ୍ରସଙ୍ଗ ଏବଂ ବ୍ରିକ୍ସ ସହଯୋଗକୁ ସୁଦୃଢ଼ କରିବା ଉପରେ ମତ ବିନିମୟ କରିଥିଲେ । ମିଳିତ ଜାତିସଂଘ ସାଧାରଣ ପରିଷଦର 73ତମ ଅଧିବେଶନର ଧାରାରେ ବ୍ରିକ୍ସ ବୈଦେଶିକ ବ୍ୟାପାର/ଅନ୍ତର୍ଜାତୀୟ ସମ୍ପର୍କ ମନ୍ତ୍ରୀମାନଙ୍କ ପରବର୍ତ୍ତୀ ବୈଠକକୁ ଆମେ ଆଗ୍ରହର ସହ ଅପେକ୍ଷା କରିଛୁ ।

51. 28 ଏବଂ 29 ଜୁନରେ ଡର୍ବାନଠାରେ ଆୟୋଜିତ ବ୍ରିକ୍ସ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଅଷ୍ଟମ ବୈଠକକୁ ଆମେ ସ୍ୱାଗତ କରୁଛୁ ଏବଂ ବିଶ୍ୱ ନିରାପତ୍ତା ପରିବେଶ, ଆତଙ୍କାବାଦ ନିରୋଧ, ଆଇସିଟିର ବ୍ୟବହାରରେ ନିରାପତ୍ତା, ବୃହତ ଅନ୍ତର୍ଜାତୀୟ ଏବଂ ଆଂଚଳିକ ଉତ୍ତେଜନା କ୍ଷେତ୍ର, ଆନ୍ତଃଦେଶୀୟ ସଂଗଠିତ ଅପରାଧ, ଶାନ୍ତି ପ୍ରତିଷ୍ଠା ସହିତ ଜାତୀୟ ନିରାପତ୍ତା ଏବଂ ବିକାଶ ପ୍ରସଙ୍ଗରେ ସମ୍ପର୍କରେ ବ୍ରିକ୍ସ ଆଲୋଚନାକୁ ସମୃଦ୍ଧ କରିଥିବାରୁ ସେମାନଙ୍କୁ ପ୍ରଶଂସା କରୁଛୁ ।

52. ଅନ୍ତର୍ଜାତୀୟ ମଧ୍ୟରେ ସହଯୋଗ ଏବଂ ଯୋଗାଯୋଗକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତାକୁ ଆମେ ବିବେଚନା କରୁଛୁ । ଏଥିସହିତ ଏହି ପରିପ୍ରେକ୍ଷୀରେ ଶାନ୍ତି ପ୍ରତିଷ୍ଠା ଲାଗି ବ୍ରିକ୍ସ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବାର ପ୍ରୟାସ ଲାଗି ଦକ୍ଷିଣ ଆଫ୍ରିକାକୁ ପ୍ରଶଂସା କରୁଛୁ । ଶାନ୍ତି ଏବଂ ନିରାପତ୍ତା ପାଇଁ ଶାନ୍ତି ପ୍ରତିଷ୍ଠାରେ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆମେ ଜୋର ଦେଉଛୁ ।ଆଫ୍ରିକାରେ ମିଳିତ ଜାତିସଂଘର ଶାନ୍ତି ପ୍ରତିଷ୍ଠା ପ୍ରୟାସକୁ ବ୍ରିକ୍ସ ରାଷ୍ଟ୍ରସମୂହ ଅଧିକ ସମନ୍ଵୟ ଓ ଯୋଗାଯୋଗ ତଥା ସହଯୋଗ ମାଧ୍ୟମରେ ସୁଦୃଢ କରିବାକୁ ପ୍ରତିବଦ୍ଧ ।  ଦକ୍ଷିଣ ଆଫ୍ରିକା ତରଫରୁ ଏଥିଲାଗି ବ୍ରିକ୍ସର ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ପ୍ରସ୍ତାବକୁ ସଦସ୍ୟ ରାଷ୍ଟ୍ରମାନେ ସମର୍ଥନ କରୁଛୁ ।  

53. ଆଫ୍ରିକା ମହାଦେଶର ବିବାଦଗୁଡ଼ିକର ସମାଧାନ ଏବଂ ପରିଚାଳନା ଲକ୍ଷ୍ୟ ନେଇ ଆଫ୍ରିକୀୟ ସଂଘର ପ୍ରୟାସକୁ ଆମେ ସ୍ୱାଗତ କରୁଛୁ ଏବଂ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଏବଂ ଆଫ୍ରିକୀୟ ମହାସଂଘର ଶାନ୍ତି ଏବଂ ନିରାପତ୍ତା ପରିଷଦ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ପ୍ରୟାସକୁ ସ୍ୱାଗତ କରୁଛୁ । “2020 ସୁଦ୍ଧା ବନ୍ଧୁକର ଗର୍ଜନ ବନ୍ଦ” ଏବଂ ଆଫ୍ରିକୀୟ ଶାନ୍ତି ଓ ନିରାପତ୍ତା ଢାଂଚା ଲାଗି ପ୍ରୟାସ କରିଥିବାରୁ ଆଫ୍ରିକୀୟ ପ୍ରତିବଦ୍ଧତାକୁ ଆମେ ପ୍ରଶଂସା କରୁଛୁ ।

IV. ବିଶ୍ୱ ଅର୍ଥନୈତିକ ସ୍ଥିତି ସୁଧାରବିଶ୍ୱ ଆର୍ଥିକ ଏବଂ ଅର୍ଥନୈତିକ ପ୍ରଶାସନିକ ସଂସ୍ଥାରେ ସଂସ୍କାର ଏବଂ ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ବ୍ରିକ୍ସର ସହଭାଗୀତା ।

 54.  ବିଶ୍ୱ ଅର୍ଥବ୍ୟବସ୍ଥାରେ ବିକାଶ ଜାରି ରହିବାକୁ ଆମେ ସ୍ୱାଗତ କରୁଛୁ, ତେବେ ଅଭିବୃଦ୍ଧି କମ ସମକାଳୀନ ହେବା ଏବଂ ନକାରାତ୍ମକ ବିପଦ ବର୍ତ୍ତମାନ ବଜାୟ ରହିବା ନେଇ ଚିନ୍ତାବ୍ୟକ୍ତ କରୁଛୁ । ଏହା ବିଭିନ୍ନ ପ୍ରକାରର ଆହ୍ୱାନ ଯେପରିକି ବାଣିଜ୍ୟ ବିବାଦ, ଭୂରାଜନୈତିକ ବିପଦ, ଉତ୍ପାଦ ଦରରେ ଅସ୍ଥିରତା, ଉଚ୍ଚ ଘରୋଇ ଏବଂ ସାଧାରଣ ଋଣ, ଅସମାନତା ଏବଂ ସାମଗ୍ରୀକ ଅଭିବୃଦ୍ଧି ଯଥେଷ୍ଟ ନହେବାରେ ପ୍ରତିଫଳିତ ହେଉଛି । ଅଭିବୃଦ୍ଧିର ଲାଭ ଅଧିକ ସମାବେଶୀ ଢଙ୍ଗରେ ବାଂଟି ହେବାର ଗୁରୁତ୍ୱ ସୁନିଶ୍ଚିତ କରିବାର ଜରୁରୀ ଆବଶ୍ୟକତାକୁ ଆମେ ବୁଝୁଛୁ । ବିଶ୍ୱ ବାଣିଜ୍ୟର ନିରନ୍ତର ବିକାଶ ପାଇଁ ଅନୁକୂଳ ବାହ୍ୟ ପରିବେଶର ଗୁରୁତ୍ୱ ଉପରେ ଆମେ ଆହୁରି ଜୋର ଦେଉଛୁ ।

55. ବିଶ୍ୱ ଅର୍ଥନୈତିକ ସମ୍ପ୍ରସାରଣ ଏବଂ ଦୃଷ୍ଟିକୋଣରେ ବ୍ରିକ୍ସ ଅର୍ଥବ୍ୟବସ୍ଥାଗୁଡ଼ିକ ନିରନ୍ତର ଭାବେ ସହାୟକ ହେଉଛନ୍ତି ।  ଦୃଢ଼, ନିରନ୍ତର, ସନ୍ତୁଳିତ ଏବଂ ସାମଗ୍ରୀକ ଅଭିବୃଦ୍ଧି ଲାଗି ଆମେ ଏକତ୍ରିତ ଢଙ୍ଗରେ ଆର୍ଥିକ, ମୌଦ୍ରିକ ଏବଂ ଢାଂଚାଗତ ନୀତିର ବ୍ୟବହାର ଜାରି ରଖିବା ପ୍ରତି ଆମେ ଜୋର ଦେଉଛୁ । କେତେକ ବୃହତ ବିକଶିତ ଅର୍ଥବ୍ୟବସ୍ଥାରେ ସମଷ୍ଟିଗତ ଆର୍ଥିକ ନୀତିର କ୍ଷତିକାରକ ପ୍ରଭାବ ଯୋଗୁ ବିକାଶଶୀଳ ଅର୍ଥବ୍ୟବସ୍ଥା ପ୍ରତି ଆର୍ଥିକ ଏବଂ ବିତୀୟ ଅସ୍ଥିରତା ସୃଷ୍ଟି କରିପାରେ ଏବଂ ଅଭିବୃଦ୍ଧି ସମ୍ଭାବନା ପ୍ରତି କ୍ଷତି ପହଁଚାଇବା ପ୍ରତି ଆମେ ସଚେତନ ରହିଛୁ । ଜି-20, ଏଫଏସବି ଏବଂ ଅନ୍ୟ ମଂଚରେ ନୀତିଗତ ଆଲୋଚନା ଏବଂ ସହଯୋଗ ଜାରି ରଖି ଏହି ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଆମେ ବୃହତ ବିକଶିତ ଏବଂ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥାକୁ ଆହ୍ୱାନ କରୁଛୁ ।

56.  ଜୋହାନ୍ସବର୍ଗ ଶିଖର ସମ୍ମିଳନୀ ଚତୁର୍ଥ ଶିଳ୍ପ ବିପ୍ଳବ ଉପରେ ଗୁରୁତ୍ୱ ଦେଉଥିବା ଏବଂ ବ୍ରିକ୍ସ ବିଜ୍ଞାନ ପ୍ରଯୁକ୍ତି ଏବଂ ଉଦ୍ୟୋଗ ମନ୍ତ୍ରୀମାନଙ୍କ ବୈଠକର ଫଳାଫଳକୁ ଆମେ ଧ୍ୟାନରେ ରଖି ଆମେ ନୂତନ ଶିଳ୍ପ ବିପ୍ଳବ ପାଇଁ ବ୍ରିକ୍ସ ସହଭାଗୀତା (PartNIR)ପ୍ରତିଷ୍ଠାକୁ ଆମେ ସ୍ୱାଗତ କରୁଛୁ । PartNIR କୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଲାଗି ଏକ ପରାମର୍ଶ ଗୋଷ୍ଠୀ ପ୍ରତିଷ୍ଠା କରାଯିବ । ଏଥିରେ ବ୍ରିକ୍ସ ଶିଳ୍ପ ମନ୍ତ୍ରୀମାନଙ୍କ ପ୍ରତିନିଧିମାନେ ରହିବେ । ଉପଯୁକ୍ତ ମନ୍ତ୍ରୀମାନଙ୍କ ସହ ପରାମର୍ଶ କରି ସେମାନେ ପ୍ରଥମ ପଦକ୍ଷେପ ସ୍ୱରୂପ, ସନ୍ଦର୍ଭର ସର୍ତ୍ତ ବିକଶିତ କରିବେ ଏବଂ ଚତୁର୍ଥ ଶିଳ୍ପ ବିପ୍ଳବ ପ୍ରାଥମିକତା ଆଧାରରେ,ବ୍ରିକ୍ସ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବାକୁ ଥିବା କାର୍ଯ୍ୟ ଯୋଜନା ବିକଶିତ କରିବେ । ଡିଜାଟାଲକରଣ, ଔଦ୍ୟୋଗୀକରଣ, ନବୋନ୍ମେଷ, ସମାବେଶୀତା ଏବଂ ନିବେଶ କ୍ଷେତ୍ରରେ ବ୍ରିକ୍ସ ସହଯୋଗକୁ ସୁଦୃଢ଼ କରିବା, ଚତୁର୍ଥ ଶିଳ୍ପ ବିପ୍ଳବରୁ ଆସିବାକୁ ଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ସମ୍ଭାବନାକୁ ବୃଦ୍ଧି କରିବା ପାର୍ଟଏନଆଇଆରର ଲକ୍ଷ୍ୟ । ଏହା ତୁଳନାତ୍ମକ ଲାଭ ବୃଦ୍ଧି କରିବା,ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ରୂପାନ୍ତରଣକୁ ପ୍ରୋତ୍ସାହନ ଦେବା,ନିରନ୍ତର ଶିଳ୍ପ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ବିଜ୍ଞାନ ପାର୍କ ଏବଂ ପ୍ରଯୁକ୍ତି ବ୍ୟବସାୟିକ ଉତ୍ପାଦନ ଯନ୍ତ୍ରର ନେଟୱାର୍କ ସୃଷ୍ଟି କରିବା ଉଚିତ । ଏହାସହିତ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗକୁ ପ୍ରଯୁକ୍ତି କ୍ଷେତ୍ରରେ ସହାୟତା କରିବା ଉଚିତ । ବିଜ୍ଞାନ ପାର୍କ, ପ୍ରଯୁକ୍ତି ବ୍ୟବସାୟିକ ଉତ୍ପାଦନ ଯନ୍ତ୍ର ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଧରଣ ଉଦ୍ୟୋଗ ପାଇଁ ଏକ ବ୍ରିକ୍ସ ନେଟୱାର୍କ ଏ ଦିଗରେ ଏକ ଆଶାନୁରୂପ ପଦକ୍ଷେପ ବୋଲି ଆମେ ବିଶ୍ୱାସ କରୁ ।

57.  ବିଶ୍ୱସ୍ତରରେ ଅର୍ଥବ୍ୟବସ୍ଥା, ସାମାଜିକ ଏବଂ ସାଂସ୍କୃତିକ ବିକାଶକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଇଂଟରନେଟର ଭୂମିକାକୁ ଆମେ ବିବେଚନା କରୁଛୁ । ଏହି ପରିପ୍ରେକ୍ଷୀରେ, ପ୍ରଚଳିତ ବ୍ୟବସ୍ଥା ଜରିଆରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଏଥିରେ ଆଇସିଟିର ନିରାପଦ, ମୁକ୍ତ, ଶାନ୍ତିପୂର୍ଣ୍ଣ, ସହଯୋଗୀ ଏବଂ ବ୍ୟବସ୍ଥିତ ଉପଯୋଗ ରହିଛି ଯାହା ଇଂଟରନେଟର ବିକାଶ ଏବଂ କାର୍ଯ୍ୟପ୍ରଣାଳୀ ତଥା ଏହାର ପ୍ରଶାସନ, ପ୍ରାସଙ୍ଗିକ ହିତାଧିକାରୀମାନଙ୍କୁ ସେମାନଙ୍କ ପ୍ରାସଙ୍ଗିକ ଭୂମିକା ଏବଂ ଦାୟିତ୍ୱରେ ସାମିଲ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି  ସବୁ ରାଷ୍ଟ୍ରଗୁଡ଼ିକର ସମାନ ଅଧିକାର ପ୍ରଦାନ କରିବ ।

58. ନିରନ୍ତର ବିକାଶ ଏବଂ ସାମଗ୍ରୀକ ଅଭିବୃଦ୍ଧିକୁ ବ୍ୟାପକ କରିବା ଲାଗି ବ୍ରିକ୍ସ ବୈଜ୍ଞାନିକ, ବୈଷୟିକ,ଉଦ୍ଭାବନ ଏବଂ ଔଦ୍ୟୋଗିକ ସହଯୋଗକୁ ଆମେ ବିବେଚନା କରୁଛୁ । ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗ କ୍ଷେତ୍ରରେ ଉତ୍ସାହୀ ବିକାଶକୁ ଆମେ ସ୍ୱାଗତ କରୁଛୁ ଏବଂ ଏହି କ୍ଷେତ୍ରରେ ଆମ ମିଳିତ କାର୍ଯ୍ୟର ଅଗ୍ରଗତି ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଆମେ ଦୋହରାଉଛୁ । ଚତୁର୍ଥ ଶିଳ୍ପ ବିପ୍ଳବର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ଲାଗି  ଆମର ମିଳିତ ପ୍ରୟାସ କ୍ଷେତ୍ରରେ ଏକ ଯୋଗଦାନ ଭାବେ ବ୍ରିକ୍ସ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନା ସମ୍ଭାବନାକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ବ୍ରିକ୍ସ ବିଜ୍ଞାନ ପ୍ରକଳ୍ପର ସହଯୋଗୀ କାର୍ଯ୍ୟକାରୀତାର ମୂଲ୍ୟକୁ ଆମେ ଦୋହରାଉଛୁ ।

59. ପ୍ରଚଳିତ ବ୍ରିକ୍ସ ଆଇପିଆର ସହଯୋଗରେ ଅଗ୍ରଗତିକୁ ଆମେ ପ୍ରଶଂସା କରୁଛୁ । ଦୀର୍ଘସ୍ଥାୟୀ ନିରନ୍ତର ଏବଂ ସନ୍ତୁଳିତ ବିଶ୍ୱସ୍ତରୀୟ ଅଭିବୃଦ୍ଧି ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରଯୁକ୍ତିର ବିକାଶ ଏବଂ ହସ୍ତାନ୍ତର କରିବାର ଗୁରୁତ୍ୱକୁ ଆମେ ବିବେଚନା କରୁଛୁ ଏବଂ ଏହି ପରିପ୍ରେକ୍ଷୀରେ ବୌଦ୍ଧିକ ସମ୍ପତ୍ତିକ୍ଷେତ୍ରରେ ସହଯୋଗର ଗୁରୁତ୍ୱ ଦେଉଛୁ ଯାହା ସାମଗ୍ରୀକ ଭାବେ ସମାଜକୁ ଲାଭ ପହଁଚାଇବା ଭଳି ଉଦ୍ଭାବନ ଏବଂ ନୂଆ ପ୍ରଯୁକ୍ତିର ପ୍ରଚଳନ ଦିଗରେ ଯୋଗଦାନ କରୁଥିବ ।

 60. ଅର୍ଥନୈତିକ ଏକତ୍ରୀକରଣ ଏବଂ ନିରନ୍ତର ଓ ସମାନତାପୂର୍ଣ୍ଣ ମାର୍ଗରେ ବିଶ୍ୱ ମୂଲ୍ୟ ଶୃଙ୍ଖଳାର ଏକୀକରଣ  ମାଧ୍ୟମ ସମେତ ସାମଗ୍ରୀକ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ  ଉତ୍ସ ହେଉଛି ବାଣିଜ୍ୟ ଏବଂ ପ୍ରଯୁକ୍ତି ବୋଲି ଆମେ ସହମତ ହୋଇଛୁ । ଲୋକମାନଙ୍କ ଆୟ ସମେତ ବସ୍ତୁ ଏବଂ ସେବାର ଉତ୍ପାଦନ ପାଇଁ ପ୍ରଯୁକ୍ତିଗତ ବିକାଶ ବ୍ୟାପକ ପ୍ରଭାବ ପକାଇବ । ପ୍ରଯୁକ୍ତିଭିତ୍ତିକ ପ୍ରଗତି ଦ୍ୱାରା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସେପରି ଲାଭବାନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଏବଂ ଏହାର ଆଗୁଆ ଏହାକୁ ଗ୍ରହଣ ନକରି ଏମାନେ ଯେପରି କ୍ଷତିଗ୍ରସ୍ତ ନହୁଅନ୍ତି ସେଥିପାଇଁ ଉପଯୁକ୍ତ ନୀତି ଏବଂ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଡିଜିଟାଲ ତାରତମ୍ୟ ଦୂର କରିବା ଲାଗି ପ୍ରଭାବୀ ନୀତି ବିକଶିତ କରିବା ଜରୁରୀ । ନୂଆ ପ୍ରଯୁକ୍ତି ଗ୍ରହଣ କରିବା ଲାଗି ଲୋକମାନଙ୍କୁ ସଚେତନ କରିବାରେ ସହାୟତା କରିବା ଏବଂ ଉପଯୁକ୍ତ ପ୍ରଯୁକ୍ତିର ହସ୍ତାନ୍ତର ପାଇଁ ପ୍ରଭାବୀ ମେକାନିଜମ ବିକାଶକୁ ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି ।

61. ବହୁସଂଖ୍ୟ ଶ୍ରମଜୀବୀଙ୍କୁ ନେଇ ପୁରୁଣା ଦକ୍ଷତା ଏବଂ ପ୍ରଯୁକ୍ତି ଏବଂ ଜ୍ଞାନ ପରିଚାଳିତ ପରିବର୍ଦ୍ଧିତ ବିଶ୍ୱଅର୍ଥବ୍ୟବସ୍ଥାରେ ନୂତନ ଦକ୍ଷତାର ଚାହିଦା ମଧ୍ୟରେ ରହିଥିବା ବର୍ଦ୍ଧିତ ତାରତମ୍ୟର ମୁକାବିଲା କରିବା ଲାଗି ଦକ୍ଷତା ବିକାଶର ଆବଶ୍ୟକତା ପ୍ରତି ଆମେ ଦୃଢ଼ ଭାବେ ଗୁରୁତ୍ୱାରୋପ କରୁଛୁ । ବର୍ତ୍ତମାନର ଅର୍ଥନୈତିକ ପରିବର୍ତ୍ତନର ଗତି, ପରିଧି ଏବଂ ପରିସର ଅଧିକ ଆହ୍ୱାନପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ, ପରିବର୍ଦ୍ଧିତ ଅର୍ଥ୍ୟବ୍ୟବସ୍ଥାଗୁଡ଼ିକର ଦ୍ରୁତ ପରିବର୍ତ୍ତନଶୀଳ ଚାହିଦା ଏବଂ କାର୍ଯ୍ୟର ପରିସର ପାଇଁ ଉପଯୋଗୀ ଧନ୍ଦାମୂଳକ ତାଲିମ, ଜୀବନବ୍ୟାପୀ ଶିକ୍ଷା ଏବଂ ତାଲିମ ନିମନ୍ତେ ଅଧିକ ସୁଯୋଗ ଯୋଗାଇ ଦେବା ଲାଗି, ଦକ୍ଷତା ବିକାଶ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ଓ ହ୍ରାସ ପାଇଁ ବ୍ରିକ୍ସ କାର୍ଯ୍ୟ ଯୋଜନା ଏବଂ ଉନ୍ନତ ଆପ୍ରେଂଟିସିପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜି-20 ପ୍ରୟାସରେ ପ୍ରସ୍ତାବିତ ନୀତି ସୁପାରିସ ସମେତ ସହାୟତା ପଦକ୍ଷେପକୁ ଆମେ ସମର୍ଥନ କରୁଛୁ ।

62. ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲୁଟିଓ)ର ବ୍ୟବସ୍ଥା ଆଧାରରେ ନିୟମ ଆଧାରିତ, ପାରଦର୍ଶୀ,ଭେଦଭାବ ମୁକ୍ତ, ଖୋଲା ଏବଂ ସମ୍ମିଳିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର କେନ୍ଦ୍ରୀୟତା ଯାହା ଆକଳନଯୋଗ୍ୟ ବାଣିଜ୍ୟ ପରିବେଶ ଏବଂ ଡବ୍ଲୁଟିଓର କେନ୍ଦ୍ରୀୟତାକୁ ପ୍ରୋତ୍ସାହିତ କରୁଥିବା ଏବଂ ବିକାଶ ଦିଗ ପ୍ରତି ଧ୍ୟାନ ଦେଉଥିବ, ଏବଂ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସବୁପ୍ରକାର ପ୍ରୟାସ କରୁଥିବା ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

63. ଆମେ ବିବେଚନା କରୁଛୁ ଯେ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଅପ୍ରତ୍ୟାଶିତ ଆହ୍ୱାନଗୁଡ଼ିକ ଦେଇ ଗତି କରୁଛି । ଆମେ ଏକ ମୁକ୍ତ ବିଶ୍ୱ ଅର୍ଥବ୍ୟବସ୍ଥାର ଗୁରୁତ୍ୱ ଉପରେ ରେଖାପାତ କରୁଛୁ, ଯାହା ସବୁ ଦେଶ ଏବଂ ଲୋକମାନଙ୍କୁ ଜଗତିକରଣର ଲାଭ ପହଁଚାଉଥିବ, ଯାହା ସମାବେଶୀ ହୋଇଥିବ ଏବଂ  ସବୁ ଦେଶର ନିରନ୍ତର ବିକାଶ ଓ ସମୃଦ୍ଧିକୁ ସମର୍ଥନ ଯୋଗାଉଥିବ । ଡବ୍ଲୁଟିଓ ଆଇନ ଅନୁଯାୟୀ କାର୍ଯ୍ୟ କରିବା ଏବଂ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାରେ ସେମାନଙ୍କ ଉତ୍ତରଦାୟିତ୍ୱକୁ ସମ୍ମାନ କରିବା ଲାଗି ଆମେ ଡବ୍ଲୁଟିଓର ସବୁ ସଦସ୍ୟମାନଙ୍କୁ ଆହ୍ୱାନ କରୁଛୁ ।

64. ଆମେ ଦୋହରାଉଛୁ ଯେ ଡବ୍ଲୁଟିଓ ବିବାଦ ସମାଧାନ ବ୍ୟବସ୍ଥା ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାରେ ଏକ ମାଇଲଖୁଂଟ । ଏହା ଅନ୍ତର୍ଜାତୀୟ ବାଣିଜ୍ୟରେ ନିରାପତ୍ତା ଏବଂ ପୂର୍ବାନୁମାନକୁ ବୃଦ୍ଧି କରିବା ଲାଗି ବ୍ୟବସ୍ଥିତ । ଆମର ଉଦବେଗ ହେଉଛି ଯେ ନୂତନ ଅପିଲ ବୋର୍ଡ ସଦସ୍ୟ ଚୟନରେ ଗତିରୋଧ ବିବାଦ ସମାଧାନ ବ୍ୟବସ୍ଥାକୁ ଅକାମି କରିଦେବ ଏବଂ ସବୁଦେଶର ସଦସ୍ୟମାନଙ୍କ ଅଧିକାର ଏବଂ ଉତ୍ତରଦାୟିତ୍ୱକୁ ଅଣଦେଖା କରିବ । ତେଣୁ ଆମେ ସବୁ ସଦସ୍ୟମାନଙ୍କୁ ଗଠନମୂଳକ ଭାବେ ଏହି ଆହ୍ୱାନକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପ୍ରୟାସ କରିବା ନିମନ୍ତେ ଆହ୍ୱାନ କରୁଛୁ ।

65. ଡବ୍ଲୁଟିଓର ଆଲୋଚନା କାର୍ଯ୍ୟକ୍ରମକୁ ଜାରି ରଖିବାର ଆବଶ୍ୟକତାକୁ ଆମେ ଉପଲବ୍ଧୀ କରୁଛୁ । ତେଣୁ, ଆମେ, ବିଶେଷ ଭାବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସମେତ ସମସ୍ତ ଡବ୍ଲୁଟିଓ ସଦସ୍ୟମାନଙ୍କ ସ୍ୱାର୍ଥ ଏବଂ ଚିନ୍ତା ପ୍ରତି ବିଚାର କରି ଡବ୍ଲୁଟିଓ ମଧ୍ୟରେ ଥିବା ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ପ୍ରଚଳିତ ଆଇନଗତ ଢାଂଚାକୁ ଆହୁରି ବିକଶିତ କରିବା ଗଠନମୂଳକ ଭାବେ ଆଲୋଚନା କରିବା ନିମନ୍ତେ ସହମତ ହୋଇଛୁ ।

66. ଆଫ୍ରିକାରେ ଭିତ୍ତିଭୂମି ବିକାଶ ଏବଂ ଯୋଗାଯୋଗର ଗୁରୁତ୍ୱକୁ ଆମେ ଉପଲବ୍ଧୀ କରିଛୁ । ଏହି ମହାଦେଶର ଭିତ୍ତିଭୂମି ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ଲାଗି ନୂତନ ଆଫ୍ରିକୀୟ ଭାଗିଦାରୀ (ନେପାଡ) ଏବଂ ଆଫ୍ରିକାରେ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ (ପିଆଇଡିଏ) ଜରିଆରେ ଆଫ୍ରିକୀୟ ରାଷ୍ଟ୍ରସଂଘ କରିଥିବା ପ୍ରଗତିକୁ ଆମେ ବିବେଚନା କରୁଛୁ । ଆଫ୍ରିକାରେ ଶିଳ୍ପ ବିକାଶ, ନିଯୁକ୍ତି ସୃଷ୍ଟି,ଦକ୍ଷତା ବିକାଶ, ଖାଦ୍ୟ ଏବଂ ପୋଷକ ନିରାପତ୍ତା ଏବଂ ଦାରିଦ୍ର୍ୟ ଦୂରୀକରଣ ଏବଂ ନିରନ୍ତର ବିକାଶରେ ସହାୟତା କରିବା ଲାଗି ଆପୋସ ଲାଭ ଆଧାରରେ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବାର ଗୁରୁତ୍ୱକୁ ଆମେ ସମର୍ଥନ କରୁଛୁ । ଭିତ୍ତିଭୂମି ପାଇଁ ପାଣ୍ଠି ଅଭାବ ଆହ୍ୱାନର ମୁକାବିଲା ସହିତ ଆଫ୍ରିକାରେ ନିରନ୍ତର ଭିତ୍ତିଭୂମି ବିକାଶ ଲାଗି ତେଣୁ ଆମେ ଆମର ସମର୍ଥନ ଜାହିର କରୁଛୁ ।

67. ଆଫ୍ରିକାରେ ଶିଳ୍ପାୟନର ଆବଶ୍ୟକତା ଏବଂ ଆଫ୍ରିକୀୟ ସଂଘର ଏଜେଣ୍ଡା 2063କୁ ବାସ୍ତବ ରୂପ ଦେବା ପ୍ରତି ଆମେ ଭଲ ଭାବେ ସଚେତନ ଅଛୁ । ଆମେ ଆଫ୍ରିକୀୟ ମୁକ୍ତ ବାଣିଜ୍ୟ କ୍ଷେତ୍ର (ଏଏଫସିଏଫଟିଏ) ସ୍ୱାକ୍ଷର କରିବା ଲାଗି ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ପଦକ୍ଷେପକୁ ସ୍ୱାଗତ କରୁଛୁ । ଏହି ମହାଦେଶର ଅର୍ଥନୈତିକ ଏକୀକରଣ ଏବଂ ଆନ୍ତଃ ଆଫ୍ରିକୀୟ ବାଣିଜ୍ୟରେ ରହିଥିବା ବ୍ୟାପକ ସମ୍ଭାବନା ଏବଂ ସାମାଜିକ-ଅର୍ଥନୈତିକ ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ଦିଗରେ ଏଏଫସିଏଫଟିଏ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ଆମେ ଏଜେଣ୍ଡା 2063 ଏବଂ ମହାଦେଶୀୟ ଏକୀକରଣ ଏବଂ ବିକାଶ ପ୍ରତି ଆମର ସମର୍ଥନ ଯୋଗାଇ ଦେଉଛୁ ।

68. ଆମେ ଏକ ଦୃଢ଼ ବିଶ୍ୱ ଆର୍ଥିକ ନିରାପତ୍ତା ନେଟୱାର୍କ ସପକ୍ଷରେ ଯୁକ୍ତି ବାଢ଼ୁଛୁ, ଯାହା ଯଥେଷ୍ଟ ସମ୍ବଳଯୁକ୍ତ ହୋଇଥିବା ସହିତ କୋଟା ଆଧାରିତ ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ) ଏହାର କେନ୍ଦ୍ରରେ ଥିବ । ଏହି ପଦକ୍ଷେପ ଦିଗରେ, 2019 ବସନ୍ତ ବୈଠକ ସୁଦ୍ଧା ଏବଂ 2019 ବାର୍ଷିକ ବୈଠକ ପୂର୍ବରୁ ନୂଆ କୋଟା ସୂତ୍ର ସହିତ ଦରିଦ୍ରତମ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥକୁ ସୁରକ୍ଷା ଦେଇ ଆଇଏମଏଫ କୋଟାର ପଞ୍ଚଦଶ ସମୀକ୍ଷା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । ଆଇଏଏମଏଫରେ ପ୍ରଶାସନିକ ସଂସ୍କାର ଉପ-ସାହାର ଆଫ୍ରିକା ସମେତ ଆଇଏମଏଫର ଦରିଦ୍ର ସଦସ୍ୟମାନଙ୍କ ପ୍ରତିନିଧିତ୍ୱ ଏବଂ ସ୍ୱରକୁ ଦୃଢ଼ କରିବା ଉଚିତ ।

69.  ଅନ୍ତର୍ଜାତୀୟ ମୁଦ୍ରା ଏବଂ ଆର୍ଥିକ ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ରିଜର୍ଭ ବ୍ୟାଙ୍କର ବ୍ୟାଙ୍କ ଲୋକପାଳ ଲେସେଜା କାନ୍ୟାଗୋଙ୍କୁ ଆମେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛୁ ।

70. ବ୍ରିକ୍ସ ଆକସ୍ମିକ ସଂରକ୍ଷଣ ବ୍ୟବସ୍ଥା (ସିଆରଏ)ର କାର୍ଯ୍ୟକାରୀତା ପ୍ରସ୍ତୁତିକୁ ସୁନିଶ୍ଚିତ ଏବଂ ସୁଦୃଢ଼ କରିବା ଲାଗି ପଦକ୍ଷେପ ନେବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ସିଆରଏ ବ୍ୟବସ୍ଥାର ଡି-ଲିଙ୍କ ଭାଗର ସଫଳ ପରୀକ୍ଷାମୂଳକ କାର୍ଯ୍ୟକାରୀତା ସମ୍ପୂର୍ଣ୍ଣ ହେବାକୁ ଆମେ ସ୍ୱାଗତ କରୁଛୁ ।

71. ବ୍ରିକ୍ସ ସ୍ଥାନୀୟ ମୁଦ୍ରା ବଣ୍ଡ ପାଣ୍ଠି ପ୍ରତିଷ୍ଠା କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ଆମେ ସନ୍ତୋଷର ସହିତ ବ୍ୟକ୍ତ କରୁଛୁ ଏବଂ ଏହାର କାର୍ଯ୍ୟକାରୀତାକୁ ଆଗ୍ରହର ସହିତ ଅପେକ୍ଷା କରିଛୁ ।

72.  ବଣ୍ଡ ଜାରି କରିବା ଏବଂ ଏହି କ୍ଷେତ୍ରରେ ଆହୁରି କାର୍ଯ୍ୟକାରୀତା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକାଉଣ୍ଟିଂ ମାନକ ଏବଂ ଅଡିଟିଂ ନିରୀକ୍ଷଣର ଅଭିସରଣ ଉପରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ରାଜି ହୋଇଛୁ ।

73.  ଡିଜିଟାଲ ଅର୍ଥବ୍ୟବସ୍ଥାର ବିକାଶ ପରିପ୍ରେକ୍ଷୀରେ ବିତରିତ ଲେଜର ଏବଂ ବ୍ଲକଚେନ ପ୍ରଯୁକ୍ତି  ଉପରେ ସହଭାଗୀ ଗବେଷଣା ଲାଗି ବୁଝାମଣାପତ୍ର ସ୍ୱାକ୍ଷର କରାଯିବାକୁ ଆମେ ସ୍ୱାଗତ କରୁଛୁ ।ଆମର ବିଶ୍ୱାସ ଯେ ଏହି କାର୍ଯ୍ୟ ଉଦୀୟମାନ ଇଂଟରନେଟ ଅର୍ଥବ୍ୟବସ୍ଥାକୁ ଗ୍ରହଣ କରିବା ଦିଗରେ ଆମର ସହଯୋଗ ପାଇଁ ଯୋଗଦାନ କରିବ ।

74. ଭିତ୍ତିଭୂମି, ନିବେଶ ଏବଂ ଅନ୍ତର୍ଜାତୀୟ ବିକାଶ ସହାୟତା ପ୍ରକଳ୍ପଗୁଡ଼ିର ନିରନ୍ତର ଅର୍ଥନୈତିକ ବିକାଶ ଏବଂ ଅଭିବୃଦ୍ଧିର ଆଧାର; ଯାହା ଉତ୍ପାଦକତା ଏବଂ ଏକୀକରଣ ବୃଦ୍ଧିରେ ସହାୟକ ହୋଇଥାଏ । ଅର୍ଥନୈତିକ ସମ୍ପର୍କକୁ ନିବିଡ଼ କରିବା ଲାଗି ଭିତ୍ତିଭୂମି ବିକାଶ ଏବଂ ଏକୀକରଣର ଗୁରୁତ୍ୱ ଉପରେ ଆମେ ଜୋର ଦେଉଛୁ ।

75. ବହୁପକ୍ଷୀୟ ବିକାଶ ବ୍ୟାଙ୍କ (ଏମଡିବି), ବିଶେଷ କରି ନୂତନ ବିକାଶ ବ୍ୟାଙ୍କ (ଏନଡିବି)ଗୁଡ଼ିକର ଭୂମିକା ଉପରେ ଆମେ ଆଲୋକପାତ କରୁଛୁ, ଏଗୁଡ଼ିକ ସରକାରୀ ଭିତ୍ତିଭୂମି ଏବଂ ନିବେଶ କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶକୁ ପ୍ରୋତ୍ସାହିତ କରୁଛନ୍ତି ।

76. ଆମ ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଦିଗରେ ଯୋଗଦାନ କରିବା ଲାଗି ସମ୍ବଳ ଯୋଗାଇ ଦେବା କ୍ଷେତ୍ରରେ ଏନଡିବି କରିଥିବା ଅଗ୍ରଗତି ନେଇ ଆମେ ସନ୍ତୋଷ ବ୍ୟକ୍ତ କରୁଛୁ ଏବଂ ପ୍ରକଳ୍ପ ପ୍ରସ୍ତୁତି ପାଣ୍ଠି ଖୁବଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ଆମେ ଆଶା କରୁଛୁ । ବ୍ରାଜିଲର ସାଓ ପାଓଲୋ ଠାରେ ଆମେରିକାର ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି ଯାହା ଆଫ୍ରିକା ଅଂଚଳ କେନ୍ଦ୍ର ନିକଟରେ ହେବ, ଏହା ଉପରୋକ୍ତ ମହାଦେଶଗୁଡ଼ିକରେ ଉପସ୍ଥିତି ପାଇଁ ଏନଡିବିକୁ ସହାୟକ ହୋଇପାରିବ । ଚୀନର ସାଙ୍ଘାଇଠାରେ 28-29 ମେ’ରେ ଅନୁଷ୍ଠିତ ଏନଡିବିର ତୃତୀୟ ବାର୍ଷିକ ବୈଠକରେ ବିକାଶ ଅର୍ଥଯୋଗାଣ ପାଇଁ ଅଭିନବ ଆଭିମୁଖ୍ୟ ଉପରେ ଏନଡିବି ପରିଚାଳନା ବୋର୍ଡର ଆଲୋଚନା ବିଷୟରେ ଆମେ ଆଲୋକପାତ କରୁଛୁ, ଏହା ପରିବର୍ତ୍ତିତ ବିଶ୍ୱ ପରିବେଶରେ ଏନଡିବିର ଭବିଷ୍ୟତ ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା ।

77. ବାସ୍ତବ ଅର୍ଥବ୍ୟବସ୍ଥା ଏବଂ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ବିକାଶ ଆବଶ୍ୟକତାକୁ ପୂରଣ କରୁଥିବା ବ୍ରିକ୍ସ ଆର୍ଥିକ ସହଯୋଗକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ଏହି ପରିପ୍ରେକ୍ଷୀରେ, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ସେବାର ସମ୍ମିଶ୍ରଣ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ନେଟୱାର୍କକୁ ପ୍ରୋତ୍ସାହିତ କରିବା ମାଧ୍ୟମରେ ଆର୍ଥିକ ବଜାରର ଏକତ୍ରୀକରଣ ସୁବିଧା ଯୋଗାଇ ଦେବା ଲାଗି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଏହା ପ୍ରତ୍ୟେକ ରାଷ୍ଟ୍ରର ନିୟାମକ ବ୍ୟବସ୍ଥା ଏବଂ ଡବ୍ଲୁଟିଓ ଜିଏଟିଏସ ଉତ୍ତରଦାୟିତ୍ୱ ଆଧାରିତ ହୋଇଥିବ । ଆର୍ଥିକ କ୍ଷେତ୍ର ନିୟନ୍ତ୍ରକଗୁଡ଼ିକ ମଧ୍ୟରେ ବ୍ୟାପକ ସହଯୋଗ ଏବଂ ବିନିମୟକୁ ଆମେ ସୁନିଶ୍ଚିତ କରିବାକୁ ଚାହୁଁଛୁ ।

78. ଆର୍ଥିକ କାର୍ଯ୍ୟ ଟାସ୍କ ଫୋର୍ସ (ଏଫଏଟିଏଫ) ଏବଂ ବିଶ୍ୱ ସୀମା ଶୁଳ୍କ ସଂଗଠନ ମଧ୍ୟରେ ସହଯୋଗ ସମେତ ବେଆଇନ ଅର୍ଥ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ ପ୍ରତି ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ । ଏହି ପରିପ୍ରେକ୍ଷୀରେ, ଆପୋସ ବିନିମୟ ଏବଂ ତଥ୍ୟ ହସ୍ତାନ୍ତର ବୃଦ୍ଧି କରିବାର ଗୁରୁତ୍ୱ ଉପରେ ଆମେ ଆଲୋକପାତ କରୁଛୁ । ଏଫଏଟିଏଫର ଲକ୍ଷ୍ୟକୁ ବଜାୟ ରଖିବା ଏବଂ ସମର୍ଥନ ଦେବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ଏଥିସହିତ ବେଆଇନ ଅର୍ଥକାରବାର  ଓ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ଅଙ୍କୁଶ ଲଗାଇବା ଏବଂ ଏଫଏଟିଏଫର ପ୍ରସାର ଉପରେ ଏହାର ମାନକ ବୃଦ୍ଧି ଏବଂ କାର୍ଯ୍ୟକାରୀତା କ୍ଷେତ୍ରରେ ଆମର ସହଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଆମେ ରାଜି ହୋଇଛୁ ।

79. ଦୁର୍ନୀତି ଏକ ବିଶ୍ୱ ଆହ୍ୱାନ ହୋଇ ରହିଛି ଯାହାର ଦୀର୍ଘସ୍ଥାୟୀ ପ୍ରଭାବ ରହିଛି, ଏହା ରାଷ୍ଟ୍ରଗୁଡ଼ିକ ଆଇନ ବ୍ୟବସ୍ଥାକୁ ମଧ୍ୟ ଅଣଦେଖା କରୁଛି । ଏହା ଏକ ରାଷ୍ଟ୍ରର ଅର୍ଥନୈତିକ ବିକାଶ ପ୍ରତି ବିପଦ ସୃଷ୍ଟି କରୁଛି ଏବଂ ସ୍ଥାନୀୟ ଓ ବୈଦେଶିକ ନିବେଶକୁ ନିରୁତ୍ସାହିତ କରୁଛି । ଦୁର୍ନୀତି ବିରୋଧରେ ମିଳିତ ଜାତିସଂଘ ସମ୍ମିଳନୀର ଚତୁର୍ଥ ଅଧ୍ୟାୟରେ ଉଲ୍ଲେଖ କରିଥିବା ଅନ୍ତର୍ଜାତୀୟ ସହଯୋଗ ପ୍ରତି ଆମେ ଆମର ପ୍ରତିବଦ୍ଧତା ଜାହିର କରୁଛୁ । ଏହି ପରିପ୍ରେକ୍ଷୀରେ, ଦୁର୍ନୀତି ବିରୋଧୀ ସହଯୋଗ ପାଇଁ ଗଠିତ ବ୍ରିକ୍ସ କାର୍ଯ୍ୟକାରୀ ଗୋଷ୍ଠୀର ପରିସର ମଧ୍ୟରେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ପ୍ରତି ଆମେ ପ୍ରତିବଦ୍ଧ । ଦୁର୍ନୀତି ବିରୋଧୀ ଆଇନ କାର୍ଯ୍ୟକାରୀ କରିବା, ପଳାତକମାନଙ୍କ ପ୍ରତ୍ୟର୍ପଣ, ଅର୍ଥନୈତିକ ଓ ଦୁର୍ନୀତି ଅପରାଧୀ ଏବଂ ସମ୍ପତ୍ତି ଅସୁଲ ଆଦି ମାମଲାରେ ପ୍ରତ୍ୟର୍ପଣ ଏବଂ ଦୁର୍ନୀତି ସଂକ୍ରାନ୍ତ ଅପରାଧିକ ଏବଂ ଅଣଅପରାଧିକ ମାମଲାରେ ଆମେ ଦେଶୀୟ ଆଇନ ବ୍ୟବସ୍ଥା ଆଧାରରେ ଆମେ ସହଯୋଗ କରିବୁ । ଏଥିସହିତ ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରୁଛୁ ଯେ ସେମାନେ ଦୁର୍ନୀତି ଅଭିଯୁକ୍ତ ବ୍ୟକ୍ତିବିଶେଷ ଏବଂ ଦୁର୍ନୀତି ପ୍ରକ୍ରିୟା ପାଇଁ ଅଭୟାରଣ୍ୟ ସୁରକ୍ଷିତ ସ୍ଥାନ ସୃଷ୍ଟି ନକରନ୍ତୁ । ବ୍ରିକ୍ସ ଦୁର୍ନୀତି ନିରୋଧୀ ସହଯୋଗକୁ ବୃଦ୍ଧି କରିବା ଏବଂ ଆପୋସ ବୁଝାମଣାକୁ ବଢ଼ାଇବା କ୍ଷେତ୍ରରେ ଅଭିଜ୍ଞତା ଆଦାନପ୍ରଦାନର ଗୁରୁତ୍ୱକୁ ଆମେ ସମ୍ମାନ କରୁଛୁ ଏବଂ ଏହି କ୍ଷେତ୍ରରେ ଆମର ପ୍ରୟାସ ଜାରି ରହିବ ଯେହେତୁ ପୂର୍ବବର୍ଷଗୁଡ଼ିକରେ ଆମେ ଏହା କରିସାରିଛୁ । ବହୁପକ୍ଷୀୟ ମଂଚରେ ସମାନତା ଉଜାଗର କରିବା ଏବଂ ସୂଚନାର ଆଦାନ ପ୍ରଦାନ ପାଇଁ ମଂଚ ସୃଷ୍ଟି କରିବା ମାଧ୍ୟମରେ ୟୁଏନସିଏସିର କାର୍ଯ୍ୟକାରୀତାକୁ ସମର୍ଥନ କରିବା ଲାଗି ଆମେ ପରସ୍ପରକୁ ସହାୟତା କରିବା ଲାଗି ସହମତ ହୋଇଛୁ । ଦୁର୍ନୀତି ନିବାରଣ ପାଇଁ 2018 ବର୍ଷକୁ ବାଝିଥିବା ଆମେ ଆଫ୍ରିକୀୟ ସଂଘକୁ ସ୍ୱାଗତ କରୁଛୁ ।

80. ବ୍ରିକ୍ସ ଅର୍ଥନୈତିକ ଭାଗିଦାରୀର ରଣନୀତିକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟ ପ୍ରସଙ୍ଗରେ ବ୍ରିକ୍ସ ସମ୍ପର୍କ ଗୋଷ୍ଠୀ (ସିଜିଇଟିଆଇ)ର ସମର୍ଥନକ୍ରମେ ଅଷ୍ଟମ ବ୍ରିକ୍ସ ବାଣିଜ୍ୟ ମନ୍ତ୍ରୀମାନଙ୍କ ବୈଠକର ଫଳାଫଳକୁ ଆମେ ସ୍ୱାଗତ କରୁଛୁ । ଅର୍ଥନୈତିକ ଏବଂ ବାଣିଜ୍ୟ ସହଯୋଗରେ ବ୍ରିକ୍ସ କାର୍ଯ୍ୟକାରୀ ଏଜେଣ୍ଡାର କାର୍ଯ୍ୟକାରୀତା କ୍ଷେତ୍ରରେ ହୋଇଥିବା ଉତ୍ତମ ଅଗ୍ରଗତିକୁ ଆମେ ମଧ୍ୟ ସ୍ୱାଗତ କରୁଛୁ । ବିଶେଷ କରି ଶିଳ୍ପ ଏବଂ କୃଷି, ସ୍ୱତନ୍ତ୍ର ଭାବେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ନୀତି ସ୍ଥାନର ସଂରକ୍ଷଣ ଜରିଆରେ  ବ୍ୟାପକ ଅଂଶଗ୍ରହଣ, ମୂଲ୍ୟ ସମ୍ବର୍ଦ୍ଧନ ଏବଂ ଆମ ଫାର୍ମଗୁଡ଼ିକ ପାଇଁ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଊଦ୍ଧ୍ୱର୍ମୁଖୀ ଗତିକୁ ଆମେ ସମର୍ଥନ କରିବୁ । ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବର୍ଦ୍ଧିତ ମୁଲ୍ୟ ଯୁକ୍ତ ବାଣିଜ୍ୟର ଗୁରୁତ୍ୱକୁ ଉପଲବ୍ଧୀ କରି, ସିଜିଇଟିଆଇର ବାଣିଜ୍ୟ ପ୍ରୋତ୍ସାହନ କାର୍ଯ୍ୟ ଗୋଷ୍ଠୀ ସହିତ ବ୍ରିକ୍ସ ଇ-କମର୍ସ କାର୍ଯ୍ୟ ଗୋଷ୍ଠୀର ପୁନଃ ଆୟୋଜନ ଲାଗି ଆମେ ବାଣିଜ୍ୟ ମନ୍ତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରୁଛୁ । ଆନ୍ତ ବ୍ରିକ୍ସ ମୂଲ୍ୟ ଯୁକ୍ତ ବାଣିଜ୍ୟ ପ୍ରୋତ୍ସାହନ ଉପରେ ବ୍ରିକ୍ସ ଯୁଗ୍ମ ବାଣିଜ୍ୟ ଅଧ୍ୟୟନର ସମୀକ୍ଷା କରାଯିବାକୁ ଆମେ ସ୍ୱାଗତ କରୁଛୁ । ଆଇପିଆର, ଇ-କମର୍ସ, ସେବା ବାଣିଜ୍ୟ ଏବଂ ଇ-କମର୍ସରେ ସହଯୋଗକୁ ଆହୁରି ବୃଦ୍ଧି ମାନକ ଏବଂ ବୈଷୟିକ ନିୟାମକ ମାନରେ, ଏମଏସଏମଇ ଏବଂ ମଡେଲ ଇପୋର୍ଟରେ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ଅଷ୍ଟମ ବ୍ରିକ୍ସ ବାଣିଜ୍ୟ ମନ୍ତ୍ରୀମାନଙ୍କ ବୈଠକର ସକାରାତ୍ମକ ଫଳାଫଳକୁ ଆମେ ସ୍ୱାଗତ କରୁଛୁ ।

81. ଆଂଚଳିକ ବିମାନ ଚଳାଚଳ ଲାଗି ବ୍ରିକ୍ସ ବୁଝାମଣାପତ୍ର ସ୍ୱାକ୍ଷରକୁ ଆମେ ସ୍ୱାଗତ କରୁଛୁ । ଯୋଗାଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ରିକ୍ସ ସହଯୋଗ ବୃଦ୍ଧି କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ବୋଲି ଆମେ ବିଶ୍ୱାସ କରୁ ।

82. ବ୍ରିକ୍ସ ସୀମା ଶୁଳ୍କ ସହଯୋଗର ରଣନୈତିକ ଢାଂଚାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବ୍ରିକ୍ସ ସୀମା ଶୁଳ୍କ ପ୍ରଶାସନ ମଧ୍ୟରେ ସହଯୋଗର ଫଳାଫଳକୁ ଆମେ ପ୍ରଶଂସା କରୁଛୁ । ବ୍ରିକ୍ସ ସୀମାଶୁଳ୍କ ଆପୋସ ପ୍ରଶାସନ ସହାୟତା ଚୁକ୍ତିର ଆଗୁଆ ସମ୍ପାଦନ ଏବଂ ତ୍ୱରିତ କାର୍ଯ୍ୟକାରୀତା, ଯଦ୍ଵାରା ବ୍ରିକ୍ସ ଅଧିକୃତ ଅର୍ଥନୈତିକ ପରିଚାଳନା କାର୍ଯ୍ୟକ୍ରମ 2022 ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିବ, ନିୟନ୍ତ୍ରକ ଏବଂ ଅର୍ଥନୈତିକ ଅପରେଟରମାନଙ୍କ ଆପୋସ ବିବେଚନା ସମେତ ଦୀର୍ଘସ୍ଥାୟୀ ଲକ୍ଷ୍ୟଗୁଡ଼ିକୁ ଆମେ ସ୍ୱାଗତ କରୁଛୁ । ଏହି ପରିପ୍ରେକ୍ଷୀରେ, ବ୍ରିକ୍ସ ସୀମାଶୁଳ୍କ ତାଲିମ କେନ୍ଦ୍ରର ପ୍ରତିଷ୍ଠା ଏବଂ ଉଲ୍ଲଖିତ କ୍ଷୁଦ୍ର,ମଧ୍ୟମ ଏବଂ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲରେ ବ୍ରିକ୍ସ ସୀମାଶୁଳ୍କ ପ୍ରଶାସନ ଦ୍ୱାରା ମିଳିତ ଭାବେ ନିଆଯିବାକୁ ଥିବା ପଦକ୍ଷେପକୁ ଚିହ୍ନଟ କରୁଥିବା ବ୍ରିକ୍ସ ସୀମାଶୁଳ୍କ କାର୍ଯ୍ୟ ଯୋଜନାକୁ ଆମେ ଆହୁରି ସ୍ୱାଗତ କରୁଛୁ । ବ୍ରିକ୍ସ ସୀମାଶୁଳ୍କ ସହଯୋଗ ସମିତିର ସମ୍ଭାବନାକୁ ଆମେ ବିବେଚନା କରୁଛୁ । ବାଣିଜ୍ୟ ସୁବିଧା, ଆଇନ ଲାଗୁ, ସୂଚନା ପ୍ରଯୁକ୍ତିର ଉନ୍ନତ ଉପଯୋଗ ଏବଂ ସାମର୍ଥ୍ୟ ନିର୍ମାଣରେ ଏକ ପରିବର୍ଦ୍ଧିତ ଆନ୍ତଃ ବ୍ରିକ୍ସ ସହଯୋଗ ଏବଂ ପ୍ରାସଙ୍ଗିକ ବହୁପକ୍ଷୀୟ ମଂଚ ପାଇଁ ଆମେ ଆହ୍ୱାନ କରୁଛୁ ।

83.  ବିଶ୍ୱସ୍ତରରେ ଏକ ସ୍ୱଚ୍ଛ ଏବଂ ସମ୍ପୂର୍ଣ୍ଣ ପାରଦର୍ଶୀ ଟିକସ ବ୍ୟବସ୍ଥାରେ ପହଁଚିବା ଲାଗି ସମସ୍ତ ଅନ୍ତର୍ଜାତୀୟ ପ୍ରୟାସ ପାଇଁ ବ୍ରିକ୍ସ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ନିରନ୍ତର ସହାୟତାକୁ ଆମେ ଉପଲବ୍ଧୀ କରୁଛୁ । ବିଶେଷ କରି ଆଧାର କ୍ଷରଣ ଏବଂ ଲାଭ ହସ୍ତାନ୍ତର, ଟିକସ ସୂଚନା ବିନିମୟ, ଉଭୟ ଅନୁରୋଧ ଏବଂ ସ୍ୱୟଂକ୍ରିୟତା ଉପରେ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ କ୍ଷମତା ନିର୍ମାଣର ଆବଶ୍ୟକତା ଆଧାରିତ ଡିଜିଟାଲ ଅର୍ଥବ୍ୟବସ୍ଥାର ପରିଧି ମଧ୍ୟରେ ଏହାର ପ୍ରଭାବ ସହ କାରବାର କରିବା ଲାଗି ଆମେ ଆମର ନିରନ୍ତର ପ୍ରତିବଦ୍ଧତା ଦୋହରାଉଛୁ । ଟିକସ ବ୍ୟାପାରରେ ପେସାଦାରମାନଙ୍କ ବିନିମୟ, ଆପୋସ ତାଲିମ,ଶ୍ରେଷ୍ଠ ଅଭ୍ୟାସ, ଅଭିଜ୍ଞତା ଆଦାନପ୍ରଦାନ ଏବଂ ବିନିମୟକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପ୍ରତିବଦ୍ଧ ।

 84. ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, କୃଷିବ୍ୟବସାୟ, ଆର୍ଥିକ ସେବା, ଆଂଚଳିକ ବିମାନ ଚଳାଚଳ,ବୈଷୟିକ ମାନକ ଏବଂ ଦକ୍ଷତା ବିକାଶରେ ସମନ୍ୱୟ କ୍ଷେତ୍ରରେ ବ୍ରିକ୍ସ ବ୍ୟବସାୟିକ ପରିଷଦ ଏବଂ ଏହାର ପଂଚମ ବାର୍ଷିକ ରିପୋର୍ଟ ସହିତ ବ୍ରିକ୍ସ ବ୍ୟବସାୟିକ ମଂଚର ଯୋଗଦାନକୁ ଆମେ ଉପଲବ୍ଧୀ କରୁଛୁ । ବ୍ରିକ୍ସ ବ୍ୟବସାୟିକ ପରିଷଦର ଢାଂଚା ମଧ୍ୟରେ ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟକାରୀ ଗୋଷ୍ଠୀ ଗଠନକୁ ଆମେ ସ୍ୱାଗତ କରୁଛୁ ।

85. ନିରନ୍ତର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଯୋଗଦାନ କ୍ଷେତ୍ରରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନାକୁ ବିବେଚନା କରି, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବ୍ୟାପକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି, ପର୍ଯ୍ୟଟନ ଉପରେ ବ୍ରିକ୍ସ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ଏବଂ ପରିବର୍ଦ୍ଧିତ ଅର୍ଥନୈତିକ ବିକାଶ ଏବଂ ନାଗରିକ-ନାଗରିକ ସମ୍ପର୍କକୁ ଆମେ ସ୍ୱାଗତ କରୁଛୁ । ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଧାରା ଭ୍ରମଣ ବାଣିଜ୍ୟ, ବିମାନ ଯୋଗାଯୋଗ, ପର୍ଯ୍ୟଟନ ଭିତ୍ତିଭୂମି, ସାଂସ୍କୃତିକ ଏବଂ ମେଡ଼ିକାଲ ପର୍ଯ୍ୟଟନ,ପର୍ଯ୍ୟଟନ ବଜାର ପ୍ରତି ରହିଥିବା ବାଧକ, ପର୍ଯ୍ୟଟନ ନିରାପତ୍ତା ଏବଂ ସହାୟତା- ଆର୍ଥିକ, ବୀମା ଏବଂ ମେଡ଼ିକାଲ କ୍ଷେତ୍ରରେ ଜ୍ଞାନ, ଅଭିଜ୍ଞତା ଏବଂ ଶ୍ରେଷ୍ଠ ପ୍ରଚଳନର ବିନିମୟ କରିବ । ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ସତ୍ୱେ ଆନ୍ତଃବ୍ରିକ୍ସ ପର୍ଯ୍ୟଟନ ଅଭିବୃଦ୍ଧି ହାସଲ କରିଥିବା ଆମେ ସନ୍ତୋଷର ସହିତ ଉଲ୍ଲେଖ କରୁଛୁ ।

V. ନାଗରିକଙ୍କ ଠାରୁ ନାଗରିକ ସହଯୋଗ

86. ବ୍ରିକ୍ସ ଏବଂ ଏହାର କାର୍ଯ୍ୟକ୍ରମରେ ଲୋକମାନଙ୍କୁ କେନ୍ଦ୍ରରେ ରଖିବା ଉପରେ ଗୁରୁତ୍ୱାରୋପ କରି ଆମେ କ୍ରୀଡ଼ା, ଯୁବବ୍ୟାପାର, ଚଳଚ୍ଚିତ୍ର, ସଂସ୍କୃତି, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥିର ଅଗ୍ରଗତି ଏବଂ ବିନିମୟକୁ ପ୍ରଶଂସା କରୁଛୁ ।

87. ଆମ ଲୋକମାନଙ୍କ ସବୁ କ୍ଷେତ୍ର ପାଇଁ ସମାବେଶୀ ବିକାଶ ଦିଗରେ ଜନକୈନ୍ଦ୍ରିକ ଆଭିମୁଖ୍ୟ ପୋଷଣ ପାଇଁ ଆମେ ଆମର ପ୍ରତିବଦ୍ଧତା ଦୋହରାଉଛୁ ।

88.  ବ୍ରାସିଲିଆରେ ଆୟୋଜିତ ଅଷ୍ଟମ ବିଶ୍ୱ ଜଳ ମଂଚ ଯାହା ବିଶ୍ୱର ସର୍ବବୃହତ ଜଳ ସଂକ୍ରାନ୍ତ କାର୍ଯ୍ୟକ୍ରମ ଥିଲା, ପ୍ରଥମ ଥର ପାଇଁ ଏହା ଦକ୍ଷିଣ  ଗୋଲାର୍ଦ୍ଧରେ ଆୟୋଜିତ ହୋଇଥିଲା, ଏହା ବିଶ୍ୱସ୍ତରରେ ଜଳକୁ ପ୍ରାଥମିକତା ଭାବେ ପ୍ରତିଷ୍ଠା କରିବା ଦିଗରେ ଯୋଗଦାନ ଦେଇଥିଲା  । ଏହାର ଫଳାଫଳକୁ ଆମେ ଉପଲବ୍ଧୀ କରୁଛୁ ।

89.  ବାହ୍ୟ ମହାକାଶ ସଂକ୍ରାନ୍ତ ବ୍ୟାପାର ଏବଂ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସହଯୋଗର ଗୁରୁତ୍ୱ ଉପରେ ଆମେ ଜୋର ଦେଉଛୁ ଏବଂ ଏହି କ୍ଷେତ୍ରରେ ଜାରି ରହିଥିବା ବର୍ତ୍ତମାନର ପ୍ରୟାସ ପ୍ରତି ଆମର ସମର୍ଥନକୁ ସୁନିଶ୍ଚିତ କରୁଛୁ ।

90. ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଟିକା ଗବେଷଣା ଏବଂ ବିକାଶ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ସୁଦୃଢ଼ କରିବା ଲାଗି ଆମେ ପ୍ରତିବଦ୍ଧ, ଏବଂ ବ୍ରିକ୍ସ ଟିକା ଗବେଷଣା ଏବଂ ବିକାଶ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଆମେ ସ୍ୱାଗତ କରୁଛୁ ।

91. ନିରନ୍ତର ବିକାଶ ଯୁଗରେ ଯକ୍ଷ୍ମା ଦୂର କରିବା : ଏକ ବହୁପକ୍ଷୀୟ ପଦକ୍ଷେପ, ଲାଗି 2017ରେ ମସ୍କୋରେ ଆୟୋଜିତ ପ୍ରଥମ ଡବ୍ଲୁଏଚଓ ମନ୍ତ୍ରୀସ୍ତରୀୟ ସମ୍ମେଳନ ଏବଂ ଯକ୍ଷ୍ମା ଦୂର କରିବା ଲାଗି ମସ୍କୋ ଘୋଷଣାନାମାର ଫଳାଫଳକୁ ଆମେ ସ୍ୱାଗତ କରୁଛୁ । ଯକ୍ଷ୍ମା ଦୂର କରିବା ଲାଗି ମିଳିତ ଜାତିସଂଘ ସାଧାରଣ ପରିଷଦର ପ୍ରଥମ ଉଚ୍ଚସ୍ତରୀୟ ବୈଠକ ଭବିଷ୍ୟତରେ ଆୟୋଜନ ହେବାକୁ ଯାଉଥିବାରୁ ଏହା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ସେହିପରି ସେପ୍ଟେମ୍ବର 2018ରେ ଆୟୋଜିତ ହେବାକୁ ଥିବା ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ଏବଂ ଦୂରୀକରଣ ଉପରେ ମିଳିତ ଜାତିସଂଘର ତୃତୀୟ ଉଚ୍ଚସ୍ତରୀୟ ବୈଠକ ଉପରେ ମଧ୍ୟ ଆମେ ଜୋର ଦେଉଛୁ ।

92. ଚତୁର୍ଥ ଶିଳ୍ପ ବିପ୍ଳବକୁ ଆଗେଇ ନେବାରେ ସଂସ୍କୃତିର ଗୁରୁତ୍ୱ ଏବଂ ଭୂମିକାକୁ ଆମେ ସ୍ଵୀକାରକରୁଛୁ ଏବଂ ଏହା ଉପସ୍ଥାପନ କରୁଥିବା ଅର୍ଥନୈତିକ ସମ୍ଭାବନାକୁ ଆମେ ଉପଲବ୍ଧୀ କରୁଛୁ ।

93.  ତୃତୀୟ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନକୁ ଆମେ ସ୍ୱାଗତ କରୁଛୁ ଏବଂ ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ନିବିଡ଼ କରିବାର ଆବଶ୍ୟକତାକୁ ଆମେ ବିବେଚନା କରୁଛୁ । ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବା ଏବଂ ବ୍ରିକ୍ସ ସଂସ୍କୃତିର ବିବିଧତାକୁ ପ୍ରଦର୍ଶନ କରିବା ଲାଗି ଚଳଚ୍ଚିତ୍ରର ସହପ୍ରଯୋଜନା ଉପରେ ବ୍ରିକ୍ସ ସନ୍ଧି ପ୍ରସ୍ତୁତ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ଆମେ ଉପଲବ୍ଧୀ କରୁଛୁ ।

94. ସୃଜନଶୀଳ ଏବଂ ଦୀର୍ଘସ୍ଥାୟୀ ସାଂସ୍କୃତିକ ସହଯୋଗ ପାଇଁ ସଂସ୍କୃତି କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସରକାରଙ୍କ ମଧ୍ୟରେ ସହଯୋଗ ଚୁକ୍ତି (2017-2021)ର କାର୍ଯ୍ୟକାରୀ କରିବା ଲାଗି ପଥପ୍ରଦର୍ଶନକାରୀ କାର୍ଯ୍ୟ ଯୋଜନା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ।

95. ଜୋହାନ୍ସବର୍ଗରେ ଆୟୋଜିତ ଦ୍ୱିତୀୟ ବ୍ରିକ୍ସ ପ୍ରଶାସନିକ ସେମିନାର 2018କୁ ଆମେ ହୃଦୟଙ୍ଗମ କରୁଛୁ । ଏଥିସହିତ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଶିକ୍ଷାବିତ ଏବଂ ବିଶେଷଜ୍ଞମାନଙ୍କ ଅଧିକ ବିବିଧ ଅଂଶଗ୍ରହଣ ସହିତ ତୃତୀୟ ବୈଠକ ଆୟୋଜନ ଲାଗି ବ୍ରାଜିଲର ଇଚ୍ଛାକୁ ଆମେ ଗ୍ରହଣ କରୁଛୁ ।

96. ବିଶେଷଜ୍ଞମାନଙ୍କ ପରିଷଦ, ଶିକ୍ଷା ମଂଚ, ନାଗରିକ ବ୍ରିକ୍ସ ମଂଚ, ଯୁବ କୂଟନୀତିଜ୍ଞଙ୍କ ମଂଚ, ଯୁବ ସମ୍ମିଳନୀ ଏବଂ ଯୁବ ବୈଜ୍ଞାନିକଙ୍କ ମଂଚ ସମେତ ଆମ ଲୋକମାନଙ୍କ ମଧ୍ୟରେ ବିନିମୟ ଜରିଆରେ ସହଯୋଗ ଏବଂ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ହୋଇଥିବା ପ୍ରଗତିକୁ ଆମେ ସନ୍ତୋଷର ସହିତ ବ୍ୟକ୍ତ କରୁଛୁ ।

97. ବ୍ରିକ୍ସ ବୈଦେଶିକ ବ୍ୟାପାର ମୁଖପାତ୍ରଙ୍କ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ପାଇଁ ଦକ୍ଷିଣ ଆଫ୍ରିକାର ପ୍ରୟାସକୁ ଆମେ ସ୍ୱାଗତ କରୁଛୁ ।

98. ଦକ୍ଷିଣ ଆଫ୍ରିକାରେ ତୃତୀୟ ବ୍ରିକ୍ସ କ୍ରୀଡ଼ାର ସଫଳତାପୂର୍ବକ ଆୟୋଜନକୁ ଆମେ ସ୍ୱାଗତ କରୁଛୁ ଏବଂ ବ୍ରିକ୍ସ କ୍ରୀଡ଼ା ପରିଷଦ ପ୍ରତିଷ୍ଠା ଦିଗରେ ହୋଇଥିବା ଅଗ୍ରଗତି ଆମେ ଆହୁରି ଉଲ୍ଲେଖ କରୁଛୁ ।

99.  ମହିଳା ସାଂସଦମାନଙ୍କ ସମେତ ବ୍ରିକ୍ସ ସଂସଦୀୟ ବିନିମୟ ଉପରେ ଗୁରୁତ୍ୱାରୋପ କରି, ଆମେ ଏହି କ୍ଷେତ୍ରରେ ବ୍ରିକ୍ସ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛୁ ।

100. ସାମଗ୍ରୀକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ମହିଳାମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ଆମେ ବ୍ରିକ୍ସ ମହିଳା ମଂଚ ଏବଂ ବ୍ରିକ୍ସ ମହିଳା ବ୍ୟବସାୟିକ ମେଂଟ ଗଠନ ଦିଗରେ କରାଯାଇଥିବା କାର୍ଯ୍ୟ ଆମେ ଉଲ୍ଲେଖ କରୁଛୁ ।

101. ବ୍ରିକ୍ସ 2018 ର ସଫଳ ଆୟୋଜନ କରିଥିବାରୁ ଦକ୍ଷିଣ ଆଫ୍ରିକାକୁ ସଦସ୍ୟ ରାଷ୍ଟ୍ର ବ୍ରାଜିଲ, ରୁଷ,ଭାରତ ଏବଂ ଚୀନ ସ୍ୱାଗତ କରିଛନ୍ତି ଏବଂ ଜୋହାନ୍ସବର୍ଗ ଠାରେ ଦଶମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ ନିମନ୍ତେ ଦକ୍ଷିଣ ଆଫ୍ରିକା ସରକାର ଏବଂ ନାଗରିକମାନଙ୍କ ପ୍ରତି ଗଭୀର କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

102. ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା 2019ରେ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବା ଲାଗି ବ୍ରାଜିଲକୁ ପୂର୍ଣ୍ଣ ସହଯୋଗ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।

 

ପରିଶିଷ୍ଟ 1 : ଜୋହାନ୍ସବର୍ଗ କାର୍ଯ୍ୟ ଯୋଜନା

 

ଦଶମ ବ୍ରିକ୍ସ ଶିଖର ସମ୍ମିଳନୀ -25ରୁ 27 ଜୁଲାଇ (ଜୋହାନ୍ସବର୍ଗ)

ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଆୟୋଜିତ ବ୍ରିକ୍ସର ଜୋହାନ୍ସବର୍ଗ ଶିଖର ସମ୍ମିଳନୀରେ ଆମେ ନିମ୍ନୋକ୍ତ ବୈଠକର ଫଳାଫଳକୁ ଉଲ୍ଲେଖ କରୁଛୁ ।

ମନ୍ତ୍ରୀସ୍ତରୀୟ ବୈଠକ

ବ୍ରିକ୍ସ ଅର୍ଥ ପ୍ରତିନିଧିମାନଙ୍କ ବୈଠକ 17ରୁ 20 ମାର୍ଚ୍ଚ (ବୁଏନସ ଏଆର୍ସ)

ବ୍ରିକ୍ସ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ- 18-20 ଏପ୍ରିଲ (ୱାଶିଂଟନ, ଡିସି)

ବ୍ରିକ୍ସ ଅର୍ଥ ପ୍ରତିନିଧିମାନଙ୍କ ବୈଠକ – 18ରୁ 20 ଏପ୍ରିଲ (ୱାଶିଂଟନ, ଡିସି)

ବ୍ରିକ୍ସ ପରିବେଶ ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ – 18 ମେ (ଡର୍ବାନ)

ବ୍ରିକ୍ସ ବୈଦେଶ ବ୍ୟାପାର/ଅନ୍ତର୍ଜାତୀୟ ସମ୍ପର୍କ ମନ୍ତ୍ରୀମାନଙ୍କ ବୈଠକ- 4 ଜୁନ (ପ୍ରିଟୋରିଆ)

ବ୍ରିକ୍ସ ରାଜସ୍ୱ ମୁଖ୍ୟ କର୍ତୃପକ୍ଷଙ୍କ ବୈଠକ- 18ରୁ 21 ଜୁନ 2018 (ଜୋହନ୍ସବର୍ଗ)

ବ୍ରିକ୍ସ କୃଷି ଏବଂ କୃଷି ବିକାଶ ମନ୍ତ୍ରୀମାନଙ୍କ ଅଷ୍ଟମ ବୈଠକ- 19ରୁ 22 ଜୁନ (ମୁମାଲାଙ୍ଗା)

ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କ ଅଷ୍ଟମ ବୈଠକ- 28ରୁ 29 ଜୁନ 2018 (ଡର୍ବାନ)

ବ୍ରିକ୍ସ ଶକ୍ତି ମନ୍ତ୍ରୀମାନଙ୍କ ବୈଠକ- 28ରୁ 29 ଜୁନ (ଗାଓଟେଙ୍ଗ)

ବ୍ରିକ୍ସ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀମାନଙ୍କ ବୈଠକ- 29 ଜୁନରୁ 1 ଜୁଲାଇ (ଇଷ୍ଟ ଲଣ୍ଡନ)

ବ୍ରିକ୍ସ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ ମନ୍ତ୍ରୀମାନଙ୍କ ଷଷ୍ଠ ବୈଠକ- 3 ଜୁଲାଇ (ଡର୍ବାନ)

ବ୍ରିକ୍ସ ଶିଳ୍ପ ମନ୍ତ୍ରୀମାନଙ୍କ ତୃତୀୟ ବୈଠକ- 4 ଜୁଲାଇ (ଗାଓଟେଙ୍ଗ)

ବ୍ରିକ୍ସ ବାଣିଜ୍ୟ ମନ୍ତ୍ରୀମାନଙ୍କ ଅଷ୍ଟମ ବୈଠକ (ମାଗାଲିସବର୍ଗ)

ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ବୈଠକ- 10 ଜୁଲାଇ (କେପଟାଉନ)

ବ୍ରିକ୍ସ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକ- 19ରୁ 22 ଜୁଲାଇ (ଆର୍ଜେଂଟିନା)

ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ଅଷ୍ଟମ ବୈଠକ- 20 ଜୁଲାଇ (ଡର୍ବାନ)

ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରୀୟ ବୈଠକ

ପ୍ରଥମ ବ୍ରିକ୍ସ ସେର୍ପା ଏବଂ ସସ-ସେର୍ପା ମାନଙ୍କ ପ୍ରଥମ ବୈଠକ- 4ରୁ 6 ଫେବୃଆରୀ (କେପଟାଉନ)

ବ୍ରିକ୍ସ ଦୁର୍ନୀତି ନିବାରଣ କାର୍ଯ୍ୟ ଗୋଷ୍ଠୀର ପ୍ରଥମ ବୈଠକ- 26 ଫେବୃଆରୀ (ବୁଏନସ ଏଆର୍ସ,ଆର୍ଜେଂଟିନା)

ଅର୍ଥନୈତିକ ଏବଂ ବାଣିଜି୍ୟକ ପ୍ରସଙ୍ଗରେ ଯୋଗାଯୋଗ ଗୋଷ୍ଠୀର 17ତମ ବୈଠକ-28 ଫେବୃଆରୀରୁ 2 ମାର୍ଚ୍ଚ (ଜୋହାନ୍ସବର୍ଗ)

ବ୍ରିକ୍ସ କାର୍ଯ୍ୟାଳୟର ନବମ ବୈଷୟିକ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବୈଠକ – 13ରୁ 15 ମାର୍ଚ୍ଚ (ପ୍ରିଟୋରିଆ)

ବ୍ରିକ୍ସ ବଣ୍ଡ ପାଣ୍ଠି କାର୍ଯ୍ୟ ଗୋଷ୍ଠୀର ବୈଠକ- 17ରୁ 20 ମାର୍ଚ୍ଚ (ବୁଏନ୍ସ ଏଆର୍ସ)

ସୀମାଶୁଳ୍କ ବିଶେଷଜ୍ଞମାନଙ୍କ ବୈଠକ – 16ରୁ 17 ଏପ୍ରିଲ (ଡର୍ବାନ)

ସୀମାଶୁଳ୍କ ସହଯୋଗ ସମିତିର ଦ୍ୱିତୀୟ ବୈଠକ – 18ରୁ 19 ଏପ୍ରିଲ (ଡର୍ବାନ)

ବିବିଏଫ କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ବ୍ରିକ୍ସ ସିଆରଏ ଷ୍ଟାଣ୍ଡିଂ କମିଟି ବୈଠକ- 18ରୁ 20 ଏପ୍ରିଲ (ୱାଶିଂଟନ, ଡିସି ଆମେରିକା)

ଆତଙ୍କବାଦ ନିରୋଧୀ କାର୍ଯ୍ୟକାରୀ ଗୋଷ୍ଠୀ- 19ରୁ 20 ଏପ୍ରିଲ (ଶ୍ୱେତ ନଦୀ, ନେଲସ୍ପ୍ରଟ)

ବ୍ରିକ୍ସ ସେର୍ପା/ଉପ ସେର୍ପାମାନଙ୍କ ଦ୍ୱିତୀୟ ବୈଠକ-24ରୁ 26 ଏପ୍ରିଲ (ବେଲାବେଲା, ଲିମ୍ପୋପୋ)

ପ୍ରଥମ ଶ୍ରମ ଏବଂ ନିଯୁକ୍ତ କାର୍ଯ୍ୟକାରୀ ଗୋଷ୍ଠୀ (ଇଡବ୍ଲ୍ୟୁଜି) ବୈଠକ- 7ରୁ 10 ମେ (ମୁମାଲାଙ୍ଗା)

ବ୍ରିକ୍ସ ବୌଦ୍ଧିକ ସମ୍ପତ୍ତି ଅଧିକାର ସହଯୋଗ ବ୍ୟବସ୍ଥାର ଦ୍ୱିତୀୟ ବୈଠକ- 10 ମେ (ପୂର୍ବ ଲଣ୍ଡନ)

ବ୍ରିକ୍ସ ଇ-କମର୍ସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଠକ- 10 ମେ (ପୂର୍ବ ଲଣ୍ଡନ)

ବୈଷୟିକ ନିୟନ୍ତ୍ରଣ, ମାନକ, ଅନୁରୂପତା ନିର୍ଦ୍ଧାରଣ, ମାପ ଏବଂ ମାନ୍ୟତା କ୍ଷେତ୍ରରେ ବୈଷୟିକ ବିଶେଷଜ୍ଞମାନଙ୍କ ବୈଠକ- 10 ମେ (ପୂର୍ବ ଲଣ୍ଡନ)

ସେବା ପରିସଂଖ୍ୟାନ କ୍ଷେତ୍ରରେ ବାଣିଜ୍ୟ କର୍ମଶାଳା- 10 ମେ’ (ପୂର୍ବ ଲଣ୍ଡନ)

ଅର୍ଥନୈତିକ ଏବଂ ବାଣିଜି୍ୟକ ବ୍ୟାପାରରେ ଯୋଗାଯୋଗ ଗୋଷ୍ଠୀ(ସିଜିଇଟିଆଇ)ର 18ତମ ବୈଠକ-11ରୁ 12 ମେ (ପୂର୍ବ ଲଣ୍ଡନ)

ବ୍ରିକ୍ସ ପରିବେଶ ବ୍ୟାପାର କାର୍ଯ୍ୟ ଗୋଷ୍ଠୀର ବୈଠକ- 14ରୁ 16 ମେ (ପ୍ରିଟୋରିଆ)

ଆଇସିଟି ବ୍ୟବହାରରେ ନିରାପତ୍ତା କାର୍ଯ୍ୟ ଗୋଷ୍ଠୀ ବୈଠକ- 16ରୁ 17 ମେ (କେପ ଟାଉନ)

ବ୍ରିକ୍ସ ବରିଷ୍ଠ ପରିବେଶ ବ୍ୟାପାର ଅଧିକାରୀମାନଙ୍କ ବୈଠକ- 17 ମେ (ଡର୍ବାନ)

ବ୍ରିକ୍ସ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂଚୟ କାର୍ଯ୍ୟ ଗୋଷ୍ଠୀର ବୈଠକ- 17ରୁ 18 ମେ (କେପଟାଉନ)

ବ୍ରିକ୍ସ ବିଶେଷଜ୍ଞ ପରିଷଦ (ବିଟିଟିସି)ର ବୈଠକ- 28 ମେ (ପାର୍କଟାଉନ)

ବ୍ରିକ୍ସ ଏକାଡେମି ଫୋରମ- 28ରୁ 31 ମେ (ଜୋହନ୍ସବର୍ଗ)

ଉନ୍ନତମାନର ଭିତ୍ତିଭୂମି  ବୈଠକ (ମାନକ, ମାନ୍ୟତା ଏବଂ ମାପକ ସଂସ୍ଥା)- 16 ମେ (ଗାଓଟେଙ୍ଗ)

ବିଶ୍ୱ ସ୍ୱାସ୍ଥ୍ୟ ପରିଷଦର ଆଧାରରେ ସ୍ୱାସ୍ଥ୍ୟ ଉପରେ ବ୍ରିକ୍ସ ବୈଠକ- ମେ (ଜେନେଭା, ସ୍ୱିଜରଲ୍ୟାଣ୍ଡ)

ବ୍ରିକ୍ସ ସେର୍ପ/ଉପସେର୍ପାମାନଙ୍କ ବୈଠକ- 2ରୁ 3 ଜୁନ (ପ୍ରିଟୋରିଆ)

ଟିକସ ବ୍ୟାପାରରେ ବିଶେଷଜ୍ଞମାନଙ୍କ ବୈଠକ- 18ରୁ 19 ଜୁନ (କେପଟାଉନ)

ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା ବରିଷ୍ଠ ଅଧିକାରୀ/ବିଶେଷଜ୍ଞ(ମେନା)ମାନଙ୍କ ଚତୁର୍ଥ ବୈଠକ- 19 ଜୁନ (ପ୍ରିଟୋରିଆ)

କୃଷି ସହଯୋଗ କାର୍ଯ୍ୟ ଗୋଷ୍ଠୀର ଅଷ୍ଟମ ବୈଠକ-20 ଜୁନ (ନେଲସ୍ପ୍ରଟ)

କୃଷି କ୍ଷେତ୍ର ଗସ୍ତ – 22 ଜୁନ

ନାଗରିକ ସମାଜ ସଂଗଠନ (ସିଏସଓ)ର ବୈଠକ- 25 ରୁ 26 ଜୁନ (ଜୋହାନ୍ସବର୍ଗ)

ବେସାମରିକ ବ୍ରିକ୍ସ- 25ରୁ 27 ଜୁନ (ପାର୍କଟାଉନ, ଜୋହାନ୍ସବର୍ଗ)

ସୀମାଶୁଳ୍କ ସହଯୋଗ ସମିତିର ତୃତୀୟ ବୈଠକ- 26 ଜୁନ (ବ୍ରୁସେଲନ୍ସ, ବେଲଜିୟମ)

ବ୍ରିକ୍ସ ଦୁର୍ନୀତି କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟ ବୈଠକ- 26 ଜୁନ (ପ୍ୟାରିସ, ଫ୍ରାନ୍ସ)

ଚତୁର୍ଥ ରାଷ୍ଟ୍ରଦୂତମାନଙ୍କ ମଂଚ- 25 ରୁ 29 ଜୁନ (ପ୍ରିଟୋରିଆ)

ବ୍ରିକ୍ସ ଯୁବ ବୈଜ୍ଞାନିକମାନଙ୍କ ତୃତୀୟ ମଂଚ-25ରୁ 29 ଜୁନ (ଡର୍ବାନ ଆଇସିସି)

ବ୍ରିକ୍ସ ବନ୍ଧୁତ୍ୱ ସହର ଏବଂ ସ୍ଥାନୀୟ ସରକାରଙ୍କ ସହଯୋଗ ମଂଚ- 28ରୁ 29 ଜୁନ (ଇଷ୍ଟ ଲଣ୍ଡନ)

ବ୍ରିକ୍ସ ପାଣ୍ଠି ଯୋଗାଣ ଦଳ କାର୍ଯ୍ୟ ଗୋଷ୍ଠୀର ଚତୁର୍ଥ ବୈଠକ- 30 ଜୁନ (ଡର୍ବାନ)

ଶିଳ୍ପ ବିଶେଷଜ୍ଞମାନଙ୍କ ତୃତୀୟ  ବୈଠକ- 3 ଜୁଲାଇ (ମାଗାଲିସବର୍ଗ)

ପ୍ରଶାସନ ଉପରେ ଦ୍ୱିତୀୟ ବ୍ରିକ୍ସ ସେମିନାର, 3ରୁ 4 ଜୁଲାଇ (ଜୋହାନ୍ସବର୍ଗ)

ଅର୍ଥନୈତିକ ଏବଂ ବାଣିଜ୍ୟ ବ୍ୟାପାରରେ ଯୋଗାଯୋଗା ଗୋଷ୍ଠୀ (ସିଜିଇଟିଆଇ)ର 19ତମ ବୈଠକ- 2ରୁ 4 ଜୁଲାଇ (ଗାଓଟେଙ୍ଗ)

ବ୍ରିକ୍ସ ବିଶ୍ୱବିଦ୍ୟାଳୟ ସମ୍ମିଳନୀର ନେଟୱାର୍କ- 5ରୁ 7 ଜୁଲାଇ (ଷ୍ଟେଲେନବୋସ)

ଶିକ୍ଷା ଉପରେ ବ୍ରିକ୍ସ  ବରିଷ୍ଠ ଅଧିକାରୀ ମାନଙ୍କ ବୈଠକ- 9 ଜୁଲାଇ (କେପଟାଉନ)

ଆଇସିଟିଆଇ- ପରିବହନ ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ- 9ରୁ 10 ଜୁଲାଇ (ପ୍ରିଟୋରିଆ)

ଚତୁର୍ଥ ବ୍ରିକ୍ସ ଯୁବ ସମ୍ମିଳନୀ – 16ରୁ 21 ଜୁଲାଇ (ବ୍ଲୋମଫୋଂଟେନ, ଫ୍ରି ଷ୍ଟେଟ)

ତୃତୀୟ ବ୍ରିକ୍ସ କ୍ରୀଡ଼ା- 17ରୁ 22 ଜୁଲାଇ (ଜୋହାନ୍ସବର୍ଗ)

ବ୍ରିକ୍ସ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବୈଠକ- 18ରୁ 19 ଜୁଲାଇ (ଡର୍ବାନ)

ବିବିଏଫ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ ବ୍ରିକ୍ସ ସିଆରଏ ଷ୍ଟାଣ୍ଡିଂ କମିଟି ବୈଠକ- 19ରୁ 22 ଜୁଲାଇ (ଆର୍ଜେଂଟିନା)

ବ୍ରିକ୍ସ ବ୍ୟବସାୟିକ ପରିଷଦର ବାର୍ଷିକ ବୈଠକ- 22ରୁ 23 ଜୁଲାଇ ଡର୍ବାନ

ବ୍ରିକ୍ସ ସେର୍ପ/ଉପସେର୍ପମାନଙ୍କ ଚତୁର୍ଥ ବୈଠକ- 20ରୁ 24 ଜୁଲାଇ (ଜୋହାନ୍ସବର୍ଗ)

ବ୍ରିକ୍ସ ବ୍ୟବସାୟିକ ପରିଷଦ ଶକ୍ତି ମଂଚ- 24 ଜୁଲାଇ (ଜୋହାନ୍ସବର୍ଗ)

ବ୍ରିକ୍ସ ବ୍ୟବସାୟ ମଂଚ- 25 ଜୁଲାଇ (ସ୍ୟାଣ୍ଡଟନ)

ବ୍ରିକ୍ସ ଆଇସିଏମ ଅଧ୍ୟକ୍ଷମାନଙ୍କ ବାର୍ଷିକ ବୈଠକ- 25ରୁ 26 ଜୁଲାଇ (କେପଟାଉନ)

ବ୍ରିକ୍ସ ଆର୍ଥିକ ମଂଚ- 25ରୁ 26 ଜୁଲାଇ (କେପଟାଉନ)

 

ଦକ୍ଷିଣ ଆଫ୍ରିକାର ବ୍ରିକ୍ସ ଅଧ୍ୟକ୍ଷତା 2018ର ବାକି ଭାଗ ପାଇଁ ଗତିବିଧି

ବ୍ରିକ୍ସ ନେତାମାନଙ୍କ ଅନୌପଚାରିକ ବୈଠକ (ବୁଏନ୍ସ ଏଆର୍ସ, ଆର୍ଜେଂଟିନା)

ବ୍ରିକ୍ସ କ୍ରୀଡ଼ା ମନ୍ତ୍ରୀ ପରିଷଦର ବୈଠକ

ବ୍ରିକ୍ସ ଶ୍ରମ ଏବଂ ନିଯୁକ୍ତି (ଏଲଇଏମଏମ) ମନ୍ତ୍ରୀମାନଙ୍କ ବୈଠକ (ଡର୍ବାନ)

ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀମାନଙ୍କ ଚତୁର୍ଥ ବୈଠକ (ଡର୍ବାନ)

ବ୍ରିକ୍ସ ବୈଦେଶିକ ବ୍ୟାପାର/ଅନ୍ତର୍ଜାତୀୟ ସମ୍ପର୍କ ମନ୍ତ୍ରୀମାନଙ୍କ ବୈଠକ (ନ୍ୟୁୟର୍କ, ଆମେରିକା)

ବ୍ରିକ୍ସ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକ

ବ୍ରିକ୍ସ ବରିଷ୍ଠ ପର୍ଯ୍ୟଟନ ଅଧିକାରୀମାନଙ୍କ ବୈଠକ (ଗାଓଟେଙ୍ଗ)

ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରୀୟ ବୈଠକ

ଦ୍ୱିତୀୟ ଶ୍ରମ ଏବଂ ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ (ଇଡବ୍ଲୁଜି)ର ବୈଠକ (ଡର୍ବାନ)

ବ୍ରିକ୍ସ ଟିବି ଗବେଷଣା ନେଟୱାର୍କ (ଡର୍ବାନ)

ତୃତୀୟ ବ୍ରିକ୍ସ ଗଣମାଧ୍ୟମ ମଂଚ

ଆଇସିଟି ଉପରେ ସହଯୋଗ ଲାଗି ତୃତୀୟ ବ୍ରିକ୍ସ କାର୍ଯ୍ୟ ଗୋଷ୍ଠୀ ବୈଠକ

ବ୍ରିକ୍ସ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ ମହିଳା ମଂଚ (ପ୍ରିଟୋରିଆ)

ଆଫ୍ରିକାରେ ଆର୍ଥିକ ବିକାଶ ପାଇଁ ବ୍ରିକ୍ସ ସମ୍ମିଳନୀ (ନେଲସନ ମାଣ୍ଡେଲା ବିଶ୍ୱବିଦ୍ୟାଳୟ, ପୋର୍ଟ ଏଲିଜାବେଥ)

ବ୍ରିକ୍ସ ଆଇ ମଂଚ (କେପ ଟାଉନ)

ବ୍ରିକ୍ସ ସଂସ୍କୃତ ଅଧିକାରୀମାନଙ୍କ ବୈଠକ

ବ୍ରିକ୍ସ ସାଂସ୍କୃତିକ ପର୍ବ (ବିଭିନ୍ନ ସହର

ବ୍ରିକ୍ସ କାର୍ଯ୍ୟ ଗୋଷ୍ଠୀ (ପ୍ରତିଯୋଗିତା) ବୈଠକ

ପ୍ରତିଦ୍ୱନ୍ଦ୍ୱିତା କର୍ତୃପକ୍ଷ ମୁଖ୍ୟମାନଙ୍କ ବୈଠକ (ପ୍ରିଟୋରିଆ)

ପ୍ରଶାସନ ଏବଂ ସଂସ୍କାର ଉପରେ ତୃତୀୟ ବ୍ରିକ୍ସ ଏସଓଇ ମଂଚ (ଡର୍ବାନ)

ଚତୁର୍ଥ ବ୍ୟବସାୟରୁ ବ୍ୟବସାୟ (ଉଦ୍ୟୋଗ ଆଲୋଚନା) ବୈଠକ (ଡର୍ବାନ)

ବ୍ରିକ୍ସ ସେର୍ପା/ଉପସେର୍ପମାନଙ୍କ ପଂଚମ ବୈଠକ (ନ୍ୟୁୟର୍କ, ଆମେରିକା)

ଦ୍ୱିତୀୟ ବ୍ରିକ୍ସ ଦକ୍ଷତା ପ୍ରତିଯୋଗିତା (ଜୋହାନ୍ସବର୍ଗ)

ବ୍ରିକ୍ସ ସିଆରଏ ପରିଚାଳନା ପରିଷଦ ବୈଠକ ଏବଂ ବ୍ରିକ୍ସ କାର୍ଯ୍ୟ ଗୋଷ୍ଠୀ ବୈଠକ (ବାଲି,ଇଣ୍ଡୋନେସିଆ)

ବ୍ରିକ୍ସ ସଂସ୍କୃତି ମନ୍ତ୍ରୀମାନଙ୍କ ତୃତୀୟ ବୈଠକ 2018 (ଡର୍ବାନ)

ବ୍ରିକ୍ସ ନୀତି ଯୋଜନା ପରାମର୍ଶଶାଳାର ଚତୁର୍ଥ ପର୍ଯ୍ୟାୟ ।

ଭୂସ୍ଥାନିକ ବିଜ୍ଞାନ ଏବଂ ଉପଯୋଗ ଉପରେ ବ୍ରିକ୍ସ କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ (ପ୍ରିଟୋରିଆ)

ବିପର୍ଯ୍ୟୟ ନିରାକରଣ ଏବଂ ଅନୁଧ୍ୟାନ ଉପରେ ବ୍ରିକ୍ସ କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ (ପ୍ରିଟୋରିଆ)

ବ୍ରିକ୍ସ ମହାକାଶ ବିଜ୍ଞାନ ସମ୍ମିଳନୀ (ସଦରଲ୍ୟାଣ୍ଡ : ଏସଏଏଲଟି- ଦକ୍ଷିଣ ଆଫ୍ରିକୀୟ ବୃହତ ଦୂରବୀକ୍ଷଣ ଯନ୍ତ୍ର)

ବ୍ରିକ୍ସ ସେର୍ପା/ଉପ-ସେର୍ପାମାନଙ୍କ ଷଷ୍ଠ ବୈଠକ (ବୁଏନ୍ସ ଏଆରର୍ସ, ଆର୍ଜେଂଟିନା)

ବ୍ରିକ୍ସ ଏସଟିଆଇ ମଧ୍ୟସ୍ଥତା କାର୍ଯ୍ୟକ୍ରମ

ବ୍ରିକ୍ସ ବିଜ୍ଞାନ ଏକାଡେମୀ ଆଲୋଚନା (ଜୋହାନ୍ସବର୍ଗ)

ତୃତୀୟ ବ୍ରିକ୍ସ ଜଳ ମଂଚ (ପ୍ରିଟୋରିଆ)

ବ୍ରିକ୍ସ ଏସଟିଆଇ ପରାମର୍ଶଦାତା ପରିଷଦ

ତୃତୀୟ ବ୍ରିକ୍ସ ଜଳ ମଂଚ (ପ୍ରିଟୋରିଆ)

ବ୍ରିକ୍ସ ଏସଟିଆଇ ପରାମର୍ଶ ପରିଷଦ ଗୋଲ ଟେବୁଲ (ପ୍ରିଟୋରିଆ)

ବ୍ରିକ୍ସ ଏସଟିଆଇ ପ୍ରଯୁକ୍ତି ହସ୍ତାନ୍ତର ଏବଂ ଏସଏମଏଇ ମଂଚ (ପ୍ରିଟୋରିଆ)

ବ୍ରିକ୍ସ ସେର୍ପ/ଉପସେର୍ପମାନଙ୍କ ସପ୍ତମ ବୈଠକ

ଜନସଂଖ୍ୟା ବ୍ୟାପାରରେ ବ୍ରିକ୍ସ ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନଙ୍କ ବୈଠକ (ପିଲାନ୍ସବର୍ଗ,ରସ୍ଟେନବର୍ଗ)

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Yoga connects us all and brings us together: PM Modi in Kolkata on International Yoga Day
June 21, 2026
Yoga connects us all and brings us together: PM
When yoga becomes a way of life, it becomes the foundation of human unity: PM
Yoga helps us tune our bodies to be flexible; It keeps our energy levels high: PM
Yoga teaches us the art of living a balanced life: PM
Yoga shows the path from mental well-being to physical well-being: PM

Honourable Governor Shri R. N. Ravi Ji, the energetic Chief Minister Shri Suvendu Adhikari Ji, my colleague in the Union Government Shri Prataprao Jadhav Ji, all other distinguished dignitaries present on the dais, all the participants gathered here in Kolkata, everyone joining this Yoga celebration from across India and around the world, and my dear fellow countrymen, My greetings to all of you.

 

June 21st is the day when, in some parts of the Earth, the longest duration of daylight occurs. And because of International Yoga Day, June 21st has also become the day of the world’s largest collective celebration. From different corners of the globe, extraordinary images of yoga are arriving. In India, from the Himalayas to the Indian Ocean, from the Northeast and Bengal in the east to Saurashtra in the west, the entire nation appears filled with the energy and consciousness of yoga. The whole country, the whole world, looks connected - and that is the true power of yoga. Yoga unites everyone, yoga brings everyone together. On this occasion, I extend my heartfelt greetings to the entire world, to all of humanity, on International Yoga Day.

 

Friends,

Today, on Yoga Day, I would like to commend the people of Kolkata for the Yoga of Cleanliness that has been created here, especially in Bengal. This is a wonderful initiative – the consistent efforts and civic duty that have been undertaken here for the Swachhata Se Swagat initiative have become a great inspiration for all our countrymen.

Friends,

Being in Bengal on the occasion of Yoga Day is truly special. This sacred land of Bengal, where saints like Bhagwan Ramakrishna Paramhansa were born, where Swami Vivekananda introduced yoga to the entire world, where great yogis like Maharshi Aurobindo were born, where Lahiri Mahasaya elevated the yoga tradition to new heights - experiencing collective yoga on this soil gives a unique spiritual feeling. Gurudev Rabindranath Tagore, born on this land, believed that the identity of man lies not in remaining separate, but in connecting with the world around him. This connection is the essence of yoga. Maharshi Aurobindo also said - our entire life is yoga, whether we are aware of it or not. When yoga becomes part of our nature, it becomes the foundation of human unity.

Friends,

Yoga is not merely a means of physical exercise. Yoga is not limited to any one age group. In India, we know and have seen that yoga is a light in human life, a union with consciousness and energy. That is why this year’s theme for International Yoga Day has been chosen as Yoga for Healthy Ageing. Even as age advances, we can remain healthy, energetic, and active - yoga shows us the way for this.

Friends,

When we speak of "Yoga for Healthy Aging," It means that we can work to ensure that age does not reduce human potential. Yoga can help human life to aspire for constant growth. Our target must be to be more flexible at 40 than we were at 20. Our target must be to be more energetic at 50 than we were at 30. Our target must be to be more resistant to lifestyle diseases at 70 than we were at 50. This is where Yoga can help us. It helps us tune our bodies to be flexible. It keeps our energy levels high, it also helps us maintain a calm stress-free life and helps keep lifestyle diseases away. Moreover, with regular practice, Yoga teaches us to remain lifelong learners of our own bodies and minds. The more we know about ourselves, the better we can manage ourselves. That is why, Yoga for Healthy Aging. This theme must be seen as one for people of all ages, not just for the elderly.

Friends,

In the Gita, Lord Krishna spoke about yoga: “Yukta ahara viharasya, yukta cheshtasya karmasu, Yukta swapnavabodhasya, yogo bhavati dukhaha.” This means through balanced food and recreation, balanced actions and duties, balanced sleep and wakefulness, yoga becomes the destroyer of sorrow. Balance is the foundation of yoga. Balance is also the foundation of our lives. Yet, in modern times, most people struggle with imbalance in life. Yoga teaches us the art of living in a balanced way. Yoga shows us the do’s and don’ts. And when we learn to guide our body properly, health becomes our natural state.

Friends,

Yoga does not only focus on our physical health. Yoga shows the path from mental health to physical health. That is why it is said in yoga - “Yukta cheshtasya karmasu” - meaning, awareness of what we should do and what we should not do. This awareness becomes a source of peace in our lives, and it also opens the path to world peace. That is why yoga today is not only essential for our personal lifestyle, but it is also a necessity for a better future of the world.

Friends,

On International Yoga Day, millions of people connect with yoga. But today gives us the opportunity to renew our shared resolve. Let us pledge that yoga will not be limited to just one day, yoga will not be confined to just one program. We will make yoga a part of our lives, a part of our families, and a part of future generations.

Friends,

In this direction, the initiative “Yoga 365” has also been advanced this year. Under this, a 100-day online yoga program was organized, which saw unprecedented public participation. More than 3 million people from 130 countries took part in it.

Friends,

When society is healthy, the nation becomes more capable, more prosperous, and more confident. I wish for all of you: “Sarve bhavantu sukhinah, sarve santu niramayah.” With this, I once again extend my heartfelt greetings to all of you on International Yoga Day.

Thank you very much!