ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି ।
୧୦ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ ।
ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରିଛନ୍ତି:
ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା!
ଭାରତର ଲୋକମାନେ ଏହି କଥାକୁ ନେଇ ଆନନ୍ଦିତ ଯେ ଆମେ ୧୦୦ ପଦକ ବିଶିଷ୍ଟ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟରେ ପହଞ୍ଚିଛୁ ।
ଆମର ଅଦ୍ଭୁତ କ୍ରୀଡାବିତ୍ ମାନଙ୍କୁ ମୁଁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି ଯେଉଁ ମାନଙ୍କର ଉଦ୍ୟମ ପାଇଁ ଭାରତ ଏହି ଐତିହାସିକ ମାଇଲଖୁଣ୍ଟକୁ ଛୁଇଁଛି ।
ପ୍ରତ୍ୟେକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମ ହୃଦୟକୁ ଗର୍ବରେ ପରିପୂର୍ଣ୍ଣ କରିଛି ।
ମୁଁ ୧୦ ତାରିଖରେ ଆମର ଏସୀୟ କ୍ରୀଡାରେ ଭାଗନେଇଥିବା ଦଳକୁ ଆତିଥେୟତା ପ୍ରଦାନ କରିବା ଏବଂ ସେମାନଙ୍କ ସହିତ ଆଲୋଚନା କରିବାକୁ ଉତ୍ସାହିତ ଅଛି ।
A momentous achievement for India at the Asian Games!
— Narendra Modi (@narendramodi) October 7, 2023
The people of India are thrilled that we have reached a remarkable milestone of 100 medals.
I extend my heartfelt congratulations to our phenomenal athletes whose efforts have led to this historic milestone for India.… pic.twitter.com/CucQ41gYnA


