To take India to newer heights, the role of infrastructure, railways and roads is very important: PM
Our focus is on timely completion. We will complete projects we begin: PM Modi
Good roads are a boon for tourism. With a tourist comes economic opportunity for the locals: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଉଦୟପୁରଠାରେ ବିଭିନ୍ନ ବୃହତ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେୱାଡ଼ “ବୀର ଭୂମି”କୁ ଆସି ସେ ଆନନ୍ଦିତ ।

ପ୍ରାକୃତିକ ଦୁର୍ବିପାକ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ କଠିନ ସମୟରେ କେନ୍ଦ୍ର ସରକାର ସେମାନଙ୍କ ସହିତ ରହିଛନ୍ତି, ଏବଂ ଲୋକମାନେ ଏହି ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ ଏବଂ ଅଧିକ ସାହସର ସହିତ ଆଗକୁ ବଢ଼ିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଗୋଟିଏ କାର୍ଯ୍ୟକ୍ରମରେ 15,000 କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ କିମ୍ବା ଶିଳାନ୍ୟାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପ ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପ, ବିଶେଷ କରି ସଡ଼କ ଯୋଗାଯୋଗ ପ୍ରକଳ୍ପରେ ବିଳମ୍ବକୁ ଭାରତ ଆଉ ବରଦାସ୍ତ କରିପାରିବ ନାହିଁ । ସେ କହିଥିଲେ ଯେ ସଡ଼କ ପ୍ରକଳ୍ପ ଭଳି ସଂରଚନା ଲୋକମାନଙ୍କ ଜୀବନରେ ନୂଆ ଶକ୍ତି ଭରିଦେଇଥାଏ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱର୍ଣ୍ଣ ଚତୁର୍ଭୂଜ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କୃଷକମାନଙ୍କୁ ବଜାର ସହିତ ଯୋଡ଼ିବାରେ ସହାୟକ ହୋଇଥିଲା । ସେ କହିଥିଲେ ଯେ ପର୍ଯ୍ୟଟନ, ଉନ୍ନତ ଭିତ୍ତିଭୂମି ଓ ଯୋଗାଯୋଗ ଦ୍ୱାରା ରାଜସ୍ଥାନ ବହୁଳ ଭାବେ ଉପକୃତ ହୋଇପାରିବ, ଯାହା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହି ଯୋଜନା ଅଧୀନରେ ଗ୍ରାମୀଣ ପରିବାରକୁ ଏଲପିଜି ସଂଯୋଗ ଦିଆଯାଉଛି, ଯାହାଦ୍ୱାରା ମହିଳାମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟି(GST) ଦ୍ୱାରା ଆନ୍ତଃରାଜ୍ୟ ସୀମାରେ ଦୀର୍ଘ ସମୟର ପ୍ରତୀକ୍ଷା ଦୂର ହେବା ସହିତ ଦେଶର ଅର୍ଥବ୍ୟବସ୍ଥାକୁ ବୃହତ ଲାଭ ପହଂଚିଛି ।

ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ପ୍ରତାପ ଗୌରବ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ତତ୍କାଳୀନ ମେୱାଡ଼ ସାମ୍ରାଜ୍ୟର ମହାନ ରାଜା ମହାରାଣା ପ୍ରତାପଙ୍କ ଜୀବନୀ, ଶୌର୍ଯ୍ୟ ଏବଂ ଉପଲବ୍ଧୀ ସମ୍ବନ୍ଧୀୟ ସ୍ମୃତି ରହିଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi