ସମ୍ପୂର୍ଣ୍ଣ ଭାବେ ଉତ୍‌ଥିତ (ଏଲିଭେଟେଡ୍‌) ପ୍ରକଳ୍ପ ପାଇଁ ୫,୪୫୨ କୋଟି ଟଙ୍କା ବ୍ୟୟ ଅଟକଳ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଆଜି ହୁଦା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ସହିତ ସ୍ପରଠାରୁ ଦ୍ୱାରକା ଏକ୍ସପ୍ରେସୱେ, ଗୁରୁଗାଓଁ ପର୍ଯ୍ୟନ୍ତ ୨୮.୫୦ କିଲୋମିଟର ଦୂରତା ମଧ୍ୟରେ ରହିଥିବା ୨୭ ଟି ଷ୍ଟେସନକୁ ପରିସରଭୁକ୍ତ କରୁଥିବା ମେଟ୍ରୋ ସଂଯୋଗକୁ ଅନୁମୋଦନ କରିଛନ୍ତି ।

ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ କାର୍ଯ୍ୟ ମୂଲ୍ୟ ୫,୪୫୨ କୋଟି ହେବ । ଏହା ୧୪୩୫ ମିଲିମିଟର (୫ ଫୁଟ ୮.୫ ଇଞ୍ଚ) ର ଏକ ମାନକ ଗଜ୍ ଲାଇନ ହେବ । ସମଗ୍ର ପ୍ରକଳ୍ପ ଉତ୍‌ଥିତ ହେବ । ଡିପୋ ସହିତ ସଂଯୋଗ ପାଇଁ ବସାଇ ଗ୍ରାମରୁ ଆସିଥିବା ସ୍ପର ଯୋଗାଇ ଦିଆଯାଇଛି ।

ମଞ୍ଜୁରୀ ତାରିଖ ଠାରୁ ଚାରି ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହା ସ୍ୱୀକୃତି ଆଦେଶ ଦିଆଯିବା ପରେ ହରିୟାନା ମାସ୍ ରାପିଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଲିମିଟେଡ୍ (ଏଚ୍‌ଏମ୍‌ଆର୍‌ଟିସି) ଦ୍ୱାରା କାର୍ଯ୍ୟକାରୀ ହେବ , ଯାହା ଭାରତ ସରକାର ଏବଂ ହରିୟାନା ସରକାରଙ୍କ ଦ୍ୱାରା ୫୦:୫୦ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଅଭିଯାନ (ଏସପିଭି) ଭାବରେ ସ୍ଥାପିତ ହେବ ।

Name of corridor

Length

(in KM)

No. of Station

Elevated/ Under Ground

Huda City Centre to Cyber City – Main corridor

26.65

26

Elevated

Basai Village to Dwarka Expressway – Spur

1.85

01

Elevated

Total

28.50

27

 

 

ଉପକାରିତା :

ଆଜି ତାରିଖ ସୁଦ୍ଧା ପୁରୁଣା ଗୁରୁଗ୍ରାମରେ କୌଣସି ମେଟ୍ରୋ ଲାଇନ୍ ନାହିଁ । ଏହି ଲାଇନ୍‌ର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନୂତନ ଗୁରୁଗାଓଁକୁ ପୁରୁଣା ଗୁରୁଗାଓଁ ସହିତ ସଂଯୋଗ କରିବା । ଏହି ନେଟୱର୍କ ଭାରତୀୟ ରେଳ ଷ୍ଟେସନ ସହିତ ସଂଯୋଗ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ, ଏହା ଆଇଜିଆଇ ବିମାନ ବନ୍ଦରକୁ ସଂଯୋଗ ପ୍ରଦାନ କରିବ । ଏହା ମଧ୍ୟ ସେହି କ୍ଷେତ୍ରରେ ସାମଗ୍ରିକ ଅର୍ଥନୈତିକ ବିକାଶ ପ୍ରଦାନ କରିବ ।

ଅନୁମୋଦିତ କରିଡରର ବିବରଣୀ ନିମ୍ନଲିଖିତ ପ୍ରକାରେ ଅଟେ :

Particulars

HUDA City Centre to Cyber City, Gurugram

Length

28.50 Km

No of Stations

27 stations

(All Elevated)

Alignment

New Gurugram area

Old Gurugram area

 

HUDA City Centre – Sector 45 – Cyber Park – Sector 47 – Subhash Chowk – Sector 48 – Sector 72A – Hero Honda Chowk – Udyog Vihar Phase 6 – Sector 10 – Sector 37 – Basai Village – Sector 9 – Sector 7 – Sector 4 – Sector 5 – Ashok Vihar – Sector 3 – Bajghera Road – Palam Vihar Extension – Palam Vihar – Sector 23A – Sector 22 – Udyog Vihar Phase 4 – Udyog Vihar Phase 5 – Cyber City

Spur to Dwarka Expressway (Sector 101)

Design Speed

80 Kmph

Average Speed

34 Kmph

 

 

 

Proposed Completion Cost

Rs. 5,452.72 crore

GoI share

Rs. 896.19 cr

GoH share

Rs. 1,432.49 cr

Local Bodies Contribution (HUDA)

Rs. 300 cr

PTA (Pass through Assistance- Loan component)

Rs. 2,688.57 cr

PPP (Lift & Escalator)

Rs. 135.47 cr

Completion Time

4 Years from the date of Sanction of the project

Implementing Agency

Haryana Mass Rapid Transport Corporation Ltd. (HMRTC)

Financial Internal Rate of Return (FIRR)

14.07%

Economic Internal Rate of Return (EIRR)

21.79%

Gurugram estimated Population

Around 25 lakh

 

Estimated Daily Ridership

5.34 Lakhs – Year 2026

7.26 Lakhs – Year 2031

8.81 Lakhs – Year 2041

10.70 Lakhs – Year 2051

 

 

 

ପ୍ରସ୍ତାବିତ କରିଡରର ଦିଗ ନିର୍ଣ୍ଣାୟକ ନକ୍ସା ସଂଲଗ୍ନ ପତ୍ର -୧ ଅନୁଯାୟୀ ।

ୟୁରୋପୀୟ ନିବେଶ ବୋର୍ଡ (ଇଆଇବି) ଏବଂ ବିଶ୍ୱ ବ୍ୟାଙ୍କ (ଡବ୍ଲ୍ୟୁବି) ସହିତ ଋଣ ପାଇଁ ଅନୁବନ୍ଧିତ କରା ଯାଉଛି ।

ପୃଷ୍ଠଭୂମି:

ଗୁରୁଗ୍ରାମର ଅନ୍ୟ ମେଟ୍ରୋ ଲାଇନ୍ସ:

କ) ଡିଏମ୍‌ଆରସିର ହଳଦିଆ ରେଖା (ୟେଲୋ ଲାଇନ୍‌) (ରେଖା -୨) - ସଂଲଗ୍ନ ପତ୍ର -୧ ରେ ହଳଦିଆ ରଙ୍ଗ ଭାବରେ ପ୍ରଦର୍ଶିତ କରାଯାଇଛି ।

୧) ମାର୍ଗ ଦୈର୍ଘ୍ୟ- ୪୯.୦୧୯ କିଲୋମିଟର (ସମୟପୁର ବଦଲି - ହୁଦା ସିଟି ସେଣ୍ଟର; ୩୭ ଷ୍ଟେସନ୍‌)

୨) ଦିଲ୍ଲୀ ଅଂଶ - ୪୧.୯୬୯ କିଲୋମିଟର (ସମୟପୁର ବଦଲି - ଅର୍ଜନଗଡ; ୩୨ ଷ୍ଟେସନ୍‌)

୩) ହରିୟାନା ଅଂଶ - ୭.୦୫ କିଲୋମିଟର (ଗୁରୁ ଦ୍ରୋଣାଚାର୍ଯ୍ୟ - ହୁଦା ସିଟି ସେଣ୍ଟର; ୫ ଷ୍ଟେସନ୍‌)

୪) ଦୈନିକ ଯାତ୍ରୀ - ୧୨.୫୬ ଲକ୍ଷ ।

୫) ହୁଦା ସିଟି ସେଣ୍ଟରରେ ଲାଇନ୍ -୨ ସହିତ ପ୍ରସ୍ତାବିତ ଲାଇନର ସଂଯୋଗ ।

୬) ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହେବାର ତାରିଖ ।

Vishvidyalaya to Kashmere Gate

Dec 2004

Kashmere Gate to Central Secretariat

July 2005

Vishvavidyalaya to Jehangirpuri

Feb 2009

Qutab Minar to Huda City

Jun 2010

Qutub Minar to Central Secretariat

Sept 2010

Jehangirpuri to Samaypur Badli

Nov 2015

 

ଏହି ରେଖାଟି ବ୍ରଡ୍ ଗଜ୍ ୧୬୭୬ ମିଲିମିଟର (୫ ଫୁଟ ୬ ଇଞ୍ଚ ଗଜ୍‌) ।

ଖ) ଦ୍ରୁତ ମେଟ୍ରୋ ଗୁରୁଗ୍ରାମ (ସଂଲଗ୍ନ ପତ୍ର-୧ ରେ ସବୁଜ ଭାବରେ ଦେଖା ଯାଇଛି) ।

୧) ମାର୍ଗ ଦୈର୍ଘ୍ୟ -୧୧.୬ କିମି ।

୨) ଷ୍ଟାଣ୍ଡାର୍ଡ ଗଜ୍‌- ୧୪୩୫ ମିମି (୪ ଫୁଟ ୮.୫ ଇଞ୍ଚ)

୩) ଦୁଇଟି ପର୍ଯ୍ୟାୟରେ ନିର୍ମିତ ରେଖା ।

ପ୍ରଥମ ପର୍ଯ୍ୟାୟ ହେଉଛି ସିକନ୍ଦରପୁରରୁ ସାଇବର ହବ୍ ମଧ୍ୟରେ ଲୁପ୍ ସମୁଦାୟ ମାର୍ଗ ଦୈର୍ଘ୍ୟ ୫.୧ କିଲୋମିଟର, ଯାହା ପ୍ରଥମେ ଡିଏଲ୍‌ଏଫ୍ କନସୋର୍ଟିୟମ୍ ଏବଂ ଏଫ୍‌ଏସ୍ ଗ୍ରୁପ୍‌ର ଦୁଇଟି କମ୍ପାନୀ ଯଥା ଆଇଇଆର୍‌ଏସ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଏନ୍‌ମୋ ରେଳ ସିଷ୍ଟମ୍‌) ଏବଂ ଆଇଟିଏନ୍‌ଏଲ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ପରିବହନ ନେଟୱର୍କ ଲିମିଟେଡ୍‌)ର କନ୍‌ସୋର୍ଟିୟମ୍ ଦ୍ୱାରା ନିର୍ମିତ । ପ୍ରଥମ ପର୍ଯ୍ୟାୟ ୧୪.୧୧.୨୦୧୩ରୁ ରାପିଡ୍ ମେଟ୍ରୋ ଗୁରଗାଓଁ ଲିମିଟେଡ୍ ନାମକ ଏସପିଭି ଦ୍ୱାରା ପରିଚାଳିତ ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ସିକନ୍ଦରପୁରରୁ ସେକ୍ଟର - ୫୬ ମଧ୍ୟରେ ରୁଟ୍ ଲମ୍ବ ୬.୫ କିଲୋମିଟର ସହିତ ପ୍ରାରମ୍ଭରେ ଆଇଏଲ୍ ଆଣ୍ଡ ଏଫ୍‌ଏସ୍‌ର ଦୁଇଟି କମ୍ପାନୀ ଅର୍ଥାତ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ପରିବହନ ନେଟୱର୍କ ଲିମିଟେଡ୍‌) ଏବଂ ଆଇଆରଏଲ୍ (ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ରେଳ ଲିମିଟେଡ୍‌) ର କନ୍‌ସୋର୍ଟିୟମ୍ ଦ୍ୱାରା ନିର୍ମିତ ହୋଇଛି । ଏହି ପର୍ଯ୍ୟାୟଟି ୩୧.୦୩.୨୦୧୭ ପରଠାରୁ ରାପିଡ୍ ମେଟ୍ରୋ ଗୁରଗାଓଁ ସାଉଥ୍ ଲିମିଟେଡ୍ ଏସପିଭି ଦ୍ୱାରା ପରିଚାଳିତ ହୋଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୨.୧୦.୨୦୧୯ ପରଠାରୁ ହରିୟାନା ମାସ୍ ରାପିଡ୍ ଟ୍ରାଞ୍ଜିଟ୍ କମ୍ପାନୀ (ଏଚ୍‌ଏମ୍‌ଆର୍‌ଟିସି) ଦ୍ୱାରା ଏହି ସଂଚାଳନକୁ ନିଜ ହାତକୁ ନିଆଯାଇଥିଲା, ଯେତେବେଳେ କି ରିହାତି ପାଇଥିବା ସଂସ୍ଥା ଏହି ବ୍ୟବସ୍ଥାକୁ ସଂଚାଳନ କରିବା ପାଇଁ ମନା କରି ଦେଇଥିଲା ।

ଏହି ଲାଇନର କାର୍ଯ୍ୟକୁ ଏଚ୍‌ଏମ୍‌ଆର୍‌ଟିସି ଦ୍ୱାରା ଏହି ଲାଇନ୍‌ର ସଂଚାଳନ ଦାୟିତ୍ୱକୁ ଡିଏମ୍‌ଆର୍‌ସିକୁ ଦିଆଯାଇଛି । ଏହା ପୂର୍ବରୁ ଡିଏମ୍‌ଆର୍‌ସି ଦ୍ରୁତ ମେଟ୍ରୋ ଲାଇନ୍ ୧୬.୦୯.୨୦୧୯ ଚଳାଇବା ଜାରି ରଖିଥିଲା ।

ରାପିଡ୍ ମେଟ୍ରୋ ଗୁରୁଗାଓଁର ହାରାହାରି ଚାଳନା ପ୍ରାୟ ୩୦,୦୦୦ । ସପ୍ତାହବ୍ୟାପୀ ସମୁଦାୟ ଦୈନିକ ଚାଳନା ପ୍ରାୟ ୪୮,୦୦୦ ।

ରାପିଡ୍ ମେଟ୍ରୋ ଲାଇନ୍ ସହିତ ପ୍ରସ୍ତାବିତ ଲାଇନର ସଂଯୋଗ ସାଇବର ହବରେ ଅଛି ।

ମଲ୍ଟି ମୋଡାଲ୍ ସଂଯୋଗ :

  • ସେକ୍ଟର -୫ ନିକଟରେ ରେଳ ଷ୍ଟେସନ ସହିତ - ୯୦୦ ମିଟର ।
  • ସେକ୍ଟର -୨୨ ରେ ଆରଆର୍‌ଟିଏସ୍ ସହିତ ।
  •  ହୁଦା ସିଟି ସେଣ୍ଟରରେ ୟେଲୋ ଲାଇନ୍ ଷ୍ଟେସନ୍ ସହିତ ।

ଗୁରୁଗାଓଁ ଅଂଚଳର ନକ୍ସା ସଂଲଗ୍ନ ପତ୍ର -୨ ଭାବରେ ସଂଲଗ୍ନ ।

ପ୍ରକଳ୍ପ ପ୍ରସ୍ତୁତି:

୯୦% ଜମି ହେଉଛି ସରକାରୀ ଜମି ଏବଂ ୧୦% ବ୍ୟକ୍ତିଗତ ଜମି ।

ଉପଯୋଗିତାର ସ୍ଥାନାନ୍ତରଣ ଆରମ୍ଭ ହେଲା ।

ବିଶ୍ୱ ବ୍ୟାଙ୍କ ଏବଂ ୟୁରୋପୀୟ ନିବେଶ ବ୍ୟାଙ୍କ ସହିତ ସମ୍ପର୍କ ।

ପ୍ରକ୍ରିୟାଧୀନ ଜିସି ଟେଣ୍ଡର ।

 

Explore More
ಶ್ರೀರಾಮ ಜನ್ಮಭೂಮಿ ಮಂದಿರದ ಧ್ವಜಾರೋಹಣ ಉತ್ಸವ ಉದ್ದೇಶಿಸಿ ಪ್ರಧಾನಮಂತ್ರಿ ಅವರ ಭಾಷಣ

ಜನಪ್ರಿಯ ಭಾಷಣಗಳು

ಶ್ರೀರಾಮ ಜನ್ಮಭೂಮಿ ಮಂದಿರದ ಧ್ವಜಾರೋಹಣ ಉತ್ಸವ ಉದ್ದೇಶಿಸಿ ಪ್ರಧಾನಮಂತ್ರಿ ಅವರ ಭಾಷಣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”