Mahatma Gandhi always highlighted the importance of villages and spoke about 'Gram Swaraj': PM Modi
Urge people to focus on the education of their children: PM Modi
Our efforts are towards self-reliance in the agriculture sector: PM
Jan Dhan, Van Dhan, Gobar Dhan trio aimed at empowering the tribal and farm communities: PM Modi
A transformation of villages would ensure a transformation of India: PM Modi

ମଧ୍ୟପ୍ରଦେଶର ମାଣ୍ଡଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରାମୀଣ ସ୍ୱରାଜ ଅଭିଯାନ ଆଜି ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଦିବାସୀମାନଙ୍କର ସାମଗ୍ରୀକ ବିକାଶ ପାଇଁ ଆଗାମୀ 5 ବର୍ଷ ନିମନ୍ତେ ଏକ ମାର୍ଗଚିତ୍ର ବା ରୋଡମ୍ୟାପକୁ ଉନ୍ମୋଚନ କରିଥିଲେ ।

ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱରାଜ ଅଭିଯାନ ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ମାଣ୍ଡଲା ଜିଲ୍ଲା ଅନ୍ତର୍ଗତ ମାନେରୀଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ ନିର୍ମିତ ହେବାକୁ ଥିବା ଏକ ଏଲପିଜି ବଟଲିଙ୍ଗ୍ ପ୍ଲାଂଟର ଆଧାରଶିଳା ରଖିବା ସହ ସ୍ଥାନୀୟ ପ୍ରଶାସନର ଏକ ଡିରେକ୍ଟୋରି ଉନ୍ମୋଚନ କରିଥିଲେ ।

ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଶେଷ କରି ସୌଭାଗ୍ୟ ଯୋଜନା ଅଧିନରେ ଶତପ୍ରତିଶତ ବିଦ୍ୟୁତକରଣ, ମିଶନ ଇନ୍ଦ୍ରଧନୁଷ ଅଧୀନରେ ଶତପ୍ରତିଶତ ଟୀକାକରଣ ଏବଂ ଶତପ୍ରତିଶତ ଧୂମ୍ରହୀନ ରୋଷେଇ ଘର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗ୍ରାମର ସରପଞ୍ଚମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ପ୍ରଧାନମନ୍ତ୍ରୀ ମାଣ୍ଡଲାଠାରୁ ଦେଶର ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଦେଶର ସରପଞ୍ଚମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ସ୍ଲୋଗାନ – ଗ୍ରାମୋଦୟରୁ ରାଷ୍ଟ୍ରୋଦୟ ଏବଂ ଗ୍ରାମସ୍ୱରାଜ ବିଷୟରେ ସ୍ମରଣ କରାଇଦେଇଥିଲେ । ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସେ ମଧ୍ୟପ୍ରଦେଶ ଆସି ବେଶ ଆନନ୍ଦିତ ବୋଲି କହିଥିଲେ । ସେ କହିଥିଲେ ଯେ ମହାତ୍ମାଗାନ୍ଧୀ ସବୁବେଳେ ଗ୍ରାମର ମହତ୍ୱ ଉପରେ ଗୁରୁତ୍ୱ ଦେଉଥିଲେ । ଗ୍ରାମ ସ୍ୱରାଜ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆମ ଦେଶର ଛୋଟ ଛୋଟ ଗାଁ ଗଣ୍ଡାର ବିକାଶ ଲାଗି ସମସ୍ତେ ନିଜ ନିଜର ସଂକଳ୍ପ ଦୋହରାଇବାକୁ ଆହ୍ୱାନ ଦେଇଥିଲେ ।

ଗ୍ରାମାଂଚଳ ବିକାଶ ସମ୍ପର୍କରେ ଆଲୋଚନା କରିବାବେଳେ ବଜେଟ୍ ବିଷୟରେ ତର୍ଜମା କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଗତ କିଛି ବର୍ଷ ମଧ୍ୟରେ ଏହି ଧାରଣା ସମ୍ପର୍କରେ ବିଚାର ବଦଳିଯାଇଛି । ଜନସାଧାରଣ ବିଭିନ୍ନ ପ୍ରକଳ୍ପକୁ ମିଳୁଥିବା ପାଣ୍ଠିର ଠିକ୍ ସମୟରେ ସଦବିନିଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । କେବଳ ସେତିକି ନୁହେଁ, ଗ୍ରାମାଂଚଳର ଲୋକମାନେ ଏଣିକି ପ୍ରତ୍ୟେକ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଓ ପାରଦର୍ଶିତାକୁ ମଧ୍ୟ ଅଗ୍ରପ୍ରାଧାନ୍ୟ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଗ୍ରାମାଂଚଳର ପିଲାମାନଙ୍କ ଶିକ୍ଷାଦୀକ୍ଷା କ୍ଷେତ୍ରରେ ଅଧିକ ଯତ୍ନ ନେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଏକ ପିଲାର ଭବିଷ୍ୟତ ପାଇଁ ଉତ୍ତମ ଶିକ୍ଷା ଅପରିହାର୍ଯ୍ୟ ।

ଦେଶରେ କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ସେ ଆଲୋଚନା କରିଥିଲେ । ସାଂପ୍ରତିକ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ନିଜ ନିଜ ଅଂଚଳରେ ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପଗୁଡିକୁ ପ୍ରାଥମିକତା ଦେବାଲାଗି ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ବୁନ୍ଦା ଜଳର ସୁଷମ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏହାଛଡା ପ୍ରଧାନମନ୍ତ୍ରୀ ଆର୍ଥିକ ସମୃକ୍ତିକରଣ ପାଇଁ ଜନଧନ ଯୋଜନାର ଆବଶ୍ୟକତା, ଆଦିବାସୀ ସଂପ୍ରଦାୟର ସଶକ୍ତିକରଣ ଲାଗି ବନ ଧନ ଯୋଜନା ଏବଂ ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ତଥା ବର୍ଜ୍ୟରୁ ସମ୍ପଦ ପ୍ରସ୍ତୁତ କରିବା ଲାଗି ଉଦିଷ୍ଟ ଗୋବର-ଧନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ଗ୍ରାମର ବିକାଶ ଓ ପରିବର୍ତ୍ତନ ହେଲେ ଭାରତର ଚିତ୍ର ବଦଳିବା ସୁନିଶ୍ଚିତ ହେବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ । ମହିଳାମାନଙ୍କ ସୁରକ୍ଷା ଦିଗରେ ଭାରତ ସରକାର ଇତି ମଧ୍ୟରେ ଗ୍ରହଣ କରିଥିବା ପଦକ୍ଷେପ ବିଶେଷ ଭାବେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

 

 

 

 

 

 

 

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reform, perform, transform will go on: PM Modi hails 7.7% GDP growth

Media Coverage

Reform, perform, transform will go on: PM Modi hails 7.7% GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"