ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହା ମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ୍ ୯-୧୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହି ପଦବୀରେ କ୍ରାଉନ୍ ପ୍ରିନ୍ସଙ୍କ ଏହା ହେଉଛି ପ୍ରଥମ ସରକାରୀ ଭାରତ ଗସ୍ତ। ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଏକ ବିଶାଳ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଅଛନ୍ତି।

କ୍ରାଉନ୍ ପ୍ରିନ୍ସ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ନେତା ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗିଦାରୀରେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ହାସଲ ହୋଇଥିବା ଯଥେଷ୍ଟ ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଦ୍ୱିପାକ୍ଷିକ ସହଯୋଗର ସମସ୍ତ କ୍ଷେତ୍ରରେ ଭାଗିଦାରୀକୁ ଆହୁରି ବ୍ୟାପକ ଏବଂ ଗଭୀର କରିବାର ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତି (ସିଇପିଏ)ର ସଫଳତା ଏବଂ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (ବିଆଇଟି) କାର୍ଯ୍ୟକାରୀ ହେବା ଦୁଇ ଦେଶ ମଧ୍ୟରେ ସୁଦୃଢ଼ ଅର୍ଥନୈତିକ ଏବଂ ବାଣିଜ୍ୟିକ ଭାଗିଦାରୀକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ସେମାନେ ସ୍ୱୀକାର କରିଥିଲେ। ବିଶେଷକରି ଆଣବିକ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଗ୍ରୀନ ହାଇଡ୍ରୋଜେନ, କୃତ୍ରିମ ବୁଦ୍ଧିମତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ସମ୍ଭାବନାର ନୂତନ କ୍ଷେତ୍ରଗୁଡ଼ିକର ଅନୁସନ୍ଧାନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ଗସ୍ତ ସମୟରେ ନିମ୍ନଲିଖିତ ବୁଝାମଣାପତ୍ର/ଏମଓୟୁ ସ୍ୱାକ୍ଷରିତ ହୋଇଥିଲା, ଯାହା ସହଯୋଗର ପାରମ୍ପରିକ ତଥା ନୂତନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ମଞ୍ଚ ସ୍ଥିର କରିଥିଲା -

  • ନ୍ୟୁକ୍ଲିୟର ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏନଏନପିସିଆଇଏଲ୍) ଏବଂ ଏମିରେଟ୍ସ ନ୍ୟୁକ୍ଲିୟର ଏନର୍ଜି କର୍ପୋରେସନ୍ (ଇଏନ୍ଇସି) ମଧ୍ୟରେ ପରମାଣୁ ସହଯୋଗ ପାଇଁ ବୁଝାମଣାପତ୍ର
  • ଆବୁଧାବି ନ୍ୟାସନାଲ ଅଏଲ କମ୍ପାନୀ (ଏଡିଏନଓସି) ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ମଧ୍ୟରେ ଦୀର୍ଘମିଆଦୀ ଏଲଏନଜି ଯୋଗାଣ ପାଇଁ ରାଜିନାମା
  • ଏଡିଏନଓସି ଏବଂ ଇଣ୍ଡିଆ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ) ମଧ୍ୟରେ ବୁଝାମଣାପତ୍ର
  • ଉର୍ଜା ଭାରତ ଓ ଏଡିଏନଓସି ମଧ୍ୟରେ ଆବୁଧାବି ଅନସୋର ବ୍ଲକ ୧ ପାଇଁ ଉତ୍ପାଦନ ରିହାତି ରାଜିନାମା ।
  • ଭାରତରେ ଫୁଡ୍ ପାର୍କ ବିକାଶ ପାଇଁ ଗୁଜରାଟ ସରକାର ଏବଂ ଆବୁଧାବି ଡେଭଲପମେଣ୍ଟଲ ହୋଲ୍ଡିଂ କମ୍ପାନୀ ପିଜେଏସସି (ଏଡିକ୍ୟୁ) ମଧ୍ୟରେ ବୁଝାମଣାପତ୍ର

ଆଣବିକ ସହଯୋଗ ସମ୍ପର୍କିତ ଏହି ବୁଝାମଣାପତ୍ର ଆଣବିକ ଶକ୍ତି କେନ୍ଦ୍ରର ପରିଚାଳନା ଓ ରକ୍ଷଣାବେକ୍ଷଣ, ଭାରତ ଠାରୁ ପରମାଣୁ ସାମଗ୍ରୀ ଏବଂ ସେବା ଯୋଗାଣ, ପାରସ୍ପରିକ ପୁଞ୍ଜିନିବେଶ ସୁଯୋଗ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ଏଲଏନଜିର ଦୀର୍ଘମିଆଦୀ ଯୋଗାଣ ପାଇଁ ଚୁକ୍ତି ବାର୍ଷିକ ୧ ନିୟୁତ ମେଟ୍ରିକ୍ ଟନ୍ (ଏମଏମଟିପିଏ) ପାଇଁ ଅଟେ ଏବଂ ମାତ୍ର ଏକ ବର୍ଷ ମଧ୍ୟରେ ସ୍ୱାକ୍ଷରିତ ଏହା ତୃତୀୟ ଚୁକ୍ତି । ଉଭୟ ଆଇଓସିଏଲ୍ ଏବଂ ଗେଲ୍ ପୂର୍ବରୁ ଏଡିଏନ୍ଓସି ସହ ଯଥାକ୍ରମେ ୧.୨ ଏମଏମଟିପିଏ ଏବଂ ୦.୫ ଏମଏମଟିପିଏ ପାଇଁ ଦୀର୍ଘମିଆଦୀ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିଗୁଡିକ ଏଲଏନଜି ଉତ୍ସରେ ବିବିଧତା ଆଣି ଭାରତରେ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିଛି ।

ଏଡିଏନଓସି ଏବଂ ଆଇଏସପିଆରଏଲ ମଧ୍ୟରେ ହୋଇଥିବା ବୁଝାମଣାପତ୍ରରେ ଭାରତରେ ଅଶୋଧିତ ତୈଳ ଭଣ୍ଡାର ପାଇଁ ଅତିରିକ୍ତ ସୁଯୋଗରେ ଏଡିଏନଓସିର ଅଂଶଗ୍ରହଣ ଏବଂ ପାରସ୍ପରିକ ଗ୍ରହଣୀୟ ସର୍ତ୍ତାବଳୀ ଉପରେ ସେମାନଙ୍କର ଷ୍ଟୋରେଜ୍ ଏବଂ ପରିଚାଳନା ଚୁକ୍ତିର ନବୀକରଣର ବ୍ୟବସ୍ଥା ରହିଛି । ଏହି ବୁଝାମଣାପତ୍ର ୨୦୧୮ ରୁ ଆଇଏସପିଆରଏଲର ମାଙ୍ଗାଲୋର କାଭରେନରେ ଅଶୋଧିତ ତୈଳ ଭଣ୍ଡାରରେ ଏଡିଏନଓସିର ବର୍ତ୍ତମାନର ସମ୍ପୃକ୍ତି ଉପରେ ଆଧାରିତ ।

ଉର୍ଜା ଭାରତ (ଆଇଓସିଏଲ ଏବଂ ଭାରତ ପେଟ୍ରୋ ରିସୋର୍ସ ଲିମିଟେଡର ଏକ ଜେଭି) ଏବଂ ଏଡିଏନଓସି ମଧ୍ୟରେ ଆବୁଧାବି ଅନ୍‌ସୋର ବ୍ଲକ ୧ ପାଇଁ ଉତ୍ପାଦନ ରିହାତି ଚୁକ୍ତି ୟୁଏଇରେ କାର୍ଯ୍ୟ କରୁଥିବା କୌଣସି ଭାରତୀୟ କମ୍ପାନୀ ପାଇଁ ପ୍ରଥମ । ଏହି ରିହାତି ଉର୍ଜା ଭାରତକୁ ଅଶୋଧିତ ତୈଳ ଆଣିବା ପାଇଁ ଅଧିକାର ଦେଇଛି, ଯାହା ଦେଶର ଶକ୍ତି ନିରାପତ୍ତା ଦିଗରେ ସହାୟକ ହେବ ।

ଫୁଡ୍ ପାର୍କ ସମ୍ପର୍କିତ ବୁଝାମଣାପତ୍ର ୨୦୨୫ ର ଦ୍ବିତୀୟ ତ୍ରୟମାସରେ ଫୁଡ୍ ପାର୍କ ପ୍ରକଳ୍ପ ଆରମ୍ଭ କରିବା ଉଦ୍ଦେଶ୍ୟରେ ଅହମ୍ମଦାବାଦର ଗୁଣ୍ଡନପଡ଼ା, ବାୱଲା, ଅହମ୍ମଦାବାଦକୁ ଏକ ଅତ୍ୟନ୍ତ ଆଶାଜନକ ସ୍ଥାନ ଭାବରେ ବିକଶିତ କରିବାକୁ ଏଡିକ୍ୟୁର ଆଗ୍ରହ ପ୍ରକାଶ କରିଛି। ଗୁଜରାଟ ସରକାର ଏଡିକ୍ୟୁ ଏବଂ ଏଡି ପୋର୍ଟଗୁଡିକର ସୁବିଧା କରିବେ, ଯାହା ସାଇଟ୍ ସମ୍ବନ୍ଧରେ ବିସ୍ତୃତ ସୂଚନା ହାସଲ କରିବ ଏବଂ ଆବଶ୍ୟକ ଅନୁମତି ପାଇବାରେ ସାହାଯ୍ୟ କରିବ ।

ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଦୁଇ ଦେଶ ମଧ୍ୟରେ, ଐତିହାସିକ ଏବଂ ବ୍ୟାପକ ସମ୍ପର୍କ ତଥା ସାମ୍ପ୍ରତିକ ବର୍ଷଗୁଡ଼ିକରେ ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ୩୫ ଲକ୍ଷରୁ ଅଧିକ ଭାରତୀୟଙ୍କୁ ସୁବିଧା ପ୍ରଦାନ କରିଥିବାରୁ ରାଷ୍ଟ୍ରପତି ମୁର୍ମୁ ୟୁଏଇର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି।

କ୍ରାଉନ ପ୍ରିନ୍ସ ମଧ୍ୟ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୯୨ ମସିହାରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ଶେଖ୍ ଜାଏଦବିନ୍ ସୁଲତାନ ଅଲ୍ ନାହୟାନ ଏବଂ ୨୦୧୬ ରେ ୟୁଏଇର ରାଷ୍ଟ୍ରପତିଙ୍କ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ପରେ ସେ ୟୁଏଇର ତୃତୀୟ ପିଢ଼ିର ନେତା ଭାବେ ରାଜଘାଟରେ ବୃକ୍ଷ ରୋପଣ କରିଥିଲେ । ଏହା ଏକ ଅନନ୍ୟ ଏବଂ ବିରଳ ଘଟଣା ଥିଲା, ଯାହା ଦୁଇ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କର ପିଢିଗତ ନିରନ୍ତରତାକୁ ପ୍ରଦର୍ଶିତ କରିଥିଲା । ରାଜଘାଟ ଇତିହାସରେ ପ୍ରଥମ ଥର ପାଇଁ ଦେଶର ତିନି ପିଢ଼ିର ନେତାମାନେ ମହାତ୍ମାଙ୍କୁ ସମ୍ମାନ ଜଣାଇ ବୃକ୍ଷରୋପଣ କରିଛନ୍ତି।

ଆସନ୍ତାକାଲି ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ୍ ମୁମ୍ବାଇ ଗସ୍ତକରି ଭାରତ-ୟୁଏଇ ବିଜନେସ୍ ଫୋରମରେ ଯୋଗଦେବେ। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସହଯୋଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏହି ଫୋରମ୍ ଉଭୟ ପକ୍ଷର ବ୍ୟବସାୟୀ ନେତା ଏବଂ ଅଧିକାରୀମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଭିଟିସିର ସୁବିଧା ପାଇଁ ଭାରତ-ୟୁଏଇ ଭର୍ଚୁଆଲ ଟ୍ରେଡ୍ କରିଡର (ଭିଟିସି) ଏବଂ ମୈତ୍ରୀ ଇଣ୍ଟରଫେସର କାର୍ଯ୍ୟ ର ଶୁଭାରମ୍ଭ ଉପରେ ମଧ୍ୟ ଆସନ୍ତାକାଲି ମୁମ୍ବାଇରେ ଏକ ସଫ୍ଟ ଲଞ୍ଚ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Your 10% Effort Can Help India Save Billions In Foreign Exchange Every Year

Media Coverage

How Your 10% Effort Can Help India Save Billions In Foreign Exchange Every Year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising that knowledge can be gained only through devoted service to the Guru
May 12, 2026

The Prime Minister, Shri Narendra Modi, shared a Sanskrit Subhashitam emphasising that knowledge can be gained only through devoted service to the Guru.

The Prime Minister shared a Sanskrit Subhashitam-

"यथा खात्वा खनित्रेण भूतले वारि विन्दति।

तथा गुरुगतां विद्यां शुश्रूषुरधिगच्छति॥"

The Subhashitam conveys, that just as one must dig deep into the earth with hard work and patience to obtain water, in the same way, knowledge can be gained only through devoted service to the Guru, with faith, dedication, discipline, and sincerity.

The Prime Minister posted on X:

"यथा खात्वा खनित्रेण भूतले वारि विन्दति।

तथा गुरुगतां विद्यां शुश्रूषुरधिगच्छति॥"