ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ସ୍ପେନ ରାଷ୍ଟ୍ରପତି ମହାମହିମ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ୧୮ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ରେ ଯୋଗଦେବା ପାଇଁ ଭାରତକୁ ଏକ ସରକାରୀ ଗସ୍ତରେ ଆସିଛନ୍ତି । ଏହା ତାଙ୍କର ଭାରତକୁ ଦ୍ୱିତୀୟ ସରକାରୀ ଗସ୍ତ। ପୂର୍ବରୁ ୨୦୨୪ରେ ୨୭ - ୨୯ ଅକ୍ଟୋବର ପର୍ଯ୍ୟନ୍ତ ସେ ଭାରତକୁ ଦ୍ୱିପାକ୍ଷିକ ଗସ୍ତରେ ପ୍ରଥମ ଥର ପାଇଁ ଆସିଥିଲେ। ତାଙ୍କ ସହିତ ସ୍ପେନର ଡିଜିଟାଲ ପରିବର୍ତ୍ତନ ଏବଂ ନାଗରିକ ସେବା ମନ୍ତ୍ରୀ ଶ୍ରୀ ଅସ୍କାର ଲୋପେଜ୍ ଆଗୁଏଡା ଏବଂ କୃଷି, ମତ୍ସ୍ୟ ଏବଂ ଖାଦ୍ୟ ମନ୍ତ୍ରୀ ଶ୍ରୀ ଲୁଇସ୍ ପ୍ଲାନାସ ପୁଚାଡେସ୍ ମଧ୍ୟ ଅଛନ୍ତି।

 ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ସାଞ୍ଚେଜ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଭାରତ - ସ୍ପେନ୍ ସମ୍ପର୍କର ସମସ୍ତ କ୍ଷେତ୍ର, ଯଥା : ବାଣିଜ୍ୟ ଏବଂ ନିବେଶ, ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, ଜଳବାୟୁ ଏବଂ ନବୀକରଣୀୟ ଶକ୍ତି, ପ୍ରତିରକ୍ଷା ଏବଂ ସୁରକ୍ଷା, ମହାକାଶ, ସଂସ୍କୃତି, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ପ୍ରସଙ୍ଗ ଉପରେ ସେମାନେ ସମୀକ୍ଷା କରିଥିଲେ। ନେତାମାନେ ଦ୍ୱିପାକ୍ଷିକ ସହଯୋଗରେ ସକାରାତ୍ମକ ଗତିକୁ ସ୍ୱାଗତ କରିଥିଲେ। ଭଦୋଦରା କାରଖାନାରେ ସି -୨୯୫ ପରିବହନ ବିମାନ ଫାଇନାଲ୍ ଆସେମ୍ବଲି ଲାଇନ୍ ପାଇଁ ଟାଟା-ଏୟାରବସ୍ ସହଯୋଗରେ ହୋଇଥିବା ପ୍ରଗତିରେ ଖୁସି ପ୍ରକାଶ କରିଥିଲେ। ଏହା ସେମାନଙ୍କ ଦ୍ୱାରା ମିଳିତ ଭାବରେ ଅକ୍ଟୋବର ୨୦୨୪ ରେ ଉଦଘାଟିତ ହୋଇଥିଲା। ସେମାନେ ଆଗକୁ ବଢ଼ିବା ପାଇଁ ସହ-ବିକାଶ ଏବଂ ସହ -ଉତ୍ପାଦନ ଉପରେ ଆଧାରିତ ପ୍ରତିରକ୍ଷା ଶିଳ୍ପ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଉଭୟ ନେତା ଭାରତ-ସ୍ପେନ୍ ଦ୍ୱୈତ ସଂସ୍କୃତି ବର୍ଷ, ପର୍ଯ୍ୟଟନ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଅପାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ ତମ ବାର୍ଷିକୀ ପାଳନ କରୁଛି। ଏହା ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବ୍ୟବସାୟ ଏବଂ ଲୋକ-ଲୋକ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବ।

ରାଷ୍ଟ୍ରପତି ସାଞ୍ଚେଜ୍ ଏଆଇ ଇମ୍ପାକ୍ଟ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହାର ଫଳାଫଳ ବିଶ୍ୱ ଏଆଇ ପ୍ରଶାସନ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ। ଦୁଇ ନେତା କୃତ୍ରିମ ବୁଦ୍ଧିମତ୍ତାକୁ ଏକ ପରିବର୍ତ୍ତନକାରୀ ଶକ୍ତି ଭାବରେ ଚିହ୍ନଟ କରିଥିଲେ। ଅନ୍ତର୍ଭୁକ୍ତ ବିକାଶ ଏବଂ ସାମାଜିକ ଲାଭ ପାଇଁ ଏହାର ସମ୍ଭାବନାକୁ ବ୍ୟବହାର କରିବା ଲାଗି ଭାରତ - ସ୍ପେନ୍ ମଧ୍ୟରେ ଗଭୀର ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେମାନେ ଶିକ୍ଷା କ୍ଷେତ୍ରରେ ସହଯୋଗର ସମ୍ଭାବନା ବିଷୟରେ, ବିଶେଷ କରି ଭାରତର ନୂତନ ଶିକ୍ଷା ନୀତିକୁ ଧ୍ୟାନରେ ରଖି ମଧ୍ୟ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ୨୦୨୬ ଫେବୃଆରୀ ୧୯ - ୨୦ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତୀୟ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲର ଏବଂ ସ୍ପାନିସ୍ ବିଶ୍ୱବିଦ୍ୟାଳୟର ରେକ୍ଟରଙ୍କ ସମ୍ମିଳନୀକୁ ସ୍ୱାଗତ କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ପର୍ଯ୍ୟଟନରେ ନିରନ୍ତର ପ୍ରଭାବଶାଳୀ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ଯାହା ସେମାନଙ୍କ ନିଜ ନିଜ ଦେଶରେ ଅଧିକ ଆର୍ଥିକ କାର୍ଯ୍ୟକଳାପରେ ଯୋଗଦାନ ଦେଉଛି ଏବଂ ଲୋକଙ୍କ ସମ୍ପର୍କକୁ ଆହୁରି ବୃଦ୍ଧି କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଶିକ୍ଷା ନୀତି ଅଧୀନରେ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ସ୍ପାନିସ୍ ବିଶ୍ୱବିଦ୍ୟାଳୟ ଏବଂ ବିଶେଷ କରି ଏସଟିଇଏମ (ଷ୍ଟେମ୍) ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। 

ଦୁଇ ନେତା ପାରସ୍ପରିକ ଲାଭର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ, ଯେଉଁଥିରେ ସ୍ପେନର ଇଣ୍ଡୋ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯୋଗଦାନ ନିଷ୍ପତ୍ତି ମଧ୍ୟ ସାମିଲ ଥିଲା। ସେମାନେ ଭାରତ - ୟୁରୋପୀୟ ସଂଘର ଏଫଟିଏ ଆଲୋଚନାର ସମାପ୍ତିକୁ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ପ୍ରଶଂସା କରିଥିଲେ। ଏହା ଭାରତ ଏବଂ ସ୍ପେନ ଏବଂ ୟୁରୋପ ମଧ୍ୟରେ ବିପୁଳ ବାଣିଜ୍ୟ ଏବଂ ନିବେଶ ସମ୍ଭାବନାକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିବ। ସେମାନେ ସମସ୍ତ ପ୍ରକାରର ଆତଙ୍କବାଦର ଦୃଢ଼ ନିନ୍ଦାକୁ ଦୋହରାଇଲେ ଏବଂ ଆତଙ୍କବାଦର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ।

ଦୁଇ ବର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବା ଭାରତ - ସ୍ପେନ୍ ସହଭାଗୀତାକୁ ନୂତନ ଗତି ପ୍ରଦାନ କରିବ ବୋଲି ଉଭୟ ନେତା ବିଶ୍ୱାସ ପ୍ରକାଶ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Italy and India: A strategic partnership for the Indo-Mediterranean

Media Coverage

Italy and India: A strategic partnership for the Indo-Mediterranean
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future