#MannKiBaat: PM Modi appreciates Indian cricket team for their sportsman spirit and sportsmanship during test match with Afghanistan
One of the best ways to unite societies, find out the skills and talent that our youth have, is through sports: PM #MannKiBaat
Fourth Yoga Day celebrations on 21st June were unique; People around the world performed yoga with great enthusiasm: PM Modi #MannKiBaat
#MannKiBaat: Yoga goes beyond boundaries and forms a bond with the society, says Prime Minister Modi
Entire nation was proud to see the dedication of our soldiers to perform yoga - In the waters, on the land and in the sky: PM Modi #MannKiBaat
Yoga has united people around the world by going beyond the boundaries of caste, creed and geography: Prime Minister #MannKiBaat
Yoga has helped realise the true spirit of Vasudhaiva Kutumbakam, which our saints and seers have propagated since centuries: PM Modi #MannKiBaat
Doctors are our lifestyle guides; they not only cure but also heal: PM Modi during #MannKiBaat
Indian doctors have made a mark across the world for their abilities and skills: Prime Minister Modi #MannKiBaat
Sant Kabirdas ji emphasized on social equality, peace and brotherhood through his writings (Dohas and Saakhis): PM Modi #MannKiBaat
Sant Kabirdas ji had said - “जाति न पूछो साधु की, पूछ लीजिये ज्ञान” and appealed to the people to rise above religion and caste, and respect people for their knowledge: PM #MannKiBaat
Guru Nanak Dev ji always gave the message of embracing the whole mankind as one and eliminating caste discrimination in the society: PM during #MannKiBaat
2019 marks 100 years of the horrific Jallianwala Bagh massacre, an incident which embarrassed entire humanity: PM during #MannKiBaat
Violence and cruelty can never solve by any problem: Prime Minister Modi during #MannKiBaat
No one can ever forget the dark day of April 13, 1919, when innocent people were killed through abuse of power, crossing all the limits of cruelty: PM #MannKIBaat
Dr. Shyama Prasad Mookerjee dreamt of an India which was industrially self-reliant, efficient and prosperous: PM Modi during #MannKiBaat
#MannKiBaat: For Dr. Shyama Prasad Mookerjee, integrity and unity of India was the most important thing, says PM Modi
GST is a prime example of cooperative federalism: Prime Minister during #MannKiBaat
GST is the celebration of honesty; after its rollout, IT or information technology replaced Inspector Raj in tax system: PM Modi #MannKiBaat

ନମସ୍କାର । ମୋର ପ୍ରିୟ ଦେଶବାସୀଗଣ, ଆଜି ପୁଣିଥରେ “ମନ କି ବାତ୍”ର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ସହ ଭାବ ବିନିମୟର ସୌଭାଗ୍ୟ ମିଳିଛି । ଏହି କିଛିଦିନ ତଳେ ବେଙ୍ଗାଲୁରୁରେ ଗୋଟିଏ ଐତିହାସିକ କ୍ରିକେଟ ମ୍ୟାଚ ହେଲା । ଆପଣମାନେ ଭଲଭାବେ ବୁଝିସାରିଥିବେ ଯେ ମୁଁ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ହୋଇଥିବା ଟେଷ୍ଟମ୍ୟାଚ କଥା କହୁଛି । ଏହା ଆଫଗାନିସ୍ଥାନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଥିଲା ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର କଥା ଯେ ଆଫଗାନିସ୍ଥାନର ଏହି ଐତିହାସିକ ମ୍ୟାଚ ଭାରତ ସହ ଥିଲା । ଏହି ମ୍ୟାଚରେ ଉଭୟ ଦଳ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କଲେ । ଆଫଗାନିସ୍ଥାନର ଅନ୍ୟ ଏକ ବୋଲର ରଶିଦ୍ ଖାନ ଚଳିତ ବର୍ଷ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲେ । ମୋର ମନେଅଛି ଯେ ଆଫଗାନିସ୍ଥାନର ରାଷ୍ଟ୍ରପତି ଶ୍ରୀଯୁକ୍ତ ଅଶରଫ୍ ଗନି ମୋତେ tag (ଯୋଡି)କରି ନିଜର ଟ୍ଵିଟର ପୃଷ୍ଠାରେ ଲେଖିଥିଲେ ଯେ “ଆଫଗାନିସ୍ଥାନର ଲୋକେ ନିଜ ହିରୋ ରଶିଦ୍ ଖାନଙ୍କ ପାଇଁ ଅତ୍ୟନ୍ତ ଗର୍ବିତ ।” ମୁଁ ଆମ ଭାରତୀୟ ବନ୍ଧୁମାନଙ୍କ ପ୍ରତି ମଧ୍ୟ କୃତଜ୍ଞ ଯେଉଁମାନେ ଆମ ଖେଳାଳିମାନଙ୍କୁ ନିଜ କୌଶଳ ପ୍ରଦର୍ଶନ କରିବା ପାଇଁ ଗୋଟିଏ ପ୍ଲାଟଫର୍ମ ପ୍ରଦାନ କରିଛନ୍ତି । ରଶିଦ ଖାନ୍ ଆଫଗାନିସ୍ଥାନର ଶ୍ରେଷ୍ଠତ୍ୱର ପ୍ରତିନିଧିତ୍ୱ କରନ୍ତି । ସେ କ୍ରିକେଟ ଜଗତର ଗୋଟିଏ ସମ୍ପତ୍ତି (Asset) ତା’ସହିତ ଟିକିଏ ମଜାଳିଆ ଢଙ୍ଗରେ ଏକଥା ମଧ୍ୟ ଲେଖିଛନ୍ତି ଯେ, “ଆମେ ତା’କୁ କାହାରିକୁ ଦେବୁନି” । ଏହି ମ୍ୟାଚ୍ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇରହିବ । ଯେହେତୁ ଏହା ପ୍ରଥମ ମ୍ୟାଚ ତେଣୁ ଏହା ମନେରହିବା ତ ସ୍ୱାଭାବିକ ହେଲେ ମୋ ପାଇଁ ଏହି ମ୍ୟାଚ ଅନ୍ୟ ଗୋଟିଏ ବିଶେଷ କାରଣ ଯୋଗୁଁ ସ୍ମରଣୀୟ ହୋଇରହିବ । ଭାରତୀୟ ଦଳ ଏମିତି କିଛି କଲା, ଯାହା ସମଗ୍ର ବିଶ୍ୱ ପାଇଁ ଗୋଟିଏ ଉଦାହରଣ । ଗୋଟିଏ ବିଜେତା ଦଳ ପୁରସ୍କାର ଗ୍ରହଣ କରିବା ସମୟରେ ଯାହା କରିପାରେ, ତାହା ସେମାନେ କଲେ । ପୁରସ୍କାର ଗ୍ରହଣ କରିବା ସମୟରେ ସେମାନେ ପ୍ରଥମ କରି ଆନ୍ତର୍ଜାତିକ ମ୍ୟାଚ ଖେଳୁଥିବା ଆଫଗାନିସ୍ଥାନ ଦଳକୁ ମଧ୍ୟ ଆମନ୍ତ୍ରିତ କଲେ ଏବଂ ଉଭୟ ଦଳ ମିଶି ଫଟୋ ଉଠାଇଲେ । Sportsman Spiritକ’ଣ – ଖେଳୁଆଡ଼ ମନୋବୃତି କ’ଣ ତାହା ଏହି ଗୋଟିଏ ଘଟଣାରୁ ଆମେ ଅନୁଭବ କରିପାରିବା । ଖେଳ ସମାଜକୁ ଏକଜୁଟ କରିବା ଏବଂ ଆମ ଯୁବବର୍ଗଙ୍କ ମଧ୍ୟରେ ଥିବା ନୈପୁଣ୍ୟ, ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ଖୋଜି ବାହାର କରିବାର ଗୋଟିଏ ଉତ୍ତମ ଉପାୟ । ଭାରତ ଏବଂ ଆଫଗାନିସ୍ଥାନ, ଉଭୟ ଦଳକୁ ମୁଁ ମୋର ଶୁଭେଚ୍ଛା ଜଣାଉଛି । ମୁଁ ଆଶା କରୁଛି ଯେ, ଆଗକୁ ମଧ୍ୟ ଆମେ ଏହିଭଳି ପରସ୍ପର ମଧ୍ୟରେ ଖେଳୁଆଡ ମନୋବୃତ୍ତି ବା Sportsman Spirit ସହ ଖେଳିବା ଏବଂ ଆଗକୁ ବଢ଼ିବା ।

ମୋର ପ୍ରିୟ ଦେଶବାସୀଗଣ, ଏଥର ଜୁନ୍ 21 ତାରିଖ ଚତୁର୍ଥ ଯୋଗଦିବସ ଦିନ ଗୋଟିଏ ଭିନ୍ନ ଦୃଶ୍ୟ ଥିଲା । ସାରା ଦୁନିଆ ଏକଜୁଟ୍ ହୋଇଯାଇଥିବା ଦେଖାଗଲା । ସମଗ୍ର ବିଶ୍ୱରେ ଲୋକେ ପୁରା ଉତ୍ସାହର ସହିତ ଯୋଗାଭ୍ୟାସ କଲେ । ବ୍ରାସିଲରେ ୟୁରୋପୀୟ ସଂସଦ ହେଉ କି ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ହେଉ ବା ଜାପାନ ନୌବାହିନୀର ଯୁଦ୍ଧଜାହାଜ ହେଉ, ସବୁଠି ଲୋକେ ଯୋଗାଭ୍ୟାସ କରୁଥିବା ଦେଖାଗଲା । ସାଉଦି ଆରବରେ ପ୍ରଥମ ଥର ଯୋଗର ଐତିହାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ଏବଂ ମୋତେ ସୂଚନା ଦିଆଯାଇଛି ଯେ, ମହିଳାମାନେ ଅନେକଗୁଡ଼ିଏ ଆସନ ପ୍ରଦର୍ଶନ କଲେ । ଲଦାଖର ସୁଉଚ୍ଚ ବରଫାବୃତ ପାହାଡ଼ ଶିଖରରେ ଭାରତ ଏବଂ ଚୀନର ସୈନିକମାନେ ଏକାଠି ମିଶି ଯୋଗାଭ୍ୟାସ କଲେ । ଯୋଗ ସମସ୍ତ ସୀମାକୁ ଲଂଘନ କରି ଯୋଡ଼ିବାର କାମ କରେ । ଶହ ଶହ ଦେଶର ହଜାର ହଜାର ଉତ୍ସାହୀ ଲୋକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଂଚଳ ନିର୍ବିଶେଷରେ ଏହାକୁ ପାଳନ କରି ଗୋଟିଏ ବହୁତ ବଡ଼ ଉତ୍ସବରେ ପରିଣତ କରିଦେଲେ । ସମଗ୍ର ବିଶ୍ୱରେ ଯେତେବେଳେ ଲୋକେ ଏତେ ଉତ୍ସାହର ସହିତ ଯୋଗଦିବସର କାର୍ଯ୍ୟକ୍ରମଗୁଡ଼ିକରେ ଭାଗ ନେଉଥିବେ ସେତେବେଳେ ଭାରତରେ ଏହାର ଉତ୍ସାହ ତ ଅନେକ ଗୁଣ ବଢ଼ିଯିବ ।

ଆମର ପ୍ରତିରକ୍ଷା ବାହିନୀର ଯବାନମାନେ ଜଳ, ସ୍ଥଳ, ଆକାଶ ସବୁଠି ଯୋଗ କରୁଥିବା ଦୃଶ୍ୟ ଯେତେବେଳେ ଦେଶର ଶହେ ପଚିଶ କୋଟି ଲୋକ ଦେଖନ୍ତି ସେତେବେଳେ ଦେଶ ଗର୍ବ ଅନୁଭବ କରେ । କିଛି ବୀର ସୈନିକ ବୁଡ଼ାଜାହାଜରେ ଯୋଗାଭ୍ୟାସ କରିଥିବାବେଳେ, କିଛି ସୈନିକ ସିଆଚିନରବରଫାବୃତ ପାହାଡ଼ ଉପରେ ଯୋଗାଭ୍ୟାସ କଲେ । ଆମର ବାୟୁସେନାର ଯୋଦ୍ଧାମାନେ ତ ମୁକ୍ତାକାଶରେ ପୃଥିବୀପୃଷ୍ଠରୁ 15 ହଜାର ଫୁଟ ଉଚ୍ଚତାରେ ଯୋଗାସନ କରି ସମସ୍ତଙ୍କୁ ସ୍ତବ୍ଧ କରିଦେଲେ । ଉଡ଼ାଜାହାଜରେ ବସି ଯୋଗାସନ ନ କରି ମୁକ୍ତାକାଶରେ ତାଙ୍କର ଯୋଗ ପ୍ରଦର୍ଶନ କରିବା ଦୃଶ୍ୟ ଅନନ୍ୟ ଥିଲା । ସ୍କୁଲ ହେଉ, କଲେଜ ହେଉ, ଅଫିସ ହେଉ, ପାର୍କ ହେଉ, ଉଚ୍ଚ ଅଟ୍ଟାଳିକା ହେଉ କିମ୍ବା ଖେଳପଡ଼ିଆ ହେଉ, ସବୁଠି ଯୋଗାଭ୍ୟାସ ହେଲା । ଅହମଦାବାଦର ଗୋଟିଏ ଦୃଶ୍ୟ ତ ଖୁବ୍ ହୃଦୟସ୍ପର୍ଶୀ ଥିଲା । ସେଠାରେ ପ୍ରାୟ 750 ଦିବ୍ୟାଙ୍ଗ ଭାଇ-ଭଉଣୀ ଗୋଟିଏ ସ୍ଥାନରେ ଏକାଠି ଯୋଗାଭ୍ୟାସ କରି ବିଶ୍ୱରେକର୍ଡ ସୃଷ୍ଟି କରିଦେଲେ । ଯୋଗ ଜାତି, ଧର୍ମ ଏବଂ ଭୂଗୋଳର ସୀମା ପାର କରି ସମଗ୍ର ବିଶ୍ୱର ଲୋକଙ୍କୁ ଏକଜୁଟ କରିବାର କାମ କରିଛି । ଶହ ଶହ ବର୍ଷଧରି ରହିଆସିଥିବା ଆମର ବସୁଧୈବ କୁଟୁମ୍ବକମ୍ ଭାବନା, ଯାହା ଉପରେ ଆମର ମୁନିଋଷିମାନେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି, ଯୋଗ ତାହାକୁ ପ୍ରକୃତ ଅର୍ଥରେ ସାର୍ଥକ କରି ଦେଖାଇଛି । ମୋ ମତରେ ଯୋଗ ଆଜି ସୁସ୍ଥତାର ଏକ ବିପ୍ଳବରେ ପରିଣତ ହୋଇଛି । ମୁଁ ଆଶା କରୁଛି ଯେ ଯୋଗ ମାଧ୍ୟମରେ ସୁସ୍ଥତାର ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ଆହୁରି ଆଗକୁ ବଢ଼ିବ । ଅଧିକରୁ ଅଧିକ ଲୋକ ଏହାକୁ ନିଜ ଜୀବନର ଅଂଶ ରୂପେ ଗ୍ରହଣ କରିବେ ।

ମୋର ପ୍ରିୟ ଦେଶବାସୀଗଣMyGov ଏବଂ NarendraModiAppରେ ଏଥର “ମନ କି ବାତ୍”ରେ ଜୁଲାଇ 1 ତାରିଖ ଦିନ ପଡ଼ୁଥିବା DoctorsDay ବିଷୟରେ କହିବା ପାଇଁ ଅନେକ ଲୋକ ମୋତେ ଲେଖିଛନ୍ତି । ଠିକ୍ କଥା । ଆମେ ଅସୁବିଧା ସମୟରେ ହିଁ ଡାକ୍ତରଙ୍କୁ ମନେପକାଉ, କିନ୍ତୁ ଏହା ଏଭଳି ଗୋଟିଏ ଦିନ ଯେତେବେଳେ ଦେଶ ଆମ ଡାକ୍ତରମାନଙ୍କ ଉପଲବ୍ଧିଗୁଡ଼ିକୁ ଗ୍ରହଣ କରିବା ସହ ସମାଜ ପ୍ରତି ସେମାନଙ୍କ ସେବା ଏବଂ ସମର୍ପଣ ପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଥାଏ । ସ୍ୱଭାବତଃ ଆମେ ମା’ଙ୍କୁ ଭଗବାନ ରୂପରେ ପୂଜା କରିଥାଉଁ, ଭଗବାନ ବୋଲି ମାନୁ କାରଣ ମା’ ଆମକୁ ଜୀବନ ଦିଏ, ମା’ ଆମକୁ ଜନ୍ମ ଦେଇଥାଏ କିନ୍ତୁ ବେଳେବେଳେ ଡାକ୍ତର ଆମକୁ ପୁନର୍ଜନ୍ମ ଦେଇଥାନ୍ତି । ଡାକ୍ତରମାନଙ୍କ ଭୂମିକା କେବଳ ଚିକିତ୍ସା କରିବା ଯାଏ ସୀମିତ ନ ଥାଏ । ପ୍ରାୟତଃ ଡାକ୍ତର ପରିବାରର ବନ୍ଧୁ ଭାବରେ ଥାଆନ୍ତି । ଆମର lifestyle guide ଭାବରେ ଥାଆନ୍ତି । “They not only cure, but also heal”. ଆଜିକାଲି ଡାକ୍ତରଙ୍କ ପାଖରେ ଚିକିତ୍ସା ସମ୍ପର୍କୀୟ ବିଶେଷ ଜ୍ଞାନ ତ ରହୁଛି, ତା’ ସାଙ୍ଗକୁ ସେମାନଙ୍କ ପାଖରେ ଶରଦ୍ଭରକ୍ସବକ୍ଷ କ୍ଷସଲର ଗ୍ଦଗ୍ଧଚ୍ଚକ୍ଷର ଗ୍ଧକ୍ସରଦ୍ଭୟଗ୍ଦ ବିଷୟରେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ଗଭୀର ଅନୁଭୂତି ରହୁଛି । ଭାରତୀୟ ଡାକ୍ତରମାନେ ନିଜର କ୍ଷମତା ଏବଂ ଦକ୍ଷତା ମାଧ୍ୟମରେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଡାକ୍ତରୀ ବୃତିରେ ଦକ୍ଷତା, କଠିନ ପରିଶ୍ରମ ସହ ଆମ ଡାକ୍ତରମାନେ ଜଟିଳ ଚିକିତ୍ସା ସମସ୍ୟାର ସମାଧାନ ପାଇଁ ବେଶ ଜଣାଶୁଣା । “ମନ୍ କି ବାତ୍” ମାଧ୍ୟମରେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଆମ ସମସ୍ତ ଡାକ୍ତର ବନ୍ଧୁମାନଙ୍କୁ ଆସନ୍ତା ଜୁଲାଇ 1 ତାରିଖ ଦିନ ପଡୁଥିବା ଡାକ୍ତର ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଭାଗ୍ୟବାନ ଯେଉଁମାନେ ଭାରତଭୂମିରେ ଜନ୍ମଗ୍ରହଣ କରିଛୁ । ଭାରତର ଇତିହାସ ଏତେ ସମୃଦ୍ଧ ଯେ, ଏଠାରେ ଏଭଳି କୌଣସି ମାସ ନାହିଁ, ଏମିତି କୌଣସି ଦିନ ନାହିଁ ଯେଉଁଦିନ କୌଣସି ନା କୌଣସି ଐତିହାସିକ ଘଟଣା ନ ଘଟିଛି । ଦେଖିବାକୁ ଗଲେ ଭାରତର ପ୍ରତ୍ୟେକ ସ୍ଥାନର ନିଜସ୍ୱ ପରମ୍ପରା ରହିଛି । ସେଠାକାର କୌଣସି ସନ୍ଥ, କୌଣସି ମହାପୁରୁଷ, କେହି ପ୍ରସିଦ୍ଧ ବ୍ୟକ୍ତି ରହିଥାନ୍ତି, ସମସ୍ତଙ୍କର ନିଜ ନିଜ ଅବଦାନ ରହିଥାଏ ନିଜର ମହାତ୍ମ୍ୟ ଥାଏ ।

“ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର, ମୁଁ ଡା. ସୁରେନ୍ଦ୍ର ମିଶ୍ର କହୁଛି । ଆମେ ଜାଣିବାକୁ ପାଇଛୁ ଯେ ଜୁନ୍ 28 ତାରିଖ ଦିନ ଆପଣ ମଗହର ଆସୁଛନ୍ତି । ମୁଁ ମଗହର ନିକଟବର୍ତ୍ତୀ ଗୋରଖପୁର ଅନ୍ତର୍ଗତ ଗୋଟିଏ ଛୋଟ ଗାଁ ଟଡୁଆର ବାସିନ୍ଦା । ମଗହର କବୀରଙ୍କ ସମାଧି ସ୍ଥଳ । ଏଠାରେ ଲୋକେ କବୀରଙ୍କୁ ସାମାଜିକ ସମାନତା ପାଇଁ ସ୍ମରଣ କରନ୍ତି ଏବଂ କବୀରଙ୍କ ଚିନ୍ତାଧାରା ଉପରେ ପ୍ରତ୍ୟେକ ସ୍ତରରେ ଆଲୋଚନା ହୁଏ । ଆପଣଙ୍କ କାର୍ଯ୍ୟଯୋଜନା ଦ୍ୱାରା ଏ ଦିଗରେ ସମାଜର ସବୁ ସ୍ତରରେ ଯଥେଷ୍ଟ ପ୍ରଭାବ ପଡ଼ିବ । ଭାରତ ସରକାରଙ୍କ କାର୍ଯ୍ୟଯୋଜନା ସମ୍ପର୍କରେ ଜଣାଇବାକୁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି ।”

ଆପଣଙ୍କର ଫୋନକଲ୍ ପାଇଁ ବହୁତ ବହୁତ ଧନ୍ୟବାଦ । ଏହା ସତ୍ୟ ଯେ ମୁଁ 28 ତାରିଖରେ ମଗହରକୁ ଆସୁଛି । ଗୁଜରାଟର କବୀରୱାଡ୍ ସହ ଆପଣମାନେ ଭଲ ଭାବରେ ପରିଚିତ ଥିବେ । ମୁଁ ଯେତେବେଳେ ଗୁଜରାଟରେ କାମ କରୁଥିଲି, ସେତେବେଳେ ସନ୍ଥ କବୀରଙ୍କ ପରମ୍ପରା ସହ ସମ୍ପୃକ୍ତ ଲୋକମାନଙ୍କର ଏକ ରାଷ୍ଟ୍ରୀୟ ଅଧିବେଶନ ଆୟୋଜିତ କରିଥିଲି । ଆପଣମାନେ ଏହା ଜାଣିଛନ୍ତି ଯେ କବୀର ଦାସ କାହିଁକି ମଗହର ଯାଇଥିଲେ? ସେତେବେଳେ ଗୋଟିଏ ଧାରଣା ରହିଥିଲା ଯେ ଯାହାର ମୃତ୍ୟୁ ମଗହରରେ ହୁଏ, ସେ ସ୍ୱର୍ଗପ୍ରାପ୍ତି ହୁଏନାହିଁ । ଅପରପକ୍ଷରେ ଯିଏ କାଶୀରେ ଦେହତ୍ୟାଗ କରେ, ସେ ସ୍ୱର୍ଗଯାତ୍ରା କରେ । ମଗହରକୁ ଅପବିତ୍ର କୁହାଯାଉଥିଲା ଯାହାକୁ କବୀରଦାସ ସ୍ୱୀକାର କରୁନଥିଲେ । ନିଜ ସମୟରେ ପ୍ରଚଳିତ ଏହିପରି କୁସଂସ୍କାର ଓ ଅନ୍ଧବିଶ୍ୱାସଗୁଡ଼ିକୁ ସେ ଅମାନ୍ୟ କରିଥିଲେ । ଏଥିପାଇଁ ସେ ମଗହର ଗଲେ ଏବଂ ସେହିଠାରେ ହିଁ ସମାଧି ନେଲେ । ସନ୍ଥ କବୀରଦାସ ନିଜ ବାଣୀ ଏବଂ ଦୋହାଗୁଡ଼ିକ ମାଧ୍ୟମରେ ସାମାଜିକ ସମାନତାଶାନ୍ତି ଏବଂ ଭ୍ରାତୃତ୍ୱକୁ ପ୍ରାଧାନ୍ୟ ଦେଇଥିଲେ । ଏହାହିଁ ତାଙ୍କର ଆଦର୍ଶ ଥିଲା । ତାଙ୍କ ଲେଖାଗୁଡ଼ିକରୁ ଆମମାନଙ୍କୁ ଏହି ଆଦର୍ଶପ୍ରାପ୍ତ ହୁଏ ଯାହାକି ସାମ୍ପ୍ରତିକ ଯୁଗ ପାଇଁ ମଧ୍ୟ ପ୍ରେରଣାଦାୟୀ । ତାଙ୍କର ଗୋଟିଏ ଦୋହା ହେଲା –

 

କବୀର ସୋଇ ପୀର ହେଜୋ ଜାନେ ପର ପୀର ।

ଜୋ ପର ପୀର ନ ଜାନହୀସୋ କା ପୀର ମେ ପୀର ।

ଅର୍ଥାତ୍ ସଚ୍ଚା ସନ୍ଥ ସିଏ, ଯିଏ ଅନ୍ୟମାନଙ୍କର ପୀଡ଼ାକୁ ଜାଣେ ଓ ବୁଝେ । ଯିଏ ଅନ୍ୟମାନଙ୍କର ଦୁଃଖକୁ ଜାଣେନାହିଁ, ସେ ନିଷ୍ଠୁର । କବୀରଦାସ ସାମାଜିକ ସମାନତା ଉପରେ ବିଶେଷ ପ୍ରାଧାନ୍ୟ ଦେଇଥିଲେ । ସେ ନିଜ ସମୟଠାରୁ ବହୁତ ଆଗକୁ ଚିନ୍ତା କରୁଥିଲେ । ସେ ସମୟରେ ଯେତେବେଳେ ବିଶ୍ୱରେ ଅବନତି ଓ ସଂଘର୍ଷର ସମୟ ପ୍ରଚଳିତ ଥିଲା, ସେ ଶାନ୍ତି ଓ ସଦ୍ଭାବର ସନ୍ଦେଶ ଦେଇଥିଲେ ଏବଂ ଜନମାନସକୁ ଏକତ୍ର କରି ମତପାର୍ଥକ୍ୟକୁ ଦୂର କରିବାର ପ୍ରୟାସ କରିଥିଲେ ।

ଜଗ୍ ମେଁ ବୈରୀ କୋଇ ନହିଁଜୋ ମନ୍ ଶୀତଲ୍ ହୋୟ ।

ୟହ୍ ଆପା ତୋ ଡାଲ୍ ଦେଦୟାକରେ ସବ୍ ହୋୟ ।

ଅନ୍ୟ ଏକ ଦୋହାରେ କବୀର କହିଛନ୍ତି –

ଜହାଁ ଦୟା ତହଁ ଧର୍ମ ହେଜହାଁ ଲୋଭ୍ ତହଁ ପାପ୍ ।

ଜହାଁ କ୍ରୋଧ୍ ତହଁ କାଲ୍ ହେଜହାଁ କ୍ଷମା ତହଁ ଆପ୍ ।

ସେ ମଧ୍ୟ କହିଛନ୍ତି –

ଜାତି ନ ପୁଛୋ ସାଧୁ କୀପୁଚ୍ଛ୍ ଲୀଜିୟେ ଜ୍ଞାନ୍ ।

ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ନିଜ ନିଜର ଧର୍ମ ଓ ଜାତିର ସଂକୀର୍ଣ୍ଣ ଭାବନାର ଉର୍ଦ୍ଧ୍ଵକୁ ଉଠି ଜ୍ଞାନ ମାଧ୍ୟମରେ ଲୋକମାନଙ୍କୁ ଭଲ ପାଆନ୍ତୁ ଓ ଆଦର ସମ୍ମାନ କରନ୍ତୁ । କବୀରଙ୍କର ବାଣୀଗୁଡ଼ିକ କେତେ ଶତାବ୍ଦୀ ପରେ ମଧ୍ୟ ଆଜି ପ୍ରାସଙ୍ଗିକ ।

ଆଜି ଯେତେବେଳେ ଆମେମାନେ ସନ୍ଥ କବୀରଦାସଙ୍କ ବିଷୟରେ କଥା ହେଉଛନ୍ତି, ତାଙ୍କର ଗୋଟିଏ ଦୋହା ମୋର ମନେପଡ଼ୁଛି ଯେଉଁଥିରେ ସେ କହିଛନ୍ତି –

ଗୁରୁଗୋବିନ୍ଦ ଦୋଉ ଖଡ଼େକାକେ ଲାଗୁଁ ପାଁୟ୍ ।

ବଲିହାରୀ ଗୁରୁ ଆପ୍ନେଗୋବିନ୍ଦ ଦିୟୋ ବତାୟ୍ ।

ଗୁରୁଙ୍କର ମାହାତ୍ମ୍ୟ ହିଁ ଏହିପରି । ଏହିପରି ଜଣେ ଗୁରୁ ହେଉଛନ୍ତି ଜଗଦ୍ଗୁରୁ – ଗୁରୁ ନାନକଦେବ ଯିଏକି କୋଟି କୋଟି ଲୋକମାନଙ୍କୁ ସନ୍ମାର୍ଗ ଦେଖାଇଲେ ତଥା ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରଣା ପ୍ରଦାନ କଲେ । ଗୁରୁ ନାନକଦେବ ସମାଜରେ ପ୍ରଚଳିତ ଜାତିଗତ ପାର୍ଥକ୍ୟକୁ ସମାପ୍ତ କରିବା ସହିତ ସମଗ୍ର ମାନବଜାତିକୁ ଏକତାର ବନ୍ଧନରେ ଆବଦ୍ଧ କରି ସମସ୍ତଙ୍କୁ ଭଲପାଇବାର ଉପଦେଶ ଦେଇଥିଲେ । ଗୁରୁ ନାନକଦେବ କହୁଥିଲେ ଗରିବ ଓ ଅସହାୟ ଲୋକମାନଙ୍କର ସେବା ହିଁ ଈଶ୍ୱରଙ୍କ ସେବା । ସେ ଯେଉଁ ସ୍ଥାନକୁ ଗଲେ ସେଠାରେ ସମାଜର ମଙ୍ଗଳ ନିମନ୍ତେ ପ୍ରୟାସ କଲେ । ସାମାଜିକ ଭେଦଭାବରୁ ମୁକ୍ତ ରନ୍ଧନ ବ୍ୟବସ୍ଥା ଯେଉଁଠାରେ ପ୍ରତ୍ୟେକ ଜାତି ପନ୍ଥ ଧର୍ମ କିମ୍ବା ସମ୍ପ୍ରଦାୟର ବ୍ୟକ୍ତି ଆସି ଭୋଜନ କରିପାରୁଥିଲା, ଗୁରୁ ନାନକଦେବ ଏହି ଲଙ୍ଗର ବ୍ୟବସ୍ଥାର ଆରମ୍ଭ କରିଥିଲେ । 2019ରେ ଗୁରୁନାନକ ଦେବଜୀଙ୍କର 550ତମ ପ୍ରକାଶ ପର୍ବ ପାଳିତ ହେବ । ମୁଁ ଚାହେଁ ଆମେ ସମସ୍ତେ ଉତ୍ସାହ ଏବଂ ଉଦ୍ଦୀପନାର ସହ ଏଥିରେ ଅଂଶଗ୍ରହଣ କରିବା । ଆପଣମାନଙ୍କୁ ମଧ୍ୟ ମୋର ନିବେଦନ ଯେ ଗୁରୁନାନକ ଦେବଜୀଙ୍କର 550ତମ ‘ପ୍ରକାଶ ପର୍ବ’କୁ ସମଗ୍ର ସମାଜରେ ଏବଂ ସମଗ୍ର ବିଶ୍ୱରେ କିପରି ପାଳନ କରାଯିବ, ନୂଆ ନୂଆ ବିଚାର, ନୂଆ ନୂଆ ପରାମର୍ଶ ଓ କଳ୍ପନା, କ’ଣ ସବୁ ହେବା ଦରକାର; ଏ ବିଷୟରେ ଆପଣମାନେ ଚିନ୍ତା କରନ୍ତୁ, ପ୍ରସ୍ତୁତି କରନ୍ତୁ ଏବଂ ଗର୍ବ ଗୌରବ ସହିତ ଆମେ ସମସ୍ତେ ଏହି ପ୍ରକାଶପର୍ବକୁ ପ୍ରେରଣା ପର୍ବ ଭାବରେ ପାଳନ କରିପାରିବା ।

ମୋ ପ୍ରିୟ ଦେଶବାସୀଗଣ! ଭାରତର ସ୍ୱାଧୀନତାର ସଂଘର୍ଷ ବହୁତ ଦୀର୍ଘ, ବ୍ୟାପକ, ଗମ୍ଭୀର ତଥା ଅସଂଖ୍ୟ ବଳିଦାନ ସହ ସମ୍ପୃକ୍ତ । ପଞ୍ଜାବ ସହିତ ଅନ୍ୟ ଏକ ଇତିହାସ ଯୋଡ଼ିହୋଇ ରହିଛି । 2019ରେ ଜାଲିଆନାୱାଲାବାଗର ସେହି ଭୟାନକ ଘଟଣାର ଶହେ ବର୍ଷ ପୁରଣ ହେବାକୁ ଯାଉଛି ଯାହାକି ସମଗ୍ର ମାନବତାକୁ ଲଜ୍ଜିତ କରିଦେଇଥିଲା । 13 ଏପ୍ରିଲ୍ 1919ର ସେହି କଳାଦିବସ କିଏ ବା ଭୁଲିପାରିବ ଯେଉଁଦିନ କ୍ଷମତାର ଦୁରୂପଯୋଗ କରି ନିଷ୍ଠୁରତାର ସମସ୍ତ ସୀମା ଲଂଘନ କରି ନିର୍ଦ୍ଦୋଷ, ନିଃଶସ୍ତ୍ର ଏବଂ ନିରପରାଧ ଲୋକମାନଙ୍କ ଉପରେ ଗୁଳିବର୍ଷଣ କରାଯାଇଥିଲା । ଏହି ଘଟଣାର ଶହେବର୍ଷ ପୂର୍ତିକୁ କିପରି ସ୍ମରଣ କରିବା, ଏହାଉପରେ ଆମେମାନେ ବିଚାର କରିପାରିବା । କିନ୍ତୁ ଏହି ଘଟଣା ଆମମାନଙ୍କୁ ଯେଉଁ ଅମର ସନ୍ଦେଶ ପ୍ରଦାନ କଲା, ତାକୁ ଆମେ ସବୁ ସର୍ବଦା ମନେ ରଖିବା । ହିଂସା ଓ ନିଷ୍ଠୁରତା ଦ୍ୱାରା କେବେବି କୌଣସି ସମସ୍ୟାର ସମାଧାନ କରାଯାଇନପାରେ । ସର୍ବଦା ଶାନ୍ତି ଓ ଅହିଂସାର, ତ୍ୟାଗ ଏବଂ ବଳିଦାନର ବିଜୟ ହୋଇଥାଏ ।

ମୋ ପ୍ରିୟ ଦେଶବାସୀଗଣ! ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ନିବାସୀ ଶ୍ରୀ ରମଣ କୁମାର NarendraModi App ରେ ଲେଖିଛନ୍ତି ଯେ ଆଗାମୀ 6 ଜୁଲାଇ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜନ୍ମଦିନ । ସେ ଚାହିଁଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ମୁଁ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସମ୍ପର୍କରେ ଦେଶବାସୀମାନଙ୍କୁ କିଛି କହେ । ରମଣ ଜୀ, ସର୍ବପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଭାରତ ଇତିହାସରେ ଆପଣଙ୍କ ଆଗ୍ରହ ଦେଖି ବହୁତ ଭଲଲାଗିଲା । ଆପଣ ଜାଣିଛନ୍ତି, ଗତକାଲି ଅର୍ଥାତ୍ 23 ଜୁନ୍ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ପୁଣ୍ୟତିଥି ଥିଲା । ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିଲା କିନ୍ତୁ ଶିକ୍ଷା, ପ୍ରଶାସନ ଏବଂ ସଂସଦୀୟ ବ୍ୟାପାର କ୍ଷେତ୍ରଗୁଡ଼ିକ ସହ ସେ ବିଶେଷ ଭାବରେ ସମ୍ପୃକ୍ତ ଥିଲେ । ଏହା ବହୁତ କମ୍ ଲୋକ ଜାଣିଥିବେ ଯେ ସେ କୋଲକାତା ବିଶ୍ୱବିଦ୍ୟାଳୟର ସବୁଠାରୁ କମ୍ ବୟସର କୁଳପତି ଥିଲେ । ସେ ଯେତେବେଳେ କୁଳପତି ହୋଇଥିଲେ ସେତେବେଳେ ତାଙ୍କର ବୟସ ଥିଲା ମାତ୍ର 33 । ଏହାମଧ୍ୟ ବହୁତ କମ୍ ଲୋକ ଜାଣିଥିବେ ଯେ 1937 ମସିହାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନିମନ୍ତ୍ରଣରେ ଶ୍ରୀ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର କୋଲକାତା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସମାବର୍ତ୍ତନ ସମାରୋହକୁ ବଙ୍ଗଳା ଭାଷାରେ ସମ୍ବୋଧିତ କରିଥିଲେ । ଏହା ପ୍ରଥମ ଘଟଣା ଥିଲା ଯେତେବେଳେ ଇଂରେଜମାନଙ୍କର ସାମ୍ରାଜ୍ୟ ଥିଲା ଏବଂ କୋଲକାତା ବିଶ୍ୱବିଦ୍ୟାଳୟରେ କୌଣସି ବ୍ୟକ୍ତି ବଙ୍ଗଳା ଭାଷାରେ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିଥିଲେ । 1947ରୁ 1950 ପର୍ଯ୍ୟନ୍ତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ସର୍ବପ୍ରଥମ ଶିଳ୍ପମନ୍ତ୍ରୀ ଥିଲେ ଏବଂ ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ ସେ ଭାରତର ଶିଳ୍ପବିକାଶର ଶିଳାନ୍ୟାସ କରିଥିଲେ । ସୁଦୃଢ଼ ଆଧାର ପ୍ରସ୍ତୁତ କରିଥିଲେ ଏବଂ ଏକ ଦୃଢ଼ ଭିତ୍ତି ବା ମଞ୍ଚ ନିର୍ମାଣ କରିଥିଲେ । 1948 ରେ  ସ୍ୱାଧୀନ ଭାରତର ପ୍ରଥମ ଶିଳ୍ପନୀତି ତାଙ୍କରି ବିଚାର ଓ ଦୂରଦୃଷ୍ଟିର ପ୍ରଭାବ ନେଇ ଆସିଥିଲା । ଡ. ମୁଖାର୍ଜୀଙ୍କର ସ୍ୱପ୍ନ ଥିଲା ଯେ ଭାରତ ପ୍ରତିଟି କ୍ଷେତ୍ରରେ ଶିଳ୍ପ ଦୃଷ୍ଟିରୁ ଆତ୍ମନିର୍ଭର ହେଉ, କୁଶଳ ଏବଂ ସମୃଦ୍ଧ ହେଉ । ସେ ଚାହୁଁଥିଲେ ଯେ ଭାରତ ବୃହତ ଶିଳ୍ପଗୁଡ଼ିକର ବିକାଶ କରୁ । ଏଥିସହିତ ଏମ୍ଏସ୍ଏମ୍ଇ, ହସ୍ତତନ୍ତ, ବସ୍ତ୍ର ଓ କୁଟୀରଶିଳ୍ପ ଉପରେ ମଧ୍ୟ ପୂର୍ଣ୍ଣ ଧ୍ୟାନକେନ୍ଦ୍ରିତ କରୁ । କୁଟୀର ଓ ଲଘୁଶିଳ୍ପର ସମୁଚିତ ବିକାଶ ପାଇଁ ସେମାନଙ୍କୁ ଅର୍ଥ ଓ ଆନୁଷ୍ଠାନିକ ବ୍ୟବସ୍ଥା ମିଳୁ, ଏଥିପାଇଁ 1948ରୁ 1950 ମଧ୍ୟରେ ସର୍ବଭାରତୀୟ ହସ୍ତଶିଳ୍ପ ବୋର୍ଡ, ସର୍ବଭାରତୀୟ ହସ୍ତତନ୍ତ ବୋର୍ଡ ଏବଂ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା । ଡ. ମୁଖାର୍ଜୀଙ୍କର ଭାରତର ସୁରକ୍ଷା ଉପକରଣ ଉତ୍ପାଦନର ସ୍ୱଦେଶୀକରଣ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଥିଲେ । ଚିତ୍ତରଞ୍ଜନ ରେଳ ମରାମତି କାରଖାନା, ହିନ୍ଦୁସ୍ଥାନ ବିମାନ କାରଖାନା, ସିନ୍ଦ୍ରିର ସାର କାରଖାନା ଏବଂ ଦାମୋଦର ଘାଟି ନିଗମ – ଏହି ଚାରିଗୋଟି ସବୁଠୁ ସଫଳ ଏବଂ ବଡ଼ ପ୍ରକଳ୍ପ ତଥା ଅନ୍ୟ ନଦୀ ଉପତ୍ୟକା ଯୋଜନାଗୁଡ଼ିକର ପ୍ରତିଷ୍ଠାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବହୁତ ବଡ଼ ଯୋଗଦାନ ଥିଲା । ପଶ୍ଚିମବଙ୍ଗର ଉନ୍ନତିକୁ ନେଇ ସେ ବହୁତ ଉତ୍ସାହିତ ଥିଲେ । ତାଙ୍କରି ବୁଦ୍ଧି, ବିଚାରଶକ୍ତି ଓ କାର୍ଯ୍ୟକୁଶଳତାର ଏହା ପରିଣାମ ଯେ ବଙ୍ଗଳାର ଗୋଟିଏ ଅଂଶକୁ ରକ୍ଷା କରାଯାଇପାରିଲା ଏବଂ ତାହା ଆଜି ଭାରତର ଅଂଶବିଶେଷ ହୋଇରହିଛି । ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପାଇଁ ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା – ତାହା ଥିଲା ଭାରତର ଏକତା ଓ ଅଖଣ୍ଡତା ଏବଂ ଏଇଥିପାଇଁ 52 ବର୍ଷର ସ୍ୱଳ୍ପାୟୁରେ ତାଙ୍କୁ ନିଜର ଜୀବନକୁ ଉତ୍ସର୍ଗ କରିବାକୁ ପଡ଼ିଥିଲା । ଆସନ୍ତୁ! ଆମେମାନେ ସର୍ବଦା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଏକତା ସନ୍ଦେଶକୁ ମନେ ରଖିବା ତଥା ସଦ୍ଭାବ ଏବଂ ଭ୍ରାତୃତ୍ୱ ସହିତ ଭାରତର ପ୍ରଗତି ନିମନ୍ତେ ନିଜକୁ ସମର୍ପିତ କରିଦେବା ।

ମୋର ପ୍ରିୟ ଦେଶବାସୀଗଣ, ଗତ କେତେ ସପ୍ତାହ ମଧ୍ୟରେ ମୁଁ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ଭିଡ଼ିଓ କଲ ମାଧ୍ୟମରେ କଥା ହେବାର ସୁଯୋଗ ପାଇଥିଲି । ଫାଇଲରେ ଥିବା ତଥ୍ୟ ବ୍ୟତିରେକ ଲୋକମାନଙ୍କ ଫାଇଲରେ ସିଧାସଳଖ କ’ଣ ପରିବର୍ତ୍ତନ ଆସିଛି, ତାହା ଜାଣିବାର ସୁଯୋଗ ମିଳିଲା । ଲୋକମାନେ ନିଜର ସଂକଳ୍ପ, ନିଜର ସୁଖଦୁଃଖ ଆଉ ଉପଲବ୍ଧିଗୁଡ଼ିକ ବିଷୟରେ କହିଲେ । ମୋ’ପାଇଁ ଏହା ଏକ ସରକାରୀ କାର୍ଯ୍ୟକ୍ରମ ମାତ୍ର ନ ଥିଲା ବରଂ ଏକ ଶିକ୍ଷାର ଅନୁଭବ ଥିଲା । ଏହା ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଯେଉଁ ଖୁସିର ଝଲକ ଦେଖିବାକୁ ମିଳିଲା ତା’ଠାରୁ ବଳି ସନ୍ତୋଷ ଆଉ ଜୀବନରେ କ’ଣ ହୋଇପାରେ? ଯେତେବେଳେ ଜଣେ ସାଧାରଣ ମଣିଷର କଥା ଶୁଣୁଥିଲି, ଅତି ନିଷ୍କପଟ ଭାବରେ, ଅତି ସରଳ ଭାଷାରେ ନିଜ ନିଜର ଅନୁଭୂତି ଯେତେବେଳେ ସେମାନେ କହୁଥିଲେ, ସେଗୁଡ଼ିକ ମୋର ହୃଦୟକୁ ଛୁଇଁଯାଉଥିଲା । ଦୂରଦୂରାନ୍ତର ଗାଁଗୁଡ଼ିକରେ ଝିଅମାନେ ସାଧାରଣ ଜନସେବା କେନ୍ଦ୍ରମାଧ୍ୟମରେ ଗାଁର ବୟସ୍କମାନଙ୍କୁ ପେନସନଠାରୁ ଆରମ୍ଭ କରି ପାସପୋର୍ଟବନେଇବା ଯାଏ ବିଭିନ୍ନ ସେବା ପ୍ରଦାନ କରୁଛନ୍ତି । ଛତିଶଗଡ଼ର ଭଉଣୀଟିଏ ସୀତାଫଳ ସଂଗ୍ରହ କରି ଆଇସକ୍ରିମ ବନେଇ ବ୍ୟବସାୟ କରୁଥିବାବେଳେ ଝାଡ଼ଖଣ୍ଡର ଅଞ୍ଜନ ପ୍ରକାଶଙ୍କ ଭଳି ଦେଶର ଲକ୍ଷ ଲକ୍ଷ ଯୁବକ ଜନଔଷଧି କେନ୍ଦ୍ର ଚଳାଇବା ସଙ୍ଗେ ସଙ୍ଗେ ଆଖପାଖର ଗାଁରେ ଶସ୍ତାରେ ଔଷଧ ଉପଲବ୍ଧ କରାଉଛନ୍ତି । ସେହିଭଳି ବଙ୍ଗଳାର କୌଣସି ଯୁବକ ଯିଏ ତିନିବର୍ଷ ଆଗରୁ ଚାକିରିଟିଏ ଖୋଜୁଥିଲା, ଆଜି ନିଜର ବ୍ୟବସାୟ ସଫଳତାର ସହିତ କରୁଛି । ଖାଲି ସେତିକି ନୁହେଁ ସେ ଦଶ ପନ୍ଦର ଜଣଙ୍କୁ ଚାକିରି ଯୋଗେଇ ଦେଇପାରିଛି । ଏପଟେ ତାମିଲନାଡ଼ୁ, ପଞ୍ଜାବ, ଗୋଆର ସ୍କୁଲ ଛାତ୍ରମାନେ ଏଇ ଛୋଟ ବୟସରେ ନିଜ ସ୍କୁଲର ନବସୃଜନ ପ୍ରୟୋଗଶାଳାରେ ବସି ବର୍ଜ୍ୟବସ୍ତୁ ପରିଚାଳନା ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ କାମ କରୁଛନ୍ତି । ଏହିଭଳି କେଜାଣି କେତେ କେତେ କାହାଣୀ ଅଛି । ଦେଶର ଏମିତି କୌଣସି କୋଣ ନାହିଁ ଯେଉଁଠି ଲୋକମାନଙ୍କ ପାଖରେ ସଫଳତାର କାହାଣୀ ନାହିଁ । ମୋ’ପାଇଁ ଅତ୍ୟନ୍ତ ଖୁସିର କଥା ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ସଫଳତା ଅପେକ୍ଷା ସାଧାରଣ ମଣିଷର ସଫଳତାର କଥା ତଥା ଦେଶର ଶକ୍ତି, ନୂଆ ଭାରତର ସ୍ୱପ୍ନର ଶକ୍ତି ଆଉ ନୂଆ ଭାରତର ସଂକଳ୍ପର ଶକ୍ତିକୁ ମୁଁ ଅନୁଭବ କରୁଥିଲି । ସମାଜରେ ଏଭଳି କିଛି ଲୋକ ଅଛନ୍ତି – ଯେ’ପର୍ଯ୍ୟନ୍ତ ନିରାଶାର କଥା ନ କହିଥିବେ, ହତାଶାର କଥା ନ କହିଥିବେ, ଅବିଶ୍ୱାସ ସୃଷ୍ଟି କଲାଭଳି କଥା ନ କହିଥିବେ, ଯୋଡ଼ିବା ବଦଳରେ ଭାଙ୍ଗିବାର ରାସ୍ତା ବାହାର ନ କରିଥିବେ ସେପର୍ଯ୍ୟନ୍ତ ତାଙ୍କୁ ଶାନ୍ତି ମିଳିବ ନାହିଁ । ଏଭଳି ବାତାବରଣରେ ସାଧାରଣ ମଣିଷଟିଏ ଯେତେବେଳେ ଏକ ନୂଆ ଆଶା, ନୂତନ ଉତ୍ସାହ ଆଉ ନିଜ ଜୀବନରେ ଘଟିଥିବା ସଫଳତାର କଥା ନେଇ ଆସେ ତାକୁ ସରକାରଙ୍କ ସଫଳତା କୁହାଯାଏନି । ଦୂରଦୂରାନ୍ତର ଏକ ଛୋଟିଆ ଗାଁର ଛୋଟ ବାଳିକାଟିର କଥା ମଧ୍ୟ ଶହେ ପଚିଶ କୋଟି ଜନତାଙ୍କ ପାଇଁ ପ୍ରେରଣା ସ୍ରୋତ ପାଲଟିଯାଏ । ବୈଷୟିକ ଜ୍ଞାନର ସାହାଯ୍ୟରେ ଭିଡ଼ିଓ ବ୍ରିଜ ମାଧ୍ୟମରେ ହିତାଧିକାରୀମାନଙ୍କ ସହିତ କଥାହେବାର ଏହି ସମୟ ମୋ ପାଇଁ ବହୁତ ସୁଖଦ ଏବଂ ପ୍ରେରଣାଦାୟୀ ଥିଲା । ଏହାଦ୍ୱାରା ଆତ୍ମସନ୍ତୋଷ ତ ମିଳେ, ତା’ସଙ୍ଗେ ସଙ୍ଗେ ଅଧିକ କାମ କରିବାର ଉତ୍ସାହ ମଧ୍ୟ ମିଳେ । ଦରିଦ୍ରରୁ ଦରିଦ୍ର ଲୋକଟିଏ ପାଇଁ ସମୟ ଦେଲେ ଏକ ନୂତନ ଆନନ୍ଦ, ଏକ ନୂତନ ଉତ୍ସାହ ଏବଂ ଏକ ନୂତନ ପ୍ରେରଣା ପ୍ରାପ୍ତ ହୋଇଥାଏ ।

ମୁଁ ଦେଶବାସୀମାନଙ୍କ ପାଖରେ କୃତଜ୍ଞ । ଚାଳିଶ-ଚାଳିଶ ପଚାଶ ପଚାଶ ଲକ୍ଷ ଲୋକ ଏହି ଭିଡିଓ ବ୍ରିଜ କାର୍ଯ୍ୟକ୍ରମରେ ସାମିଲ ହେଲେ ଏବଂ ମୋତେ ନୂତନ ଶକ୍ତି ଦେଲେ । ମୁଁ ପୁଣିଥରେ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ । ମୁଁ ସବୁବେଳେ ଅନୁଭବ କରେ, ଯଦି ଆମେ ଆମର ଆଖପାଖରେ ଦେଖିବା ତ ପାଇବା, କେଉଁଠି ନା କେଉଁଠି, କିଛି ନା କିଛି ଭଲକାମ ହେଉଛି । ଭଲ କାମ କଲାବାଲା ଲୋକ ଅଛନ୍ତି । ଭଲକାମର ସୁଗନ୍ଧ ଆମେ ବି ଅନୁଭବ କରିପାରିବା । ବିଗତ ଦିନମାନଙ୍କରେ ଗୋଟିଏ କଥା ମୋର ଦୃଷ୍ଟିକୁ ଆସିଲା ଆଉ ତାହା ଏକ ଅଦ୍ଭୁତ ସମନ୍ୱୟ । ଏହାର ଏକପକ୍ଷରେ ଆମର ପେଷାଦାର, ଇଞ୍ଜିନିୟରମାନେ ଥିଲାବେଳେ ଅନ୍ୟପକ୍ଷରେ କ୍ଷେତରେ କାମ କରୁଥିବା ଆମର କୃଷକ ଭାଇଭଉଣୀମାନେ ଅଛନ୍ତି । ଏବେ ଆପଣମାନେ ଭାବୁଥିବେ, ଇଏତ ଦୁଇଟି ଅଲଗା ଅଲଗା ପେଷା – ପୁଣି ୟା’ ଭିତରେ କ’ଣ ସମ୍ବନ୍ଧ ଅଛି? କିନ୍ତୁ ଏଭଳି ହୋଇଛି । ବେଙ୍ଗାଲୁରୁରେ Corporate Professionals ଏବଂ I.T. Engineersହାତ ମିଳାଇଲେ ସେମାନେ ମିଶି ଏକ ସହଜ ସମୃଦ୍ଧି ଟ୍ରଷ୍ଟ ଗଠନ କଲେ ଏବଂ କୃଷକମାନଙ୍କର ଆୟ ଦୁଇଗୁଣ କରାଇବା ପାଇଁ ଏହି ଟ୍ରଷ୍ଟକୁ ସଚଳ କଲେ । ସେ କୃଷକମାନଙ୍କ ସହ ସଂଯୁକ୍ତ ହେଲେ, ଯୋଜନା ତିଆରି କରିଚାଲିଲେ ଏବଂ କୃଷକମାନଙ୍କର ଆୟ ବଢ଼ାଇବା ଦିଗରେ ସଫଳ ପ୍ରୟାସ କରିଚାଲିଲେ । ଚାଷର ନୂଆ କୌଶଳ ଶିଖାଇବା ସଙ୍ଗେ ସଙ୍ଗେ ଜୈବିକ କୃଷି କେମିତି କରାଯାଇପାରିବ, କ୍ଷେତରେ ଗୋଟିଏ ଫସଲ ସହିତ ଆଉ ଏକ ଫସଲ କେମିତି କରାଯାଇପାରିବ, ଏ ଟ୍ରଷ୍ଟ ଦ୍ୱାରା, ଏହି ଟେକ୍ନୋକ୍ରାଟ ଓ ଇଞ୍ଜିନିୟରମାନଙ୍କ ଦ୍ୱାରା ଏହି ବିଷୟରେ ପ୍ରଶିକ୍ଷଣ ଦିଆଯିବାକୁ ଲାଗିଲା । ପ୍ରଥମେ ଏ କୃଷକମାନେ ଗୋଟିଏ ଫସଲ ଉପରେ ନିର୍ଭର କରୁଥିଲେ । ଉତ୍ପାଦନ ଭଲ ହେଉନଥିଲା କି ଲାଭ ମଧ୍ୟ ବେଶୀ ହେଉନଥିଲା । ଆଜି ସେମାନେ ଖାଲି ପନିପରିବା ଚାଷ କରୁଛନ୍ତି ତା’ନୁହେଁ, ଏହି ଟ୍ରଷ୍ଟ ମାଧ୍ୟମରେ ନିଜ ଉତ୍ପାଦନର ମାର୍କେଟିଂ କରି ଭଲ ମୂଲ୍ୟ ପାଉଛନ୍ତି । ଶସ୍ୟ ଉତ୍ପାଦନ କରୁଥିବା କୃଷକମାନେ ମଧ୍ୟ ଏହା ସହିତ ଯୋଗ ଦେଇଛନ୍ତି । ଏକପକ୍ଷରେ ଫସଲ ଉତ୍ପାଦନଠାରୁ ଆରମ୍ଭ କରି ମାର୍କେଟିଂ ପର୍ଯ୍ୟନ୍ତ ପୁରା ଯୋଗାଣ ଶୃଙ୍ଖଳରେ କୃଷକମାନଙ୍କର ପ୍ରମୁଖ ଭୂମିକା ରହିଲା, ଅପରପକ୍ଷରେ ଲାଭାଂଶରେ କୃଷକମାନଙ୍କୁ ଭାଗିଦାର କରି ସେମାନଙ୍କୁ ତାଙ୍କର ନ୍ୟାଯ୍ୟପ୍ରାପ୍ୟ ଦେବାର ପ୍ରୟାସ କରାଯାଇଛି । ଭଲ ଫସଲ ହେବାପାଇଁ ଭଲ ପ୍ରଜାତିର ବିହନ ହେବା ଦରକାର । ଏଥିପାଇଁ ଅଲଗା ବିହନବ୍ୟାଙ୍କ ତିଆରି କରାଯାଇଛି । ମହିଳାମାନେ ଏହି ବିହନବ୍ୟାଙ୍କର କାମ ଦେଖୁଛନ୍ତି । ମହିଳାମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ମୁଁ ଏହି ଯୁବକମାନଙ୍କୁ ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି । ପେଶାଦାର ଓ Technocrat engineering ଜଗତ ସହିତ ଜଡ଼ିତ ଏହି ନବଯୁବକମାନେ ନିଜ କ୍ଷେତ୍ରରୁ ବାହାରକୁ ଯାଇ କୃଷକ ସହିତ, ଗାଁ ଓ କ୍ଷେତିବାଡ଼ି ସହିତ ସଂଯୁକ୍ତ ହୋଇଥିବାରୁ ମୁଁ ଆନନ୍ଦିତ । ତାଙ୍କର ଏହି ଅଭିନବ ପ୍ରୟୋଗ ଯାହା ମୁଁ ଜାଣିଛି, ହୁଏତ କିଛି ଏଭଳି ମୁଁ ଜାଣିନଥିବି, କିଛି ଲୋକମାନେ ଜାଣିଥିବେ, କିଛି ଜାଣିନଥିବେ କିନ୍ତୁ କୋଟି କୋଟି ଲୋକ ନିରନ୍ତର କିଛି ନା କିଛି ଭଲକାମ କରୁଛନ୍ତି, ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ମୋ ପ୍ରିୟ ଦେଶବାସୀଗଣ । GSTକୁ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ‘ଏକ ରାଷ୍ଟ୍ର ଏକ ଟିକସ’ ଦେଶର ଲୋକମାନଙ୍କର ସ୍ୱପ୍ନ ଥିଲା ଯାହା ଆଜି ସତ୍ୟରେ ପରିଣତ ହୋଇଛି ‘ଏକ ରାଷ୍ଟ୍ର ଏକ ଟିକସ’ – ଯଦି ଏଥିପାଇଁ ସବୁଠୁଁ ବେଶୀ ମହତ୍ୱ କାହାକୁ ଦେବା ଦରକାର, ତେବେ ମୁଁ ରାଜ୍ୟଗୁଡ଼ିକୁ ଦେବାକୁ ଚାହିଁବି । GST, ସଙ୍ଘୀୟ ସହଯୋଗର ଗୋଟିଏ ସୁନ୍ଦର ଦୃଷ୍ଟାନ୍ତ ଯେଉଁଠାରେ ସବୁ ରାଜ୍ୟଗୁଡିକୁ ମିଳିମିଶି ଦେଶ ହିତରେ ନିର୍ଣ୍ଣୟ ନେଲେ ଯଦ୍ୱାରା ସମଗ୍ର ଦେଶରେ ଏତେ ବଡ଼ ଟିକସ ସଂସ୍କାର କାର୍ଯ୍ୟକାରୀ ହୋଇପାରିଲା । ଆଜିପର୍ଯ୍ୟନ୍ତ GST ପରିଷଦର 27 ଗୋଟି ବୈଠକ ଅନୁଷ୍ଠିତ ହୋଇଅଛି ଏବଂ ଆମେ ସମସ୍ତେ ଗର୍ବ କରିପାରିବା ଯେ ଏଠାରେ ଭିନ୍ନ-ଭିନ୍ନ ରାଜନୈତିକ ବିଚାରଧାରାର ଭିନ୍ନ ଭିନ୍ନ ରାଜ୍ୟର ଲୋକମାନେ ଉପସ୍ଥିତ ହୁଅନ୍ତି, ଭିନ୍ନ ଭିନ୍ନ ଅଗ୍ରାଧିକାରସମ୍ପନ୍ନ ରାଜ୍ୟ ରୁହନ୍ତି, କିନ୍ତୁ ଏହାସତ୍ୱେ GST ପରିଷଦରେ ଆଜିଯାଏ ଯେତେ ସବୁ ନିର୍ଣ୍ଣୟ ନିଆଯାଇଅଛି ସେସବୁ ସର୍ବସମ୍ମତି କ୍ରମେ ନିଆଯାଇଛି । GST ପୂର୍ବରୁ ଦେଶରେ 17 ଗୋଟି ଭିନ୍ନ ପ୍ରକାରର ଟିକସ/ଶୁଳ୍କ ପ୍ରଚଳିତ ଥିଲା କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥାରେ କେବଳ ଗୋଟିଏ ପ୍ରକାରର ଟିକସ ସମଗ୍ର ଦେଶରେ ପ୍ରଚଳିତ । GSTସଚ୍ଚୋଟତାର ବିଜୟ ଏବଂ ସଚ୍ଚୋଟତାର ଏକ ଉତ୍ସବ ମଧ୍ୟ । ପୂର୍ବରୁ ଦେଶରେ ଅନେକ ଥର ଟିକସ କ୍ଷେତ୍ରରେ ଇନସ୍ପେକ୍ଟରରାଜର ଅଭିଯୋଗ ଆସୁଥିଲା । GSTରେ ଇନସ୍ପେକ୍ଟରର ଭୂମିକା ସୂଚନା ପ୍ରଯୁକ୍ତିସେବା ଗ୍ରହଣ କରିଛି । ରିଟର୍ଣ୍ଣଠାରୁ ଆରମ୍ଭ କରି ରିଫଣ୍ଡ ପର୍ଯ୍ୟନ୍ତ ସବୁକିଛି ଅନଲାଇନ Information Technology ଦ୍ୱାରା ହେଉଅଛି । GST ଆସିବା ଦ୍ୱାରା ତନଖି ଫାଟକ ବ୍ୟବସ୍ଥା ସମାପ୍ତ ହୋଇଗଲା ଏବଂ ଜିନିଷପତ୍ରର ପରିବହନ ଶୀଘ୍ର ହେବାକୁ ଲାଗିଲା ଯଦ୍ୱାରା ସମୟ ବଂଚିବା ସହିତ Logisticsକ୍ଷେତ୍ରରେ ମଧ୍ୟ ଏହାର ବହୁତ ଲାଭ ମିଳିଲା । GST ହୁଏତ ବିଶ୍ୱର ସର୍ବବୃହତ ଟିକସ ସଂସ୍କାର । ଭାରତରେ ଏତେ ବଡ଼ ଟିକସ ସଂସ୍କାର ସଫଳ ହୋଇପାରିଲା କାରଣ ଦେଶର ଜନତା ଏହାକୁ ସ୍ୱୀକାର କଲେ ଏବଂ ଜନଶକ୍ତି ଦ୍ୱାରା ହିଁ GSTର ସଫଳତା ସୁନିଶ୍ଚିତ ହୋଇପାରିଲା । ସାଧାରଣ ଭାବରେ କୁହାଯାଏ ଯେ ଏତେବଡ଼ ଟିକସ ସଂସ୍କାରକୁ ଏତେ ବଡ଼ ଦେଶ, ଏତେ ବିଶାଳ ଜନସଂଖ୍ୟା – ଏହାକୁ ପୂର୍ଣ୍ଣତଃ ସୁନିଶ୍ଚିତ କରିବାପାଇଁ 5ରୁ 7 ବର୍ଷର ସମୟ ଲାଗିଥାଏ । କିନ୍ତୁ ଦେଶର ସଚ୍ଚୋଟ ଲୋକମାନଙ୍କର ଉତ୍ସାହ, ଦେଶର ସଚ୍ଚୋଟତାର ଉତ୍ସବ ଜନଶକ୍ତିର ଅଂଶଗ୍ରହଣର ସୁପରିଣାମ ଯେ ଗୋଟିଏ ବର୍ଷ ଭିତରେ ବହୁ ମାତ୍ରାରେ ଏହି ନୂଆ କର ପ୍ରଣାଳୀ ନିଜର ସ୍ଥାନ ଗ୍ରହଣ କରିପାରିଛି, ସୁଦୃଢ଼ ହୋଇପାରିଛି ଏବଂ ଆବଶ୍ୟକତା ଅନୁସାରେ ନିଜର ଅନ୍ତଃ-ବ୍ୟବସ୍ଥାପନା (In-Built) ଦ୍ୱାରା ସଂସ୍କାର ମଧ୍ୟ କରିପାରୁଛି । ଏହା ଶହେପଚିଶ କୋଟି ଦେଶବାସୀଙ୍କର ବହୁତ ବଡ଼ ସଫଳତା ।

ମୋର ପ୍ରିୟ ଦେଶବାସୀଗଣ! ପୁଣି ଥରେ ‘ମନ୍ କି ବାତ୍’କୁ ଶେଷ କରିବା ସହ ଆଗାମୀ ‘ମନ୍ କି ବାତ୍’ରେ ଆପଣମାନଙ୍କ ସହ ସାକ୍ଷାତ କରିବାର ଓ କଥା ହେବାର ଆଶାନେଇ ରହୁଛି । ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
India-Myanmar Joint Statement during the Official Visit of the President of Myanmar to India
June 01, 2026

At the invitation of H.E. Shri Narendra Modi, Prime Minister of India, H.E. U Min Aung Hlaing, President of the Republic of the Union of Myanmar paid his first Official Visit to India from 30 May to 3 June 2026.

The President was accompanied by the Union Ministers for President’s Office, Foreign Affairs, Finance & Revenue, Agriculture, Livestock & Irrigation, and Industry & MSME Business Development, and Governor of the Central Bank of Myanmar. A business delegation from diverse sectors including agriculture, pharmaceuticals, energy, banking, construction, IT, communications, trading and logistics, as well as members of the Myanmar-India Friendship Association, were part of the Myanmar delegation.

The Prime Minister of India and the President of Myanmar held talks on 1 June 2026, during which they reviewed bilateral, regional and global issues of mutual interest and charted the way forward for the relationship. The Prime Minister hosted a luncheon in honour of the visiting dignitary. Hon’ble President of India Smt. Droupadi Murmu received the President of Myanmar on the same day. Earlier, External Affairs Minister Dr. S. Jaishankar and National Security Adviser Shri Ajit Doval separately called on the President of Myanmar.

At the commencement of the visit, the President visited Bodh Gaya on 30 May 2026, where he offered prayers at Mahabodhi Temple, Mahabodhi Meditation Centre and Sujata Temple. These visits to deeply revered sites underscored the enduring spiritual and Buddhist ties, as well as the people-to-people links, between the two countries.

The President delivered a keynote speech at the India-Myanmar Business Conclave, jointly organised by the UMFCCI and CII, in New Delhi on 31 May 2026, where business heads from both sides discussed avenues for further strengthening and expanding bilateral trade and commercial opportunities. The President also toured the NTPC Energy Technology Research Alliance (NETRA) complex in Greater Noida to observe advanced R&D work, including in clean energy innovation, energy efficiency, renewable energy integration and grid resilience.

In his interaction with the President, the Prime Minister stated that Myanmar lies at the confluence of India’s Neighbourhood First, Act East and MAHASAGAR (Mutual and Holistic Advancement for Security and Growth Across Regions) policies. The discussions underscored the importance of strengthening bilateral cooperation, including trade and economic ties, defence and security, border management, development assistance and cultural exchanges. Both sides noted ongoing discussions on various bilateral Agreements and Memoranda of Understanding and looked forward to their early conclusion.

The Prime Minister underlined that enhanced connectivity would foster mutually beneficial economic linkages and shared prosperity in the region. In this regard, both sides shared the importance of working closely towards the completion of Kaladan Multi-Modal Transit Transport project and the India-Myanmar-Thailand trilateral highway.

The Prime Minister conveyed that the Mekong Ganga ICCR scholarships for Myanmar students would be enhanced from 36 to 100 from 2026 onwards.

Both sides agreed to facilitate and enhance bilateral trade including through the Rupee-Kyat settlement mechanism, and appreciated the steady growth in the volume of transactions recorded since its operationalisation in May 2024. Both sides also expressed support for closer trade and investment cooperation in the areas of mutual interest such as agro-processing, petroleum, energy, mining sectors, in accordance with their respective national laws and regulations.

The Prime Minister reaffirmed India’s support for the sovereignty and territorial integrity of the Republic of the Union of Myanmar. Both sides underscored the importance of preventing the misuse of sovereign territory for activities inimical to their security interests. The President reiterated Myanmar’s assurance that its territory would not be permitted to be used against India’s security interests. The Prime Minister affirmed that India, as a steadfast and trusted partner of Myanmar, remained committed to deepening security cooperation between the two countries.

The Prime Minister conveyed support for Myanmar-led efforts towards achieving peace, stability, national reconciliation and socio-economic development. He also offered continued assistance and cooperation, based on mutual respect and friendly relations between the two countries. The President appreciated India’s constructive support and cooperation.

The Prime Minister expressed confidence that the meetings of the President with the Governor of Maharashtra and the Chief Minister, as well as his business engagements during his upcoming visit to Mumbai on 02 - 03 June 2026 would further strengthen existing bilateral cooperation and economic ties.

The official visit of President U Min Aung Hlaing reaffirmed the long-standing friendship and close partnership between Myanmar and India and the shared commitment of both countries to further strengthen cooperation for the mutual benefit of the two countries. Both sides agreed to continue close engagement at all levels.

President U Min Aung Hlaing expressed his sincere appreciation to Prime Minister Shri Narendra Modi for the warm hospitality extended to him and to the members of his delegation during their stay in India. The President also extended an invitation to the Prime Minister of India to visit Myanmar at mutually convenient dates.