IAS Officers of 2015 batch make presentations to PM Modi
Focus on subjects such as GST implementation and boosting digital transactions, especially via the BHIM App: PM to IAS officers
Speed up the adoption of Government e- Marketplace (GeM): PM tells officers
Work towards creating the India of the dreams of freedom fighters by 2022: PM to IAS Officers

ସହାୟକ ସଚିବମାନଙ୍କର ଉଦଯାପନୀ ଅଧିବେଶନର ଅଂଶବିଶେଷ ଭାବେ 2015ବ୍ୟାଚର ଆଇଏଏସ ଅଧିକାରୀମାନେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ପ୍ରଶାସନ ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି  ।

ସହାୟକ ସଚିବମାନଙ୍କ ଦ୍ୱାରା ପ୍ରଶାସନର ବିଭିନ୍ନ ବିଷୟବସ୍ତୁ ଆଧାରୀତ 8ଟି ମନୋନୀତ ପ୍ରସଙ୍ଗ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ  । ଏହି ପ୍ରସଙ୍ଗଗୁଡିକ ମଧ୍ୟରେ ରହିଛି ଦୁର୍ଘଟଣା ପିଡୀତ ବ୍ୟକ୍ତିଙ୍କୁ ତ୍ୱରୀତ ସହାୟତା, ବ୍ୟକ୍ତିଗତ ସ୍ତରରେ ଅଙ୍ଗାରକାମ୍ଳ ଉତ୍ସର୍ଜନ ମାତ୍ରାର ଯାଞ୍ଚ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଗ୍ରାମାଂଚଳ ଆୟରେ ଉନ୍ନତି, ତଥ୍ୟ ଆଧାରୀତ ଗ୍ରାମ୍ୟ ସମୃଦ୍ଧି, ଐତିହ୍ୟ ପର୍ଯ୍ୟଟନ, ରେଳ ନିରାପତ୍ତା ଏବଂ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ  ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବରିଷ୍ଠ ଓ କନିଷ୍ଠ ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ପରସ୍ପର ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷାକରି ରିପୋର୍ଟ ପ୍ରସ୍ତୁତ କରିବା, ବାସ୍ତବିକ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ  । ଏହି ମତ ବିନିମୟ ଅନୁଭୂତିରୁ କନିଷ୍ଠ ଓ ଯୁବ ଅଧିକାରୀମାନେ ଅନେକ କିଛି ଶିକ୍ଷା ଲାଭ କରି ନିଜ କର୍ମମୟ ଜୀବନରେ ତାର ଉପଯୋଗ କରିପାରିବେ  । ଏବେ ଯୁବ ଅଧିକାରୀମାନେ ଜିଏସଟି ବ୍ୟବସ୍ଥାର ରୂପାୟନ ଓ ସୁପରିଚାଳନା ଡିଜିଟାଲ କାରବାରକୁ ଅଧିକ ବଢାଇବା, ବିଶେଷକରି ଭୀମ୍ ଆପ ଜରିଆରେ ଅର୍ଥ ନେଣଦେଣକୁ ପ୍ରୋତ୍ସାହୀତ କରିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ  ।

ନୂଆକରି ପ୍ରଚଳିତ ହୋଇଥିବା ସରକାରୀ ଇ-ବଜାର ସ୍ଥଳୀ (ଜିଇଏମ) ବ୍ୟବସ୍ଥାକୁ ଉତ୍ତମ ଭାବେ କାର୍ଯ୍ୟାନ୍ୱୟନ କରିବା ଦିଗରେ ସବୁ ଅଧିକାରୀ ପ୍ରୟାସ କରିବାକୁ ପଡିବ  । ଏହା ଦ୍ୱାରା ସରକାରୀ ଆହରଣ/ ସଂଗ୍ରହ ପ୍ରକ୍ରୀୟାରେ ମଧ୍ୟସ୍ଥି ବା ଦଲାଲମାନଙ୍କୁ ଦୂରେଇ ରଖାଯିବା ସହ ଅନେକ ସରକାରୀ ଅର୍ଥ ସଂଚୟ ହୋଇପାରିବ  ।

ଗ୍ରାମ୍ୟ ବିଦ୍ୟୁତକରଣ ଏବଂ ଖୋଲା ଶୌଚମୁକ୍ତ ଲକ୍ଷ୍ୟ ହାସଲ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରୀ ଅଧିକାରୀମାନେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ଦିଗରେ ପ୍ରୟାସ କରିବାକୁ ପଡିବ  । 2022 ସୁଦ୍ଧା ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନର ଭାରତ ଗଠନ କରିବା ଦିଗରେ ସରକାରୀ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ  । ସରଳ ଓ ନିରାଡମ୍ବର ପୃଷ୍ଠଭୂମିରୁ ଆସିଥିବା ଅଧିକାରୀମାନେ ଯୁବ ଛାତ୍ରମାନଙ୍କୁ ଭେଟି ସେମାନଙ୍କୁ ରାଷ୍ଟ୍ରଗଠନର ବିଭିନ୍ନ ଦିଗରେ ଉତ୍ସାହୀତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ  । ସେ କହିଥିଲେ ଯେ ଉତ୍ତମ ଯୋଗାଯୋଗ ଦ୍ୱାରା ମଣିଷ - ମଣିଷ ମଧ୍ୟରେ ସହାନୁଭୂତି ଓ ଅନୁକମ୍ପା ବୃଦ୍ଧି ପାଇଥାଏ  ।

ବର୍ତ୍ତମାନ ସରକାରୀ ଅଧିକାରୀମାନଙ୍କର ପ୍ରଥମ ଲକ୍ଷ୍ୟ ହେଲା ରାଷ୍ଟ୍ର ଓ ଜନମଙ୍ଗଳ  । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଦଳଗତ ଭାବନା ଓ ଉତ୍ସାହରେ ଯେଉଁଠାରେ ଏବଂ ଯେଉଁ ପରିସ୍ଥିତିରେ ହେଲେ ମଧ୍ୟ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi