ବିଶିଷ୍ଟ ସରୋଦ ବାଦକ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରବୀଣ ସଙ୍ଗୀତଜ୍ଞ ଓ ସରୋଦ ବିଶେଷଜ୍ଞ ଉସ୍ତାଦ ଅମଜାଦ ଅଲ୍ଲୀ ଏହି ଆଲୋଚନା କାଳରେ ତାଙ୍କ ପୁସ୍ତକ ‘Master on Masters’ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର 20 ଜଣ ମହାନ ସଙ୍ଗୀତ ଶାସ୍ତ୍ରୀଙ୍କ ଜୀବନୀ ଓ କୃତୀ ସମ୍ପର୍କରେ ଏହି ପୁସ୍ତକରେ ସ୍ଥାନ ପାଇଛି ।



