UK Secretary of State for Foreign & Commonwealth Affairs, Mr. Boris Johnson meets the PM

ବ୍ରିଟେନର ବୈଦେଶିକ ତଥା ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ବୋରିସ୍ ଜନସନ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଭେଟି ଆଲୋଚନା କରିଛନ୍ତି । ପୂର୍ବରୁ 2015 ନଭେମ୍ବରରେ ଲଣ୍ଡନ ଗସ୍ତ ସମୟରେ ବୋରିସ୍ ଜନସନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ । ଜନସନ୍ ସେତେବେଳେ ଲଣ୍ଡନର ମେୟର ଥିଲେ ।

ବର୍ତ୍ତମାନ ସେ ବ୍ରିଟେନର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଆଗାମୀ ଦିନରେ ଭାରତ-ବ୍ରିଟେନ ସମ୍ପର୍କକୁ ଆହୁରି ସୁଦୃଢ଼ କରାଯିବ । ଏଥିପାଇଁ ଗତ ନଭେମ୍ବର 2016ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ଭାରତ ଗସ୍ତ ସମୟରେ ପାରସ୍ପରିକ ସହଯୋଗ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ଯାହାକି ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି ଦିଗରେ ପଥପ୍ରଦର୍ଶକ ହେବ ।

ପ୍ରତିରକ୍ଷା ଏବଂ ସୁରକ୍ଷା, ଅର୍ଥ, ବିଜ୍ଞାନ ଏବଂ କାରିଗରୀ କୌଶଳ ଆଦି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲାଗି ବିଗତ ଦିନଗୁଡ଼ିକରେ ନିଆଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ବ୍ରିଟେନରେ ରହୁଥିବା ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ରୂପେ କାର୍ଯ୍ୟ କରୁଛନ୍ତି ତଥା ପାରସ୍ପରିକ ଲୋକସମ୍ପର୍କକୁ ଆଗେଇ ନେଉଛନ୍ତି । ଭବିଷ୍ୟତରେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଶାବ୍ୟକ୍ତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"