ୱାଶିଂଟନ୍ ଡିସିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଅତ୍ୟନ୍ତ ଫଳପ୍ରଦ ଆଲୋଚନାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ଆମେରିକା ଗସ୍ତ ସମୟରେ ସୁଶ୍ରୀ ତୁଳସୀ ଗବାର୍ଡଙ୍କ ସହ ତାଙ୍କର ବାର୍ତ୍ତାଳାପ ଉପରେ ଆଲୋକପାତ କରିବା ସହ ଆପୋସ ସହଯୋଗକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ଭାବେ ତାଙ୍କର ଆଗମନ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଶୁଭକାମନା ଜଣାଇବା ସହ ଚଳିତ ବର୍ଷ ଶେଷରେ ତାଙ୍କୁ ଭାରତରେ ସ୍ୱାଗତ କରିବାକୁ ସେ ଅପେକ୍ଷା କରିଛନ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ

ଆମେରିକା ଜାତୀୟ ଗୁଇନ୍ଦା ନିର୍ଦ୍ଦେଶିକା ତୁଳସୀ ଗବାର୍ଡ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗତ ମାସରେ ତାଙ୍କର ୱାଶିଂଟନ ଡିସି ଗସ୍ତ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଅତ୍ୟନ୍ତ ଫଳପ୍ରଦ ଆଲୋଚନାକୁ ସ୍ମରଣ କରିଥିଲେ।

ଆମେରିକା ଗସ୍ତ ସମୟରେ ସୁଶ୍ରୀ ତୁଳସୀ ଗବାର୍ଡଙ୍କ ସହ ତାଙ୍କର ବାର୍ତ୍ତାଳାପ ଉପରେ ଆଲୋକପାତ କରିବା ସହ ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି, ଆତଙ୍କବାଦ ମୁକାବିଲା ଏବଂ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ନିମନ୍ତେ ଆପୋସ ସହଯୋଗକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ଭାବେ ତାଙ୍କର ଆଗମନ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହ କହିଥିଲେ ଯେ ଚଳିତ ବର୍ଷ ଶେଷରେ ତାଙ୍କୁ ଭାରତରେ ସ୍ୱାଗତ କରିବା ଲାଗି ସେ ଏବଂ ଭାରତର ୧୪୦ କୋଟି ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Wed in India’ Initiative Fuels The Rise Of NRI And Expat Destination Weddings In India

Media Coverage

'Wed in India’ Initiative Fuels The Rise Of NRI And Expat Destination Weddings In India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 15, 2025
December 15, 2025

Visionary Leadership: PM Modi's Era of Railways, AI, and Cultural Renaissance