For the development of the nation, prosperity of farmers is essential: PM
We saw the green & white revolution. Time has come for the blue revolution & sweet revolution: PM Modi
Along with 'Jan Andolan', 'Jal Andolan' can help us for the future: PM Modi

 

ଆଜି, 24 ଅଗଷ୍ଟ, ଅର୍ଥାତ ସଂସ୍ଥାର ପ୍ରତିଷ୍ଠା ଦିବସକୁ ଆପଣ ଗର୍ବ ଦିବସ ଭାବେ ପାଳନ କରୁଛନ୍ତି ।

‘ବାୟଫ’ର ରାଷ୍ଟ୍ର ନିର୍ମାଣରେ ଯେଉଁ ଭୂମିକା ରହିଛି, ସେଥିପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।

ମୋ ପାଇଁ ଏହା ବ୍ୟକ୍ତିଗତ ଭାବେ ବହୁତ ସୁଖକର ହୋଇଥାନ୍ତା କି ଯଦି ମୁଁ ଆପଣମାନଙ୍କ ମଧ୍ୟକୁ ଯାଇ ଖୁସିରେ ସାମିଲ ହୋଇଥାନ୍ତି, ଆପଣମାନଙ୍କର ନୂଆ ଅନୁଭବ ଶୁଣିଥାନ୍ତି, ଆପଣମାନଙ୍କଠାରୁ କିଛି ନୂଆ ଶିଖିଥାନ୍ତି ।

ମୋର ମନେଅଛି ଯେତେବେଳେ କିଛି ବର୍ଷ ପୂର୍ବେ ‘ୱାଡ଼ି’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା, ତ ନବସାରୀ ଏବଂ ବଲସାଦରେ ଆପଣଙ୍କ କାର୍ଯ୍ୟକୁ ମୁଁ ବହୁତ ପାଖରୁ ଦେଖିଥିଲି । ଏଥିପାଇଁ ‘ବାୟଫ’ ସହିତ ମୁଁ ନିଜକୁ ଭାବନାତ୍ମକ ରୂପରେ ବହୁତ ଯୋଡି ହୋଇଥିବାର ଅନୁଭବ କରୁଛି । ଯେଉଁ ଲକ୍ଷ୍ୟ ନେଇ ଆପଣଙ୍କ ସଂସ୍ଥା ଦେଶର କେତେକ ରାଜ୍ୟରେ କାମ କରୁଅଛି, ତାହା ଗୋଟିଏ ସଂସ୍ଥା ପାଇଁ ହେଉଛି ସନ୍ତୋଷର ବିଷୟ ।

ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ବହୁ ପୁରସ୍କାର ମଧ୍ୟ ଦିଆଯାଇଛି । ସମ୍ମାନ ପାଇଥିବା କିଛି ଲୋକଙ୍କ ମଧ୍ୟରେ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, କିଛି ଲୋକଙ୍କୁ ବ୍ୟକ୍ତିଗତ ପ୍ରୟାସ କାରଣରୁ ପୁରସ୍କାର ମିଳିଛି । କିଏ ହେଉଛନ୍ତି କର୍ଣ୍ଣାଟକର, କିଏ ଗୁଜରାଟର, କିଏ ହେଉଛନ୍ତି ମହାରାଷ୍ଟ୍ରର, ପୁଣି କିଏ ହେଉଛନ୍ତି ଝାଡଖଣ୍ଡର । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ଆଉ ଏହି କାମନା କରୁଛି କି  ଏହିଭଳି ଭାବରେ ସେମାନେ ସମାଜର ମଙ୍ଗଳ ପାଇଁ କାମ କରି ଚାଲିଥିବେ ।

ବନ୍ଧୁଗଣ, ଏହି ବର୍ଷ ସାବରମତି ଆଶ୍ରମ ସ୍ଥାପନାର 100ବର୍ଷ ଆଉ ଚମ୍ପାରଣ ସତ୍ୟାଗ୍ରହର 100ବର୍ଷ ପୂରଣ ହୋଇଛି । ଏହି ବର୍ଷ ମଧ୍ୟ ସାର୍ବଜନୀନ ଗଣେଶୋତ୍ସବର ମଧ୍ୟ 125ବର୍ଷ ସମ୍ପୂର୍ଣ୍ଣ ହେଉଛି । ଦେଶର ଇତିହାସରେ ଏହି ତିନୋଟି ସୋପାନ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ମାର୍ଗ ଦେଖାଇଥିଲେ । ଜନ-ଜନଙ୍କର ସହଯୋଗରେ କିପରି ସଂକଳ୍ପରୁ ସିଦ୍ଧି ହୋଇଥାଏ,ଏହା ହେଉଛି ତାହାର ପ୍ରତୀକ ।

ଜନ-ଭାଗିଦାରୀରେ ଜନ କଲ୍ୟାଣର ଏହି ଭିଜନ ଭାରତୀୟ କୃଷି ଶିଳ୍ପ ସଂସ୍ଥାନର ମଧ୍ୟ ଆଧାର ରହିଛି । ଏହା ଯଦିଓ 50ବର୍ଷ ପୂରଣ କରୁଛି କିନ୍ତୁ ଏହାର ମୂଳଦୁଆ ରଖା ଯାଇଥିଲା ଯେତେବେଳେ 1946ରେ ମଣିଭାଇ, ଗାନ୍ଧିଜୀଙ୍କ ସହିତ ଉରଲୀକଞ୍ଚନ ଗାଁରେ ପଂହଚିଥିଲେ । ଗାନ୍ଧିଜୀଙ୍କ ପ୍ରେରଣାରେ ମଣିଭାଇ ଏହି ସମ୍ପୂର୍ଣ୍ଣ ଅଂଚଳର ସାମଗ୍ରୀକ ବିକାଶ କରିବା ପାଇଁ ସଂକଳ୍ପ ନେଇଥିଲେ ଆଉ ତାହାର ଶୁଭାରମ୍ଭ କରିଥିଲେ, ଗୁଜରାଟର ଗିରରୁ ଗାଈମାନଙ୍କୁ ଏଠାକୁ ଆଣି ।

ଆମର ଗାଁମାନଙ୍କରେ ଉପଲବ୍ଧ ପରମ୍ପରାଗତ ଜ୍ଞାନ ଆଉ ବିଜ୍ଞାନକୁ ଆଧୁନିକ କୌଶଳ ସହିତ ଯୋଡି କୃଷକଙ୍କ ରୋଜଗାର କିପରି ବଢ଼ାଯାଇ ପାରିବ, ଏହା ଆପଣଙ୍କ ସଂସ୍ଥା କରି ଦେଖାଇଛି ।

ବନ୍ଧୁଗଣ, ଦେଶର ସନ୍ତୁଳିତ ବିକାଶ ପାଇଁ ବହୁତ ଆବଶ୍ୟକ ହେଉଛି ଦେଶର ଗାଁମାନଙ୍କରେ ରହୁଥିବା କୃଷକମାନେ ସଶକ୍ତ ହେବା । ଜଣେ ସଶକ୍ତ କୃଷକ ବିନା ନିଉ ଇଣ୍ଡିଆ ବା ନୂଆ ଭାରତର ସ୍ୱପ୍ନ ସାକାର ହୋଇ ପାରିବ ନାହିଁ ଆଉ ଏଥିପାଇଁ ସରକାର 2022 ପର୍ଯ୍ୟନ୍ତ କୃଷକଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ ଉପରେ କାମ କରୁଛନ୍ତି । ଏଥିପାଇଁ ଏବେ କୃଷି ଯୋଜନାଗୁଡିକର ଆଭିମୁଖ୍ୟରେ ପରିବର୍ତ୍ତନ କରି, ତାକୁ ଉତ୍ପାଦନ କେନ୍ଦ୍ରୀତ କରିବା ସହିତ ଆୟ କେନ୍ଦ୍ରୀକ କରାଯାଇଛି ।

ଆଜି ସରକାର ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ ସହିତ ଠିଆ ହୋଇଛନ୍ତି । ପାଣିର ଗୋଟିଏ ଗୋଟିଏ ବୁନ୍ଦାର ବ୍ୟବହାର ଉପରେ ଜୋର ଦିଆଯାଉଛି । ଜୈବିକ କୃଷି ଏବଂ ଫସଲ ବିକେନ୍ଦ୍ରୀକରଣକୁ ପ୍ରୋତ୍ସାହନ ଦିଆ ଯାଉଛି । କୃଷକଙ୍କୁ ମାଟିର ସ୍ୱାସ୍ଥ୍ୟର ସୂଚନା ଦେବା ପାଇଁ ଏ ପର୍ଯ୍ୟନ୍ତ 9 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିଆ ଯାଇସାରିଛି ।

ଇ-ନାମ ଯୋଜନା ମାଧ୍ୟମରେ ସାରା ଦେଶର 500ରୁ ଅଧିକ କୃଷି ମଣ୍ଡି(ବଜାର)କୁ ଅନ୍-ଲାଇନରେ ଯୋଡ଼ା ଯାଉଛି । ଏଇ ନିକଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ଦେଶରେ ଭଣ୍ଡାରଣ ସମସ୍ୟାର ସମାଧାନ କରିବା ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ।

 ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ସୁନିଶ୍ଚିତ କରାଯାଉଛି କି ଯଦି କୌଣସି କାରଣରୁ ଫସଲ ଖରାପ ହୋଇ ଯାଏ ତ କୃଷକଙ୍କ ଜୀବନ ଉପରେ ବିପଦ ନ ଆସୁ । କୃଷକଙ୍କୁ ସୁଧଖୋରଙ୍କ କବଳରୁ ମୁକ୍ତ କରିବା ପାଇଁ ସବୁଠାରୁ କମ୍ ସୁଧ ହାରରେ କରଜ ଦିଆ ଯାଉଛି ।

ଆପଣ ଦେଖିବେ ଯେ ସରକାରଙ୍କ ଏହି ପ୍ରୟାସ ଏଥିପାଇଁ ଯେ କୃଷକ ଚାଷବାସ ସହିତ ଯୋଡ଼ି ହୋଇଥିବା ଚିନ୍ତାରୁ ବାହାରକୁ ବାହାରୁ, ତା’ର ଖର୍ଚ୍ଚ କମ୍ ହେଉ ଏବଂ ରେଜଗାର ବଢ଼ୁ । ଯେବେ ଦେଶର ଅନ୍ନଦାତା ଚିନ୍ତାମୁକ୍ତ ହେବ, ତ ଦେଶ ମଧ୍ୟ ବିକାଶର ନୂତନ ଶିଖରକୁ ଛୁଇଁ ପାରିବ ।

‘ବାୟଫ’ ବହୁତ ସେବା ଭାବ ନେଇ ବର୍ଷ ବର୍ଷ ଧରି  ଏହି କାମରେ ଲାଗି ରହିଛି କିନ୍ତୁ ଆଜି ମୁଁ ଆପଣମାନଙ୍କ ମଧ୍ୟରେ କିଛି ନୂଆ ବିଚାରଧାରାର ସିଡ଼ିଙ୍ଗ୍ ବା ବୀଜବପନ କରିବାକୁ ଚାହୁଁଛି । ଏହା କୌଣସି ବିଶେଷଜ୍ଞଙ୍କୁ ରାୟ ବା ଜ୍ଞାନ ଦେବା କଥା ନୁହେଁ ବରଂ ଏହା ହେଉଛି ଜଣେ ଏକ୍ସପର୍ଟଙ୍କୁ ଅନୁରୋଧ କରିବା ଭଳି କଥା ।

ମୋତେ ଜଣା ଅଛି କି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ‘ବାୟଫ’ କିଭଳି ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ କରୁଅଛି । କିନ୍ତୁ କ’ଣ ଏହାକୁ ଆଉ ଅଧିକ ଫୋକସ୍ କରାଯାଇ ପାରେ ।

ଏକ ରିପୋର୍ଟ ଅନୁସାରେ ଦେଶର ପଶୁପାଳନ କ୍ଷେତ୍ରକୁ ପାଖା ପାଖି 70 ପ୍ରତିଶତ ମହିଳା ମିଳିମିଶି ସମ୍ଭାଳୁଛନ୍ତି । ପଶୁଙ୍କ ପାଇଁ ଚାରା ବ୍ୟବସ୍ଥା ହେଉ, ପାଣିର ବ୍ୟବସ୍ଥା ହେଉ, ଔଷଧ-କ୍ଷୀର, ସମସ୍ତ କାମ ମହିଳାମାନେ ହିଁ କରୁଛନ୍ତି ।

ଅର୍ଥାତ ଗୋଟିଏ ପ୍ରକାରରେ ଦେଶର ପଶୁପାଳନ କ୍ଷେତ୍ର ସଂପୂର୍ଣ୍ଣଭାବେ ମହିଳାଙ୍କ କୁଶଳତା ଉପରେ ନିର୍ଭର କରି ରହିଛି । ସେଥିପାଇଁ ଆଜି ବହୁତ ଆବଶ୍ୟକ ହେଉଛି କି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଶୁପାଳନ ଶିକ୍ଷା, ଗବେଷଣା, ସେବା ପ୍ରଦାନ ବ୍ୟବସ୍ଥା ବିଷୟରେ ବିଶେଷ ତାଲିମ ଦିଆଯାଉ । ଯେତେ ଅଧିକ ମହିଳା ଏହି କ୍ଷେତ୍ରରେ ପ୍ରଶିକ୍ଷିତ ହେବେ, ସେତେ ହିଁ ଦେଶର ପଶୁଧନ ମଜବୁତ ହେବ ଏବଂ ମହିଳାଙ୍କର ନିଜର ମଧ୍ୟ ଭଲ ହେବ ।

‘ବାୟଫ’ଭଳି ସଂସ୍ଥା ଅଧିକରୁ ଅଧିକ ମହିଳାଙ୍କୁ ଏଥିପାଇଁ ପ୍ରେରିତ କରି ପାରିବ, ସେମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟକ୍ରମ ଗୁଡ଼ିକ ଆରମ୍ଭ କରି ପାରିବ ।

ବନ୍ଧୁଗଣ, ଆମ ଦେଶରେ ପ୍ରତିବର୍ଷ ପାଖାପାଖି 40ହଜାର କୋଟି ଟଙ୍କାର କ୍ଷତି ପଶୁମାନଙ୍କୁ ହେଉଥିବା ରୋଗ କାରଣରୁ ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ କିଛି ରାଜ୍ୟମାନଙ୍କରେ ପଶୁ ଆରୋଗ୍ୟ ମେଳାର ଆୟୋଜନ କରାଯାଉଛି । ସେଥିରେ ପଶୁଙ୍କର କାଟେରେକ୍ଟ ଅସ୍ତ୍ରୋପଚାରରୁ ଆରମ୍ଭ କରି ଦାନ୍ତ ସଫା ପର୍ଯ୍ୟନ୍ତ କାମ କରାଯାଉଛି । କିନ୍ତୁ ଏହି ଭଳି ପଶୁ ଆରୋଗ୍ୟ ମେଳାର ସଂଖ୍ୟାକୁ ଆହୁରି ଅଧିକ ବଢ଼ାଇବାର ଆବଶ୍ୟକତା ରହିଛି । ‘ବାୟଫ’ଭଳି ସଂସ୍ଥା ସାରା ଦେଶରେ ରାଜ୍ୟ ସରକାରଙ୍କ ସହିତ ମିଶି ପଶୁ ଆରୋଗ୍ୟ ମେଳା ଆୟୋଜନ କରିବାରେ ବହୁତ ବଡ଼ ଭୂମିକା ତୁଲାଇ ପାରିବେ ।

ଆପଣଙ୍କୁ ମୋର ବିଶେଷ ଅନୁରୋଧ ଏଥିପାଇଁ ରହିଛି କାରଣ ଆପଣଙ୍କ ସଂସ୍ଥା ପ୍ରଥମରୁ ହିଁ 15ଟି ରାଜ୍ୟରେ କାମ କରୁଅଛି ଆଉ ସାରା ଦେଶରେ ଏହାକୁ ବିସ୍ତାର କରିବାର କ୍ଷମତା ଆପଣଙ୍କ ରହିଛି । ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ‘ବାୟଫ’ର  ପାଦ ସେଠାରେ ପଡ଼ୁ ଏହି ଅପେକ୍ଷାରେ ଅଛନ୍ତି । ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ, ଯାହାଙ୍କୁ ମୁଁ ଅଷ୍ଟଲକ୍ଷ୍ମୀ କହେ, ସେଠାରେ ଜୈବ କୃଷିର ବହୁତ ସମ୍ଭାବନା ରହିଛି । ତାଙ୍କୁ ଆପଣଙ୍କ ଅନୁଭବରୁ ବହୁତ ଲାଭ ମିଳି ପାରିବ ।

ସେହିଭଳି ଔଷଧୀୟ ଏବଂ ସୁଗନ୍ଧିତ ବୃକ୍ଷର ଚାଷକୁ ନେଇ ମଧ୍ୟ କୃଷକଙ୍କ ମଧ୍ୟରେ ସଚେତନତା ବଢ଼ାଇବାର ଆବଶ୍ୟକତା ଅଛି । ଆମ ଦେଶରେ ଔଷଧୀୟ ଏବଂ ସୁଗନ୍ଧିତ ବୃକ୍ଷର ହଜାର ହଜାର ପ୍ରଜାତି ରହିଛି, ସମଗ୍ର ଦୁନିଆରେ ତାହାର ଚାହିଦା ରହିଛି । କିନ୍ତୁ ଚାହିଦା ଏବଂ ଯୋଗାଣର ବ୍ୟବଧାନ ମଧ୍ୟ ବହୁତ ଅଧିକ ରହିଛି । ସରକାର, ପ୍ରଗତିଶୀଳ କୃଷକ ଆଉ ବାୟଫ ଭଳି ସଂଗଠନ ଏହାର ଚାଷ ସହିତ ହିଁ ସମଗ୍ର ଯୋଗାଣ ଶୃଙ୍ଖଳାର ଜ୍ଞାନ ଦେବାର କାମ ଦୃଢ଼ତାର ସହ କରି ପାରିବେ ।

ବନ୍ଧୁଗଣ, ସବୁଜ ବିପ୍ଳବ ଏବଂ ଶ୍ୱେତ ବିପ୍ଳବ ସହିତ ଦେଶ ଭଲ ଭାବରେ ପରିଚିତ । ଏହା ହେଉଛି ସମୟର ଆହ୍ୱାନ ଯେ ନୀଳ ବିପ୍ଳବ ଦ୍ୱାରା ଆମର ମତ୍ସ୍ୟଜୀବୀ ଭାଇମାନଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଉ, ମଧୁ ବିପ୍ଳବ, ଅର୍ଥାତ ମହୁମାଛି ପାଳନ ଏବଂ ମହୁ ଉତ୍ପାଦନ ଦ୍ୱାରା କୃଷକଙ୍କ ଆୟ ବଢ଼ାଯାଉ ।

ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ସହିତ ଏବେ ଆମେ ନୀଳ ବିପ୍ଳବ, ମଧୁ ବିପ୍ଳବ ଏବଂ ଜଳ ବିପ୍ଳବକୁ ଯୋଡ଼ିବା ପାଇଁ କାମ କରୁଅଛୁ ।

କୃଷି କେବଳ ଗହମ-ଧାନ ଆଉ ସୋରିଷ ଉତ୍ପାଦନ କରିବା ହିଁ ନୁହେଁ । ପରମ୍ପରାଗତ କୃଷି ସହିତ ଯେତେ କୃଷି ସହିତ ଉପ-କ୍ଷେତ୍ର ଉପରେ ଯେତେ ଧ୍ୟାନ ଦିଆଯିବ, ସେତିକି ହିଁ କୃଷକଙ୍କ ଆୟ ବଢ଼ାଇବାରେ ସାହାଯ୍ୟ ମିଳିବ । ଯେପରି ମହୁମାଛି ପାଳନ, ଏହାକୁ ନିଅନ୍ତୁ । ଏକ ଗବେଷଣା ଅନୁସାରେ ପରମ୍ପରାଗତ କୃଷି କରୁଥିବା କୃଷକ, 50 ମହୁମାଛି ପାଳନ ଛୋଟ ୟୁନିଟ୍ କରି ବାର୍ଷିକ 2 ଲକ୍ଷ ଟଙ୍କାର ଅତିରିକ୍ତ ଆୟ କରି ପାରେ । ମହୁମାଛିମାନେ ମହୁ ଉତ୍ପାଦନ କରିବା ସହିତ ପରାଗସଙ୍ଗମ କ୍ଷେତ୍ରରେ ସହଯୋଗରେ ମଧ୍ୟ ବହୁତ ବଡ଼ ଭୂମିକା ତୁଲାଇ ଥାଆନ୍ତି ।

ମହୁ ମାଛି ପାଳନ ହେଉ, ମତ୍ସ୍ୟ  ପାଳନ ହେଉ, ଆଖୁ, ଫସଲର ଅବଶିଷ୍ଟାଂଶକୁ ନେଇ ଇଥାନଲର ଉତ୍ପାଦନ ହେଉ, ଏଥିରୁ ଆଜିର ସମାଜର ଆବଶ୍ୟକତା ପୂରଣ ହୋଇଥାଏ ଆଉ ଏଥିପାଇଁ ପରମ୍ପରାଗତ କୃଷି ସହିତ ଯୋଡ଼ି ହୋଇଥିବା କୃଷକଙ୍କୁ ଏଭଳି ଉପ-କ୍ଷେତ୍ର ପ୍ରତି ଜାଗ୍ରତ କରିବାର କାମ, ସେମାନଙ୍କୁ ସାହାଯ୍ୟ କରିବାର କାମ ‘ବାୟଫ’ ଖୁବ୍ ଭଲ ଭାବରେ କରିପାରେ । 

ବନ୍ଧୁଗଣ, ମହାରାଷ୍ଟ୍ରର ବିଦର୍ଭ ହେଉ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା-ଆନ୍ଧ୍ରପ୍ରଦେଶର କିଛି ଅଂଚଳ ହେଉ, ୟୁପିର ବୁନ୍ଦେଲଖଣ୍ଡ ହେଉ, ଏଗୁଡ଼ିକ ଏଭଳି କେତେକ କ୍ଷେତ୍ର ଯେଉଁଠାରେ କୃଷକ ସବୁବେଳେ ପାଣିର ଅଭାବ ସହିତ ସଂଘର୍ଷ କରିଥାଏ ।

ସରକାରଙ୍କ ଦ୍ୱାରା ନିଜ ତରଫରୁ ପାଣିର ଅଭାବ ଦୂର କରିବା ପାଇଁ ଚେଷ୍ଟା ଲଗାତାର ଭାବେ କରାଯାଉଅଛି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅନୁସାରେ ଏଭଳି 99ଟି ପ୍ରକଳ୍ପ ସଂପୂର୍ଣ୍ଣ କରା ଯାଇଛି ଯାହା ବହୁ ସମୟ ଧରି ଅସଂପୂର୍ଣ୍ଣ ହୋଇ ପଡ଼ି ରହିଥିଲା । ସେଥିରୁ ଏହି ବର୍ଷ 21 ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ସାରିଛି । ଏହା ସହିତ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି କି ପାଣିର ପ୍ରତ୍ୟେକ ବୁନ୍ଦାର ଆମେ ସଠିକ୍ ବ୍ୟବହାର କରିବା । ବୁନ୍ଦା ଜଳସେଚନ, ଅଣୁ ଜଳସେଚନ ଏବଂ ବିବିଧ ଫସଲ ପର୍ଯ୍ୟାୟ ମଧ୍ୟ ହେଉଛି ଏହାର ମାଧ୍ୟମ । ମନରେଗାର 60 ପ୍ରତିଶତରୁ ଅଧିକ ରାଶିକୁ ସରକାର ଜଳ ସଂରକ୍ଷଣ ଏବଂ ଜଳ ପ୍ରବନ୍ଧନ ପାଇଁ ହିଁ ଖର୍ଚ୍ଚ କରୁ ଅଛନ୍ତି ।

କିନ୍ତୁ, ଭାଇ ଓ ଭଉଣୀମାନେ, ଯେ ପର୍ଯ୍ୟନ୍ତ ସମସ୍ତ କୃଷକ ଏହି ପ୍ରୟାସ ସହିତ ଯୋଡ଼ି ହେବେ ନାହିଁ ସେ ପର୍ଯ୍ୟନ୍ତ ଆମେ ତାକୁ ସଫଳ କରି ପାରିବା ନାହିଁ । ମୋତେ ଅବଗତ କରାଯାଇଛି କି ଆଜି ଏହି କାର୍ଯ୍ୟକ୍ରମକୁ ହିବରେ ବଜାରରୁ ଶ୍ରୀ ପୋପଟରାଓ ପାୱାର ମଧ୍ୟ ଆସିଛନ୍ତି । ହିବରେ ବଜାର ହେଉଛି ଏକ ଉତ୍ତମ ଉଦାହରଣ କି ଏକାଠି ହୋଇ, ଜଣେ ଅନ୍ୟଜଣଙ୍କର ମଙ୍ଗଳକୁ ଧ୍ୟାନରେ ରଖି ଆମେ କେଉଁ ପ୍ରକାରେ ମଧ୍ୟ ପାଣିର ବ୍ୟବହାର ସଠିକ ଭାବେ କରି ପାରିବା, ଫଳରେ ଆମର ଜଳ ବ୍ୟବହାର ଦକ୍ଷତା ବଢ଼ିବ ଏବଂ ଆମର ଭୂତଳ ଜଳ ଉତ୍ସର ବ୍ୟବହାର ନିରନ୍ତର ଉପାୟରେ ହେଉ । ମୋର ‘ବାୟଫ’ ଉପରେ ବିଶ୍ୱାସ ରହିଛି କି ଯେଉଁ ଗ୍ରାମରେ ସେ କାମ କରୁଅଛନ୍ତି ସେଠାରେ ‘ଜନ-ଆନ୍ଦୋଳନ ଏବଂ ଜଳ ଆନ୍ଦୋଳନ’ର ଉଦାହରଣ ସୃଷ୍ଟି କରିବେ ।

ଏହା ଛଡ଼ା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ବ୍ୟାଙ୍କଗୁଡ଼ିକରୁ ହିଁ ଋଣ ନେବା ପାଇଁ ପ୍ରୋତ୍ସାହିତ କରି ମଧ୍ୟ ଏହି ଅଂଚଳର କୃଷକଙ୍କ ଜୀବନ ସହଜ କରିବାରେ ଆପଣ ସାହାଯ୍ୟ କରି ପାରିବେ ।

ଭାଇ ଓ ଭଉଣୀମାନେ, ରାଷ୍ଟ୍ରସନ୍ଥ ତୁକ୍ଡ଼ୋଜୀ ମହାରାଜ ଗ୍ରାମଗୀତାରେ ଲେଖିଛନ୍ତି-

ଗ୍ରାମ ସୁଧାରଣେଚା ମୂଳମନ୍ତ୍ର, ସଜ୍ଜନାଂନୀ ହ୍ୱାବେ ଏକତ୍ର!

ସଂଘଟନ ହେଚି ଶକ୍ତିଚେ ସୂତ୍ର, ଗ୍ରାମରାଜ୍ୟ ନିର୍ମାଣ କରୀ!!”

ଅର୍ଥାତ ଗ୍ରାମ ସୁଧାରିବାର ମୂଳମନ୍ତ୍ର ହେଉଛି ସବୁ ଲୋକ ଏକଜୁଟ ହୋଇ, ସଙ୍ଗଠନ ଶକ୍ତି ସହିତ କାମ କରନ୍ତୁ । ତେବେ ଯାଇ ଗ୍ରାମ ରାଜ୍ୟର ନିର୍ମାଣ ହେବ । ଏହି ମନ୍ତ୍ର ମହାତ୍ମା ଗାନ୍ଧୀ ଦେଇଥିଲେ, ଏହାର ପାଳନ ମଣିଭାଇ ଦେଶାଇ କଲେ । ଆଜି ଆପଣଙ୍କ ସଂସ୍ଥାର ସଂଗଠନ ଶକ୍ତି ଦ୍ୱାରା ଗାଁ ବିକାଶର ନୂଆ ଦ୍ୱାର ଖୋଲି ପାରିବ । ଆଜି ଆବଶ୍ୟକତା ହେଉଛି କି ଆମେ ଆମ ଗ୍ରାମ ଉପରେ ଗର୍ବ କରିବା, ଗାଁ ଲୋକମାନେ ସ୍ଥାପନା ଦିବସ ପାଳନ କରିବେ, ଏକ ଲକ୍ଷ୍ୟ ରଖନ୍ତୁ, ତାକୁ ନେଇ ଆଗକୁ ବଢ଼ନ୍ତୁ । ଆପଣ ଯେଉଁ 80 ହଜାର ଗ୍ରାମରେ କାମ କରୁଅଛନ୍ତି, ସେଥିରେ ଗାଁର ନେତୃତ୍ୱ ଏକ ଲକ୍ଷ୍ୟ ରଖି ଆଗକୁ ବଢ଼ନ୍ତୁ । ଏହା ନିଉ ଇଣ୍ଡିଆ ନିର୍ମାଣର ଏକ ମାଧ୍ୟମ ହେବ ।

ବନ୍ଧୁଗଣ, କୃଷିରେ ଚାଷକାର୍ଯ୍ୟ ଜନିତ ଖର୍ଚ୍ଚ କମ୍ କରିବା ପାଇଁ ସରକାର ଲଗାତାର କାମ କରୁଅଛନ୍ତି । ଆଜି ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା କାରଣରୁ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ  କାରଣରୁ, ୟୁରିଆରେ ନିମ ପ୍ରଲେପ କାରଣରୁ, ବୁନ୍ଦା ଜଳସେଚନକୁ ପ୍ରୋତ୍ସାହନ ଦେବା କାରଣରୁ, କୃଷି କ୍ଷେତ୍ରରେ ହେଉଥିବା କୃଷକଙ୍କ ଖର୍ଚ୍ଚ କମ୍ ହୋଇଛି । ସୌର ପମ୍ପ ଅଧିକରୁ ଅଧିକ ବ୍ୟବହାର କରି ମଧ୍ୟ କୃଷକ ଡିଜେଲ ଦ୍ୱାରା ହେଉଥିବା ଖର୍ଚ୍ଚ ବଞ୍ଚାଇ ପାରିବ । ଏହି ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଫସଲର ଉତ୍ପାଦନ ମଧ୍ୟ ବଢ଼ିଛି । ଏହି ବିଷୟରେ ‘ବାୟଫ’ର ମଧ୍ୟ ପୁରୁଣା ଅନୁଭବ ରହିଛି ଆଉ ଏଥିପାଇଁ କ୍ଷେତର ଚାଷବାଷ ଜନିତ ଖର୍ଚ୍ଚ କମ୍ କରିବା ପାଇଁ ଆଉ କ’ଣ କ’ଣ କରା ଯାଇପାରେ, ଏହି ବିଷୟରେ ଆପଣଙ୍କ ପରାମର୍ଶଗୁଡ଼ିକ ସର୍ବଦା ସ୍ୱାଗତ । ଆପଣ ଯେତେ ଅଧିକ କୃଷକଙ୍କୁ ଏହି ଅଭିଯାନ ସହିତ ଯୋଡ଼ିବେ,ସେତେ କଷକଙ୍କର ସଂଚୟ ହେବ ଏବଂ ଲାଭ ବଢ଼ିବ ।

ବନ୍ଧୁଗଣ, ଆବର୍ଜନାରୁ ସମ୍ପଦ ମଧ୍ୟ ହେଉଛି ଏଭଳି ଏକ ବିଷୟ, ଯାହା ଆଜିର ଆବଶ୍ୟକତା ଆଉ ଭବିଷ୍ୟତର ଆହ୍ୱାନ ସହିତ ଯୋଡ଼ି ହୋଇଛି ।

କୃଷି ଆବର୍ଜନାର ପୁନଃଚକ୍ରଣ କାମ ହେଉ, ଉର୍ବରକ ତିଆରି କରିବା କାମ ହେଉ, ଏହା ଦ୍ୱାରା ମଧ୍ୟ କୃଷକଙ୍କ ଆୟ ବଢ଼ି ପାରେ ଆଉ ସମଗ୍ର ଗାଁକୁ ଏହାର ଲାଭ ମିଳି ପାରିବ ।

ଆଜି କୃଷି କ୍ଷେତ୍ରରେ କୌଣସି ଜିନିଷ ଆବର୍ଜନା ହୋଇ ନାହିଁ, ପ୍ରତ୍ୟେକ ଜିନିଷ ବ୍ୟବହାର ହୋଇ ପାରେ, ତାହା ସମ୍ପଦ ହୋଇପାରେ ।

ସେହିଭଳି ଗାଁରେ ସୌର ଉର୍ଜ୍ଜାକୁ ପ୍ରୋତ୍ସାହନ ଦେଇ ମଧ୍ୟ ସମଗ୍ର ଗାଁକୁ ବିଜୁଳି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଯାଇପାରେ ।

ବିଲ କଡ଼ରେ ଏତେ ଜାଗା ଥାଏ, ସେହିଠାରେ ସୌର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବାରେ ମଧ୍ୟ କୃଷକଙ୍କୁ ପ୍ରୋତ୍ସାହିତ କରା ଯାଇପାରେ । ଯେଭଳି ସାରା ଦେଶରେ ଦୁଗ୍ଧ ସମବାୟ ସମିତି ଥାଆନ୍ତି, ସେହିଭଳି ବିଜୁଳି ସମବାୟ ସମିତି କରି  ବିଜୁଳି ଉତ୍ପାଦନ କରା ଯାଇ ପାରେ, ତାକୁ ବିକ୍ରି କରା ଯାଇପାରେ ।

ବନ୍ଧୁଗଣ, ଆଜି ଆପଣମାନେ ଦେଖୁଥିବେ, ଗାଁରେ ମଧ୍ୟ ପ୍ରାୟତଃ ପ୍ରତ୍ୟେକ ଘର ଉପରେ ଗୋଟିଏ ଛୋଟ ଛତା ଦେଖା ଯାଇଥାଏ । ଏହା ହେଉଛି ତ ଡିଜିଟାଲ କୌଶଳ ଯିଏ ସବୁ କିଛି ଏତେ ସହଜ କରି ଦେଇଛି । ଆଗେ ଗୋଟିଏ ଦୁଇଟି ଚାନେଲ୍ ଆସୁଥିଲା, ଏବେ ଶହେ-ଦୁଇ ଶହ ଚାନେଲ୍ ଆସୁଛି । ଏବେ ଆଉ  ରିମୋଟ୍ ତାଙ୍କ ପାଇଁ ବହୁତ କଷ୍ଟକର ଯନ୍ତ୍ର ହୋଇ ରହି ନାହିଁ । ଦୁଇ-ତିନି ବର୍ଷର ପିଲା ମଧ୍ୟ ରିମୋଟରେ ଚାନେଲ୍ ବଦଳାଇ ଦେଉଛି ।

ଜ୍ଞାନ କୌଶଳ ଦ୍ୱାରା ଏହିଭଳି ନିଜ ଦେଶରେ ଡିଜିଟାଲ ଗାଁର କଳ୍ପନାକୁ ସାକାର କରି କରିବ । ଏଭଳି ଗାଁ ଯେଉଁଠାରେ ଅଧିକାଂଶ ନେଣ-ଦେଣ ଡିଜିଟାଲ ଉପାୟରେ ହେବ, ଋଣରୁ ନେଇ ବୃତ୍ତି ପର୍ଯ୍ୟନ୍ତ, ସମସ୍ତ ଫର୍ମ ଅନ୍-ଲାଇନ୍ ପୂରଣ କରାଯିବ, ବିଦ୍ୟାଳୟରେ ଡିଜିଟାଲ କୌଶଳରେ ପଢ଼ାହେବ, ସ୍ୱାସ୍ଥ୍ୟ ସେବା ମଧ୍ୟ ଡିଜିଟାଲ କୌଶଳ ସହିତ ଯୋଡ଼ି ହେବ ।

ଡିଜିଟାଲ ଗାଁର ଏହି କଳ୍ପନାକୁ ସାକାର କରିବା ପାଇଁ ସରକାର ଦେଶର ପ୍ରତ୍ୟେକ ପଂଚାୟତକୁ ଅପ୍ଟିକାଲ ଫାଇବର ସହିତ ଯୋଡ଼ୁଛନ୍ତି । କିନ୍ତୁ ସାଧନ ଏବଂ ସଂସାଧନ ଜୁଟାଇବା ହିଁ ଯଥେଷ୍ଟ ହେବ ନାହିଁ । ତାହାର ବ୍ୟବହାର କରିବା ଲାଗି ଲୋକଙ୍କୁ ସମର୍ଥ କରିବାର କାମ ଆପଣଙ୍କ ଭଳି ସଂସ୍ଥା ମାନେ ହିଁ କରି ପାରିବେ । ସେଥିପାଇଁ କ’ଣ ଆପଣଙ୍କ ସଂସ୍ଥା ଏହି ସଂକଳ୍ପ ନେଇ ପାରିବ ଯେ ପ୍ରତି ବର୍ଷ ଅତି କମରେ 500 ଗ୍ରାମକୁ “କମ୍ ନଗଦ” କରିବା ତ ଆଖ ପାଖର ଏକ-ଦୁଇ ହଜାର ଗାଁ ମନକୁ ମନ ଏହି ବ୍ୟବସ୍ଥାକୁ ଆପଣାଇବାକୁ ଲାଗିବ । ଗୋଟିଏ ଶୃଙ୍ଖଳ ପ୍ରତିକ୍ରିୟା ଭାବେ ଏହା ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବ୍ୟାପିବ । ବନ୍ଧୁଗଣ, ଗାନ୍ଧିଜୀଙ୍କ ମନ୍ତ୍ର ଥିଲା ଗାଁକୁ ସଶକ୍ତ କରି ହିଁ ଦେଶକୁ ମଜବୁତ କରିବା । ସେହି ମନ୍ତ୍ରକୁ ନେଇ ଚାଲିବାରେ ‘ବାୟଫ’ର ସେବା ଭାବ ଲକ୍ଷ ଲକ୍ଷ କୃଷକଙ୍କ ଜୀବନ ବଦଳାଇଛି, ସେମାନଙ୍କୁ ସ୍ୱରୋଜଗାର କରିବା ଶିଖାଇଛି । ସଂକଳ୍ପ ନେଇ କିପରି ସିଦ୍ଧି କରା ଯାଏ, ତାହାର ଜ୍ୱଳନ୍ତ ପ୍ରମାଣ ହେଉଛି ଆପଣଙ୍କ ସଂସ୍ଥା ।

ମୋର ଆପଣମାନଙ୍କୁ ଅନୁରୋଧ, ଯେଉଁ ବିଚାର ଆପଣଙ୍କ ସମ୍ମୁଖରେ ମୁଁ ରଖିଛି, ତାହା ସହିତ ଯୋଡ଼ି ହୋଇଥିବା କିଛି ନୂତନ ସଂକଳ୍ପକୁ ଆପଣଙ୍କ ସହିତ ଯୋଡ଼ନ୍ତୁ । 2022 ରେ, ଯେବେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବ, ସେତେବେଳେ ଆପଣଙ୍କ ସଂକଳ୍ପର ସିଦ୍ଧିରୁ ଦେଶର କୋଟି କୋଟି କୃଷକଙ୍କୁ ସଫଳତା ମିଳିବ ହେବ ।

ଧନ୍ୟବାଦ ।  

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India ranks 13th globally in QS World Future Skills Index 2027, emerges as a leading AI-ready economy

Media Coverage

India ranks 13th globally in QS World Future Skills Index 2027, emerges as a leading AI-ready economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.