Historic MoA for Ken Betwa Link Project signed
India’s development and self-reliance is dependent on water security and water connectivity : PM
Water testing is being taken up with utmost seriousness: PM

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂହ ଚୌହାନ ମହୋଦୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରତନଲାଲ କଟାରିୟା ମହାଶୟ, ଭିନ୍ନ ଭିନ୍ନ ରାଜ୍ୟ ଏବଂ ଜିଲ୍ଲାଗୁଡିକର ସମସ୍ତ ମାନନୀୟ ଅଧିକାରୀଗଣ, ଦେଶର ଗାଁ ଗାଁରୁ ସାମିଲ ଏବଂ ଏହି ଆନ୍ଦୋଳନକୁ ଚଲାଇବାର ବଡ଼ ଦାୟୀତ୍ୱ ଯାହାର, ସେହି ପଞ୍ଚ ଏବଂ ସରପଞ୍ଚଗଣ, ଅନ୍ୟ ସମସ୍ତ ଜନ ପ୍ରତିନିଧିଗଣ, ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଆଜି ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ ହିନ୍ଦୁସ୍ତାନର ଭିନ୍ନ-ଭିନ୍ନ ଅଞ୍ଚଳରେ ଆମ ଗାଁର ଯେଉଁ ନେତାମାନେ ଅଛନ୍ତି ସେମାନେ ପ୍ରକୃତି ପାଇଁ, ପାଣି ପାଇଁ, ସେଠାକାର ଜନତାଙ୍କ କଲ୍ୟାଣ ପାଇଁ, କିଭଳି ଜଣେ ସାଧକଙ୍କ ଭଳି ସାଧନା କରୁଛନ୍ତି, ସମସ୍ତଙ୍କୁ ସାମିଲକରି ଆଗକୁ ବଢ଼ୁଛନ୍ତି, ମୋତେ ସେହି ସମସ୍ତଙ୍କର କଥା ଶୁଣି ଏକ ନୂତନ ପ୍ରେରଣା ମିଳିଲା, ନୂତନ ଉର୍ଜ୍ଜା ମିଳିଲା ଆଉ କିଛି ନୂତନ ଚିନ୍ତାଧାରା ମଧ୍ୟ ମିଳିଲା। ମୋର ବିଶ୍ୱାସ ରହିଛି ଯେ ଆମର ଏହି ପ୍ରତିନିଧିମାନଙ୍କ ସହିତ ଯେଉଁ ଆଲୋଚନା ହେଲା, ଯେଉଁ ଲୋକମାନେ ଏହାକୁ ଶୁଣିଥିବେ, ପ୍ରତ୍ୟେକଙ୍କୁ କିଛି ନା କିଛି ଶିଖିବାକୁ ମିଳିଥିବ, ମୋତେ ମଧ୍ୟ ଶିଖିବାକୁ ମିଳିଛି, ଆମର ଅଧିକାରୀମାନଙ୍କୁ ମଧ୍ୟ ଶିଖିବାକୁ ମିଳିଛି, ଜନତା ଜନାର୍ଦ୍ଦନଙ୍କୁ ମଧ୍ୟ ଶିଖିବାକୁ ମିଳିବ।

ମୁଁ ଖୁସି ଯେ ଜଳ ଶକ୍ତି ପ୍ରତି ସଚେତନତା ବଢ଼ୁଛି, ପ୍ରୟାସ ବଢ଼ୁଛି । ଆଜି ଅନ୍ତରାଷ୍ଟ୍ରୀୟ ଜଳ ଦିବସ ସମଗ୍ର ବିଶ୍ବ ଆଜି ଏହି ଜଳର ମହତ୍ୱକୁ ଜାଗ୍ରତ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ଜଳ ଦିବସ ପାଳନ କରୁଛି । ଏହି ଅବସରରେ ଆମେ ଦୁଇଟି ଖୁବ୍‍ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଲାଗି ପଡ଼ିଛୁ। ଆଜି ଏଭଳି ଏକ ଅଭିଯାନର ଶୁଭାରମ୍ଭ ହେଉଛି ଯେଉଁ କଥାକୁ ମୁଁ ମୋର ମନ୍‍ କୀ ବାତ୍‍ ରେ ମଧ୍ୟ କହିଥିଲି, କିନ୍ତୁ ଆଜି ବିଶ୍ବ ସମ୍ମୁଖରେ ଏକ ଉଦାହରଣ ଭାବେ ମିଳିପାରୁ ଏଥିପାଇଁ, ଆଉ ଭାରତରେ ଜଳର ସମସ୍ୟାର ସମାଧାନ ହେଉ ଏଥିପାଇଁ ‘କ୍ୟାଚ୍‍ ଦି ରେନ୍‍’ ର ଶୁଭାରମ୍ଭ ସହିତ ହିଁ କେନ-ବେତୱା ସଂଯୋଗ କେନାଲ ପାଇଁ ମଧ୍ୟ ବହୁତ ବଡ଼ ପଦକ୍ଷେପ ଉଠାଯାଇଛି। ଅଟଳ ମହାଶୟ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଲକ୍ଷ-ଲକ୍ଷ ପରିବାରଙ୍କ ହିତ ଉଦ୍ଦେଶ୍ୟରେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଆଜି ବୁଝାମଣା ହୋଇଛି ଆଉ ଏହା ଏକ ବହୁତ ବଡ଼ କାର୍ଯ୍ୟ ହୋଇଛି । ଯଦି ଆଜି କରୋନା ନ ଥାଆନ୍ତା ଆଉ ଯଦି ଆମେ ଝାନ୍ସୀକୁ ଆସି, ବୁନ୍ଦେଲଖଣ୍ଡକୁ ଆସି ହୁଏତ ଉତରପ୍ରଦେଶ ହେଉ କିମ୍ବା ମଧ୍ୟପ୍ରଦେଶ, ଆଜି ଏହି କାର୍ଯ୍ୟକ୍ରମ କରିଥାଆନ୍ତେ ତେବେ ଲକ୍ଷ-ଲକ୍ଷ ଲୋକ ଆସିଥାଆନ୍ତେ ଆଉ ଆମକୁ ଆଶୀର୍ବାଦ ଦେଇ ଥାଆନ୍ତେ, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି।

ଭାଇ ଓ ଭଉଣୀମାନେ,

ଏକବିଂଶ ଶତାବ୍ଦୀର ଭାରତ ପାଇଁ ଜଳର ପର୍ଯ୍ୟାପ୍ତ ଉପଲବ୍ଧତା, ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କାରକ । ପାଣି ପ୍ରତ୍ୟେକ ଘରର, ପ୍ରତି କ୍ଷେତର ଆବଶ୍ୟକତା ତ ହୋଇଥାଏ, ଜୀବନର, ଅର୍ଥ ବ୍ୟବସ୍ଥାର ପ୍ରତ୍ୟେକ ଦିଗ ପାଇଁ ହେଉଛି ବହୁତ ଜରୁରୀ । ଆଜି ଆମେ ଯେତେବେଳେ ଦ୍ରୁତ ଗତିରେ ବିକାଶର କଥା କହୁଛୁ, ପ୍ରୟାସ କରୁଛୁ, ତେବେ ଏହି ଜଳ ସୁରକ୍ଷା ବିନା, ପ୍ରଭାବୀ ଜଳ ପରିଚାଳନା ବିନା ସମ୍ଭବ ହିଁ ନୁହେଁ । ଭାରତର ବିକାଶର ଦୃଷ୍ଟିକୋଣ, ଭାରତର ଆତ୍ମନିର୍ଭରତାର ଲକ୍ଷ୍ୟ, ଆମର ଜଳ ସ୍ରୋତଗୁଡ଼ିକ ଉପରେ ହେଉଛି ନିର୍ଭରଶୀଳ, ଆମର ଜଳ ସଂଯୋଗୀକରଣ ଉପରେ ହେଉଛି ନିର୍ଭରଶୀଳ । ଏହି କଥାର ଗମ୍ଭୀରତାକୁ ବୁଝି ଦଶକ-ଦଶକ ପୂର୍ବେ ଆମକୁ ଏହି ଦିଗରେ ବହୁତ କିଛି କରିବାର ଆବଶ୍ୟକତା ଥିଲା ଆଉ ମୁଁ ଆପଣଙ୍କୁ ଗୁଜରାଟର ଅନୁଭବରୁ କହୁଛି ଯଦି ଆମେ ଯୋଜନାବଦ୍ଧ ଉପାୟରେ ଜନ-ଭାଗିଦାରୀ ସହିତ ଜଳ ସଞ୍ଚୟ କରିବା ପ୍ରାରମ୍ଭ କରିବା ତେବେ ଆମକୁ ପାଣିର ସମସ୍ୟା ରହିବ ନାହିଁ, ପାଣି ଅର୍ଥ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଶକ୍ତି ରୂପେ ପ୍ରତୀୟମାନ ହେବ । ଏହି କାର୍ଯ୍ୟ ବହୁ ପୂର୍ବରୁ ହେବା ଦରକାର ଥିଲା। କିନ୍ତୁ ଦୁର୍ଭାଗ୍ୟରୁ ଯେତିକି ମାତ୍ରାରେ ହେବା ଦରକାର, ଯେତିକି ବ୍ୟାପକ ସ୍ୱରୂପରେ ହେବା ଦରକାର, ଜନ-ଜନଙ୍କ ଭାଗିଦାରୀରେ ହେବା ଦରକାର, ସେଥିରେ କେଉଁଠି ନା କେଉଁଠି ଊଣା ରହିଗଲା। ପରିଣାମ ସ୍ୱରୂପ ଯେମିତି-ଯେମିତି ଭାରତ ବିକାଶ ପଥରେ ବଢ଼ୁଛି, ଜଳ ସଂକଟର ଆହ୍ୱାନ ସେହି ପରିମାଣରେ ବଢ଼ିବଢ଼ି ଚାଲିଛି। ଯଦି ଦେଶ ଜଳ ସଂରକ୍ଷଣ ଦିଗରେ ଧ୍ୟାନ ଦେବ ନାହିଁ, ଜଳର ଅଧିକ ଉତ୍ତୋଳନକୁ ରୋକିବ ନାହିଁ ତେବେ ଆଗାମୀ ଦଶକ ମଧ୍ୟରେ ପରିସ୍ଥିତି ବହୁତ ଅଧିକ ମାତ୍ରାରେ ବିଗିଡ଼ିଯିବ ଆଉ ଆମ ପୂର୍ବଜମାନେ ଆମକୁ ପାଣି ଦେଇଛନ୍ତି, ଏହା ହେଉଛି ଆମର ଦାୟିତ୍ୱ ଯେ ଆମେ ଆମର ଆଗାମୀ ପିଢ଼ୀଙ୍କୁ ସୁରକ୍ଷିତ ଜଳ ପ୍ରଦାନ କରିଯିବା ଆବଶ୍ୟକ। ଏହାଠାରୁ ବଡ଼ ପୂଣ୍ୟ କାମ ଆଉ କିଛି ନୁହେଁ, ଆଉ ଏଥିପାଇଁ ଆମେ ସ୍ଥିର କରିବା ଯେ ଆମେ ଜଳକୁ ନଷ୍ଟ ହେବାପାଇଁ ଦେବା ନାହିଁ, ଆମେ ଜଳର ଦୁରୂପଯୋଗ ହେବାପାଇଁ ଦେବା ନାହିଁ, ଆମେ ଜଳ ସହିତ ପବିତ୍ର ସମ୍ପର୍କ ରଖିବା । ଆମର ଏହି ପବିତ୍ରତା ଜଳକୁ ରକ୍ଷା କରିବାର କାର୍ଯ୍ୟରେ ଆସିବ। ଏହା ହେଉଛି ଦେଶର ବର୍ତମାନ ପିଢ଼ୀର ଦାୟିତ୍ୱ ଯେ ଆଗାମୀ ପିଢ଼ୀଙ୍କ ପାଇଁ ଏବେଠାରୁ ନିଜର ଦାୟିତ୍ୱ ତୁଲାଇବା।

ଭାଇ ଓ ଭଉଣୀମାନେ,

ଆମକୁ ବର୍ତ୍ତମାନର ଏହି ସ୍ଥିତିକୁ ମଧ୍ୟ ବଦଳାଇବାକୁ ହେବ, ଆଉ ଭବିଷ୍ୟତର ସଂକଟର ସମାଧାନକୁ ଏବେଠାରୁ ଖୋଜିବାକୁ ହେବ। ତେଣୁ ଆମ ସରକାର ଜଳ ଶାସନକୁ ନିଜର ନୀତି ଏବଂ ନିଷ୍ପତ୍ତିରେ ପ୍ରାଥମିକତାରେ ରଖିଛନ୍ତି। ବିଗତ ଛଅ ବର୍ଷରେ ଏହି ଦିଗରେ ଅନେକ ପଦକ୍ଷେପ ଉଠାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ହେଉ କିମ୍ବା ପ୍ରତି କ୍ଷେତକୁ ପାଣି ଅଭିଯାନ ହେଉ, ‘ପ୍ରତି ବୁନ୍ଦା ଅଧିକ ଶସ୍ୟ’ (‘ପର୍‍ ଡ୍ରପ୍‍-ମୋର୍‍ କ୍ରପ୍‍’) ଏହି ଅଭିଯାନ ହେଉ କିମ୍ବା ନମାମୀ ଗଙ୍ଗେ ମିଶନ ହେଉ କିମ୍ବା ଅଟଳ ଭୂଜଳ ଯୋଜନା, ସବୁଗୁଡ଼ିକ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି ।

ସାଥୀଗଣ,

ଏହି ସମସ୍ତ ପ୍ରୟାସଗୁଡ଼ିକ ମଧ୍ୟରେ, ଏହା ମଧ୍ୟ ହେଉଛି ଚିନ୍ତାର ବିଷୟ ଯେ ଆମ ଦେଶରେ ବର୍ଷାର ଅଧିକାଂଶ ଜଳ ନଷ୍ଟ ହୋଇଯାଇଥାଏ । ଭାରତ ବର୍ଷ ଜଳର ଯେତିକି ଉନ୍ନତ ମାନର ପରିଚାଳନା କରିବ ସେତିକି ହିଁ ଭୂତଳ ଜଳ ଉପରେ ଦେଶର ନିର୍ଭରତା କମ୍‍ ହେବ ଆଉ ଏଥିପାଇଁ ‘କ୍ୟାଚ ଦି ରେନ୍‍’ ଭଳି ଅଭିଯାନ ଚାଲିବ, ଏବଂ ସଫଳ ହେବା ହେଉଛି ବହୁତ ଜରୁରୀ । ଏଥର ଜଳ ଶକ୍ତି ଅଭିଯାନର ବିଶେଷତ୍ୱ ଏହା ମଧ୍ୟ ହେଉଛି ଯେ ଏଥିରେ ସହରୀ ଏବଂ ଗ୍ରାମୀଣ କ୍ଷେତ୍ର, ଦୁଇଟି ଯାକକୁ ସାମିଲ କରାଯାଉଛି । ମୌସୁମୀ ଆସିବାରେ ଏବେ କିଛି ସପ୍ତାହର ସମୟ ବାକି ଅଛି ତେଣୁ ଏଥିପାଇଁ ଆମକୁ ଏବେଠାରୁ ପାଣିକୁ ସଞ୍ଚୟ କରିବା ପାଇଁ ପ୍ରସ୍ତୁତି ଖୁବ ଯୋରଦାର ଭାବେ କରିବାକୁ ହେବ । ଆମ୍ଭମାନଙ୍କ ପ୍ରସ୍ତୁତିରେ କୌଣସି ପ୍ରକାରର ଊଣା ରହିବା ଉଚିତ ନୁହେଁ । ମୌସୁମୀ ଆସିବା ପୂର୍ବରୁ ହିଁ ଟାଙ୍କିଗୁଡ଼ିକ, ପୋଖରୀଗୁଡ଼ିକ ସଫା ହେଉ, କୂପଗୁଡ଼ିକ ସଫା ହେଉ, ମାଟି ବାହାର କରିବାର ଥିବ ତେବେ ସେହି କାମ ହୋଇଯିବା ଦରକାର, ଜଳ ସଂଗ୍ରହର ସେଗୁଡ଼ିକର କ୍ଷମତା ବୃଦ୍ଧି କରିବାର ହେଉ, ବର୍ଷାଜଳ ବୋହି ଆସିବାରେ ତାହାର ରାସ୍ତାରେ କେଉଁଠାରେ ମଧ୍ୟ କୌଣସି ପ୍ରତିବନ୍ଧକ ସୃଷ୍ଟି ନହେଉ ସେଗୁଡ଼ିକୁ ହଟାଇବାକୁ ହେବ, ଏହିଭଳି ପ୍ରକାରର ସମସ୍ତ କାର୍ଯ୍ୟଗୁଡ଼ିକ ପାଇଁ ଆମକୁ ସଂପୂର୍ଣ୍ଣ ଶକ୍ତି ଲଗାଇବାକୁ ପଡ଼ିବ ଆଉ ଏଥିରେ କୌଣସି ବହୁତ ବଡ଼ ଇଂଜିନିୟରିଂର ଆବଶ୍ୟକତା ନାହିଁ । କୌଣସି ବହୁତ ବଡ଼ ଇଂଜିନିୟର ଆସି କାଗଜ ଉପରେ ବହୁତ ବଡ଼ ଡଜାଇନ କରି ଦେବେ, ତାହା ଉପରେ, କୌଣସି ଆବଶ୍ୟକତା ନାହିଁ । ଗାଁର ଲୋକମାନଙ୍କୁ ଏହି କଥା ଜଣାଅଛି, ସେମାନେ ଖୁବ ସହଜରେ ଏହି ସବୁ କାମ କରି ଦେବେ, କେହି ଜଣେ କରାଇବା ଭଳି ଲୋକ ଆବଶ୍ୟକ, ଆଉ ଏଥିରେ ଯେତେ ଅଧିକରୁ ଅଧିକ ବୈଷୟିକ ଜ୍ଞାନର ପ୍ରୟୋଗ କରାଯିବ, ସେତେ ଅଧିକ ହିଁ ଭଲ ହେବ। ତେଣୁ ମୁଁ ଚାହିଁବି ଏବେ ମନରେଗାର ଗୋଟିଏ- ଗୋଟିଏ ପଇସା, ଗୋଟିଏ- ଗୋଟିଏ ଅଣା ବର୍ଷା ଆସିବା ପର୍ଯ୍ୟନ୍ତ କେବଳ-କେବଳ ଏହି କାର୍ଯ୍ୟ ପାଇଁ ଲାଗୁ ।

ଜଳ ସମ୍ବନ୍ଧୀୟ ଯେ କୌଣସି ମଧ୍ୟ ପ୍ରସ୍ତୁତି କରିବାକୁ ଅଛି, ମନରେଗାର ଅର୍ଥ ଏବେ ଆଉ କେଉଁଠିକୁ ଯିବା ଉଚିତ ନୁହେଁ ଆଉ ମୁଁ ଚାହିଁବି ଏହି ଅଭିଯାନକୁ ସଫଳ କରିବାରେ ସମସ୍ତ ଦେଶବାସୀଙ୍କ ସହଯୋଗ ଆବଶ୍ୟକ, ଆପଣ ସମସ୍ତ ସରପଞ୍ଚଗଣ, ସମସ୍ତ ଡିଏମ, ଡିସି ଆଉ ଅନ୍ୟାନ୍ୟ ସାଥୀମାନଙ୍କର ମଧ୍ୟ ବହୁତ ବଡ଼ ଭୂମିକା ରହିଛି । ମୋତେ ଅବଗତ କରାଯାଇଛି ଯେ ଆଜି ଏଥିପାଇଁ ବିଶେଷ ଗ୍ରାମସଭାମାନ ମଧ୍ୟ ଆୟୋଜିତ କରାଯାଇଛି ଆଉ ଜଳ ଶପଥ ମଧ୍ୟ ଦିଆଯାଉଛି । ଏହି ଜଳ ଶପଥ ଜନ-ଜନଙ୍କର ସଂକଳ୍ପ ମଧ୍ୟ ହେବା ଦରକାର, ଜନ-ଜନଙ୍କର ସ୍ୱଭାବ ମଧ୍ୟ ହେବା ଦରକାର । ଜଳକୁ ନେଇ ଯେତେବେଳେ ଆମର ପ୍ରକୃତି ବଦଳିଯିବ, ତେବେ ପ୍ରକୃତି ମଧ୍ୟ ଆମ ସପକ୍ଷରେ ରହିବ। ଆମେ ବହୁତ ଥର ଶୁଣିଛୁ ଯେ ଯଦି ସୈନ୍ୟବାହିନୀଙ୍କ ପାଇଁ କୁହାଯାଏ କି ଶାନ୍ତି ସମୟରେ ଯେଉଁ ସୈନ୍ୟବାହିନୀ ଯେତେ ଅଧିକ ଝାଳ ବୁହାଇଥାଏ ଯୁଦ୍ଧ ସମୟରେ ସେତିକି କମ୍‍ ରକ୍ତ ବୁହାଇଥାଏ । ମୋତେ ଲାଗୁଛି କି ଏହି ନିୟମ ପାଣି ପାଇଁ ମଧ୍ୟ ଲାଗୁ । ଯଦି ଆମେ ବର୍ଷା ପୂର୍ବରୁ ପାଣି ପାଇଁ ପରିଶ୍ରମ କରୁଛେ, ଯୋଜନା କରୁଛେ, ପାଣି ସଞ୍ଚୟ କରିବାର କାର୍ଯ୍ୟ କରୁଛେ ତେବେ ମରୁଡ଼ି କାରଣରୁ ଯେଉଁ ଶହ-ଶହ, ହଜାର-ହଜାର କୋଟି ଟଙ୍କାର କ୍ଷତି ହୋଇଥାଏ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସବୁ ଅଟକି ଯାଇଥାଏ, ସାଧାରଣ ମନୁଷ୍ୟଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ପଶୁମାନଙ୍କୁ ପଳାୟନ କରିବାକୁ ପଡ଼ିଥାଏ, ଏ ସବୁ ବଞ୍ଚିଯିବ । ତେଣୁ ଯେଭଳି ଯୁଦ୍ଧରେ ଶାନ୍ତି ସମୟରେ ଝାଳ ବୁହାଇବା ହିଁ ହେଉଛି ମନ୍ତ୍ର, ସେମିତି ହିଁ ଜୀବନ ବଞ୍ଚାଇବା ପାଇଁ ବର୍ଷା ପୂର୍ବରୁ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଉପକାର ହେବ।

ଭାଇ ଓ ଭଉଣୀମାନେ,

ବର୍ଷାଜଳ ସଂରକ୍ଷଣ ସହିତ ହିଁ ଆମ ଦେଶରେ ନଦୀ ଜଳ ପରିଚାଳନା ଉପରେ ମଧ୍ୟ ଦଶକ-ଦଶକ ଧରି ଚର୍ଚ୍ଚା ହେଉଥିଲା । ଆମେ ଦେଖିଛୁ, କେତେକ ସ୍ଥାନରେ ସେତୁ ନିର୍ମାଣ ହୋଇଛି, କିନ୍ତୁ ଆବର୍ଜନା ନିଷ୍କାସନ ହିଁ ହୋଇନାହିଁ । ଯଦି ଆମେ ସାମାନ୍ୟ ନିଷ୍କାସନ କରିବା, ସେଥିରେ ଯେଉଁ ଇଂଜିନିୟର ଅଛନ୍ତି ତାଙ୍କର ମାର୍ଗଦର୍ଶନରେ କରିବା ଦରକାର, ତେବେ ମଧ୍ୟ ପାଣି ଅଧିକ ରଖିହେବ, ଅଧିକ ରହିବ ତେବେ ଅଧିକ ଦିନ କାର୍ଯ୍ୟରେ ଆସିବ ଆଉ ଏଥିପାଇଁ ସେହିଭଳି ଭାବେ ଆମର ନଦୀ, ଆମର କେନାଲ, ଏ ସମସ୍ତ ଜିନିଷ, କେବଳ ମାତ୍ର କରିବାର ଆବଶ୍ୟକତା ରହିଛି । ଦେଶକୁ ପାଣିର ସଂକଟରୁ ରକ୍ଷା କରିବା ପାଇଁ ଏହି ଦିଗରେ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । କେନ-ବେତୱା ଲିଙ୍କ ପ୍ରକଳ୍ପ ମଧ୍ୟ ହେଉଛି ଏହି ଦୃଷ୍ଟିକୋଣର ଅଂଶ । ମୁଁ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ, ସେଠାକାର ଦୁଇ ମୁଖ୍ୟମନ୍ତ୍ରୀ, ଦୁଇ ସରକାର ଏବଂ ଦୁଇ ରାଜ୍ୟର ଜନତାମାନଙ୍କୁ, ଆଜି ମୁଁ ସେମାନଙ୍କୁ ଯେତିକି ଶୁଭକାମନା ଜଣାଇବି ତାହା କମ୍‍ ହେବ । ଆଜି ଏହି ଦୁଇ ନେତା, ଏହି ଦୁଇ ସରକାର ଏତେ ବଡ଼ କାର୍ଯ୍ୟ କରିଛନ୍ତି ଯାହା ହିନ୍ଦୁସ୍ତାନର ଜଳର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ସ୍ୱର୍ଣ୍ଣିମ ପୃଷ୍ଠା ଲେଖାଯିବ। ଏହା କୌଣସି ସାଧାରଣ କାର୍ଯ୍ୟ ନୁହେଁ, ଏହା ସେମାନେ କେବଳ ଏକ କାଜଗ ଉପରେ ହସ୍ତଖତ କରି ନାହାଁନ୍ତି, ଏମାନେ ବୁନ୍ଦେଲଖଣ୍ଡର ଭାଗ୍ୟରେଖାକୁ ଆଜି ନୂତନ ରଙ୍ଗରୂପ ଦେଇଛନ୍ତି । ବୁନ୍ଦେଲଖଣ୍ଡର ଭାଗ୍ୟରେଖା ବଦଳାଇବାର କାର୍ଯ୍ୟ କରିଛନ୍ତି ଆଉ ଏଥିପାଇଁ ଏହି ଦୁଇ ମୁଖ୍ୟମନ୍ତ୍ରୀ, ସେହି ଦୁଇ ରାଜ୍ୟର ସରକାର, ସେହି ଦୁଇ ରାଜ୍ୟର ଜନତା ହେଉଛନ୍ତି ବହୁତ ଅଭିନନ୍ଦନର ଅଧିକାରୀ। କିନ୍ତୁ ମୋର ବୁନ୍ଦେଲଖଣ୍ଡର ଭାଇମାନେ ଆପଣମାନଙ୍କର ମଧ୍ୟ ଏହା ହେଉଛି ଦାୟିତ୍ୱ ଯେ ଏହି କାର୍ଯ୍ୟରେ ଏତେ ପରିମାଣରେ ଲାଗି ପଡ଼ନ୍ତୁ, ଏତେ ପରିମାଣରେ ଲାଗି ପଡ଼ନ୍ତୁ, ଯେ କେନ-ବେତୱାର କାର୍ଯ୍ୟ ଆମ ଆଖି ସାମ୍ନାରେ ସଂପୂର୍ଣ୍ଣ ହୋଇଯାଉ ଆଉ ଆମକୁ ପାଣି ଦେଖାଯାଉ। ଆମ କ୍ଷେତ ସବୁ ଶସ୍ୟ-ଶ୍ୟାମଳା ଦେଖାଯାଉ, ଆସନ୍ତୁ ମିଳିମିଶି ଆମେ କାର୍ଯ୍ୟ କରିବା । ଏହି ପ୍ରକଳ୍ପ ଦ୍ୱାରା ଯେଉଁ ଜିଲାର ଲକ୍ଷ-ଲକ୍ଷ ଲୋକଙ୍କୁ, କୃଷକଙ୍କୁ ପାଣି ହିଁ ମିଳିବ, ଏହାଠାରୁ ବିଜୁଳି ମଧ୍ୟ ଉତ୍ପାଦନ କରାଯିବ। ଅର୍ଥାତ ଶୋଷ ମଧ୍ୟ ମେଣ୍ଟିବ ଆଉ ପ୍ରଗତି ମଧ୍ୟ ହେବ।

ଭାଇ ଓ ଭଉଣୀମାନେ,

ଯେତେବେଳେ ପ୍ରୟାସ ଭାଗୀରଥଙ୍କ ଭଳି ବଡ଼ ହୋଇଥାଏ, ସେତେବେଳେ ପ୍ରତ୍ୟେକ ଲକ୍ଷ୍ୟ ହାସଲ ହୋଇଥାଏ । ଆଉ ଆଜି ଆମେ ଦେଶରେ ଜଳ ଜୀବନ ମିଶନରେ ଏଭଳି ହିଁ ସମାନ ଘଟଣା ଘଟୁଥିବା ଦେଖୁଛୁ। ମାତ୍ର ଦେଢ ବର୍ଷ ପୂର୍ବେ ଆମ ଦେଶର 19 କୋଟି ଗ୍ରାମୀଣ ପରିବାର ମଧ୍ୟରୁ କେବଳ ସାଢେ 3 କୋଟି ପରିବାରର ଘରକୁ ପାଇପ ଯୋଗେ ପାଣି ଆସୁଥିଲା । ମୁଁ ଖୁସି ଯେ ଜଳ ଜୀବନ ମିଶନ ଆରମ୍ଭ ହେବା ପରେ ଏତେ କମ ସମୟ ମଧ୍ୟରେ ପ୍ରାୟ 4 କୋଟି ନୂତନ ପରିବାରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯାଉଛି । ଏହି ମିଶନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହା ମୂଳରେ ରହିଛି ଜନଭାଗିଦାରୀ, ଏହା ହେଉଛି ସ୍ଥାନୀୟ ପ୍ରଶାସନର ମଡେଲର ଅଂଶ ଏବଂ ମୁଁ କହିବି ଯେ, ମୋର ଅନୁଭବରୁ ଏହା କହୁଛି, ଏହି ଜଳ ଜୀବନ ମିଶନରେ ଭଉଣୀମାନେ ଯେତେ ଅଧିକ ସଂଖ୍ୟାରେ ଆସିବେ, ଯେତେ ଅଧିକ ସଂଖ୍ୟାରେ ଭଉଣୀମାନେ ଏହାର ଦାୟୀତ୍ବ ନେବେ, ଆପଣ ଦେଖନ୍ତୁ ଜଳର ମୂଲ୍ୟ ଯେତିକି ମା’ ଏବଂ ଭଉଣୀମାନେ ଏହାକୁ ଯେତେ ବୁଝନ୍ତି ତାହା ଅନ୍ୟ କେହି ବୁଝି ପାରିବେ ନାହିଁ । ମା’ ଓ ଭଉଣୀମାନେ ଜାଣନ୍ତି ଯଦି ଜଳ କମ୍ ଅଛି ତେବେ ଘରେ କେତେ ସମସ୍ୟା ଭୋଗିବାକୁ ପଡିଥାଏ । ଯଦି ଆପଣ ସେହି ମା’ଙ୍କ ହାତରେ ଜଳର ବ୍ୟବସ୍ଥା କରିବେ, ସେହି ଭଉଣୀଙ୍କ ହାତରେ ଜଳର ବ୍ୟବସ୍ଥା ଦେଇକରି ଆପଣ ଦେଖନ୍ତୁ, ସେହି ମା’ ଏବଂ ଭଉଣୀମାନେ ଏପରି ପରିବର୍ତ୍ତନ କରିବେ ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ଆପଣ ସମସ୍ତେ ପଞ୍ଚାୟତରାଜ ବ୍ୟବସ୍ଥାର ସାଥୀମାନେ ଭଲ ଭାବରେ ଜାଣିଛନ୍ତି, ଏହି ସଂମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଗାଁ ହିଁ ଚଳାଉଛି, ଗାଁ ଦ୍ୱାରା ପରିଚାଳିତ ହେଉଛି । ବିଶେଷ କରି ମୁଁ ପୂର୍ବରୁ କହିଥିଲି, ସେହିଭଳି, ଆମ ମହିଳାମାନଙ୍କ ନେତୃତ୍ୱରେ ଏହାକୁ ଆଗକୁ ନେବା, ଆପଣ ଦେଖିବେ, ପରିଣାମ ମିଳିବା ଆରମ୍ଭ ହୋଇଯିବ। ମୁଁ ଖୁସି ଯେ ସ୍କୁଲ ହେଉ, ଅଙ୍ଗନୱାଡି ହେଉ, ଆଶ୍ରମ ହେଉ, ସ୍ୱାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ହେଉ, ସାମୁଦାୟିକ କେନ୍ଦ୍ର ହେଉ, ଅଗ୍ରାଧିକାର ଭିତ୍ତିରେ ଏହି ସ୍ଥାନକୁ ପାଇପ ଯୋଗ ଜଳ ଯୋଗାଇ ଦିଆଯାଉଛି।

ସାଥୀଗଣ,

ଜଳ ଜୀବନ ମିଶନର ଅନ୍ୟ ଏକ ଦିଗ ଅଛି ଯାହା ବିଷୟରେ କ୍ୱଚିତ୍ ଆଲୋଚନା କରାଯାଇଥାଏ। ଆମର ଏଠାରେ ଆର୍ସେନିକ୍ ଏବଂ ଅନ୍ୟାନ୍ୟ ପ୍ରଦୂଷକ ଯୁକ୍ତ ଜଳ ଅଛି ଯେଉଁଥିରେ କିଛି ପ୍ରକାରର ଉପାଦାନ ଥାଏ, ଯାହା ରାସାୟନିକ ଯୁକ୍ତ, ଏହା ହେଉଛି ଏକ ବଡ ସମସ୍ୟା । ଦୂଷିତ ଜଳ ଯୋଗୁ ଅନେକ ପ୍ରକାରର ରୋଗ ଲୋକଙ୍କ ଜୀବନକୁ ନଷ୍ଟ କରିଦେଇଥାଏ, ଯେଉଁଥିରେ ହାଡ ଜନିତ ରୋଗ ମଧ୍ୟ ବଞ୍ଚିବା କଷ୍ଟକର କରିଦେଇଥାଏ । ଯଦି ଆମେ ଏହି ରୋଗଗୁଡିକୁ ରୋକି ପାରିବା, ତେବେ ଆମେ ଅନେକ ଜୀବନ ବଞ୍ଚାଇ ପାରିବା । ଏଥିପାଇଁ ଜଳର ପରୀକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ଆମେ ବହୁ ପରିମାଣର ବର୍ଷା ଜଳ ସଞ୍ଚୟ ବା ସଂରକ୍ଷଣ କରିବା, ତେବେ ବାକି ଯେଉଁ ଶକ୍ତି ତାହା ହ୍ରାସ ପାଇବ । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ କୌଣସି ସରକାରଙ୍କ ପକ୍ଷରୁ ଜଳ ପରୀକ୍ଷାକୁ ନେଇ ଏତେ ଗମ୍ଭୀରତାର ସହ କାର୍ଯ୍ୟ କରାଯାଉଛି । ଆଉ ମୁଁ ମଧ୍ୟ ଖୁସି ଯେ ଜଳ ପରୀକ୍ଷାର ଏହି ଅଭିଯାନରେ ଆମର ଗାଁରେ ରହୁଥିବା ଭଉଣୀ ଏବଂ ଝିଅମାନଙ୍କୁ ସାମିଲ କରାଯାଉଛି। କରୋନା ସମୟରେ ସାଢେ 4 ଲକ୍ଷରୁ ଅଧିକ ମହିଳାଙ୍କୁ ଜଳ ପରୀକ୍ଷା ପାଇଁ ତାଲିମ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଗ୍ରାମରେ ଅତି କମରେ 5 ଜଣ ମହିଳାଙ୍କୁ ଜଳ ପରୀକ୍ଷା ପାଇଁ ତାଲିମ ଦିଆଯାଉଛି । ଜଳ ପରିଚାଳନା ବା ପ୍ରଶାସନରେ ଆମର ଭଉଣୀ ଏବଂ ଝିଅ ମାନଙ୍କର ଭୂମିକାକୁ ଯେତେ ଉତ୍ସାହିତ କରାଯିବ, ସେତେ ଭଲ ପରିଣାମ ମିଳିବ।

ମୋର ବିଶ୍ୱାସ ଯେ ଜନଭାଗିଦାରୀରେ, ଜନ ସାମର୍ଥ୍ୟରେ ଆମେ ଦେଶର ଜଳକୁ ସଞ୍ଚୟ କରିବା ଏବଂ ଆଗାମୀ ଦିନରେ ଦେଶକୁ ପୁଣି ଉଜ୍ଜ୍ୱଳ କରିବା । ମୁଁ ପୁଣି ଥରେ ଦେଶର ସମସ୍ତ ଯୁବକ ମାନଙ୍କୁ, ସମସ୍ତ ମା’ ଏବଂ ଭଉଣୀଙ୍କୁ, ସମସ୍ତ ପିଲାମାନଙ୍କୁ, ସ୍ଥାନୀୟ ସଂସ୍ଥାକୁ, ସାମାଜିକ ଅନୁଷ୍ଠାନକୁ, ସରକାରଙ୍କ ବିଭାଗକୁ, ସମସ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ଜଳ ଶକ୍ତି ଅଭିଯାନକୁ ସଫଳ କରିବାକୁ ଆମେ ସମସ୍ତେ ଏକ ସଂକଳ୍ପ ନେଇ ଅଗକୁ ଅଗ୍ରସର ହେବା । ଆଗାମୀ 100 ଦିନ ପାଇଁ, ଜଳ ପ୍ରସ୍ତୁତି, ଯେମିତି ଘରକୁ ବଡ ଅତିଥି ଆସୁଛନ୍ତି, ଯେପରି ଗାଁ କୁ ଏକ ଶୋଭାଯାତ୍ରାରେ ବର ଆସିବାକୁ ଯାଉଛି, ସେତେବେଳେ ଗାଁରେ କିପରି ପ୍ରସ୍ତୁତି ହୋଇଥାଏ ? ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ, ଭାଇ ବର ଆସୁଛି । ଏହି ବର୍ଷା ଆସିବା ପୂର୍ବରୁ ସାରା ଗାଁରେ ସେପରି ପ୍ରସ୍ତୁତି ହେବା ଉଚିତ୍, ଭାଇ, ବର୍ଷା ଆସିବାକୁ ଯାଉଛି, ଚାଲ ଭାଇ ଜଳ ସଞ୍ଚୟ ବା ସଂରକ୍ଷଣ କରିବାର ଅଛି। ଏକ ପ୍ରକାର ଉତ୍ସାହ ଏବଂ ଉଦ୍ଦିପନା ଆରମ୍ଭ ହେବା ଉଚିତ୍। ଆପଣ ଦେଖନ୍ତୁ, ଗୋଟିଏ ବୁନ୍ଦା ବାହାରକୁ ଯିବ ନାହିଁ ଏବଂ ଯେତେବେଳେ ଅନ୍ୟ ଜଳ ଆସିବ, ସେତେବେଳେ ଏହା ଅପବ୍ୟବହାର କରିବାର ଅଭ୍ୟାସରେ ପରିଣତ ହେବ । ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଜଳ ସଞ୍ଚୟ କରିବା ଯେତିକି ଆବଶ୍ୟକ, ଜଳକୁ ଯେତିକି ବୁଦ୍ଧି ବିବେକ ଖଟାଇ ବ୍ୟବହାର କରିବା ମଧ୍ୟ ଜରୁରୀ, ଆମେ ଏହାକୁ କେବେ ମଧ୍ୟ ଭୁଲିଯିବା ଉଚିତ୍ ନୁହେଁ।

ଆଜି ପୁଣି ଥରେ ବିଶ୍ୱ ଜଳ ଦିବସରେ, ବିଶ୍ୱ ଜଳ ଦିବସ ଅବସରରେ, ଜଳକୁ ନେଇ ଏହି ସଚେତନତା ଅଭିଯାନକୁ, ଏବଂ ଏହି ସରପଞ୍ଚମାନେ, ଯେଉଁମାନେ ଏହି ମାଟିରେ କାର୍ଯ୍ୟ କରୁଛନ୍ତି, ଯେଉଁ ଯୁବକମାନେ ଏହି ମାଟିରେ ଜଳ ପାଇଁ ନିଜର ମିଶନ ଗଠନ କରିଛନ୍ତି, ଏହିପରି ଅନେକ ଲୋକ ଅଛନ୍ତି, ଆଜି ମୋତେ ପାଞ୍ଚ ଜଣଙ୍କ ସହ କଥା ହେବାର ଏକ ସୁଯୋଗ ମିଳିଲା, କିନ୍ତୁ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ-ଅନୁକୋଣରେ ଏପରି ଲୋକ ଅଛନ୍ତି, ଏପରି ସମସ୍ତ ଶକ୍ତିଙ୍କୁ ପ୍ରଣାମ କରି, ଆସନ୍ତୁ ଆମେ ଜଳ ପାଇଁ ପ୍ରୟାସ କରିବା । ଜଳ ସଞ୍ଚୟ କରିବାରେ ଆମେ ସଫଳ ହେବା ଏବଂ ଜଳ ଆମ ପୃଥିବୀକୁ ଜଳମୟ କରୁ, ଜଳ ଆମ ଜୀବନକୁ ଜଳମୟ କରୁ, ଜଳ ଆମ ଅର୍ଥବ୍ୟବସ୍ଥାକୁ ଜଳମୟ କରୁ, ଆମେ ଏକ ଶକ୍ତିରେ ପରିପୂର୍ଣ୍ଣ ରାଷ୍ଟ୍ର ହୋଇ ଆଗକୁ ଅଗ୍ରସର ହେବା, ଏହି ଏକ କଳ୍ପନା ସହିତ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.