ସେୟାର
 
Comments
“Today the cheetah has returned to the soil of India”
“When we are away from our roots, we tend to lose a lot”
“Amrit has the power to revive even the dead”
“International guidelines are being followed and India is trying its best to settle these cheetahs”
“Employment opportunities will increase as a result of the growing eco-tourism”
“For India, nature and environment, its animals and birds, are not just about sustainability and security but the basis of India’s sensibility and spirituality”
“Today a big void in our forest and life is being filled through the cheetah”
“On one hand, we are included in the fastest growing economies of the world, at the same time the forest areas of the country are also expanding rapidly”
“Since 2014, about 250 new protected areas have been added in the country”
“We have achieved the target of doubling the number of tigers ahead of time”
“The number of elephants has also increased to more than 30 thousand in the last few years”
“Today 75 wetlands in the country have been declared as Ramsar sites, of which 26 sites have been added in the last 4 years”

ମୋର ପ୍ରିୟ ଦେଶବାସୀଗଣ,

ମାନବ ସମାଜ ନିକଟରେ ଏଭଳି ଅବସର ଖୁବ୍ କମ୍ ଥର ଆସିଥାଏ ଯେତେବେଳେ ସମୟ ଚକ୍ର ଆମକୁ ଅତୀତକୁ ସୁଧାରିବା ନିମନ୍ତେ ନୂତନ ଭବିଷ୍ୟତର ନିର୍ମାଣ ନିମନ୍ତେ ସୁଯୋଗ ପ୍ରଦାନ କରିଥାଏ । ଆଜି ଆମର ସୌଭାଗ୍ୟକୁ ଆମ ସାମ୍ନାରେ ଏଭଳି ଏକ କ୍ଷଣ ଉପସ୍ଥିତ ହୋଇଛି । ଦଶନ୍ଧି ଦଶନ୍ଧି ପୂର୍ବରୁ ଜୈବ ବିବିଧତାର ଶହ ଶହ ବର୍ଷ ପୁରାତନ ଯେଉଁ କଡ଼ି ଛିଣ୍ଡି ଯାଇଥିଲା, ବିଲୁପ୍ତ ହୋଇଯାଇଥିଲା, ଆଜି ଆମକୁ ଏହାକୁ ପୁଣି ଥରେ ଯୋଡ଼ିବାର ସୁଯୋଗ ମିଳିଛି । ଆଜି ଭାରତ ଭୂମିକୁ ଚିତାବାଘ ଲେଉଟି ଆସିଛି ଏବଂ ମୁଁ ଏକଥା ମଧ୍‌୍ର କହିବି ଯେ ଏହି ତିତାମାନଙ୍କ ସହିତ ହିଁ ଭାରତର ପ୍ରକୃତିପ୍ରେମୀ ଚେତନା ପୂର୍ଣ୍ଣ ଶକ୍ତିର ସହିତ ଜାଗ୍ରତ ହୋଇ ଉଠିଛି । ମୁଁ ଏହି ଐତିହାସିକ ଅବସରରେ ସମସ୍ତ ଦେଶବାସୀଙ୍କୁ ବଧେଇ ଜଣାଉଛି । 

ବିଶେଷ ଭଳବେ ଆମର ମିତ୍ର ଦେଶ ନାମିବିୟା ଏବଂ ସେଠାକାର ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଯେ ସେମାନଙ୍କ ସହଯୋଗ ଫଳରେ ଦଶନ୍ଧି ଦଶନ୍ଧି ପରେ ଚିତାବାଘ ଭାରତର ଭୂମିକୁ ପୁଣି ଥରେ ଫେରିଆସିଛି ।

ମୋର ବିଶ୍ୱାସ ଯେ ଚିତା କେବଳ ପ୍ରକୃତି ପ୍ରତି ଆମର ଦାୟିତ୍ୱ ପ୍ରତି ଚେତାବନୀ ପ୍ରଦାନ କରେନାହିଁ ଅପରନ୍ତୁ ଆମର ମାନବୀୟ ମୂଲ୍ୟବୋଧ ଏବଂ ପରମ୍ପରା ସହିତ ମଧ୍ୟ ଆମକୁ ସୂଚୀତ କରିବ ।

ସାଥୀଗଣ,

ଯେତେବେଳେ ଆମେ ନିଜର ମୂଳଆଧାର ଠାରୁ ଦୂରେଇ ଯାଇଥାଏ ସେତେବେଳେ ଅନେକ କିଛି ହରାଇଥାଏ। ସେଇଥିପାଇଁ ସ୍ୱାଧୀନତାର ଏହି ଅମୃତକାଳରେ ଆମେ ‘ନିଜର ଐତିହ୍ୟ ପ୍ରତି ଗର୍ବ’ ଏବଂ ‘ଗୋଲାମୀ ମାନସିକତାଠାରୁ ମୁକ୍ତି’ ଭଳି ପଞ୍ଚ ପ୍ରଣର ମହତ୍ତ୍ୱକୁ ଦୋହରାଇଛୁ । ବିଗତ ଶତାବ୍ଦୀରେ ଆମେ ଏଭଳି ସମୟ ମଧ୍ୟ ଦେଖିଛୁ ଯେତେବେଳେ ପ୍ରକୃତିକୁ ଦୋହନର ଶକ୍ତି ପ୍ରଦର୍ଶନ ଏବଂ ଆଧୁନିକତାର ପ୍ରତୀକ ବୋଲି ବିବେଚନା କରାଯାଉଥିଲା । ୧୯୪୭ ମସିହାରେ ଯେତେବେଳେ ଦେଶରେ କେବଳ ମାତ୍ର ତିନିଗୋଟି ଚିତାବାଘ ବଞ୍ଚିଥିଲେ ସେତେବେଳେ ସେମାନେ ମଧ୍ୟ ଶାଳ ଜଙ୍ଗଲ ଭିତରେ ନିଷ୍ଠୁରତା ଏବଂ ଦାୟିତ୍ୱହୀନ ଭାବେ ଶିକାର କରିନିଆ ଯାଇଥିଲା । ଏହା ଆମର ଦୁର୍ଭାଗ୍ୟ ଯେ ଆମେ ୧୯୫୨ ମସିହାରେ ଚିତାକୁ ଦେଶରୁ ବିଲୁପ୍ତ ବୋଲି ଘୋଷଣା କରିବାକୁ ପଡ଼ିଥିଲା । କିନ୍ତୁ ସେମାନଙ୍କର ପୁନର୍ବାସ ନିମନ୍ତେ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ କୌଣସି ପ୍ରକାର ସାର୍ଥକ ପ୍ରୟାସ କରାଯାଇ ନଥିଲା ।

ଆଜି ସ୍ୱାଧୀନତାର ଅମୃତକାଳରେ ଏବେ ଦେଶରେ ନୂତନ ଶକ୍ତିର ସହ ଚିତାବାଘଙ୍କ ପୁନର୍ବାସ ନିମନ୍ତେ ପ୍ରୟାସ କରିଛୁ । ଅମୃତରେ ତ ଏଭଳି ସାମର୍ଥ୍ୟ ରହିଛି ଯାହା ମୃତକୁ ମଧ୍ୟ ପୁନର୍ଜୀବିତ କରିଦେଇଥାଏ । ମୁଁ ଆଜି ଆନନ୍ଦିତ ଯେ ସ୍ୱାଧୀନତାର ଅମୃତ କଳରେ କର୍ତ୍ତବ୍ୟ ଓ ବିଶ୍ୱାସର ଏହି ଅମୃତ ଆମର ଐତିହ୍ୟକୁ, ଆମର ପରମ୍ପରାକୁ, ଏବଂ ଏବେ ଚିତାବାଘକୁ ଭାରତ ଭୂମିରେ ପୁନର୍ଜୀମିତ କରୁଛି ।

ଏହା ପଛରେ ଆମର ବର୍ଷ ବର୍ଷର ଶ୍ରମ ନିହିତ ରହିଛି । ଏଭଳି ଏକ କାର୍ଯ୍ୟ, ରାଜନୈତିକ ଦୃଷ୍ଟିକୋଣ ଯାହାକୁ କୌଣସି ମହତ୍ତ୍ୱ ପ୍ରଦାନ କରିନଥାଏ, ଏହା ପଛରେ ମଧ୍ୟ ଆମେ ସଂପୂର୍ଣ୍ଣ ଶକ୍ତି ବିନିଯୋଗ କରିଥିଲୁ । ଏଥିପାଇଁ ଏକ ବିସ୍ତୃତ ଚିତା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ଆମର ବୈଜ୍ଞାନିକମାନେ ଏହା ଉପରେ ଦୀର୍ଘ ଗବେଷଣା କରିଥିଲେ ଏବଂ ସେମାନେ ଦକ୍ଷିଣ ଆଫ୍ରିକୀୟ ଏବଂ ନାମିବିୟାର ବିଶେଷଜ୍ଞମାନଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ । ଆମ ଟିମ୍ ସେଠାକୁ ଯାଇଥିଲେ ଏବଂ ସେଠାକାର ବିଶେଷଜ୍ଞମାନେ ଭାରତ ଆସିଥିଲେ । ସମଗ୍ର ଦେଶରେ ଚିତାବାଘ ନିମନ୍ତେ ସବୁଠାରୁ ଉପଯୁକ୍ତ କ୍ଷେତ୍ର ବାଛିବା ସକାଶେ ବୈଜ୍ଞାନିକମାନେ ସର୍ବେ କରିଥିଲେ ଏବଂ ଏହାପରେ କୁନୋ ଜାତୀୟ ପ୍ରାଣୀ ଉଦ୍ୟାନକୁ ଏହି ଶୁଭାରମ୍ଭ ନିମନ୍ତେ ଚୟନ କରାଯାଇଥିଲା । ଏବଂ ଆଜି, ଆମର ସେହି ଶ୍ରମର ପରିଣାମ ସ୍ୱରୂପ ଫଳ ଆମ ସାମ୍ନାରେ ଉଭା ହୋଇଛି ।

ସାଥୀଗଣ,

ଏକଥା ସତ ଯେ ଯେତେବେଳେ ପ୍ରକୃତି ଏବଂ ପର୍ଯ୍ୟାବରଣର ସଂରକ୍ଷଣ ହୋଇଥାଏ ସେତେବେଳେ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିଥାଏ । ବିକାଶ ଏବଂ ସମୃଦ୍ଧିର ମାର୍ଗ ମଧ୍ୟ ଉନ୍ମୋଚିତ ହୋଇଥାଏ । କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଯେତେବେଳେ ପୁଣି ଥରେ ଚିତାମାନେ ଦୌଡ଼ିବା ଆରମ୍ଭ କରିବେ ସେତେବେଳେ ଏଠାର ତୃଣଭୂମି ଇକୋ ସିଷ୍ଟମ୍ ପୁଣି ଥରେ ପୁନଃସ୍ଥାପିତ ହେବ, ଜୈବ ବିବିଧତା ଆହୁରି ବୃଦ୍ଧି ପାଇବ । ଆଗାମୀ ଦିନରେ ଏଠାକାର ଇକୋ ସିଷ୍ଟମ ବୃଦ୍ଧି ପାଇ ଏବଂ ଏଠାକାର ବିକାଶରୁ ନୂତନ ସମ୍ଭାବନା ଜନ୍ମ ନେବ, ଲୋକମାନଙ୍କ ପାଇଁ ରୋଜଗାରର ଅବସର ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ସାଥୀଗଣ, ମୁଁ ଆଜି ଆପଣମାନଙ୍କୁ , ସମସ୍ତ ଦେଶବାସୀଙ୍କୁ ଗୋଟିଏ ନିବେଦନ କରିବାକୁ ଚାହୁଁଛି । କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ଛଡ଼ାଯାଇଥିବା ଚିତା ଏଠାକୁ ଅତିଥି ଭାବେ ଆସିଛନ୍ତି, ସେମାନେ ଏହି କ୍ଷେତ୍ର ସହିତ ଅପରିଚିତ । କୁନୋ ଜାତୀୟ ପ୍ରାଣୀ ଉଦ୍ୟାନକୁ ଏହି ଚିତାମାନେ ସେମାନଙ୍କର ଆବାସସ୍ଥଳୀ କିପରି ବନେଇ ପାରିବେ, ଏଥିପାଇଁ ଆମେମାନେ ଏହି ଚିତାମାନଙ୍କୁ ମଧ୍ୟ କେଇ ମଙ୍କସର ସମୟ ଦେବାକୁ ପଡ଼ିବ । ଅନ୍ତରାଷ୍ଟ୍ରୀୟ ଗାଇଡଲାଇନ୍ସ ଆଧାରରେ ଆମମାନଙ୍କୁ ଚଳିବାକୁ ହେବ । ଭାରତ ଏହି ଚିତାମାନଙ୍କୁ ପୁନଃ ଅବସ୍ଥାପନ ନିମନ୍ତେ ଦୀର୍ଘ ବର୍ଷ ଧରି ପ୍ରୟାସ କରିଆସୁଛି । ଆମେ ଆମର ଏହି ପ୍ରୟାସକୁ କଦାପି ବିଫଳ ହେବାକୁ ଦେବାନାହିଁ ।

ସାଥୀଗଣ,

ସମଗ୍ର ବିଶ୍ୱ ଆଜି ଯେତେବେଳେ ପ୍ରକୃତି ଏବଂ ପର୍ଯ୍ୟାବରଣ ଦିଗରେ ଦୃଷ୍ଟିପାତ କରିବା ଆରମ୍ଭ କରିଛି, ସେତେବେଳେ ପୋଷଣୀୟ ବିକାଶର କଥା ଆଲୋଜନା କରିଚାଲିଛି । କିନ୍ତୁ ପ୍ରକୃତି ଏବଂ ପର୍ଯ୍ୟାବରଣ, ପଶୁ ଏବଂ ପକ୍ଷୀ, ଭାରତ ନିମନ୍ତେ ଏହା କେବଳ ପୋଷଣୀୟ ଓ ନିରାପତ୍ତା ପ୍ରସଙ୍ଗ ନୁହେଁ । ଆମ ନିମନ୍ତେ ଏହା ଆମର ମାନସିକତା ଏବଂ ଆଧ୍ୟାତ୍ମିକତାର ଆଧାର ମଧ୍ୟ । ଆମେ ସେହି ଲୋକ ଯାହାର ସାଂସ୍କୃତିକ ଅସ୍ତିତ୍ୱ ‘ସର୍ବମ୍ ଖଲ୍ୱିଦମ୍ ବ୍ରହ୍ମ’ ମନ୍ତ୍ର ଉପରେ ଆଧାରିତ । ଅର୍ଥାତ୍‌, ସଂସାରରେ ପଶୁ-ପକ୍ଷୀ, ବୃକ୍ଷଲତା, ଜଡ଼- ଚେତନ ଯାହାକିଛି ଅଛି, ସେସବୁ ଈଶ୍ୱରଙ୍କ ସ୍ୱରୂପ ଅଟେ । ଆମର ନିଜର ହିଁ ବିସ୍ତାର ଅଟେ । ଆମେ ସେହି ଲୋକ ଯିଏ ଉଦାତ୍ତ କଣ୍ଠରେ ଉଚ୍ଚାରଣ କରିଥାଏ –

‘ପରମ୍ ପରେପକାର୍ଥମ୍‌

ୟୋ ଜୀବିତ ଓ ଜୀବତି ।’

ଅର୍ଥାତ୍‌, ନିଜ ସ୍ୱାର୍ଥକୁ ଧ୍ୟାନରେ ରଖି ଜୀବନ ବଞ୍ôଚବା ବାସ୍ତବିକ ଜୀବନ ନୁହେଁ । ବାସ୍ତବିକ ଜୀବନ ସେହି ପ୍ରାଣୀ ବଞ୍ଚିଥାଏ ଯିଏ ପରୋପକାର ନିମନ୍ତେ ଜୀବନ ବଞ୍ଚେ । ସେଥିପାଇଁ, ଆମେ ଯେତେବେଳେ ସ୍ୱୟଂ ଭୋଜନ କରେ, ଏହା ପୂର୍ବରୁ ପଶୁ-ପକ୍ଷୀମାନଙ୍କ ନିମନ୍ତେ ଅନ୍ନ ବାଢ଼ିଥାଏ । ଆମର ଆଖପାଖରେ ରହୁଥିବା ଛୋଟମୋଟ ଜୀବମାନଙ୍କ ନିମନ୍ତେ ଚିନ୍ତା କରିବା ଲାଗି ଆମକୁ ଶିଖାଯାଇଥାଏ । ଆମର ସଂସ୍କାର ଏଭଳି ଯେ କେଉଁଠି ଅକାରଣ କୌଣସି ଜୀବର ଯଦି ଜୀବନ ଚାଲିଯାଏ ସେତେବେଳେ ଆମ ମନ ଅପରାଧବୋଧରେ ଭରି ଉଠିଥାଏ । ପୁଣି କୌଣସି ଜୀବ-ଜାତିର ଅସ୍ତିତ୍ୱ ଯଦି ଆମ କାରଣରୁ ନିଶ୍ଚିହ୍ନ ହୋଇଯାଏ, ସେତେବେଳେ ଆମେ ଏହାକୁ କିପରି ସ୍ୱୀକାର କରିବା?

ଆପଣମାନେ ଥରେ ଚିନ୍ତାକରନ୍ତୁ, ଆମର ଏଠାରେ କେତେକେତେ ପିଲାମାନଙ୍କୁ ଏକଥା ସୁଦ୍ଧା ଜ୍ଞାତ ନଥିବ ଯେ ଯେଉଁ ଚିତାବାଘ ସଂପର୍କରେ ଶୁଣି ସେମାନେ ବଡ଼ ହେଉଛନ୍ତି, ସେହି ଚିତା ବିଗତ ଶତାବ୍ଦୀରେ ସେମାନଙ୍କ ଦେଶରୁ ଲୁପ୍ତ ହୋଇସାରିଥିଲା । ଆଜି ଆଫ୍ରିକାର କେତେଗୋଟି ଦେଶରେ, ଇରାନରେ ଚିତା ଦେଖିବାକୁ ମିଳୁଛନ୍ତି । କିନ୍ତୁ ଭାରତର ନାମ ଏହି ତାଲିକାରୁ ଢେର୍ ପୂର୍ବରୁ ହଟାଇ ଦିଆଯାଇଥିଲା । ଆଗାମୀ ବର୍ଷମାନଙ୍କରେ ଶିଶୁମାନଙ୍କୁ ଏହି ବିଡମ୍ବନା ମଧ୍ୟରେ ଆଉ ଜୀବନ ବଞ୍ଚିବାକୁ ପଡ଼ିବନାହିଁ । ମୋର ବିଶ୍ୱାସ, ସେମାନେ ଚିତାବାଘକୁ ନିଜର ହିଁ ଦେଶରେ, କୁନୋ ଜାତୀୟ ପ୍ରାଣୀ ଉଦ୍ୟାନରେ ବିଚରଣ କରିବାର ଦେଖିବାକୁ ପାଇବେ । ଚିତା ମାଧ୍ୟମରେ ଆଜି ଆମ ଜଙ୍ଗଲ ଏବଂ ଜୀବନର ଏକ ବଡ଼ ଶୂନ୍ୟସ୍ଥାନ ପୂରଣ ହୋଇପାରିଛି ।

ସାଥୀଗଣ,

ଆଜି ଏକବିଂଶ ଶତାବ୍ଦୀରେ ଭାରତ, ସମଗ୍ର ବିଶ୍ୱକୁ ଏହି ସଂଦେଶ ପ୍ରଦାନ କରୁଛି ଯେ ଅର୍ଥନୀତି ଏବଂ ପର୍ଯ୍ୟାବରଣ କଦାପି ପରସ୍ପର ବିରୋଧାଭାଷୀ କ୍ଷେତ୍ର ନୁହେଁ । ପର୍ଯ୍ୟାବରଣର ସୁରକ୍ଷା ସହିତ ହିଁ ଦେଶର ପ୍ରଗତି ଘଟିବା ସମ୍ଭବପର । ଏହା ଭାରତ ସାକାର କରି ବିଶ୍ୱକୁ ପ୍ରଦର୍ଶନ କରିସାରିଛି । ଆଜି ଗୋଟିଏ ପଟେ ଆମେ ବିଶ୍ୱର ଦ୍ରୁତ ପ୍ରଗତିଶୀଳ ଆର୍ଥିକ ବ୍ୟବସ୍ଥାରେ ସାମିଲ ହୋଇପାରିଛେ, ଏଥି ସହିତ ଦେଶର ବନକ୍ଷେତ୍ରର ବିସ୍ତାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି ।

ସାଥୀଗଣ,

୨୦୧୪ ମସିହାରେ ଆମ ସରକାର କେନ୍ଦ୍ରରେ ଅବସ୍ଥାପିତ ହେବା ପରଠାରୁ ଦେଶରେ ହାରାହାରି ଅଢ଼େଇ ଶହ ନୂତନ ସଂରକ୍ଷିତ କ୍ଷେତ୍ର ସଂଯୋଗ ହୋଇପାରିଛି । ଆମର ଏଠାରେ ଏସୀୟ ସିଂହଙ୍କ ସଂଖ୍ୟାରେ ମଧ୍ୟ ବିଶେଷ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି ଗୁଜରାଟ ଦେଶରେ ଏସୀୟ ସିଂହମାନଙ୍କର ଏକ ବିରାଟ କ୍ଷେତ୍ର ଭାବେ ଉଭା ହୋଇଛି । ଏହା ପଛରେ ବିଗତ ଦଶନ୍ଧିମାନଙ୍କରେ କରାଯାଇଥିବା ଶ୍ରମ, ଗବେଷଣା ଭିତ୍ତିକ ନୀତି ପ୍ରବର୍ତ୍ତନ ଏବଂ ଜନ- ଭାଗୀଦାରୀର ବଡ଼ ଭୂମିକା ରହିଛି । ମୋର ସ୍ମରଣ ଅଛି, ଆମେ ଗୁଜରାଟରେ ଗୋଟିଏ ସଂକଳ୍ପ ନେଇଥିଲୁ - ଆମେ ବନ୍ୟପ୍ରାଣୀମାନଙ୍କ ନିମନ୍ତେ ସମ୍ମାନ ବଢ଼ାଇବୁ ଏବଂ ସଂଘର୍ଷକୁ ହ୍ରାସ କରିବୁ । ଆଜି ଏହି ଚିନ୍ତାଧାରାର ପ୍ରଭାବ ପରିଣାମ ସ୍ୱରୂପ ଆମ ସାମ୍ନାରେ ଉଭା ହୋଇଛି । ଦେଶରେ ମଧ୍ୟ ବାଘମାନଙ୍କ ସଂଖ୍ୟା ଦ୍ୱିଗୁଣିତ କରାଯିବାର ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିଲା ଆମ ତାହା ନିର୍ଦ୍ଧାରିତ ସମୟ ପୂର୍ବରୁ ହାସଲ କରିପାରିଛୁ । ଆସାମରେ ଏକ ସମୟରେ, ଗୋଟିଏ ଶିଙ୍ଗଯୁକ୍ତ ଗଣ୍ଡାମାନଙ୍କ ସ୍ଥିତି ବିପଜ୍ଜନକ ସ୍ଥିତିରେ ପହଞ୍ôଚ ଯାଇଥିଲା । କିନ୍ତୁ ଆଜି ସେମାନଙ୍କ ସଂଖ୍ୟା ମଧ୍ୟ ବଢ଼ିପାରିଛି । ହାତୀମାନଙ୍କ ସଂଖ୍ୟା ମଧ୍ୟ ବିଗତ ବର୍ଷମାନଙ୍କରେ ବୃଦ୍ଧି ପାଇ ୩୦ ହଜାରରୁ ଅଧିକ ହୋଇପାରିଛି । 

ଭାଇ ଓ ଭଉଣୀଗଣ,

ଦେଶରେ ପ୍ରକୃତି ଓ ପର୍ଯ୍ୟାବରଣ ଦୃଷ୍ଟିକୋଣରୁ ଅନ୍ୟ ଯେଉଁ ବିରାଟ କାର୍ଯ୍ୟଟି ସାଧିତ ହୋଇଛି ତାହା ହେଲା, ଆର୍ଦ୍ରଭୂମିର ବିସ୍ତାର । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କ ଜୀବନ ଏବଂ ସେମାନଙ୍କର ଆବଶ୍ୟକତା ଏହି ଆର୍ଦ୍ରଭୂମି ପରିବେଶ ଉପରେ ନିର୍ଭରଶୀଳ । ଆଜି ଦେଶରେ ୭୫ଟି ଆର୍ଦ୍ରଭୂମିକୁ ରାମସର ସାଇଟ୍ସ ଭାବେ ଘୋଷଣା କରାଯାଇଛି ଯେଉଁଥିରୁ ୨୬ଟି ସାଇଟ୍ ବିଗତ ୪ ବର୍ଷରେ ହିଁ ସାମିଲ କରାଯାଇଛି । ଦେଶର ଏହି ପ୍ରୟାସର ପ୍ରଭାବ ଆଗାମୀଦିନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ଏବଂ ପ୍ରଗତିର ନୂତନ ମାର୍ଗକୁ ଆହୁରି ପ୍ରଶସ୍ତ କରିବ ।

ସାଥୀଗଣ,

ଆଜି ଆମେ ବୈଶ୍ୱିକ ସମସ୍ୟାବଳୀକୁ, ସମାଧାନକୁ ଏବଂ ଏପରିକି ନିଜର ଜୀବନକୁ ମଧ୍ୟ ସାମଗ୍ରିକ ଉପାୟରେ ଦେଖିବାର ଆବଶ୍ୟକତା ଅନୁଭବ କରୁଛୁ । ସେଥିପାଇଁ ଆଜି ଭାରତ ବିଶ୍ୱ ନିମନ୍ତେ LiFE ଅର୍ଥାତ୍ , ପରିବେଶ ପାଇଁ ଜୀବନଶୈଳୀ (Lifestyle for the Environment) ଭଳି ଜୀବନ ମନ୍ତ୍ର ପ୍ରଦାନ କରିଛି । ଆଜି ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଭଳି ପ୍ରୟାସମାନଙ୍କ ଦ୍ୱାରା ଭାରତ ବିଶ୍ୱକୁ ଗୋଟିଏ ମଞ୍ଚ ପ୍ରଦାନ କରିଛି, ଏକ ଦୃଷ୍ଟି ପ୍ରଦାନ କରିଛି । ଏହିସବୁ ପ୍ରୟାସର ସଫଳତା ବିଶ୍ୱକୁ ଦିଶା ଏବଂ ଭବିଷ୍ୟତ ନିର୍ଦ୍ଧାରଣରେ ସହାୟକ ହେଉଛି । ସେଥିପାଇଁ ଆଜି ସମୟ ଉପସ୍ଥିତ ଯେ ଆମେ ବୈଶ୍ୱିକ ସମସ୍ୟାଗୁଡ଼ିକୁ ବିଶ୍ୱର ନୁହେଁ ନିଜର ବ୍ୟକ୍ତିଗତ ସମସ୍ୟା ବୋଲି ବିବେଚନା କରିବାକୁ ହେବ । ଆମର ଜୀବନରେ ଗୋଟିଏ ଛୋଟ ପରିବର୍ତ୍ତନ ଦ୍ୱାର ସମଗ୍ର ବିଶ୍ୱର ଭବିଷ୍ୟତ ନିମନ୍ତେ ଏକ ଆଧାର ସୃଷ୍ଟି ହୋଇପାରିବ । ମୋର ବିଶ୍ୱାସ, ଭାରତର ପ୍ରୟାସ ଏବଂ ପରମ୍ପରା ଏହି ଦିଗରେ ସଂପୂର୍ଣ୍ଣ ମାନବ ସମାଜକୁ ପଥପ୍ରଦଶନ କରିବ, ଉତ୍ତମ ବିଶ୍ୱର ସ୍ୱପ୍ନକୁ ଶକ୍ତି ପ୍ରଦାନ କରିବ ।

ଏହି ବିଶ୍ୱାସର ସହିତ, ଆପଣମାନଙ୍କୁ ସମସ୍ତଙ୍କୁ ଏହି ମୂଲ୍ୟବାନ ସମୟରେ ଏହି ଐତିହାସିକ ସମୟରେ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରୁଛି, ବହୁତ ବଧେଇ ଜଣାଉଛି ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPIs pump in over ₹36,200 cr in equities in Nov, continue as net buyers in Dec

Media Coverage

FPIs pump in over ₹36,200 cr in equities in Nov, continue as net buyers in Dec
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 3, 2022
December 03, 2022
ସେୟାର
 
Comments

India’s G20 Presidency: A Moment of Pride For All Indians

India Witnessing Transformative Change With The Modi Govt’s Thrust Towards Good Governance