Today, the world is at an inflection point where technology advancement is transformational: PM Modi
Vital that India & the UK, two countries linked by history, work together to define the knowledge economy of the 21st century: PM Modi
India is now the fastest growing large economy with the most open investment climate: PM Narendra Modi
Science, Technology and Innovation are immense growth forces and will play a very significant role in India-UK relationship: PM
India and UK can collaborate in ‘Digital India’ Program and expand information convergence and people centric e-governance: PM

ସମ୍ମାନନୀୟ ଥେରେସା ମେ, ବ୍ରିଟେନର ପ୍ରଧାନମନ୍ତ୍ରୀ

ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରୀ

ଡକ୍ଟର ନୌସାଦ୍ ଫୋର୍ବସ୍, ସିଆଇଆଇ ର ଅଧ୍ୟକ୍ଷ

ବିଦ୍ୱାନ ଜଗତର ଖ୍ୟାତିସମ୍ପନ୍ନ ସଦସ୍ୟମାନେ

ବିଶିଷ୍ଟ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ଶାସ୍ତ୍ରଜ୍ଞ ମଣ୍ଡଳୀ

ବ୍ରିଟେନ ଏବଂ ଭାରତର ଉଦ୍ୟାଗପତିବୃନ୍ଦ

ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିମାନେ

,

1. ଭାରତ-ବ୍ରିଟେନ ପ୍ରଯୁକ୍ତି ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଖୁସି ।

2. ଗତ ବର୍ଷ ନଭେମ୍ବରରେ ମୁଁ ବ୍ରିଟେନ ଗସ୍ତରେ ଯାଇଥିବା ବେଳେ ଦୁଇ ଦେଶର ବନ୍ଧୁତ୍ୱକୁ ଦୃଢ଼ୀଭୁତ କରିବା ପାଇଁ ଏହି ଶିଖର ସମ୍ମିଳନୀର କଳ୍ପନା କରାଯାଇଥିଲା । ଏହା ମଧ୍ୟ ୨୦୧୬କୁ ଭାରତ-ବ୍ରିଟେନ ପାଇଁ ଶିକ୍ଷା, ଗବେଷଣା ଏବଂ ନୂତନତ୍ୱର ବର୍ଷ ଭାବେ ସୂଚାଉଛି ।

3. ଏହା ଗୌରବର କଥା ଯେ, ସମ୍ମାନାସ୍ପଦ ଥେରେସା ମେ, ବ୍ରିଟେନର ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଅଛନ୍ତି । ମାଡାମ୍ ପ୍ରଧାନମନ୍ତ୍ରୀ, ଆମେ ଜାଣିଛୁ, ଭାରତ ସବୁବେଳେ ଆପଣଙ୍କ ହୃଦୟର ନିକଟତର ଏବଂ ଆପଣ ଭାରତର ବିଶିଷ୍ଟ ବନ୍ଧୁ । ନିକଟରେ ଆପଣ ଆପଣଙ୍କ ଘରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଦୀପାବଳି ପାଳନ କରିଥିଲେ!

4. ଆଜି ଆପଣଙ୍କ ଉପସ୍ଥିତି ଦ୍ୱିପାକ୍ଷିକ ସମ୍ପର୍କର ପ୍ରତିବଦ୍ଧତାକୁ ପୁଣି ଦୋହରାଉଛି । ଏହା ଆମ ପାଇଁ ସମ୍ମାନର ବିଷୟ ଯେ ଆପଣଙ୍କ ପଡ଼ୋଶୀ ରାଷ୍ଟ୍ର ପରେ ଦ୍ୱିପାକ୍ଷିକ ଗସ୍ତ ସକାଶେ ଆପଣ ଭାରତକୁ ପସନ୍ଦ କଲେ । ଆମେ ଆପଣଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଉଛୁ ।

5. ଆଜି ବିଶ୍ୱ ଏକ ପରିବର୍ତ୍ତନ ସ୍ଥିତିରେ ଅଛି, ଯେଉଁଠିକି ପ୍ରଯୁକ୍ତି ବିଦ୍ୟା ରୂପାନ୍ତରିତ ହେବାରେ ଲାଗିଛି । ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଭାରତ ଓ ବ୍ରିଟେନ ସମ୍ପର୍କ ଇତିହାସରୁ ରହି ଆସିଛି ଏବଂ ଉଭୟ ଏକତ୍ର ଏକବିଂଶ ଶତାବ୍ଦୀରେ ଜ୍ଞାନଭିତ୍ତିକ ଅର୍ଥବ୍ୟବସ୍ଥାର ସଂଜ୍ଞା ନିରୂପଣ କରୁଛନ୍ତି ।

6. ସାମ୍ପ୍ରତିକ ବିଶ୍ୱ ପରିବେଶରେ ଆମ ଦୁଇ ରାଷ୍ଟ୍ର ଅନେକ ଅର୍ଥନୈତିକ ଆହ୍ୱାନର ସମ୍ମୁଖୀନ ହେଉଛେ, ଯାହାକି ସିଧାସଳଖ ବାଣିଜ୍ୟ ଓ ବେପାରକୁ ପ୍ରଭାବିତ କରୁଛି । କିନ୍ତୁ ମୁଁ ସ୍ଥିର ନିଶ୍ଚିତ ଯେ, ଆମେ ମିଳିତ ଭାବେ ଆମର ବୈଜ୍ଞାନିକ ଶକ୍ତି ଏବଂ ପ୍ରଯୁକ୍ତିଗତ ନିପୁଣତାକୁ ଆଧାର କରି ନୂତନ ସୁଯୋଗ ସୃଷ୍ଟି କରିପାରିବା ।

7. ଖୋଲା ନିବେଶ ଅନକୂଳ ପରିବେଶ ସହ ଭାରତ ଏବେ ବିକାଶ ଦିଗରେ ଆଗେଇ ଚାଲିଥିବା ଏକ ବୃହତ୍ ଅର୍ଥ ବ୍ୟବସ୍ଥା । ଆମର ନବୀନ ଉଦ୍ୟୋଗୀଗଣ, ଦକ୍ଷ ଶ୍ରମଶକ୍ତି ଏବଂ ଗବେଷଣା ଓ ବିକାଶ ଦକ୍ଷତା ସହ ବୃହତ୍ ବଜାର ଜନସଂଖ୍ୟାଗତ ଫାଇଦା ଏବଂ ବୃଦ୍ଧି ପାଉଥିବା ଅର୍ଥନୀତିକ ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ ଅର୍ଥ ବ୍ୟବସ୍ଥାର ବିକାଶ ପାଇଁ ଏକ ଉତ୍ସ ଭଳି ସୁଯୋଗ ଆଣିଛି ।

8. ସେହିପରି ବ୍ରିଟେନ ମଧ୍ୟ ନିକଟ ଅତୀତରେ ନମନୀୟ ଅଭିବୃଦ୍ଧି ହାସଲ କରିପାରିଛି । ଏହା ଶିକ୍ଷାଗତ ଅନୁସନ୍ଧାନ ଏବଂ ପ୍ରଯୁକ୍ତିଗତ ନୂତନତ୍ୱ ହାସଲରେ ଅଗ୍ରଣୀ ହୋଇପାରିଛି ।

9. ଦ୍ୱିପାକ୍ଷିକ ବାଣିଜ୍ୟର ପରିମାଣ ଗତ ପାଂଚ ବର୍ଷ ଧରି ସମାନ ସ୍ତରରେ ଥିଲେ ମଧ୍ୟ ଉଭୟ ଦିଗରେ ଆମ ନିବେଶ ଦୃଢ଼ ରହିଛି । ବ୍ରିଟେନରେ ଭାରତ ତୃତୀୟ ବୃହତମ ନିବେଶକ ଏବଂ ଭାରତରେ ବୃହତମ ଜି-୨୦ ନିବେଶକ । ଉଭୟ ପରସ୍ପରର ଅର୍ଥ ବ୍ୟବସ୍ଥାରେ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ।

10. ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ବର୍ତ୍ତମାନ ଭାରତ ଓ ବ୍ରିଟେନର ସହଯୋଗ ଉଚ୍ଚ ଗୁଣବତ୍ତା ଏବଂ ଉଚ୍ଚ ପ୍ରଭାବୀ ଗବେଷଣାଗତ ଅଂଶୀଦାର । ମୁଁ ଅତ୍ୟନ୍ତ ଖୁସିର ସହ ଏହା ଉଲ୍ଲେଖ କରୁଛି ଯେ, ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ନିଉଟନ୍-ଭାବା କାର୍ଯ୍ୟକ୍ରମରେ ସାମାଜିକ ଆହ୍ୱାନର ମୁକାବିଲା ପାଇଁ ମୌଳିକ ବିଜ୍ଞାନରୁ ସମାଧାନ ବିଜ୍ଞାନ ପର୍ଯ୍ୟନ୍ତ ସହଯୋଗକୁ ଦୁଇ ରାଷ୍ଟ୍ର ବିସ୍ତୃତ କରିଛନ୍ତି ।

11. ସଂକ୍ରାମକ ରୋଗର ଟିକା ଉଦ୍ଭାବନ, ନୂତନ ଦ୍ରବ୍ୟ ଉଦ୍ଭାବନ, ସ୍ୱଚ୍ଛ ଶକ୍ତି ଏବଂ ପାଣିପାଗ ପରିବର୍ତ୍ତନ ସମସ୍ୟାର ସମାଧାନ, କୃଷି ଏବଂ ଖାଦ୍ୟ ନିରାପତ୍ତା ସହ ଶସ୍ୟ ଉତ୍ପାଦନରେ ବୃଦ୍ଧି ଦିଗରେ ଆମର ବୈଜ୍ଞାନିକ ମାନେ ମିଳିତ ଭାବେ କାମ କରୁଛନ୍ତି ।

12. ୧୦ ନିୟୁତ ପାଉଣ୍ଡ ମିଳିତ ନିବେଶରେ ସୌର ଶକ୍ତି ଉପରେ ଭାରତ-ବ୍ରିଟେନ ସ୍ୱଚ୍ଛ ଶକ୍ତି ଗବେଷଣା ଏବଂ ବିକାଶ କେନ୍ଦ୍ର ପ୍ରତିଷ୍ଠା ସକାଶେ ଆମେ ସହମତ ହୋଇଛୁ । ୧୫ ନିୟୁତ ପାଉଣ୍ଡର ମିଳିତ ନିବେଶରେ ଏଣ୍ଟି-ମାଇକ୍ରୋବିଏଲ ପ୍ରତିରୋଧକ ଗବେଷଣା ଅଭିଯାନ ଦିଗରେ ପଦକ୍ଷେପ ପାଇଁ ନିଷ୍ପତ୍ତି ହୋଇଛି ।

13. ଭାରତରେ ଥିବା ପାରମ୍ପରିକ ଜ୍ଞାନ ସହ ଆଧୁନିକ ବୈଜ୍ଞାନିକ ଅନୁସନ୍ଧାନକୁ ଜଡ଼ିତ କରି ଭାରତ ଏବଂ ବ୍ରିଟେନ ମିଳିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲାଭ ପାଇପାରିବେ । ଏହା ଦ୍ୱାରା ଆଧୁନିକ ଜୀବନଚର୍ଯ୍ୟାରେ ଦେଖା ଦେଇଥିବା କେତେକ ରୋଗର ଉପଶମ ମଧ୍ୟ ହୋଇପାରିବ ।

14. ଔଦ୍ୟୋଗିକ ଗବେଷଣାରେ ଭାରତ ଓ ବ୍ରିଟେନର ସହଯୋଗ ଆମର ଏକ ଉତ୍ସାହଜନକ କାର୍ଯ୍ୟକ୍ରମ । ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା, ନିର୍ମାଣ କ୍ଷେତ୍ର ଏବଂ ଆଇସିଟିରେ ଗବେଷଣା ସକାଶେ ସିଆଇଆଇର ଗ୍ଲୋବାଲ୍ ଇନୋଭେସନ ଏଣ୍ଡ ଟେକ୍ନୋଲୋଜି ଏଲାଏନ୍ସ ତଥା ଜିଆଇଟିଏ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଇନୋଭେଟ୍-ୟୁକେ ସହଯୋଗ କରୁଛନ୍ତି ।

15. ବୈଜ୍ଞାନିକ ଜ୍ଞାନକୁ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ୟୋଗରେ ରୂପାନ୍ତରିତ କରିବା ପାଇଁ ଭାରତ ଓ ବ୍ରିଟେନର ବ୍ୟବସାୟରେ ଏହି କ୍ଷେତ୍ର ନୂତନ ସୁଯୋଗ ସୃଷ୍ଟି କରିଛି । ଏଠାରେ ଉପସ୍ଥିତ ଅଂଶୀଦାରମାନଙ୍କୁ ମୁଁ ଏହି ଉତ୍ସାହଜନକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଅବଦାନ ସହ ନୂତନତ୍ୱ ଓ ପ୍ରଯୁକ୍ତି ଔଦ୍ୟୋଗିକତା ପ୍ରତି ଲକ୍ଷ ରଖିବାକୁ ଆହ୍ୱାନ କରୁଛି ।

16. ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ଅଭିବୃଦ୍ଧି ଶକ୍ତି ଆମ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଁ ବିଶ୍ୱାସ କରେ । ଏହି ଶିଖର ସମ୍ମିଳନୀ ପାରସ୍ପରିକ ଲାଭ ପାଇଁ ପ୍ରଯୁକ୍ତି ନିପୁଣତା ଏବଂ ବୈଜ୍ଞାନିକ ଜ୍ଞାନ କ୍ଷେତ୍ରରେ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗିତାକୁ ମଜବୁତ କରିବାର ଲକ୍ଷ୍ୟ ରଖିଛି ।

17. ମୁଁ ସବୁବେଳେ କହି ଆସିଛି ବିଜ୍ଞାନ ବିଶ୍ୱସ୍ତରୀୟ, କିନ୍ତୁ ପ୍ରଯୁକ୍ତି ବିଦ୍ୟା ଆଂଚଳିକ ହେବା ଉଚିତ । ଏହି ପୃଷ୍ଠଭୂମିରେ ଏଭଳି ଶିଖର ସମ୍ମିଳନୀ ପରସ୍ପରର ଆବଶ୍ୟକତା ବୁଝିପାରିବା ଏବଂ ଭବିଷ୍ୟତ ସମ୍ପର୍କରେ ବୁଝାମଣା ନେଇ ସୁଯୋଗ ଆଣିଥାଏ ।

18. ମୋ ସରକାରର ଆଗୁଆ ଯୋଜନାଗୁଡ଼ିକର ଏକାଭିମୁଖତା, ଆମର ପ୍ରଯୁକ୍ତିଗତ ସଫଳତା ଓ ଲକ୍ଷ୍ୟ, ଏବଂ ଆମର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଭାରତ ଓ ବ୍ରିଟେନର ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ଓ ବିପୁଳ ସୁଯୋଗ ଆଣିବ ।

19. ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ, ସୂଚନା ଏକାଭିମୁଖତାର ସମ୍ପ୍ରସାରଣ ଏବଂ ଲୋକାଭିମୁଖୀ ଇ-ଗଭର୍ଣ୍ଣାନ୍ସରେ ସହଯୋଗ ପାଇଁ ଉଭୟ ଭାରତ ଓ ବ୍ରିଟେନ ସକାଶେ ଏକ ସୁଯୋଗ ଆସିଛି ।

20. ଭାରତରେ ଅତି ଶୀଘ୍ର ଫୋନ୍ ସଂଯୋଗ ଶହେ କୋଟିକୁ ଛୁଇଁବ ଏବଂ ସହରାଂଚଳରେ ଟେଲି-ସାନ୍ଧ୍ରତା ପ୍ରାୟ ୧୫୪%ରେ ପହଂଚିବ । ଆମ ଦେଶରେ ୩୫୦ ନିୟୁତ ଇଂଟରନେଟ ବ୍ୟବହାରକାରୀ ଅଛନ୍ତି । ଅତିଶୀଘ୍ର ଆଉ ଏକ ଲକ୍ଷ ଗ୍ରାମକୁ ଏହା ସଂଯୋଗ ହେବ । ଏପରି ଦ୍ରୁତ ଅଭିବୃଦ୍ଧି ଉଭୟ ଭାରତ ଓ ବ୍ରିଟେନର କମ୍ପାନିମାନଙ୍କ ପାଇଁ ଡିଜିଟାଲ ରାସ୍ତା ଏବଂ ନୂତନ ବଜାର ସୃଷ୍ଟି କରିବ ।

21. ଭାରତର ଦ୍ରୁତ ବିକାଶଶୀଳ ଆର୍ଥିକ କ୍ଷେତ୍ରରେ ସ୍ୱତଃ ସହଯୋଗର କ୍ଷେତ୍ର ସୃଷ୍ଟି ହୋଇଛି । ଜନଧନ ଯୋଜନାରେ ୨୨୦ ନିୟୁତ ନୂତନ ଏକାଉଂଟଧାରୀ ଅନ୍ତର୍ଭୁକ୍ତ ହୋଇପାରିଥିବାରୁ ଫିନ୍ଟେକ୍ ଏବେ ଏକ ବୃହତ୍ ରୂପାନ୍ତରିତ କ୍ଷେତ୍ରରେ ପରିଣତ ହୋଇପାରିଛି । ଏହି ଆର୍ଥିକ ଯୋଜନା ମୋବାଇଲ ଟେକ୍ନୋଲୋଜି ଏବଂ ସ୍ୱତନ୍ତ୍ର ପରିଚୟପତ୍ର ଦ୍ୱାରା ବିଶ୍ୱର ସର୍ବବୃହତ୍ ସାମାଜିକ ନିରାପତ୍ତା ଯୋଜନାରେ ପରିଣତ ହୋଇଛି ।

22. ଆର୍ଥିକ ପ୍ରଯୁକ୍ତି ବିଦ୍ୟା ଏବଂ ଆନ୍ତର୍ଜାତିକ ଅର୍ଥ ବ୍ୟବସ୍ଥାରେ ବ୍ରିଟେନର ନେତୃତ୍ୱ ଥିବାରୁ ଆମ ଉଦ୍ୟୋଗୀମାନେ ଏହାର ସୁବିଧା ନେଇପାରିବେ ।

23. ଦ୍ୱିପାକ୍ଷିକ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବ ବୋଲି ଆମେ ଆଶା କରୁଛୁ । ଏହି କାର୍ଯ୍ୟକ୍ରମରେ ଏଡଭାନ୍ସଡ ମାନୁଫାକ୍ଚରିଂ ବା ଅତ୍ୟାଧୁନିକ ବିନିର୍ମାଣ ଏକ ସ୍ୱତନ୍ତ୍ର ଉଦ୍ୟମ । ଅଗ୍ରଣୀ ଅର୍ଥ ବ୍ୟବସ୍ଥା ଭାବେ ବ୍ରିଟେନ ଆମର ଉଦାର ନିବେଶ ନୀତିରୁ ପ୍ରତିରକ୍ଷା ନିର୍ମାଣ, ମହାକାଶ କ୍ଷେତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କ୍ଷେତ୍ରରେ ଫାଇଦା ପାଇପାରିବ ।

24. ସ୍ମାର୍ଟ ସିଟି ଯୋଜନାର ଲକ୍ଷ୍ୟ ଦ୍ରୁତ ସହରାଂଚଳ ପରିବେଶରେ ଡିଜିଟାଲ ଟେକ୍ନୋଲୋଜିକୁ ସମନ୍ୱିତ କରିବା । ମୁଁ ଅତ୍ୟନ୍ତ ଖୁସି ଯେ ପୁନେ, ଅମରାବତୀ ଏବଂ ଇନ୍ଦୋର ପ୍ରକଳ୍ପରେ ବ୍ରିଟେନର ଅନେକ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି । ମୁଁ ବୁଝିପାରୁଛି, ବ୍ରିଟେନ କମ୍ପାନିମାନେ ଇତି ମଧ୍ୟରେ ୯ ଶହ କୋଟି ପାଉଣ୍ଡର ବୁଝାମଣା ସ୍ୱାକ୍ଷର କରିସାରିଛନ୍ତି ।

25. ପ୍ରଯୁକ୍ତି ବନ୍ଧୁତ୍ୱ ଯୁବପିଢ଼ିଙ୍କ ପାଇଁ ଔଦ୍ୟୋଗିକତା ସହ ପ୍ରଯୁକ୍ତି ଏବଂ ନୂତନତ୍ୱର ସମଷ୍ଟି କରିବା ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲକ୍ଷ୍ୟ । ଷ୍ଟାର୍ଟ ଅପ୍ ହବ୍ ଭାବେ ଭାରତ ଏବଂ ବ୍ରିଟେନ ଏବେ ବିଶ୍ୱର ଶ୍ରେଷ୍ଠ ୩ଟି ସ୍ଥାନରେ ଅଛନ୍ତି ।

26. ନୂତନ ବାଣିଜ୍ୟିକ ଆବେଦନକାରୀ ଏବଂ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ପାଇଁ ଆମେ ମିଳିତ ଭାବେ ଏକ ସଜୀବ ଓ ସଫଳ ପରିବେଶ ସୃଷ୍ଟି କରିପାରିବୁ ।

27. ଏହି ଶିଖର ସମ୍ମିଳନୀରେ ପସନ୍ଦ କରାଯାଇଥିବା ଏଡଭାନ୍ସଡ ମାନୁଫାକ୍ଚରିଂ, ବାୟୋମେଡ଼ିକାଲ ଡିଭାଇସ୍, ନବସୃଜନ ଏବଂ ଔଦ୍ୟୋଗିକତା ଆମର ବାଣିଜ୍ୟିକ ସମ୍ପର୍କରେ ନୂତନ କ୍ଷେତ୍ର ହୋଇପାରିବ ।

28. ବିଶ୍ୱସ୍ତରୀୟ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଯୁଗ୍ମ ପ୍ରଯୁକ୍ତି ବିଦ୍ୟାର ବିକାଶ ସକାଶେ ଉଚ୍ଚମାନର ମୌଳିକ ଗବେଷଣା ପାଇଁ ଭାରତ ଏବଂ ବ୍ରିଟେନ ମିଳିତ ଭାବେ ଜୈବବିବିଧତାର ସୁରକ୍ଷା କରିବା ଉଚିତ ବୋଲି ମୁଁ ବିଶ୍ୱାସ କରେ ।

29. ଉଚ୍ଚଶିକ୍ଷାକୁ ଏହି ଶିଖର ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି । ଆମ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭବିଷ୍ୟତକୁ ନିର୍ଦ୍ଦିଷ୍ଟ କରିପାରିବ । ତେଣୁ ଶିକ୍ଷା ଏବଂ ଗବେଷଣା ସୁଯୋଗର ସଦୁପଯୋଗ ଏବଂ ସହଭାଗିତା ପାଇଁ ଆମେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଦରକାର ।

30. ଏହି ସମ୍ମିଳନୀରେ ବ୍ରିଟେନକୁ ସହଯୋଗୀ ଦେଶ ଭାବେ ଗ୍ରହଣ କରିପାରିଥିବାରୁ ମୁଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଭାରତୀୟ ଶିଳ୍ପ ମହାସଂଘକୁ ଅଭିନନ୍ଦନ ଜଣାଉଛି । ଭାରତ-ବ୍ରିଟେନ ସମ୍ପର୍କର ପରବର୍ତ୍ତି ପର୍ଯ୍ୟାୟ ପାଇଁ ଏହି ଶିଖର ସମ୍ମିଳନୀ ଭିତ୍ତି ପକାଇବ ବୋଲି ମୁଁ ବିଶ୍ୱାସ କରୁଛି । ବୈଜ୍ଞାନିକ ଜ୍ଞାନ ଏବଂ ପ୍ରଯୁକ୍ତିଗତ ନିପୁଣତା ପାଇଁ ଦୁଇ ଦେଶର ଯାତ୍ରା ସକାଶେ ଏହା ଅୟମାରମ୍ଭ ହୋଇପାରିବ ।

31. ସମ୍ମିଳନୀର ସଫଳତାରେ ଭାରତ ଓ ବ୍ରିଟେନର ସମସ୍ତ ଅଂଶୀଦାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସମ୍ମିଳନୀରେ ଉପସ୍ଥିତ ଥିବାରୁ ଏବଂ ଭାରତ-ବ୍ରିଟେନ ସମ୍ପର୍କ ବୃଦ୍ଧି ପାଇଁ ନିଜ ଦୃଷ୍ଟିଭଙ୍ଗୀ ପ୍ରକାଶ କରିଥିବାରୁ ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀ ଥେରେସା ମେ ଙ୍କୁ ଧନ୍ୟବାଦ ଜଣାଉଛି ।

  1. .
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's IT industry to hit $315 billion in FY26 as AI revenues reach $10-12 billion: Nasscom

Media Coverage

India's IT industry to hit $315 billion in FY26 as AI revenues reach $10-12 billion: Nasscom
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Condoles the Passing of Thiru R. Nallakannu
February 25, 2026

The Prime Minister has expressed his condolences over the passing of Thiru R. Nallakannu, highlighting his grassroots connect and his tireless efforts to give a voice to the underprivileged.

The Prime Minister noted that Thiru R. Nallakannu was widely respected by people from every section of society and his simplicity was noteworthy. The Prime Minister shared that his thoughts are with the family and admirers during this time.

The Prime Minister shared on X;

"Thiru R. Nallakannu will be remembered for his grassroots connect and efforts to give voice to the underprivileged, workers and farmers. He was widely respected by people from every section of society. Equally noteworthy was his simplicity. My thoughts are with his family and admirers."