मैं टीसीएस जापान का आभारी हूं कि एक अच्छा इनिशिएटिव आपने लिया है । वैसे एक जमाना था जब नालंदा और तक्षशिला यूनिवर्सिटीस थीं , तो दुनिया के स्टुडेंट्स भारत मे जाते थे, सीखने के लिए, समझने के लिए, देखने के लिए। सबसी पहली यूनिवर्सिटी 2600 इयर ओल्ड थी, भारत के साहित्य में इसका उल्लेख आता है, छब्बिश सौ साल पहले। उस समय, जैसे मैं जिस स्टेट से आता हूं, ‘गुजरात’, वहाँ एक बलल्भि यूनिवेर्सिटी थी, वो 2600 साल पुरानी थी और 89 कंट्री के स्टूडेंट्स उस समय वहाँ पढ़ाई करते थे। नालंदा एक ऐसी युनिवर्सिटी थी जहाँ जापान के बहुत लोग पढ़ने के लिए आते थे।
भारत की एक विशेषता रही है जब जब मानव जाति ने ज्ञानरूप में प्रवेश किया, तब हमेशा नेतृतव भारत का रहा। 21वीं सदी ज्ञान की सदी है और इसलिए जिसके पास अस्त्र होंगे, शस्त्र होंगे, धन होगा, दौलत होगी उस से ज़्यादा वही देश दुनिया को लीड करेगा, जिसके पास ज्ञान है, इन्फर्मेशन है, वही सबसे बड़ा मैटर करने वाला है।
इसीलिए इन्फर्मेशन के इस युग में, ज्ञान के इस युग में, मुझे विश्वास है कि आप लोग जो भारत जा रहे हैं, ज़रूर आपके ज्ञान मे इज़ाफा होगा, आपके इन्फर्मेशन मे इज़ाफा होगा । वैसे भी हमारे यहाँ एक कहावत है ‘जो फरे, ते चरे। मतलब, जो ज़्यादा घूमता ,है वो जप करता है।
मेरी आप सबको बहुत बहुत शुभकामनाएं है, लेकिन एक आग्रह है, आप भारत में आयें तो टीसीएस के कमरे में बंद मत हो जाना, सटर्डे-सनडे थोड़ा खर्चा करना और मेरे हिन्दुस्तान की और जगहों पर घूमना । इतना पुरातन देश है और देखने जैसा है और उसकी हर बारीकियों का अध्यन करना और जब वापिस आएंगे तब टीसीएस के नहीं, भारत के एम्बेस्डर बनकर आइये। आप भारत के ऐसे मजबूत एम्बेस्डर बनकर आइए कि जापान से बहुत बड़ी मात्रा मे टूरिस्ट,हिन्दुस्तान की ओर जाने के लिए प्रेरित हो जायें।
आपके वहाँ, अगर आप छह महीना रहते हैं और पर-डे तय करें कि मुझे नई डिश खानी है, एक बार भी रिपीट नहीं करनी है और मैं दावे से कहता हूं, छह महीने तक आप रोज नई डिश खा सकते हैं। अगर आप पुणे में जाएंगे तो वहां खाना अलग होगा, अगर आप अहमदाबाद में जाएंगे तो वहां खाना अलग होगा। इतनी विविधताओं से भरा हुआ देश है। अगर आप खुलेपन से वहां जाओगे, तो पता नहीं, जो आप कमरे में बैठकर के सीखने वाले हो, उससे ज्यादा कमरे के बाहर सीखने को मिलेगा।
तो मेरी, आपके इस इनिशिएटिव के लिए, टीसीएस के सभी मित्रों को मेरी बधाई है और जिनको भारत आने का सौभाग्य मिला है, उनको मेरी शुभकामनाएं हैं। मुझे विश्वास है कि वहां से बहुत सी अच्छी स्मृतियां लेकर आप यहां लौटेंगे और सच्चे अर्थ में आप, भारत के एक अच्छे एम्बेसडर बनोगे, यह मेरा विश्वास है।
बहुत-बहुत धन्यवाद, बहुत-बहुत शुभकामनायें।
ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନ୍, ସମ୍ମାନିତ ଅଂଶଗ୍ରହଣକାରୀଗଣ, ନମସ୍କାର!
ପ୍ରଥମ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଭାଗ ନେଇ ମୁଁ ଖୁବ୍ ଖୁସି । ରାଷ୍ଟ୍ରପତି ଶ୍ରୀ ମାକ୍ରୋନଙ୍କୁ ତାଙ୍କର ହାର୍ଦ୍ଦିକ ନିମନ୍ତ୍ରଣ ଏବଂ ଏହି ସମୟୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଶତାବ୍ଦୀ ଧରି, ମହାକାଶ ଆମର କଳ୍ପନାକୁ ପ୍ରେରଣା ଦେଇଛି । ଆଜି, ଏହା ପୃଥବୀରେ ଜଳବାୟୁ ଏବଂ ଫସଲରୁ ଆରମ୍ଭ କରି ମହାସାଗର ଏବଂ ସମ୍ପ୍ରଦାୟ ପର୍ଯ୍ୟନ୍ତ ଜୀବନକୁ ଆକାର ଦେଉଛି । ମହାକାଶର ପ୍ରତିଶ୍ରୁତି ଅସୀମ । ଆମର ଦାୟିତ୍ୱ ମଧ୍ୟ ସାମୂହିକ । ଦିନକୁ ଦିନ କକ୍ଷପଥରେ ଭିଡ଼ ବଢ଼ିବା ସହ ପ୍ରଯୁକ୍ତିବିଦ୍ୟା ଅଧିକ ବିକଶିତ ହେଉଛି ଏବଂ ଏ ସମ୍ପର୍କିତ ଦେଶମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଆମର ବିକଳ୍ପ ନିଶ୍ଚିତ ଭାବରେ ସ୍ପଷ୍ଟ ହେବା ଉଚିତ: ସଂଘର୍ଷ ଅପେକ୍ଷା ସହଯୋଗ , ସ୍ୱଳ୍ପକାଳୀନ ଲାଭ ପରିବର୍ତ୍ତେ ସହଯୋଗ ଏବଂ ବାଦ ଦେବା ପରିବର୍ତ୍ତେ ସମାବେଶନ ହେବା ଉଚିତ୍ ।
ବନ୍ଧୁଗଣ,
ଭାରତର ଦୃଷ୍ଟିକୋଣ ‘ବସୁଧୈବ କୁଟୁମ୍ବକମ୍’ ସିଦ୍ଧାନ୍ତ ଉପରେ ଆଧାରିତ, ଯାହାର ଅର୍ଥ ହେଉଛି - ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ । ଏହି ଭାବନା ବର୍ତ୍ତମାନ ପୃଥିବୀର ସୀମା ଅତିକ୍ରମ କରି ଆଗକୁ ବଢ଼ିବା ଆବଶ୍ୟକ । ଅନ୍ତର୍ଜତୀୟ ଆଇନ, ଆଲୋଚନା ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଧାରିତ ଏକ ସୁରକ୍ଷିତ, ନିରାପଦ, ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ମହାକାଶ କ୍ଷେତ୍ରକୁ ଆମେ ସମର୍ଥନ କରୁଛୁ । ବୈଜ୍ଞାନିକ ତଥ୍ୟଗୁଡିକ ସ୍ୱଚ୍ଛ ଓ ସତ୍ୟନିଷ୍ଠା ସହିତ ସାମୂହିକ କଲ୍ୟାଣରେ ଉପଯୋଗ ହେବା ଉଚିତ ।
ଭାରତର ମହାକାଶ ଯାତ୍ରା ଏହି ଦର୍ଶନକୁ ପ୍ରତିଫଳିତ କରେ । ଏହି ଯାତ୍ରାର ମୁଖ୍ୟ ଆଧାର ହୋଇଥିବା ‘ଇସ୍ରୋ’ ନିଜର ଉତ୍କର୍ଷତା ଏବଂ ସ୍ୱଳ୍ପ-ବ୍ୟୟବହୁଳ ମିଶନ ପାଇଁ ବିଶ୍ୱସ୍ତରୀୟ ପ୍ରଶଂସା ଲାଭ କରିଛି । ଏହାର କ୍ଷମତା କୃଷକ ଓ ମତ୍ସ୍ୟଜୀବୀଙ୍କ ସେବା କରିବା ସହିତ ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ନାଭିଗେସନ (ଦିଗ ନିର୍ଣ୍ଣୟ) କ୍ଷେତ୍ରରେ ସହାୟକ ହୋଇଥାଏ । ଭାରତୀୟ ରକେଟ୍ ମାଧ୍ୟମରେ ୩୪ଟି ଦେଶର ୪୩୦ରୁ ଅଧିକ ଉପଗ୍ରହ ମହାକାଶକୁ ପଠାଯାଇଛି । ଇସ୍ରୋର ପ୍ରଯୁକ୍ତିବିଦ୍ୟା ଏବଂ ଭାଗୀଦାରୀ କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱର ସେବା କରୁଛି ।
ଏହି ବିଶ୍ୱସ୍ତରୀୟ ବିଶ୍ୱାସ ପଛରେ ଭାରତୀୟ ବୈଜ୍ଞାନିକ, ଯନ୍ତ୍ରୀ ଏବଂ ବୈଷୟିକ କର୍ମଚାରୀଙ୍କ ଅନେକ ପିଢ଼ିର ନିଷ୍ଠା ଓ କଠିନ ପରିଶ୍ରମ ରହିଛି । ଦିନରାତି କଠିନ ପରିଶ୍ରମ କରି ସେମାନେ ଗୋଟିଏ ପରେ ଗୋଟିଏ ମିଶନ୍ ଏବଂ ସଫଳତା ମାଧ୍ୟମରେ ଇସ୍ରୋର ବିଶ୍ୱସ୍ତରୀୟ ଖ୍ୟାତି ଗଢ଼ି ତୋଳିଛନ୍ତି ଏବଂ ମହାକାଶ ଅଭିଯାନ ଚଳାଉଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତକୁ ଏକ ଗୌରବମୟ ସ୍ଥାନ ପ୍ରଦାନ କରିଛନ୍ତି ।
ଚନ୍ଦ୍ରଯାନ-୩ ଭାରତକୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିବା ପ୍ରଥମ ରାଷ୍ଟ୍ରରେ ପରିଣତ କରିଛି। ଆଦିତ୍ୟ-ଏଲ୍୧ ସୂର୍ଯ୍ୟଙ୍କ ରହସ୍ୟ ଉନ୍ମୋଚନ କରୁଛି । ଗତ ବର୍ଷ ଜଣେ ଭାରତୀୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନ କରିଥିଲେ । ଭବିଷ୍ୟତକୁ ଦୃଷ୍ଟିରେ ରଖି, ଆମେ ୨୦୩୫ ସୁଦ୍ଧା ଏକ ଭାରତୀୟ ମହାକାଶ ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ଏବଂ ୨୦୪୦ ସୁଦ୍ଧା ଜଣେ ଭାରତୀୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ଲକ୍ଷ୍ୟ ରଖିଛୁ । ଏହି ସମସ୍ତ ପ୍ରୟାସରେ ଆମର ମୂଳ ନୀତି ସ୍ପଷ୍ଟ ରହିଛି; ଏହାର ଲାଭ ସମଗ୍ର ମାନବଜାତି ନିକଟରେ ପହଞ୍ଚିବା ଆବଶ୍ୟକ ।
ଇସ୍ରୋ ସହିତ ଭାରତର ଘରୋଇ ମହାକାଶ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଉଦ୍ୟୋଗୀ ଶକ୍ତି ବା ଉଦ୍ୟମଶୀଳତାର ଶକ୍ତି ଇସ୍ରୋର ଉତ୍କର୍ଷତା ସହିତ ଜଡିତ। ୧୯୬୦ ଦଶକରେ ଥୁମ୍ବାଠାରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରୁ ଫ୍ରାନ୍ସ ଏକ ବିଶ୍ୱସ୍ତ ଅଂଶୀଦାର ରହିଆସିଛି । ଆଜି ଆମର ସହଯୋଗ ପୃଥିବୀ ପର୍ଯ୍ୟବେକ୍ଷଣ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି, ଯାହା ବୈଜ୍ଞାନିକ ଉତ୍କର୍ଷତାକୁ ମାନବୀୟ ଲକ୍ଷ୍ୟ ସହିତ ଯୋଡୁଛି । ଭାରତର ମହାକାଶ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟରେ ସହଯାତ୍ରୀ ହେବା ପାଇଁ ଆମେ ଫ୍ରାନ୍ସ ଏବଂ ସମଗ୍ର ବିଶ୍ୱକୁ ଆମନ୍ତ୍ରଣ କରୁଛୁ ।
ବନ୍ଧୁଗଣ,
ପ୍ୟାରିସରେ ଆୟୋଜିତ ମହାକାଶ ସମ୍ମିଳନୀ ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରୁ: ସମଗ୍ର ମାନବଜାତି ଏବଂ ଆଗାମୀ ପିଢ଼ି ପାଇଁ ଆମେ ମିଳିତ ଭାବେ ମହାକାଶର ଅନୁସନ୍ଧାନ କରିବା, ନୂତନ ଉଦ୍ଭାବନ କରିବା ଏବଂ ମହାକାଶକୁ ସୁରକ୍ଷିତ ରଖିିବା । ମୁଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଉଛି ।
ଧନ୍ୟବାଦ ।


