ବଜେଟରେ ଯେଉଁ ନୂଆ ସୁଧାର ଘୋଷଣା କରାଯାଇଛି, ତାହା ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରାଇବ : ପ୍ରଧାନମନ୍ତ୍ରୀ ମୋଦୀ
ବଜେଟର ଉଦେଶ୍ୟ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା : ପ୍ରଧାନମନ୍ତ୍ରୀ ମୋଦୀ
ବଜେଟରେ କୃଷି କ୍ଷେତ୍ର ପାଇଁ ଇଣ୍ଟେଗ୍ରାଲ ଅପ୍ରୋଚ ଆପଣା ଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ମୁଁ ଏହି ଦଶକର ପ୍ରଥମ ବଜେଟ ପାଇଁ, ଯେଉଁଥିରେ ଭିଜନ ଅଛି, ଆକ୍ସନ ବି ଅଛି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୀ ଓ ତାଙ୍କ ଟିମକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବଜେଟରେ ଯେଉଁ ନୂଆ ସୁଧାର ଘୋଷଣା କରାଯାଇଛି, ତାହା ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରାଇବ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ ଓ ଏହି ଦଶକରେ ଅର୍ଥ ବ୍ୟବସ୍ଥାର ମୂଳଦୁଆ ମଜବୁତ କରିବ ।

ରୋଜଗାରର ପ୍ରମୁଖ କ୍ଷେତ୍ର ହେଉଛି- କୃଷି, ଭିତ୍ତିଭୂମି, ବୟନ ଓ ପ୍ରଯୁକ୍ତି । ରୋଜଗାର ସୁଯୋଗ ବଢ଼ାଇବା ପାଇଁ ଏହି ଚାରିଟିକୁ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ଚାଷୀର ଆୟ ଦୁଇଗୁଣ ହେଉ, ଏହି ଉଦ୍ୟମ ସହିତ 16ଟି ଆକ୍ସନ ପଏଣ୍ଟ ପ୍ରସ୍ତୁତ ହୋଇଛି । ଯାହା ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବୃଦ୍ଧି କରିବ । ବଜେଟରେ କୃଷି କ୍ଷେତ୍ର ପାଇଁ Integrated approach ଆପଣା ଯାଇଛି, ଯାହାଦ୍ୱାରା ପରମ୍ପରାଗତ ପଦ୍ଧତି ସହିତ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନରେ ଭ୍ୟାଲୁ ଏଡିସନ ବଢ଼ିବ ଓ ସେଥିରୁ ରୋଜଗାର ମଧ୍ୟ ବଢ଼ିବ । ବ୍ଲୁ ଇକୋନମି ଅନ୍ତର୍ଗତ ଯୁବବର୍ଗଙ୍କୁ ମତ୍ସ୍ୟ ପ୍ରକ୍ରିୟାକରଣ ଓ ମାର୍କେଟିଂ କ୍ଷେତ୍ରରେ ନୂଆ ଅବସର ମିଳିବ ।

ଟେକ୍ନିକାଲ ଟେକ୍ସଟାଇଲ ପାଇଁ ନୂଆ ମିଶନ ଘୋଷଣା ହୋଇଛି । ମ୍ୟାନମେଡ ଫାଇବରକୁ ଭାରତରେ ଉତ୍ପାଦନ କରିବା ପାଇଁ ତାର କଞ୍ଚାମାଲର ଟିକସ ସରଞ୍ଚନାରେ ସୁଧାର ଅଣାଯାଇଛି । ଗତ ତିନି ଦଶକ ହେଲା ଏହି ସୁଧାରର ଆବଶ୍ୟକତା ଥିଲା ।

ଆୟୁଷ୍ମାନ ଭାରତ ଯୋଜନା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ନୂଆ ଦିଗନ୍ତ ଦେଇଛି । ଏହି କ୍ଷେତ୍ରରେ ମାନବ ସମ୍ବଳ – ଡାକ୍ତର, ନର୍ସ, ଅଟେଣ୍ଡାଣ୍ଟଙ୍କ ସହିତ ମେଡିକାଲ ଉପକରଣ ନିର୍ମାଣର ଅନେକ ସୁଯୋଗ ସୃଷ୍ଟି ହୋଇଛି । ଏହା ବଢାଇବା ପାଇଁ ସରକାରଙ୍କ ଦ୍ୱାରା ନୂଆ ନିଷ୍ପତ୍ତି ନିଆଯାଇଛି ।

ପ୍ରଯୁକ୍ତି କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ପାଇଁ ଏହି ବଜେଟରେ ଆମେ କିଛି ବିଶେଷ ପ୍ରୟାସ କରିଛୁ । ନୂଆ ସ୍ମାର୍ଟ ସିଟି, ଇଲେକ୍ଟ୍ରୋନିକ ମାନୁଫାକ୍ଚରିଂ, ଡାଟା ସେଣ୍ଟର ପାର୍କସ, ବାୟୋ ଟେକ୍ନୋଲଜି ଓ କ୍ୱାଣ୍ଟମ ଟେକ୍ନୋଲଜି ଭଳି କ୍ଷେତ୍ର ପାଇଁ ଅନେକ ପଲିସି ଇନିସିଏଟିଭ ନିଆଯାଇଛି । ଏହାଦ୍ୱାରା ଭାରତ, ଗ୍ଲୋବାଲ ଭାଲ୍ୟୁ ଚେନର ଏକ ଅଭିନ୍ନ ଅଙ୍ଗ ପାଲଟିବା ପାଇଁ ମଜବୁତ ଭାବେ ଆଗକୁ ବଢ଼ିବ ।

ବଜେଟରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ନୂଆ ଓ ଇନୋଭେଟିଭ ଇନିସିଏଟିଭସ୍ ଘୋଷଣା କରାଯାଇଛି । ଯେପରିକି ଏଣ୍ଟରପ୍ରିନରସିପରେ ଡିଗ୍ରୀ କୋର୍ସ, ସ୍ୱାୟତ୍ତ ସଂସ୍ଥାଗଡ଼ିକରେ ଇଣ୍ଟର୍ଣ୍ଣସିପ ଓ ଅନଲାଇନ ଡିଗ୍ରୀ କୋର୍ସର ବ୍ୟବସ୍ଥା । ଭାରତରୁ ଯେଉଁ ଯୁବବର୍ଗ ଚାକିରି ପାଇଁ ବିଦେଶ ଯିବାକୁ ଚାହାନ୍ତି, ସେମାନଙ୍କ ପାଇଁ ବ୍ରିଜ କୋର୍ସର ବ୍ୟବସ୍ଥା ମଧ୍ୟ ହେଉଛି ।

ରପ୍ତାନୀ ଓ MSME କ୍ଷେତ୍ର ରୋଜଗାର ଅବସର ବଢ଼ାଏ । ବଜେଟରେ ରପ୍ତାନୀ ବଢାଇବା ପାଇଁ ନୂଆ ଯୋଜନା ଘୋଷଣା ହୋଇଛି । ଛୋଟ ଉଦ୍ୟମର ଫାଇନାନ୍ସିଂ ପାଇଁ ମଧ୍ୟ କିଛି ନୂଆ ଉଦ୍ୟମ ହୋଇଛି ।

ଆଧୁନିକ ଭାରତ ପାଇଁ ଆଧୁନିକ ଭିତ୍ତିଭୂମିର ଅନେକ ମହତ୍ୱ ରହିଛି । ଭିତ୍ତିଭୂମି କ୍ଷେତ୍ର ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରେ । 100 ଲକ୍ଷ କୋଟି ଟଙ୍କା ବିନିମୟରେ 65 ଶହ ପ୍ରକଳ୍ପ ନିର୍ମାଣ ଯୋଗୁଁ ରୋଜଗାର ସୁଯୋଗ ବେଶ ବଢ଼ିବ । ନ୍ୟାସନାଲ ଲଜିଷ୍ଟିକ୍ସ ପଲିସି ଯୋଗୁଁ ବାଣିଜ୍ୟ, କାରବାର ଓ ରୋଜଗାର, ତିନିଟି କ୍ଷେତ୍ର ଲାଭାନ୍ୱିତ ହେବ । ଦେଶରେ 100 ବିମାନ ବନ୍ଦର ବିକଶିତ କରିବା ଲକ୍ଷ୍ୟ ସାଧାରଣ ଲୋକଙ୍କ ଉଡ଼ିବା ଇଚ୍ଛାକୁ ନୂଆ ଉଚ୍ଚତା ଦେବ, ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରିବ । ଭିତ୍ତିଭୂମି କ୍ଷେତ୍ରରେ ଆମେ ଷ୍ଟାର୍ଟ ଅପ ଓ ପ୍ରକଳ୍ପ ବିକାଶ ମାଧ୍ୟମରେ ଯୁବ ପିଢ଼ିକୁ ନୂଆ ଶକ୍ତି ଦେବୁ ।

ଟିକସ ସରଞ୍ଚନାରେ ଆମୂଳଚୁଳ ପରିବର୍ତ୍ତନ ଯୋଗୁଁ ଭାରତରେ ଅନେକ କ୍ଷେତ୍ରରେ ଭାଲ୍ୟୁ ଆଡିସନର ସମ୍ଭାବନା ବଢ଼ିବ ।

ନିଯୁକ୍ତି ପାଇଁ ବିନିଯୋଗ ସବୁଠାରୁ ବଡ ସଞ୍ଚାଳକ । ଏହି ଦିଗରେ କିଛି ଐତିହାସିକ ପଦକ୍ଷେପ ନିଆଯାଇଛି । ବଣ୍ଡ୍ ମାର୍କେଟକୁ ମଜବୁତ କରିବା ପାଇଁ ଓ ଭିତ୍ତିଭୂମିକୁ ଦୀର୍ଘମିଆଦି ପୁଞ୍ଜି ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି ।

ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁସନ ଟିକସ ହଟାଇବା ଯୋଗୁଁ, କମ୍ପାନୀଗୁଡ଼ିକ ପାଖକୁ 25 ହଜାର କୋଟି ଟଙ୍କା ଆସିବ, ଯାହା ସେମାନଙ୍କୁ ଭବିଷ୍ୟତରେ ବିନିଯୋଗ କରିବାରେ ସାହାଯ୍ୟ କରିବ । ବିଦେଶୀ ବିନିଯୋଗକୁ ଭାରତକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଟିକସ ରିହାତି ଦିଆଯାଇଛି । ଷ୍ଟାର୍ଟ ଅପ୍ ଓ ରିୟଲ ଇଷ୍ଟେଟ ପାଇଁ ମଧ୍ୟ ଟିକସ ସୁବିଧା ଦିଆଯାଇଛି । ଏସବୁ ନିଷ୍ପତ୍ତି ଅର୍ଥ ବ୍ୟବସ୍ଥାକୁ ତୀବ୍ର ବେଗରେ ବଢ଼ାଇବ ଓ ଯୁବପିଢ଼ିଙ୍କୁ ରୋଜଗାରର ନୂଆ ସୁଯୋଗ ପ୍ରଦାନ କରିବ ।

ଏବେ ଆମେ ଆୟକର ବ୍ୟବସ୍ଥାରେ ବିବାଦକୁ ପଛରେ ପକାଇ ବିଶ୍ୱାସ ଯାତ୍ରାରେ ବାହାରିଛୁ ।

ଆମ କମ୍ପାନୀ ଆଇନରେ ଯାହା ଦେୱାନୀ ତ୍ରୁଟି ପରିଲକ୍ଷିତ ହୁଏ, ସେସବୁକୁ ଏବେ ଡିକ୍ରିମିନାଲାଇଜ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଟିକସଦାତା ଚାର୍ଟର ଦ୍ୱାରା ଟିକସଦାତାଙ୍କ ଅଧିକାର ସ୍ପଷ୍ଟ କରାଯିବ ।

MSME ସହ ଜଡିତ ଛୋଟ ଉଦ୍ୟୋଗୀଙ୍କ ଉପରେ ଆମ ସରକାର ସର୍ବଦା ବିଶ୍ୱାସ କରିଛି । ଏବେ 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାରର ଅଡିଟ ଆବଶ୍ୟକତା ରହିବ ନାହିଁ । ଆଉ ଏକ ବଡ଼ ନିଷ୍ପତ୍ତି ଜମାକାରୀ ସୁରକ୍ଷାକୁ ନେଇ ହୋଇଛି । ବ୍ୟାଙ୍କରେ ସେମାନଙ୍କ ପଇସା ସୁରକ୍ଷିତ, ଏହି ବିଶ୍ୱାସ ପ୍ରଦାନ କରିବା ପାଇଁ ଏବେ ଜମାକାରୀ ବୀମାର ସୀମା 1ଲକ୍ଷ ଟଙ୍କାରୁ ବଢ଼ାଇ 5 ଲକ୍ଷ ଟଙ୍କା କରି ଦିଆଯାଇଛି ।

ମିନିମମ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ ଗଭର୍ଣ୍ଣାନ୍ସର ସିଦ୍ଧାନ୍ତକୁ ଏହି ବଜେଟ ଆହୁରି ମଜବୁତ କରିଛି ।

ଫେସଲେସ ଅପିଲର ବ୍ୟବସ୍ଥା, ପ୍ରତ୍ୟକ୍ଷ ଟିକସର ନୂଆ ଓ ସରଳ ସରଞ୍ଚନା, ବିନିବେଶକୁ ଗୁରୁତ୍ୱ, ସ୍ୱୟଂ ପଞ୍ଜିକରଣ ମାଧ୍ୟମରେ ସାର୍ବଜନୀନ ପେନସନର ବ୍ୟବସ୍ଥା, ଏକୀକୃତ ଖରିଦ ପ୍ରଣାଳୀକୁ ଆହୁରି ବଢ଼ାଇବା ଆଦି ପଦକ୍ଷେପ ଯାହା ଲୋକଙ୍କ ଜୀବନରୁ ସରକାର କମ୍ କରିବ, ସେମାନଙ୍କ ଇଜ ଅଫ ଲିଭିଂ ବଢ଼ାଇବ ।

ମ୍ୟାକ୍ସିମମ ଗଭର୍ଣ୍ଣାନ୍ସରେ ଏକ ଲକ୍ଷ ଗ୍ରାମ ପଞ୍ଚାୟତରେ ଅଙ୍ଗନୱାଡି, ସ୍କୁଲ, ହେଲଥ ଓ ୱେଲନେଓ ସେଣ୍ଟର ଏବଂ ଥାନାକୁ ବ୍ରଡବ୍ୟାଣ୍ଡରେ ଯୋଡ଼ିବାର ଐତିହାସିକ ଆରମ୍ଭ ହେବ ।

ଆଜି ସରକାରୀ ଚାକିରି ପାଇଁ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ଅଲଗା ଅଲଗା ପରୀକ୍ଷା ଦେବାକୁ ପଡୁଛି । ଏହି ବ୍ୟବସ୍ଥାକୁ ବଦଳାଇ, ଏବେ ଜାତୀୟ ନିଯୁକ୍ତି ଏଜେନ୍ସି ଦ୍ୱାରା ଆରମ୍ଭ ହୋଇଥିବା ଅନଲାଇନ କମନ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପ୍ରଦାନ କରାଯିବ ।

କୃଷକଙ୍କ ପାଇଁ ସେମାନଙ୍କ ଉତ୍ପାଦକୁ ଠିକ ଭାବେ ମାର୍କେଟିଂ ଓ ପରିବହନ ପାଇଁ- କୃଷକ ରେଳ ଓ କୃଷି ଉଡାନ ଦ୍ୱାରା ନୂଆ ବ୍ୟବସ୍ଥା ପ୍ରସ୍ତୁତ ହେବ ।

ମୋର ବିଶ୍ୱାସ ଅଛି ଯେ କି ଏହି ବଜେଟ ଆୟ ଓ ବିନିଯୋଗକୁ ବଢାଇବା, ଚାହିଦା ଓ ଉପଯୋଗ ବଢ଼ାଇବ, ଆର୍ଥିକ ପ୍ରଣାଳୀ ଓ କ୍ରେଡିଟ ପ୍ରବାହରେ ନୂଆ ସ୍ଫୁର୍ତ୍ତି ଆଣିବ ।

ଏହି ବଜେଟ ଦେଶର ବର୍ତ୍ତମାନ ଆବଶ୍ୟକତା ସହିତ ହିଁ ଏହି ଦଶକରେ ଭବିଷ୍ୟତର ଆକାଂକ୍ଷାକୁ ପୂରଣ କରିବ ।

ମୁଁ ପୁଣି ଥରେ ଦେଶକୁ, ନିର୍ମଳାଜୀ ଓ ଅର୍ଥ ମନ୍ତ୍ରାଳୟର ଟିମକୁ ଏହି ବଜେଟ ପାଇଁ ଶୁଭେଚ୍ଛା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi