ଆପଣ ମାନଙ୍କର ଜ୍ଞାନଗର୍ଭକ ବକ୍ତବ୍ୟ ପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛି । ଆପଣ ମାନଙ୍କର ପର୍ଯ୍ୟବେକ୍ଷଣ ଗୁଡ଼ିକ ସର୍ବପ୍ରଥମ ‘ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ' ର ପରବର୍ତ୍ତୀ ଆଠଟି ଅଧିବେଶନକୁ ମାର୍ଗଦର୍ଶନ କରାଇବ । ଆପଣ ମାନଙ୍କ କଥା ଗୁଡ଼ିକରୁ ଏହା ସ୍ପଷ୍ଟ ଯେ ବିକାଶଶୀଳ ଦେଶ ମାନଙ୍କ ପାଇଁ ମାନବ - କେନ୍ଦ୍ରିକ ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଅଟେ । ଆଜିର ହସ୍ତକ୍ଷେପ ମଧ୍ୟ ଆମ ସମସ୍ତଙ୍କ ମନରେ ଶୀର୍ଷ ସ୍ଥାନରେ ଥିବା ସାଧାରଣ ଆହ୍ୱାନ ଗୁଡିକୁ ସମ୍ମୁଖକୁ ଆଣିଛି । ଏଗୁଡିକ ମୁଖ୍ୟତଃ ଆମର ବିକାଶର ଆବଶ୍ୟକତା ପାଇଁ ସମ୍ବଳର ଅଭାବ ଏବଂ ଉଭୟ ପ୍ରାକୃତିକ ଜଳବାୟୁ ଏବଂ ଭୂ - ରାଜନୈତିକ ଜଳବାୟୁରେ ବୃଦ୍ଧି ପାଉଥିବା ଅସ୍ଥିରତା ସହିତ ସମ୍ବନ୍ଧିତ ଅଟେ । ଏହା ସତ୍ତ୍ୱେ, ଏହା ମଧ୍ୟ ସ୍ପଷ୍ଟ ଯେ ଆମେ ବିକାଶଶୀଳ ଦେଶ ଗୁଡ଼ିକ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।

ବିଂଶ ଶତାବ୍ଦୀରେ ବିକଶିତ ଦେଶ ଗୁଡ଼ିକ ବିଶ୍ୱ ଅର୍ଥ ବ୍ୟବସ୍ଥାର ଚାଳକ ଥିଲେ । ଆଜି, ଏହି ଉନ୍ନତ ଅର୍ଥ ବ୍ୟବସ୍ଥା ଗୁଡ଼ିକ ମଧ୍ୟରୁ ଅଧିକାଂଶ ମନ୍ଥର ହୋଇ ଯାଉଛନ୍ତି । ଖାଲି ସେତିକି ନୁହେଁ, ଏକବିଂଶ ଶତାବ୍ଦୀରେ ବିଶ୍ୱର ଅଭିବୃଦ୍ଧି ବିଶ୍ୱର ଦକ୍ଷିଣ ଭାଗରେ ଅବସ୍ଥିତ ଦେଶ ଗୁଡିକରୁ ଆସିବ । ମୁଁ ଭାବୁଛି, ଯଦି ଆମେ ଏକାଠି ହୋଇ କାମ କରିବା, ତା’ହେଲେ ଆମେ ବିଶ୍ୱ ସ୍ତରୀୟ କାର୍ଯ୍ୟସୂଚୀ ସ୍ଥିର କରି ପାରିବା । ଆଜି ଏବଂ ଆସନ୍ତା କାଲିର ଅଧିବେଶନ ଗୁଡିକରେ, ଆମେ ସେହି ମୂଲ୍ୟବାନ ବିଚାରଧାରା ଗୁଡ଼ିକୁ ବୃଦ୍ଧି କରିବା ଏବଂ ବିକଶିତ କରିବା ଯାହା ଆଜି ଆମ ଆଲୋଚନାରୁ ସୃଷ୍ଟି ହୋଇଛି । ଆମର ପ୍ରୟାସ ହେବ ବୈଶ୍ୱିକ ଦକ୍ଷିଣ ଭାଗ (ଗ୍ଲୋବାଲ୍ ସାଉଥ୍‌) ପାଇଁ କାର୍ଯ୍ୟ ବିଧି (ଆକ୍ସନ୍‌-ପଏଂଟ) ଗୁଡ଼ିକର ପରିଶୋଧନ କରିବା - ଉଭୟ ଯାହା ପାଇଁ ଆମେମାନେ ଏକାଠି କାମ କରି ପାରିବା ଏବଂ ସେଥିପାଇଁ ଯାହାକୁ ଆମେ ସମସ୍ତେ ଏକତ୍ର ବିଶ୍ୱ ସ୍ତରର କାର୍ଯ୍ୟସୂଚୀରେ ଆଶା କରି ପାରିବା । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଏକ ନିଜସ୍ୱ ସ୍ୱର ସ୍ଥିର କରିବାର ଆବଶ୍ୟକତା ରହିଛି । ଏକତ୍ରିତ ଭାବରେ ଆମ ମାନଙ୍କୁ ବ୍ୟବସ୍ଥା ଏବଂ ପରିସ୍ଥିତି ଗୁଡିକ ଉପରେ ନିର୍ଭରଶୀଳତାର ଚକ୍ରରୁ ରକ୍ଷା ପାଇବାର ଆବଶ୍ୟକତା ରହିଛି, ଯାହା ଆମ ଦ୍ୱାରା ପ୍ରସ୍ତୁତ ନୁହେଁ ।

ଆପଣ ମାନଙ୍କର ବହୁମୂଲ୍ୟ ସମୟ, ଉପସ୍ଥିତି ଏବଂ ମୂଲ୍ୟବାନ ମନ୍ତବ୍ୟ ଗୁଡ଼ିକ ପାଇଁ ମୁଁ ପୁଣି ଥରେ ଆପଣ ମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ଧନ୍ୟବାଦ । ଧନ୍ୟବାଦ ଜୀ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's food services market to reach USD 150 billion by FY31, online share to rise to 18%: Report

Media Coverage

India's food services market to reach USD 150 billion by FY31, online share to rise to 18%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World