Every citizen has something or the other to contribute to the nation: PM Modi
Innovation is life. When there is no innovation, there is stagnation: PM Modi
Only Governments & Government initiatives will not make a New India. Change will be powered by each and every citizen of India: PM

ବନ୍ଧୁଗଣ, ଆଜି ମୋର କାମ ଆପଣମାନଙ୍କୁ ଶୁଣିବାର, ଆପଣମାନଙ୍କୁ ବୁଝିବାର ଥିଲା । ଆପଣମାନଙ୍କୁ ଶୁଣିବା, ଆପଣମାନଙ୍କୁ ବୁଝିବା ଏଥିପାଇଁ ଜରୁରୀ ଯେ ମୁଁ ସାର୍ବଜନୀକ ରୂପେ ଏହା ମଧ୍ୟ କହିଥାଏ ଏବଂ ଏହା ମୁଁ  ମଧ୍ୟ ସ୍ୱୀକାର କରୁଛି । କେତେ ବଡ଼ ଦେଶ, ଯଦି ସରକାର ଏହି ଭ୍ରମରେ ରହିଛନ୍ତି ଯେ ସେ ଚଲାଉଛନ୍ତି, ତ ଏହା କୁହାଯିବ; ଏହା କହିବା କଷ୍ଟ ହେବ । ଜଣେ ଶୈଳ ଚତୁର୍ବେଦୀ ନାମରେ, ବିଗତ ପିଢିର କବି ଥିଲେ । ସେ ଏକ ବଡ଼ ଥଟା ମଜା ହାସ୍ୟ-ବ୍ୟଙ୍ଗ ଲେଖା ଲେଖିଥିଲେ - ଆଉ ସେ କହୁଥିଲେ କି ଜଣେ ନେତା କାରରେ ଯାଉଥିଲେ, ଆଉ ନେତାଜୀ ଡ୍ରାଇଭରକୁ କହିଲେ, ଆଜି କାର ମୁଁ ଚଲାଇବି । ତ ଡ୍ରାଇଭର କହିଲା ଆଜ୍ଞା ମୁଁ ଓହ୍ଲାଇ ପଡ଼ିବି । ନେତାଜୀ ପଚାରିଲେ, କାହିଁକି? ତ ଡ୍ରାଇଭର କହିଲା ସାର୍,ଏହା ହେଉଛି କାର, ସରକାର ନୁହେଁ, ଯାହାକି କିଏ ହେଲେ ମଧ୍ୟ ଚଲେଇଦେବ । ଆଉ ଏଥିପାଇଁ ଏହା ଆମ ଦେଶରେ କୌଣସି ନୂଆ କଳ୍ପନା ନୁହେଁ । ଆମେ ସାମାନ୍ୟ କିଛି ପଛକୁ ଚାଲିଗଲେ, ଅଧିକ ନୁହେଁ, ପାଖାପାଖି 50 ବର୍ଷ । ତ ଆମର ଧ୍ୟାନକୁ ଆସିବ କି ସରକାରଙ୍କ ଉପସ୍ଥିତି ବହୁତ କମ୍ ସ୍ଥାନରେ ଥିଲା । ସାମାଜିକ ରଚନା ହିଁ ଏଭଳି ଥିଲା କି ଯାହା ସାମାଜ ବ୍ୟବସ୍ଥାଗୁଡ଼ିକୁ ବଦଳାଇ ଦେଉଥିଲା । ଏବେ କେହି ମୋତେ କୁହନ୍ତୁ କି ଏହି ସ୍ଥାନରେ ଯେଉଁ ଗ୍ରନ୍ଥାଗାର ତିଆରି ହୋଇଛି, ଆମେ ଦେଖୁଛୁ, ତାହା କ’ଣ ସରକାରମାନେ ତିଆରି କରିଛନ୍ତି କି? ସମାଜର କିଛି ମୁଖିଆ, ଯେଉଁଥିରେ ଯାହାର ରୁଚି ଥିଲା, ସେହି କାମକୁ ସେ ଠିଆ କରୁଥିଲେ । ଏପରିକି ଶିକ୍ଷା, ଆମ ଦେଶରେ ଯେବେ ଶିକ୍ଷା ଆଉ ତାହା ସହିତ ଟଙ୍କା - ପଇସା ଆଉ ବେପାର ଏବଂ ବ୍ୟବସାୟ ଯୋଡ଼ି ହୋଇଗଲା, ସେତେବେଳେ ତାହାର ରୂପ-ରଙ୍ଗ ବଦଳି ଗଲା । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସମାଜରେ ଚାରିଟି କାର୍ଯ୍ୟକ୍ରମ କରୁଥିବା ଲୋକମାନେ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାଗୁଡ଼ିକୁ ବିକଶିତ କରିଥିଲେ । ଆଉ ପାଖାପାଖି ଶିକ୍ଷିତ ଭାବ ନେଇ କରିଥିଲେ । ଏପରିକି ଯେଉଁ ଅଂଚଳରେ ପାଣି ନ ଥିବ ପାଣି ପହଂଚାଇବାର ବ୍ୟବସ୍ଥା ମଧ୍ୟ ସାମାଜିକ ବ୍ୟବସ୍ଥା ମଧ୍ୟରେ ହେଉଥିଲା । ଆମେ ରାଜସ୍ଥାନ, ଗୁଜରାଟ ଆଡ଼କୁ ଯିବା ତ ବାବଡ଼ି ଦେଖିବା, ତାହା କୌଣସି ସରକାରୀ ପ୍ରକଳ୍ପ ନ ଥିଲା । ଜନ ସାଧାରଣ ଏହି ଆନ୍ଦୋଳନଗୁଡ଼ିକୁ ଚଲାଉଥିଲେ । ଆଉ ସମାଜର ଯେଉଁ ମୁଖିଆ ଥିଲେ, ସେ ଏହି ଜିନିଷଗୁଡ଼ିକୁ କରୁଥିଲେ । ଆଉ ଏଥିପାଇଁ ଆମ ଦେଶରେ ସରକାରଙ୍କ ଦ୍ୱାରା ବ୍ୟବସ୍ଥା ପ୍ରସ୍ତୁତ ହେଉଥିବ, କିନ୍ତୁ ବିକାଶକୁ ସେ ସର୍ବଦା ସମାଜର ଭିନ୍ନ-ଭିନ୍ନ ରଚନା ଦ୍ୱାରା, ତାଙ୍କର ଶକ୍ତି ଦ୍ୱାରା, ତାଙ୍କର ସାମର୍ଥ୍ୟ ଦ୍ୱାରା, ତାଙ୍କର ସମର୍ପଣ ଦ୍ୱାରା ପ୍ରାପ୍ତ ହୋଇଥାଏ ।

ଏବେ ସମୟ ବଦଳି ଯାଇଛି, ଆଉ ଏଥି ପାଇଁ ବଦଳୁଥିବା ସମୟରେ ଆମକୁ ବ୍ୟବସ୍ଥା ମଧ୍ୟ ବଦଳାଇବାକୁ ହେବ । ଏହା ସେହି ଦିଗରେ ପ୍ରୟାସ ହେଉଛି କି ସମାଜରେ ଏହି ପ୍ରକାରର ଶକ୍ତି ରଖୁଥିବା କେହି ଧନ ସଂପନ୍ନ ଥିବେ ତ କେହି ଜ୍ଞାନ ସଂପନ୍ନ ଥିବେ, ତ କେହି ଅନୁଭବ ସଂପନ୍ନ ଥିବେ, ତ କେହି ସେବା ସଂପନ୍ନ ଥିବେ । ଏଇ, ଇଏ ଯେଉଁ ଶକ୍ତିଗୁଡ଼ିକ ରହିଛି, ଖେଳେଇ ହୋଇ ପଡ଼ିଛି । ଯଦି ଗୋଟିଏ ଥର ସେଗୁଡ଼ିକୁ ଗୋଟିଏ ସୂତାରେ ବାନ୍ଧି ଦିଆ ଯିବ ତ ଏକ ଏଭଳି ଫୁଲ ମାଳା ତିଆରି ହୋଇ ପାରିବ, ଯେଉଁ ଫୁଲ ମାଳା ମାଆ ଭାରତୀକୁ ଅଧିକ ସୁଶୋଭିତ କରିପାରିବ । ତ ଏହା ଏକ ସେଭଳି ପ୍ରୟାସ ଅଟେ କି ସମାଜରେ ଏଭଳି ଯେତିକି ମଧ୍ୟ ଶକ୍ତି ଅଛନ୍ତି, ସେମାନଙ୍କୁ କିଭଳି ଯୋଡ଼ାଯାଇ ପାରିବ?

ଯଦି ଆପଣ ସୂକ୍ଷ୍ମ ଭାବେ ସରକାରଙ୍କ କାମକୁ ଦେଖୁଥିବେ, ଯାହା ଗଣମାଧ୍ୟମରେ ଆସେ ନାହିଁ; କାରଣ ବହୁତ ଜିନିଷ ହୋଇଥାଏ ଯାହା ଗଣମାଧ୍ୟମ ଉପଯୋଗୀ ହୋଇ ନ ଥାଏ, କିନ୍ତୁ ବହୁତ ଉପଯୋଗୀ ହୋଇଥାଏ । ଆପଣ ଦେଖିଥିବେ ଯେ ସରକାରରେ ପଦ୍ମଶ୍ରୀ ଏବଂ ପଦ୍ମବିଭୂଷଣ, ଏହି ପଦ୍ମ ପୁରସ୍କାର; ଆମ ଦେଶରେ ପଦ୍ମ ପୁରସ୍କାର କିପରି ମିଳିଥାଏ? ଯଦି ଆପଣ ଚେଷ୍ଟା କରିଥିବେ ତ ଆପଣଙ୍କୁ ବାଟ ଜଣାଥିବ । କୌଣସି ନେତା ସୁପାରିସ କରି ଦେବେ, ସରକାର ସୁପାରିସ କରିବେ ତ ଅର୍ଥ ଏହି କି ସେ ମଧ୍ୟ ରାଜନୈତିକ ହୋଇଥାଏ, ସେ ସୁପାରିସ କରି ଦେଲେ, ଆଉ ଅଧିକାଂଶ ଯିଏ ରାଜନେତାଙ୍କ ଡାକ୍ତର ଅଟନ୍ତି, ସେ ହିଁ ପଦ୍ମ ପୁରସ୍କାର ପାଇଁ ଉପଯୁକ୍ତ ହୋଇଥାଆନ୍ତି ।

ଆମେ ଛୋଟିଆ ପରିବର୍ତ୍ତନ କରିଛୁ, ଆମକୁ ସୁପାରିସ ପାଇଁ କାହାର ଆବଶ୍ୟକତା ନାହିଁ । ଅନ୍ ଲାଇନ କୌଣସି ମଧ୍ୟ ବ୍ୟକ୍ତି ନିଜ ପାଇଁ, କାହା ପାଇଁ ସବିଶେଷ ତଥ୍ୟ ପଠାଇ ପାରିବେ । କେହି ଖବରକାଗଜରେ ପଢିଛନ୍ତି, କାଟି ପଠାଇ ପାରିବେ । ଭାଇ ଦେଖନ୍ତୁ ଏଭଳି କୌଣସି ବ୍ୟକ୍ତିଙ୍କ ବିଷୟରେ ମୁଁ ଜାଣିଥିଲି । ଆଉ ହଜାର ହଜାର ସଂଖ୍ୟାରେ ଏଭଳି ତଥ୍ୟ ଆସିଲା । ଏହି ଯୁବଗୋଷ୍ଠୀ, ଠିକ ଭାବରେ କାହାକୁ ଜାଣି ନ ଥିଲେ, ମୁହଁ ଜାଣି ନ ଥିଲି । ଯାହା ପଡ଼ିଅଛି ସେଥିରୁ ସେ ଖୋଜିବାକୁ ଆରମ୍ଭ କରିଛନ୍ତି ଆଉ ଚୁଡାନ୍ତ ତାଲିକା କରିଛନ୍ତି । ପୁଣି ଯେଉଁ କମିଟି ପ୍ରସ୍ତୁତ ହୋଇଥିଲା ସେ କାମ କଲେ ଆଉ ଆପଣମାନେ ଦେଖିଥିବେ, ଏଭଳି-ଏଭଳି ଲୋକଙ୍କୁ ଏବେ ପଦ୍ମଶ୍ରୀ ମିଳୁଛି, କି ଯେଉଁମାନେ ହେଉଛନ୍ତି ଅଜଣା-ହିରୋ । ଏବେ ଆପଣ ଦେଖିଥିବେ କି ବଙ୍ଗଳାର ଏକ ମୁସଲିମ୍ ପୁଅ, ଯାହାଙ୍କୁ ଏଥର ପଦ୍ମଶ୍ରୀ ଦେଲୁ । କ’ଣ ଥିଲା? ତ ତାଙ୍କର ନିଜର ମାଆ ମରିଗଲେ, ଆଉ କାରଣ କ’ଣ ଥିଲା ତ ଡାକ୍ତରୀ ଚିକିତ୍ସା ସମ୍ଭବ ନ ଥିଲା । ଆଉ ସେହି ମାଆର ମୃତ୍ୟୁରେ ତାହାଙ୍କ ମନ ଚହଲି ଗଲା ଆଉ ସିଏ ଗୋଟିଏ ମୋଟର ସାଇକେଲରେ ଲୋକଙ୍କୁ ରୋଗୀ କେଉଁଠାରେ ମଧ୍ୟ ଥିଲେ ତ ଉଠାଇ ନେଇ ଡାକ୍ତରଙ୍କ ପର୍ଯ୍ୟନ୍ତ ନେବା ପାଇଁ ନିଜର କାମ ଆରମ୍ଭ କରିଦେଲେ । ନିଜେ ମଧ୍ୟ ପେଟ୍ରୋଲ ଖର୍ଚ୍ଚ କରୁଥିଲେ, ବହୁତ କିଛି ପରିଶ୍ରମ କରୁଥିଲେ । ଆଉ ସେହି ସାରା ଅଂଚଳରେ ଆମ୍ବୁଲାନ୍ସ ଅଙ୍କଲ(ଦାଦା)ଙ୍କ ନାମରେ ସେ ଜଣା ଯିବାକୁ ଲାଗିଲେ । ଏବେ ସେ ନିଜେ-ନିଜେ ସେବା କରୁଥିଲେ, ଆସାମର, ବଙ୍ଗଳାର ସେହି ଅଂଚଳମାନଙ୍କରେ । ସରକାରଙ୍କ ଧ୍ୟାନକୁ ଆସିଲା, ଏଭଳି ଲୋକଙ୍କୁ ପଦ୍ମଶ୍ରୀ ଦିଆଗଲା । କହିବାର ତାତ୍ପର୍ଯ୍ୟ ଏହି କି ସରକାରଙ୍କ ଚେଷ୍ଟା ହେଉଛି ଯେ ପ୍ରତିଟି କୋଣରେ, ପ୍ରତିଟି ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ରହିଛି ଦେବା ପାଇଁ । ଆମେ ଏହାକୁ ଯୋଡ଼ିବାକୁ ଚାହୁଁଛୁ, ଏହି ହେଉଛି ଆମର ଦ୍ୱି-ସୂତ୍ରୀ ପ୍ରୟାସ । ଆଉ ତାହାର ଫଳ ସ୍ୱରୂପ ଆମେ ଗୋଟିଏ ବ୍ୟବସ୍ଥା କଲୁ ।

ଏହା ଠିକ ଯେ ଏଥିରେ ସମସ୍ତଙ୍କୁ ଲାଗୁଥିବ କି ଭାଇ ନାଇଁ ସେ ଆସିଥା’ନ୍ତା ତ ଭଲ ହୋଇଥା’ନ୍ତା, ତାଙ୍କୁ ଡାକିଥା’ନ୍ତେ ତ ଭଲ ହୋଇଥା’ନ୍ତା । ବହୁ ପରାମର୍ଶ ଥିବ । କିନ୍ତୁ ଏହା ପ୍ରଥମ ପ୍ରୟାସ ଥିଲା । ସମ୍ପୂର୍ଣ୍ଣ ଭାବେ ସରକାରୀ ପ୍ରୟାସ ଥିଲା ଆଉ ଏଥିପାଇଁ ଏଥିରେ ବହୁତ ଅସୁବିଧା ଥାଇପାରେ । ଆମର ଚିନ୍ତା କରିବାର ଉପାୟରେ ମଧ୍ୟ ତୃଟି ଥାଇ ପାରେ । କିନ୍ତୁ ମୁଁ ଚାହୁଁଛି କି ଏହା ହେଉଛି ଯେଉଁ ପ୍ରୟୋଗ, ଏହାକୁ ଆମେ ଆନୁଷ୍ଠାନିକ କିଭଳି କରିବା? ଏହାକୁ ବାର୍ଷିକ-ପ୍ରସଙ୍ଗ କିଭଳି କରିବା? ଆଉ ଏହାକୁ ଏକ ପ୍ରକାରରେ ସରକାରଙ୍କ ସଂପ୍ରସାରଣ ରୂପେ, ଯେଭଳି ଆପଣମାନେ 6 ଟି ଦଳ ଗଠନ କରିଛନ୍ତି, 6 ଟି ଦଳରେ ମଧ୍ୟ ଗୋଟିଏ ଦଳ ରେ ପାଞ୍ଚ-ପାଞ୍ଚଟି ଅଲଗା ବିଷୟରେ ଆପଣ ଦୃଷ୍ଟ  ଦେଲେ, ଅଲଗା-ଅଲଗା କଥାରେ ଆପଣ ଦୃଷ୍ଟି ଦେଲେ ।

ଏବେ ମୋ ମନରେ ବିଚାର ଆସୁଛି କି କ’ଣ ଏହି ଦଳ ସେହି ସମ୍ପୃକ୍ତ ମନ୍ତ୍ରଣାଳୟ ସହ ସବୁଦିନ ପାଇଁ ଯୋଡ଼ି ହୋଇପାରିବ? ଯିଏ ଡିଜିଟାଲ ଉପରେ କାମ କଲେ, ସେ ହିଁ ଯଦି ନିଜର ସମୟ ଦିଅନ୍ତି ତ ମୁଁ ସରକାରରେ ଯେଉଁମାନେ ଡିଜିଟାଲ ଇଣ୍ଡିଆର କାମ ଦେଖୁଛନ୍ତି, ସେହି ଅଫିସରଙ୍କ ସହିତ, ସେହି ମନ୍ତ୍ରୀଙ୍କ ସହିତ ଗୋଟିଏ ଦଳ କରି ଦେବି । ସବୁ ମାସରେ ସେ ବସିବେ, ନୂଆ-ନୂଆ କଥା ଉପରେ ସେ ଚର୍ଚ୍ଚା କରିବେ, କାରଣ ଯେଭଳି ଏଠାରେ ସୂଚୀ କହୁଥିଲେ କି ଲୋକଙ୍କୁ, ଭାଇ ମୋତେ ତ ଜଣା ନାହିଁ, ମୁଁ ତ ଜାଣି ନାହିଁ ଡିଜିଟାଲ କ’ଣ । ଏହା କେବଳ ସାଧାରଣ ମନୁଷ୍ୟର ନୁହେଁ, ସରକାରଙ୍କ ଭିତରେ ମଧ୍ୟ ଅଛି ଆଜ୍ଞା । ସରକାରଙ୍କ ମଧ୍ୟରେ ଡିଜିଟାଲର ଅର୍ଥ ହେଉଛି ହାର୍ଡ଼ୱେର କିଣିବା । ସରକାରଙ୍କ ମଧ୍ୟରେ ଡିଜିଟାଲର ଅର୍ଥ ହେଉଛି ଆଗରୁ ଯେପରି ଫୁଲ ପାତ୍ର ରଖୁଥିଲେ ଏବେ ଗୋଟିଏ ବଢ଼ିଆ ଲାପଟପ୍ ରଖିବା । ଫଳରେ କୌଣସି ଆଗନ୍ତୁକ ଆସନ୍ତି ତ ଲାଗୁ କି ଭାଇ ଆମେ ହେଉଛୁ ଆଧୁନିକ । ତ ଏହି ଚିନ୍ତାଧାରା ଥିବା ସରକାର ହୋଇଥାଏ କି, ଏବେ 50-55 ପରେ ସେହି ଭାରତ ସରକାରରେ ଲୋକ ଆସନ୍ତି, ଏବେ ଆପଣ 30 ତଳର ମାନସିକ ସ୍ଥିତି ରଖୁଥା’ନ୍ତି ତ, ମୁଁ ଏହି ଦୁଇଟିକୁ ମିଶାଇବାକୁ ଚାହୁଁଥିଲି । ଏହା ହେଉଛି ତାହାର ଶୁଭାରମ୍ଭ । ଆଉ ମୋ ପାଇଁ ଏହା ହେଉଛି ଖୁସୀର କଥା ଯେ ଆଜି ସରକାରରେ ମୋ ସହିତ ଯେଉଁ ଟିମ୍ ଅଛନ୍ତି, ସଚିବଙ୍କ, ମନ୍ତ୍ରୀଙ୍କ, ଯଦି ମାନି ନିଅନ୍ତୁ ଗୋଟିଏ 200 ଲୋକଙ୍କ ଟିମ୍ ମୁଁ ମାନି ନେବି, ମୋର ତାଙ୍କ ସହିତ ଲଗାତାର ଭାବବିନିମୟ ହାଇଥାଏ ଆଉ ପ୍ରଧାନମନ୍ତ୍ରୀ ଭାବେ ହୋଇ ନ ଥାଏ । ମୁଁ ସହଯୋଗୀ ଭଳି ତାଙ୍କ ସହିତ ନିଜର ସମୟ ଅତିବାହିତ କରେ । ଏବେ ବିଗତ ତିନି ବର୍ଷର ଅନୁଭବ ପରେ ମୁଁ କହି ପାରିବି କି ଯେଭଳି ସେ କୃଷକ ଜମି ଚାଷ କରେ ନା, ବର୍ଷା ଆସିବ, କେବେ ଆସିବ ଜଣା ନାହିଁ, କେଉଁ ଫସଲ ହେବ କିଭଳି ହେବ, ଜଣା ନାହିଁ, ଫସଲ ହେବ ତ ବଜାରରେ ମୂଲ୍ୟ ମିଳିବ; କିନ୍ତୁ ପୁଣି ମଧ୍ୟ ସେ ହଳ ଯୋଚି ଥାଏ । ମୁଁ ମଧ୍ୟ ମୋର 200 ଲୋକଙ୍କ ବୁଦ୍ଧିକୁ ଯୋଚିବାର କାମ ବହୁତ କରିଛି । ଆଉ ମୁଁ ଅନୁଭବରୁ କହି ପାରିବି, କି ଆଜି ସେ କୌଣସି ମଧ୍ୟ ବିଚାର-ବୀଜକୁ ଗ୍ରହଣ କରିବା ପାଇଁ ଲାଳାୟିତ, ଉତ୍ସାହିତ, ଆଉ ସମ୍ପୂର୍ଣ୍ଣ ଭାବେ ତାହା ସହିତ ଯୋଡ଼ି ହେବା ପାଇଁ ପ୍ରସ୍ତୁତ । ଏହା ନିଜ-ନିଜ ମଧ୍ୟରେ ହେଉଛି ଏକ ବହୁତ ବଡ଼ ପରିବର୍ତ୍ତନ ବୋଲି ମୁଁ ଭାବୁଛି । ସରକାରରେ ମୋର ସିନିୟର ଟିମ୍ ସବୁ ନୂଆ ଜିନିଷକୁ ଖୋଜିବା ପାଇଁ, ବୁଝିବା ପାଇଁ, ସ୍ୱୀକାର କରିବା ପାଇଁ ପ୍ରତିବନ୍ଧକ ନ ହୋଇ ସେଥିରେ ସୁଯୋଗ ଖୋଜୁଛନ୍ତି, ଆଉ ପ୍ରୟାସ କରୁଛନ୍ତି । ଏହି ଗୋଟିଏ କାରଣରୁ ମୋର ସାହସ ବଢ଼ିଛି, ଆପଣମାନଙ୍କୁ ମୋ ସହିତ ଯୋଡ଼ିବା ପାଇଁ । ଯଦି ସେହି ପ୍ରତିବନ୍ଧକ ଥାଆନ୍ତା, ମୁଁ କରି ନଥା’ନ୍ତି, ଭାବି ମଧ୍ୟ ନ ଥା’ନ୍ତି । କାରଣ ଆଜି ଆପଣମାନେ ହିଁ ଏଠାରୁ 6 ମାସ ପରେ ଯାଇ ନକରାତ୍ମକ ଭାବନାର ସବୁଠାରୁ ବଡ଼ କାରଣ ହୋଇଥା’ନ୍ତେ । ଆଉ ମୁଁ ନିଜେ କହିଥା’ନ୍ତି, ଛାଡ଼ ସାଙ୍ଗ, ସମସ୍ତେ କଥା ତ ବହୁତ କହନ୍ତି, ସମସ୍ତେ ହେଉଛନ୍ତି ଏହି ଭଳି । କିନ୍ତୁ ମୁଁ ଏହି ସାହସ ଏଇଥିପାଇଁ କରୁଛି କି ମୋତେ ଜଣା ଅଛି କି ମୋର ହେଉଛି ମୁଖ୍ୟ ଟିମ୍, ସେ ନୂଆ ଜିନିଷଗୁଡ଼ିକୁ ସ୍ୱୀକାର କରିବା ପାଇଁ ବହୁତ ଉତ୍ସାହିତ । ଆପଣ ଯେତେ କଥା କହିଛନ୍ତି, ଆପଣ କାଲି ମଧ୍ୟ ତାଙ୍କ ସହିତ ଚର୍ଚ୍ଚା କରିଛନ୍ତି ଆଜି ମଧ୍ୟ ସେମାନେ ଏଠାରେ ବସିଛନ୍ତି, ସେମାନଙ୍କ ମଧ୍ୟରୁ କିଛିଜଣ । ତ ଆମକୁ ଏହି ପ୍ରୟାସ ଲମ୍ବା ଚଲାଇବାର ଅଛି, ଆମକୁ ଆଗକୁ ବଢ଼ିବାର ଅଛି ।

ଆପଣମାନଙ୍କୁ ମୋର ଅନୁରୋଧ କି ଆପଣମାନଙ୍କ ମଧ୍ୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଜଣେ ଅନ୍ୟ ଜଣକୁ ପ୍ରଥମ ଥର ଦେଖା କରୁଥିବେ । ବୋଧହୁଏ ଶୁଣିଥିବେ, ପଢ଼ିଥିବେ, ସୋସିଆଲ ମାଧ୍ୟମରୁ ଜାଣିଥିବେ କି କେହି ଜଣେ ସଜ୍ଜନ ଅଛନ୍ତି ଯିଏ ଏହି ଦିଗରେ କିଛି କାମ କରୁଛନ୍ତି । ଏବେ ଆପଣଙ୍କର ପରିଚୟ ହୋଇଛି, ଆପଣଙ୍କର ଗୋଟିଏ ଟିମ୍ ଗଠନ ହେଉଛି । ହୋଇପାରେ ସମସ୍ତ 212 ଲୋକଙ୍କର ହୋଇ ନ ଥିବ, କିନ୍ତୁ ଯେଉଁ 30-35ଙ୍କର ଦଳ ହୋଇଥିବ, ତାଙ୍କୁ ତ ନିଶ୍ଚିତ ପରିଚୟ ଆସିଥିବ; ଚିନ୍ତା କରିବାର ଉପାୟ କ’ଣ ସାମ୍ନା ବାଲାର, ଯୋଗଦାନ କ’ଣ, ସବୁ ଆପଣ ମୂଲ୍ୟାୟନ କରିଥିବେ ।

କେହି ଅଧିକ ସମୟ ଖାଇଛନ୍ତି ତାହା ମଧ୍ୟ ଆପଣଙ୍କୁ ଜଣାଥିବ । କିଏ ଏଠି ନିଜର ବ୍ୟବସାୟ ପାଇଁ ନେଟୱାର୍କିଂରେ ସମୟ ଦେଉଛି ତ ତାହା ମଧ୍ୟ ଆପଣଙ୍କୁ ଜଣା ଥିବ । ସବୁକିଛି ଆପଣଙ୍କୁ ଧ୍ୟାନ ଆସି ଯାଇ ଥିବ । ଆଉ ଏଥିପାଇଁ ଆପଣଙ୍କୁ ପୂରା ଯୋଗ-ବିଯୋଗର ପଏଣ୍ଟ ଜଣାଅଛି । ମୋର ବିଶ୍ୱାସ କି ଆପଣ ଏହା ଦ୍ୱାରା ନିଜ ଉପାୟରେ ଏହି ବିଷୟରେ; ବିଷୟ ଛାଡ଼ନ୍ତୁ ନାହିଁ; ଆଉ ନୂତନ ଦୂନିଆ ସାରା ଅଚାନକ କୌଣସି ଘଟଣା ଘଟିଗଲେ ସେଥିରେ ପଡ଼ନ୍ତୁ ନାହିଁ । ଏହି ଯେଉଁ ସବୁ ବିଷୟରେ ଆପଣ କାମ କରିଛନ୍ତି, ଯେଭଳି ଜିନିଷ ବଦଳି ଯିବ ସେଥିରେ ଯୋଡ଼ୁଥିବେ କି? ଆଉ ତାହାକୁ ଆପଣ ଉନ୍ନତ କରିବେ, ଆଉ ଶାଣିତ କରିବେ, ବହୁତ ଫୋକସ୍, ଏବେ ଏହି ଚିନ୍ତାଧାରା ଅଛି । କ’ଣ ଆପଣ ଚିନ୍ତାଧାରା ସହିତ ମାର୍ଗଚିତ୍ର ମଧ୍ୟ କରି ପାରିବେ କି? ଉପଲବ୍ଧ ପାଇଁ ଆପଣ ଏହି ଜିନିଷର ସମ୍ବଳ କ’ଣ ହେବ । ଆନୁଷ୍ଠାନିକ ବ୍ୟବସ୍ଥା କ’ଣ ହେବ, ସରକାର ଅଛନ୍ତି ତ ନିୟମରେ ଚାଲିଥା’ନ୍ତି ତ ନିୟମ ବଦଳାଇବାର ଅଛି, ତ ନିୟମ କିପରି ବଦଳିବ, କି ନିୟମ ହେବା ଦରକାର । ସରକାର କାଗଜରେ ଚାଲିଥା’ନ୍ତି । ଯେ ପର୍ଯ୍ୟନ୍ତ ଜିନିଷ କାଗଜ ଉପରେ ଲେଖା ହୋଇ ନ ଥାଏ, ସରକାରରେ କୌଣସି ଜିନିଷ ତଳକୁ ଆସି ନ ଥାଏ । ସେଥିପାଇଁ ଆପଣ କ’ଣ କରିପାରିବେ? କିପରି ଯୋଡ଼ି ପାରିବେ? କ’ଣ ଆପଣଙ୍କ ମଧ୍ୟରୁ କେହି ନେତୃତ୍ୱ ନେଇ, ଭାଇ ଚାଲନ୍ତୁ ମାସେ ପରେ ପୁଣି ଥରେ କେଉଁଠି ବସିବା । ଆପଣ ଦେଖନ୍ତୁ, ଆପଣ ବହୁତ ବଡ଼ ଯୋଗଦାନ କରିପାରିବେ । ଆପଣ ନିଜସ୍ୱ ଶୈଳୀରେ ଏକ ଡ଼ିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରି ପାରିବେ । ଆପଣଙ୍କ ହିଁ ଟିମର କେହି ଜଣେ ନେତୃତ୍ୱ କରନ୍ତୁ, ଆଉ ସେହି ଡ଼ିଜିଟାଲ ପ୍ଲାଟଫର୍ମରୁ ଆପଣ ନିଜସ୍ୱ ଶୈଳୀରେ ନୂଆ ନୂଆ ଲୋକଙ୍କୁ ଆମନ୍ତ୍ରଣ କରନ୍ତୁ । ହୋଇପାରେ ଆପର ମାସକୁ ଥରେ ଗୁଗୁଲ ହ୍ୟାଙ୍ଗ ଆଉଟରେ କନଫେରେନ୍ସ ମଧ୍ୟ କରନ୍ତୁ, ବିତର୍କ କରନ୍ତୁ, କେବେ ବର୍ଷକରେ ଥରେ ଦୁଇଥର ଦେଖା କରି ଆଲୋଚନା କରନ୍ତୁ । ଯଦି ଆପଣ ଏଗୁଡିକ କଲେ, ଆଉ ଏହି ମନ୍ଥନ ଚାଲୁ ରହିଲା, ତ ଆପଣଙ୍କୁ ସରକାରରେ ଯଥା ସମୟରେ ଜିନିଷ ଦେବାର ଶକ୍ତି ଆସିବ । ଆଉ ଯଥା ସମୟରେ  ଯେବେ ଜିନିଷ ଆସେ ତ  ବହୁତ ବଡ଼ ପରିବର୍ତ୍ତନ ଆସିଥାଏ, ଆଜ୍ଞା ।

କେବେ କେମିତି ସରକାରୀ ତନ୍ତ୍ରର ନିଜସ୍ୱ ଅସୁବିଧା ମଧ୍ୟ ଅଛି, ନିଜସ୍ୱ ଚମତ୍କାରିତା ମଧ୍ୟ ରହିଛି । ସେହି ଅସୁବିଧା ଗୁଡିକ ମଧ୍ୟରେ ଆପଣ କେବେ ସାହାଯ୍ୟକାରୀ ମଧ୍ୟ ହୋଇ ପାରନ୍ତି । ଆଉ ଆମ ଦେଶ ଏମିତି ନୁହେଁ ଯେ କୌଣସି ବହୁତ ବଡ଼ ଅସାଧାରଣ ଜିନିଷର ଆବଶ୍ୟକତା ରହିଛି । ଛୋଟ ଛୋଟ ଜିନିଷ, ବହୁତ ବଡ଼ ପରିବର୍ତ୍ତନ ଆଣିପାରିଥାଏ ଆଜ୍ଞା । ଆଉ ପ୍ରଚେଷ୍ଟା ନିଜକୁ ନିଜେ, ଆପଣ ଅଳ୍ପ ଟିକେ ସରକାରଙ୍କ କାମକୁ ଦେଖିବେ, ଛୋଟ ଛୋଟ ଏତେ ପରିବର୍ତ୍ତନ ହୋଇଛି ଏବଂ ଯାହା ସମସ୍ତ ବ୍ୟବସ୍ଥାକୁ ବଦଳାଇ ଦେଇଛି ।  ଏବେ ଯେମିତି ଏକ ସାଧାରଣ ବ୍ୟବହାର, ଆପଣ ମତେ କୁହନ୍ତୁ ମୋ ଦେଶର ସାଧାରଣ ନାଗରିକ ସରକାର ସେମାନଙ୍କ ଉପରେ ଭରସା କରିବା ଆବଶ୍ୟକ ନା ଆବଶ୍ୟକ ନୁହେଁ? ସତ୍ୟ-ସିଧା ଉତ୍ତର ହେଉଛି ଆଜ୍ଞା, କରିବା ଦରକାର ।

କିନ୍ତୁ ସରକାର ନିର୍ବାଚିତ କର୍ପୋରେଟର ଉପରେ ଭରସା କରିଥାଏ, ନିର୍ବାଚିତ ବିଧାୟକ ଉପରେ ଭରସା କରିଥାଏ, ସରକାର ଗେଜେଟେଡ ଅଫିସର ଉପରେ ଭରସା କରିଥାଏ । ଆଉ ଏହି ଆଇନ କ’ଣ ଥିଲା କି ଯଦି ଆପଣଙ୍କର କୌଣସି ସାର୍ଟିଫିକେଟ ଅଛି ଏବଂ ଆପଣଙ୍କୁ ଆବେଦନ କରିବାର ଅଛି, ତ ତାକୁ ପ୍ରମାଣିତ କରିବା ପାଇଁ ତାଙ୍କ ଘରକୁ ଯିବାକୁ ପଡିବ, ସେ ଗୋଟିଏ ଷ୍ଟାମ୍ପ ମାରିଦେବେ ଆଉ ସେ ମଧ୍ୟ ଦେଖନ୍ତି ନାହିଁ । ବାହାରେ ଜଣେ ପିଲା ବସିଥାଏ, ଯିଏ ମଧ୍ୟ ଆସୁ ତାଙ୍କ ଠାରୁ ମୁଦ୍ରା(ଟଙ୍କା) ନେଇ ଷ୍ଟାମ୍ପ ମାରି ଚାଲିଥାଏ, ଆଉ ଆପଣଙ୍କୁ ପ୍ରମାଣିତ କରି ନେଇ ପୁଣି ସରକାରଙ୍କ ପାଖକୁ ପଠାଇବାକୁ ପଡିବ । ମୁଁ ଆସିବା ପରେ କହିଲି ଭାଇ କ’ଣ ଆବଶ୍ୟକତା ଅଛି? ନିଜକୁ ନିଜେ ପ୍ରମାଣିତ କରିବାକୁ ଦିଅନ୍ତୁ ନା, ନିଜେ ଆଟେଷ୍ଟେଡ କରିବାକୁ ଦିଅନ୍ତୁ ନା, ହଟାଇ ଦେଲୁ । ଜିନିଷ ହେଉଛି ଛୋଟ, କିନ୍ତୁ ସେଥିରେ ବହୁତ ବଡ଼ ସନ୍ଦେଶ ବା ବାର୍ତ୍ତା ଅଛି କି ମତେ ମୋ ଦେଶର ଲୋକଙ୍କ ଉପରେ ଭରସା ଅଛି । ମଝିରେ, ମଝିରେ କୌଣସି ବ୍ୟବସ୍ଥାର ଆବଶ୍ୟକତା ନାହିଁ, ହଁ ଯେତେବେଳେ ଚୂଡାନ୍ତ ସାକ୍ଷାତକାର ପାଇଁ ଡାକରା ଆସିବ, କିମ୍ବା ଯେତେବେଳେ ନିଷ୍ପତ୍ତି କରିବାକୁ ହେବ, ତ ଆପଣଙ୍କୁ ଅସଲି ନଥି ବା ଦସ୍ତାବିଜ ଦେଖାଇବାକୁ ପଡିବ ସେଦିନ । ଏମିତି ଆପଣଙ୍କୁ ବୋଧହୁଏ ଏହି ସରକାରରେ ତିନି ବର୍ଷରେ ହଜାର ହଜାର ଜିନିଷ ମିଳିବ, ଯେଉଁଥିରେ ଜିନିଷକୁ, ଏବେ ଦେଖନ୍ତୁ, ଆମେ ଭ୍ରଷ୍ଟାଚାରର ଏଠି ଚର୍ଚ୍ଚା ହେଉଥିଲା, ଆଉ କୁଳୀନ କହୁଥିଲା କି ଆମେ ନ୍ୟାୟ ବ୍ୟବସ୍ଥାକୁ ଠିକ୍ କରିବା ତ ସବୁ ହୋଇଯିବ । କୁଳୀନ କରି ପାରିବ ।

ପ୍ରକୃତରେ ଦେଖନ୍ତୁ ଆମେ ପରିବାରରେ ଟଙ୍କା ରଖିଥାଉ ଅବା ଗହଣା ରଖିଥାଉ, ତାଲାଦେଇ ରଖିଥାଉ । କ’ଣ ଏହି ତାଲା ଚୋର ପାଇଁ ହୋଇଥାଏ? ଡାକୁ ପାଇଁ କ’ଣ ହୋଇଥାଏ? ସିଏ ତ ପୁରା ସିନ୍ଦୁକ ଉଠାଇ ନେବାର ଶକ୍ତି ରଖିଥାଏ, ଆପଣଙ୍କର ସେହି ତାଲା ଭାଙ୍ଗିବାର ଶକ୍ତି ରଖିଥାଏ । ଏହା ତା’ପାଇଁ ନୁହେଁ, ଏହା ଏଇଥିପାଇଁ କି ଘରେ ପିଲାଙ୍କର ଅଭ୍ୟାସ ଖରାପ ନ ହେଉ । ଏହି ବ୍ୟବସ୍ଥା ଆପଣ ଏଇଥି ପାଇଁ ତିଆରି କରିଛନ୍ତି, କି ଘରେ ପିଲାଙ୍କୁ ଅଭ୍ୟାସ ନ ହୋଇଯାଉ କି, ନିଜକୁ ନିଜେ ଖୋଲି କିଛି ନେଇଯିବାର ଅଭ୍ୟାସ ହୋଇଯାଉ ଆଉ ପକେଟରେ ପୂରାଇ ବାହାରକୁ ନେଇ କିଛି ଖରାପ ଅଭ୍ୟାସରେ ପଡ଼ି ନ ଯାଉ । ଆମେ ଆମର ନିଜସ୍ୱ ବ୍ୟବସ୍ଥାରେ ନିଜକୁ ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥା  ବିକଶିତ କରିଥାଏ ।  ଭ୍ରଷ୍ଟାଚାର ମଧ୍ୟ ଦୁର୍ଭାଗ୍ୟ କାରଣରୁ  ସାଂଗଠନିକ ହୋଇଗଲାଣି । ଯେତେବେଳେ ପର୍ଯ୍ୟନ୍ତ ଆପଣ ବିକଳ୍ପ ସାଂଗଠନିକ ବ୍ୟବସ୍ଥା କରିପାରିବେ ନାହିଁ, ଆପଣ ତାହାକୁ ରୋକି ପାରିବେ ନାହିଁ ।

ଏବେ ଯେମିତି ଆମ ଦେଶରେ ଏତେ ଦଲାଲ ଅଛନ୍ତି ଆଜ୍ଞା, କାରଣ ସେମାନଙ୍କୁ  ମଧ୍ୟ ନିଜର ନିତିଦିନିଆ ରୋଜଗାର ଆବଶ୍ୟକ । ତାହା ମଧ୍ୟ ହେଉଛି ଏକ ରୋଜଗାରର କ୍ଷେତ୍ର ଆଉ ଏମିତି ଲୋକ ଯେଉଁମାନେ ବେକାର ହୋଇଗଲେ, ସେମାନେ ଏହି ଦିନଗୁଡିକରେ ବହୁତ ପାଟି କରୁଥିଲେ; ରୋଜଗାର ନାହିଁ, ରୋଜଗାର ନାହିଁ । ଗରିବ ଘରକୁ ଏମିତି କେତେଲୋକ ଯାଆନ୍ତି କି, ବାସ୍ 50 ହଜାର ଟଙ୍କା ଦିଅନ୍ତୁ, ପୁଅକୁ ପିଅନ ଚାକିର ଦେଇ ଦେବି, ବାସ୍ 20 ହଜାର ଟଙ୍କା ଦିଅନ୍ତୁ, ଏହି ଖାଲି ସ୍ଥାନରେ ଅସ୍ଥାୟୀ ଚାକିର ଦେଇ ଦେବି, ଏମିତି ଦଲାଲ ଘୁରି ବୁଲନ୍ତି । ଆମେ ଆସି ସ୍ଥିର କଲୁ କି ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀରେ, କିଏ ମତେ କୁହନ୍ତୁ କି ସାକ୍ଷାତକାରର କ’ଣ ନ୍ୟାୟସଙ୍ଗତ ଯୁକ୍ତି ରହିଛି? ଆଉ ଏମିତି ବିଶ୍ୱରେ କ’ଣ ମନୋବିଜ୍ଞାନ ପ୍ରସ୍ତୁତ ହୋଇ ରହିଛି କି, ଯେ କୋଠରୀରେ ଜଣେ ବ୍ୟକ୍ତି ଏଠାରେ ପ୍ରବେଶ କରିଥାନ୍ତି, ତିନି ଲୋକଙ୍କୁ ନେଇ ଗଠିତ ପାନେଲ ବସି ଥାଆନ୍ତି, ସେ ସେଠାରେ ତିରିଶି ସେକେଣ୍ଡ ସମୟ ବିତାଇ ଥାଏ, ସେମାନେ ଦେଖିଥାଆନ୍ତି କାହାକୁ ଫାଙ୍କା ମିଳିଥାଏ ତ ପଚାରି ଥାଆନ୍ତି । ଆଚ୍ଛା-ଆଚ୍ଛା ସାକ୍ଷାତକାର ହୋଇଗଲା ।

ମୁଁ ତ ସାହେବ ଏବେ ଏମିତି ସ୍କାନର କେଉଁଠି ପଢ଼ି ନାହିଁ । ଏହାର ଅର୍ଥ ଏଥିରେ ଅନିୟମିତତା ହୋଇଛି । ଏହି ସରକାର ଆସି ନିଷ୍ପତ୍ତି କରିଦେଲେ, ସରକାର 65%ରୁ ଅଧିକ ରୋଜଗାର ଏହିପରି ହୋଇଥାଏ । ମୁଁ ସମସ୍ତ ସାକ୍ଷାତକାରର ଅନ୍ତ କରିଦେଲି, ଆପଣଙ୍କର ମେଧା ତାଲିକା କମ୍ପ୍ୟୁଟର ପ୍ରସ୍ତୁତ କରିବ, ଯିଏ ମେଧା ତାଲିକାର ଶୀର୍ଷ ସ୍ଥାନରେ ରହିବ ତାକୁ ଚାକିର ମିଳିବ, ହୋଇପାରେ 2%, 5% ଏମିତି ବି ଲୋକ ଆସିଯିବେ ଯେଉଁମାନେ ଆଶା କରି ନ ଥିବେ, କିନ୍ତୁ ସାକ୍ଷାତକାରରେ ଏମିତି 80% ଆସିଥାନ୍ତି ।

ମୋର କହିବାର ତାତ୍ପର୍ଯ୍ୟ ଏହାକି, ମୋର  ହେଉଛି ଏମିତି ସରକାର, ଯିଏ ଏମିତି ଆନୁଷ୍ଠାନିକ ବ୍ୟବସ୍ଥାରେ ଲାଗିଛନ୍ତି କି ଯେଉଁଥିପାଇଁ ବ୍ୟକ୍ତି ଯଦି ଟିକେ ଗଡ଼ବଡ଼ ହୋଇଥାନ୍ତି, ବ୍ୟବସ୍ଥା ଜିନିଷକୁ ସମ୍ଭାଳି ନେବ । ଆଉ କେବେ କେବେ ବ୍ୟକ୍ତିର ଖସିଯିବାର ସମ୍ଭବ ହୋଇଥାଏ, କିନ୍ତୁ ବ୍ୟବସ୍ଥାଗୁଡିକ ସ୍ଥିତିକୁ ବଂଚାଇ ରଖିବାରେ ବହୁତ କାମରେ ଆସିଥାଏ । ଆଜିର ଦୁନିଆ, ଗୋଟିଏ ପ୍ରକାରରେ ଯେଉଁଠି ଫାଙ୍କ(Gap) ଅଛି ସେଠାରେ ଆପ୍(App) ସମସ୍ତ ସ୍ଥାନକୁ ଆପ୍ ପୂରଣ କରି ଦେଉଛି । ଗୋଟିଏ ପ୍ରକାରରେ interface ଶେଷ  ହୋଇଯାଉଛି । ଆଉ ସେଥିରେ ଏବେ ଏମିତି ଲୋକ ପ୍ରବେଶ କରୁଛନ୍ତି କି, ଯେଉଁମାନଙ୍କ ପାଇଁ ଠକିବା ଏକ ବଡ଼ ସ୍ୱାଭାବିକ କଥା । ଗୋଟିଏ ଆପ୍ ରେ ସମସ୍ତ କାମ କରି ସାରି ଆଉ ଏକ ମାସରେ ଅନ୍ୟ ଏକ ଆପ୍ ରେ ପକାଇଦେବେ ନିଜ କାମ ଚଳାଇନେବେ,  କିନ୍ତୁ ଏହି ସମ୍ଭାବନା ଥିବାବେଳେ ଯାହା ବୈଷୟିକ ବିପ୍ଳବ ଅଛି, ତାହାର ମାନବ ଜୀବନରେ ବଡ଼ ପ୍ରଭାବ ଏବଂ ସ୍ୱୀକୃତ ପ୍ରଭାବ ସୃଷ୍ଟି ହୋଇଥାଏ । ଆଜି ଟେକ୍ନୋଲଜି ପାଇଁ କୌଣସି ପ୍ରତିରୋଧ ନାହିଁ । ଆଉ ଯେଉଁ ଲୋକ କହୁଛନ୍ତି, ଏହି ଟେକ୍ନୋଲଜି ବୁଝା ପଡୁ ନାହିଁ, ସେଥିରେ ଅଧିକାଂଶ  ପୁରୁଷ ଥାଆନ୍ତି, ମହିଳା ନ ଥାଆନ୍ତି । ଆପଣ ଦେଖନ୍ତୁ, ଅଧିକାଂଶ ଆଧୁନିକ ବୈଷୟିକ ଉପକରଣ ଯାହା ଥିବ, ତାହା ସବୁଠାରୁ ତୁରନ୍ତ ବଜାରକୁ ଚାଲିଯାଇଥାଏ, ମହିଳାଙ୍କ ପସନ୍ଦ ଅନୁସାରେ ରୋଷେଇ ଘରେ ପ୍ରବେଶ କରିଥାଏ । ସମସ୍ତ ମହିଳା ଅର୍ଥାତ ଅଶିକ୍ଷିତ ମହିଳା, ଯିଏ କାମ କଲାବାଲା, ରୋଷେଇ ଘରେ କାମ କରିଲା ବାଲା ମହିଳା ହୋଇଥିବେ, ଓଭେନ କିପରି ଚଲାଇବେ, ଅମୁକ କିପରି ଚଲାଇବାର ଅଛି, ସମସ୍ତ ଟେକ୍ନୋଲଜି ଜଣା ଥାଏ ।

ବ୍ୟବହାର ଅନୁକୂଳ ଟେକ୍ନୋଲଜି ଜୀବନକୁ ବଦଳାଇ ଦେଇଛି । କ’ଣ ଶାସନରେ ଟେକ୍ନୋଲଜି ସରକାରଙ୍କର କାମ କରିବାର ପଦ୍ଧତିକୁ ବଦଳାଇ ପାରିବ?  କ’ଣ? ଆପଣ ସମସ୍ତେ ଭିନ୍ନ ଭିନ୍ନ କ୍ଷେତ୍ରରେ ଅଛନ୍ତି, ଗୋଟିଏ କଥା ନିଶ୍ଚିତ ଯେ ନବସୃଜନ ହିଁ ହେଉଛି ଜୀବନ । ଯଦି ନବସୃଜନ ନାହିଁ ତ ସ୍ଥିରତା ଅଛି । ଆଉ ଯେଉଁଠାରେ ସ୍ଥିରତା ଅଛି, ସେଠାରେ ମଇଳା ବା ଅଶୁଦ୍ଧତା  ଅଛି । ନବସୃଜନ ଦ୍ୱାରା ହିଁ ପରିବର୍ତ୍ତନ ଆସିଥାଏ । ଆପଣ ସେହି କ୍ଷେତ୍ରରେ ଅଛନ୍ତି କ’ଣ ଆପଣ ନବସୃଜନ କୁ ପ୍ରୋତ୍ସାହିତ କରୁଛନ୍ତି ଯଦି କିଏ ହସ୍ତଶିଳ୍ପ କ୍ଷେତ୍ରରେ ମାର୍କେଟିଂର କାମ କରୁଛନ୍ତି, କିନ୍ତୁ କ’ଣ ସିଏ ହସ୍ତଶିଳ୍ପ ତିଆରି କ୍ଷେତ୍ରରେ କୌଣସି ନୂଆ ଟେକ୍ନୋଲଜି ସହିତ, ବିଶ୍ୱ ଆବଶ୍ୟକତା ଅନୁସାରେ ସେହି ହସ୍ତଶିଳ୍ପକୁ ଆଧୁନିକ  ସମୟକୁ ଚାହିଁ ବଦଳେଇବାକୁ ଶିଖାଇଛନ୍ତି କି? ଯଦି ସେ ତା ସହିତ ତାଲିମ ମଧ୍ୟ ନେଇଥାଏ ତ ଆମର ସାଧାରଣ ଗରିବ ବ୍ୟକ୍ତି  ଯିଏ ହସ୍ତଶିଳ୍ପ କ୍ଷେତ୍ରରେ କାମ କରିଥାଏ, ତାର ଗୋଟିଏ ପ୍ରକାରରେ ଧନ୍ଦାମୂଳକ ତାଲିମ କୁହନ୍ତୁ, ଦକ୍ଷତା ବିକାଶ ତାଲିମ କୁହନ୍ତୁ , ବୈଷୟିକ ତାଲିମ କୁହନ୍ତୁ, ତାକୁ ମାର୍କେଟ ବିଷୟରେ କିପରି ଧାରଣା ଆସିବ, ତାକୁ  ବୁଝାଇବେ ତ ସେ ଟିକେ ବଢ଼ାଇ ଦେଇଥାଏ । ବାଉଁଶ ଫର୍ନିଚର ତିଆରି କରୁଥିବା ବ୍ୟକ୍ତି ମଧ୍ୟ, ଯଦି ଆମେ ବଜାରକୁ ଦୃଷ୍ଟିରେ ରଖି, ବଦଳୁଥିବା ଯୁଗକୁ ଧ୍ୟାନରେ ରଖି, ଆଉ ଆରାମକୁ ଧ୍ୟାନରେ ରଖି ଜିନିଷ ତିଆରି କରିବା ପାଇଁ ଆମେ ତାଙ୍କୁ ପ୍ରେରଣା ଦେବା, ତ ନିଜକୁ ନିଜେ ସୁଯୋଗ ମିଳି ଯିବ ।

ଆମର ଏଠାରେ ଯେଉଁ ଗ୍ରାମୀଣ ଅର୍ଥବ୍ୟବସ୍ଥା ଅଛି, ଆମର ପୁରା ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ଆମେ କୃଷି ସହିତ ନ ଯୋଡି, କୃଷି ବିନା ମଧ୍ୟ ଗ୍ରାମ୍ୟ ଅର୍ଥବ୍ୟବସ୍ଥା ସହିତ ବହୁତ କିଛି ଅଛି । ଆମେ ଏହି ବିକେନ୍ଦ୍ରୀକରଣ ବ୍ୟବସ୍ଥାକୁ କିପରି ଗୁରୁତ୍ୱ ଦେବା? ସେତେବେଳେ ଆମ ଦେଶରେ ଗୋଟିଏ ସମୟ ଥିଲା, ଯେବେ ଗାଁର କମାର ଗାଁର ସମସ୍ତ କଥାର ସମାଧାନ କରିଦେଉଥିଲା କେବେ ବାହାର, ବାହାର ଗାଁକୁ ଯିବାକୁ ପଡୁ ନ ଥିଲା । ଗାଁର ଜଣେ ମୋଚି ଗାଁର ସମସ୍ତ ଆବଶ୍ୟକତା ପୂରଣ କରିଦେଉଥିଲା, ଗାଁ ବାହାରକୁ ଯିବାକୁ ପଡୁ ନ ଥିଲା । ଅର୍ଥବ୍ୟବସ୍ଥା ଏମିତି ବଦଳିଗଲା କି ସବୁଠାରୁ ବଡ଼ କମାର ପାଲଟିଗଲା ଟାଟା, ସବୁଠାରୁ ବଡ଼ ମୋଚି ହୋଇଗଲା ବାଟା ଆଉ ଗାଁ ଘାଟା ବା କ୍ଷତିରେ ପଡିଗଲା । ତ ଇଏ, ଇଏ  ଯେଉଁ ପରିବର୍ତ୍ତନ ଆସିଛି, ପରିବର୍ତ୍ତନ ଖରାପ ଜିନିଷ ନୁହେଁ, ଆମେ ସେଥିରେ କିପରି ବିକେନ୍ଦ୍ରୀକରଣ ବ୍ୟବସ୍ଥା ଯୋଡ଼ିବା? ଯଦି ଏହାକୁ ଆମେ ଯୋଡି ଦେବା ତ ଆମେ ଏପରି ଶକ୍ତିଶାଳୀ କରିଦେବା, ଏଭଳି ବ୍ୟବସ୍ଥା ବିକଶିତ କରିବା, ଯାହା ଦେଶରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା କାମରେ ଆସିଥାଏ । କ’ଣ ଆପଣ ଷ୍ଟାର୍ଟ ଅପ୍, ଏହି ଷ୍ଟାର୍ଟ ଅପ୍ କୌଣସି ସୌଖୀନ ଜିନିଷ ନୁହେଁ ଆଜ୍ଞା । ଆପଣମାନେ ଦେଖିଥିବେ, ଡ଼ିଜିଟାଲ ସଫ୍ଟୱେର ଦୁନିଆର ଯେଉଁ ଗୋଟିଏ ବିଶ୍ୱ ଷ୍ଟାର୍ଟ ଅପ୍ ଅଛି, ଗୋଟିଏ ଅଛି । କିନ୍ତୁ ଯେଉଁ ଦ୍ୱତୀୟ ଷ୍ଟାର୍ଟ ଅପ୍ ତିଆରି ହୋଇଛନ୍ତି, ସେଗୁଡିକ ଅତି ସାମାନ୍ୟରୁ ସାମାନ୍ୟ ସମସ୍ୟାକୁ ଖୋଜିଛନ୍ତି, ଆଉ ଗ୍ରାମୀଣ ଭିତ୍ତିକୁ ଧରି ରଖିଛନ୍ତି ।

ମୁଁ ଏବେ ସିକ୍କିମ ଯାଇଥିଲି, ବର୍ଷେ ଛଅମାସର କଥା ହେବ । ହିନ୍ଦୁସ୍ଥାନରେ ସିକ୍କିମ ହେଉଛି ପ୍ରଥମ ଜୈବିକ ରାଜ୍ୟ । ବହୁତ କମ୍ ଲୋକଙ୍କୁ ଜଣା ଥିବ । ସମ୍ପୂର୍ଣ୍ଣ ରାଜ୍ୟ ହେଉଛି ଜୈବିକ ଆଜ୍ଞା । ଆଉ 13-14 ବର୍ଷ ଲଗାତାର ପରିଶ୍ରମ କରି ସେମାନେ ଜୈବିକ ରାଜ୍ୟ କରିପାରିଛନ୍ତି । ଆଉ ଆମ ଦେଶର ସମସ୍ତ ହିମାଳୟ ପାଦଦେଶରେ ଥିବା ରାଜ୍ୟ ଜୈବିକ କୃଷି ରାଜ୍ୟର ରାଜଧାନୀ ହେବାର ବହୁତ ସମ୍ଭାବନା ରହିଛି । ମୁଁ ଥରେ ସିକ୍କିମ ଯାଇଥିଲି ତ  ତାଙ୍କର  ସେହି ଜୈବିକ ମେହୋତ୍ସବ ପାଇଁ ଯାଇଥିଲି । ସେହିଦିନ ଦେଶରେ, ଦେଶକୁ ସିକ୍କିମକୁ ଜୈବିକ ରାଜ୍ୟ ଭାବେ ସମର୍ପଣ କରିବାର କାର୍ଯ୍ୟକ୍ରମ ଥିଲା ।

ସେଠାରେ ମୋତେ ଦୁଇଜଣ ଯୁବକ ସାକ୍ଷାତ କଲେ, ଗୋଟିଏ ଝିଅ, ଗୋଟିଏ ପୁଅ । ସେମାନେ ଆଇଆଇଏମ୍ ଅହମ୍ମଦାବାଦରୁ ସିଧା ପାଠପଢା ସାରି ସେଠାରେ ପହଂଚିଥିଲେ । ଆମର ପରିଚୟ ହେଲା ତ ମତେ ଲାଗିଲା ପର୍ଯ୍ୟଟକ ଭାବେ ଆସିଥିବେ । ମୁଁ ପଚାରିଲି, କହିଲେ ନାହିଁ, ନାହିଁ ଆମେ ତ ଏଠାରେ ରହୁଛୁ ବିଗତ ଛଅ ମାସ ହେବ । ପଚାରିଲି କ’ଣ କରୁଛ? କହିଲେ ଏଠାକାର ଯେଉଁ ଜୈବିକ ଜିନିଷ ଅଛି, ତାକୁ ବିଶ୍ୱ ବଜାରରେ ପହଂଚାଇବା ଦିଗରେ କାମ କରୁଛୁ ଆଉ ଆମର ବ୍ୟବସାୟ ବହୁତ କମ୍ ସମୟରେ ବୃଦ୍ଧି ପାଇଛି ।

ଏବେ ଏହାକୁ ଦେଖନ୍ତୁ, ଏ ହେଉଛି ନୂଆ ଦୁନିଆ । ଅର୍ଥାତ ଆମର ଯେଉଁ ଷ୍ଟାର୍ଟ ଅପ ଅଛି, ସେମାନେ ସେହି ଜିନିଷକୁ ଧରିଛନ୍ତି । ଆମେ ତାହାକୁ କିପରି ଗୁରୁତ୍ୱ ଦେବା? ସେଥିରେ ଆମେ କିପରି ନୂଆ ଜିନିଷ ଆଣିବା? ଆବର୍ଜନାରୁ ସଂପଦ । ଭାରତରେ ଆପଣ କଳ୍ପନା କରିପାରିବେ ନାହିଁ କି ଏତେ ବଡ଼ ଏକ ଅର୍ଥବ୍ୟବସ୍ଥାର କ୍ଷେତ୍ର ଅଛି ଆବର୍ଜନାରୁ ସଂପଦ ସୃଷ୍ଟି କରିବା ପାଇଁ । ଏଥିରେ ଟେକ୍ନୋଲଜି ଅଛି, ଏଥିରେ ନବସୃଜନ ଅଛି, ଏଥିରେ ପୁନଃ ପ୍ରକ୍ରିୟାକରଣ ଅଛି, ଏଥିରେ ସବୁ ଜିନିଷ ଅଛି, ପୁରାତନ କାଳରେ ଏହି ଜିନିଷରେ ଲୋକଙ୍କ ଅଭ୍ୟାସ ଥିଲା । କିନ୍ତୁ ପରିବର୍ତ୍ତନ ଆସିଲା, ମଝିରେ ଶୃଙ୍ଖଳ ଭାଙ୍ଗି ଯାଇଥିଲା । ଏବେ ଆମକୁ ତାକୁ ସୁସଂହତ ଭାବେ କରିବାକୁ ହେବ । ଆମେ ଯଦି ଏହି ଜିନିଷ କରିବା, ଆମେ ପରିବର୍ତ୍ତନ ଆଣି ପାରିବା ।

ଶିକ୍ଷା, ଏବେ ଏକଥା ସତ ଯେ ଶିକ୍ଷା କ୍ଷେତ୍ରରେ ଏବେ ଆଇଆଇଏମରୁ କ୍ୟାମ୍ପସ ନିଯୁକ୍ତି ହେଉଛି । ଏକ କୋଟି, ଦୁଇ କୋଟି, ତିନି କୋଟି ଏମିତି ଡାକ ଡାକି ଲୋକ ଉଠାଇ ନେଉଛନ୍ତି । କ’ଣ ଆମେ ସେହି ସ୍ୱପ୍ନ ଦେଖି ପାରିବା ନାହିଁ କି ଯେଉଁ ଶିକ୍ଷକ ଅଛନ୍ତି, ତାଙ୍କର  ମଧ୍ୟ କ୍ୟାମ୍ପସ ନିଯୁକ୍ତି ହେଉ, ସେ ମଧ୍ୟ ଏକ କୋଟି, ଦୁଇ କୋଟି, ତିନି କୋଟି ପାଂଚ କୋଟିରେ ବଦଳି ଯାଆନ୍ତେ । ଏହା ସମ୍ଭବ ହେବ ଆଜ୍ଞା, ସମ୍ଭବ ହେବ । ଆପଣ ହିନ୍ଦୁସ୍ଥାନର କୌଣସି ବ୍ୟକ୍ତିଙ୍କୁ ଭେଟନ୍ତୁ, ଧନୀ ଠାରୁ ଆରମ୍ଭ କରି ଗରିବ ବ୍ୟକ୍ତିଙ୍କୁ ଭେଟନ୍ତୁ, ଗରିବରୁ ଗରିବ ବ୍ୟକ୍ତିଙ୍କୁ ସାକ୍ଷାତ କରନ୍ତୁ, ସବୁଠାରୁ ଅଧିକ ପଢା-ଲେଖା ଲୋକଙ୍କୁ ଭେଟନ୍ତୁ, ସବୁଠାରୁ ଅଶିକ୍ଷିତକୁ ଭେଟନ୍ତୁ,  ଆଉ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ଗୋଟିଏ ସାଧାରଣ ଉତ୍ତର ଆସିବ, ତା ଜୀବନର ଲକ୍ଷ୍ୟ କ’ଣ ଅଛି? ପିଲାମାନଙ୍କୁ ଭଲ ଶିକ୍ଷା । କାହାକୁ ମଧ୍ୟ ପଚାରନ୍ତୁ, ନିଜର ଡ୍ରାଇଭରଙ୍କୁ ପଚାରନ୍ତୁ, ଭାଇ କ’ଣ ଭାବୁଛ? ନାହିଁ ସାହେବ, ଖାଲି ପିଲାଙ୍କୁ ଭଲ ଶିକ୍ଷା ମିଳିଯାଉ, ମୋର ଜୀବନ ତ ଡ୍ରାଇଭର ଭାବେ ଶେଷ ହୋଇଗଲା, ତାକୁ ମୁଁ କିଛି ବନାଇବାକୁ ଚାହୁଁଛି ।

ସାହେବ ମୁଁ ଅନେକଙ୍କୁ ପଚାରୁଛି, ଗରିବ ବ୍ୟକ୍ତି ଡ୍ରାଇଭର ହୋଇଥିବ, ଲିଫ୍ଟମେନ ହୋଇଥିବ, ଅର୍ଥାତ ମୁଁ ପଚାରୁଛି  ଭାଇ, ଋଣ-ଫୁଣ ନାହିଁ ତ? ତ କହିବେ, ନାହିଁ ସାହେବ ଋଣ ଅଛି । କେଉଁଥି ପାଇଁ ଋଣ ଅଛି? ପିଲାଙ୍କୁ ଭଲ ସ୍କୁଲରେ ପଢାଇବା ପାଇଁ ସେ ଋଣ ନେଇଛି । ଏହାର ଅର୍ଥ ହେଲା କି ଦେଶରେ ସବୁଠାରୁ ଅଧିକ ଚାହିଦା ଯଦି କାହାର ଅଛି, ତ ଭଲ ଶିକ୍ଷକଙ୍କର ଅଛି । ଆମେ ସବୁ ଭଲ ଶିକ୍ଷକ ବା  ବେଷ୍ଟ ଟିଚର ନିର୍ମାଣ କରିବାକୁ ଆଉ ସାଧାରଣ ବ୍ୟକ୍ତିଙ୍କୁ ଲାଗୁ କି ଭାଇ ଶିକ୍ଷକ ହେବା ହେଉଛି ବହୁତ ବଡ଼ ଗୌରବପୂର୍ଣ୍ଣ କାର୍ଯ୍ୟ, ଆଉ ମୁଁ ବହୁତ କିଛି ଯୋଗଦାନ କରି ପାରିବି । ଆଏ ଏବେ କେତେ ନୂଆ ନମୂନା ଆସୁଛି, ପ୍ରାକ୍ଟିକାଲ ମଡେଲ ଆସୁଛି, ଆଉ ବହୁତ ଭଲ । ଏବେ ସେଥିରେ ବହୁତ ବଡ଼ ଭୂମିକା ତୁଳାଇ ପାରିବ ଟେକ୍ନୋଲଜି । ଗରିବରୁ ଗରିବ ପିଲା, ଆପଣଙ୍କୁ ଜଣାଥିବ । ସରକାର ଯେତେବେଳେ ଛୋଟ ଚିନ୍ତାଧାରାରୁ ଉଠି ଉପରକୁ ଚାଲିଆସନ୍ତି ସେତେବେଳେ କରିଥାନ୍ତି ।

ଆମେ ଏତେ ଉପଗ୍ରହ ଛାଡୁଛୁ, ବଡ଼ ଗର୍ବ କରିଥାଉ । କିନ୍ତୁ କୌଣସି ଟ୍ରାନ୍ସପଣ୍ଡର ଏମିତି ଥିଲା, ଯାହା ବ୍ୟବହାର ଅନୁପଯୋଗୀ ହୋଇ ଶୂନ୍ୟରେ ଓହଳି ପଡି ରହିଥିଲା । ଆମେ ଆସି ସେହି ସିଲ୍ ଭାଙ୍ଗିଲୁ, ମହାକାଶକୁ, ଶିକ୍ଷାକୁ, ଟେକ୍ନୋଲଜିକୁ, ସବୁକୁ ଏକାଠି କଲୁ । ଏବେ ମୁଁ 32 ଟ୍ରାନ୍ସପଣ୍ଡର କେବଳ ଶିକ୍ଷା ପାଇଁ ଉତ୍ସର୍ଗ କରିଛି ଆଉ ସେ ଆପଣଙ୍କୁ ଘରେ, ଘରେ ଶିକ୍ଷାର ଗୋଟିଏ ପ୍ରକାରରେ  ନିଶୁଳ୍କ ଦେୟରେ  ଦେଇପାରିବ ପାଲାମାନଙ୍କ ପାଇଁ । ଅର୍ଥାତ ବିନା ଦେୟରେ ଗୁଣାତ୍ମକ ଶିକ୍ଷା, ବିନା ବାଧାବିଘ୍ନରେ, ସାଧାରଣ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚାଇବା ପାଇଁ ଟେକ୍ନୋଲଜି ଗରିବରୁ ଗରିବ ପାଖରେ ପହଂଚାଇ ପାରିବ ।

ଆମେ ଟେକ୍ନୋଲଜି ଦ୍ୱାରା ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ କିପର ଆଣି ପାରିବା? ଯଦି ଗୁଣାତ୍ମକ ଶିକ୍ଷାରେ ତଳ ସ୍ତରରୁ ପରିବର୍ତ୍ତନ ଆସିବ ତ ଶିକ୍ଷକଙ୍କ ଉପରେ ନିଜକୁ ନିଜେ  ଏପରି ଚାପ ଆସିବ କି ଶିକ୍ଷକଙ୍କୁ ବଦଳିବାକୁ ହେବ ଏହି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଆଉ ଏଥି ପାଇଁ  ଏହି  ସରକାରଙ୍କର ଏଇ ପ୍ରଚେଷ୍ଟା କି ଏହି ଜିନଷରେ ଆପଣଙ୍କ ଭଳି ଲୋକ, ଯାହା ପାଖରେ ଦୁନିଆକୁ  ଭିନ୍ନ ଦୃଷ୍ଟିରେ ଦେଖବବାର ସୁଯୋଗ ଅଛି, ଏକ ଷଷ୍ଠ ଜ୍ଞାନେନ୍ଦ୍ରୀୟ ମଧ୍ୟ ଅଛି, ଉଦ୍ଦୀପନା ଅଛି, ଉତ୍ସାହ ଅଛି, ନବସୃଜନ ଅଛି, ବିଚାରଧାରା, ଚିନ୍ତାଧାରା ଅଛି । ଏହି ଜିନିଷ ସହିତ ସରକାରଙ୍କୁ କେମିତି ଯୋଡ଼ିବାକୁ ପଡ଼ିବ, ଏହା ହେଉଛି ମୋର ପ୍ରୟାସ, ଆଉ ଏହା ହେଉଚି ସେହି ପ୍ରଚେଷ୍ଟାର ଏହି ଅଂଶ ।

ସେହି ପ୍ରକାରରେ ଆପଣ ମଧ୍ୟ ଆଉ ଆପଣଙ୍କ ଭଳି ଦେଶବାସୀ, ଅନେକ ଲୋକ, ଦେଖନ୍ତୁ ସରକାରଙ୍କ ଯୋଜନାଗୁଡିକରୁ ଆମେ ନିଉ ଇଣ୍ଡିଆ ନିର୍ମାଣ କରି ପାରିବା, ଏହି ଚିନ୍ତାଧାରା ନା ମୋର ଅଛି ନା ସରକାରଙ୍କର । ଶହେ ପଚିଶ କୋଟି ଦେଶବାସୀ ଯେତେ ବେଳେ ନିଉ ଇଣ୍ଡିଆର ସଂକଳ୍ପ ନ ନେବେ, ନିଉ ଇଣ୍ଡିଆ ପାଇଁ ନିଜ ପାଇଁ କାମ ଖୋଜିବେ ନାହିଁ, ସେହିକାମକୁ ନିଜେ ପ୍ରଯତ୍ନ କରି ନିଜେ ସମ୍ପୁର୍ଣ୍ଣ କରନ୍ତି ନାହିଁ ତା ହେଲେ ସେ କାମ ଅଧା ରହିଯାଏ । ଆଉତେଣୁ ଆମର ଏହା ଚେଷ୍ଟା ହେବା ଦରକାର ଏବଂ ଆପଣଙ୍କଠାରୁ ମଧ୍ୟ ମୁଁ ଏହା ଆଶା କରେ ଯେ ଆପଣ ଯେଉଁଠି ଅଛନ୍ତି ସେଠାରେ ଏହି ପରିବର୍ତ୍ତନରେ  ଆପଣ ଗୋଟିଏ କଥା, ଯେପରି ଆପଣଙ୍କ, ଆପଣଙ୍କର ଯେତେ ମଧ୍ୟ, ଆପଣଙ୍କର ଏଠାରେ 20 ଜଣ ହେବ କର୍ମଚାରୀ ଥିବେ, 50 ଥିବେ, 100 ଥିବେ କିମ୍ବା 1000 ଥିବେ । କ’ଣ କେବେ ତାଙ୍କୁ ବସାଇ କରି କଥା କହିବେ? ଯେ କୁହନ୍ତୁ ଭାଇ 2022..., ଆମକୁ ଦେଶକୁ ସେଠାକୁ ନେଇ ଯିବାର ଅଛି, ତୁମେ କ’ଣ ଦାୟିତ୍ୱ ନେଇ ପାରିବ? ତୁମେ କ’ଣ କରି ପାରିବ? ଆଉ ପ୍ରତ୍ୟେକ ବ୍ୟକ୍ତି ବହୁତ କିଛି କରି ପାରିବେ । ଏହି ପରିବେଶ ଆମେ ସୃଷ୍ଟି କରି ପାରିବା ।

କେବେ କେବେ ମୋର ମନେ ଅଛି, ମୁଁ ଯେବେ ରାଜନୀତିରେ ନ ଥିଲି, ତ ଜଣେ ବହୁତ ବଡ଼ ଶିଳ୍ପପତି, ସେବେ ସେ ଅଧିକାଂଶ ଗାନ୍ଧିବାଦୀ ଜୀବନ ଜୀଉଁ ଥିଲେ, ସେବା ଭାବରେ ରହୁଥିଲେ, ତାଙ୍କ ପରିବାର ଜଣେ ବ୍ୟକ୍ତି ରାମକୃଷ୍ଣ ମିଶନ ସହିତ ଯୋଡ଼ି ହୋଇଥିଲେ, ତ ମୋର ରାମକୃଷ୍ଣ ମିଶନ ସହିତ ସଂପର୍କ ଥିବା କାରଣରୁ ସେହି ପରିବାର ସହିତ ସଂପର୍କ ଥିଲା । ତ ସେ ଗୋଟିଏ  ବନ୍ଦ ପଡିଥିବା, ରୁଗ୍ଣ ଅବସ୍ଥାରେ ଥିବା ଗୋଟିଏ ଶିଳ୍ପ କିଣିଲେ । ଏବେ ସେ କାହିଁକି ବନ୍ଦ ହୋଇ ଯାଇଥିଲା, ଧାରଣା ଏବଂ ଶ୍ରମିକ ସଂଘ କାରଣରୁ ହୋଇଯାଇଥିଲା । ତ ମୁଁ ଏମିତି ତାଙ୍କୁ ପଚାରିଲି, ମୁଁ କହିଲି ଏଭଳି ଦୁଃସାହସ କାହିଁକି କଲେ ଆପଣ? ଆଉ ଇଏ କଣ ହେଲା, କ’ଣ ପରିଣାମ ଆସିଲା? ତ ସେ ମତେ ସାଧାରଣ ଭାବେ ଉତ୍ତର ଦେଲେ । କହିଲେ କିଛି ନୁହେଁ, ଆମେ ନେଇଗଲୁ, ଆଉ ମୁଁ ପ୍ରଥମ ଦିନରୁ ସେଠାକୁ ଯିବା ଆରମ୍ଭ କଲି, ଆଉ ନିଷ୍ପତ୍ତି ନେଇଥିଲି ଛଅମାସ ମୁଁ ଲଗାତାର ସେଠାକୁ ଯିବି । ଆଉ ମୁଁ ଯେଉଁ ଶ୍ରମିକ କ୍ୟାଣ୍ଟିନ ଥିଲା, ସେଠାକୁ ଯାଇ ଖାଇବା ଆରମ୍ଭ କରି ଦେଲି । ଖାଲି ବସୁଥିଲି, ସେଠାରେ ଖାଉଥିଲି । ମୋର ଏହି ଛୋଟିଆ ନିଷ୍ପତ୍ତି ସମସ୍ତ ଶ୍ରମିକଙ୍କ ପ୍ରତି ମୋର ଚିନ୍ତାଧାରା ବଦଳିଗଲା, ତାଙ୍କୁ ମୁଁ ମାଲିକ ଭଳି ଲାଗୁ ନ ଥିଲି, ମୋତେ ସେମାନେ ଶ୍ରମିକ ଭଳି ଲାଗୁ ନ ଥିଲେ । ସେ ଯାହା ଖାଉଥିଲେ ମୁଁ ନିଜେ ତାଙ୍କ ଟେବୁଲ ଉପରେ ସେଇଆ ଖାଉ ଥିଲି, ଆଉ ମାନସିକ ସ୍ତରରେ ପରିବର୍ତ୍ତନ ଏହା ଆସିଲା କି ସେମାନେ  ମୋ ପରିବାର ସଦସ୍ୟ ହୋଇଗଲେ ଆଉ ସେମାନେ ଏଭଳି ପରିଶ୍ରମ କଲେ ଛଅମାସ ଭିତରେ ବୁଡିଯାଇଥିବା କାରଖାନା ଯାହା ମୁଁ ନେଇଥିଲି, ତାହା ରୋଜଗାରିଆ ପିଲା ପାଲଟିଗଲା । କହିବାର ତାତ୍ପର୍ଯ୍ୟ ହେଉଛି ଏହା ଯେ କ’ଣ କେବେ ଆପଣ ମଧ୍ୟ ନିଜ ସାଥିମାନଙ୍କୁ ମଧ୍ୟ କୁହନ୍ତୁ ଯେ, ଆପଣଙ୍କ ପାଖରେ ଯେଉଁ କାମ କରୁଥିବା ଲୋକ ଅଛନ୍ତି, ଛୋଟ ଛୋଟ ଲୋକ ଅଛନ୍ତି, ତାଙ୍କ ଘରେ 12 ବର୍ଷର, 15 ବର୍ଷର, 18 ବର୍ଷର ପିଲା ଥିବେ । କ’ଣ ବର୍ଷକରେ ଥରେ ଦି ଥର ସେମାନଙ୍କୁ ଏକାଠି କରିଛନ୍ତି? ସେମାନଙ୍କୁ ଏକାଠି କରି ତାଙ୍କୁ ପ୍ରେରିତ କଲା ଭଳି କୌଣସି ଭଲ କଥା କରିଛନ୍ତି କି? ଦେଶରେ ଖରାପ କାମ ନ’କରିବା ଏଭଳି କିଛି ବୁଝାଇଛନ୍ତି କି?

ଏବେ ଦେଖନ୍ତୁ, ଯେମିତି ଆପଣ ସେମାନଙ୍କ ପିଲାଙ୍କ ସହିତ ସଂପର୍କ ଯୋଡ଼ିବେ, ସେମାନଙ୍କୁ ମହଙ୍ଗା ଭତ୍ତା ମିଳୁ କି ନ ମିଳୁ, ବୋନସ୍ ମିଳୁ କି ନ ମିଳୁ, ସେ ଆପଣଙ୍କ ପାଇଁ  ସାରା ଜୀବନ ପାଇଁ  ସମର୍ପିତ ହୋଇ ଯିବେ, ଆପଣ ଦେଖିବେ । ମତେ ଏହି ପରିବର୍ତ୍ତନ ଆଣିବାର ଅଛି । ଆପଣ ମତେ କୁହନ୍ତୁ  ସରକାରଙ୍କ ବୀମାର ଯେଉଁ ବ୍ୟବସ୍ଥା ଅଛି, ଗୋଟିଏ ଦିନକୁ ଗୋଟିଏ ଟଙ୍କା । ଗୋଟିଏ ବୀମା ଏମିତି ଅଛି ଯେଉଁଥିରେ ମାସକୁ ଏକ ଟଙ୍କା । ଭାରତ ସରକାର ଏତେ ଭଲ ପେକେଜ ଦେଇଛନ୍ତି, ଏତେ ଭଲ ଉତ୍ପାଦ ହୋଇଛି, କ’ଣ ଆପଣ ସେମାନଙ୍କୁ, 500 ଟଙ୍କା ଯଦି ତାଙ୍କ ବ୍ୟାଙ୍କ ଖାତାରେ ଜମା କରି ଦେବେ, ଆପଣ ସ୍ଥାୟୀ ଜମାରେ, ତାର ବାର୍ଷିକ ବୀମାର ଦେୟ ଚଳିଯିବ । ଆଉ ତା’ ଜୀବନରେ କିଛି ହୋଇଯିବ ତ ଦୁଇ ଲକ୍ଷ ଟଙ୍କା ଆଉ ଦୁଇଟି ଯାକ ବୀମା ହେବ ତ ଚାରି ଲକ୍ଷ ଟଙ୍କା ନିଜକୁ ନିଜେ ସେହି ଗରିବର ଘରେ ପହଂଚିଯିବ ।

ସରକାରଙ୍କର ଯୋଜନାଗୁଡିକ, ଯାହା ସିଧା-ସିଧା ଆପଣଙ୍କ ସହିତ କାମ କରୁଥିବା ଲୋକଙ୍କ ସହିତ ଯୋଡ଼ି ହୋଇଛି, କ’ଣ ଆପଣ ତାହାକୁ ପ୍ରେତ୍ସାହିତ କରିପାରିବେ କି? ଆପଣ ନିଜେ ଦେଖିଥିବେ, ସକାଳେ ଆମର ଗୌରବ ଆପଣମାନଙ୍କୁ ଡ଼ିଜିଟାଲ ପ୍ଲାଟଫର୍ମ ଯାହା ସରକାରଙ୍କ, ସେ ବିଷୟରେ କହିଥିବେ । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଡ଼ିଜିଟାଲ ଦୁନିଆରେ ଥିବେ କିନ୍ତୁ  ଏହି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ପ୍ରବେଶ କରି ନ ଥିବେ । କ’ଣ ଏହାକୁ ବଡ଼ ମାତ୍ରାରେ  ପ୍ରବେଶ କରି ଆପଣ ସ୍ୱୟଂ ସରକାରଙ୍କ ଉପରେ ଚାପ ପକାଇ ପାରିବେ କି? ଆପଣ ସରକାରଙ୍କୁ ପରିଚାଳିତ କରିବାରେ ଭାଗିଦାରୀ ହୋଇ ପାରିବେ କି? ଏହି ଯେଉଁ ସଂପର୍କ ଆମର ଯେତେ ଯୋଡ଼ି ହେବ, ମୁଁ ଭାବୁଛି ଆମେ ସେତେ ପରିବର୍ତ୍ତନ ଦିଗରେ ଯିବାକୁ ଚାହୁଁଛୁ, ଆମେ ବହୁତ ଶକ୍ତିଶାଳୀ ହୋଇ ଯାଇ ପାରିବା । ଆଉ ଆମେ କିଛି ମଧ୍ୟ ହେଉଛୁ ହିନ୍ଦୁସ୍ଥାନର ନାଗରିକ । କେଉଁ ପଦରେ ଥାଉ, କେଉଁ ବ୍ୟବସ୍ଥାରେ ଥାଉ, କେଉଁ ଦୋକାନରେ ବସିଥାଉ, କେଉଁ ଶିଳ୍ପ ଚଳାଉଥାଉ, କିନ୍ତୁ ଆମେ ସବୁ ମିଳି ମିଶି ଗୋଟିଏ ହିନ୍ଦୁସ୍ଥାନରେ ଅଛେ । ଶହେ ପଚିଶ କୋଟି ଦେଶବାସୀଙ୍କ ମଧ୍ୟରେ ଗୋଟିଏ ଭାବନା ଜାଗ୍ରତ କରିବା ପାଇଁ ମୋର ପ୍ରୟାସ ଅଛି, ଆଉ ମୋତେ, ମୋତେ ଆପଣମାନଙ୍କର ସହଯୋଗ ଦରକାର ।

ଏହା ଠିକ ଯେ ମୁଁ ଯେତିକି ଜିନିଷ ଚାହୁଁଛି, ସବୁ କିଛି କରି ପାରିବି, ପ୍ରଧାନମନ୍ତ୍ରୀ ହୋଇଛି ତ ହୋଇ ଯାଇଥାଏ, ଏମିତି ନୁହେଁ ଆଜ୍ଞା । ମୋତେ ମଧ୍ୟ ନିଜକୁ ନିଜେ ବ୍ୟବସ୍ଥାଗୁଡ଼ିକ ମଧ୍ୟ ଦେଇ ଯିବାର ଅଛି । ଏଥିପାଇଁ ହୋଇପାରେ ଆବଣଙ୍କର 50 ପ୍ରସ୍ତାବ ମଧ୍ୟରୁ 40 ପ୍ରସ୍ତାବ ବୋଧହୁଏ ଆଗକୁ ନ ବଢ଼ିପାରେ, କିନ୍ତୁ 10 ଟି ପ୍ରସ୍ତାବ ମଧ୍ୟ ଯଦି ଆଗକୁ ଚାଲେ, ତ ଦେଶକୁ ଆପଣଙ୍କର ବହୁତ ବଡ଼ ମୂଲ୍ୟବାନ ଯୋଗଦାନ ହେବ । ଏହି ଭାବରେ ଆମର ପ୍ରଚେଷ୍ଟା ଜାରି ରହିବା ଦରକାର, ଏମିତି କେବେ ନିରାଶା ଆସିବା ଦରକାର ନାହିଁ, ବନ୍ଧୁ କଥା ବହୁତ ହୋଇଥାଏ, ବହୁତ ଚିନ୍ତା ତ କରିଥା’ନ୍ତି, କିନ୍ତୁ ମୁଁ ଯାହା କହିଥିଲି ହେଲା ନାହିଁ, ଆପଣ ଯାହା କହିଥିଲେ ହେଲା ନାହିଁ, କିନ୍ତୁ ତୁମେ ମାନେ କହିଥିବା, ବହୁତ ଲୋକ କହିଥିବା ବହୁତ ଜିନିଷ ହୋଇଛି, ଯେଉଁ କାରଣରୁ ପରିବର୍ତ୍ତନ ଆସୁଛି, ଏହା ଆମକୁ କରିବାର ଅଛି । ହୋଇପାରେ କି କେବେ କେବେ ବ୍ୟବସ୍ଥାକୁ ବହୁତ ଭଲ ହେବା ପରେ ମଧ୍ୟ, ଗ୍ରହଣ କରିବା ପାଇଁ କ୍ଷମତା ନ ଥାଏ, କିନ୍ତୁ ଧୀରେ ଧୀରେ ତାହାର ପାଚନ ଶକ୍ତି ବଢ଼ିବ ତ ଭଲ-ଭଲ ନୂଆ ଯୋଜନା ମଧ୍ୟ ଆସିବ, ନୂଆ-ନୂଆ ଯୋଜନା ସ୍ୱୀକାର ହେବ । ଏହି ଚିନ୍ତାଧାରାରେ ଆପଣ ଆମ ସହିତ ଲାଗି ରହିବେ ।

ଆଉ ମୁଁ ଚାହୁଁଛି କି ବର୍ଷକୁ ଏହାକୁ ଆନୁଷ୍ଠାନିକ କାର୍ଯ୍ୟପଦ୍ଧତି କରିବା ତ ଏହାକୁ ଆହୁରି କିପରି ଭଲ କରି ପାରିବା, ଆପଣ ମତାମତ ଦେବେ । ଆପଣ ପରେ ଇ-ମେଲରେ ମଧ୍ୟ ବହୁତ କିଛି ପ୍ରସ୍ତାବ ଦେଇ ପାରିବେ । ଆପଣ ଲୋକମାନଙ୍କୁ ବୁଝିବା ପାଇଁ ପ୍ରସ୍ତାବ ଦେଇ ପାରିବେ, ଆପଣ ଏହି କାର୍ଯ୍ୟକ୍ରମର କୌଶଳ ସମ୍ବନ୍ଧରେ ମଧ୍ୟ ମତାମତ ଦେଇ ପାରିବେ । କିନ୍ତୁ ମୋର ବିଶ୍ୱାସ ଅଛି କାରଣ କାଲି ସଂଧ୍ୟାରେ ମଧ୍ୟ ମୁଁ ଆସିଥିଲି, ସମସ୍ତଙ୍କ ସହିତ ଆପଣମାନଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ଆଜି ମଧ୍ୟ ମୋତେ ଆପଣ ସମସ୍ତଙ୍କ ଚିନ୍ତାଧାରାକୁ ବୁଝିବା ପାଇଁ ସୁଯୋଗ ମିଳିଲା, କେତେ ନୂଆ ଶୈଳୀରେ ଆପଣ ଜିନିଷ ବିଷୟରେ ଭାବି ପାରୁଛନ୍ତି, କେତେ ନୂଆ ଶୈଳୀରେ ଜିନିଷ ପ୍ରସ୍ତୁତ କରି ପାରୁଛନ୍ତି ।

ସରକାରରେ ଯେଉଁ ଜିନିଷ, ଏବେ ଯେମିତି ମୁଁ ଏକ ଛୋଟ ପ୍ରୟୋଗ କଲି । ଗୋଟିଏ ଛୋଟ ପ୍ରୟୋଗ କଲୁ ହେକାଥନ ଭାବେ । କଲେଜ ଛାତ୍ରଙ୍କ ସହିତ କଲୁ ଆଉ ସମସ୍ତେ ଆଇଆଇଟି ଆଦିର ଛାତ୍ରଙ୍କୁ ଆମେ ଆମନ୍ତ୍ରଣ କରିଥିଲୁ । ପ୍ରଥମ ପର୍ଯ୍ୟାୟରେ ପାଖାପଖି 40 ହଜାର ଛାତ୍ର ଭାଗ ନେଲେ । ମୁଁ ସରକାରଙ୍କୁ କହିଥିଲି ଭାଇ ତୁମର ଯେଉଁଠାରେ ଯେଉଁ କାମ କରିବାରେ ଅସୁବିଧା  ଅନୁଭବ ହେଉଛି, ସମସ୍ୟା ଲାଗୁଛି, ତାହାର ସମାଧାନ ତୁମ ପାଖରେ ନାହିଁ, ଏଭଳି ଜିନିଷର ତାଲିକା କରନ୍ତୁ । ତ ଆରମ୍ଭରେ ପ୍ରତିରୋଧ ଥିଲା । ପ୍ରତିରୋଧ ଏହା ଥିଲା କି ମୁଁ ସଚିବ ଅଛି, ଯୁଗ୍ମ ସଚିବ ଅଛି, ମୁଁ ନିର୍ଦ୍ଦେଶକ ଅଛି, ମୁଁ କିପରି କହିବି ମୋ ପାଖରେ ଏହି ପ୍ରଶ୍ନ ଅଛି, ମୁଁ କିପରି କହିବି ମୋ ପାଖରେ ସମସ୍ୟାର ସମାଧାନ ନାହିଁ । ପୁଣି ତ ମୋର ଅପମାନ ହୋଇଯିବ । ତ ଆରମ୍ଭରେ ଏହା ଜଣାଇବା ମଧ୍ୟ ବଡ଼ ଅସୁବିଧା ଥିଲା । ତ ଆମେ, ଆମ ଅଫିସର ଲୋକ ଲାଗି ରହିଲେ, ଶେଷରେ ସେମାନେ ପାଖାପାଖି 400 ଏଭଳି ପ୍ରସଙ୍ଗ ଖୋଜି ବାହାର କଲେ, କି ଏହାର କୌଣସି ସମାଧାନ ଖୋଜିବା ଦରକାର । ଆଗ ତାଙ୍କୁ ଲାଗୁ ହିଁ ନ ଥିଲା କି କୌଣସି ଅସୁବିଧା ରହିଛି । ଏବେ ମୁଁ ସେହି 400 ପ୍ରସଙ୍ଗକୁ ଏହି ପିଲାମାନଙ୍କୁ ଦେଇଦେଲି, ଛାତ୍ରମାନଙ୍କୁ, କି ଭାଇ ଆପଣମାନେ ହାକାଥନ କରନ୍ତୁ, ଏହାର ସମାଧାନ ଖୋଜି ବାହାର କରନ୍ତୁ । ଆଉ ସେମାନେ 40-40 ଘଣ୍ଟା ଅନବରତ ବିଶ୍ୱବିଦ୍ୟାଳୟ ପରିସରରେ କାମ କଲେ, 40 ହଜାର ହିନ୍ଦୁସ୍ଥାନର ସମ୍ପୂର୍ଣ୍ଣ ଷୋହଳରୁ ଅଠର ବୟସ ବର୍ଗର, ଏମାନେ ମୁଣ୍ଡ ଖର୍ଚ୍ଚ କଲେ ଆଉ ଆପଣ ଜାଣି ଖୁସି ହେବେ, ଏତେ ବଢ଼ିଆ ବଢ଼ିଆ ସମାଧାନ ସେମାନେ ଦେଇଛନ୍ତି । ରେଳବାଇର ଲୋକମାନେ ପରଦିନ ହିଁ ସେମାନଙ୍କର ବୈଠକ କଲେ ଏବଂ ସେମାନଙ୍କୁ ଡାକି ସେଥିରୁ କିଛି ଜିନିଷ ଗ୍ରହଣ କଲେ । ଆଉ ରେଳବାଇ ବ୍ୟବସ୍ଥାରେ ଲାଗୁ କରି ଦେଲେ । ସମସ୍ତ ବିଭାଗ ସେହି ସମାଧାନକୁ ନିଜଠାରେ ଆପଣେଇ ନେବାର ପ୍ରୟାସ କରିଛନ୍ତି ।

ଯଦି ମୋ ଦେଶର 16 ରୁ 18 ବର୍ଷ ବୟସର ଯୁବକ, ଯାହାଙ୍କର ପିତାଙ୍କୁ ପଚାରନ୍ତୁ ପୁଅ କ’ଣ କରୁଛି, ତ 10 ବିଯୁକ୍ତ ନମ୍ବର ଦେଇ ଦେବେ, କିନ୍ତୁ ସେହି ଯୁବକ ମୋ ଦେଶ ପାଇଁ ଏତେ କାମରେ ଆସିପାରେ । ଏହା ମୋର ଚେଷ୍ଟା ରହିଛି, 40 ହଜାର ଏହି ଯୁବକମାନଙ୍କ କାମରେ । ଆପଣଙ୍କଠାରେ ମଧ୍ୟ, ସେହି ସାମର୍ଥ୍ୟ ରହିଛି । ଆଉ ମୁଁ ମାନୁ ନାହିଁ ଯେ ଦେଶ ଭକ୍ତି ମୋ ଠାରେ ଏବଂ ଆପଣଙ୍କ ଠାରେ କୌଣସି ଫରକ ରହିଛି । ଆମ ସମସ୍ତଙ୍କଠାରେ ସମାନ ଦେଶଭକ୍ତି ରହିଛି, ଆମ ସମସ୍ତଙ୍କଠାରେ, ଆମ ମନରେ, ଆମ ଦେଶ ଆଗକୁ ବଢ଼ୁ ଆମ ସମସ୍ତଙ୍କର ଏହା ଇଚ୍ଛା । ଆଉ କାମ ପାଇଁ ବହୁତ ଅବସର ରହିଛି ।

ଆମେ ମିଳିମିଶି କାମ କରିବା ତ ବହୁତ ଉତ୍ତମ ପରିଣାମ ମିଳିବ, ଏହା ହେଉଛି ମୋର ବିଶ୍ୱାସ । ମୁଁ ପୁଣି ଥରେ ଆପଣମାନେ କୁହନ୍ତି ଯେ ଭାଇ ସମୟ ହେଉଛି ବଡ଼ ମୂଲ୍ୟବାନ । ଆଉ କାହିଁକି ହେବ ନାହିଁ, ଟଙ୍କା ପଇସାର ଦୁନିଆ ଲୋକଙ୍କୁ ତ ଆବଶ୍ୟକ ହୋଇଥାଏ । ଆଉ ତା ପରେ ମଧ୍ୟ ଆପଣମାନେ ସମୟ ଦେଲେ, ମୂଲ୍ୟବାନ ସମୟ ଦେଲେ, ଏଥି ପାଇଁ ମୁଁ ସରକାରଙ୍କ ତରଫରୁ ଆପଣଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି, କିନ୍ତୁ ମୁଁ ଆଶା କରୁଛି ଯେ ଆପଣମାନେ ଯୋଡ଼ି ହୋଇ ରହିବେ । ଆମର କାହାଣୀ ଗୁଡିକୁ ଆମେ ବଢ଼ାଇ ଚାଲିବା । ପୁଣି କେବେ ପ୍ରସଙ୍ଗ ଭିତ୍ତିରେ ଆମେ ଭେଟ ହୋଇ ପାରିବା, କେବେ କାରଣ ଭିତ୍ତିରେ ଭେଟ ହୋଇ ପାରିବା, ଆମେ ଭିନ୍ନ ଭିନ୍ନ ଉପାୟରେ ଭେଟ ହୋଇ ପାରିବା । କିନ୍ତୁ ଆମେ ଜିନିଷଗୁଡିକୁ ବଢ଼ାଇ ପାରିବା । ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭ କାମନା  । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address during inauguration of the Swami Vivekananda Cultural Youth Centre-Viveka Smaraka in Mysuru
August 01, 2026

एल्लरिगू नन्ना नमस्कारगलु।

रामकृष्ण मठ और रामकृष्ण मिशनबेलूर मठ के अध्यक्ष परम पूज्य स्वामी गौतमानंद जी महाराज, श्री रामकृष्ण आश्रम, मैसुरू के अध्यक्ष पूज्य स्वामी मुक्तिदानंद जी, रामकृष्ण मठ और रामकृष्ण मिशन के ट्रस्टी पूज्य स्वामी यादवेंद्रानंद जी, राज्यपाल श्री थावरचंद गहलोत जी, मुख्यमंत्री श्री डी.के. शिवकुमार जी, सांसद यदुवीर कृष्णदत्त चामराज वाडियार जी, विधायक विजयेंद्र येदियुरप्पा जी, के. हरीश गौड़ा जी, अन्य महानुभाव, पूज्य संतगण और भाईयों और बहनों।

सर्वप्रथम मैं मैसूरू की अधिष्ठात्री देवी मां चामुंडेश्वरी को प्रणाम करता हूं। अभी दो दिन पहले ही हम सभी ने गुरू पूर्णिमा भी मनाई है। आप सब जानते हैं, मेरी यात्रा जहां से शुरू हुई और आज मैं जहां हूं, इसमें राम कृष्ण मिशन का बहुत अहम योगदान है। मैं तीन महीने पहले हावड़ा में बेलूर मठ गया था। सभी पूज्य संतों से सतसंग करने का अवसर मिला था। मेरा सौभाग्य है कि आज मुझे फिर मैसूरू में श्री रामकृष्ण आश्रम से जुड़े संतों से, मेरे गुरू बंधुओं से मिलने का, उनसे आशीर्वाद लेने का अवसर मिला है। आप सभी की उपस्थिति की वजह से, आज मैसूरू की इस पवित्र भूमि पर मुझे एक अलग ही ऊर्जा अनुभव हो रही है। मैं आप सभी संतों के चरणों में सादर प्रणाम करता हूं।

साथियों,

मैसूरू भारत की अनादि सांस्कृतिक चेतना का केंद्र रहा है। यहां के मंदिर, यहां की परंपराएं और उत्सव, मैसूरू का दशहरा, यहां के भव्य महल, इसका संगीत और साहित्य, भारत की विरासत इस शहर के कण-कण में रची बसी है। और यह देखकर बहुत संतोष मिलता है। इस शहर ने इस विरासत को उसी कुशलता से सहेजा भी है, संवारा भी है। श्री रामकृष्ण आश्रम और स्वामी विवेकानंद जी की स्मृतियां भी मैसुरू की विरासत का ही एक समृद्ध हिस्सा हैं। कुछ देर पहले मैं उस ऐतिहासिक भवन में भी गया था, जहां स्वामी विवेकानंद जी ने अपने प्रवास के दौरान कुछ समय बिताया था। कर्नाटका के कितने ही विद्वान और मनीषी इस स्थान से जुड़े रहे हैं। राष्ट्रकवि कुवेम्पु जैसे महापुरुष जब मैसुरू में थे, उनका भी श्रीरामकृष्ण आश्रम से गहरा जुड़ाव था। आज स्वामी विवेकानंद कल्चरल यूथ सेंटर, यानी विवेका स्मारका के उद्घाटन के जरिए, हम इस मिशन को नया विस्तार दे रहे हैं। इसके लिए मैं श्रीरामकृष्ण आश्रम और इससे जुड़े सभी विद्वानों को हार्दिक बधाई देता हूं।

साथियों,

व्यक्ति से विभूति का निर्माण एकाएक नहीं होता। इसके लिए हमें जीवन की अनगिनत परीक्षाएँ देनी होती हैं। साधना करनी होती है, तप करना होता है, खुद को तपाना पड़ता है, खपाना पड़ता है। ख्याति के बाद तो संसार पीछे खड़ा होता है। लेकिन, तप के समय महान विभूतियों को पहचानना आसान नहीं होता। जो साधक को तपस्या में पहचानता है, वो उसकी सिद्धि का सहभागी भी होता है।

इसलिए भाइयों बहनों,

स्वामी विवेकानंद के जीवन में मैसुरू का इतना अहम योगदान था। करीब 130 वर्ष पहले, स्वामी जी, एक युवा संन्यासी के रूप में भ्रमण करते हुए मैसुरू आए थे। तब उनकी प्रसिद्धि वैसी नहीं थी। लेकिन, विचार उतने ही ऊंचे थे। उस समय उन्हें जिन लोगों ने पहचाना, जो उनके साथ जुड़े, उनमें से एक प्रमुख नाम मैसुरू के तत्कालीन महाराजा का भी था। जब स्वामी विवेकानंद जी अमेरिका में थे, तो उन्होंने वहाँ से मैसुरू के तत्कालीन महाराजा को एक पत्र लिखा था। उसमें उन्होंने स्वयं महाराजा के सहयोग का उल्लेख किया था।

साथियों,

स्वामी विवेकानंद जी ने भारतीय चेतना को आत्मसात किया था। उन्होंने शास्त्रों को आत्मसात किया था जो कहते हैं- “परं परोपकारार्थं यो जीवति स जीवति”। अर्थात्, वास्तव में वही जीता है जो दूसरों के लिए जीता है। इसी मंत्र पर चलते हुए, मैसुरू के इस श्री रामकृष्ण आश्रम ने पिछले वर्ष अपने सौ साल पूरे किए हैं। शिक्षा और स्वास्थ्य से जुड़ी सेवाएँ हों, या प्राकृतिक आपदा में राहत कार्य, श्री रामकृष्ण आश्रम ने स्वामी विवेकानंद जी की विरासत को जीवंत रखा है। मुझे विश्वास है विवेका स्मारका साधकों और श्रद्धालुओं के लिए आत्मिक उत्थान का तीर्थ बनेगा। स्वामी विवेकानंद जी की प्रेरणा थी- ‘शिव ज्ञाने जीव सेवा’। यानी जीव की सेवा ही शिव की सेवा है। हमें इस विवेका स्मारक में इसलिए, ऐसे युवाओं को गढ़ना है, जिनके लिए समाज और राष्ट्र के हित, गरीब-वंचित के दुःख, अपने सुख-दुःख से ऊपर हों। जिन युवाओं के लिए राष्ट्र प्रथम ही सर्वोपरि मंत्र हो, मां भारती की सेवा ही जिनका जीवन लक्ष्य हो।

साथियों,

स्वामी विवेकानंद जी युवाओँ की शिक्षा को राष्ट्र निर्माण का मजबूत आधार मानते थे। उन्होंने स्वयं ये देखा था कि कैसे दुनिया के देश अपने युवाओं को शिक्षित बना रहे हैं। लेकिन दुर्भाग्य से तब भारत गुलाम था। भारत के युवा भी गुलामी की जंजीरों में जक़ड़े हुए थे। उस दौर से लेकर अब तक, भारत के युवा ने एक लंबी यात्रा तय की है। भारत का जो युवा कभी जंजीरों में था, आज वो युवा दुनिया के विकास को गति दे रहा है।

· आज भारत की अर्थव्यवस्था, सबसे तेजी से आगे बढ़ रही है।

· किसकी वजह से? भारत के युवाओँके सामर्थ्य से।

· आज भारत में दुनिया की तीसरा सबसे बड़ा स्टार्ट-अप इकोसिस्टम है।

· किसकी वजह से? भारत के युवाओँ के सामर्थ्य से।

· आज भारत दुनिया का दूसरा सबसे बड़ा मोबाइल फोन निर्माता बन चुका है।

· किसकी वजह से?

· भारत के युवाओं के सामर्थ्य से।

· आज भारत से बने Digital Solutions, दुनिया के अनेक देशों के लिए प्रेरणा बन रहे हैं।

· किसकी वजह से?

· भारत के युवाओं के सामर्थ्य से।

· आज भारत सेमीकंडक्टर मैन्युफैक्चरिंग की नई यात्रा पर तेज़ी से आगे बढ़ रहा है।

· किसकी वजह से?

· भारत के युवाओं के सामर्थ्य से।

· आज भारत AI, Deep Tech, Space Technology और Innovation के नए अध्याय लिख रहा है।

· किसकी वजह से?

· भारत के युवाओं के सामर्थ्य से।

अभी कुछ दिन पहले ही हमने देखा है, भारत के युवाओं ने अंतरिक्ष में कमाल कर दिया है। पहली बार युवाओं का बनाया हुआ एक प्राइवेट कंपनी का रॉकेट, अंतरिक्ष तक पहुंचा है। आज कोई भी सेक्टर हो, भारत युवा अपना दम-खम दिखा रहा है। हम सभी अपने आसपास देख रहे हैं, आज छोटे से छोटे व्यवसाय में लगा युवा, भारत की डिजिटल इकॉनमी को आगे बढ़ा रहा है। वो मुद्रा लोन के जरिए नई शुरुआत कर रहा है। वो देश की स्टार्टअप revolutionको लीड कर रहा है। आत्मनिर्भर भारत का अभियान हो, मेक इन इंडिया का अभियान हो, इसकी सफलता के पीछे भारत के युवाओं की ही ताकत है।

साथियों,

किसी भी देश में, युवाओं का सामर्थ्य तभी उस राष्ट्र की शक्ति बनता है, जब उसे सही अवसर मिले, जब उसे सही दिशा मिले, और जब उसे अपनी ही धरती पर बड़े सपने देखने, उन्हें पूरा करने का भरोसा मिले। और इसमें बहुत बड़ी भूमिका हमारे शिक्षा संस्थानों की होती है। मुझे खुशी है कि आज भारत में शिक्षण संस्थाओँ की संख्या लगातार बढ़ रही है। पिछले 12 वर्षों में, 650 से ज्यादा नई यूनिवर्सिटीज बनी हैं। पिछले 12 वर्षों में करीब 14 हजार नए कॉलेज बने हैं। 4 हजार से ज्यादा नई ITI बनाई गई हैं। 9 नए आई.आई.एम, 7 नई आई.आई.टी, और13 नए एम्स भी स्थापित किए गए हैं। आज देश में MBBS की सीटें करीब 1 लाख 40 हजार हो चुकी हैं। मेडिकल कॉलेजों की संख्या बढ़कर 823 हो गई है।

साथियों,

एक ओर हम एजुकेशन इनफ्रास्ट्रक्चर को modernize कर रहे हैं। साथ ही, शिक्षा व्यवस्था को भी आधुनिक जरूरतों के हिसाब से ढाला जा रहा है। नेशनल एजुकेशन पॉलिसी, भारत के युवाओँ को 21वीं सदी के अनुरूप तैयार करने का माध्यम बन रही है।

साथियों,

स्कूली शिक्षा में भी बड़े स्तर पर काम हुआ है। देशभर में 14 हजार से ज्यादा पीएम श्री स्कूल विकसित किए गए हैं। शिक्षा केवल किताबी न रहे, बच्चों में इनोवेशन और साइंटिफिक टेंपरामेंट विकसित हो, इसके लिए,10 हजार से ज्यादा अटल टिंकरिंग लैब्स स्थापित हुई हैं।

साथियों,

स्वामी विवेकानंद जी, राष्ट्र उत्थान के लिए शिक्षा के साथ-साथ समानता को भी उतना ही अहम मानते थे। शिक्षा में भेदभाव न हो, अवसरों में भेदभाव न हो, आज ये देश का विज़न बन गया है। आज बेटियाँ भी सैनिक स्कूलों में एड्मिशन ले रहीं हैं। एनडीए में बेटियां राष्ट्र के लिए योगदान दे रही हैं। आज मेडिकल और इंजीनियरिंग जैसी पढ़ाई मातृभाषा में करने की सुविधा हो गई है। इससे, भाषा के आधार पर अवसरों में होने वाले भेदभाव पर लगाम लग रही है।

साथियों,

युवा शक्ति का स्वस्थ, अनुशासित और आत्मविश्वास से भरे रहना उतना ही जरूरी है। जो देश खेलों को महत्व देते हैं, वहां के युवाओं में इन तीनों गुणों का तेजी से विकास होता है। इसलिए आज खेलों को राष्ट्र निर्माण की एक महत्वपूर्ण धारा के रूप में देखा जा रहा है। खेलो इंडिया यूथ गेम्स, यूनिवर्सिटी गेम्स, पैरा गेम्स और विंटर गेम्स जैसे आयोजनों ने देशभर के युवाओं को अपनी प्रतिभा दिखाने का मंच दिया है। आज देशभर में आधुनिक स्पोर्ट्स इंफ्रास्ट्रक्चर का विस्तार हो रहा है, खेलो इंडिया सेंटर के माध्यम से सुविधाएं बढ़ रही हैं, गांवों से लेकर छोटे शहरों तक नई प्रतिभाओं की पहचान की जा रही है।

और साथियों,

आज इस अभियान के परिणाम भी साफ - साफ दिखाई दे रहे हैं। अंतरराष्ट्रीय खेल प्रतियोगिताओं में भारत का प्रदर्शन बेहतर होता जा रहा है। हमारे खिलाड़ी नए-नए कीर्तिमान बना रहे हैं, हमारी बेटियां देश का गौरव बढ़ा रही हैं।

साथियों,

स्वामी विवेकानंद जी की तरह, हमें विवेका स्मारका, बड़े उद्देश्य के लिए कार्य करने की प्रेरणा देता है। ऐसे स्थान पर मैं हमारे युवाओं से कुछ आग्रह करना चाहता हूं।

साथियों,

मैसुरू को अक्सर भारत के सबसे स्वच्छ शहरों में स्थान मिला है। मैं इसके लिए यहां के लोगों को हृदय से बधाई देता हूं। क्या इस अवसर पर हम ये संकल्प ले सकते हैं, कि भविष्य में स्वच्छता के संकल्प को निरंतर मजबूत करते रहेंगे। हमें यहाँ की प्राकृतिक संपदाओं को संरक्षित करना चाहिए। हमें पर्यावरण से जुड़े संकल्प लेने चाहिए। हमें पानी की हर बूंद बचाने के लिए मिशन मोड में काम करना होगा।

साथियों,

आज ही यहां ‘वाल्मीकि रामायण’ के कन्नड़ा अनुवाद का विमोचन भी हुआ है। मैं कन्नड़ा भाषा से जुड़ी एक अपील भी करना चाहता हूं। कर्नाटका महान लेखकों और कवियों की धरती है। कन्नड़ा भाषी लोग हमेशा से पढ़ने की संस्कृति के लिए जाने जाते हैं। स्मार्टफोन के इस युग में इस स्वभाव को और बढ़ावा मिलना चाहिए। क्या हम युवा पीढ़ी को कन्नड़ा साहित्य से गहराई से जुड़ने के लिए प्रेरित कर सकते हैं।

साथियों,

मैसुरू अपने सिल्क, चंदन और हस्तशिल्प के लिए प्रसिद्ध है। जब भी हम किसी को उपहार दें, तो क्या हम ये सुनिश्चित कर सकते हैं कि वो किसी भारतीय के हाथों और पसीने से बनी चीज हो? इससे हमारी संस्कृति को बढ़ावा मिलेगा, साथ ही, एक और परिवार को आर्थिक सहायता भी मिलेगी।

साथियों,

स्वामी विवेकानंद जी ने जिस तरह के भारत का सपना देखा था, उसे पूरा करने का दायित्व आज की पीढ़ी पर है। मुझे विश्वास है, विवेका स्मारका इसके लिए एक ऊर्जा स्रोत का काम करेगा। मैं एक बार फिर, यहां एकत्र पूज्य संतजनों गुरू बंधुओं और मैसुरू के लोगों को नमन करते हुए मेरी वाणी को विराम देता हूं। आप सबका बहुत-बहुत धन्यवाद।