ନମସ୍କାର

ଯଦି ନୀତିଗୁଡିକ ଠିକ୍ ହୋଇଥାଏ, ତା’ହେଲେ ଦେଶ ଶିଖରକୁ ଛୁଇଁ ପାରିବ । ଆଜିର ଦିନ ଏହାର ବହୁତ ବଡ ଉଦାହରଣ ଅଟେ । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଦେଶରେ ଯେତେବେଳେ ଡ୍ରୋନ୍‌ର ନାମ ନିଆ ଯାଉଥିଲା, ସେତେବେଳେ ଲାଗୁଥିଲା ଯେ ଏହା ସେନା ସହିତ ଯୋଡି ହୋଇ ରହିଥିବା ଏକ ପ୍ରଯୁକ୍ତି ବିଦ୍ୟା । ଏହା ଶତ୍ରୁମାନଙ୍କୁ ମୁକାବିଲା କରିବାରେ ବ୍ୟବହୃତ ହେଉଥିବା ଗୋଟିଏ ଜିନିଷ । ଏହି ନିର୍ଦ୍ଦିଷ୍ଟ ବ୍ୟବହାରର ସୀମା ପର୍ଯ୍ୟନ୍ତ ଆମର ଚିନ୍ତା ପ୍ରସାରିତ ଥିଲା । କିନ୍ତୁ ଆଜି ଆମେ ମାନେସରରେ କିଷାନ ଡ୍ରୋନ୍ ସହିତ ସମ୍ପର୍କିତ ସୁବିଧା ଗୁଡିକର ଉନ୍ମୋଚନ କରିଛେ । ଏହା ଏକବିଂଶ ଶତାବ୍ଦୀର ଆଧୁନିକ କୃଷି ବ୍ୟବସ୍ଥା ଦିଗରେ ଏକ ନୂତନ ଅଧ୍ୟାୟ ଅଟେ । ମୋର ବିଶ୍ୱାସ ଅଛି ଯେ, ଏହି ଆରମ୍ଭ କେବଳ ଡ୍ରୋନ୍ କ୍ଷେତ୍ରରେ ବିକାଶର ମାଇଲ୍ ଖୁଂଟ ସ୍ଥାପନ କରିବ ନାହିଁ, ଏଥିରେ ସମ୍ଭାବନା ଗୁଡିକର ଅସୀମ ଦ୍ୱାର ଉନ୍ମୋଚିତ ହେବ । ମୋତେ ଏହା ମଧ୍ୟ କୁହାଯାଇଛି ଯେ, ଗରୁଡ ଏରୋସ୍ପେସ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ଲକ୍ଷ ‘ଭାରତରେ ପ୍ରସ୍ତୁତ’ (ମେଡ୍ ଇନ୍ ଇଣ୍ଡିଆ) ଡ୍ରୋନ୍ ତିଆରି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏଥିରେ ଅନେକ ଯୁବକଙ୍କୁ ନୂତନ ରୋଜଗାର ଏବଂ ନୂତନ ସୁଯୋଗ ମିଳିବ । ମୁଁ ସେଥିପାଇଁ ଗରୁଡ ଏରୋସ୍ପେସ୍‌ର ଟିମ୍ (ଦଳ)କୁ, ସମସ୍ତ ନବଯୁବକ ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଦେଶ ନିମନ୍ତେ ଏହି ସମୟ ‘ସ୍ୱାଧୀନତାର ଅମୃତ ମହୋତ୍ସବର ସମୟ’ ଅଟେ । ଏହା ଯୁବା ଭାରତର ସମୟ ଏବଂ ଭାରତର ଯୁବକ ମାନଙ୍କର ସମୟ ଅଟେ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ଯେଉଁ ସଂସ୍କାର ଅଣା ଯାଇଛି, ତାହା ଯୁବକମାନଙ୍କୁ ଏବଂ ଘରୋଇ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ । ଡ୍ରୋନ୍‌କୁ ନେଇ ଭାରତ ଆଶଙ୍କା ଭିତରେ ସମୟ ନଷ୍ଟ କରି ନାହିଁ । ଆମେ ଯୁବ ପ୍ରତିଭାମାନଙ୍କ ଉପରେ ଭରସା ରଖିଛୁ ଏବଂ ନୂତନ ଚିନ୍ତାଧାରା ସହିତ ଆଗକୁ ବଢ଼ିଛୁ ।

ଏଥର ବଜେଟ୍‌ରେ ହୋଇଥିବା ଘୋଷଣା ଗୁଡିକରୁ ଆରମ୍ଭ କରି ନୀତିଗତ ନିଷ୍ପତି ଗୁଡିକରେ ଦେଶ ଖୋଲାଖୋଲି ଭାବେ ପ୍ରଯୁକ୍ତି ଏବଂ ନବୋନ୍ମେଷକୁ ପ୍ରାଥମିକତା ଦେଇଛି । ଏହାର ପରିଣାମ ଆଜି ଆମ ଆଗରେ ଅଛି । ବର୍ତମାନ ଆମେ ସମସ୍ତେ ଦେଖୁଛେ ଯେ ଡ୍ରୋନ୍‌ର କେତେ ପ୍ରକାରର ବ୍ୟବହାର ହେବାରେ ଲାଗିଛି । ଏବେ ବିଟିଂ ରିଟ୍ରିଟ୍ ସମୟରେ ସମଗ୍ର ଦେଶ ଏକ ହଜାର ଡ୍ରୋନ୍‌ର ସୁନ୍ଦର ପ୍ରଦର୍ଶନ ଦେଖିଲା ।

ଆଜି ସ୍ୱାମୀତ୍ୱ ଯୋଜନା ଅଧୀନରେ ଗ୍ରାମ ଗୁଡିକରେ ଡ୍ରୋନ୍ ମାଧ୍ୟମରେ ଜମି, ଘର ଗୁଡିକର ହିସାବ କିତାବ ପ୍ରସ୍ତୁତ ହେଉଛି । ଡ୍ରୋନ୍ ମାଧ୍ୟମରେ ଔଷଧ ମଧ୍ୟ ଯୋଗାଣ କରାଯାଉଛି । ଦୁର୍ଗମ ଅଂଚଳରେ ଟୀକା ପହଂଚି ପାରୁଛି । କେତେକ ସ୍ଥାନରେ କୃଷିକ୍ଷେତ୍ରରେ ଔଷଧ ସିଂଚନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । କିଷାନ ଡ୍ରୋନ୍ ଏବେ ଏହି ଦିଗରେ ନୁତନ ଯୁଗର ବିପ୍ଳବାତ୍ମକ ଆରମ୍ଭ ଅଟେ । ଉଦାହରଣ ସ୍ୱରୂପ, ଆଗାମୀ ସମୟରେ ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ସହାୟତାରେ କୃଷକ ନିଜ କୃଷିକ୍ଷେତ୍ରରୁ ସତେଜ ପନିପରିବା, ଫଳ, ଫୁଲକୁ ବଜାରକୁ ପଠେଇ ପାରିବ । ମତ୍ସ୍ୟ ଚାଷ ସହିତ ସମ୍ପୃକ୍ତ ଲୋକମାନେ ପୋଖରୀ, ନଦୀ ଏବଂ ସମୁଦ୍ରରୁ ସିଧାସଳଖ ସତେଜ ମାଛକୁ ବଜାରକୁ ପଠେଇ ପାରିବେ । କମ୍ ସମୟରେ ଅତି କମ୍ ପରିମାଣର କ୍ଷତି ସହିତ ମାଛ ଧରାଳୀ ମାନଙ୍କର, କୃଷକ ମାନଙ୍କର ସାମଗ୍ରୀ ବଜାରରେ ପହଂଚିଲେ ମୋର କୃଷକ ଭାଇ- ଭଉଣୀ, ମୋର ମାଛଧରାଳୀ ଭାଇ ଭଉଣୀମାନଙ୍କୁ ସହାୟତା ମିଳିପାରିବ, ସେମାନଙ୍କର ଆୟ ବୃଦ୍ଧି ପାଇବ । ଏଭିଭଳି ଅନେକ ଅନେକ ସମ୍ଭାବନା ଆମ ଆଗରେ ରହିଛି । 

ମୁଁ ବହୁତ ଖୁସି ଯେ, ଦେଶରେ ଅନେକ କମ୍ପାନୀ ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି । ଭାରତରେ ଡ୍ରୋନ୍ ଷ୍ଟାର୍ଟ- ଅପ୍‌ର ଏକ ନୂତନ ପାରିବେଶିକ ବ୍ୟବସ୍ଥା (ଇକୋ ସିଷ୍ଟମ୍‌) ପ୍ରସ୍ତୁତ ହେଉଛି । ଏବେ ଦେଶରେ ୨୦୦ରୁ ଅଧିକ ଡ୍ରୋନ୍ ଷ୍ଟାର୍ଟ-ଅପ୍ କାମ କରୁଛି । ବହୁତ ଶୀଘ୍ର ଏହାର ସଂଖ୍ୟା ହଜାର ହଜାର ସଂଖ୍ୟାରେ ପହଂଚିଯିବ । ଏହା ଫଳରେ ରୋଜଗାର ନିମନ୍ତେ ଲକ୍ଷ ଲକ୍ଷ ସୁଯୋଗ ସୃଷ୍ଟି ହେବ । ମୋର ବିଶ୍ୱାସ ଯେ, ଆଗାମୀ ସମୟରେ ଭାରତର ଏହି ବର୍ଦ୍ଧିତ ସାମର୍ଥ୍ୟ ସାରା ଦୁନିଆକୁ ଡ୍ରୋନ୍ କ୍ଷେତ୍ରରେ ଏକ ନୂତନ ନେତୃତ୍ୱ ପ୍ରଦାନ କରିବ । ଏହି ବିଶ୍ୱାସର ସହିତ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ମୋର ବହୁତ ବହୁତ ଶୁଭ କାମନା । ନବ ଯୁବକ ମାନଙ୍କର ସାହସକୁ ମୋର ଅନେକ ଶୁଭ କାମନା । ଆଜି ଯେଉଁ ଷ୍ଟାର୍ଟ-ଅପ୍‌ର ଦୁନିଆ ଠିଆ ହୋଇଛି, ନବ ଯୁବକମାନେ ସାହସ ଦେଖାଉଛନ୍ତି, ବିପଦକୁ ନିଜ ଉପରକୁ ନେଉଛନ୍ତି । ମୁଁ ସେଥିପାଇଁ ବହୁତ ବହୁତ ଶୁଭ କାମନା ଜଣାଉଛି । ଏବଂ ଭାରତ ସରକାର ନୀତିଗୁଡିକ ଦ୍ୱାରା ନିରନ୍ତର ଭାବେ ଆପଣମାନଙ୍କ ସହିତ ରହି, କାନ୍ଧକୁ କାନ୍ଧ ମିଶେଇ ଆପଣମାନଙ୍କୁ ଆଗକୁ ବଢ଼ିବାରେ କୌଣସି ବାଧା ଆସିବାକୁ ଦେବେ ନାହିଁ । ମୁଁ ବହୁତ ବହୁତ ଶୁଭ କାମନା ଜଣାଉଛି । ଅଶେଷ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi