"ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି’
ଗ୍ରୀନ୍ ଶକ୍ତି ଉପରେ ପ୍ୟାରିସ୍ ପ୍ରତିଶ୍ରୁତି ପୂରଣ କରିବାରେ ଭାରତ ପ୍ରଥମ ଜି - ୨୦ ରାଷ୍ଟ୍ର ମାନଙ୍କ ମଧ୍ୟରେ ରହିଛି
" ଗ୍ରୀନ୍ ହାଇଡ୍ରୋଜେନ୍ ବିଶ୍ୱର ଶକ୍ତି କ୍ଷେତ୍ରରେ ଏକ ଆଶାଜନକ ସଂଯୋଗ ଭାବରେ ଉଭା ହେଉଛି"
"ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉଦ୍ଭାବନ, ଭିତ୍ତିଭୂମି, ଶିଳ୍ପ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେଉଛି"
‘ନୂଆଦିଲ୍ଲୀ ଜି - ୨୦ ଲିଡର୍ସ’ ଘୋଷଣାନାମାରେ ହାଇଡ୍ରୋଜେନ ଉପରେ ପାଞ୍ଚଟି ଉଚ୍ଚସ୍ତରୀୟ ସ୍ୱେଚ୍ଛାକୃତ ନୀତି ଗ୍ରହଣ କରାଯାଇଛି , ଯାହା ଏକ ସମନ୍ୱିତ ରୋଡମ୍ୟାପ୍ ତିଆରି କରିବାରେ ସହାୟକ ହେଉଛି
‘ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶେଷଜ୍ଞମାନେ ନେତୃତ୍ୱ ନେବା ଏବଂ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ’
‘ଆସନ୍ତୁ ଗ୍ରୀନ୍ ହାଇଡ୍ରୋଜେନର ବିକାଶ ଓ ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ମିଳିତ ଭାବେ କାମ କରିବା’

ବିଶିଷ୍ଟ ସମ୍ମାନିତ ଅତିଥି,

ବୈଜ୍ଞାନିକ ଏବଂ ଉଦ୍ଭାବକଗଣ, ଉଦ୍ୟୋଗ ଜଗତର ମୋର ପ୍ରିୟ ସାଥିମାନେ, ମୁଁ ଆପଣସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସବୁଜ ହାଇଡ୍ରୋଜେନ ଉପରେ ଦ୍ୱିତୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଆପଣଙ୍କୁ ସ୍ୱାଗତ କରିବା ଏକ ଆନନ୍ଦର ବିଷୟ ।

ସାଥିମାନେ, ଦୁନିଆ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ଜଳବାୟୁ ପରିବର୍ତ୍ତନ କେବଳ ଭବିଷ୍ୟତର ପ୍ରସଙ୍ଗ ନୁହେଁ ବୋଲି ଅନୁଭବ ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେଠାରୁ ଅନୁଭବ କରାଯାଇଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବଞ୍ଚିତ ପାଇଁ ପ୍ରୟାସ କରିବାର ସମୟ ମଧ୍ୟ ବର୍ତ୍ତମାନ ଏବେଠାରୁ ଶକ୍ତି ପରିବର୍ତ୍ତନ ଏବଂ ସ୍ଥାୟୀତା ବିଶ୍ୱ ନୀତି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସାଥିମାନେ, ଭାରତ ଏକ ସ୍ୱଚ୍ଛ ଏବଂ ସବୁଜ ପୃଥିବୀ ସୃଷ୍ଟି କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ । ସବୁଜ ଶକ୍ତି ଉପରେ ଆମର ପ୍ୟାରିସ୍ ପ୍ରତିଶ୍ରୁତି ପୂରଣ କରିବାରେ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ଆମେ ପ୍ରଥମ। ୨୦୩୦ ଲକ୍ଷ୍ୟର ୯ ବର୍ଷ ପୂର୍ବରୁ ଏହି ପ୍ରତିଶ୍ରୁତି ପୂରଣ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ଭାରତର ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ପ୍ରାୟ ୩୦୦ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଆମର ସୌର ଶକ୍ତି କ୍ଷମତା ୩,୦୦୦ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କିନ୍ତୁ ଆମେ ଏହି ସଫଳତା ଉପରେ ବିଶ୍ରାମ ନେଉନାହୁଁ। ବିଦ୍ୟମାନ ସମାଧାନଗୁଡ଼ିକୁ ସୁଦୃଢ଼ କରିବା ଉପରେ ଆମେ ଧ୍ୟାନ ଦେଉଛୁ। ଆମେ ନୂତନ ଏବଂ ଅଭିନବ କ୍ଷେତ୍ର ଉପରେ ମଧ୍ୟ ବିଚାର କରୁଛୁ | ଏଥିରୁ ସବୁଜ ହାଇଡ୍ରୋଜେନ ଚିତ୍ର ସମ୍ମୁଖରେ ଆସିଥାଏ ।

 

ସାଥୀଗଣ, ସବୁଜ ହାଇଡ୍ରୋଜେନ ବିଶ୍ୱର ଶକ୍ତି କ୍ଷେତ୍ରରେ ଏକ ଆଶାଜନକ ସଂଯୋଗ ଭାବରେ ଉଭା ହେଉଛି । ଏହା ସେହି ଶିଳ୍ପଗୁଡ଼ିକରୁ କାର୍ବନ ଡାୟ ଅକସାଇଡି ଏବଂ ଅନ୍ୟ ଗ୍ରୀନ ହାଉସ ଗ୍ୟାସକୁ ବାହାର କରିବାରେ ଡି କାର୍ବୋନାଜେସନ ସାହାଯ୍ୟ କରିପାରେ, ଯାହାକୁ ବିଦ୍ୟୁତ୍ କରଣ କରିବା କଷ୍ଟକର ଅଟେ । ଏହାଦ୍ଵାରା ବିଶୋଧନାଗାର, ସାର, ଇସ୍ପାତ, ଭାରି ଶିଳ୍ପ ପରିବହନ ଭଳି ଅନେକ କ୍ଷେତ୍ର ଉପକୃତ ହେବ।ସବୁଜ ହାଇଡ୍ରୋଜେନ ଅତିରିକ୍ତ ଅକ୍ଷୟ ଶକ୍ତି ପାଇଁ ଏକ ଭଣ୍ଡାରଣ ସମାଧାନ ଭାବରେ ମଧ୍ୟ କାର୍ଯ୍ୟ କରିପାରେ | ଭାରତ ୨୦୨୩ରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ପ୍ରଥମେ ଆରମ୍ଭ କରିସାରିଛି ।

ସବୁଜ ହାଇଡ୍ରୋଜେନର ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନୀ ପାଇଁ ଆମେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଚାହୁଁଛୁ । ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଉଦ୍ଭାବନ, ଭିତ୍ତିଭୂମି, ଶିଳ୍ପ ଏବଂ ନିବେଶକୁ ପ୍ରୋତ୍ସାହନ ଦେଉଛି । ଅତ୍ୟାଧୁନିକ ଗବେଷଣା ଓ ବିକାଶ ରେ ଆମେ ନିବେଶ କରୁଛୁ । ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାଗିଦାରୀ ସୃଷ୍ଟି ହେଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସବୁଜ ନିଯୁକ୍ତି ବ୍ୟବସ୍ଥା ବିକଶିତ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ସକ୍ଷମ କରିବା ପାଇଁ ଆମେ ଏହି କ୍ଷେତ୍ରରେ ଆମର ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ କାର୍ଯ୍ୟ କରୁଛୁ ।

 ସାଥିମାନେ,  ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ପରିବର୍ତ୍ତନ ହେଉଛି ବିଶ୍ୱସ୍ତରୀୟ ଚିନ୍ତାର ବିଷୟ । ଆମର ଉତ୍ତର ମଧ୍ୟ ବିଶ୍ୱସ୍ତରୀୟ ହେବା ଦରକାର । ଡିକାର୍ବନାଇଜେସନ୍ ଉପରେ ଗ୍ରୀନ୍ ହାଇଡ୍ରୋଜେନ୍ ର ପ୍ରଭାବକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ |ଉତ୍ପାଦନ ବୃଦ୍ଧି, ବ୍ୟୟ ହ୍ରାସ ଏବଂ  ସହଯୋଗ ମାଧ୍ୟମରେ ପାରମ୍ପରିକ ଭିତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇପାରିବ । ବୈଷୟିକ ଜ୍ଞାନକୌଶଳକୁ ଆଗକୁ ବଢ଼ାଇବା ପାଇଁ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ମିଳିତ ଭାବେ ନିବେଶ କରିବା ର ଆବଶ୍ୟକତା ରହିଛି। ସେପ୍ଟେମ୍ବର ୨୦୨୩ରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଶିଖର ସମ୍ମିଳନୀରେ ସବୁଜ ହାଇଡ୍ରୋଜେନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ନୂଆଦିଲ୍ଲୀ ଜି-୨୦ ନେତାଙ୍କ ଘୋଷଣାନାମାରେ ହାଇଡ୍ରୋଜେନ୍ ଉପରେ ପାଞ୍ଚଟି ଉଚ୍ଚସ୍ତରୀୟ ସ୍ୱେଚ୍ଛାକୃତ ନୀତି ଗ୍ରହଣ କରାଯାଇଛି। ଏହି ନୀତିଗୁଡ଼ିକ ଆମକୁ ଏକ ସମନ୍ୱିତ ରୋଡମ୍ୟାପ୍ ତିଆରି କରିବାରେ ସାହାଯ୍ୟ କରୁଛି । ଆମେ ସମସ୍ତେ ମନେ ରଖିବା ଉଚିତ୍ - ବର୍ତ୍ତମାନ ଆମେ ଯେଉଁ ନିଷ୍ପତ୍ତି ନେଉଛୁ, ତାହା ଆମର ଭବିଷ୍ୟତ ପିଢ଼ିର ଜୀବନ ନିର୍ଦ୍ଧାରଣ କରିବ ।

 

ସାଥିମାନେ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ, ଡୋମେନ୍ ବିଶେଷଜ୍ଞମାନେ ନେତୃତ୍ୱ ନେବା ଏବଂ ଏକାଠି କାମ କରିବା ଜରୁରୀ । ବିଶେଷ କରି ମୁଁ,  ବିଶ୍ୱ ବୈଜ୍ଞାନିକ ସମୁଦାୟକୁ ବିଭିନ୍ନ ଦିଗଅନୁସନ୍ଧାନ ପାଇଁ ଏକାଠି ହେବାକୁ ଅନୁରୋଧ କରୁଛି। ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରକୁ ସାହାଯ୍ୟ କରିବା ପାଇଁ ବୈଜ୍ଞାନିକ ଏବଂ ନୂତନ ଉଦ୍ଭାବକମାନେ ସାର୍ବଜନୀନ ନୀତିରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇପାରିବେ । ଏପରି ଅନେକ ପ୍ରଶ୍ନ ମଧ୍ୟ ରହିଛି ଯାହାକୁ ବୈଜ୍ଞାନିକ ସମୁଦାୟ ଅନୁଧ୍ୟାନ କରିପାରିବେ । ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନରେ ଆମେ ଇଲେକ୍ଟ୍ରୋଲାଇଜର ଏବଂ ଅନ୍ୟାନ୍ୟ ଉପାଦାନର ଦକ୍ଷତା ରେ ଉନ୍ନତି କରିପାରିବା କି? ଉତ୍ପାଦନ ପାଇଁ ଆମେ ସମୁଦ୍ର ଜଳ ଏବଂ ମ୍ୟୁନିସିପାଲିଟି ବର୍ଜ୍ୟ ଜଳର ବ୍ୟବହାର ଅନୁସନ୍ଧାନ କରିପାରିବା କି? ଆମେ କିପରି ସର୍ବସାଧାରଣ ପରିବହନ, ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳପଥରେ ସବୁଜ ହାଇଡ୍ରୋଜେନର ବ୍ୟବହାରକୁ ସକ୍ଷମ କରିପାରିବା? ଏଭଳି ବିଷୟକୁ ଏକାଠି ଅନୁସନ୍ଧାନ କଲେ ସମଗ୍ର ବିଶ୍ୱରେ ସବୁଜ ଶକ୍ତି ପରିବର୍ତ୍ତନ ରେ ବହୁତ ସହାୟକ ହେବ । ମୋର ବିଶ୍ୱାସ ଯେ ଏହି ସମ୍ମିଳନୀ ଏଭଳି ପ୍ରସଙ୍ଗରେ ଅନେକ ଚିନ୍ତାଧାରାର ଆଦାନ ପ୍ରଦାନରେ ସହାୟକ ହେବ ।

 

          ସାଥିମାନେ, ଅତୀତରେ ମଣିଷ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି । ପ୍ରତିଥର ସାମୂହିକ ଓ ଅଭିନବ ସମାଧାନ ମାଧ୍ୟମରେ ଆମେ ପ୍ରତିକୂଳ ପରିସ୍ଥିତି ଉପରେ ବିଜୟ ଲାଭ କରିଛି ।  ଏହା ସାମୂହିକ ଏବଂ ଅଭିନବ କାର୍ଯ୍ୟର ସମାନ ଭାବନା ଯାହା ଆମକୁ ଏକ ସ୍ଥାୟୀ ଭବିଷ୍ୟତ ଦିଗରେ ମାର୍ଗଦର୍ଶନ କରିବ | ଆମେ ଏକାଠି ରହିଲେ କିଛି ବି ହାସଲ କରିପାରିବା। ଆସନ୍ତୁ ସବୁଜ ହାଇଡ୍ରୋଜେନର ବିକାଶ ଏବଂ ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ମିଳିମିଶି କାମ କରିବା ।

ପୁଣି ଥରେ ସବୁଜ ହାଇଡ୍ରୋଜେନ ଉପରେ ଦ୍ୱିତୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ସାମିଲ ହୋଇଥିବା ସମସ୍ତ ଲୋକମାନଙ୍କୁ ମୋର ଶୁଭକାମନା ଜଣାଉଛି ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi