ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନବନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୦ ହଜାର ନିଯୁକ୍ତିପତ୍ର
“ଆଜି ଭାରତର ଅଭିବୃଦ୍ଧି ଯାତ୍ରାରେ ସମଗ୍ର ବିଶ୍ୱ ଅଂଶୀଦାର ହେବା ପାଇଁ ବ୍ୟଗ୍ର”
“ଆଜି ଭାରତ ଏହାର ରାଜନୀତିକ ସ୍ଥିରତା ପାଇଁ ଖ୍ୟାତିଲାଭ କରିଛି ଯାହାକି ଆଜିକାର ବିଶ୍ୱ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ
ଆଜି ଭାରତ ସରକାର ଏକ ନିଷ୍ପତ୍ତିମୂଳକ ସରକାରର ସ୍ୱୀକୃତି ପାଇଛି । ଆଜି ସରକାର ଏହାର ପ୍ରଗତିଶୀଳ ଆର୍ଥିକ ଓ ସାମାଜିକ ନିଷ୍ପତ୍ତି ପାଇଁ ପରିଚିତ”
“ସରକାରୀ ଯୋଜନାଗୁଡ଼ିକର ନାଗରିକ କଲ୍ୟାଣ ଦିଗରେ ବହୁମୁଖୀ ପ୍ରଭାବ ରହିଛି”
“ଚାକିରି ବିକ୍ରିର ଦିନ ଯାଇଛି । ବର୍ତ୍ତମାନର ସରକାର ଯୁବଗୋଷ୍ଠୀର ଭବିଷ୍ୟତ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି”
“ଭାଷାକୁ ଭାଗ ଭାଗ କରିବା ନେଇ ଅପବ୍ୟବହାର କରାଯାଉଥିବାରୁ ସରକାର ବର୍ତ୍ତମାନ ଏହାକୁ ନିଯୁକ୍ତିର ବଳିଷ୍ଠ ମାଧ୍ୟମ କରିଛନ୍ତି” “ନାଗରିକମାନଙ୍କ ଦୁଆରେ ସେବା ପହଂଚାଇ ସରକାର ଏବେ ସେମାନଙ୍କ ଘରେ ପହଂଚୁଛନ୍ତି”

ନମସ୍କାର!

ଏହି ଜାତୀୟ ସ୍ତରୀୟ ‘ରୋଜଗାର ମେଳା’ କିମ୍ବା ରୋଜଗାର ମେଳା ଏନଡିଏ ଏବଂ ଭାଜପା ସରକାରଙ୍କ ନୂତନ ପରିଚୟ ହୋଇଯାଇଛି । ଆଜି ପୁଣିଥରେ ୭୦ ହଜାରରୁ ଅଧିକ ଯୁବକ ଯବୁବତୀ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି । ମୁଁ ଖୁସି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ସମୟ ସମୟରେ ସମସ୍ତ ଭାଜପା ଶାସିତ ରାଜ୍ୟରେ ଏହିଭଳି ରୋଜଗାର ମେଳା ଆୟୋଜନ କରୁଛନ୍ତି । ଯେଉଁମାନେ ଏହି ସମୟରେ ସରକାରୀ ଚାକିରିରେ ଆସୁଛନ୍ତି ସେମାନଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ ।

‘ସ୍ୱାଧୀନତାର ଅମୃତ କାଳ’ର ସମୟ ବର୍ତ୍ତମାନ ଆରମ୍ଭ ହୋଇଛି । ଆପଣଙ୍କ ନିକଟରେ ଆଗାମୀ ୨୫ ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ସହିତ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଆଜି ନିଯୁକ୍ତିପତ୍ର ଗ୍ରହଣ କରିଥିବା ସମସ୍ତ ଯୁବକମାନଙ୍କୁ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୁଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ,

ଆଜି ଭାରତରେ ଉଭୟ ବେସରକାରୀ ଏବଂ ସାବର୍ଜନିକ କ୍ଷେତ୍ରରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେଉଛି । ଆମର ବହୁ ସଂଖ୍ୟକ ଯୁବକ ମଧ୍ୟ ଆତ୍ମନିଯୁକ୍ତି ପାଇଁ ସମ୍ଭାବନାଗୁଡ଼ିକ ମଧ୍ୟ ଖୋଜୁଛନ୍ତି । ବ୍ୟାଙ୍କ ଗ୍ୟାରେଣ୍ଟି ବିନା ଆର୍ଥିକ ସହାୟତା ପ୍ରଦାନ କରୁଥିବା ମୁଦ୍ରା ଯୋଜନା କୋଟି କୋଟି ଯୁବକଙ୍କୁ ସାହାଯ୍ୟ କରିଛି । ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡଅପ୍ ଇଣ୍ଡିଆ ଭଳି ଅଭିଯାନ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେଇଛି । ସରକାରଙ୍କ ସହାୟତା ପାଇଥିବା ଏହି ଯୁବକମାନେ ବର୍ତ୍ତମାନ ଅନେକ ଯୁବକଙ୍କୁ ଚାକିରି ଦେଉଛନ୍ତି ।

ଏହି ଅଭିଯାନ ଅଧୀନରେ ବିଗତ ବର୍ଷଗୁଡ଼ିକରେ ଯୁବକମାନଙ୍କୁ ଯେଉଁଭଳି ଭାବରେ ସରକାରୀ ଚାକିରି ଦିଆଯାଇଥିଲା, ତାହା ଅଭୁତପୂର୍ବ ଅଟେ । ଦେଶରେ ଏସଏସସି, ୟୁପିଏସସି ଏବଂ ଆରଆରବି ପରି ପ୍ରମୁଖ ସରକାରୀ ଚାକିରି ପ୍ରଦାନକାରୀ ସଂସ୍ଥା ଏହି ବ୍ୟବସ୍ଥା ମାଧ୍ୟମରେ ଅଧିକ ଯୁବକଙ୍କୁ ଚାକିରି ଦେଇଛନ୍ତି । ଏବଂ ଏହି କଥା କିଛି ସମୟ ପୂର୍ବରୁ ଦେଖାଯାଇଥିବା ଭିଡିଓରେ ମଧ୍ୟ ଦର୍ଶାଯାଇଛି ।

ଏହି ସଂସ୍ଥାଗୁଡ଼ିକର ପରୀକ୍ଷା ପ୍ରକ୍ରିୟାକୁ ପାରଦର୍ଶୀ, ବ୍ୟବସ୍ଥିତ ଏବଂ ସରଳ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ପରୀକ୍ଷାଗୁଡ଼ିକ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାକୁ ସମାପ୍ତ କରିବାର ପଦ୍ଧତି ପ୍ରାୟତଃ ଏକ ବର୍ଷ କିମ୍ବା ଦେଢ଼ ବର୍ଷ ସମୟ ଲାଗି ଯାଉଥିଲା ଏବଂ ଯଦି କୌଣସି କୋର୍ଟ କେସ୍ ହୋଇ ଯାଉଥିଲା ତେବେ ଦୁଇ ବର୍ଷ କିମ୍ବା ପାଞ୍ଚ ବର୍ଷ ମଧ୍ୟ ଏହି ପ୍ରକ୍ରିୟାରେ ନଷ୍ଟ ହୋଇ ଯାଉଥିଲା । କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ପଦ୍ଧତି ଏବଂ ସମସ୍ତ ପ୍ରକ୍ରିୟାମାନ କିଛି ମାସ ମଧ୍ୟରେ ପାରଦର୍ଶୀ ଉପାୟରେ ଶେଷ କରାଯାଉଛି ।

 

ସାଥୀମାନେ,

ଆଜି ସମଗ୍ର ବିଶ୍ୱ ବିକାଶର ଆମର ଯାତ୍ରାରେ ଆମ ସହିତ ଚାଲିବାକୁ ପ୍ରସ୍ତୁତ ଅଛି । ଭାରତ ଉପରେ ଏତେ ଭରସା ଏବଂ ଆମର ଅର୍ଥ ବ୍ୟବସ୍ଥା ଉପରେ ଏତେ ବିଶ୍ୱାସ ପୂର୍ବରୁ କେବେ ନ ଥିଲା । ଆପଣ ଜାଣିଛନ୍ତି ଯେ ଗୋଟିଏ ପଟେ ସମଗ୍ର ବିଶ୍ୱରେ ବୈଶ୍ୱିକ ମାନ୍ଦାବସ୍ଥା ଏବଂ କରୋନା ଭଳି ଭୟଙ୍କର ମହାମାରୀ ଚାଲିଛି ଏବଂ ଅନ୍ୟପକ୍ଷରେ ଯୁଦ୍ଧ କାରଣରୁ ବୈଶ୍ୱିକ ରପ୍ତାନୀ ଚେନ୍ ମଧ୍ୟ ଦୂରେଇ ଯାଉଛି । ଏତେଗୁଡ଼ିକ ଆହ୍ୱାନଗୁଡ଼ିକ ସମଗ୍ର ବିଶ୍ୱରେ ଦେଖାଯାଉଛି । ଏବଂ ମୋର ଯୁବ ବନ୍ଧୁମାନେ, ଆପଣ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ- ଏହି ସମସ୍ତ ସମସ୍ୟା ଥିବା ସତ୍ତ୍ୱେ ଭାରତ ନିଜର ଅର୍ଥ ବ୍ୟବସ୍ଥାକୁ ନୂତନ ଶିଖରକୁ ନେଇ ଯାଉଛି ।

ଆଜି ବିଶ୍ୱର ଶ୍ରେଷ୍ଠ କମ୍ପାନୀଗୁଡ଼ିକ ଉତ୍ପାଦନ ପାଇଁ ଭାରତ ଆସୁଛି । ଆଜି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ଅଛି । ଯେତେବେଳେ ଏତେ ବଡ଼ ମାତ୍ରାରେ ବିଦେଶୀ ନିବେଶ ଆସୁଛି, ଉତ୍ପାଦନ ବଢୁଛି, ଉଦ୍ୟୋର ବିସ୍ତାର ହେଉଛି, ନୂତନ ଉଦ୍ୟୋଗ ସ୍ଥାପିତ ହେଉଛି, ରପ୍ତାନୀ ବଢୁଛି ଏବଂ ସ୍ୱାଭାବିକ ଭାବରେ ଏହି କାର୍ଯ୍ୟ ନୂତନ ଯୁବଗୋଷ୍ଠୀଙ୍କ ବିନା ହୋଇପାରିବ ନାହିଁ । ଏବଂ ଏଥିପାଇଁ ରୋଜଗାରର ଅବସର ବହୁତ ଦ୍ରୁତ ଗତିରେ ବଢୁଛି ।

ବର୍ତ୍ତମାନ କିଛି ସମୟ ପୂର୍ବରୁ ଡକ୍ଟର ଜିତେନ୍ଦ୍ର ସିଂହ ଜୀ ଧାଡ଼ି ପରେ ଧାଡ଼ି ବିସ୍ତୃତ ଭାବେ ବୁଝାଉ ଥିଲେ ଯେ କେମିତି ଆମର ସରକାରଙ୍କ ନିଷ୍ପତ୍ତି ଘରୋଇ କ୍ଷେତ୍ରରେ ଲକ୍ଷ ଲକ୍ଷ ନୂତନ ଅବସର ସୃଷ୍ଟି କରିଛି । କିନ୍ତୁ ମୁଁ ଆପଣଙ୍କ ସମ୍ମୁଖରେ ଅଟୋମୋବାଇଲ କ୍ଷେତ୍ରର ଏକ ଉଦାହରଣ ରଖିବାକୁ ଚାଂହୁଛି । ଦେଶର ଜିଡିପିରେ ଏହି କ୍ଷେତ୍ରର ଯୋଗଦାନ ୬.୫ ପ୍ରତିଶତରୁ ଅଧିକ ଅଛି । ଗତ କିଛି ବର୍ଷରେ, ଭାରତର ଅଟୋମୋବାଇଲ ଶିଳ୍ପ ଏକ ବଡ଼ ଲମ୍ଫ ପ୍ରଦାନ କରିଛି ।

ଆଜି ଭାରତରୁ ବିଶ୍ୱର ଅନେକ ଦେଶକୁ ଯାତ୍ରୀବାହୀ ଯାନ, ବାଣିଜି୍ୟକ ବାହନର ରପ୍ତାନୀ ବୃଦ୍ଧି କରୁଛି । ଏହା ବ୍ୟତୀତ ଆମର ତିନିଚକିଆ, ଦୁଇଚକିଆ ବାହାନଗୁଡ଼ିକର ରପ୍ତାନୀ ମଧ୍ୟ ବହୁ ମାତ୍ରାରେ ବୃଦ୍ଧଇ ପାଉଛି । ୧୦ ବର୍ଷ ପୂର୍ବେ ଏହି ଶିଳ୍ପ ପ୍ରାୟତଃ ୫ ଲକ୍ଷ କୋଟି ଟଙ୍କା ଥିଲା । ଆଜି ଏହି ଉଦ୍ୟୋଗ ୫ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟିରୁ ଅଧିକକୁ ଲମ୍ଫ ଦେଇଛି । ଭାରତରେ ବିଦୁତ ଅଟୋମୋବାଇଲର ମଧ୍ୟ ଲଗାତାର ବିସ୍ତାର ହେଉଛି । ଭାରତ ସରକାରଙ୍କ ପିଏଲଆଇ ଯୋଜନାରୁ ଅଟୋମୋବାଇଲ କ୍ଷେତ୍ରକୁ ମଧ୍ୟ ବହୁତ ସାହାଯ୍ୟ ନେଉଛି । ଏଭଳି କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ିବା ସହିତ ଲକ୍ଷ ଲକ୍ଷ ଯୁବଗୋଷ୍ଠୀଙ୍କ ପାଇଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି ।

ସାଥୀମାନେ,

ଭାରତ ଆଜି ଏକ ଦଶନ୍ଧି ପୂର୍ବ ତୁଳନାରେ ଅଧିକ ସ୍ଥିର, ଅଧିକ ସୁରକ୍ଷିତ ଏବଂ ମଜଭୁତ ଦେଶ ଅଟେ । ରାଜନୈତିକ ଭ୍ରଷ୍ଟାଚାର, ଯୋଜନାରେ ହେରଫରେ, ଜନସାଧାରଣଙ୍କ ପଇସାର ଅପବ୍ୟବହାର ଗତି ତି ସମସ୍ତ ସରକାରଙ୍କର ପରିଚୟ ହୋଇଗଲେ । ଆଜି ଭାରତ ରାଜନୈତିକ ସ୍ଥିରତା ପାଇଁ ଜଣାଶୁଣା । ବିଶ୍ୱରେ ରାଜନୈତିକ ସ୍ଥିରତା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଆଜି ଭାରତ ସରକାର ଏହାର ନିର୍ଣ୍ଣାୟକ ନିଷ୍ପତ୍ତି ଦ୍ୱାରା ପରିଚିତ ଅଟନ୍ତି; ଏକ ନିର୍ଣ୍ଣାୟକ ସରକାର । ଆଜି ଭାରତ ସରକାର ଆର୍ଥିକ ଏବଂ ପ୍ରଗତିଶୀଳ ସାମାଜିକ ସଂସ୍କାର ପାଇଁ ମାନ୍ୟତା ପାଇଛନ୍ତି । ବୈଶ୍ୱିକ ଏଜେନ୍ସିଗୁଡ଼ିକ କ୍ରମାଗତ ଭାବରେ ଶୋଷଣ ଏବଂ ଭବିଷ୍ୟବାଣୀ କରୁଛନ୍ତି ଏବଂ ବିଶ୍ୱାସର ସହିତ କହୁଛନ୍ତି ଯେ ଏହା ରାଜପଥ କିମ୍ବା ରେଳପଥ ନିର୍ମାଣ ହେଉ, ସହଜ ଜୀବନଯାପନ ବିଷୟରେ କଥା ହେଉ କିମ୍ବା ସହଜ ବ୍ୟବସାୟ ବିଷୟରେ ଆଲୋଚନା ହେଉ, ଭାରତ ପୂର୍ବ ସରକାରଗୁଡ଼ିକରେ ବହୁତ ଭଲ ପ୍ରଦର୍ଶନ କରିଛି । ଗତ କିଛି ବର୍ଷରେ, ଭାରତ ଏହାର ଭୌତିକ ଭିତ୍ତିଭୂମି ତଥା ସାମାଜିକ ଭିତ୍ତିଭୂମି ଉପରେ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛି । ଲକ୍ଷ ଲକ୍ଷ କୋଟି ଟଙ୍କାର ଏହି ବିନିଯୋଗରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ବର୍ତ୍ତମାନ ମୁଁ ସାମାଜିକ ଭିତ୍ତିଭୂମିର ଏକ ଉଦାହରଣ ଦେବି, ଯାହା ଆମର ସାମାଜିକ ଜୀବନ ସହିତ ଜଡ଼ିତ ଏକ ବିଷୟ । ଏବଂ ତାହା ହେଉଛି ଜଳ ଏବଂ ଏଥିପାଇଁ ଆମେ ଜଳ ଜୀବନ ମିଶନ ଆରମ୍ଭ କରିଛୁ । ଏଇ ଜଳ ଜୀବନ ମିଶନ ପାଇଁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ଯେତେବେଳେ ଏହି ମିଶନ ଆରମ୍ଭ ହୋଇଥିଲା, ସେତେବେଳେ ଗ୍ରାମାଞ୍ଚଳରେ ପ୍ରତ୍ୟେକ ୧୦୦ଟି ଘର ମଧ୍ୟରୁ ଅର୍ଥାତ ଯଦି ଗାଁରେ ୧୦୦ଟି ଘର ଅଛି, ସେଠାରେ କେବଳ ୧୫ଟି ଘରୁ ପାଇପରୁ ପାଣି ଆସୁଥିଲା । ଏହା ହାରାହାରି କହୁଛି, ୧୦୦ଟି ଘର ମଧ୍ୟରୁ ୧୫ଟି ଘରେ ପାଇପରୁ ପାଣି ଆସୁଥିଲା । ଆଜି ଜଳ ଜୀବନ ମିଶନ ଯୋଗୁ ପ୍ରତି ୧୦୦ଟି ଘର ମଧ୍ୟରୁ ୬୦ ଘରେ ପାଇପ ପାଣି ଆସିବା ଆରମ୍ଭ ହୋଇଛି ଏବଂ ତଥାପି କାମ ଦ୍ରୁତ ଗତିରେ ଚାଲିଛି । ଆଜି ଦେଶରେ ୧୩୦ଟି ଜିଲ୍ଲା ଏହିପରି ଯେମିତି ପ୍ରତ୍ୟେକ ଗାଁରେ, ପ୍ରତ୍ୟେକଙ୍କ ଘରେ ନଳରୁ ଜଳ ଉପଲବ୍ଧ ହେଉଛି ଏବଂ ଏହା କୌଣସି ଛୋଟ ଅଞ୍ଚଳ ନୁହେଁ ।

ଏବଂ ସାଥୀମାନେ,

ଯେଉଁମାନଙ୍କ ଘରେ ବିଶୁଦ୍ଧ ଜଳ ପହଂଚୁଛି, ସେହି ଘରେ ଲୋକଙ୍କ ସମୟ ମଧ୍ୟ ସଂଚୟ ହେଉଛି । ଗରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ତ୍ତମାନ ଗମ୍ଭୀର ରୋଗରୁ ସୁରକ୍ଷିତ ଅଛନ୍ତି । ଶୁଦ୍ଧ ପାନୀୟ ଜଳ ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଔଷଧ ହୋଇ ଯାଇଥାଏ । ଏକ ଗବେଷଣାରୁ ଏହା ପ୍ରକାଶ ପାଇଛି ଯେ ଯେତେବେଳେ ପାଇପ ପାଣି ପ୍ରତ୍ୟେକଙ୍କ ଘରେ ପହଂଚିବା ଆରମ୍ଭ କଲା, ଡାଇରିଆ ଯୋଗୁ ୪ ଲକ୍ଷ ମୃତୁ୍ୟକୁ ଏଡ଼ାଇ ଦିଆଯାଇ ପାରିଥିଲା, ୪ ଲକ୍ଷ ଲୋକଙ୍କ ଜୀବନ ବଂଚିଗଲା ଅର୍ଥାତ ଜଳ ଜୀବନ ମିଶନ ୪ ଲକ୍ଷ ଲୋକଙ୍କ ଜୀବନ ବଂଚାଇଲା ।

ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରତ୍ୟେକଙ୍କ ଘରେ ସ୍ୱଚ୍ଛ ପାନୀୟ ଜଳ ପହଂଚାଇବା ଦ୍ୱାରା ଦେଶର ଗରୀବମାନଙ୍କ ଦ୍ୱାରା ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହେବାକୁ ଯାଉଛି, ମଧ୍ୟବିତ୍ତ ପରିବାରଙ୍କ ଟଙ୍କା ସଞ୍ଚୟ ହେଉଛି, ପୂର୍ବେ ସେମାନଙ୍କୁ ଏହି ପଇସା ପାଣିର ବ୍ୟବସ୍ଥା ଏବଂ ଜଳ ଜନିତ ରୋଗଗୁଡ଼ିକର ଚିକିତ୍ସା ପାଇଁ ସେମାନଙ୍କୁ ଖର୍ଚ୍ଚ କରିବାକୁ ପଡୁଥିଲା । ଜଳ ଜୀବନର ଆହୁରି ଗୋଟେ ବଡ଼ ଲାଭ ଏହା ଅଟେ ଯେ ଏହାଦ୍ୱାରା ମହିଳାମାନଙ୍କ ଅନେକ ସମୟ ବଂଚିବ ।

ଆପଣ ସମସ୍ତେ ଏହି ରୋଜଗାର ମେଳାରେ ଚାକିରି ପାଇଲେ ବୁଝିପାରିବେ ଯେ ସରକାରଙ୍କ ପ୍ରତ୍ୟେକ ଯୋଜନାର ଏକ ବିରାଟ ଗୁଣବତ୍ତାର ପ୍ରଭାବ ରହିଛି । ମୁଁ ଆପଣଙ୍କ ସମ୍ମୁଖରେ ଜଳ ଜୀବନ ମିଶନର ଉଦାହରଣ ରଖୁଛି । ସେହିଭଳି ଭାବରେ ବର୍ତ୍ତମାନ ଆପଣ ସରକାରୀ ବ୍ୟବସ୍ଥାରେ ଆସିଛନ୍ତି, ସରକାରଙ୍କ ପ୍ରତ୍ୟେକ ଯୋଜନା, ଦ୍ରୁତଗତିରେ ଆପଣଙ୍କ ବିଭାଗର ପ୍ରତ୍ୟେକଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ, ଏହା ମୋର ବିଶ୍ୱାସ ଏବଂ ଆପଣମାନଙ୍କ ଠାରୁ ଆଶା ମଧ୍ୟ ରହିଛି ।

ସାଥୀମାନେ,

ଦେଶରେ ଚାଲୁଥିବା ଏହି ରୋଜଗାର ଅଭିଯାନ ପାରଦର୍ଶିତା ଏବଂ ସୁଶାସନ ଉଭୟର ପ୍ରମାଣ ଅଟେ । ଆପଣ ସମସ୍ତେ ଦେଖିଛନ୍ତି ଯେ କେମିତି ଆମର ଦେଶରେ ବଂଶବାଦ ରାଜନୀତୀକ ଦଳମାନେ ପ୍ରତ୍ୟେକ ବ୍ୟବସ୍ଥାରେ ଭାଇ, ବନ୍ଧୁ, ଆତ୍ମୀୟଙ୍କୁ ଅଗ୍ରାଧିକାର ଦେଇଛନ୍ତି । ସରକାରୀ ଚାକିରିର କଥା କହିବା ତେବେ ଏହା ମଧ୍ୟ ବଂଶବାଦ ଫଳ ଭାଇ-ବନ୍ଧୁ ବାନ୍ଧବ, ପକ୍ଷପାତ ଏବଂ ଭ୍ରଷ୍ଟାଚାରକୁ ଅଗ୍ରାଧିକାର ଦେଉଥିଲା । ଏହି ବଂଶବାଦ ଦଳଗୁଡ଼ିକ ଦେଶର କୋଟି କୋଟି ଯୁବକମାନଙ୍କୁ ଠକିଛନ୍ତି ।

୨୦୧୪ରେ ଆମ ସରକାର ହେବା ପରେ ନିଯୁକ୍ତି ପରୀକ୍ଷାରେ ପାରଦର୍ଶିତା ଆସିଛି ଏବଂ ଭାଇ-ବନ୍ଧୁର ସମ୍ପର୍କ ମଧ୍ୟ ଶେଷ ହେଉଛି । କେନ୍ଦ୍ର ସରକାର ଗ୍ରୁପ୍ ସି ଏବଂ ଗ୍ରୁପ ଡି ପଦବୀରେ ଭର୍ତ୍ତି ପାଇଁ ଇଣ୍ଟରଭୁ୍ୟ ଶେଷ ହେବା ଦ୍ୱାରା ଲକ୍ଷ ଲକ୍ଷ ଯୁବକଙ୍କୁ ସୁବିଧା ହୋଇଛି । ଗୋଟିଏ ପଟେ ଆମର ସରକାରଙ୍କ ସ୍ୱଚ୍ଛତାର ପ୍ରୟାସ ରହିଛି, ଅନ୍ୟପକ୍ଷରେ ଆମର ଭାଇ-ବନ୍ଧୁର ଅଟେ । ମୁଁ ଚାହୁଁଛି ଯେ ମୋର ଯୁବଗୋଷ୍ଠୀମାନେ ଏମିତି ସମ୍ପୂର୍ଣ୍ଣ ଭାବରେ ବୁଝନ୍ତୁ କାରଣ କିଛି ଜିନିଷ ଉପରେ ତଥ୍ୟର ଆଧାର ଉପରେ ସମ୍ମୁଖକୁ ଆସୁଛି ।

ଆପଣମାନେ ଗୋଟିଏ ଦିନ - ଦୁଇଦିନ ପୂର୍ବରୁ ଗଣମାଧ୍ୟମର ରିପୋର୍ଟ ଦେଖିଥିବେ; ଖବରକାଗଜ ଏବଂ ଟିଭିରେ ମଧ୍ୟ ବହୁତ କିଛି ଦେଖାଯାଇଥିଲା । ଗୋଟେ ରାଜ୍ୟରେ ‘ନିଯୁକ୍ତି ବଦଳରେ ପଇସା’ର ଦୁର୍ନୀତିରେ ମୋର ଦେଶର ଯୁବକମାନଙ୍କର ଚିନ୍ତାକୁ ବଢ଼ାଇ ଦେଇଥିଲା । ତେବେ, ବାସ୍ତବରେ ସେହି ରାଜ୍ୟରେ ବ୍ୟବସ୍ଥା କ’ଣ ଥିଲା? ସରକାରୀ ଚାକିରି କ୍ଷେତ୍ରରେ ପ୍ରତ୍ୟେକ ପଦବୀ ପାଇଁ ‘ରେଟ କାର୍ଡ’ ଅଛି । ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ କୌଣସି ହୋଟେଲକୁ ଖାଇବା ପାଇଁ ଯାଇଥାନ୍ତି, ସେତେବେଳେ ଗୋଟିଏ ରେଟ କାର୍ଡ ମିଳିଥାଏ । ଏହିଭଳି ଭାବରେ ଯେତେବେଳେ ପୋଷ୍ଟ ପାଇଁ ଗୋଟିଏ ‘ରେଟ କାର୍ଡ’ ହୋଇଥାଏ । ଏବଂ ଏହି ବ୍ୟବସ୍ଥା ଦ୍ୱାରା ଗରୀବମାନଙ୍କୁ ଲୁଟ୍ କରାଯାଇଥାଏ । ଏବଂ ଏହା କେମିତି? ଯଦି ଆପଣ ସ୍ୱଚ୍ଛ କର୍ମଚାରୀର ଚାକିରି ଚାହୁଁଛନ୍ତି ତେବେ ସେହି ଚାକିରିକୁ ପାଇବା ପାଇଁ ଆପଣଙ୍କୁ ଲାଞ୍ଚ ଭାବରେ ଏହି ଖାସ୍ ଦର ଶୁଝିବାକୁ ପଡ଼ିବ । ଡ୍ରାଇଭରର ଚାକିରି ଆବଶ୍ୟକ ତେବେ ଡ୍ରାଇଭରର ଚାକିରି ପାଇବା ପାଇଁ ଲାଗୁ ହେବ ଏହି ରେଟ୍; ଯଦି ଆପଣ ଗୋଟିଏ କ୍ଲର୍କର ଚାକିରି ଚାହୁଁଛନ୍ତି, କିମ୍ବା ଗୋଟିଏ ଶିକ୍ଷକ ଚାକିରି, କିମ୍ବା ଗୋଟିଏ ନର୍ସ ଚାକିରି ଅଛି ତେବେ ଆପଣଙ୍କ ପାଇଁ ବିଶେଷ ଭାବରେ ଦର ଲାଗୁ ହେବ । ଟିକିଏ ଚିନ୍ତା କରନ୍ତୁ; ସେହି ରାଜ୍ୟରେ ପ୍ରତ୍ୟେକ ପଦବୀ ପାଇଁ ‘ରେଟ କାର୍ଡ’ର ବ୍ୟବହାର ହେଉଛି ଏବଂ ସେଠାରେ ପଇସା କାଟିବାର ପ୍ରଚଳନ ମଧ୍ୟ ହେଉଛି । କେଉଁଠିକି ଯିବେ ଦେଶର ଯୁବକମାନେ । ଏହି ସ୍ୱାର୍ଥୀ ରାଜନୈତିକ ଦଳ ନିଯୁକ୍ତି ପାଇଁ ‘ରେଟ କାର୍ଡ’ କରିଥାନ୍ତି ।

ବର୍ତ୍ତମାନ କିଛିଦିନ ପୂର୍ବରୁ ଆଉ ଏକ ମାମଲା ସମ୍ମୁଖକୁ ଆସିଥିଲା । ଜଣେ ରେଳମନ୍ତ୍ରୀ ଗରୀବ ଚାଷୀମାନଙ୍କୁ ଚାକିରି ଦେବା ବଦଳରେ ତାଙ୍କ ଜମି ତାଙ୍କ ନାମରେ କରି ଦେଇଥିଲେ । ‘ଚାକିରି ପାଇଁ ଜମି’ ବ୍ୟବସ୍ଥା ସେହି ମାମଲାର ଯାଞ୍ଚ ମଧ୍ୟ ସିବିଆଇ କରୁଛି । ଏହା କୋର୍ଟରେ ଚାଲିଛି ।

ଭାଇ ଏବଂ ଭଉଣୀମାନେ,

ଆପଣଙ୍କ ସମ୍ମୁଖରେ ଦୁଇଟି ଜିନିଷ ଅଛି- ଗୋଟିଏ ପଟେ ପରିବାରବାଦ ଦଳ ଅଛି, ଆତ୍ମୀୟଙ୍କୁ ଅଗ୍ରାଧିକାର ଦେବା ପାଇଁ ଦଳ ରହିଛି, ଦେଶର ଯୁବଗୋଷ୍ଠୀମାନଙ୍କୁ ଭ୍ରଷ୍ଟାଚାର ମାଧ୍ୟମରେ ଚାକିରି ଦେବା ନାଁରେ ଲୁଟୁଥିବା ଦଳ ରହିଛନ୍ତି, ଚାକିରି ପାଇଁ ରେଟ କାର୍ଡ ରଖୁଥିବା ଦଳଗୁଡ଼ିକ ଏବଂ ପ୍ରତ୍ୟେକ ଜିନିଷ ପାଇଁ ରେଟ କାର୍ଡ ଏବଂ ସବୁକିଛିରେ ଟଙ୍କା କାଟ । ଅନ୍ୟପକ୍ଷରେ ଆମର ଯୁବଗୋଷ୍ଠୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କାର୍ଯ୍ୟ କରୁଛୁ । ରେଟ୍ କାର୍ଡ ଆପଣଙ୍କ କ୍ଷମତା, ଆପଣଙ୍କ କ୍ଷମତା ଏବଂ ଆପଣଙ୍କ ସ୍ୱପ୍ନକୁ ଚୁରମାର କରିଦେଉଛି । ଆମେ ଆପଣଙ୍କୁ ରକ୍ଷା କରିବା ଏବଂ ଆପଣଙ୍କ ସ୍ୱପ୍ନକୁ ନେଇ ଜୀଇଁବା ପାଇଁ ପ୍ରତିବଦ୍ଧ ଅଟୁ । ଆମେ ଆପଣଙ୍କ ସଂକଳ୍ପକୁ ପୂରା କରିବା ପାଇଁ କାର୍ଯ୍ୟ କରୁଛୁ । ଆମେ ଆପଣଙ୍କ ପ୍ରତ୍ୟେକଟି ଇଚ୍ଛା, ଆକାଂକ୍ଷା ଏବଂ ଆପଣଙ୍କ ପରିବାରର ଆକାଂକ୍ଷାଗୁଡ଼ିକର ରକ୍ଷା ପାଇଁ ପ୍ରତିବଦ୍ଧ ଅଟୁ । ବର୍ତ୍ତମାନ ଦେଶ ନିଶ୍ଚିତ କରିବ ଯେ ଦେଶର ଯୁବଗୋଷ୍ଠୀମାନଙ୍କ ଭବିଷ୍ୟତ ରେଟ୍ କାର୍ଡ ଉପରେ ନିର୍ଭର କରିବ କିମ୍ବା ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଗତ ସୁରକ୍ଷିତ ଭାବରେ ବୃଦ୍ଧି ପାଇବ ।

ସାଥୀମାନେ,

ଏହି ଆତ୍ମୀୟ ଦଳଗୁଡ଼ିକ ଦେଶର ସାଧାରଣ ଲୋକଙ୍କ ଠାରୁ ପ୍ରଗତିର ଏବଂ ବିକାଶର ସୁଯୋଗ ଛଡ଼ାଇ ନେଇଥାନ୍ତି; ସେହିପରି ଅନ୍ୟପକ୍ଷରେ ଆମ ଦେଶର ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟେକ ଦିନ ନୂଆ ସୁଯୋଗ ସୃଷ୍ଟି କରିଥାନ୍ତି ।

ସାଥୀମାନେ,

ଆମ ଦେଶରେ କିଛି ରାଜନୀତିକ ଦଳର ଲୋକମାନେ ନିଜ ନିଜ ମଧ୍ୟରେ ଲଢ଼ିବା ଏବଂ ଦେଶକୁ ଭାଙ୍ଗିବା ପାଇଁ ଭାଷାକୁ ହତିଆର ଭାବରେ ବ୍ୟବହାର କରି ନେଇଥାଆନ୍ତି; କିନ୍ତୁ ଆମେ ଲୋକମାନଙ୍କୁ ରୋଜଗାର ଦେବା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ଭାଷାକୁ ମାଧ୍ୟମ କରୁଛୁ । ଆମ ସରକାର ଏହା ସୁନିଶ୍ଚିତ କରୁଛନ୍ତି ଯେ ଯଦି କେହି ନିଜସ୍ୱ ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି ତେବେ କୌଣସି ମଧ୍ୟ ଭାଷା ସେମାନଙ୍କ ପାଇଁ ବାଧା ହେବ ନାହିଁ । ଭାରତ ସରକାର ନିଯୁକ୍ତି ପାଇଁ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷା ପାଇଁ ମାତୃଭାଷର ଉପଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ମୋର ଦେଶର ପୁଅ-ଝିଅମାନେ ଏବଂ ଆମର ଯୁବଗୋଷ୍ଠୀ ଏହାର ସବୁଠାରୁ ଅଧିକ ଲାଭ ଉଠାଉଛନ୍ତି । ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜିତ କରିବା ଦ୍ୱାରା ଯୁବ ଗୋଷ୍ଠୀମାନଙ୍କୁ ସହଜରେ ନିଜସ୍ୱ ଯୋଗ୍ୟତା ସିଦ୍ଧ କରିବାକୁ ସୁଯୋଗ ମିଳିପାରୁଛି ।

ସାଥୀମାନେ,

ଆଜିର ଭାରତ ଯେଉଁ ଦ୍ରୁତ ଗତିରେ ପ୍ରଗତି କରୁଛି, ସରକାରୀ ତନ୍ତ୍ର ଏବଂ ସରକାରୀ କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟ କରିବାର ପଦ୍ଧତି ମଧ୍ୟ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଗୋଟିଏ ସମୟ ଥିଲା, ଯେତେବେଳେ ଦେଶର ସାଧାରଣ ନାଗରିକମାନଙ୍କୁ ସେବାଗୁଡ଼ିକର ଲାଭ ପାଇବା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡୁଥିଲା, ଆଜି ସରକାର ନିଜର ସମସ୍ତ ସେବା ଦେଶର ନାଗରିକମାନଙ୍କର ଘର-ଦ୍ୱାର ପର୍ଯ୍ୟନ୍ତ ପହଂଚାଯାଉଛି । ବର୍ତ୍ତମାନ ଆମ ସରକାର ଲୋକମାନଙ୍କର ବିଶ୍ୱାସ ଏବଂ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନବରତ କାର୍ଯ୍ୟ କରୁଛନ୍ତି । ଆମର ପ୍ରାଥମିକତା ଏହା ସୁନିଶ୍ଚିତ କରିବ ଯେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗ ଜନତାଙ୍କ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରୁଛି ।

ଅନେକ ମୋବାଇଲ ଆପ୍ ଏବଂ ଡିଜିଟାଲ ସେବା ମାଧ୍ୟମରେ ବର୍ତ୍ତମାନ ସରକାରୀ ସେବାଗୁଡ଼ିକ ଏବଂ ସୁବିଧାଗୁଡ଼ିକ ପର୍ଯ୍ୟନ୍ତ ପହଂଚିବା ବହୁତ ସହଜ ହୋଇଯାଇଛି । ଲୋକମାନେ ଅଭିଯୋଗ ପ୍ରଣାଳୀକୁ ମଧ୍ୟ ଲଗାତାର ଭାବରେ ମଜଭୁତ କରାଯାଉଛି । ଏହି ପରିବର୍ତ୍ତନ ମଧ୍ୟରେ ଆପଣଙ୍କୁ ମଧ୍ୟ ଦେଶର ନାଗରିକଙ୍କ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିବାକୁ ହେବ । ଆପଣଙ୍କୁ ସୁଧାରିବା ପାଇଁ ଆହୁରି ଆଗକୁ ନେଇଯିବାକୁ ହେବ । ଏବଂ ଏହା ବ୍ୟତୀତ ସବୁବେଳେ କିଛି ନୂଆ ଶିଖିବାର ପ୍ରବୃତିକୁ ଜାରି ରଖିôବା ପାଇଁ ପ୍ରୟାସ କରିବା ।

ସରକାରୀ ସେବାଗୁଡ଼ିକରେ ପ୍ରବେଶ ଆପଣଙ୍କ ଜୀବନର ମହତ୍ୱକାଂକ୍ଷାଗୁଡ଼ିକର ଶେଷ ଅନ୍ତ କରିପାରିବ ନାହିଁ । ଆପଣଙ୍କୁ ଏହାଦ୍ୱାରା ଆଗକୁ ବଢ଼ି ନୂତନ ଶିଖରକୁ ହାସଲ କରିବାକୁ ହେବ । ଆପଣଙ୍କ ଜୀବନରେ ନୂତନ ସ୍ୱପ୍ନ, ନୂତନ ସଂକଳ୍ପ, ନୂତନ ସମ୍ଭାବନାଗୁଡ଼ିକ ଆସିବା ଆବଶ୍ୟକ । ଏବଂ ଏଥିପାଇଁ ସରକାର ଆଇଗଟ୍ ନାମକ ଅନଲାଇନ ପୋର୍ଟାଲ ମାଧ୍ୟମରେ ଏକ ନୂତନ ସୁବିଧା କରାଯାଇଛି । ନିକଟରେ ଏହା ମାଧ୍ୟମରେ ଉପଭୋକ୍ତାମାନେ ୧୦ ଲକ୍ଷର ସଂଖ୍ୟା ପାର କରିଛନ୍ତି ।

ଏହି ଅନଲାଇନ ପୋର୍ଟାଲରେ ଉପଲବ୍ଧ ପାଠ୍ୟକ୍ରମଗୁଡ଼ିକର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ । ଏହା ଆପଣଙ୍କ କାମ ପାଇଁ ବହୁତ ଲାଭଦାୟକ ହେବ । ଆପଣଙ୍କ ପାଇଁ ଆଗକୁ ବଢ଼ିବା ପାଇଁ ନୂତନ ରାସ୍ତା ଖୋଲିବ । ଏବଂ ସାଥୀମାନେ, ମୁଁ ଆପଣଙ୍କୁ ଏହି ସ୍ଥାନରୁ ଆଗକୁ ଦେଖିବାକୁ ଚାହୁଁଛି । ଆପଣ ଆଗକୁ ବଢୁଛନ୍ତି, ତେବେ ଦେଶ ମଧ୍ୟ ଆଗକୁ ବଢୁଛି । ଏହି ୨୫ ବର୍ଷ ଆପଣଙ୍କ ଉନ୍ନତି ପାଇଁ ଅଟେ ଏବଂ ଦେଶର ଉନ୍ନତି ପାଇଁ ମଧ୍ୟ ଅଟେ ।

ଆସନ୍ତୁ,

ଅମୃତ କାଳର ଆଗାମୀ ୨୫ ବର୍ଷର ଯାତ୍ରାରେ ଆମେ କାନ୍ଧରେ କାନ୍ଧ ମିଶାଇ ଚାଲିବା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ିବା । ମୁଁ ପୁଣିଥରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”